ପ୍ରଥମ ଶାମୁୟେଲ 28 : 1 (IRVOR)
ସେହି ସମୟରେ ଇସ୍ରାଏଲ ସହିତ ଯୁଦ୍ଧ କରିବା ନିମନ୍ତେ ପଲେଷ୍ଟୀୟମାନେ ସଂଗ୍ରାମ ପାଇଁ ଆପଣାମାନଙ୍କ ସୈନ୍ୟସାମନ୍ତ ସଂଗ୍ରହ କଲେ। ଏଣୁ ଆଖୀଶ୍‍ ଦାଉଦଙ୍କୁ କହିଲା, ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ସୈନ୍ୟସାମନ୍ତଭୁକ୍ତ ହୋଇ ମୋ’ ସଙ୍ଗେ ଯିବାକୁ ହେବ, ଏହା ତୁମ୍ଭେ ନିଶ୍ଚୟ ଜାଣ।
ପ୍ରଥମ ଶାମୁୟେଲ 28 : 2 (IRVOR)
ତହିଁରେ ଦାଉଦ ଆଖୀଶ୍‍କୁ କହିଲେ, ତାହାହେଲେ ଆପଣଙ୍କ ଦାସ କଅଣ କରିବ, ତାହା ଆପଣ ଜାଣିବେ। ତେଣୁ ଆଖୀଶ୍‍ ଦାଉଦଙ୍କୁ କହିଲା, ସେଥିପାଇଁ ମୁଁ ତୁମ୍ଭକୁ ଯାବଜ୍ଜୀବନ ଆପଣା ମସ୍ତକ-ରକ୍ଷକ କରିବି।
ପ୍ରଥମ ଶାମୁୟେଲ 28 : 3 (IRVOR)
ଭୂତୁଡ଼ିଆ ସହ ଶାଉଲଙ୍କ ପରାମର୍ଶ ଏହି ସମୟକୁ ଶାମୁୟେଲ ମରିଯାଇଥିଲେ ଓ ସମୁଦାୟ ଇସ୍ରାଏଲ ତାଙ୍କ ପାଇଁ ଶୋକ କରି ତାଙ୍କର ନିଜ ନଗର ରାମାରେ ତାଙ୍କୁ କବର ଦେଇଥିଲେ। ପୁଣି, ଶାଉଲ ଭୂତୁଡ଼ିଆ ଓ ଗୁଣିଆ ଲୋକମାନଙ୍କୁ ଦେଶରୁ ଦୂର କରି ଦେଇଥିଲେ।
ପ୍ରଥମ ଶାମୁୟେଲ 28 : 4 (IRVOR)
ଏଥିରେ ପଲେଷ୍ଟୀୟମାନେ ଏକତ୍ର ହୋଇ ଆସି ଶୂନେମରେ ଛାଉଣି ସ୍ଥାପନ କଲେ; ପୁଣି, ଶାଉଲ ସମସ୍ତ ଇସ୍ରାଏଲକୁ ଏକତ୍ର କରନ୍ତେ, ସେମାନେ ଗିଲ୍‍ବୋୟରେ ଛାଉଣି ସ୍ଥାପନ କଲେ।
ପ୍ରଥମ ଶାମୁୟେଲ 28 : 5 (IRVOR)
ମାତ୍ର ଶାଉଲ ପଲେଷ୍ଟୀୟମାନଙ୍କ ସୈନ୍ୟସାମନ୍ତ ଦେଖି ଭୀତ ହେଲେ ଓ ତାଙ୍କର ହୃଦୟ ଅତ୍ୟନ୍ତ କମ୍ପିତ ହେଲା।
ପ୍ରଥମ ଶାମୁୟେଲ 28 : 6 (IRVOR)
ତହୁଁ ଶାଉଲ ସଦାପ୍ରଭୁଙ୍କ ନିକଟରେ ପଚାରନ୍ତେ, ସଦାପ୍ରଭୁ ତାଙ୍କୁ ଉତ୍ତର ଦେଲେ ନାହିଁ; ନା ସ୍ୱପ୍ନ ଦ୍ୱାରା, ନା ଊରୀମ୍‍ ଦ୍ୱାରା, ନା ଭବିଷ୍ୟଦ୍‍ବକ୍ତାମାନଙ୍କ ଦ୍ୱାରା।
ପ୍ରଥମ ଶାମୁୟେଲ 28 : 7 (IRVOR)
ତେବେ ଶାଉଲ ଆପଣା ଦାସମାନଙ୍କୁ କହିଲେ, ମୋ’ ପାଇଁ ଗୋଟିଏ ଭୂତୁଡ଼ିଆ ସ୍ତ୍ରୀ ଖୋଜ, ମୁଁ ତାହା କତିକି ଯାଇ ତାହାଠାରୁ ବୁଝିବି। ଏଥିରେ ତାଙ୍କର ଦାସମାନେ ତାଙ୍କୁ କହିଲେ, ଦେଖନ୍ତୁ, ଐନ୍‍-ଦୋରରେ ଏକ ଭୂତୁଡ଼ିଆ ସ୍ତ୍ରୀ ଅଛି।
ପ୍ରଥମ ଶାମୁୟେଲ 28 : 8 (IRVOR)
ତହୁଁ ଶାଉଲ ଅନ୍ୟ ବସ୍ତ୍ର ପିନ୍ଧି ଛଦ୍ମବେଶ ଧରି ଦୁଇ ଜଣ ପୁରୁଷଙ୍କୁ ସଙ୍ଗେ ନେଇ ଗଲେ ଓ ସେମାନେ ରାତ୍ରି ବେଳେ ସେହି ସ୍ତ୍ରୀ ନିକଟରେ ଉପସ୍ଥିତ ହେଲେ; ତହୁଁ ଶାଉଲ କହିଲେ, ତୁମ୍ଭେ ଭୂତ ଦ୍ୱାରା ମୋ’ ପାଇଁ ଟିକିଏ ମନ୍ତ୍ର ପଢ଼, ମୁଁ ତୁମ୍ଭକୁ ଯାହାଙ୍କର ନାମ କହିବି, ତାଙ୍କୁ ମୋ’ କତିକି ଉଠାଇ ଆଣ।
ପ୍ରଥମ ଶାମୁୟେଲ 28 : 9 (IRVOR)
ଏଥିରେ ସେ ସ୍ତ୍ରୀ କହିଲା, ଦେଖ, ଶାଉଲ ଯାହା କରିଅଛି, କିପରି ସେ ଭୂତୁଡ଼ିଆ ଓ ଗୁଣିଆମାନଙ୍କୁ ଦେଶରୁ ଉଚ୍ଛିନ୍ନ କରିଅଛି, ତାହା ତୁମ୍ଭେ ଜାଣ; ଏଣୁ ମୋହର ମୃତ୍ୟୁୁ ଘଟାଇବା ପାଇଁ କାହିଁକି ମୋହର ପ୍ରାଣ ବିରୁଦ୍ଧରେ ଫାନ୍ଦ ପାତୁଅଛ ?
ପ୍ରଥମ ଶାମୁୟେଲ 28 : 10 (IRVOR)
ଏଥିରେ ଶାଉଲ ସଦାପ୍ରଭୁଙ୍କ ନାମରେ ଶପଥ କରି ତାହାକୁ କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କଥା ସକାଶୁ ତୁମ୍ଭ ପ୍ରତି କୌଣସି ଦଣ୍ଡ ବର୍ତ୍ତିବ ନାହିଁ।
ପ୍ରଥମ ଶାମୁୟେଲ 28 : 11 (IRVOR)
ସେତେବେଳେ ସେହି ସ୍ତ୍ରୀ କହିଲା, ମୁଁ କାହାକୁ ତୁମ୍ଭ କତିକି ଉଠାଇ ଆଣିବି ? ସେ କହିଲେ, ମୋ’ କତିକି ଶାମୁୟେଲଙ୍କୁ ଉଠାଇ ଆଣ।
ପ୍ରଥମ ଶାମୁୟେଲ 28 : 12 (IRVOR)
ଏଥିରେ ସେ ସ୍ତ୍ରୀ ଶାମୁୟେଲଙ୍କୁ ଦେଖି ଉଚ୍ଚୈଃସ୍ୱରରେ କ୍ରନ୍ଦନ କଲା, ଆଉ ସେ ଶାଉଲଙ୍କୁ କହିଲା, ଆପଣ କାହିଁକି ମୋତେ ପ୍ରତାରଣା କଲେ ? କାରଣ ଆପଣ ଶାଉଲ।
ପ୍ରଥମ ଶାମୁୟେଲ 28 : 13 (IRVOR)
ତହୁଁ ରାଜା ତାହାକୁ କହିଲେ, ଭୟ ନ କର; ତୁମ୍ଭେ କଅଣ ଦେଖୁଅଛ ? ତହିଁରେ ସେ ସ୍ତ୍ରୀ ଶାଉଲଙ୍କୁ କହିଲା, ମୁଁ ଦେବଗଣ (ତୁଲ୍ୟ ଏକ ବ୍ୟକ୍ତି) ଭୂମିରୁ ଉଠି ଆସିବାର ଦେଖୁଅଛି।
ପ୍ରଥମ ଶାମୁୟେଲ 28 : 14 (IRVOR)
ଏଥିରେ ଶାଉଲ ତାହାକୁ ପଚାରିଲେ, ତାହାର ରୂପ କି ପ୍ରକାର ? ସେ କହିଲା, ଜଣେ ବୃଦ୍ଧ ଲୋକ ଉଠି ଆସୁଅଛି; ସେ ଚୋଗାରେ ଆଚ୍ଛନ୍ନ ! ତହୁଁ ଶାଉଲ ଜାଣିଲେ ଯେ, ସେ ଶାମୁୟେଲ, ଏଣୁ ସେ ଭୂମିଷ୍ଠ ପ୍ରଣାମ କଲେ।
ପ୍ରଥମ ଶାମୁୟେଲ 28 : 15 (IRVOR)
ତହିଁରେ ଶାମୁୟେଲ ଶାଉଲଙ୍କୁ କହିଲେ, ତୁମ୍ଭେ ମୋତେ ଉଠାଇ ଆଣି କାହିଁକି ବ୍ୟସ୍ତ କଲ ? ତହୁଁ ଶାଉଲ ଉତ୍ତର ଦେଲେ, ମୁଁ ଅତ୍ୟନ୍ତ ବିପଦଗ୍ରସ୍ତ ହୋଇଅଛି; କାରଣ ପଲେଷ୍ଟୀୟମାନେ ମୋ’ ସଙ୍ଗେ ଯୁଦ୍ଧ କରୁଅଛନ୍ତି ଓ ପରମେଶ୍ୱର ମୋତେ ତ୍ୟାଗ କରିଅଛନ୍ତି, ପୁଣି, ମୋତେ ଆଉ ଉତ୍ତର ଦେଉ ନାହାନ୍ତି, ନା ଭବିଷ୍ୟଦ୍‍ବକ୍ତାମାନଙ୍କ ହାତରେ, ନା ସ୍ୱପ୍ନରେ (ଉତ୍ତର ଦେଉ ନାହାନ୍ତି); ଏଥିପାଇଁ ମୁଁ କଅଣ କରିବି, ଏହା ମୋତେ ଜଣାଇବା ପାଇଁ ମୁଁ ତୁମ୍ଭକୁ ଡକାଇଲି।
ପ୍ରଥମ ଶାମୁୟେଲ 28 : 16 (IRVOR)
ଏଥିରେ ଶାମୁୟେଲ କହିଲେ, ସଦାପ୍ରଭୁ ତ ତୁମ୍ଭକୁ ତ୍ୟାଗ କରିଅଛନ୍ତି ଓ ତୁମ୍ଭର ବିପକ୍ଷ ହୋଇଅଛନ୍ତି, ତେବେ ତୁମ୍ଭେ ମୋତେ କାହିଁକି ପଚାରୁଅଛ ?
ପ୍ରଥମ ଶାମୁୟେଲ 28 : 17 (IRVOR)
ସଦାପ୍ରଭୁ ମୋ’ ଦ୍ୱାରା ଯେପରି କହିଥିଲେ, ସେ ଆପଣା ପାଇଁ ସେପରି କରିଅଛନ୍ତି; ପୁଣି, ସଦାପ୍ରଭୁ ତୁମ୍ଭ ହସ୍ତରୁ ରାଜତ୍ୱ ଟାଣି ଚିରିଅଛନ୍ତି ଓ ତୁମ୍ଭ ପ୍ରତିବାସୀ ଦାଉଦଙ୍କୁ ତାହା ଦେଇଅଛନ୍ତି।
ପ୍ରଥମ ଶାମୁୟେଲ 28 : 18 (IRVOR)
ଯେହେତୁ ତୁମ୍ଭେ ସଦାପ୍ରଭୁଙ୍କ ରବ ଶୁଣିଲ ନାହିଁ ଓ ଅମାଲେକ ପ୍ରତି ତାହାଙ୍କ ପ୍ରଚଣ୍ଡ କୋପ ସଫଳ କଲ ନାହିଁ, ଏହେତୁ ଆଜି ସଦାପ୍ରଭୁ ତୁମ୍ଭ ପ୍ରତି ଏହି କର୍ମ କରିଅଛନ୍ତି।
ପ୍ରଥମ ଶାମୁୟେଲ 28 : 19 (IRVOR)
ଆହୁରି ସଦାପ୍ରଭୁ ତୁମ୍ଭ ସହିତ ଇସ୍ରାଏଲକୁ ମଧ୍ୟ ପଲେଷ୍ଟୀୟମାନଙ୍କ ହସ୍ତରେ ସମର୍ପଣ କରିବେ; ଏଣୁ କାଲି ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଆମ୍ଭ ସଙ୍ଗୀ ହେବ;* ଅର୍ଥାତ୍ ତୁମ୍ଭର ଓ ତୁମ୍ଭ ପୁତ୍ରମାନଙ୍କର ମୃତ୍ୟୁ ହେବ ମଧ୍ୟ ସଦାପ୍ରଭୁ ଇସ୍ରାଏଲର ସୈନ୍ୟସାମନ୍ତଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରେ ସମର୍ପଣ କରିବେ।
ପ୍ରଥମ ଶାମୁୟେଲ 28 : 20 (IRVOR)
ତହିଁରେ ଶାଉଲ ସେହିକ୍ଷଣି ଭୂମିରେ ଲମ୍ବ ହୋଇ ପଡ଼ିଗଲେ ଓ ଶାମୁୟେଲଙ୍କର କଥା ସକାଶୁ ଅତିଶୟ ଭୟ କଲେ ଓ ତାଙ୍କଠାରେ ଆଉ କିଛି ବଳ ରହିଲା ନାହିଁ; କାରଣ ସେ ସାରାଦିନ ଓ ସାରାରାତ୍ରି କିଛି ଭୋଜନ କରି ନ ଥିଲେ।
ପ୍ରଥମ ଶାମୁୟେଲ 28 : 21 (IRVOR)
ଏଥିରେ ସେ ସ୍ତ୍ରୀ ଶାଉଲଙ୍କ ନିକଟକୁ ଆସି ତାଙ୍କୁ ଅତିଶୟ ବିହ୍ୱଳ ଦେଖି କହିଲା, ଦେଖନ୍ତୁ, ଆପଣଙ୍କ ଦାସୀ ଆପଣଙ୍କ ରବ ଶୁଣିଅଛି ଓ ମୁଁ ମୋ’ ପ୍ରାଣ ଆପଣା ହାତରେ ଧରି ଯାହା ଆପଣ ମୋତେ କହିଲେ, ଆପଣଙ୍କ ସେହି କଥା ମୁଁ ଶୁଣିଲି।
ପ୍ରଥମ ଶାମୁୟେଲ 28 : 22 (IRVOR)
ଏହେତୁ ବିନୟ କରୁଅଛି, ଏବେ ଆପଣ ମଧ୍ୟ ଆପଣା ଦାସୀର ରବ ଶୁଣନ୍ତୁ ଓ ଆପଣଙ୍କ ସମ୍ମୁଖରେ ମୁଠିଏ ଆହାର ଥୋଇବା ପାଇଁ ମୋତେ ଅନୁମତି ଦେଉନ୍ତୁ ଓ ଭୋଜନ କରନ୍ତୁ, ତହିଁରେ ନିଜ ପଥରେ ଗଲା ବେଳେ ବଳ ପାଇବେ।
ପ୍ରଥମ ଶାମୁୟେଲ 28 : 23 (IRVOR)
ମାତ୍ର ସେ ଅସମ୍ମତ ହୋଇ କହିଲେ, ମୁଁ ଭୋଜନ କରିବି ନାହିଁ। ତଥାପି ତାଙ୍କର ଦାସମାନେ ଓ ସେ ସ୍ତ୍ରୀ ମିଶି ତାଙ୍କୁ ବଳାନ୍ତେ, ସେ ସେମାନଙ୍କ ରବ ଶୁଣିଲେ। ପୁଣି, ସେ ଭୂମିରୁ ଉଠି ଶଯ୍ୟା ଉପରେ ବସିଲେ।
ପ୍ରଥମ ଶାମୁୟେଲ 28 : 24 (IRVOR)
ସେତେବେଳେ ସେ ସ୍ତ୍ରୀର ଗୃହରେ ଗୋଟିଏ ହୃଷ୍ଟପୁଷ୍ଟ ବାଛୁରି ଥିଲା; ଏଣୁ ସେ ଶୀଘ୍ର ତାକୁ ମାରିଲା ଓ ମଇଦା ନେଇ ତାହା ଦଳି ତାଡ଼ିଶୂନ୍ୟ ରୁଟି ପ୍ରସ୍ତୁତ କଲା।
ପ୍ରଥମ ଶାମୁୟେଲ 28 : 25 (IRVOR)
ତହୁଁ ସେ ଶାଉଲଙ୍କ ସମ୍ମୁଖକୁ ଓ ତାଙ୍କର ଦାସମାନଙ୍କ ସମ୍ମୁଖକୁ ତାହା ଆଣନ୍ତେ, ସେମାନେ ଭୋଜନ କଲେ। ତହିଁ ଉତ୍ତାରେ ସେହି ରାତ୍ରିରେ ସେମାନେ ଉଠି ଚାଲିଗଲେ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25