ପ୍ରଥମ ଶାମୁୟେଲ 4 : 1 (IRVOR)
ନିୟମ-ସିନ୍ଦୁକ ପଲେଷ୍ଟୀୟଙ୍କ ହସ୍ତଗତ ଆଉ ଶାମୁୟେଲଙ୍କ କଥା ସମସ୍ତ ଇସ୍ରାଏଲ ମଧ୍ୟରେ ପ୍ରଚଳିତ ହେଲା। ଏଥିଉତ୍ତାରେ ଇସ୍ରାଏଲ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ଏବନ୍-ଏଜର ନିକଟରେ ଛାଉଣି ସ୍ଥାପନ କଲେ ଓ ପଲେଷ୍ଟୀୟମାନେ ଅଫେକରେ ଛାଉଣି ସ୍ଥାପନ କଲେ।
ପ୍ରଥମ ଶାମୁୟେଲ 4 : 2 (IRVOR)
ତହୁଁ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଆପଣାମାନଙ୍କୁ ସଜାଇଲେ; ପୁଣି, ସେମାନେ ଯୁଦ୍ଧରେ ଲାଗନ୍ତେ, ଇସ୍ରାଏଲ ପଲେଷ୍ଟୀୟମାନଙ୍କ ସମ୍ମୁଖରେ ପରାଜିତ ହେଲେ ଓ ସେମାନେ ସେହି ଯୁଦ୍ଧକ୍ଷେତ୍ରସ୍ଥ ସୈନ୍ୟ ମଧ୍ୟରୁ ଊଣାଧିକ ଚାରି ସହସ୍ର ଲୋକ ବଧ କଲେ।
ପ୍ରଥମ ଶାମୁୟେଲ 4 : 3 (IRVOR)
ତହୁଁ ଲୋକମାନେ ଛାଉଣିକୁ ଆସନ୍ତେ, ଇସ୍ରାଏଲର ପ୍ରାଚୀନବର୍ଗ କହିଲେ, ସଦାପ୍ରଭୁ ଆଜି ପଲେଷ୍ଟୀୟମାନଙ୍କ ସମ୍ମୁଖରେ ଆମ୍ଭମାନଙ୍କୁ କାହିଁକି ପରାସ୍ତ କଲେ ? ଆସ, ଯେପରି ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ଆମ୍ଭମାନଙ୍କ ମଧ୍ୟକୁ ଆସି ତାହା* ତାହା କିମ୍ବା ସଦାପ୍ରଭୁ ଆମ୍ଭମାନଙ୍କ ଶତ୍ରୁଗଣ ହସ୍ତରୁ ଆମ୍ଭମାନଙ୍କୁ ରକ୍ଷା କରିବ, ଏଥିପାଇଁ ଆମ୍ଭେମାନେ ଶୀଲୋରୁ ତାହା ଆପଣାମାନଙ୍କ ନିକଟକୁ ଆଣୁ।
ପ୍ରଥମ ଶାମୁୟେଲ 4 : 4 (IRVOR)
ତହିଁରେ ସେମାନେ ଶୀଲୋକୁ ଲୋକ ପଠାଇ କିରୂବମାନଙ୍କ ମଧ୍ୟରେ ଅବସ୍ଥିତ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ସେଠାରୁ ଆଣିଲେ; ସେତେବେଳେ ଏଲିଙ୍କର ଦୁଇ ପୁତ୍ର ହଫ୍ନି ଓ ପୀନହସ୍ ସେ ସ୍ଥାନରେ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ସଙ୍ଗେ ଥିଲେ।
ପ୍ରଥମ ଶାମୁୟେଲ 4 : 5 (IRVOR)
ପୁଣି, ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ଛାଉଣିକୁ ଆସନ୍ତେ, ସମଗ୍ର ଇସ୍ରାଏଲ ଏପରି ମହା ଜୟଧ୍ୱନିରେ ଜୟଧ୍ୱନି କଲେ ଯେ, ପୃଥିବୀ କମ୍ପିଲା।
ପ୍ରଥମ ଶାମୁୟେଲ 4 : 6 (IRVOR)
ତହୁଁ ପଲେଷ୍ଟୀୟମାନେ ସେହି ଜୟଧ୍ୱନି ଶୁଣି କହିଲେ, ଏବ୍ରୀୟମାନଙ୍କ ଛାଉଣିରେ ଏହି ମହାଜୟଧ୍ୱନି ଶବ୍ଦର ଅଭିପ୍ରାୟ କଅଣ ? ଆଉ ସେମାନେ ଜାଣିଲେ ଯେ, ସଦାପ୍ରଭୁଙ୍କ ସିନ୍ଦୁକ ଛାଉଣିକୁ ଆସିଅଛି।
ପ୍ରଥମ ଶାମୁୟେଲ 4 : 7 (IRVOR)
ତହିଁରେ ପଲେଷ୍ଟୀୟମାନେ ଭୀତ ହୋଇ କହିଲେ, ପରମେଶ୍ୱର ଛାଉଣିକୁ ଆସିଅଛନ୍ତି। ଆହୁରି ସେମାନେ କହିଲେ, ହାୟ ହାୟ ! ପୂର୍ବରେ ଏପରି କେବେ ହୋଇ ନାହିଁ।
ପ୍ରଥମ ଶାମୁୟେଲ 4 : 8 (IRVOR)
ହାୟ ହାୟ ! ଏହି ବଳବାନ ଦେବଗଣ ହସ୍ତରୁ ଆମ୍ଭମାନଙ୍କୁ କିଏ ଉଦ୍ଧାର କରିବ ? ଏହି ଦେବଗଣ ପ୍ରାନ୍ତରରେ ସର୍ବ ପ୍ରକାର ଆଘାତ ଦ୍ୱାରା ମିସ୍ରୀୟମାନଙ୍କୁ ଆଘାତ କରିଥିଲେ।
ପ୍ରଥମ ଶାମୁୟେଲ 4 : 9 (IRVOR)
ହେ ପଲେଷ୍ଟୀୟମାନେ, ତୁମ୍ଭେମାନେ ବଳବାନ ହୁଅ ଓ ପୁରୁଷତ୍ୱ ପ୍ରକାଶ କର, ତହିଁରେ ଏବ୍ରୀୟମାନେ ଯେପରି ତୁମ୍ଭମାନଙ୍କର ଦାସ ହୋଇଅଛନ୍ତି, ସେପରି ତୁମ୍ଭେମାନେ ସେମାନଙ୍କର ଦାସ ହେବ ନାହିଁ; ତୁମ୍ଭେମାନେ ପୁରୁଷତ୍ୱ ପ୍ରକାଶ କର ଓ ଯୁଦ୍ଧ କର।
ପ୍ରଥମ ଶାମୁୟେଲ 4 : 10 (IRVOR)
ତହିଁରେ ପଲେଷ୍ଟୀୟମାନେ ଯୁଦ୍ଧ କଲେ ଓ ଇସ୍ରାଏଲ ପରାସ୍ତ ହୋଇ ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ପଳାଇଲେ; ସେତେବେଳେ ଅତି ମହାସଂହାର ହେଲା; କାରଣ ଇସ୍ରାଏଲ ମଧ୍ୟରୁ ତିରିଶ ହଜାର ପଦାତିକ ମାରା ପଡ଼ିଲେ।
ପ୍ରଥମ ଶାମୁୟେଲ 4 : 11 (IRVOR)
ପୁଣି, ପରମେଶ୍ୱରଙ୍କ ସିନ୍ଦୁକ ଧରାପଡ଼ିଲା; ଆଉ ଏଲିଙ୍କର ଦୁଇ ପୁତ୍ର ହଫ୍ନି ଓ ପୀନହସ୍ ହତ ହେଲେ।
ପ୍ରଥମ ଶାମୁୟେଲ 4 : 12 (IRVOR)
ଏଲିଙ୍କ ମୃତ୍ୟୁୁ ପୁଣି, ସୈନ୍ୟ ମଧ୍ୟରୁ ବିନ୍ୟାମୀନୀୟ ଜଣେ ଲୋକ ଦୌଡ଼ିଲା, ପୁଣି, ସେ ଆପଣା ବସ୍ତ୍ର ଚିରି ମସ୍ତକରେ ମାଟି ଦେଇ ସେହି ଦିନ ଶୀଲୋରେ ଉପସ୍ଥିତ ହେଲା।
ପ୍ରଥମ ଶାମୁୟେଲ 4 : 13 (IRVOR)
ପୁଣି, ସେ ଉପସ୍ଥିତ ହେବା ସମୟରେ, ଦେଖ, ଏଲି ବାଟ ପାଖରେ ଅପେକ୍ଷା କରି ଆପଣା ଆସନରେ ବସି ରହିଅଛନ୍ତି; କାରଣ ପରମେଶ୍ୱରଙ୍କ ସିନ୍ଦୁକ ନିମନ୍ତେ ତାଙ୍କର ଅନ୍ତଃକରଣ କମ୍ପିତ ହେଉଥିଲା। ଏଥିରେ ସେହି ଲୋକ ନଗରକୁ ଆସି ସମ୍ବାଦ ଦିଅନ୍ତେ, ନଗରଯାକ କାନ୍ଦି ଉଠିଲେ।
ପ୍ରଥମ ଶାମୁୟେଲ 4 : 14 (IRVOR)
ପୁଣି, ଏଲି ସେହି କ୍ରନ୍ଦନ ଶବ୍ଦ ଶୁଣି କହିଲେ, ଏହି କୋଳାହଳ ଶବ୍ଦର ଅଭିପ୍ରାୟ କଅଣ ? ତହୁଁ ସେହି ଲୋକ ଶୀଘ୍ର ଆସି ଏଲିଙ୍କୁ ସମ୍ବାଦ ଦେଲା।
ପ୍ରଥମ ଶାମୁୟେଲ 4 : 15 (IRVOR)
ସେସମୟରେ ଏଲି ଅଠାନବେ ବର୍ଷ ବୟସ୍କ ଥିଲେ ଓ ତାଙ୍କର ଚକ୍ଷୁ ସ୍ତବ୍ଧ ହେବାରୁ ସେ ଦେଖି ପାରିଲେ ନାହିଁ।
ପ୍ରଥମ ଶାମୁୟେଲ 4 : 16 (IRVOR)
ପୁଣି, ସେହି ମନୁଷ୍ୟ ଏଲିଙ୍କୁ କହିଲା, ଆମ୍ଭେ ସୈନ୍ୟ ମଧ୍ୟରୁ ଆଗତ ଲୋକ ଓ ଆମ୍ଭେ ଆଜି ସୈନ୍ୟ ମଧ୍ୟରୁ ପଳାଇ ଆସିଲୁ। ତହିଁରେ ସେ କହିଲେ, ହେ ପୁତ୍ର, କି କଥା ହେଲା ?
ପ୍ରଥମ ଶାମୁୟେଲ 4 : 17 (IRVOR)
ତହୁଁ ସମାଚାର ଆଣିବା ଲୋକ ଉତ୍ତର କରି କହିଲା, ଇସ୍ରାଏଲ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଇଲେ ଓ ଲୋକମାନଙ୍କ ମଧ୍ୟରେ ମହାସଂହାର ହେଲା; ମଧ୍ୟ ତୁମ୍ଭର ଦୁଇ ପୁତ୍ର ହଫ୍ନି ଓ ପୀନହସ୍ ମଲେ, ପୁଣି, ପରମେଶ୍ୱରଙ୍କ ସିନ୍ଦୁକ ଧରାଗଲା।
ପ୍ରଥମ ଶାମୁୟେଲ 4 : 18 (IRVOR)
ଆଉ ସେ ପରମେଶ୍ୱରଙ୍କ ସିନ୍ଦୁକ ବିଷୟ କହିବା କ୍ଷଣେ ଏପରି ଘଟିଲା ଯେ, ଏଲି ଦ୍ୱାର ପାଖରେ ଆପଣା ଆସନରୁ ପଛଆଡ଼େ ପଡ଼ିଗଲେ, ତହୁଁ ତାଙ୍କର ବେକ ଭାଙ୍ଗିଯାଇ ସେ ମଲେ; କାରଣ ସେ ବୃଦ୍ଧ ଲୋକ ଓ ଭାରୀ ଥିଲେ। ସେ ଚାଳିଶ ବର୍ଷ ଇସ୍ରାଏଲର ବିଚାର କଲେ।
ପ୍ରଥମ ଶାମୁୟେଲ 4 : 19 (IRVOR)
ସେସମୟରେ ତାଙ୍କର ପୁତ୍ରବଧୂ ପୀନହସ୍ର ଭାର୍ଯ୍ୟା ଗର୍ଭବତୀ, ପ୍ରସବ କାଳ ନିକଟ ଥିଲା; ଏଣୁ ପରମେଶ୍ୱରଙ୍କ ସିନ୍ଦୁକ ଧରାଗଲା, ଆଉ ତାହାର ଶ୍ୱଶୁର ଓ ସ୍ୱାମୀ ମଲେ; ଏହି ସମ୍ବାଦ ଶୁଣିବା ମାତ୍ରେ ସେ ଆଣ୍ଠୋଇ ପଡ଼ି ପ୍ରସବ କଲା; କାରଣ ସେହିକ୍ଷଣି ତାହାର ବେଦନା ଉପସ୍ଥିତ ହେଲା।
ପ୍ରଥମ ଶାମୁୟେଲ 4 : 20 (IRVOR)
ତହୁଁ ପ୍ରାୟ ତାହାର ମରଣ ସମୟରେ ତାହା ନିକଟରେ ଠିଆ ହୋଇଥିବା ସ୍ତ୍ରୀମାନେ ତାହାକୁ କହିଲେ, ଭୟ କର ନାହିଁ, ତୁମ୍ଭେ ତ ପୁତ୍ର ପ୍ରସବ କରିଅଛ। ମାତ୍ର ସେ କିଛି ଉତ୍ତର ଦେଲା ନାହିଁ, କିଅବା ତହିଁରେ ମନ ଦେଲା ନାହିଁ।
ପ୍ରଥମ ଶାମୁୟେଲ 4 : 21 (IRVOR)
ଆଉ ପରମେଶ୍ୱରଙ୍କ ସିନ୍ଦୁକ ଧରାଯିବାରୁ ଓ ତାହାର ଶ୍ୱଶୁର ଆଉ ସ୍ୱାମୀ ହେତୁରୁ ଇସ୍ରାଏଲ ମଧ୍ୟରୁ ଗୌରବ ଚାଲିଗଲା, ଏହା କହି ସେ ବାଳକର ନାମ ଐକାବୋଦ (ହୀନ ଗୌରବ) ରଖିଲା।
ପ୍ରଥମ ଶାମୁୟେଲ 4 : 22 (IRVOR)
ଆଉ ସେ କହିଲା, ଇସ୍ରାଏଲ ମଧ୍ୟରୁ ଗୌରବ ଚାଲିଗଲା, କାରଣ ପରମେଶ୍ୱରଙ୍କ ସିନ୍ଦୁକ ଧରାଗଲା।
❮
❯
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22