ପ୍ରଥମ ବଂଶାବଳୀ 7 : 1 (IRVOR)
ଇଷାଖରଙ୍କ ବଂଶଧର ଇଷାଖରର ପୁତ୍ରଗଣ; ତୋଲୟ, ପୂୟା, ଯାଶୂବ ଓ ଶିମ୍ରୋଣ, ଚାରି ଜଣ ଥିଲେ।
ପ୍ରଥମ ବଂଶାବଳୀ 7 : 2 (IRVOR)
ଆଉ ତୋଲୟର ପୁତ୍ରଗଣ; ଉଷି, ରଫାୟ, ଯିରୀୟେଲ, ଯହମୟ, ଯିବ୍‍ସମ୍‍ ଓ ଶେମୂୟେଲ, ଏମାନେ ଆପଣା ପିତା ତୋଲୟ-ବଂଶର ପ୍ରଧାନ ଓ ଆପଣାର ସମକାଳୀନ ଲୋକମାନଙ୍କ ମଧ୍ୟରେ ମହାବିକ୍ରମଶାଳୀ ଥିଲେ; ଦାଉଦଙ୍କ ସମୟରେ ଏମାନଙ୍କ ସଂଖ୍ୟା ବାଇଶ ହଜାର ଛଅ ଶହ ଥିଲା।
ପ୍ରଥମ ବଂଶାବଳୀ 7 : 3 (IRVOR)
ଆଉ ଉଷିର ପୁତ୍ରଗଣ; ଯିଷ୍ରାହୀୟ, ଯିଷ୍ରାହୀୟର ପୁତ୍ର ମୀଖାୟେଲ, ଓବଦୀୟ, ଯୋୟେଲ ଓ ଯିଶୀୟ, ପାଞ୍ଚ ଜଣ। ଏସମସ୍ତେ ପ୍ରଧାନ ଲୋକ ଥିଲେ।
ପ୍ରଥମ ବଂଶାବଳୀ 7 : 4 (IRVOR)
ଆଉ ଏମାନଙ୍କ ବର୍ତ୍ତମାନ କାଳରେ ସ୍ୱ ସ୍ୱ ପିତୃବଂଶାନୁସାରେ ଏମାନଙ୍କ ସଙ୍ଗେ ଯୁଦ୍ଧାର୍ଥେ ଛତିଶ ହଜାର ସୈନ୍ୟଦଳ ଥିଲେ; କାରଣ ସେମାନଙ୍କର ଅନେକ ଭାର୍ଯ୍ୟା ଓ ସନ୍ତାନ ଥିଲେ।
ପ୍ରଥମ ବଂଶାବଳୀ 7 : 5 (IRVOR)
ଆଉ ଇଷାଖରର ସମସ୍ତ ଗୋଷ୍ଠୀ ମଧ୍ୟରେ ଏମାନଙ୍କ ଭ୍ରାତୃଗଣ ମହାବିକ୍ରମଶାଳୀ ଥିଲେ, ଏମାନେ ସର୍ବସୁଦ୍ଧା ବଂଶାବଳୀ କ୍ରମେ ଲିଖିତ ସତାଅଶୀ ହଜାର ଥିଲେ।
ପ୍ରଥମ ବଂଶାବଳୀ 7 : 6 (IRVOR)
ଆଉ ବିନ୍ୟାମୀନ୍‍ର ପୁତ୍ରଗଣ; ବେଲା ଓ ବେଖର ଓ ଯିଦୀୟେଲ, ତିନି ଜଣ।
ପ୍ରଥମ ବଂଶାବଳୀ 7 : 7 (IRVOR)
ଆଉ ବେଲାର ପୁତ୍ରଗଣ; ଇଷବୋନ୍‍, ଉଷି, ଉଷୀୟେଲ, ଯିରେମୋତ୍‍ ଓ ଈରୀ, ପାଞ୍ଚ ଜଣ; ଏମାନେ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ ଲୋକ ଥିଲେ; ଆଉ ଏମାନେ ବଂଶାବଳୀକ୍ରମେ ଲିଖିତ ବାଇଶ ହଜାର ଚୌତ୍ରିଶ ଜଣ ଥିଲେ।
ପ୍ରଥମ ବଂଶାବଳୀ 7 : 8 (IRVOR)
ଆଉ ବେଖରର ପୁତ୍ରଗଣ; ସମୀର୍‍, ଯୋୟାଶ୍‍, ଇଲୀୟେଜର, ଇଲୀୟୋଐନୟ, ଅମ୍ରି, ଯେରେମୋତ୍‍, ଅବୀୟ, ଅନାଥୋତ୍‍ ଓ ଆଲେମତ୍‍। ଏ ସମସ୍ତେ ବେଖରର ସନ୍ତାନ।
ପ୍ରଥମ ବଂଶାବଳୀ 7 : 9 (IRVOR)
ଏମାନେ ଆପଣା ଆପଣା ବଂଶାନୁସାରେ ବଂଶାବଳୀକ୍ରମେ ଲିଖିତ ସ୍ୱ ସ୍ୱ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ କୋଡ଼ିଏ ହଜାର ଦୁଇ ଶହ ଲୋକ ଥିଲେ।
ପ୍ରଥମ ବଂଶାବଳୀ 7 : 10 (IRVOR)
ଯିଦୀୟେଲର ପୁତ୍ର* ପୁତ୍ର ଏବ୍ରୀ ଭାଷାରେ ପୁତ୍ରଗଣ ବିଲ୍‍ହନ୍‍ ଏବଂ ବିଲ୍‍ହନର ପୁତ୍ରଗଣ ଯିୟୂଶ୍‍, ବିନ୍ୟାମୀନ୍, ଏହୂଦ୍‍, କନାନା, ସେଥନ୍‍, ତର୍ଶୀଶ୍‍ ଓ ଅହୀଶହର;
ପ୍ରଥମ ବଂଶାବଳୀ 7 : 11 (IRVOR)
ଯିଦୀୟେଲର ଏହି ସମସ୍ତ ପୁତ୍ର ଆପଣା ଆପଣା ପିତୃବଂଶର ପ୍ରଧାନତାନୁସାରେ ଯୁଦ୍ଧାର୍ଥେ ସୈନ୍ୟ ମଧ୍ୟରେ ଗମନ-ସମର୍ଥ ସତର ହଜାର ଦୁଇ ଶହ ମହାବିକ୍ରମଶାଳୀ ଲୋକ ଥିଲେ।
ପ୍ରଥମ ବଂଶାବଳୀ 7 : 12 (IRVOR)
ଶୁପ୍‍ପୀମ୍‍ ମଧ୍ୟ ଓ ହୁପ୍‍ପୀମ୍‍, ଈର୍‍ର ସନ୍ତାନଗଣ, ହୂଶୀମ୍‍, ଅହେରର ସନ୍ତାନଗଣ।
ପ୍ରଥମ ବଂଶାବଳୀ 7 : 13 (IRVOR)
ନପ୍ତାଲିଙ୍କ ବଂଶଧର
ପ୍ରଥମ ବଂଶାବଳୀ 7 : 14 (IRVOR)
ନପ୍ତାଲିର ପୁତ୍ରଗଣ; ଯହସୀୟେଲ, ଗୂନି, ଯେତ୍ସର ଓ ଶଲ୍ଲୁମ୍‍, ଏମାନେ ବିଲ୍‌ହାର ବଂଶ। ମନଃଶିଙ୍କ ବଂଶଧର ମନଃଶିଙ୍କର ପୁତ୍ରଗଣ; ଅସ୍ରୀୟେଲ ଏବଂ ମାଖୀର, ମନଃଶିଙ୍କର ଅରାମୀୟା ଉପପତ୍ନୀଠାରୁ ଜନ୍ମ ନେଲେ; ଏହି ମାଖୀର ଗିଲୀୟଦର ପିତା ଥିଲେ |
ପ୍ରଥମ ବଂଶାବଳୀ 7 : 15 (IRVOR)
ଏହି ମାଖୀର ହୁପ୍‍ପୀମ୍‍ ଓ ଶୁପ୍‍ପୀମ୍‍ ସମ୍ବନ୍ଧୀୟା ଏକ ସ୍ତ୍ରୀକୁ ବିବାହ କଲା, ସେମାନଙ୍କ ଭଗିନୀର ନାମ ମାଖା ଥିଲା; ଆଉ ଦ୍ୱିତୀୟର ନାମ ସଲ୍‍ଫାଦ୍‍ ଓ ସଲଫାଦର କନ୍ୟାମାନେ ଥିଲେ।
ପ୍ରଥମ ବଂଶାବଳୀ 7 : 16 (IRVOR)
ଆଉ ମାଖୀରର ଭାର୍ଯ୍ୟା ମାଖା ଏକ ପୁତ୍ର ପ୍ରସବ କରି ତାହାର ନାମ ପେରଶ ଦେଲା ଓ ତାହାର ଭ୍ରାତାର ନାମ ଶେରଶ ଥିଲା; ପୁଣି, ପେରଶର ପୁତ୍ର ଉଲମ୍‍ ଓ ରେକମ୍‍।
ପ୍ରଥମ ବଂଶାବଳୀ 7 : 17 (IRVOR)
ଉଲମ୍‍ର ପୁତ୍ରଗଣ, ବଦାନ। ଏମାନେ ମନଃଶିର ପୌତ୍ର ମାଖୀରର ପୁତ୍ର ଗିଲୀୟଦର ସନ୍ତାନ।
ପ୍ରଥମ ବଂଶାବଳୀ 7 : 18 (IRVOR)
ଆଉ ତାହାର ଭଗିନୀ ହମ୍ମୋଲେକତ୍‍, ଇଶ୍‍ହୋଦ, ଅବୀୟେଷର ଓ ମହଲାକୁ ପ୍ରସବ କଲା।
ପ୍ରଥମ ବଂଶାବଳୀ 7 : 19 (IRVOR)
ଆଉ ଶମୀଦାର ପୁତ୍ର ଅହୀୟନ୍‍, ଶେଖମ୍‍, ଲିକ୍‍ହି ଓ ଅନୀୟାମ୍‍।
ପ୍ରଥମ ବଂଶାବଳୀ 7 : 20 (IRVOR)
ଇଫ୍ରୟିମଙ୍କ ବଂଶଧର ଇଫ୍ରୟିମର ପୁତ୍ର ଶୂଥେଲହ, ତାହାର ପୁତ୍ର ବେରଦ, ତାହାର ପୁତ୍ର ତହତ, ତାହାର ପୁତ୍ର ଇଲୀୟାଦା, ତାହାର ପୁତ୍ର ତହତ,
ପ୍ରଥମ ବଂଶାବଳୀ 7 : 21 (IRVOR)
ତାହାର ପୁତ୍ର ସାବଦ୍‍, ତାହାର ପୁତ୍ର ଶୂଥେଲହ, ଏସର୍‍ ଓ ଇଲୀୟଦ୍‍, ଏମାନଙ୍କୁ ଦେଶଜାତ ଗାଥୀୟ ଲୋକମାନେ ବଧ କଲେ, କାରଣ ସେମାନେ ସେମାନଙ୍କର ପଶୁ ହରଣ କରିବାକୁ ଓହ୍ଲାଇ ଆସିଥିଲେ।
ପ୍ରଥମ ବଂଶାବଳୀ 7 : 22 (IRVOR)
ଏହେତୁ ସେମାନଙ୍କ ପିତା ଇଫ୍ରୟିମ ଅନେକ ଦିନ ଶୋକ କଲା, ତେଣୁ ତାହାର ଭ୍ରାତୃଗଣ ତାହାକୁ ସାନ୍ତ୍ୱନା କରିବାକୁ ଆସିଲେ।
ପ୍ରଥମ ବଂଶାବଳୀ 7 : 23 (IRVOR)
ଏଥିଉତ୍ତାରେ ସେ ଆପଣା ଭାର୍ଯ୍ୟାର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କଲା, ତହୁଁ ସେ ତାହାର ନାମ ବରୀୟ (ଅମଙ୍ଗଳ) ରଖିଲା, କାରଣ ତାହାର ଗୃହରେ ଅମଙ୍ଗଳ ଘଟିଲା।
ପ୍ରଥମ ବଂଶାବଳୀ 7 : 24 (IRVOR)
ଆଉ ଶୀରା ତାହାର କନ୍ୟା ଥିଲା, ସେ ଉଚ୍ଚ ଓ ନିମ୍ନ ବେଥ୍-ହୋରଣ ଓ ଉଷେନ୍‍-ଶୀରା ନାମରେ ଦୁଇଟି ନଗର ନିର୍ମାଣ କଲା।
ପ୍ରଥମ ବଂଶାବଳୀ 7 : 25 (IRVOR)
ତାହାର ପୁତ୍ର ରେଫହ ଓ ରେଶଫ୍‍, ତାହାର ପୁତ୍ର ତେଲହ, ତାହାର ପୁତ୍ର ତହନ;
ପ୍ରଥମ ବଂଶାବଳୀ 7 : 26 (IRVOR)
ତାହାର ପୁତ୍ର ଲାଦନ୍‍, ତାହାର ପୁତ୍ର ଅମ୍ମୀହୂଦ, ତାହାର ପୁତ୍ର ଇଲୀଶାମା;
ପ୍ରଥମ ବଂଶାବଳୀ 7 : 27 (IRVOR)
ତାହାର ପୁତ୍ର ନୂନ୍‍, ତାହାର ପୁତ୍ର ଯିହୋଶୂୟ।
ପ୍ରଥମ ବଂଶାବଳୀ 7 : 28 (IRVOR)
ଏମାନଙ୍କର ଅଧିକାର ଓ ନିବାସ-ସ୍ଥାନ ବେଥେଲ୍‍ ଓ ତହିଁର ସମସ୍ତ ଉପନଗର, ଆଉ ପୂର୍ବ ଦିଗରେ ନାରନ୍‍ ଓ ପଶ୍ଚିମ ଦିଗରେ ସମସ୍ତ ଉପନଗର ସହିତ ଗେଷର୍‍; ମଧ୍ୟ ସମସ୍ତ ଉପନଗର ସହିତ ଶିଖିମ, ସମସ୍ତ ଉପନଗର ସହିତ ଅୟା ପର୍ଯ୍ୟନ୍ତ ଥିଲା;
ପ୍ରଥମ ବଂଶାବଳୀ 7 : 29 (IRVOR)
ଆହୁରି ମନଃଶି-ସନ୍ତାନଗଣର ସୀମାପାର୍ଶ୍ୱସ୍ଥ ବେଥ୍-ଶାନ୍‍ ଓ ତହିଁର ଉପନଗରସବୁ, ତାନକ୍‍ ଓ ତହିଁର ଉପନଗରସବୁ, ମଗିଦ୍ଦୋ ଓ ତହିଁର ଉପନଗରସବୁ, ଦୋର ଓ ତହିଁର ଉପନଗରସବୁ ଥିଲା। ଏହି ସକଳ ସ୍ଥାନରେ ଇସ୍ରାଏଲର ପୁତ୍ର ଯୋଷେଫର ସନ୍ତାନମାନେ ବାସ କଲେ।
ପ୍ରଥମ ବଂଶାବଳୀ 7 : 30 (IRVOR)
ଆଶେରଙ୍କ ବଂଶଧର ଆଶେରର ସନ୍ତାନଗଣ; ଯିମ୍ନା, ଯିଶ୍‍ବା, ଯିଶ୍‍ବି, ବରୀୟ ଓ ସେମାନଙ୍କର ଭଗିନୀ ସେରହ।
ପ୍ରଥମ ବଂଶାବଳୀ 7 : 31 (IRVOR)
ବରୀୟର ପୁତ୍ର ହେବର ଓ ବିର୍ଷୋତର ପିତା ମଲ୍‍କୀୟେଲ।
ପ୍ରଥମ ବଂଶାବଳୀ 7 : 32 (IRVOR)
ପୁଣି, ହେବର, ଯଫ୍‍ଲେଟ୍‍, ଶୋମର, ହୋଥମ୍‍ ଓ ସେମାନଙ୍କ ଭଗିନୀ ଶୂୟାକୁ ଜାତ କଲା।
ପ୍ରଥମ ବଂଶାବଳୀ 7 : 33 (IRVOR)
ଯଫ୍‍ଲେଟ୍‍ର ପୁତ୍ର ପାସକ, ବିମ୍‍ହଲ୍‍ ଓ ଅଶ୍ୱତ୍‍। ଏମାନେ ଯଫ୍‍ଲେଟର ସନ୍ତାନ।
ପ୍ରଥମ ବଂଶାବଳୀ 7 : 34 (IRVOR)
ଆଉ ଶେମରର ପୁତ୍ର ଅହି, ରୋହଗ, ଯିହୁବ୍ବ ଓ ଅରାମ।
ପ୍ରଥମ ବଂଶାବଳୀ 7 : 35 (IRVOR)
ତାହାର ଭ୍ରାତା ହେଲମର ପୁତ୍ର ଶୋଫହ, ଯିମ୍ନ, ଶେଲଶ୍‍ ଓ ଆମଲ।
ପ୍ରଥମ ବଂଶାବଳୀ 7 : 36 (IRVOR)
ଶୋଫହର ପୁତ୍ର ସୂହ, ହର୍ଣ୍ଣେଫର୍‍, ଶୂୟାଲ, ବେରୀ ଓ ଯିମ୍ର;
ପ୍ରଥମ ବଂଶାବଳୀ 7 : 37 (IRVOR)
ବେତ୍‍ସର, ହୋଦ୍‍, ଶମ୍ମା, ଶିଲ୍‍ଶ, ଯିତ୍ରନ୍‍ ଓ ବେରା।
ପ୍ରଥମ ବଂଶାବଳୀ 7 : 38 (IRVOR)
ଯେଥରର ପୁତ୍ର ଯିଫୁନ୍ନି, ପିଷ୍ପ ଓ ଅରା।
ପ୍ରଥମ ବଂଶାବଳୀ 7 : 39 (IRVOR)
ଆଉ ଉଲ୍ଲର ପୁତ୍ର ଆରହ, ହନ୍ନୀୟେଲ ଓ ରିତ୍‍ସୀୟ।
ପ୍ରଥମ ବଂଶାବଳୀ 7 : 40 (IRVOR)
ଏସମସ୍ତେ ଆଶେରର ସନ୍ତାନ ଓ ଆପଣା ଆପଣା ପିତୃବଂଶର ପ୍ରଧାନ, ବଛା ଓ ମହାବିକ୍ରମଶାଳୀ ଓ ଅଧିପତିମାନଙ୍କ ମଧ୍ୟରେ ପ୍ରଧାନ ଥିଲେ। ଆଉ ଯୁଦ୍ଧକାର୍ଯ୍ୟ ନିମନ୍ତେ ବଂଶାବଳୀକ୍ରମେ ଲିଖିତ ସେମାନଙ୍କ ସଂଖ୍ୟା ଛବିଶ ହଜାର ଥିଲା।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40