ପ୍ରଥମ ବଂଶାବଳୀ 2 : 1 (IRVOR)
{ଦାଉଦଙ୍କ ବଂଶାବଳୀ} [PS] ଏମାନେ ଇସ୍ରାଏଲର ପୁତ୍ରଗଣ; ଯଥା ରୁବେନ୍‍, ଶିମୀୟୋନ, ଲେବୀ ଓ ଯିହୁଦା, ଇଷାଖର ଓ ସବୂଲୂନ;
ପ୍ରଥମ ବଂଶାବଳୀ 2 : 2 (IRVOR)
ଦାନ୍, ଯୋଷେଫ ଓ ବିନ୍ୟାମୀନ୍, ନପ୍ତାଲି, ଗାଦ୍‍ ଓ ଆଶେର।
ପ୍ରଥମ ବଂଶାବଳୀ 2 : 3 (IRVOR)
ଯିହୁଦାର ପୁତ୍ରଗଣ; ଯଥା ଏର୍‍ ଓ ଓନନ୍‍ ଓ ଶେଲା; ତାହାର ଏହି ତିନି ପୁତ୍ର କିଣାନୀୟା ବତ୍‍ଶୂୟାଠାରୁ ଜାତ ହୋଇଥିଲେ। ଯିହୁଦାର ଜ୍ୟେଷ୍ଠ ପୁତ୍ର ଏର୍‍ ସଦାପ୍ରଭୁଙ୍କ ଦୃଷ୍ଟିରେ ଦୁଷ୍ଟ ଥିଲା; ଏଣୁ ସେ ତାହାକୁ ସଂହାର କଲେ।
ପ୍ରଥମ ବଂଶାବଳୀ 2 : 4 (IRVOR)
ପୁଣି, ଯିହୁଦାର ପୁତ୍ରବଧୂ ତାମର ତାହାର ଔରସରେ ପେରସ ଓ ସେରହକୁ ପ୍ରସବ କଲା। ଯିହୁଦାର ସର୍ବସୁଦ୍ଧା ପାଞ୍ଚ ପୁତ୍ର ଥିଲେ।
ପ୍ରଥମ ବଂଶାବଳୀ 2 : 5 (IRVOR)
ପେରସର ସନ୍ତାନ ହିଷ୍ରୋଣ ଓ ହାମୂଲ।
ପ୍ରଥମ ବଂଶାବଳୀ 2 : 6 (IRVOR)
ପୁଣି, ସେରହର ସନ୍ତାନ ସିମ୍ରି ଓ ଏଥନ୍‍ ଓ ହେମନ ଓ କଲ୍‍କୋଲ୍‍ ଓ ଦେରା; ସମୁଦାୟ ପାଞ୍ଚ ଜଣ।
ପ୍ରଥମ ବଂଶାବଳୀ 2 : 7 (IRVOR)
କର୍ମିର ପୁତ୍ର ଆଖର ଇସ୍ରାଏଲର ଦୁଃଖଦାୟକ ଥିଲା, ସେ ବର୍ଜିତ ଦ୍ରବ୍ୟ ବିଷୟରେ ସତ୍ୟ-ଲଙ୍ଘନ କରିଥିଲା।
ପ୍ରଥମ ବଂଶାବଳୀ 2 : 8 (IRVOR)
ପୁଣି, ଏଥନ୍‍ର ପୁତ୍ର ଅସରୀୟା।
ପ୍ରଥମ ବଂଶାବଳୀ 2 : 9 (IRVOR)
ଆଉ ହିଷ୍ରୋଣର ଔରସଜାତ ପୁତ୍ର ଯିରହମେଲ ଓ ରାମ୍‍ ଓ କାଲୁବାୟ,
ପ୍ରଥମ ବଂଶାବଳୀ 2 : 10 (IRVOR)
ପୁଣି, ରାମ୍‍ ଅମ୍ମୀନାଦବକୁ ଜାତ କଲା; ପୁଣି, ଅମ୍ମୀନାଦବ ଯିହୁଦା-ସନ୍ତାନଗଣର ଅଧିପତି ନହଶୋନ୍‌କୁ ଜାତ କଲା।
ପ୍ରଥମ ବଂଶାବଳୀ 2 : 11 (IRVOR)
ଆଉ ନହଶୋନ୍‍ ସଲ୍‍ମାକୁ ଜାତ କଲା ଓ ସଲ୍‍ମା ବୋୟଜକୁ ଜାତ କଲା;
ପ୍ରଥମ ବଂଶାବଳୀ 2 : 12 (IRVOR)
ବୋୟଜ ଓବେଦ୍‍କୁ ଜାତ କଲା, ଓବେଦ୍‍ ଯିଶୀକୁ ଜାତ କଲା।
ପ୍ରଥମ ବଂଶାବଳୀ 2 : 13 (IRVOR)
ପୁଣି, ଯିଶୀ ଆପଣା ଜ୍ୟେଷ୍ଠ ଇଲୀୟାବ୍‍କୁ ଓ ଦ୍ୱିତୀୟ ଅବୀନାଦବକୁ ଓ ତୃତୀୟ ଶିମୀୟକୁ;
ପ୍ରଥମ ବଂଶାବଳୀ 2 : 14 (IRVOR)
ଚତୁର୍ଥ ନଥନେଲକୁ, ପଞ୍ଚମ ରଦ୍ଦୟକୁ;
ପ୍ରଥମ ବଂଶାବଳୀ 2 : 15 (IRVOR)
ଷଷ୍ଠ ଓତ୍‍ସମକୁ, ସପ୍ତମ ଦାଉଦଙ୍କୁ ଜାତ କଲା;
ପ୍ରଥମ ବଂଶାବଳୀ 2 : 16 (IRVOR)
ପୁଣି, ସରୁୟା ଓ ଅବୀଗଲ ସେମାନଙ୍କର ଭଗିନୀ ଥିଲେ। ଆଉ ଅବୀଶୟ ଓ ଯୋୟାବ ଓ ଅସାହେଲ, ଏ ତିନି ସରୁୟାର ପୁତ୍ର।
ପ୍ରଥମ ବଂଶାବଳୀ 2 : 17 (IRVOR)
ପୁଣି, ଅବୀଗଲ ଅମାସାକୁ ଜାତ କଲା; ଏହି ଅମାସାର ପିତା ଇଶ୍ମାୟେଲୀୟ ଯେଥର ଥିଲା।
ପ୍ରଥମ ବଂଶାବଳୀ 2 : 18 (IRVOR)
ଆଉ ହିଷ୍ରୋଣର ପୁତ୍ର କାଲେବ ଆପଣା ଭାର୍ଯ୍ୟା ଅସୂବାର ଔରସରେ ଓ ଯିରୀୟୋତର ଔରସରେ ସନ୍ତାନଗଣ ଜାତ କଲା; ଯେଶର ଓ ଶୋବବ୍‍ ଓ ଅର୍ଦୋନ୍‍, ଏମାନେ ଅସୂବାର ପୁତ୍ର।
ପ୍ରଥମ ବଂଶାବଳୀ 2 : 19 (IRVOR)
ପୁଣି, ଅସୂବା ମଲା ଉତ୍ତାରେ କାଲେବ ଇଫ୍ରାଥାକୁ ବିବାହ କଲା, ସେ ହୂରକୁ ପ୍ରସବ କଲା।
ପ୍ରଥମ ବଂଶାବଳୀ 2 : 20 (IRVOR)
ପୁଣି, ହୂର ଊରିକୁ ଜାତ କଲା ଓ ଊରି ବତ୍ସଲେଲକୁ ଜାତ କଲା।
ପ୍ରଥମ ବଂଶାବଳୀ 2 : 21 (IRVOR)
ଏଥିଉତ୍ତାରେ ହିଷ୍ରୋଣ ଗିଲୀୟଦର ପିତା ମାଖୀରର କନ୍ୟାର ସହବାସ କଲା; ସେ ଆପଣାର ଷାଠିଏ ବର୍ଷ ବୟସରେ ସେ ସ୍ତ୍ରୀକୁ ବିବାହ କରିଥିଲା; ତହିଁରେ ସେ ସ୍ତ୍ରୀ ତାହାର ଔରସରେ ସଗୂବକୁ ପ୍ରସବ କଲା।
ପ୍ରଥମ ବଂଶାବଳୀ 2 : 22 (IRVOR)
ସଗୂବ ଯାୟୀରକୁ ଜାତ କଲା, ତାହାର ଗିଲୀୟଦ ଦେଶରେ ତେଇଶ ନଗର ଥିଲା।
ପ୍ରଥମ ବଂଶାବଳୀ 2 : 23 (IRVOR)
ଆଉ ଗଶୂର ଓ ଅରାମ୍‍ ଯାୟୀରର ଗ୍ରାମସବୁ ସେମାନଙ୍କ ହସ୍ତରୁ ହରଣ କଲେ, ତହିଁ ସଙ୍ଗେ କନାତ୍‍ ଓ ତହିଁର ଗ୍ରାମ ପ୍ରଭୃତି ଷାଠିଏ ନଗର ନେଲେ। ଏସମସ୍ତେ ଗିଲୀୟଦର ପିତା ମାଖୀରର ସନ୍ତାନ ଥିଲେ।
ପ୍ରଥମ ବଂଶାବଳୀ 2 : 24 (IRVOR)
ପୁଣି, ହିଷ୍ରୋଣ କାଲେବ-ଇଫ୍ରାଥାରେ ମଲା ଉତ୍ତାରେ ହିଷ୍ରୋଣର ଭାର୍ଯ୍ୟା ଅବୀୟ ତାହାର ଔରସରେ ତକୋୟର ପିତା ଅସ୍‍ହୂରକୁ ଜାତ କଲା।
ପ୍ରଥମ ବଂଶାବଳୀ 2 : 25 (IRVOR)
ହିଷ୍ରୋଣର ପ୍ରଥମଜାତ ଯିରହମେଲର ଏହିସବୁ ସନ୍ତାନ ଥିଲେ, ପ୍ରଥମଜାତ ରାମ୍‍, ତହିଁ ଉତ୍ତାରେ ବୂନା, ଓରଣ, ଓତ୍‍ସମ୍‍ ଓ ଅହୀୟ।
ପ୍ରଥମ ବଂଶାବଳୀ 2 : 26 (IRVOR)
ପୁଣି, ଯିରହମେଲର ଅନ୍ୟ ଏକ ଭାର୍ଯ୍ୟା ଥିଲା, ତାହାର ନାମ ଅଟାରା; ସେ ଓନମ୍‍ର ମାତା।
ପ୍ରଥମ ବଂଶାବଳୀ 2 : 27 (IRVOR)
ଆଉ ଯିରହମେଲର ପ୍ରଥମଜାତ ରାମ୍‍ର ପୁତ୍ର ମାଷ୍‍, ଯାମୀନ୍‍ ଓ ଏକର।
ପ୍ରଥମ ବଂଶାବଳୀ 2 : 28 (IRVOR)
ଆଉ ଓନମ୍‍ର ପୁତ୍ର ଶମ୍ମୟ ଓ ଯାଦା; ଆଉ ଶମ୍ମୟର ପୁତ୍ର ନାଦବ୍‍ ଓ ଅବୀଶୂର।
ପ୍ରଥମ ବଂଶାବଳୀ 2 : 29 (IRVOR)
ଅବୀଶୂରର ଭାର୍ଯ୍ୟାର ନାମ ଅବୀହୟିଲ୍‍ ଓ ସେ ତାହାର ଔରସରେ ଅହବାନ୍‍ ଓ ମୋଲୀଦକୁ ଜାତ କଲା।
ପ୍ରଥମ ବଂଶାବଳୀ 2 : 30 (IRVOR)
ପୁଣି, ନାଦବ୍‍ର ପୁତ୍ର ସେଲଦ୍‍ ଓ ଅପ୍‍ପୟିମ୍‍; ମାତ୍ର ସେଲଦ୍‍ ନିଃସନ୍ତାନ ହୋଇ ମଲା।
ପ୍ରଥମ ବଂଶାବଳୀ 2 : 31 (IRVOR)
ଆଉ ଅପ୍‍ପୟିମ୍‍ର ପୁତ୍ର ଈଶୀ, ପୁଣି, ଈଶୀର ପୁତ୍ର ଶେଶନ୍‍। ଶେଶନ୍‍ର ପୁତ୍ର ଅହଲୟ।
ପ୍ରଥମ ବଂଶାବଳୀ 2 : 32 (IRVOR)
ପୁଣି, ଶମ୍ମୟର ଭ୍ରାତା ଯାଦାର ସନ୍ତାନ ଯେଥର ଓ ଯୋନାଥନ; ଯେଥର ନିଃସନ୍ତାନ ହୋଇ ମଲା।
ପ୍ରଥମ ବଂଶାବଳୀ 2 : 33 (IRVOR)
ପୁଣି, ଯୋନାଥନର ପୁତ୍ର ପେଲତ୍‍ ଓ ସାସା, ଏସମସ୍ତେ ଯିରହମେଲର ସନ୍ତାନ।
ପ୍ରଥମ ବଂଶାବଳୀ 2 : 34 (IRVOR)
ଶେଶନ୍‍ର ପୁତ୍ର ନ ଥିଲେ, କେବଳ କନ୍ୟା ଥିଲେ। ପୁଣି, ଶେଶନ୍‍ର ଜଣେ ମିସ୍ରୀୟ ଦାସ ଥିଲା, ତାହାର ନାମ ଯାର୍ହା।
ପ୍ରଥମ ବଂଶାବଳୀ 2 : 35 (IRVOR)
ଆଉ ଶେଶନ୍‍ ଆପଣା ଦାସ ଯାର୍ହା ସଙ୍ଗେ ଆପଣା କନ୍ୟାକୁ ବିବାହ ଦେଲା; ତହୁଁ ସେ ତାହାର ଔରସରେ ଅତ୍ତୟକୁ ଜାତ କଲା।
ପ୍ରଥମ ବଂଶାବଳୀ 2 : 36 (IRVOR)
ପୁଣି, ଅତ୍ତୟ ନାଥନକୁ ଜାତ କଲା ଓ ନାଥନ ସାବଦ୍‍କୁ ଜାତ କଲା,
ପ୍ରଥମ ବଂଶାବଳୀ 2 : 37 (IRVOR)
ସାବଦ୍‍ ଇଫ୍‍ଲଲକୁ ଜାତ କଲା ଓ ଇଫ୍‍ଲଲ ଓବେଦ୍‍କୁ ଜାତ କଲା;
ପ୍ରଥମ ବଂଶାବଳୀ 2 : 38 (IRVOR)
ଓବେଦ୍‍ ଯେହୂକୁ ଜାତ କଲା ଓ ଯେହୂ ଅସରୀୟକୁ ଜାତ କଲା;
ପ୍ରଥମ ବଂଶାବଳୀ 2 : 39 (IRVOR)
ପୁଣି, ଅସରୀୟ ହେଲସ୍‍କୁ ଜାତ କଲା ଓ ହେଲସ୍‍ ଇଲୀୟାସାକୁ ଜାତ କଲା;
ପ୍ରଥମ ବଂଶାବଳୀ 2 : 40 (IRVOR)
ପୁଣି, ଇଲୀୟାସା ସିସମୟକୁ ଜାତ କଲା ଓ ସିସମୟ ଶଲ୍ଲୁମ୍‍କୁ ଜାତ କଲା;
ପ୍ରଥମ ବଂଶାବଳୀ 2 : 41 (IRVOR)
ଶଲ୍ଲୁମ୍‍ ଯିକମୀୟକୁ ଜାତ କଲା ଓ ଯିକମୀୟ ଇଲୀଶାମାକୁ ଜାତ କଲା।
ପ୍ରଥମ ବଂଶାବଳୀ 2 : 42 (IRVOR)
ଯିରହମେଲର ଭ୍ରାତା କାଲେବର ପୁତ୍ରଗଣ, ତାହାର ଜ୍ୟେଷ୍ଠ ପୁତ୍ର ମେଶା ସୀଫ୍‍ର ପିତା ଥିଲା; ପୁଣି, ହିବ୍ରୋଣର ପିତା ମାରେଶାର ପୁତ୍ରଗଣ।
ପ୍ରଥମ ବଂଶାବଳୀ 2 : 43 (IRVOR)
ଆଉ ହିବ୍ରୋଣର ପୁତ୍ର କୋରହ ଓ ତପୂହ ଓ ରେକମ୍‍, ଶେମା।
ପ୍ରଥମ ବଂଶାବଳୀ 2 : 44 (IRVOR)
ପୁଣି, ଶେମା ଯର୍କିୟମର ପିତା ରହମକୁ ଜାତ କଲା ଓ ରେକମ୍‍ ଶମ୍ମୟକୁ ଜାତ କଲା।
ପ୍ରଥମ ବଂଶାବଳୀ 2 : 45 (IRVOR)
ଆଉ ଶମ୍ମୟର ପୁତ୍ର ମାୟୋନ୍‍; ମାୟୋନ୍‍ ବେଥ୍-ସୁରର ପିତା ଥିଲା।
ପ୍ରଥମ ବଂଶାବଳୀ 2 : 46 (IRVOR)
ପୁଣି, କାଲେବର ଉପପତ୍ନୀ ଐଫା ହାରଣକୁ ଓ ମୋତ୍‍ସାକୁ ଓ ଗାସେସକୁ ଜାତ କଲା।
ପ୍ରଥମ ବଂଶାବଳୀ 2 : 47 (IRVOR)
ଆଉ ଯେହଦୟର ପୁତ୍ର ରେଗମ୍‍ ଓ ଯୋଥମ୍‍ ଓ ଗେଶନ୍‍ ଓ ପେଲଟ୍‍ ଓ ଐଫା ଓ ଶାଫ୍‍।
ପ୍ରଥମ ବଂଶାବଳୀ 2 : 48 (IRVOR)
ପୁଣି, କାଲେବର ଉପପତ୍ନୀ ମାଖା ଶେବରକୁ ଓ ତିର୍ହନଃକୁ ପ୍ରସବ କଲା।
ପ୍ରଥମ ବଂଶାବଳୀ 2 : 49 (IRVOR)
ଆହୁରି ସେ ମଦ୍‍ମନ୍ନାର ପିତା ଶାଫ୍‍କୁ, ମଗ୍‍ବେନାର ପିତା ଶିବାକୁ ଓ ଗିବୀୟାର ପିତାକୁ ପ୍ରସବ କଲା; ଆଉ ଅକ୍‍ଷା କାଲେବର କନ୍ୟା ଥିଲା।
ପ୍ରଥମ ବଂଶାବଳୀ 2 : 50 (IRVOR)
କାଲେବର ସନ୍ତାନଗଣ ଯଥା, ଇଫ୍ରାଥାର ପ୍ରଥମଜାତ ହୂରର ପୁତ୍ର ଶୋବଲ୍‍ କିରୀୟଥ୍‍-ଯିୟାରୀମ୍‍ର ପିତା;
ପ୍ରଥମ ବଂଶାବଳୀ 2 : 51 (IRVOR)
ସଲ୍‍ମା ବେଥଲିହିମର ପିତା, ହାରେଫ୍‍ ବେଥ୍-ଗାଦରର ପିତା;
ପ୍ରଥମ ବଂଶାବଳୀ 2 : 52 (IRVOR)
ଆଉ କିରୀୟଥ୍‍-ଯିୟାରୀମ୍‍ର ପିତା ଶୋବଲ୍‍ର ପୁତ୍ରଗଣ ଥିଲେ; ହରାୟା ମନୁହୋଥର ଅର୍ଦ୍ଧାଂଶ।
ପ୍ରଥମ ବଂଶାବଳୀ 2 : 53 (IRVOR)
ଆଉ କିରୀୟଥ୍‍-ଯିୟାରୀମ୍‍ର ଗୋଷ୍ଠୀ; ଯିତ୍ରୀୟ, ପୂଥୀୟ, ଶୂମାଥୀୟ ଓ ମିଶ୍ରାୟୀୟମାନେ; ଏମାନଙ୍କ ଠାରୁ ସରାୟୀୟ ଓ ଇଷ୍ଟାୟୋଲୀୟମାନେ ଉତ୍ପନ୍ନ ହେଲେ।
ପ୍ରଥମ ବଂଶାବଳୀ 2 : 54 (IRVOR)
ସଲ୍‍ମାର ସନ୍ତାନଗଣ; ଯଥା, ବେଥଲିହିମ ଓ ନଟୋଫାତୀୟମାନେ, ଅଟ୍ରୋତ୍‍ବେତ୍‍-ଯୋୟାବ ଓ ମାନହତୀୟମାନଙ୍କ ଅର୍ଦ୍ଧାଂଶ, ସରିୟୀୟମାନେ।
ପ୍ରଥମ ବଂଶାବଳୀ 2 : 55 (IRVOR)
ଆଉ ଯାବେଷ୍‍ ନିବାସୀ ଲେଖକମାନଙ୍କ ଗୋଷ୍ଠୀ, ଯଥା, ତିରିୟାଥୀୟ, ଶିମିୟଥୀୟ, ସୂଖାଥୀୟମାନେ। ଏମାନେ ରେଖବ-ବଂଶର ପୂର୍ବପୁରୁଷ ହମ୍ମତ୍‍ଠାରୁ ଉତ୍ପନ୍ନ କେନୀୟ ଲୋକ। [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55

BG:

Opacity:

Color:


Size:


Font: