ପ୍ରଥମ ବଂଶାବଳୀ 9 : 1 (IRVOR)
ବାବିଲରୁ ମୁକ୍ତ ଲୋକଙ୍କ ବଂଶାବଳୀ ଏହି ପ୍ରକାରେ ସମଗ୍ର ଇସ୍ରାଏଲ ବଂଶାବଳୀକ୍ରମେ ଲିଖିତ ହେଲେ; ଦେଖ, ତାହା ଇସ୍ରାଏଲ ରାଜାମାନଙ୍କ ପୁସ୍ତକରେ ଲିଖିତ ଅଛି; ଏଥିଉତ୍ତାରେ ଯିହୁଦା ଆପଣାମାନଙ୍କ ଅବିଶ୍ବସ୍ତତା ସକାଶୁ ବନ୍ଦୀ ହୋଇ ବାବିଲ୍‍କୁ ନୀତ ହେଲେ।
ପ୍ରଥମ ବଂଶାବଳୀ 9 : 2 (IRVOR)
ପୁଣି, ଇସ୍ରାଏଲ, ଯାଜକଗଣ, ଲେବୀୟମାନେ ଓ ନଥୀନୀୟମାନେ ସେମାନଙ୍କ ଅଧିକାରସ୍ଥ ନଗର ସମୂହରେ ପ୍ରଥମେ ବସତି କଲେ।
ପ୍ରଥମ ବଂଶାବଳୀ 9 : 3 (IRVOR)
ପୁଣି, ଯିହୁଦା-ସନ୍ତାନଗଣ ମଧ୍ୟରୁ, ବିନ୍ୟାମୀନ୍ ସନ୍ତାନଗଣ ମଧ୍ୟରୁ, ଇଫ୍ରୟିମ ଓ ମନଃଶି-ସନ୍ତାନଗଣ ମଧ୍ୟରୁ ଏମାନେ ଯିରୂଶାଲମରେ ବାସ କଲେ; ଯଥା,
ପ୍ରଥମ ବଂଶାବଳୀ 9 : 4 (IRVOR)
ଯିହୁଦାର ପୁତ୍ର ପେରସର ସନ୍ତାନଗଣ ମଧ୍ୟରୁ ବାନିର ବୃଦ୍ଧ ପ୍ରପୌତ୍ର ଇମ୍ରିର ପ୍ରପୌତ୍ର ଅମ୍ରିର ପୌତ୍ର ଅମ୍ମୀହୂଦର ପୁତ୍ର ଊଥୟ;
ପ୍ରଥମ ବଂଶାବଳୀ 9 : 5 (IRVOR)
ଆଉ ଶୀଲୋନୀୟମାନଙ୍କ ମଧ୍ୟରୁ ପ୍ରଥମଜାତ ଅସାୟ ଓ ତାହାର ସନ୍ତାନଗଣ।
ପ୍ରଥମ ବଂଶାବଳୀ 9 : 6 (IRVOR)
ଆଉ ସେରହର ସନ୍ତାନମାନଙ୍କ ମଧ୍ୟରୁ ଯୁୟେଲ ଓ ସେମାନଙ୍କ ଭ୍ରାତୃଗଣ, ଏମାନେ ଛଅ ଶହ ନବେ ଜଣ।
ପ୍ରଥମ ବଂଶାବଳୀ 9 : 7 (IRVOR)
ବିନ୍ୟାମୀନ୍-ସନ୍ତାନଗଣ ମଧ୍ୟରୁ ହସନୁୟେଲର ପ୍ରପୌତ୍ର ହୋଦବୀୟର ପୌତ୍ର ମଶୁଲ୍ଲମ୍‍ର ପୁତ୍ର ସଲ୍ଲୁ;
ପ୍ରଥମ ବଂଶାବଳୀ 9 : 8 (IRVOR)
ଆଉ ଯିରୋହମର ପୁତ୍ର ଯିବ୍‍ନୀୟ ଓ ମିଖ୍ରିର ପୌତ୍ର ଉଷିର ପୁତ୍ର ଏଲା, ଆଉ ଇଦ୍‍ନୀୟର ପ୍ରପୌତ୍ର ରୁୟେଲର ପୌତ୍ର ଶଫଟୀୟର ପୁତ୍ର ମଶୁଲ୍ଲମ୍‍;
ପ୍ରଥମ ବଂଶାବଳୀ 9 : 9 (IRVOR)
ଏମାନେ ଓ ଏମାନଙ୍କ ଭ୍ରାତୃଗଣ ଆପଣା ଆପଣା ବଂଶାବଳୀ ଅନୁସାରେ ନଅ ଶହ ଛପନ ଜଣ ଥିଲେ। ଏସମସ୍ତେ ଆପଣା ଆପଣା ପିତୃବଂଶାନୁସାରେ ପିତୃବଂଶର ପ୍ରଧାନ ଲୋକ ଥିଲେ।
ପ୍ରଥମ ବଂଶାବଳୀ 9 : 10 (IRVOR)
ଆଉ ଯାଜକମାନଙ୍କ ମଧ୍ୟରେ ଯିଦୟୀୟ, ଯିହୋୟାରୀବ୍‍, ଯାଖୀନ୍‍
ପ୍ରଥମ ବଂଶାବଳୀ 9 : 11 (IRVOR)
ଓ ପରମେଶ୍ୱରଙ୍କ ଗୃହର ଅଧ୍ୟକ୍ଷ ଅହୀଟୂବ୍‍ର ଅତି ବୃଦ୍ଧ ପ୍ରପୌତ୍ର ମରାୟୋତ୍‍ର ବୃଦ୍ଧ ପ୍ରପୌତ୍ର ସାଦୋକର ପ୍ରପୌତ୍ର ମଶୁଲ୍ଲମ୍‍ର ପୌତ୍ର ହିଲ୍‍କିୟର ପୁତ୍ର ଅସରୀୟ,
ପ୍ରଥମ ବଂଶାବଳୀ 9 : 12 (IRVOR)
ଆଉ ମଲ୍‍କୀୟର ପ୍ରପୌତ୍ର ପଶ୍‍ହୂରର ପୌତ୍ର ଯିରୋହମର ପୁତ୍ର ଅଦାୟା, ପୁଣି, ଇମ୍ମେରର ଅତି ବୃଦ୍ଧ ପ୍ରପୌତ୍ର ମଶିଲ୍ଲମୋରର ବୃଦ୍ଧ ପ୍ରପୌତ୍ର ମଶୁଲ୍ଲମ୍‍ର ପ୍ରପୌତ୍ର ଯହସେରାର ପୌତ୍ର ଅଦୀୟେଲର ପୁତ୍ର ମାସୟ;
ପ୍ରଥମ ବଂଶାବଳୀ 9 : 13 (IRVOR)
ଏମାନେ ଓ ଏମାନଙ୍କ ଭ୍ରାତୃଗଣ ଏକ ହଜାର ସାତ ଶହ ଷାଠିଏ ଜଣ; ଏମାନେ ଆପଣା ଆପଣା ପିତୃବଂଶର ପ୍ରଧାନ ଓ ପରମେଶ୍ୱରଙ୍କ ଗୃହର ସେବାକର୍ମରେ ଅତି ଦକ୍ଷ ଥିଲେ।
ପ୍ରଥମ ବଂଶାବଳୀ 9 : 14 (IRVOR)
ଆଉ ଲେବୀୟମାନଙ୍କ ମଧ୍ୟରେ ମରାରି-ବଂଶଜାତ ହଶବୀୟର ପ୍ରପୌତ୍ର ଅସ୍ରୀକାମର ପୌତ୍ର ହଶୂବର ପୁତ୍ର ଶମୟୀୟ;
ପ୍ରଥମ ବଂଶାବଳୀ 9 : 15 (IRVOR)
ଆଉ ବକ୍‍ବକର, ହେରଶ୍‍, ଗାଲଲ୍‍ ଓ ଆସଫର ପ୍ରପୌତ୍ର ସିଖ୍ରିର ପୌତ୍ର ମୀକାର ପୁତ୍ର ମତ୍ତନୀୟ
ପ୍ରଥମ ବଂଶାବଳୀ 9 : 16 (IRVOR)
ଓ ଯିଦୂଥୂନର ପ୍ରପୌତ୍ର ଗାଲଲ୍‍ର ପୌତ୍ର ଶମୟୀୟର ପୁତ୍ର ଓବଦୀୟ; ଆଉ ନଟୋଫାତୀୟମାନଙ୍କ ଗ୍ରାମବାସୀ ଇଲ୍‍କାନାର ପୌତ୍ର ଆସାର ପୁତ୍ର ବେରିଖୀୟ।
ପ୍ରଥମ ବଂଶାବଳୀ 9 : 17 (IRVOR)
ଆଉ ଦ୍ୱାରପାଳ, ଶଲ୍ଲୁମ୍‍, ଅକ୍‍କୂବ, ଟଲ୍‍ମୋନ, ଅହୀମାନ୍‍ ଓ ଏମାନଙ୍କ ଭ୍ରାତୃଗଣ; ଶଲ୍ଲୁମ୍‍ ପ୍ରଧାନ ଥିଲା।
ପ୍ରଥମ ବଂଶାବଳୀ 9 : 18 (IRVOR)
ଏମାନେ ଏପର୍ଯ୍ୟନ୍ତ ପୂର୍ବଦିଗସ୍ଥିତ ରାଜଦ୍ୱାରରେ ରହିଲେ; ଏମାନେ ଲେବୀ-ସନ୍ତାନମାନଙ୍କ ଛାଉଣିର ଦ୍ୱାରପାଳ।
ପ୍ରଥମ ବଂଶାବଳୀ 9 : 19 (IRVOR)
ଏହି ଶଲ୍ଲୁମ୍‍ କୋରହର ପ୍ରପୌତ୍ର ଅବୀୟାସଫର ପୌତ୍ର କୋରିର ପୁତ୍ର; ଏ ଓ ଏହାର ପିତୃବଂଶଜ କୋରହୀୟ ଭ୍ରାତୃଗଣ ସେବାକର୍ମରେ ନିଯୁକ୍ତ ଓ ତମ୍ବୁଦ୍ୱାରସବୁର ରକ୍ଷକ ଥିଲେ। ଏମାନଙ୍କ ପିତୃଲୋକମାନେ ସଦାପ୍ରଭୁଙ୍କ ଛାଉଣିରେ ନିଯୁକ୍ତ ଓ ପ୍ରବେଶ ସ୍ଥାନର ରକ୍ଷକ ଥିଲେ।
ପ୍ରଥମ ବଂଶାବଳୀ 9 : 20 (IRVOR)
ପୂର୍ବକାଳରେ ଇଲୀୟାସରର ପୁତ୍ର ପୀନହସ୍‍ ସେମାନଙ୍କର ଅଧ୍ୟକ୍ଷ ଥିଲା, ଆଉ ସଦାପ୍ରଭୁ ତାହାର ସହବର୍ତ୍ତୀ ଥିଲେ।
ପ୍ରଥମ ବଂଶାବଳୀ 9 : 21 (IRVOR)
ମଶେଲିମୀୟର ପୁତ୍ର ଜିଖରୀୟ ସମାଗମ-ତମ୍ବୁର ଦ୍ୱାରପାଳ।
ପ୍ରଥମ ବଂଶାବଳୀ 9 : 22 (IRVOR)
ଦ୍ୱାରପାଳର କାର୍ଯ୍ୟାର୍ଥେ ମନୋନୀତ ଏହି ଲୋକମାନେ ସର୍ବସୁଦ୍ଧା ଦୁଇ ଶହ ବାରଜଣ; ଏମାନଙ୍କ ଗ୍ରାମ ସମୂହରେ ଏମାନଙ୍କ ବଂଶାବଳୀ ଲିଖିତ ହୋଇଥିଲା, ଦାଉଦ ଓ ଶାମୁୟେଲ ଦର୍ଶକ ଏମାନଙ୍କୁ ଏମାନଙ୍କ ନିରୂପିତ କର୍ମରେ ନିଯୁକ୍ତ କରିଥିଲେ।
ପ୍ରଥମ ବଂଶାବଳୀ 9 : 23 (IRVOR)
ଏହେତୁ ଏମାନେ ଓ ଏମାନଙ୍କ ସନ୍ତାନଗଣ ସଦାପ୍ରଭୁଙ୍କ ଗୃହର, ଅର୍ଥାତ୍‍, ତମ୍ବୁଗୃହର ଦ୍ୱାରପାଳ-କର୍ମରେ ପ୍ରହରକୁ ପ୍ରହର ନିଯୁକ୍ତ ହେଲେ।
ପ୍ରଥମ ବଂଶାବଳୀ 9 : 24 (IRVOR)
ଏହି ଦ୍ୱାରପାଳମାନେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚାରି ଦିଗରେ ରହିଲେ।
ପ୍ରଥମ ବଂଶାବଳୀ 9 : 25 (IRVOR)
ଆଉ ଏମାନଙ୍କ ଗ୍ରାମସ୍ଥ ଭ୍ରାତୃଗଣକୁ ପ୍ରତି ସପ୍ତାହରେ ସେମାନଙ୍କ ସଙ୍ଗେ ରହିବା ପାଇଁ ସମୟକୁ ସମୟ ଆସିବାକୁ ହେଲା;
ପ୍ରଥମ ବଂଶାବଳୀ 9 : 26 (IRVOR)
କାରଣ ଏହି ଲେବୀୟ ଚାରି ପ୍ରଧାନ ଦ୍ୱାରପାଳ ନିରୂପିତ କାର୍ଯ୍ୟରେ ନିଯୁକ୍ତ ଓ ପରମେଶ୍ୱରଙ୍କ ଗୃହର କୋଠରି ଓ ଭଣ୍ଡାର ସମୂହର ଅଧ୍ୟକ୍ଷ ଥିଲେ।
ପ୍ରଥମ ବଂଶାବଳୀ 9 : 27 (IRVOR)
ଆଉ ସେମାନେ ପରମେଶ୍ୱରଙ୍କ ଗୃହର ଚତୁର୍ଦ୍ଦିଗରେ ରାତ୍ରି କ୍ଷେପଣ କଲେ, କାରଣ ସେମାନଙ୍କ ଉପରେ ତହିଁର ରକ୍ଷାର ଭାର ଓ ପ୍ରତି ପ୍ରଭାତରେ ଦ୍ୱାର ଫିଟାଇବାର କାର୍ଯ୍ୟ ଥିଲା।
ପ୍ରଥମ ବଂଶାବଳୀ 9 : 28 (IRVOR)
ଆଉ ସେମାନଙ୍କର କେତେକ ଲୋକ ସେବାର୍ଥକ ପାତ୍ରସବୁ ରକ୍ଷା କରିବାକୁ ନିଯୁକ୍ତ ଥିଲେ; କାରଣ ସେହି ପାତ୍ରସବୁ ସଂଖ୍ୟାନୁସାରେ ଭିତରକୁ ଅଣାଗଲା ଓ ବାହାରକୁ ନିଆଗଲା।
ପ୍ରଥମ ବଂଶାବଳୀ 9 : 29 (IRVOR)
ମଧ୍ୟ ସେମାନଙ୍କର କେତେକ ଲୋକ ଆବାସର ସାମଗ୍ରୀ, ସକଳ ପାତ୍ର, ସରୁ ମଇଦା, ଦ୍ରାକ୍ଷାରସ, ତୈଳ, କୁନ୍ଦୁରୁ ଓ ଗନ୍ଧଦ୍ରବ୍ୟ ରକ୍ଷା କାର୍ଯ୍ୟରେ ନିଯୁକ୍ତ ଥିଲେ।
ପ୍ରଥମ ବଂଶାବଳୀ 9 : 30 (IRVOR)
ଆଉ ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ କେତେକ ଜଣ ସୁଗନ୍ଧିଦ୍ରବ୍ୟର ତୈଳ ପ୍ରସ୍ତୁତ କଲେ।
ପ୍ରଥମ ବଂଶାବଳୀ 9 : 31 (IRVOR)
ଆଉ ଲେବୀୟମାନଙ୍କ ମଧ୍ୟରୁ କୋରହୀୟ ଶଲ୍ଲୁମ୍‍ର ଜ୍ୟେଷ୍ଠ ପୁତ୍ର ମତ୍ତଥୀୟ ପକ୍ୱାନ୍ନ-ତତ୍ତ୍ୱାବଧାରଣର ନିରୂପିତ କର୍ମରେ ନିଯୁକ୍ତ ଥିଲା।
ପ୍ରଥମ ବଂଶାବଳୀ 9 : 32 (IRVOR)
ଆଉ ସେମାନଙ୍କ ଭ୍ରାତୃଗଣ କହାତୀୟ-ସନ୍ତାନଗଣ ମଧ୍ୟରୁ କେତେକ ଜଣ ପ୍ରତି ବିଶ୍ରାମବାର ଦର୍ଶନୀୟ ରୁଟି ପ୍ରସ୍ତୁତ କରିବା ପାଇଁ ନିଯୁକ୍ତ ଥିଲେ।
ପ୍ରଥମ ବଂଶାବଳୀ 9 : 33 (IRVOR)
ପୁଣି, ଲେବୀୟମାନଙ୍କ ପିତୃବଂଶର ପ୍ରଧାନ ଯେଉଁ ଗାୟକମାନେ, ସେମାନେ କୋଠରିରେ ବାସ କଲେ ଓ ଅନ୍ୟ ସେବାରୁ ମୁକ୍ତ ଥିଲେ; କାରଣ ସେମାନଙ୍କୁ ଦିବାରାତ୍ରି ଆପଣା ଆପଣା କାର୍ଯ୍ୟରେ ନିଯୁକ୍ତ ରହିବାକୁ ହେଲା।
ପ୍ରଥମ ବଂଶାବଳୀ 9 : 34 (IRVOR)
ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ଲେବୀୟମାନଙ୍କର ପିତୃବଂଶର ପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ।
ପ୍ରଥମ ବଂଶାବଳୀ 9 : 35 (IRVOR)
ରାଜା ଶାଉଲଙ୍କ ପୂର୍ବପୁରୁଷ ଓ ପରବର୍ତ୍ତୀ ବଂଶଧର ଆଉ ଗିବୀୟୋନ୍‍ର ପିତା ଯିୟୀୟେଲ୍‍ ଗିବୀୟୋନ୍‍ରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା;
ପ୍ରଥମ ବଂଶାବଳୀ 9 : 36 (IRVOR)
ତାହାର ପ୍ରଥମଜାତ ପୁତ୍ର ଅବ୍‍ଦୋନ୍‍, ତହୁଁ ସୂର୍‍, କୀଶ୍‍, ବାଲ୍‍, ନେର୍‍, ନାଦବ୍‍,
ପ୍ରଥମ ବଂଶାବଳୀ 9 : 37 (IRVOR)
ଗଦୋର୍‍, ଅହୀୟୋ, ଜିଖରୀୟ ଓ ମିକ୍ଲୋତ୍‍।
ପ୍ରଥମ ବଂଶାବଳୀ 9 : 38 (IRVOR)
ମିକ୍ଲୋତ୍‍ ଶିମୀୟାମକୁ ଜାତ କଲା। ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ।
ପ୍ରଥମ ବଂଶାବଳୀ 9 : 39 (IRVOR)
ନେର୍‍ କୀଶ୍‍କୁ ଜାତ କଲା, କୀଶ୍‍ ଶାଉଲଙ୍କୁ ଜାତ କଲା, ଶାଉଲ ଯୋନାଥନ୍‍, ମଲ୍‍କୀଶୂୟ, ଅବୀନାଦବ ଓ ଇଶ୍‍ବାଲକୁ ଜାତ କଲେ।
ପ୍ରଥମ ବଂଶାବଳୀ 9 : 40 (IRVOR)
ପୁଣି, ମରୀବ୍ବାଲ୍‍ ଯୋନାଥନର ପୁତ୍ର ଥିଲା ଓ ମରୀବ୍ବାଲ୍‍ ମୀଖାକୁ ଜାତ କଲା।
ପ୍ରଥମ ବଂଶାବଳୀ 9 : 41 (IRVOR)
ମୀଖାର ପୁତ୍ର ପିଥୋନ୍‍, ମେଲକ୍‍, ତହରେୟ ଓ ଆହସ୍‍।
ପ୍ରଥମ ବଂଶାବଳୀ 9 : 42 (IRVOR)
ଆହସ୍‌ ଯାରହକୁ ଜାତ କଲା, ଯାରହ ଆଲେମତ୍‍, ଅସ୍ମାବତ୍‍ ଓ ସିମ୍ରିକୁ ଜାତ କଲା; ସିମ୍ରି ମୋତ୍‍ସାକୁ ଜାତ କଲା
ପ୍ରଥମ ବଂଶାବଳୀ 9 : 43 (IRVOR)
ଓ ମୋତ୍‍ସା ବିନୀୟାକୁ ଜାତ କଲା; ବିନୀୟାର ପୁତ୍ର ରଫାୟ, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍‍ସେଲ।
ପ୍ରଥମ ବଂଶାବଳୀ 9 : 44 (IRVOR)
ଆଉ ଆତ୍‍ସେଲର ଛଅ ପୁତ୍ର ଥିଲେ, ସେମାନଙ୍କ ନାମ ଏହି, ଅସ୍ରୀକାମ, ବୋଖରୁ, ଇଶ୍ମାୟେଲ, ଶିୟରୀୟ, ଓବଦୀୟ ଓ ହାନନ୍‍; ଏସମସ୍ତେ ଆତ୍‍ସେଲ୍‍ର ସନ୍ତାନ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44