ବିଚାରକର୍ତାମାନଙ୍କ ବିବରଣ 1 : 1 (ORV)
ଯିହୋଶୂୟଙ୍କର ମୃତ୍ୟୁ ଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କୁ ପଚାରିଲେ, କିଣାନୀୟ- ମାନଙ୍କ ପ୍ରତିକୂଳରେ ଆମ୍ଭମାନଙ୍କ ପାଇଁ ଯୁଦ୍ଧ କରିବାକୁ କିଏ ପ୍ରଥମେ ଯିବ?
ବିଚାରକର୍ତାମାନଙ୍କ ବିବରଣ 1 : 2 (ORV)
ତହୁଁ ସଦାପ୍ରଭୁ କହିଲେ, ଯିହୁଦା ଯିବ; ଦେଖ, ଆମ୍ଭେ ତାହା ହସ୍ତରେ ସେହି ଦେଶ ସମର୍ପଣ କରିଅଛୁ ।
ବିଚାରକର୍ତାମାନଙ୍କ ବିବରଣ 1 : 3 (ORV)
ତହିଁରେ ଯିହୁଦା ଆପଣା ଭ୍ରାତା ଶିମୀୟୋନକୁ କହିଲା, ଗୁଲିବାଣ୍ଟ କ୍ରମେ ନିରୂପିତ ଆମ୍ଭ ଭାଗକୁ ଆସ, ଆମ୍ଭେମାନେ କିଣାନୀୟମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିବା; ପୁଣି ଆମ୍ଭେ ମଧ୍ୟ ତୁମ୍ଭ ସଙ୍ଗେ ତୁମ୍ଭ ଭାଗକୁ ଯିବା । ତହିଁରେ ଶିମୀୟୋନ ତାହା ସଙ୍ଗେ ଗଲା ।
ବିଚାରକର୍ତାମାନଙ୍କ ବିବରଣ 1 : 4 (ORV)
ଏଉତ୍ତାରେ ଯିହୁଦା ଯାତ୍ରା କଲା; ପୁଣି ସଦାପ୍ରଭୁ ସେମାନଙ୍କ ହସ୍ତରେ; କିଣାନୀୟ ଓ ପିରିଷୀୟମାନଙ୍କୁ ସମର୍ପଣ କଲେ; ତହିଁରେ ସେମାନେ ବେଷକରେ ସେମାନଙ୍କର ଦଶ ହଜାର ଲୋକଙ୍କୁ ବଧ କଲେ ।
ବିଚାରକର୍ତାମାନଙ୍କ ବିବରଣ 1 : 5 (ORV)
ପୁଣି ସେମାନେ ବେଷକରେ ଅଦୋନୀବେଷକକୁ ପାଇ ତାହା ସଙ୍ଗେ ଯୁଦ୍ଧ କରି କିଣାନୀୟ ଓ ପରିଷୀୟମାନଙ୍କୁ ବଧ କଲେ ।
ବିଚାରକର୍ତାମାନଙ୍କ ବିବରଣ 1 : 6 (ORV)
ମାତ୍ର ଅଦୋନୀବେଷକ୍ ପଳାଇଗଲା; ତହୁଁ ସେମାନେ ତାହା ପଛେ ଗୋଡ଼ାଇ ତାକୁ ଧରିଲେ ଓ ତାହାର ହସ୍ତପାଦର ବୃଦ୍ଧାଙ୍ଗୁଳି ଛେଦନ କଲେ ।
ବିଚାରକର୍ତାମାନଙ୍କ ବିବରଣ 1 : 7 (ORV)
ଏଥିରେ ଅଦୋନୀବେଷକ କହିଲା, ହସ୍ତପାଦର ଛିନ୍ନବୃଦ୍ଧାଙ୍ଗୁଳି ତିନି କୋଡ଼ି ଦଶ ରାଜା ଆମ୍ଭ ମେଜ ତଳେ ଆପଣାମାନଙ୍କ ଆହାର ସାଉଣ୍ଟୁ ଥିଲେ; ମୁଁ ଯେପରି କଲି, ପରମେଶ୍ଵର ସେପରି ମୋତେ ପ୍ରତିଫଳ ଦେଲେ । ପୁଣି, ଲୋକମାନେ ତାକୁ ଯିରୂଶାଲମକୁ ଆଣିଲେ ଓ ସେ ସେଠାରେ ମଲା ।
ବିଚାରକର୍ତାମାନଙ୍କ ବିବରଣ 1 : 8 (ORV)
ଅନନ୍ତର ଯିହୁଦା-ସନ୍ତାନମାନେ ଯିରୂଶାଲମ ପ୍ରତିକୂଳରେ ଯୁଦ୍ଧ କରି ତାହା ହସ୍ତଗତ କଲେ ଓ ଖଡ଼୍‍ଗଧାରରେ ସମସ୍ତଙ୍କୁ ଆଘାତ କରି ଅଗ୍ନିରେ ନଗର ଦଗ୍ଧ କଲେ ।
ବିଚାରକର୍ତାମାନଙ୍କ ବିବରଣ 1 : 9 (ORV)
ଏଉତ୍ତାରେ ଯିହୁଦା-ସନ୍ତାନମାନେ ପର୍ବତମୟ ଦେଶ ଓ ଦକ୍ଷିଣ ଦିଗ ଓ ତଳଭୂମିରେ ବାସକାରୀ କିଣାନୀୟମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଗଲେ ।
ବିଚାରକର୍ତାମାନଙ୍କ ବିବରଣ 1 : 10 (ORV)
ପୁଣି ଯିହୁଦା ହିବ୍ରୋଣବାସୀ କିଣାନୀୟମାନଙ୍କ ବିରୁଦ୍ଧରେ ଯାଇ ଶେଶୟକୁ ଓ ଅହୀମାନକୁ ଓ ତଲ୍ମୟକୁ ବଧ କଲା; ପୂର୍ବେ ଏହି ହିବ୍ରୋଣର ନାମ କିରୀୟଥର୍ବ ଥିଲା ।
ବିଚାରକର୍ତାମାନଙ୍କ ବିବରଣ 1 : 11 (ORV)
ଆଉ ସେ ସେଠାରୁ ଦବୀର-ନିବାସୀମାନଙ୍କ ପ୍ରତିକୂଳରେ ଗଲା । ପୂର୍ବେ ଏହି ଦବୀରର ନାମ କିରୀୟଥ୍-ସେଫର ଥିଲା ।
ବିଚାରକର୍ତାମାନଙ୍କ ବିବରଣ 1 : 12 (ORV)
ପୁଣି କାଲେବ୍ କହିଲେ, ଯେ କିରୀୟଥ୍-ସେଫରକୁ ଆଘାତ କରି ହସ୍ତଗତ କରିବ, ମୁଁ ତାହା ସହିତ ମୋʼ କନ୍ୟା ଅକ୍ଷାର ବିବାହ ଦେବି ।
ବିଚାରକର୍ତାମାନଙ୍କ ବିବରଣ 1 : 13 (ORV)
ଏଥିରେ କାଲେବ୍ଙ୍କର କନିଷ୍ଠ ଭ୍ରାତା କନସର ପୁତ୍ର ଅନିୀୟେଲ ତାହା ହସ୍ତଗତ କରନ୍ତେ, ସେ ତାହା ସହିତ ଆପଣା କନ୍ୟାର ବିବାହ ଦେଲେ ।
ବିଚାରକର୍ତାମାନଙ୍କ ବିବରଣ 1 : 14 (ORV)
ତହୁଁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ତେ କ୍ଷେତ ମାଗିବା ପାଇଁ ସ୍ଵାମୀକି ମଣାଇଲା; ମାତ୍ର ସେ ଆପେ ଗର୍ଦ୍ଦଭରୁ ଓହ୍ଲାଇ ପଡ଼ିଲା; ଏଥିରେ କାଲେବ୍ ତାହାକୁ କହିଲେ, ତୁମ୍ଭେ କଅଣ ଚାହଁ ।
ବିଚାରକର୍ତାମାନଙ୍କ ବିବରଣ 1 : 15 (ORV)
ତହୁଁ ସେ କହିଲା, ମୋତେ ଏକ ଆଶୀର୍ବାଦ ପ୍ରଦାନ କରନ୍ତୁ; କାରଣ ଆପଣ ଦକ୍ଷିଣ ଆଡ଼ ଭୂମି ମୋତେ ଦେଇ ଅଛନ୍ତି, ମଧ୍ୟ ଜଳନିର୍ଝର ମୋତେ ଦେଉନ୍ତୁ; ତହିଁରେ କାଲେବ୍ ଉପରିସ୍ଥ ଓ ତଳସ୍ଥ ନିର୍ଝର ତାହାକୁ ଦେଲେ ।ଆଦି.୩୩:୧୧
ବିଚାରକର୍ତାମାନଙ୍କ ବିବରଣ 1 : 16 (ORV)
ଅନନ୍ତର ମୋଶାଙ୍କର ପନିୀ-ଭ୍ରାତା କେନୀୟର ସନ୍ତାନମାନେ ଯିହୁଦା-ସନ୍ତାନମାନଙ୍କ ସହିତ ଖର୍ଜ୍ଜୁରପୁରରୁ ଅରାଦର ଦକ୍ଷିଣ ଦିଗସ୍ଥିତ ଯିହୁଦା ପ୍ରାନ୍ତରକୁ ଉଠି ଯାଇ ସେ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ବାସ କଲେ ।
ବିଚାରକର୍ତାମାନଙ୍କ ବିବରଣ 1 : 17 (ORV)
ପୁଣି ଯିହୁଦା ଆପଣା ଭ୍ରାତା ଶିମୀୟୋନ ସହିତ ଗମନ କଲା ଓ ସେମାନେ ସଫାତ୍ବାସୀ କିଣାନୀୟମାନଙ୍କୁ ଆଘାତ କରି; ସେହି ନଗରକୁ ବର୍ଜିତ ରୂପେ ବିନାଶ କଲେ ଓ ସେହି ନଗରର ନାମ ହର୍ମା ହେଲା ।
ବିଚାରକର୍ତାମାନଙ୍କ ବିବରଣ 1 : 18 (ORV)
ଯିହୁଦା ମଧ୍ୟ ଘସା ଓ ତହିଁର ଅଞ୍ଚଳ, ଅସ୍କିଲୋନ ଓ ତହିଁର ଅଞ୍ଚଳ, ପୁଣି ଇକ୍ରୋଣ ଓ ତହିଁର ଅଞ୍ଚଳ ହସ୍ତଗତ କଲା ।
ବିଚାରକର୍ତାମାନଙ୍କ ବିବରଣ 1 : 19 (ORV)
ସଦାପ୍ରଭୁ ଯିହୁଦାର ସହାୟ ଥିଲେ; ଏଣୁ ସେ ସେହି ପର୍ବତମୟ ଦେଶ ନିବାସୀମାନଙ୍କୁ ତଡ଼ିଦେଲା; ମାତ୍ର ସେ ତଳଭୂମି ନିବାସୀମାନଙ୍କୁ ତଡ଼ିଦେଇ ପାରିଲା ନାହିଁ, କାରଣ ସେମାନଙ୍କର ଲୌହ-ରଥ ଥିଲା ।
ବିଚାରକର୍ତାମାନଙ୍କ ବିବରଣ 1 : 20 (ORV)
ପୁଣି ସେମାନେ ମୋଶାଙ୍କ ଆଜ୍ଞାନୁସାରେ କାଲେବ୍ଙ୍କୁ ହିବ୍ରୋଣ ଦେଲେ, ଆଉ ସେ ସେ ସ୍ଥାନରୁ ଅନାକର ତିନି ପୁତ୍ରଙ୍କୁ ତଡ଼ିଦେଲେ ।
ବିଚାରକର୍ତାମାନଙ୍କ ବିବରଣ 1 : 21 (ORV)
ବିନ୍ୟାମୀନ-ସନ୍ତାନମାନେ ଯିରୂଶାଲମ ନିବାସୀ ଯିବୂଷୀୟମାନଙ୍କୁ ତଡ଼ିଦେଲେ ନାହିଁ; ମାତ୍ର ଯିବୂଷୀୟମାନେ ଆଜିଯାଏ ବିନ୍ୟାମୀନ-ସନ୍ତାନଗଣ ସହିତ ବାସ କରୁଅଛନ୍ତି ।
ବିଚାରକର୍ତାମାନଙ୍କ ବିବରଣ 1 : 22 (ORV)
ଅନନ୍ତର ଯୋଷେଫ-ବଂଶ ମଧ୍ୟ ବୈଥେଲ୍ ପ୍ରତିକୂଳରେ ଗଲେ; ପୁଣି ସଦାପ୍ରଭୁ ସେମାନଙ୍କ ସଙ୍ଗେ ସଙ୍ଗେ ଥିଲେ ।
ବିଚାରକର୍ତାମାନଙ୍କ ବିବରଣ 1 : 23 (ORV)
ସେତେବେଳେ ଯୋଷେଫ-ବଂଶ ବୈଥେଲ୍ ଅନୁସନ୍ଧାନ କରିବାକୁ ଲୋକ ପଠାଇଲେ; ପୂର୍ବେ ସେହି ନଗରର ନାମ ଲୂସ୍ଥିଲା ।
ବିଚାରକର୍ତାମାନଙ୍କ ବିବରଣ 1 : 24 (ORV)
ତହିଁରେ ସେହି ନିରୀକ୍ଷକମାନେ ସେ ନଗରରୁ ଜଣକୁ ବାହାରେ ଆସିବାର ଦେଖି କହିଲେ, ବିନୟ କରୁଅଛୁ, ସେହି ନଗରରେ ପ୍ରବେଶିବାର ପଥ ଆମ୍ଭମାନଙ୍କୁ ଦେଖାଅ; ତାହା କଲେ ଆମ୍ଭେମାନେ ତୁମ୍ଭ ପ୍ରତି ସଦୟ ବ୍ୟବହାର କରିବା ।
ବିଚାରକର୍ତାମାନଙ୍କ ବିବରଣ 1 : 25 (ORV)
ତହୁଁ ସେ ସେମାନଙ୍କୁ ନଗରରେ ପ୍ରବେଶିବା ପଥ ଦେଖାନ୍ତେ, ସେମାନେ ଖଡ଼୍‍ଗଧାରରେ ସେହି ନଗର ଆଘାତ କଲେ, ମାତ୍ର ସେହି ଲୋକକୁ ଓ ତାହାର ସବୁ ବଂଶକୁ ଛାଡ଼ିଦେଲେ ।
ବିଚାରକର୍ତାମାନଙ୍କ ବିବରଣ 1 : 26 (ORV)
ଏଉତ୍ତାରେ ସେ ଲୋକ ହିତ୍ତୀୟମାନଙ୍କ ଦେଶକୁ ଯାଇ ଏକ ନଗର ସ୍ଥାପନ କରି ତହିଁର ନାମ ଲୁସ୍ ରଖିଲା; ତହିଁର ସେହି ନାମ ଆଜିଯାଏ ଅଛି ।
ବିଚାରକର୍ତାମାନଙ୍କ ବିବରଣ 1 : 27 (ORV)
ଆଉ ମନଃଶି, ବୈଥ୍ସାନ୍ ଓ ତହିଁର ଉପନଗର, ତାନକ ଓ ତହିଁର ଉପନଗର ନିବାସୀମାନଙ୍କୁ, ଦୋର ଓ ତହିଁର ଉପନଗର-ନିବାସୀମାନଙ୍କୁ, ଯିବ୍ଲିୟିମ ଓ ତହିଁର ଉପନଗର-ନିବାସୀମାନଙ୍କୁ, ମଗିଦ୍ଦୋ ଓ ତହିଁର ଉପନଗର-ନିବାସୀମାନଙ୍କୁ ତଡ଼ିଦେଲା ନାହିଁ, ତେଣୁ କିଣାନୀୟମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ⇧ ।
ବିଚାରକର୍ତାମାନଙ୍କ ବିବରଣ 1 : 28 (ORV)
ଏଉତ୍ତାରେ ଇସ୍ରାଏଲ ପରାକ୍ରା; ହୁଅନ୍ତେ, ସେହି କିଣାନୀୟମାନଙ୍କୁ ବେଠି କର୍ମରେ ରଖିଲେ, ମାତ୍ର ସମ୍ପୂର୍ଣ୍ଣ ରୂପେ ସେମାନଙ୍କୁ ତଡ଼ି ଦେଲେ ନାହିଁ ।
ବିଚାରକର୍ତାମାନଙ୍କ ବିବରଣ 1 : 29 (ORV)
ଆଉ ଇଫ୍ରୟିମ ଗେଷର ନିବାସୀ କିଣାନୀୟମାନଙ୍କୁ ତଡ଼ି ଦେଲେ ନାହିଁ; ତହିଁରେ କିଣାନୀୟମାନେ ଗେଷରରେ ବାସ କଲେ ।
ବିଚାରକର୍ତାମାନଙ୍କ ବିବରଣ 1 : 30 (ORV)
ସବୂଲୂନ୍ କିଟ୍ରୋଣ ଓ ନହଲୋଲ ନିବାସୀମାନଙ୍କୁ ତଡ଼ିଦେଲା ନାହିଁ; ତହିଁରେ କିଣାନୀୟମାନେ ସେମାନଙ୍କ ମଧ୍ୟରେ ବାସ କରି ବେଠି କର୍ମ କଲେ ।
ବିଚାରକର୍ତାମାନଙ୍କ ବିବରଣ 1 : 31 (ORV)
ଆଶେର୍ ଅକ୍କୋ-ନିବାସୀମାନଙ୍କୁ କିଅବା ସୀଦୋନ୍ କି ଅହଲବ୍ ଓ ଅକ୍ଷୀବ୍ କି ହିଲବା କି ଅଫିକ୍ କି ରହୋବ-ନିବାସୀମାନଙ୍କୁ ତଡ଼ିଦେଲା ନାହିଁ ।
ବିଚାରକର୍ତାମାନଙ୍କ ବିବରଣ 1 : 32 (ORV)
ମାତ୍ର ଆଶେରୀୟମାନେ ସେହି ଦେଶ ନିବାସୀ କିଣାନୀୟମାନଙ୍କୁ ତଡ଼ି ନ ଦେବାରୁ ସେମାନଙ୍କ ମଧ୍ୟରେ ବାସ କଲେ ।
ବିଚାରକର୍ତାମାନଙ୍କ ବିବରଣ 1 : 33 (ORV)
ନପ୍ତାଲି ବୈଥ୍-ଶେମଶ କି ବୈଥ୍ନାତ-ନିବାସୀମାନଙ୍କୁ ତଡ଼ିଦେଲା ନାହିଁ; ମାତ୍ର ସେ ସେହି ଦେଶ ନିବାସୀ କିଣାନୀୟମାନଙ୍କ ମଧ୍ୟରେ ବାସ କଲା, ତଥାପି ବୈଥ୍-ଶେମଶ ଓ ବୈଥ୍ନାତ-ନିବାସୀମାନେ ସେମାନଙ୍କର ବେଠି କର୍ମ କଲେ ।
ବିଚାରକର୍ତାମାନଙ୍କ ବିବରଣ 1 : 34 (ORV)
ଆଉ ଇମୋରୀୟମାନେ ଦାନ୍-ସନ୍ତାନଗଣକୁ ପର୍ବତମୟ ଦେଶରେ ରହିବାକୁ ବାଧ୍ୟ କଲେ; ଆଉ ତଳିଭୂମିକି ସେମାନଙ୍କୁ ଆସିବାକୁ ଦେଲେ ନାହିଁ ।
ବିଚାରକର୍ତାମାନଙ୍କ ବିବରଣ 1 : 35 (ORV)
ମାତ୍ର ଇମୋରୀୟମାନେ ହେରସ ପର୍ବତରେ ଅୟାଲୋନରେ ଓ ଶାଲବୀମରେ ବାସ କରିବାକୁ ମନସ୍ଥ କଲେ; ତଥାପି ଯୋଷେଫ-ବଂଶର ହସ୍ତ ପ୍ରବଳ ହୁଅନ୍ତେ, ସେମାନେ ବେଠି କର୍ମ କଲେ ।
ବିଚାରକର୍ତାମାନଙ୍କ ବିବରଣ 1 : 36 (ORV)
ପୁଣି ଅକ୍ରବ୍ବୀମ-ଘାଟୀ ଶୈଳଠାରୁ ଆଗକୁ ଇମୋରୀୟମାନଙ୍କ ସୀମା ଥିଲା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36

BG:

Opacity:

Color:


Size:


Font: