ଦିତୀୟ ବଂଶାବଳୀ 26 : 1 (IRVOR)
ଯିହୁଦାର ରାଜା ଉଷୀୟ ଏଥିଉତ୍ତାରେ ଯିହୁଦାର ଲୋକ ସମସ୍ତେ ଷୋଳ ବର୍ଷ ବୟସ୍କ ଉଷୀୟଙ୍କୁ ନେଇ ତାଙ୍କର ପିତା ଅମତ୍ସୀୟଙ୍କର ପଦରେ ତାଙ୍କୁ ରାଜା କଲେ।
ଦିତୀୟ ବଂଶାବଳୀ 26 : 2 (IRVOR)
ରାଜାଙ୍କ ମୃତ୍ୟୁ ପରେ ଉଷୀୟ ଏଲତ୍-ନଗର ଦୃଢ଼ କରି ତାହା ପୁନର୍ବାର ଯିହୁଦାର ଅଧୀନକୁ ଆଣିଲେ।
ଦିତୀୟ ବଂଶାବଳୀ 26 : 3 (IRVOR)
ଉଷୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଷୋଳ ବର୍ଷ ବୟସ୍କ ହୋଇଥିଲେ; ସେ ଯିରୂଶାଲମରେ ବାବନ ବର୍ଷ ରାଜ୍ୟ କଲେ; ତାଙ୍କ ମାତାଙ୍କର ନାମ ଯିଖଲୀୟା, ସେ ଯିରୂଶାଲମ ନିବାସିନୀ ଥିଲେ।
ଦିତୀୟ ବଂଶାବଳୀ 26 : 4 (IRVOR)
ପୁଣି, ସେ ଆପଣା ପିତା ଅମତ୍ସୀୟଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
ଦିତୀୟ ବଂଶାବଳୀ 26 : 5 (IRVOR)
ଆଉ, ପରମେଶ୍ୱରୀୟ ଦର୍ଶନ ସମ୍ବନ୍ଧରେ ବୁଦ୍ଧିମାନ ଜିଖରୀୟର ସମୟରେ ସେ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଆପଣାକୁ ନିବିଷ୍ଟ କଲେ ଓ ସେ ଯେତେ ସମୟ ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ, ସେତେ ସମୟ ପର୍ଯ୍ୟନ୍ତ ପରମେଶ୍ୱର ତାଙ୍କୁ କୃତକାର୍ଯ୍ୟ ହେବାକୁ ଦେଲେ।
ଦିତୀୟ ବଂଶାବଳୀ 26 : 6 (IRVOR)
ପୁଣି, ସେ ଯାଇ ପଲେଷ୍ଟୀୟମାନଙ୍କ ପ୍ରତିକୂଳରେ ଯୁଦ୍ଧ କଲେ; ଆଉ ଗାଥ୍-ନଗରର ପ୍ରାଚୀର ଓ ଯବ୍ନିର ପ୍ରାଚୀର ଓ ଅସ୍ଦୋଦର ପ୍ରାଚୀର ଭାଙ୍ଗି ପକାଇଲେ; ପୁଣି ଅସ୍ଦୋଦ ଦେଶରେ ଓ ପଲେଷ୍ଟୀୟମାନଙ୍କ ମଧ୍ୟରେ ନାନା ନଗର ନିର୍ମାଣ କଲେ
ଦିତୀୟ ବଂଶାବଳୀ 26 : 7 (IRVOR)
ଆହୁରି, ପରମେଶ୍ୱର ପଲେଷ୍ଟୀୟମାନଙ୍କ ପ୍ରତିକୂଳରେ ଓ ଗୁରୁବାଲ୍-ନିବାସୀ ଆରବୀୟମାନଙ୍କ ଓ ମିୟୂନୀୟମାନଙ୍କ ପ୍ରତିକୂଳରେ ତାଙ୍କର ସାହାଯ୍ୟ କଲେ।
ଦିତୀୟ ବଂଶାବଳୀ 26 : 8 (IRVOR)
ପୁଣି, ଅମ୍ମୋନୀୟମାନେ ଉଷୀୟଙ୍କୁ ଦର୍ଶନୀ ଦେଲେ ଓ ତାଙ୍କର ନାମ ମିସରର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ହେଲା; କାରଣ ସେ ବେଳକୁ ବେଳ ବଳିଷ୍ଠ ହେଲେ।
ଦିତୀୟ ବଂଶାବଳୀ 26 : 9 (IRVOR)
ଆହୁରି, ଉଷୀୟ ଯିରୂଶାଲମର କୋଣ-ଦ୍ୱାରରେ ଓ ଉପତ୍ୟକା-ଦ୍ୱାରରେ ଓ ପ୍ରାଚୀର-କୋଣରେ ଦୁର୍ଗ ନିର୍ମାଣ କରି ତାହାସବୁ ଦୃଢ କଲେ।
ଦିତୀୟ ବଂଶାବଳୀ 26 : 10 (IRVOR)
ପୁଣି, ସେ ପ୍ରାନ୍ତରରେ ଦୁର୍ଗମାନ ନିର୍ମାଣ କଲେ, ମଧ୍ୟ ତଳଭୂମିରେ ଓ ସମଭୂମିରେ ତାଙ୍କର ବହୁତ ପଶୁ ଥିବାରୁ ଅନେକ କୂପ ଖୋଳିଲେ; ଆଉ, ପର୍ବତରେ ଓ ଫଳବତ୍ କ୍ଷେତ୍ରରେ ତାଙ୍କର କୃଷକ ଓ ଦ୍ରାକ୍ଷା-କୃଷକଗଣ ଥିଲେ; କାରଣ ସେ କୃଷିପ୍ରିୟ ଥିଲେ।
ଦିତୀୟ ବଂଶାବଳୀ 26 : 11 (IRVOR)
ଆହୁରି, ଉଷୀୟଙ୍କର ଯୁଦ୍ଧକାରୀ ସୈନ୍ୟସାମନ୍ତ ଥିଲେ, ସେମାନେ ରାଜାଙ୍କର ହନାନୀୟ ନାମକ ଏକ ସେନାପତିର ଅଧୀନରେ ଯିୟୀୟେଲ୍ ଲେଖକର ଓ ମାସେୟ ଶାସନକର୍ତ୍ତାର ଗଣିତ ସଂଖ୍ୟାନୁସାରେ ଦଳ ଦଳ ହୋଇ ଯୁଦ୍ଧ କରିବାକୁ ଯାତ୍ରା କଲେ।
ଦିତୀୟ ବଂଶାବଳୀ 26 : 12 (IRVOR)
ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ ଲୋକଙ୍କର ସମୁଦାୟ ସଂଖ୍ୟା ଦୁଇ ହଜାର ଛଅ ଶହ ଥିଲା।
ଦିତୀୟ ବଂଶାବଳୀ 26 : 13 (IRVOR)
ପୁଣି, ସେମାନଙ୍କ ହସ୍ତାଧୀନରେ ତିନି ଲକ୍ଷ ସାତ ହଜାର ପାଞ୍ଚ ଶହ ଶିକ୍ଷିତ ସୈନ୍ୟ ଥିଲେ, ଏମାନେ ଶତ୍ରୁ ବିରୁଦ୍ଧରେ ରାଜାଙ୍କର ସାହାଯ୍ୟ ନିମନ୍ତେ ଅତି ପରାକ୍ରମରେ ଯୁଦ୍ଧ କଲେ।
ଦିତୀୟ ବଂଶାବଳୀ 26 : 14 (IRVOR)
ପୁଣି, ଉଷୀୟ ସେହି ସମସ୍ତ ସୈନ୍ୟଦଳ ନିମନ୍ତେ ଢାଲ, ବର୍ଚ୍ଛା, ଟୋପର, ସାଞ୍ଜୁଆ, ଧନୁ ଓ ଛାଟିଣୀ ପଥର ପ୍ରସ୍ତୁତ କଲେ।
ଦିତୀୟ ବଂଶାବଳୀ 26 : 15 (IRVOR)
ଆଉ, ସେ ଯିରୂଶାଲମରେ ଶିଳ୍ପକାରମାନଙ୍କ କଳ୍ପିତ ଯନ୍ତ୍ର ପ୍ରସ୍ତୁତ କରି ତଦ୍ଦ୍ୱାରା ତୀର ଓ ବଡ଼ ବଡ଼ ପଥର ନିକ୍ଷେପ କରିବା ନିମନ୍ତେ ତାହାସବୁ ଦୁର୍ଗ ସବୁରେ ଓ ପ୍ରାଚୀର-ଚୂଡ଼ାରେ ରଖିଲେ ପୁଣି, ତାଙ୍କର ନାମ ବହୁ ଦୂର ବ୍ୟାପ୍ତ ହେଲା; କାରଣ ସେ ବଳିଷ୍ଠ ହେବା ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟ ରୂପେ ସାହାଯ୍ୟ ପ୍ରାପ୍ତ ହେଲେ।
ଦିତୀୟ ବଂଶାବଳୀ 26 : 16 (IRVOR)
ଉଷୀୟଙ୍କ ଅହଂକାର ଏବଂ ଦଣ୍ଡ ମାତ୍ର ସେ ବଳବାନ ହୁଅନ୍ତେ, ତାଙ୍କର ଅନ୍ତଃକରଣ ଉଦ୍ଧତ ହେଲା, ତହୁଁ ସେ ଦୁରାଚରଣ କରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କଲେ; କାରଣ ସେ ଧୂପବେଦିରେ ଧୂପ ଜ୍ୱଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।
ଦିତୀୟ ବଂଶାବଳୀ 26 : 17 (IRVOR)
ତହିଁରେ ଅସରୀୟ ଯାଜକ ଓ ତାହା ସଙ୍ଗେ ସଦାପ୍ରଭୁଙ୍କର ଅଶୀ ଜଣ ପରାକ୍ରାନ୍ତ ଯାଜକ ତାଙ୍କର ପଛେ ପଛେ ଗଲେ;
ଦିତୀୟ ବଂଶାବଳୀ 26 : 18 (IRVOR)
ପୁଣି, ସେମାନେ ଉଷୀୟ ରାଜାଙ୍କୁ ନିବାରଣ କରି ତାଙ୍କୁ କହିଲେ, ହେ ଉଷୀୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ପାଇଁ ଆପଣଙ୍କର ଅଧିକାର ନାହିଁ, ମାତ୍ର ହାରୋଣଙ୍କର ସନ୍ତାନ ଯେଉଁ ଯାଜକମାନେ ଧୂପ ଜ୍ୱଳାଇବା ପାଇଁ ପବିତ୍ରୀକୃତ ହୋଇଅଛନ୍ତି, ସେମାନଙ୍କର ଅଧିକାର ଅଟେ; ପବିତ୍ର ସ୍ଥାନରୁ ବାହାରି ଯାଉନ୍ତୁ; ଆପଣ ସତ୍ୟ-ଲଙ୍ଘନ କରିଅଛନ୍ତି; ଏହା ସଦାପ୍ରଭୁ ପରମେଶ୍ୱରଙ୍କଠାରୁ ଆପଣଙ୍କ ଗୌରବାର୍ଥେ ହେବ ନାହିଁ।
ଦିତୀୟ ବଂଶାବଳୀ 26 : 19 (IRVOR)
ସେତେବେଳେ ଉଷୀୟ କୋପାନ୍ୱିତ ହେଲେ; ପୁଣି ଧୂପ ଜ୍ୱଳାଇବା ନିମନ୍ତେ ତାଙ୍କର ହସ୍ତରେ ଧୂପାଚି ଥିଲା; ପୁଣି ସେ ଯାଜକମାନଙ୍କ ପ୍ରତି କୋପାନ୍ୱିତ ଥାଉ ଥାଉ ସଦାପ୍ରଭୁଙ୍କ ଗୃହରେ ଯାଜକମାନଙ୍କ ସାକ୍ଷାତରେ ଧୂପବେଦି ନିକଟରେ ତାଙ୍କର କପାଳରେ କୁଷ୍ଠ ପ୍ରକାଶ ପାଇଲା।
ଦିତୀୟ ବଂଶାବଳୀ 26 : 20 (IRVOR)
ତହିଁରେ ପ୍ରଧାନ ଯାଜକ ଅସରୀୟ ଓ ଅନ୍ୟ ସକଳ ଯାଜକ ତାଙ୍କୁ ଅନାନ୍ତେ, ଦେଖ, ତାଙ୍କର କପାଳରେ କୁଷ୍ଠ ହୋଇଅଛି, ତହୁଁ ସେମାନେ ଶୀଘ୍ର ତାଙ୍କୁ ସେଠାରୁ ତଡ଼ି ଦେଲେ; ମଧ୍ୟ ସେ ଆପେ ବାହାରି ଯିବା ପାଇଁ ଚଞ୍ଚଳ ହେଲେ, କାରଣ ସଦାପ୍ରଭୁ ତାଙ୍କୁ ଆଘାତ କରିଥିଲେ।
ଦିତୀୟ ବଂଶାବଳୀ 26 : 21 (IRVOR)
ତହିଁରେ ଉଷୀୟ ରାଜା ଆପଣା ମରଣ ଦିନ ପର୍ଯ୍ୟନ୍ତ କୁଷ୍ଠୀ ହୋଇ ପୃଥକ୍ ଗୃହରେ ବାସ କଲେ; କାରଣ ସେ ସଦାପ୍ରଭୁଙ୍କ ଗୃହରୁ ଉଚ୍ଛିନ୍ନ ହେଲେ; ତହୁଁ ତାଙ୍କର ପୁତ୍ର ଯୋଥମ୍ ରାଜଗୃହର କର୍ତ୍ତା ହୋଇ ଦେଶସ୍ଥ ଲୋକମାନଙ୍କର ବିଚାର କଲେ।
ଦିତୀୟ ବଂଶାବଳୀ 26 : 22 (IRVOR)
ଏହି ଉଷୀୟଙ୍କର ଆଦ୍ୟନ୍ତ ଅବଶିଷ୍ଟ ବୃତ୍ତାନ୍ତ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍ବକ୍ତା ଲେଖିଲେ।
ଦିତୀୟ ବଂଶାବଳୀ 26 : 23 (IRVOR)
ଏହିରୂପେ ଉଷୀୟ ମୃତ୍ୟୁବରଣ କଲେ; ତହିଁରେ ଲୋକମାନେ ତାଙ୍କର ପିତୃଗଣ ସହିତ ରାଜାମାନଙ୍କ କବର କ୍ଷେତ୍ରରେ ତାଙ୍କୁ କବର ଦେଲେ; କାରଣ ସେମାନେ କହିଲେ, ସେ କୁଷ୍ଠୀ; ତହୁଁ ତାଙ୍କର ପୁତ୍ର ଯୋଥମ୍ ତାଙ୍କର ପଦରେ ରାଜ୍ୟ କଲେ।
❮
❯
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23