ପ୍ରଥମ ବଂଶାବଳୀ 6 : 1 (IRVOR)
ଲେବୀଙ୍କ ବଂଶଧର ଲେବୀର ପୁତ୍ର ଗେର୍ଶୋନ‍, କହାତ ଓ ମରାରି।
ପ୍ରଥମ ବଂଶାବଳୀ 6 : 2 (IRVOR)
କହାତର ପୁତ୍ର ଅମ୍ରାମ୍‍, ଯିଷ୍‍ହର୍‍ ଓ ହିବ୍ରୋଣ ଓ ଉଷୀୟେଲ।
ପ୍ରଥମ ବଂଶାବଳୀ 6 : 3 (IRVOR)
ଅମ୍ରାମ୍‍ର ସନ୍ତାନ ହାରୋଣ ଓ ମୋଶା ଓ ମରୀୟମ। ପୁଣି, ହାରୋଣର ପୁତ୍ର ନାଦବ୍‍ ଓ ଅବୀହୂ, ଇଲୀୟାସର ଓ ଈଥାମର।
ପ୍ରଥମ ବଂଶାବଳୀ 6 : 4 (IRVOR)
ଇଲୀୟାସର ପୀନହସ୍‍କୁ ଜାତ କଲା, ପୀନହସ୍‍ ଅବୀଶୂୟକୁ ଜାତ କଲା;
ପ୍ରଥମ ବଂଶାବଳୀ 6 : 5 (IRVOR)
ପୁଣି, ଅବୀଶୂୟ ବୁକ୍‍କିକୁ ଜାତ କଲା ଓ ବୁକ୍‍କୁ ଉଷିକୁ ଜାତ କଲା;
ପ୍ରଥମ ବଂଶାବଳୀ 6 : 6 (IRVOR)
ଆଉ ଉଷି ସରହୀୟକୁ ଜାତ କଲା ଓ ସରହୀୟ ମରାୟୋତ୍‍କୁ ଜାତ କଲା;
ପ୍ରଥମ ବଂଶାବଳୀ 6 : 7 (IRVOR)
ମରାୟୋତ୍‍ ଅମରୀୟକୁ ଜାତ କଲା, ଅମରୀୟ ଅହୀଟୂବ୍‍କୁ ଜାତ କଲା।
ପ୍ରଥମ ବଂଶାବଳୀ 6 : 8 (IRVOR)
ଆଉ ଅହୀଟୂବ୍‍ ସାଦୋକକୁ ଜାତ କଲା, ସାଦୋକ ଅହୀମାସ୍‍କୁ ଜାତ କଲା;
ପ୍ରଥମ ବଂଶାବଳୀ 6 : 9 (IRVOR)
ଅହୀମାସ୍‍ ଅସରୀୟକୁ ଜାତ କଲା, ଅସରୀୟ ଯୋହାନନ୍‍କୁ ଜାତ କଲା;
ପ୍ରଥମ ବଂଶାବଳୀ 6 : 10 (IRVOR)
ଆଉ ଯୋହାନନ୍‍ ଅସରୀୟକୁ ଜାତ କଲା, ଏହି ଅସରୀୟ ଯିରୂଶାଲମରେ ଶଲୋମନ ନିର୍ମିତ ମନ୍ଦିରରେ ଯାଜକକର୍ମ କଲା।
ପ୍ରଥମ ବଂଶାବଳୀ 6 : 11 (IRVOR)
ଅସରୀୟ ଅମରୀୟକୁ ଜାତ କଲା, ଅମରୀୟ ଅହୀଟୂବ୍‍କୁ ଜାତ କଲା;
ପ୍ରଥମ ବଂଶାବଳୀ 6 : 12 (IRVOR)
ପୁଣି, ଅହୀଟୂବ୍‍ ସାଦୋକକୁ ଜାତ କଲା, ସାଦୋକ ଶଲ୍ଲୁମ୍‍କୁ ଜାତ କଲା;
ପ୍ରଥମ ବଂଶାବଳୀ 6 : 13 (IRVOR)
ଶଲ୍ଲୁମ୍‍ ହିଲ୍‍କୀୟକୁ ଜାତ କଲା, ହିଲ୍‍କିୟ ଅସରୀୟକୁ ଜାତ କଲା;
ପ୍ରଥମ ବଂଶାବଳୀ 6 : 14 (IRVOR)
ଆଉ ଅସରୀୟ ସରାୟକୁ ଜାତ କଲା ଓ ସରାୟ ଯିହୋଷାଦକଙ୍କୁ ଜାତ କଲା।
ପ୍ରଥମ ବଂଶାବଳୀ 6 : 15 (IRVOR)
ପୁଣି, ସଦାପ୍ରଭୁ ନବୂଖଦ୍‍ନିତ୍ସରର ହସ୍ତ ଦ୍ୱାରା ଯିହୁଦା ଓ ଯିରୂଶାଲମକୁ ନିର୍ବାସନ କରିବା ସମୟରେ ଏହି ଯିହୋଷାଦକ ବନ୍ଦୀ ହୋଇ ଗଲା।
ପ୍ରଥମ ବଂଶାବଳୀ 6 : 16 (IRVOR)
ଲେବୀର ପୁତ୍ର ଗେର୍ଶୋମ, କହାତ ଓ ମରାରି ଥିଲେ।
ପ୍ରଥମ ବଂଶାବଳୀ 6 : 17 (IRVOR)
ଗେର୍ଶୋମର ପୁତ୍ରମାନଙ୍କ ନାମ ଲିବ୍‍ନି ଓ ଶିମୀୟି।
ପ୍ରଥମ ବଂଶାବଳୀ 6 : 18 (IRVOR)
କହାତର ପୁତ୍ର ଅମ୍ରାମ୍‍, ଯିଷ୍‍ହର୍‍, ହିବ୍ରୋଣ ଓ ଉଷୀୟେଲ।
ପ୍ରଥମ ବଂଶାବଳୀ 6 : 19 (IRVOR)
ମରାରିର ପୁତ୍ର ମହଲି ଓ ମୂଶି; ଆଉ ଆପଣା ଆପଣା ପିତୃବଂଶାନୁସାରେ ଏସମସ୍ତେ ଲେବୀୟ ଗୋଷ୍ଠୀ।
ପ୍ରଥମ ବଂଶାବଳୀ 6 : 20 (IRVOR)
ଗେର୍ଶୋମର (ସନ୍ତାନ); ତାହାର ପୁତ୍ର ଲିବ୍‍ନି, ତାହାର ପୁତ୍ର ଯହତ୍‍, ତାହାର ପୁତ୍ର ସିମ୍ମ;
ପ୍ରଥମ ବଂଶାବଳୀ 6 : 21 (IRVOR)
ତାହାର ପୁତ୍ର ଯୋୟାହ, ତାହାର ପୁତ୍ର ଇଦ୍ଦୋ, ତାହାର ପୁତ୍ର ସେରହ, ତାହାର ପୁତ୍ର ଯୀୟତ୍ରୟ।
ପ୍ରଥମ ବଂଶାବଳୀ 6 : 22 (IRVOR)
କହାତର ସନ୍ତାନ; ତାହାର ପୁତ୍ର ଅମ୍ମୀନାଦବ, ତାହାର ପୁତ୍ର କୋରହ, ତାହାର ପୁତ୍ର ଅସୀର;
ପ୍ରଥମ ବଂଶାବଳୀ 6 : 23 (IRVOR)
ତାହାର ପୁତ୍ର ଇଲ୍‍କାନା, ତାହାର ପୁତ୍ର ଅବୀୟାସଫ, ତାହାର ପୁତ୍ର ଅସୀର;
ପ୍ରଥମ ବଂଶାବଳୀ 6 : 24 (IRVOR)
ତାହାର ପୁତ୍ର ତହତ, ତାହାର ପୁତ୍ର ଊରୀୟେଲ, ତାହାର ପୁତ୍ର ଉଷୀୟ, ତାହାର ପୁତ୍ର ଶୌଲ।
ପ୍ରଥମ ବଂଶାବଳୀ 6 : 25 (IRVOR)
ଇଲ୍‍କାନାର ସନ୍ତାନ ଅମାସୟ ଓ ଅହୀମୋତ୍‍।
ପ୍ରଥମ ବଂଶାବଳୀ 6 : 26 (IRVOR)
ଇଲ୍‍କାନା; ଇଲ୍‍କାନାର ସନ୍ତାନ; ତାହାର ପୁତ୍ର ସୋଫୀ, ତାହାର ପୁତ୍ର ନହତ୍‍;
ପ୍ରଥମ ବଂଶାବଳୀ 6 : 27 (IRVOR)
ତାହାର ପୁତ୍ର ଇଲୀୟାବ୍‍, ତାହାର ପୁତ୍ର ଯିରୋହମ୍‍, ତାହାର ପୁତ୍ର ଇଲ୍‍କାନା।
ପ୍ରଥମ ବଂଶାବଳୀ 6 : 28 (IRVOR)
ଶାମୁୟେଲଙ୍କର ସନ୍ତାନ; ପ୍ରଥମଜାତ ଯୋୟେଲ ଓ ଦ୍ୱିତୀୟ ଅବୀୟ।
ପ୍ରଥମ ବଂଶାବଳୀ 6 : 29 (IRVOR)
ମରାରିର ସନ୍ତାନ ମହଲି, ତାହାର ପୁତ୍ର ଲିବ୍‍ନି, ତାହାର ପୁତ୍ର ଶିମୀୟି, ତାହାର ପୁତ୍ର ଉଷଃ;
ପ୍ରଥମ ବଂଶାବଳୀ 6 : 30 (IRVOR)
ତାହାର ପୁତ୍ର ଶିମୀୟ, ତାହାର ପୁତ୍ର ହଗୀୟ, ତାହାର ପୁତ୍ର ଅସାୟ।
ପ୍ରଥମ ବଂଶାବଳୀ 6 : 31 (IRVOR)
(ନିୟମ)ସିନ୍ଦୁକ ବିଶ୍ରାମ-ସ୍ଥାନ ପାଇଲା ଉତ୍ତାରେ ଦାଉଦ ଯେଉଁମାନଙ୍କୁ ସଦାପ୍ରଭୁଙ୍କ ଗୃହର ଗାନ-ସେବାରେ ନିଯୁକ୍ତ କରିଥିଲେ, ସେମାନଙ୍କର ନାମ ଏହି।
ପ୍ରଥମ ବଂଶାବଳୀ 6 : 32 (IRVOR)
ପୁଣି, ଶଲୋମନ ଯିରୂଶାଲମରେ ସଦାପ୍ରଭୁଙ୍କ ଗୃହ ନିର୍ମାଣ ନ କରିବା ପର୍ଯ୍ୟନ୍ତ ସେମାନେ ସମାଗମ-ତମ୍ବୁରୂପ ଆବାସ ସମ୍ମୁଖରେ ଗାନ ଦ୍ୱାରା ପରିଚର୍ଯ୍ୟା କଲେ ଓ ସେମାନେ ଆପଣା ଆପଣା ପାଳି ଅନୁସାରେ ସ୍ୱ ସ୍ୱ ପଦରେ ସେବା କଲେ।
ପ୍ରଥମ ବଂଶାବଳୀ 6 : 33 (IRVOR)
ଆଉ ସେହି ସେବାକାରୀ ଲୋକମାନେ ଓ ସେମାନଙ୍କ ସନ୍ତାନଗଣ, ଯଥା, କହାତୀୟ ସନ୍ତାନଗଣ ମଧ୍ୟରେ ହେମନ ଗାୟକ, ସେ ଯୋୟେଲର ପୁତ୍ର, ସେ ଶାମୁୟେଲଙ୍କର ପୁତ୍ର;
ପ୍ରଥମ ବଂଶାବଳୀ 6 : 34 (IRVOR)
ସେ ଇଲ୍‍କାନାର ପୁତ୍ର, ସେ ଯିରୋହମର ପୁତ୍ର, ସେ ଇଲୀୟେଲ୍‍ର ପୁତ୍ର, ସେ ତୋହର ପୁତ୍ର;
ପ୍ରଥମ ବଂଶାବଳୀ 6 : 35 (IRVOR)
ସେ ସୂଫର ପୁତ୍ର, ସେ ଇଲ୍‍କାନାର ପୁତ୍ର, ସେ ମାହତ୍‍ର ପୁତ୍ର, ସେ ଅମାସୟର ପୁତ୍ର;
ପ୍ରଥମ ବଂଶାବଳୀ 6 : 36 (IRVOR)
ସେ ଇଲ୍‍କାନାର ପୁତ୍ର, ସେ ଯୋୟେଲର ପୁତ୍ର, ସେ ଅସରୀୟର ପୁତ୍ର, ସେ ସଫନୀୟର ପୁତ୍ର;
ପ୍ରଥମ ବଂଶାବଳୀ 6 : 37 (IRVOR)
ସେ ତହତର ପୁତ୍ର, ସେ ଅସୀରର ପୁତ୍ର, ସେ ଅବୀୟାସଫର ପୁତ୍ର, ସେ କୋରହର ପୁତ୍ର;
ପ୍ରଥମ ବଂଶାବଳୀ 6 : 38 (IRVOR)
ସେ ଯିଷ୍‍ହରିର ପୁତ୍ର, ସେ କହାତର ପୁତ୍ର, ସେ ଲେବୀର ପୁତ୍ର, ସେ ଇସ୍ରାଏଲର ପୁତ୍ର।
ପ୍ରଥମ ବଂଶାବଳୀ 6 : 39 (IRVOR)
ହେମନର ଭ୍ରାତା ଆସଫ ତାହାର ଦକ୍ଷିଣରେ ଠିଆ ହେଲା, ସେହି ଆସଫ ବେରିଖୀୟର ପୁତ୍ର, ସେ ଶିମୀୟର ପୁତ୍ର;
ପ୍ରଥମ ବଂଶାବଳୀ 6 : 40 (IRVOR)
ସେ ମୀଖାୟେଲର ପୁତ୍ର, ସେ ବାସେୟର ପୁତ୍ର, ସେ ମଲ୍‍କୀୟର ପୁତ୍ର;
ପ୍ରଥମ ବଂଶାବଳୀ 6 : 41 (IRVOR)
ସେ ଇତ୍‍ନିର ପୁତ୍ର, ସେ ସେରହର ପୁତ୍ର, ସେ ଅଦାୟାର ପୁତ୍ର;
ପ୍ରଥମ ବଂଶାବଳୀ 6 : 42 (IRVOR)
ସେ ଏଥନ୍‍ର ପୁତ୍ର, ସେ ସିମ୍ମର ପୁତ୍ର, ସେ ଶିମୀୟିର ପୁତ୍ର।
ପ୍ରଥମ ବଂଶାବଳୀ 6 : 43 (IRVOR)
ସେ ଯହତ୍‍ର ପୁତ୍ର, ସେ ଗେର୍ଶୋମର ପୁତ୍ର, ସେ ଲେବୀର ପୁତ୍ର।
ପ୍ରଥମ ବଂଶାବଳୀ 6 : 44 (IRVOR)
ବାମ ଭାଗରେ ସେମାନଙ୍କ ଭ୍ରାତୃଗଣ ମରାରିର ସନ୍ତାନମାନେ ଠିଆ ହେଲେ; ଏଥନ୍‍ କୀଶିର ପୁତ୍ର, ସେ ଅବ୍‍ଦିର ପୁତ୍ର, ସେ ମଲ୍ଲୁକର ପୁତ୍ର;
ପ୍ରଥମ ବଂଶାବଳୀ 6 : 45 (IRVOR)
ସେ ହଶବୀୟର ପୁତ୍ର, ସେ ଅମତ୍‍ସୀୟର ପୁତ୍ର, ସେ ହିଲ୍‍କିୟର ପୁତ୍ର;
ପ୍ରଥମ ବଂଶାବଳୀ 6 : 46 (IRVOR)
ସେ ଅମ୍‍ସିର ପୁତ୍ର, ସେ ବାନିର ପୁତ୍ର, ସେ ଶେମରର ପୁତ୍ର;
ପ୍ରଥମ ବଂଶାବଳୀ 6 : 47 (IRVOR)
ସେ ମହଲିର ପୁତ୍ର, ସେ ମୂଶିର ପୁତ୍ର, ସେ ମରାରିର ପୁତ୍ର, ସେ ଲେବୀର ପୁତ୍ର।
ପ୍ରଥମ ବଂଶାବଳୀ 6 : 48 (IRVOR)
ସେମାନଙ୍କ ଭ୍ରାତୃଗଣ ଲେବୀୟମାନେ ପରମେଶ୍ୱରଙ୍କ ଗୃହରୂପ ଆବାସର ସମସ୍ତ ସେବାରେ ନିଯୁକ୍ତ ଥିଲେ।
ପ୍ରଥମ ବଂଶାବଳୀ 6 : 49 (IRVOR)
ମାତ୍ର ହାରୋଣ ଓ ତାଙ୍କର ପୁତ୍ରଗଣ ପରମେଶ୍ୱରଙ୍କ ସେବକ ମୋଶାଙ୍କର ସମସ୍ତ ଆଜ୍ଞା ପ୍ରମାଣେ ମହାପବିତ୍ର ସ୍ଥାନର ସମସ୍ତ କାର୍ଯ୍ୟ ନିମନ୍ତେ ଓ ଇସ୍ରାଏଲ ପାଇଁ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ହୋମାର୍ଥକ ବେଦି ଉପରେ ଓ ଧୂପାର୍ଥକ ବେଦି ଉପରେ ଉତ୍ସର୍ଗ କଲେ।
ପ୍ରଥମ ବଂଶାବଳୀ 6 : 50 (IRVOR)
ହାରୋଣଙ୍କର ସନ୍ତାନଗଣ; ହାରୋଣଙ୍କର ପୁତ୍ର ଇଲୀୟାସର, ତାହାର ପୁତ୍ର ପୀନହସ୍‍, ତାହାର ପୁତ୍ର ଅବୀଶୂୟ
ପ୍ରଥମ ବଂଶାବଳୀ 6 : 51 (IRVOR)
ତାହାର ପୁତ୍ର ବୁକ୍‍କି, ତାହାର ପୁତ୍ର ଉଷି, ତାହାର ପୁତ୍ର ସରହୀୟ;
ପ୍ରଥମ ବଂଶାବଳୀ 6 : 52 (IRVOR)
ତାହାର ପୁତ୍ର ମରାୟୋତ୍‍, ତାହାର ପୁତ୍ର ଅମରୀୟ, ତାହାର ପୁତ୍ର ଅହୀଟୂବ୍‍;
ପ୍ରଥମ ବଂଶାବଳୀ 6 : 53 (IRVOR)
ତାହାର ପୁତ୍ର ସାଦୋକ, ତାହାର ପୁତ୍ର ଅହୀମାସ୍‍।
ପ୍ରଥମ ବଂଶାବଳୀ 6 : 54 (IRVOR)
ଆଉ ସେମାନଙ୍କ ସ୍ୱ ସ୍ୱ ସୀମାରେ ଛାଉଣିର ସ୍ଥାପନାନୁସାରେ ଏହିସବୁ ସେମାନଙ୍କର ବସତି-ସ୍ଥାନ। ଯଥା, ହାରୋଣଙ୍କର ସନ୍ତାନଗଣ କହାତୀୟ ଗୋଷ୍ଠୀର ପ୍ରଥମ ବାଣ୍ଟ ଥିଲା,
ପ୍ରଥମ ବଂଶାବଳୀ 6 : 55 (IRVOR)
ଏହେତୁ ସେମାନଙ୍କୁ ଯିହୁଦା ଦେଶସ୍ଥ ହିବ୍ରୋଣ ଓ ତହିଁର ଚତୁର୍ଦ୍ଦିଗସ୍ଥ ତଳିଭୂମି ଦିଆଗଲା।
ପ୍ରଥମ ବଂଶାବଳୀ 6 : 56 (IRVOR)
ମାତ୍ର ନଗରର କ୍ଷେତ୍ର ଓ ତହିଁର ଗ୍ରାମସବୁ ଯିଫୁନ୍ନିର ପୁତ୍ର କାଲେବଙ୍କୁ ଦିଆଗଲା।
ପ୍ରଥମ ବଂଶାବଳୀ 6 : 57 (IRVOR)
ପୁଣି, ହାରୋଣଙ୍କର ସନ୍ତାନମାନଙ୍କୁ ଆଶ୍ରୟ ନଗରସବୁ, ହିବ୍ରୋଣ; ଲିବ୍‍ନା, ତହିଁର ତଳିଭୂମି ଓ ଯତ୍ତୀର ଓ ଇଷ୍ଟିମୋୟ, ତହିଁର ତଳିଭୂମି;
ପ୍ରଥମ ବଂଶାବଳୀ 6 : 58 (IRVOR)
ହିଲେନ୍‍, ତହିଁର ତଳିଭୂମି, ଦବୀର, ତହିଁର ତଳିଭୂମି;
ପ୍ରଥମ ବଂଶାବଳୀ 6 : 59 (IRVOR)
ଆଶନ୍‍, ତହିଁର ତଳିଭୂମି ଓ ବେଥ୍-ଶେମଶ, ତହିଁର ତଳିଭୂମି;
ପ୍ରଥମ ବଂଶାବଳୀ 6 : 60 (IRVOR)
ପୁଣି, ବିନ୍ୟାମୀନ୍ ବଂଶଠାରୁ ଗେବା, ତହିଁର ତଳିଭୂମି ଓ ଆଲେମତ୍‍, ତହିଁର ତଳିଭୂମି ଓ ଅନାଥୋତ୍‍, ତହିଁର ତଳିଭୂମି ଦିଆଗଲା। ସେମାନଙ୍କ ସମୁଦାୟ ବଂଶର ସର୍ବସୁଦ୍ଧା ତେର ନଗର ଥିଲା।
ପ୍ରଥମ ବଂଶାବଳୀ 6 : 61 (IRVOR)
ପୁଣି, କହାତର ଅବଶିଷ୍ଟ ସନ୍ତାନମାନଙ୍କୁ ଗୁଲିବାଣ୍ଟ ଦ୍ୱାରା ବଂଶୀୟ ଗୋଷ୍ଠୀଠାରୁ, ଅର୍ଦ୍ଧ ବଂଶ, ଅର୍ଥାତ୍‍, ମନଃଶିର ଅର୍ଦ୍ଧାଂଶଠାରୁ ଦଶ ନଗର ଦିଆଗଲା।
ପ୍ରଥମ ବଂଶାବଳୀ 6 : 62 (IRVOR)
ଆଉ ଗେର୍ଶୋମର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଇଷାଖର-ବଂଶଠାରୁ ଓ ଆଶେର-ବଂଶଠାରୁ ଓ ନପ୍ତାଲି-ବଂଶଠାରୁ ଓ ବାଶନସ୍ଥ ମନଃଶି-ବଂଶଠାରୁ ତେର ନଗର ଦିଆଗଲା।
ପ୍ରଥମ ବଂଶାବଳୀ 6 : 63 (IRVOR)
ମରାରିର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଗୁଲିବାଣ୍ଟ ଦ୍ୱାରା ରୁବେନ୍‍-ବଂଶଠାରୁ ଓ ଗାଦ୍‍-ବଂଶଠାରୁ ଓ ସବୂଲୂନ-ବଂଶଠାରୁ ବାର ନଗର ଦିଆଗଲା।
ପ୍ରଥମ ବଂଶାବଳୀ 6 : 64 (IRVOR)
ପୁଣି, ଇସ୍ରାଏଲ ସନ୍ତାନଗଣ ଲେବୀୟମାନଙ୍କୁ ତଳିଭୂମି ସହିତ ନଗରମାନ ଦେଲେ।
ପ୍ରଥମ ବଂଶାବଳୀ 6 : 65 (IRVOR)
ସେମାନେ ଗୁଲିବାଣ୍ଟ ଦ୍ୱାରା ନାମରେ ଉଲ୍ଲିଖିତ ଏହି ନଗରସବୁ ଯିହୁଦା-ସନ୍ତାନଗଣର ବଂଶଠାରୁ ଓ ଶିମୀୟୋନ-ସନ୍ତାନଗଣର ବଂଶଠାରୁ ଓ ବିନ୍ୟାମୀନ୍ ସନ୍ତାନଗଣର ବଂଶଠାରୁ ସେମାନଙ୍କୁ ଦେଲେ।
ପ୍ରଥମ ବଂଶାବଳୀ 6 : 66 (IRVOR)
ପୁଣି, କହାତ ସନ୍ତାନଗଣର କୌଣସି କୌଣସି ଗୋଷ୍ଠୀ ଇଫ୍ରୟିମ-ବଂଶଠାରୁ ସ୍ୱ ସ୍ୱ ସୀମାସ୍ଥ ନଗର ପାଇଲେ।
ପ୍ରଥମ ବଂଶାବଳୀ 6 : 67 (IRVOR)
ଆଉ ସେମାନେ ସେମାନଙ୍କୁ ଆଶ୍ରୟ-ନଗରମାନ ଦେଲେ, ଇଫ୍ରୟିମର ପର୍ବତମୟ ଦେଶରେ ତଳିଭୂମି ସହିତ ଶିଖିମ୍‍; ତଳିଭୂମି ସହିତ ଗେଷର୍‍;
ପ୍ରଥମ ବଂଶାବଳୀ 6 : 68 (IRVOR)
ତଳିଭୂମି ସହିତ ଯକମୀୟାମ୍‍ ଓ ତଳିଭୂମି ସହିତ ବେଥ୍-ହୋରଣ;
ପ୍ରଥମ ବଂଶାବଳୀ 6 : 69 (IRVOR)
ତଳିଭୂମି ସହିତ ଅୟାଲୋନ୍‍ ଓ ତଳିଭୂମି ସହିତ ଗାଥ୍‍-ରିମ୍ମୋନ;
ପ୍ରଥମ ବଂଶାବଳୀ 6 : 70 (IRVOR)
ପୁଣି, ମନଃଶିର ଅର୍ଦ୍ଧ ବଂଶଠାରୁ ତଳିଭୂମି ସହିତ ଆନେର୍‍ ଓ ତଳିଭୂମି ସହିତ ବିଲୀୟମ୍‍, ଏହିସବୁ ନଗର କହାତ-ସନ୍ତାନଗଣର ଅବଶିଷ୍ଟ ଗୋଷ୍ଠୀକୁ ଦେଲେ।
ପ୍ରଥମ ବଂଶାବଳୀ 6 : 71 (IRVOR)
ଗେର୍ଶୋମର ସନ୍ତାନମାନଙ୍କୁ ମନଃଶିର ଅର୍ଦ୍ଧ ବଂଶର ଗୋଷ୍ଠୀଠାରୁ ତଳିଭୂମି ସହିତ ବାଶନସ୍ଥ ଗୋଲନ୍‍ ଓ ତଳିଭୂମି ସହିତ ଅଷ୍ଟାରୋତ୍‍;
ପ୍ରଥମ ବଂଶାବଳୀ 6 : 72 (IRVOR)
ଆଉ ଇଷାଖରର ଗୋଷ୍ଠୀଠାରୁ ତଳିଭୂମି ସହିତ କେଦଶ୍‍, ତଳିଭୂମି ସହିତ ଦାବରତ୍‍;
ପ୍ରଥମ ବଂଶାବଳୀ 6 : 73 (IRVOR)
ତଳିଭୂମି ସହିତ ରାମୋତ୍‍ ଓ ତଳିଭୂମି ସହିତ ଆନେମ୍‍;
ପ୍ରଥମ ବଂଶାବଳୀ 6 : 74 (IRVOR)
ଆଉ ଆଶେର-ବଂଶଠାରୁ ତଳିଭୂମି ସହିତ ମଶାଲ୍‍, ତଳିଭୂମି ସହିତ ଅବଦୋନ୍‍;
ପ୍ରଥମ ବଂଶାବଳୀ 6 : 75 (IRVOR)
ତଳିଭୂମି ସହିତ ହୁକ୍‍କୋକ୍‍ ଓ ତଳିଭୂମି ସହିତ ରହୋବ୍‍;
ପ୍ରଥମ ବଂଶାବଳୀ 6 : 76 (IRVOR)
ଆଉ ନପ୍ତାଲି-ବଂଶଠାରୁ ତଳିଭୂମି ସହିତ ଗାଲିଲୀସ୍ଥ କେଦଶ୍‍, ତଳିଭୂମି ସହିତ ହମ୍ମୋନ ଓ ତଳିଭୂମି ସହିତ କିରୀୟାଥୟିମ ଦିଆଗଲା।
ପ୍ରଥମ ବଂଶାବଳୀ 6 : 77 (IRVOR)
ମରାରି-ସନ୍ତାନଗଣର ଅବଶିଷ୍ଟ ଲେବୀୟମାନଙ୍କୁ ସବୂଲୂନ-ବଂଶଠାରୁ ତଳିଭୂମି ସହିତ ରିମ୍ମୋନ୍‍, ତଳିଭୂମି ସହିତ ତାବୋର୍‍ ଦିଆଗଲା।
ପ୍ରଥମ ବଂଶାବଳୀ 6 : 78 (IRVOR)
ଆଉ ଯର୍ଦ୍ଦନର ସେପାରି ଯିରୀହୋ ନିକଟରେ ଯର୍ଦ୍ଦନର ପୂର୍ବଦିଗରେ ରୁବେନ୍‍-ବଂଶଠାରୁ ତଳିଭୂମି ସହିତ ପ୍ରାନ୍ତରସ୍ଥ ବେତ୍‍ସର ଓ ତଳିଭୂମି ସହିତ ଯହସ୍‍
ପ୍ରଥମ ବଂଶାବଳୀ 6 : 79 (IRVOR)
ଓ ତଳିଭୂମି ସହିତ କଦେମୋତ୍‍ ଓ ତଳିଭୂମି ସହିତ ମେଫାତ୍‍;
ପ୍ରଥମ ବଂଶାବଳୀ 6 : 80 (IRVOR)
ଆଉ ଗାଦ୍‍ ବଂଶଠାରୁ ତଳିଭୂମି ସହିତ ଗିଲୀୟଦସ୍ଥ ରାମୋତ୍‍, ତଳିଭୂମି ସହିତ ମହନୟିମ,
ପ୍ରଥମ ବଂଶାବଳୀ 6 : 81 (IRVOR)
ତଳିଭୂମି ସହିତ ହିଷ୍‍ବୋନ ଓ ତଳିଭୂମି ସହିତ ଯାସେର ଦିଆଗଲା।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81