ଦିତୀୟ ବଂଶାବଳୀ 34 : 1 (IRVOR)
ଯିହୁଦାର ରାଜା ଯୋଶୀୟ ଯୋଶୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଆଠ ବର୍ଷ ବୟସ୍କ ଥିଲେ; ଆଉ ସେ ଯିରୂଶାଲମରେ ଏକତିରିଶ ବର୍ଷ ରାଜ୍ୟ କଲେ।
ଦିତୀୟ ବଂଶାବଳୀ 34 : 2 (IRVOR)
ପୁଣି, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ଓ ଆପଣା ପୂର୍ବପୁରୁଷ ଦାଉଦଙ୍କର ପଥରେ ଚାଲିଲେ, ଆଉ, ଦକ୍ଷିଣରେ କି ବାମରେ ଫେରିଲେ ନାହିଁ।
ଦିତୀୟ ବଂଶାବଳୀ 34 : 3 (IRVOR)
ତାହାଙ୍କ ରାଜତ୍ଵର ଅଷ୍ଟମ ବର୍ଷରେ ସେ ଅଳ୍ପ ବୟସ୍କ ଥାଉ ଥାଉ ଆପଣା ପୂର୍ବପୁରୁଷ ଦାଉଦଙ୍କର ପରମେଶ୍ୱରଙ୍କୁ ଅନ୍ୱେଷଣ କରିବାକୁ ଆରମ୍ଭ କଲେ ଓ ସେ ଦ୍ୱାଦଶ ବର୍ଷରେ ଉଚ୍ଚସ୍ଥଳୀ ଓ ଆଶେରା ମୂର୍ତ୍ତି ଓ ଖୋଦିତ-ପ୍ରତିମା ଓ ଛାଞ୍ଚରେ ଢଳା ପ୍ରତିମାରୁ ଯିହୁଦା ଓ ଯିରୂଶାଲମକୁ ଶୁଚି କରିବାକୁ ଲାଗିଲେ।
ଦିତୀୟ ବଂଶାବଳୀ 34 : 4 (IRVOR)
ପୁଣି, ଲୋକମାନେ ତାଙ୍କ ସାକ୍ଷାତରେ ବାଲ୍‍ଦେବଗଣର ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ, ଆଉ ସେ ତହିଁ ଉପରେ ସ୍ଥାପିତ ସୂର୍ଯ୍ୟ-ପ୍ରତିମାସବୁ କାଟି ପକାଇଲେ ଓ ଆଶେରା ମୂର୍ତ୍ତି, ଖୋଦିତ-ପ୍ରତିମା ଓ ଛାଞ୍ଚରେ ଢଳା ପ୍ରତିମାସବୁ ଭାଙ୍ଗି ଚୂର୍ଣ୍ଣ କରି ସେସବୁର ଉଦ୍ଦେଶ୍ୟରେ ବଳିଦାନକାରୀ ଲୋକମାନଙ୍କ କବର ଉପରେ ତାହା ବିଞ୍ଚିଲେ।
ଦିତୀୟ ବଂଶାବଳୀ 34 : 5 (IRVOR)
ଆଉ, ସେମାନଙ୍କ ଯଜ୍ଞବେଦି ଉପରେ ଯାଜକମାନଙ୍କ ଅସ୍ଥି ଦଗ୍ଧ କରି ଯିହୁଦା ଓ ଯିରୂଶାଲମକୁ ଶୁଚି କଲେ।
ଦିତୀୟ ବଂଶାବଳୀ 34 : 6 (IRVOR)
ସେ ମନଃଶି ଓ ଇଫ୍ରୟିମ ଓ ଶିମୀୟୋନର ନଗର ସମୂହରେ ନପ୍ତାଲି ପର୍ଯ୍ୟନ୍ତ କାନ୍ଥଡ଼ାର ଚତୁର୍ଦ୍ଦିଗରେ ଏହି ପ୍ରକାର କଲେ।
ଦିତୀୟ ବଂଶାବଳୀ 34 : 7 (IRVOR)
ଆଉ, ସେ ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତି ଓ ଖୋଦିତ-ପ୍ରତିମାସବୁ ଚୂର୍ଣ୍ଣ କଲେ ଓ ଇସ୍ରାଏଲ ଦେଶର ସର୍ବତ୍ର ସୂର୍ଯ୍ୟ-ପ୍ରତିମାସବୁ କାଟି ପକାଇ ଯିରୂଶାଲମକୁ ଫେରି ଆସିଲେ।
ଦିତୀୟ ବଂଶାବଳୀ 34 : 8 (IRVOR)
ବ୍ୟବସ୍ଥା ପୁସ୍ତକର ପୁନଃରୁଦ୍ଧାର ଏଥିଉତ୍ତାରେ ସେ ଆପଣା ରାଜତ୍ଵର ଅଠର ବର୍ଷରେ ଦେଶ ଓ ଗୃହ ଶୁଚି କଲା ଉତ୍ତାରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଗୃହର ମରାମତି ନିମନ୍ତେ ଅତ୍‍ସଲୀୟର ପୁତ୍ର ଶାଫନ୍‍କୁ ଓ ନଗରାଧ୍ୟକ୍ଷ ମାସେୟକୁ ଓ ଯୋୟାହସର ପୁତ୍ର ଯୋୟାହ ଇତିହାସ ଲେଖକକୁ ପଠାଇଲେ।
ଦିତୀୟ ବଂଶାବଳୀ 34 : 9 (IRVOR)
ତହୁଁ ସେମାନେ ହିଲ୍‍କୀୟ ମହାଯାଜକ ନିକଟକୁ ଆସି ଲେବୀୟ ଦ୍ୱାରପାଳମାନଙ୍କ ଦ୍ୱାରା ମନଃଶି ଓ ଇଫ୍ରୟିମ ଓ ସମଗ୍ର ଇସ୍ରାଏଲର ଅବଶିଷ୍ଟାଂଶ, ପୁଣି ସମଗ୍ର ଯିହୁଦା ଓ ବିନ୍ୟାମୀନ୍ ଓ ଯିରୂଶାଲମ ନିବାସୀମାନଙ୍କ ହସ୍ତରୁ ସଂଗୃହୀତ ପରମେଶ୍ୱରଙ୍କ ଗୃହକୁ ଆନୀତ ସକଳ ମୁଦ୍ରା ତାହା ନିକଟରେ ସମର୍ପଣ କଲେ।
ଦିତୀୟ ବଂଶାବଳୀ 34 : 10 (IRVOR)
ଆଉ, ସେମାନେ ସଦାପ୍ରଭୁଙ୍କ ଗୃହର ତତ୍ତ୍ୱାବଧାରଣ କର୍ମକାରୀମାନଙ୍କ ହସ୍ତରେ ତାହା ସମର୍ପି ଦେଲେ; ପୁଣି ସଦାପ୍ରଭୁଙ୍କ ଗୃହର କର୍ମକାରୀମାନେ ସେହି ଗୃହର ଜୀର୍ଣ୍ଣସଂସ୍କାର ଓ ପୁନଃନିର୍ମାଣ ନିମନ୍ତେ ତାହା ଦେଲେ;
ଦିତୀୟ ବଂଶାବଳୀ 34 : 11 (IRVOR)
ଅର୍ଥାତ୍‍, ଯିହୁଦା-ରାଜାଗଣ ଯେସକଳ ଗୃହ ବିନାଶ କରିଥିଲେ, ତହିଁ ନିମନ୍ତେ ଖୋଦିତ-ପ୍ରସ୍ତର ଓ ବରଗା ଓ କଡ଼ିକାଷ୍ଠ କିଣିବା ପାଇଁ ତାହା ସୂତ୍ରଧର ଓ ଗାନ୍ଥକମାନଙ୍କୁ ଦେଲେ।
ଦିତୀୟ ବଂଶାବଳୀ 34 : 12 (IRVOR)
ଆଉ, ଲୋକମାନେ ବିଶ୍ୱସ୍ତ ରୂପେ କାର୍ଯ୍ୟ କଲେ; ମରାରି-ସନ୍ତାନଗଣ ମଧ୍ୟରୁ ଯହତ୍‍ ଓ ଓବଦୀୟ, ଏହି ଲେବୀୟମାନେ ସେମାନଙ୍କର ତତ୍ତ୍ୱାବଧାରକ ଥିଲେ; ପୁଣି, କହାତ-ସନ୍ତାନଗଣର ମଧ୍ୟରୁ ଜିଖରୀୟ ଓ ମଶୁଲ୍ଲମ୍‍ ଓ ଅନ୍ୟ ଲେବୀୟମାନେ, ଅର୍ଥାତ୍‍, ବାଦ୍ୟ ବଜାଇବାକୁ ନିପୁଣ ସମସ୍ତ ଲୋକ କର୍ମ ଚଳାଇବାକୁ ନିଯୁକ୍ତ ଥିଲେ।
ଦିତୀୟ ବଂଶାବଳୀ 34 : 13 (IRVOR)
ଆହୁରି, ସେମାନେ ଭାରବାହକମାନଙ୍କର ତତ୍ତ୍ୱାବଧାରକ ଓ କର୍ମ ଚଳାଇବା ପାଇଁ ସର୍ବପ୍ରକାର ସେବାକାର୍ଯ୍ୟକାରୀମାନଙ୍କ ଉପରେ ନିଯୁକ୍ତ ଥିଲେ; ପୁଣି, ଲେବୀୟମାନଙ୍କ ମଧ୍ୟରୁ ଲେଖକ, କାର୍ଯ୍ୟଶାସକ ଓ ଦ୍ୱାରପାଳ ଥିଲେ।
ଦିତୀୟ ବଂଶାବଳୀ 34 : 14 (IRVOR)
ପୁଣି, ସେମାନେ ସଦାପ୍ରଭୁଙ୍କ ଗୃହକୁ ଆନୀତ ମୁଦ୍ରା ବାହାର କରି ଆଣିଲା ବେଳେ ହିଲ୍‍କୀୟ ଯାଜକ ମୋଶାଙ୍କ ଦ୍ୱାରା ଦତ୍ତ ସଦାପ୍ରଭୁଙ୍କ ବ୍ୟବସ୍ଥା-ପୁସ୍ତକ ପାଇଲା।
ଦିତୀୟ ବଂଶାବଳୀ 34 : 15 (IRVOR)
ତହିଁରେ ହିଲ୍‍କୀୟ ଶାଫନ୍‍ ଲେଖକକୁ ଉତ୍ତର କରି କହିଲା, “ମୁଁ ସଦାପ୍ରଭୁଙ୍କ ଗୃହରେ ବ୍ୟବସ୍ଥା-ପୁସ୍ତକ ପାଇଅଛି।” ପୁଣି ହିଲ୍‍କୀୟ ଶାଫନ୍‍କୁ ସେହି ପୁସ୍ତକ ଦେଲା।
ଦିତୀୟ ବଂଶାବଳୀ 34 : 16 (IRVOR)
ଆଉ, ଶାଫନ୍‍ ରାଜାଙ୍କ ନିକଟକୁ ସେହି ପୁସ୍ତକ ନେଇଗଲା, ଆହୁରି ରାଜାଙ୍କ ନିକଟକୁ ପୁନର୍ବାର ସମ୍ବାଦ ନେଇ କହିଲା, ଆପଣଙ୍କ ଦାସମାନଙ୍କ ପ୍ରତି ଅର୍ପିତ ସମସ୍ତ କାର୍ଯ୍ୟ ସେମାନେ କରୁଅଛନ୍ତି।
ଦିତୀୟ ବଂଶାବଳୀ 34 : 17 (IRVOR)
ପୁଣି, ସେମାନେ ସଦାପ୍ରଭୁଙ୍କ ଗୃହରେ ଥିବା ମୁଦ୍ରା କାଢ଼ି ନେଇ ତତ୍ତ୍ୱାବଧାରକମାନଙ୍କ ହସ୍ତରେ ଓ କର୍ମକାରୀମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।
ଦିତୀୟ ବଂଶାବଳୀ 34 : 18 (IRVOR)
ଆହୁରି, ଶାଫନ୍‍ ଲେଖକ ରାଜାଙ୍କୁ ଜଣାଇ କହିଲା, ହିଲ୍‍କୀୟ ଯାଜକ ଆମ୍ଭକୁ ଖଣ୍ଡେ ପୁସ୍ତକ ଦେଇଅଛନ୍ତି ଆଉ, ଶାଫନ୍‍ ରାଜାଙ୍କ ସାକ୍ଷାତରେ ତହିଁରୁ ପାଠ କଲା।
ଦିତୀୟ ବଂଶାବଳୀ 34 : 19 (IRVOR)
ଏଥିରେ ରାଜା ସେହି ବ୍ୟବସ୍ଥାର ବାକ୍ୟ ଶ୍ରବଣ କରନ୍ତେ, ଆପଣା ବସ୍ତ୍ର ଚିରିଲେ।
ଦିତୀୟ ବଂଶାବଳୀ 34 : 20 (IRVOR)
ପୁଣି, ରାଜା ହିଲ୍‍କୀୟକୁ ଓ ଶାଫନ୍‍ର ପୁତ୍ର ଅହୀକାମ୍‍କୁ ଓ ମୀଖାର ପୁତ୍ର ଅବ୍‍ଦୋନ୍‍କୁ[* ମୀଖାର ପୁତ୍ର ଅବ୍‍ଦୋନ୍‍କୁ କିମ୍ବା ମୀଖାୟର ପୁତ୍ର ଅକ୍‍‌‌ବୋର ] ଓ ଶାଫନ୍‍ ଲେଖକକୁ ଓ ରାଜାର ଦାସ ଅସାୟକୁ ଆଜ୍ଞା କରି କହିଲେ,
ଦିତୀୟ ବଂଶାବଳୀ 34 : 21 (IRVOR)
ତୁମ୍ଭେମାନେ ଯାଇ ମୋ’ ନିମନ୍ତେ, ପୁଣି ଇସ୍ରାଏଲ ଓ ଯିହୁଦା ମଧ୍ୟରେ ଅବଶିଷ୍ଟ ଲୋକଙ୍କ ନିମନ୍ତେ ଏହି ପ୍ରାପ୍ତ ପୁସ୍ତକର ବାକ୍ୟ ବିଷୟରେ ସଦାପ୍ରଭୁଙ୍କୁ ପଚାର; କାରଣ ଆମ୍ଭମାନଙ୍କ ପିତୃଲୋକମାନେ ଏହି ପୁସ୍ତକର ସକଳ ଲିଖନାନୁସାରେ କର୍ମ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟ ପାଳନ ନ କରିବାରୁ ଆମ୍ଭମାନଙ୍କ ଉପରେ ସଦାପ୍ରଭୁଙ୍କର ମହାକୋପ ବର୍ଷିଅଛି।
ଦିତୀୟ ବଂଶାବଳୀ 34 : 22 (IRVOR)
{ହୁଲ୍‍ଦାଙ୍କ ଭାବବାଣୀ } ତହିଁରେ ହିଲ୍‍କୀୟ ଓ ରାଜାଜ୍ଞାପ୍ରାପ୍ତ ଲୋକମାନେ ହସ୍ରର ପୌତ୍ର ତୋଖତର ପୁତ୍ର ଶଲ୍ଲୁମ୍‍ ନାମକ ବସ୍ତ୍ରାଗାରରକ୍ଷକର ଭାର୍ଯ୍ୟା ହୁଲ୍‍ଦା ଭବିଷ୍ୟଦ୍‍ବକ୍ତ୍ରୀ ନିକଟକୁ ଗଲେ; ସେ ଯିରୂଶାଲମର ଦ୍ୱିତୀୟ ବିଭାଗରେ ବାସ କରୁଥିଲା, ପୁଣି ସେମାନେ ତାହାକୁ ସେହି ଭାବର କଥା କହିଲେ।
ଦିତୀୟ ବଂଶାବଳୀ 34 : 23 (IRVOR)
ତହିଁରେ ସେ ସେମାନଙ୍କୁ ଉତ୍ତର କଲା, “ସଦାପ୍ରଭୁ” ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯେଉଁ ଲୋକ ତୁମ୍ଭମାନଙ୍କୁ ଆମ୍ଭ କତିକି ପଠାଇଲା, ତାହାକୁ କୁହ,
ଦିତୀୟ ବଂଶାବଳୀ 34 : 24 (IRVOR)
ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ସେମାନେ ଯିହୁଦାର ରାଜା ସାକ୍ଷାତରେ ଯେଉଁ ପୁସ୍ତକ ପାଠ କରିଅଛନ୍ତି, ତହିଁରେ ଲିଖିତ ସକଳ ଅଭିଶାପ ଘଟାଇବା।
ଦିତୀୟ ବଂଶାବଳୀ 34 : 25 (IRVOR)
କାରଣ ସେମାନେ ଆପଣାମାନଙ୍କ ହସ୍ତକୃତ ସକଳ କର୍ମ ଦ୍ୱାରା ଆମ୍ଭକୁ ବିରକ୍ତ କରିବା ପାଇଁ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଅଛନ୍ତି; ଏହେତୁ ଏହି ସ୍ଥାନ ଉପରେ ଆମ୍ଭର କୋପାନଳ ବର୍ଷିଅଛି ଓ ତାହା ନିର୍ବାଣ ନୋହିବ।
ଦିତୀୟ ବଂଶାବଳୀ 34 : 26 (IRVOR)
ମାତ୍ର ସଦାପ୍ରଭୁଙ୍କୁ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇଲା ଯେ ଯିହୁଦାର ରାଜା, ତାହାକୁ ତୁମ୍ଭେମାନେ କହିବ, ତୁମ୍ଭର ଶୁଣିବା ବାକ୍ୟ ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି;
ଦିତୀୟ ବଂଶାବଳୀ 34 : 27 (IRVOR)
ଏହି ସ୍ଥାନ ବିରୁଦ୍ଧରେ ଓ ତନ୍ନିବାସୀମାନଙ୍କ ବିରୁଦ୍ଧରେ ଉକ୍ତ ପରମେଶ୍ୱରଙ୍କ ବାକ୍ୟ ଶୁଣିବାମାତ୍ରେ ତୁମ୍ଭର ଅନ୍ତଃକରଣ କୋମଳ ହେଲା ଓ ତୁମ୍ଭେ ତାହାଙ୍କ ସାକ୍ଷାତରେ ଆପଣାକୁ ନମ୍ର କଲ; ଏଣୁ ତୁମ୍ଭେ ଆମ୍ଭ ସାକ୍ଷାତରେ ଆପଣାକୁ ନମ୍ର କରିବାରୁ ଓ ଆପଣା ବସ୍ତ୍ର ଚିରି ଆମ୍ଭ ସାକ୍ଷାତରେ ରୋଦନ କରିବାରୁ, ସଦାପ୍ରଭୁ କହନ୍ତି, ଆମ୍ଭେ ମଧ୍ୟ ତୁମ୍ଭ କଥା ଶୁଣିଲୁ।
ଦିତୀୟ ବଂଶାବଳୀ 34 : 28 (IRVOR)
ଦେଖ, ଆମ୍ଭେ ତୁମ୍ଭର ପିତୃଲୋକମାନଙ୍କ ନିକଟରେ ତୁମ୍ଭକୁ ସଂଗ୍ରହ କରିବା, ଆଉ ତୁମ୍ଭେ ଶାନ୍ତିରେ ଆପଣା କବରରେ ସଂଗୃହୀତ ହେବ, ପୁଣି ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀମାନଙ୍କ ଉପରେ ଯେଉଁ ଯେଉଁ ଅମଙ୍ଗଳ ଘଟାଇବା, ତାହାସବୁ ତୁମ୍ଭର ଚକ୍ଷୁ ଦେଖିବ ନାହିଁ। ଏଥିଉତ୍ତାରେ ସେମାନେ ପୁନର୍ବାର ରାଜା ନିକଟକୁ ସମାଚାର ଆଣିଲେ।
ଦିତୀୟ ବଂଶାବଳୀ 34 : 29 (IRVOR)
ଏଥିଉତ୍ତାରେ ରାଜା ଲୋକ ପଠାଇ ଯିହୁଦାର ଓ ଯିରୂଶାଲମର ସମସ୍ତ ପ୍ରାଚୀନବର୍ଗଙ୍କୁ ଏକତ୍ର କଲେ।”
ଦିତୀୟ ବଂଶାବଳୀ 34 : 30 (IRVOR)
ପୁଣି, ରାଜା ସଦାପ୍ରଭୁଙ୍କ ଗୃହକୁ ଗମନ କଲେ, ଆଉ ଯିହୁଦାର ସମସ୍ତ ଲୋକ ଓ ଯିରୂଶାଲମ ନିବାସୀମାନେ ଓ ଯାଜକମାନେ ଓ ଲେବୀୟମାନେ ଓ ବଡ଼ ସାନ ସମସ୍ତ ଲୋକ ଗମନ କଲେ; ତହୁଁ ସେ ସଦାପ୍ରଭୁଙ୍କ ଗୃହରେ ପ୍ରାପ୍ତ ନିୟମ-ପୁସ୍ତକର ସମସ୍ତ ବାକ୍ୟ ସେମାନଙ୍କ କର୍ଣ୍ଣଗୋଚରରେ ପାଠ କଲେ।
ଦିତୀୟ ବଂଶାବଳୀ 34 : 31 (IRVOR)
ପୁଣି, ରାଜା ଆପଣା ସ୍ଥାନରେ ଠିଆ ହୋଇ ସଦାପ୍ରଭୁଙ୍କର ଅନୁଗାମୀ ହେବାକୁ ଓ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କର ଆଜ୍ଞା ଓ ସାକ୍ଷ୍ୟ କଥା ଓ ବିଧି ପାଳନ କରି ଏହି ପୁସ୍ତକ-ଲିଖିତ ନିୟମ ବାକ୍ୟ ସଫଳ କରିବାକୁ ସଦାପ୍ରଭୁଙ୍କ ସାକ୍ଷାତରେ ନିୟମ କଲେ।
ଦିତୀୟ ବଂଶାବଳୀ 34 : 32 (IRVOR)
ଆଉ, ଯିରୂଶାଲମର ଓ ବିନ୍ୟାମୀନ୍‍ର ଯେତେ ଲୋକ ବିଦ୍ୟମାନ ଥିଲେ, ସେ ସମସ୍ତଙ୍କୁ ସେହି ନିୟମରେ ସେ ସମ୍ମତ କରାଇଲେ। ତହିଁରେ ଯିରୂଶାଲମ ନିବାସୀମାନେ ପରମେଶ୍ୱରଙ୍କର, ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ନିୟମାନୁସାରେ କର୍ମ କଲେ।
ଦିତୀୟ ବଂଶାବଳୀ 34 : 33 (IRVOR)
ପୁଣି, ଯୋଶୀୟ ଇସ୍ରାଏଲ ସନ୍ତାନଗଣର ଅଧିକୃତ ସମସ୍ତ ଦେଶରୁ ଘୃଣାଯୋଗ୍ୟ ସକଳ ବିଷୟ ଦୂର କଲେ ଓ ଇସ୍ରାଏଲ ମଧ୍ୟରେ ବିଦ୍ୟମାନ ସମସ୍ତ ଲୋକଙ୍କୁ ସେବା, ଅର୍ଥାତ୍‍, ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କର ସେବା କରାଇଲେ। ସେମାନେ ତାଙ୍କର ଜୀବନ ଯାଏ ସଦାପ୍ରଭୁ ସେମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଅନୁଗମନରୁ କ୍ଷାନ୍ତ ନୋହିଲେ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33