କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4 : 1 (IRVOR)
{ପ୍ରେରିତମାନଙ୍କ ସେବାକାର୍ଯ୍ୟ} [PS] ଲୋକେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କର ପରିଚାରକ, ପୁଣି, ଈଶ୍ୱରଙ୍କ ନିଗୂଢ଼ତତ୍ତ୍ୱର ଭଣ୍ଡାରଘରିଆ ବୋଲି ମନେ କରନ୍ତୁ ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4 : 2 (IRVOR)
ଆଉ, ଭଣ୍ଡାରଘରିଆ ବିଷୟରେ ଏହା ନିତାନ୍ତ ଆବଶ୍ୟକ, ଯେପରି ସେ ବିଶ୍ୱସ୍ତ ଦେଖାଯାଏ ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4 : 3 (IRVOR)
କିନ୍ତୁ ତୁମ୍ଭମାନଙ୍କ ଦ୍ୱାରା କିମ୍ବା କୌଣସି ଲୌକିକ ବିଚାରସଭା ଦ୍ୱାରା ବିଚାରିତ ହେବା ମୋ' ପକ୍ଷରେ ଅତି ସାମାନ୍ୟ ବିଷୟ, ଏପରିକି ମୁଁ ନିଜେ ସୁଦ୍ଧା ନିଜର ବିଚାର କରେ ନାହିଁ ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4 : 4 (IRVOR)
କାରଣ ମୁଁ ନିଜ ବିରୁଦ୍ଧରେ କିଛି ଜାଣେ ନାହିଁ, ତଥାପି ଏଥିରେ ମୁଁ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇ ନାହିଁ କିନ୍ତୁ ଯେ ମୋହର ବିଚାର କରନ୍ତି, ସେ ପ୍ରଭୁ ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4 : 5 (IRVOR)
ତେଣୁ, ସମୟର ପୂର୍ବେ ପ୍ରଭୁଙ୍କ ନ ଆସିବା ପର୍ଯ୍ୟନ୍ତ କୌଣସି ବିଷୟ ବିଚାର କର ନାହିଁ ସେ ଅନ୍ଧକାରର ଗୁପ୍ତ ବିଷୟଗୁଡ଼ିକ ଆଲୋକରେ ଦେଖାଇବେ, ପୁଣି, ହୃଦୟର ସଂକଳ୍ପସମସ୍ତ ପ୍ରକାଶ କରିବେ ସେତେବେଳେ ପ୍ରତ୍ୟେକ ଜଣ ଈଶ୍ୱରଙ୍କଠାରୁ ପ୍ରଶଂସା ପାଇବ ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4 : 6 (IRVOR)
ହେ ଭାଇମାନେ, ମୁଁ ତୁମ୍ଭମାନଙ୍କ ଶିକ୍ଷା ନିମନ୍ତେ ଏହି ସବୁ କଥା ମୋ' ନିଜକୁ ଓ ଆପଲ୍ଲଙ୍କୁ ଲକ୍ଷ୍ୟ କରି ଦୃଷ୍ଟାନ୍ତ ଦେଲି, ଯେପରି ଯାହା' ଲିଖିତ ଅଛି, ତାହା ଅତିକ୍ରମ କର ନାହିଁ', ଏହା ତୁମ୍ଭେମାନେ ଆମ୍ଭମାନଙ୍କଠାରୁ ଶିକ୍ଷା କର, ପୁଣି, ଯେପରି ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣକର ସପକ୍ଷ ଓ ଅନ୍ୟ ଜଣକର ବିପକ୍ଷ ହୋଇ ଗର୍ବୀ ନ ହୁଅ ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4 : 7 (IRVOR)
କାରଣ କିଏ ତୁମ୍ଭକୁ ଶ୍ରେଷ୍ଠ କରିଅଛି ? ଆଉ, ଯାହା ତୁମ୍ଭେ ଦାନ ସ୍ୱରୂପେ ପାଇ ନାହଁ, ଏପରି ତୁମ୍ଭର କ'ଣ ଅଛି ? କିନ୍ତୁ ଯଦି ତୁମ୍ଭେ ତାହା ଦାନ ସ୍ୱରୂପେ ପାଇଅଛ, ତେବେ ତାହା ଦାନ ସ୍ୱରୂପେ ପାଇ ନ ଥିଲା ପରି କାହିଁକି ଗର୍ବ କରୁଅଛ ?
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4 : 8 (IRVOR)
ଇତିମଧ୍ୟରେ ତୁମ୍ଭେମାନେ କ'ଣ ପରିତୃପ୍ତ ହୋଇଗଲଣି ? ଇତିମଧ୍ୟରେ ତୁମ୍ଭେମାନେ କ'ଣ ଧନବାନ ହୋଇଗଲଣି ? ଆମ୍ଭମାନଙ୍କ ବିନା ତୁମ୍ଭେମାନେ କଅଣ ରାଜା ହୋଇଅଛ ? ହଁ, ତୁମ୍ଭେମାନେ ରାଜା ହୋଇଥିଲେ ଭଲ ହୋଇଥାଆନ୍ତା, ଯେପରି ଆମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ସହିତ ରାଜତ୍ୱ କରି ପାରିଥାଆନ୍ତୁ ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4 : 9 (IRVOR)
କାରଣ ମୋହର ମନେ ହୁଏ, ପ୍ରେରିତ ଯେ ଆମ୍ଭେମାନେ, ଆମ୍ଭମାନଙ୍କୁ ଈଶ୍ୱର ମୃତ୍ୟୁମୁଖରେ ସମର୍ପିତ ସର୍ବଶେଷର ଲୋକମାନଙ୍କ ସଦୃଶ ପ୍ରଦର୍ଶନ କରିଅଛନ୍ତି, ଯେଣୁ ଆମ୍ଭେମାନେ ଜଗତ, ଦୂତ ଓ ମନୁଷ୍ୟମାନଙ୍କ ନିକଟରେ କୌତୁକର ବିଷୟ ହୋଇଅଛୁ ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4 : 10 (IRVOR)
ଆମ୍ଭେମାନେ ଖ୍ରୀଷ୍ଟଙ୍କ ନିମନ୍ତେ ମୂର୍ଖ, କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବୁଦ୍ଧିମାନ; ଆମ୍ଭେମାନେ ଦୁର୍ବଳ, କିନ୍ତୁ ତୁମ୍ଭେମାନେ ବଳବାନ; ତୁମ୍ଭେମାନେ ଗୌରବପ୍ରାପ୍ତ, କିନ୍ତୁ ଆମ୍ଭେମାନେ ଅନାଦୃତ ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4 : 11 (IRVOR)
ଏସମୟ ପର୍ଯ୍ୟନ୍ତ ସୁଦ୍ଧା ଆମ୍ଭେମାନେ କ୍ଷୁଧିତ ଓ ତୃଷିତ, ବସ୍ତ୍ରହୀନ ଓ ପ୍ରହାରିତ ହେଉଅଛୁ, ପୁଣି, ନିରାଶ୍ରୟ ହୋଇ ଭ୍ରମଣ କରୁ କରୁ
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4 : 12 (IRVOR)
ସ୍ୱହସ୍ତରେ କର୍ମ କରି ପରିଶ୍ରମ କରୁଅଛୁ, ନିନ୍ଦିତ ହୋଇ ଆଶୀର୍ବାଦ କରୁଅଛୁ, ତାଡ଼ନା ପ୍ରାପ୍ତ ହୋଇ ସହ୍ୟ କରୁଅଛୁ,
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4 : 13 (IRVOR)
ଅପବାଦିତ ହୋଇ ମିଳନର କଥା କହୁଅଛୁ; ଏପର୍ଯ୍ୟନ୍ତ ସୁଦ୍ଧା ଆମ୍ଭେମାନେ ଜଗତର ଆବର୍ଜନା, ସମସ୍ତଙ୍କର କଳଙ୍କ ସ୍ୱରୂପ ହୋଇଅଛୁ । [PS]
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4 : 14 (IRVOR)
{ଚେତାବନୀ} [PS] ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଏହି ସମସ୍ତ ବିଷୟ ଲେଖୁ ନାହିଁ, କିନ୍ତୁ ମୋହର ପ୍ରିୟ ସନ୍ତାନ ବୋଲି ମନେ କରି ତୁମ୍ଭମାନଙ୍କୁ ଚେତନା ଦେବା ନିମନ୍ତେ ଏହି ସମସ୍ତ ଲେଖୁଅଛି ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4 : 15 (IRVOR)
କାରଣ ଯଦ୍ୟପି ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭମାନଙ୍କର ଦଶ ସହସ୍ର ଶିକ୍ଷକ ଥାଆନ୍ତେ, ତଥାପି ତୁମ୍ଭମାନଙ୍କର ଅନେକ ପିତା ନାହାଁନ୍ତି; କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ମୁଁ ତୁମ୍ଭମାନଙ୍କୁ ସୁସମାଚାର ଦ୍ୱାରା ଜନ୍ମ ଦେଇଅଛି ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4 : 16 (IRVOR)
ଏଣୁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରେ, ତୁମ୍ଭେମାନେ ମୋହର ଅନୁକାରୀ ହୁଅ ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4 : 17 (IRVOR)
ଏଥିସକାଶେ ମୁଁ ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ପଠାଇଅଛି, ସେ ପ୍ରଭୁଙ୍କଠାରେ ମୋହର ପ୍ରିୟ ଓ ବିଶ୍ୱସ୍ତ ପୁତ୍ର; ଯେପରି ମୁଁ ସର୍ବତ୍ର ସମସ୍ତ ମଣ୍ଡଳୀରେ ଶିକ୍ଷା ଦେଇଥାଏ, ସେହିପରି ସେ ତୁମ୍ଭମାନଙ୍କୁ ମୋହର ଖ୍ରୀଷ୍ଟୀୟ ଆଚରଣ ସମସ୍ତ ସ୍ମରଣ କରାଇବେ ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4 : 18 (IRVOR)
ମୁଁ ତୁମ୍ଭମାନଙ୍କ ନିକଟକୁ ଯିବି ନାହିଁ ବୋଲି ମନେ କରି କେହି କେହି ଗର୍ବରେ ପୂର୍ଣ୍ଣ ହୋଇଅଛନ୍ତି ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4 : 19 (IRVOR)
କିନ୍ତୁ ଯଦି ପ୍ରଭୁ ଇଚ୍ଛା କରନ୍ତି, ମୁଁ ତୁମ୍ଭମାନଙ୍କ ନିକଟକୁ ଶୀଘ୍ର ଯିବି; ପୁଣି, ଯେଉଁମାନେ ଗର୍ବ କରୁଅଛନ୍ତି, ସେମାନଙ୍କର ବାକ୍ୟ ନୁହେଁ, କିନ୍ତୁ ଶକ୍ତି ବୁଝିନେବି !
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4 : 20 (IRVOR)
କାରଣ ଈଶ୍ୱରଙ୍କ ରାଜ୍ୟ ବାକ୍ୟରେ ନୁହେଁ, ମାତ୍ର ଶକ୍ତିରେ ପ୍ରକାଶ ପାଏ ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4 : 21 (IRVOR)
ତୁମ୍ଭମାନଙ୍କର ଇଚ୍ଛା କ'ଣ ? ମୁଁ ବେତ ଘେନି ତୁମ୍ଭମାନଙ୍କ ପାଖକୁ ଯିବି ନା ପ୍ରେମ ଘେନି ଓ ମୃଦୁତାର ଆତ୍ମା ଘେନିଯିବି ? [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21

BG:

Opacity:

Color:


Size:


Font: