ଯାକୁବଙ୍କ ପତ୍ 3 : 1 (ORV)
ହେ ମୋହର ଭାଇମାନେ, ତୁମ୍ଭେମାନେ ଅନେକେ ଶିକ୍ଷକ ହୁଅ ନାହିଁ ଶିକ୍ଷକ ଯେ ଆମ୍ଭେମାନେ, ଆମ୍ଭେମାନେ ଯେ ଗୁରୁତର ଦଣ୍ତ ପାଇବା, ଏହା ଜାଣ ।
ଯାକୁବଙ୍କ ପତ୍ 3 : 2 (ORV)
ଯେଣୁ ଆମ୍ଭେମାନେ ସମସ୍ତେ ଅନେକ ବିଷୟରେ ଝୁଣ୍ଟିପଡ଼ୁ । ଯଦି କେହି ବାକ୍ୟରେ ଝୁଣ୍ଟି ନ ପଡ଼େ, ତେବେ ସେ ସିଦ୍ଧ ପୁରୁଷ, ସମସ୍ତ ଶରୀରକୁ ମଧ୍ୟ ବଶରେ ରଖିବାକୁ ସମର୍ଥ ।
ଯାକୁବଙ୍କ ପତ୍ 3 : 3 (ORV)
ଆମ୍ଭେମାନେ ଘୋଡ଼ାମାନଙ୍କୁ ବଶୀଭୂତ କରିବା ନିମନ୍ତେ ସେମାନଙ୍କ ମୁଖରେ ଲଗାମ ଦେଲେ, ତଦ୍ଦ୍ଵାରା ସେମାନଙ୍କ ସମସ୍ତ ଶରୀର ମଧ୍ୟ ବୁଲାଉଥାଉ ।
ଯାକୁବଙ୍କ ପତ୍ 3 : 4 (ORV)
ଦେଖ, ଜାହାଜ ମଧ୍ୟ ଏତେ ବଡ଼ ହୋଇ ପ୍ରଚଣ୍ତ ପବନରେ ଚାଳିତ ହେଲେ ହେଁ ଗୋଟିଏ ଅତି କ୍ଷୁଦ୍ର ମଙ୍ଗ ଦ୍ଵାରା ମଙ୍ଗଧରାର ଇଚ୍ଛାନୁସାରେ ବୁଲାଇ ଦିଆଯାଏ ।
ଯାକୁବଙ୍କ ପତ୍ 3 : 5 (ORV)
ସେହିପରି ଜିହ୍ଵା ମଧ୍ୟ ଗୋଟିଏ କ୍ଷୁଦ୍ର ଅଙ୍ଗ, କିନ୍ତୁ ମହା ଗର୍ବର କଥା କହେ । ଦେଖ, କେଡ଼େ କ୍ଷୁଦ୍ର ଅଗ୍ନିକଣିକା ଦ୍ଵାରା କେଡ଼େ ବଡ଼ ଅରଣ୍ୟରେ ନିଆଁ ଲାଗିଯାଏ ।
ଯାକୁବଙ୍କ ପତ୍ 3 : 6 (ORV)
ଜିହ୍ଵା ମଧ୍ୟ ଅଗ୍ନି ସ୍ଵରୂପ; ତାହା ଆମ୍ଭମାନଙ୍କ ଅଙ୍ଗସମୂହ ମଧ୍ୟରେ ସମସ୍ତ ଅଧର୍ମର ମୂଳାଧାର ସ୍ଵରୂପେ ଅବସ୍ଥିତ; ତାହା ସମସ୍ତ ଶରୀରକୁ ଅଶୁଚି କରେ ଓ ନିଜେ ନରକାନଳରେ ପ୍ରଜ୍ଵଳିତ ହୋଇ ପ୍ରକୃତିର ଚକ୍ରକୁ ଜ୍ଵଳାଏ ।
ଯାକୁବଙ୍କ ପତ୍ 3 : 7 (ORV)
କାରଣ ସମସ୍ତ ପ୍ରକାର ପଶୁ, ପକ୍ଷୀ, ସରୀସୃପ ଓ ଜଳଚର ପ୍ରାଣୀମାନଙ୍କୁ ମାନବ ଦ୍ଵାରା ବଶରେ ରଖାଯାଇ ପାରେ, ପୁଣି ବଶରେ ରଖାଯାଇଅଛି;
ଯାକୁବଙ୍କ ପତ୍ 3 : 8 (ORV)
କିନ୍ତୁ ଜିହ୍ଵାକୁ କେହି ବଶରେ ରଖି ପାରେ ନାହିଁ, ଅନିଷ୍ଟ ସାଧନରେ ତାହାର ବିରାମ ନାହିଁ, ମାରାତ୍ମକ ଗରଳରେ ତାହା ପରିପୂର୍ଣ୍ଣ ।
ଯାକୁବଙ୍କ ପତ୍ 3 : 9 (ORV)
ତଦ୍ଦ୍ଵାରା ଆମ୍ଭେମାନେ ପ୍ରଭୁ ଓ ପିତାଙ୍କର ଧନ୍ୟବାଦ କରିଥାଉ, ପୁଣି, ତଦ୍ଦ୍ଵାରା ଈଶ୍ଵରଙ୍କ ସାଦୃଶ୍ୟରେ ସୃଷ୍ଟ ମନୁଷ୍ୟକୁ ଅଭିଶାପ ଦେଇଥାଉ;
ଯାକୁବଙ୍କ ପତ୍ 3 : 10 (ORV)
ଏକ ମୁଖରୁ ଧନ୍ୟବାଦ ଓ ଅଭିଶାପ ନିର୍ଗତ ହୁଏ । ହେ ମୋହର ଭାଇମାନେ, ଏପରି ହେବା ଉଚିତ ନୁହେଁ ।
ଯାକୁବଙ୍କ ପତ୍ 3 : 11 (ORV)
ନିର୍ଝର କଅଣ ଏକ ବାଟ ଦେଇ ମିଠା ଓ ପିତା ଦୁଇ ପ୍ରକାର ଜଳ ବାହାର କରେ?
ଯାକୁବଙ୍କ ପତ୍ 3 : 12 (ORV)
ହେ ମୋହର ଭାଇମାନେ, ଡିମିରି ବୃକ୍ଷ କଅଣ ଜୀତଫଳ, ଅବା ଦ୍ରାକ୍ଷାଲତା କଅଣ ଡିମିରି ଫଳ ଫଳି ପାରେ? ଲବଣାକ୍ତ ନିର୍ଝର ମଧ୍ୟ ମିଷ୍ଟ ଜଳ ଦେଇ ପାରେ ନାହିଁ ।
ଯାକୁବଙ୍କ ପତ୍ 3 : 13 (ORV)
ତୁମ୍ଭମାନଙ୍କ ମଧ୍ୟରେ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି? ସେ ଜ୍ଞାନସଙ୍ଗତ ନମ୍ରତା ସହ ସଦାଚରଣ ଦ୍ଵାରା ଆପଣା କର୍ମ ପ୍ରକାଶ କରୁ ।
ଯାକୁବଙ୍କ ପତ୍ 3 : 14 (ORV)
କିନ୍ତୁ ଯଦି ତୁମ୍ଭମାନଙ୍କ ହୃଦୟରେ ତିକ୍ତ ଈର୍ଷାଭାବ ଓ ସ୍ଵାର୍ଥପରତା ଥାଏ, ତାହାହେଲେ ସତ୍ୟ ବିରୁଦ୍ଧରେ ଗର୍ବ କର ନାହିଁ ଓ ମିଥ୍ୟା କୁହ ନାହିଁ ।
ଯାକୁବଙ୍କ ପତ୍ 3 : 15 (ORV)
ଏପରି ଜ୍ଞାନ ଊର୍ଦ୍ଧ୍ଵରୁ ଆଗତ ନୁହେଁ, ମାତ୍ର ତାହା ପାର୍ଥିବ, ଶାରୀରିକ ଓ ଭୌତିକ ଅଟେ;
ଯାକୁବଙ୍କ ପତ୍ 3 : 16 (ORV)
କାରଣ ଯେଉଁ ସ୍ଥାନରେ ଈର୍ଷା ଓ ସ୍ଵାର୍ଥପରତା ଥାଏ, ସେହି ସ୍ଥାନରେ ସମସ୍ତ ପ୍ରକାର ଦୁଷ୍କର୍ମ ଥାଏ ।
ଯାକୁବଙ୍କ ପତ୍ 3 : 17 (ORV)
କିନ୍ତୁ ଊର୍ଦ୍ଧ୍ଵରୁ ଆଗତ ଜ୍ଞାନ ପ୍ରଥମରେ ପବିତ୍ର, ଦ୍ଵିତୀୟରେ ଶାନ୍ତିପ୍ରିୟ, ମୃଦୁଶୀଳ, ବାଧ୍ୟ, ଦୟା ଓ ଉତ୍ତମ ଫଳରେ ପରିପୂର୍ଣ୍ଣ, ସନ୍ଦେହଶୂନ୍ୟ ଓ ନିଷ୍କପଟ ।
ଯାକୁବଙ୍କ ପତ୍ 3 : 18 (ORV)
ପୁଣି, ଶାନ୍ତିକାରକ ଲୋକମାନଙ୍କ ଦ୍ଵାରା ଧର୍ମରୂପ ଫଳର ବୀଜ ଶାନ୍ତିରେ ବୁଣାଯାଏ ।

1 2 3 4 5 6 7 8 9 10 11 12 13 14 15 16 17 18

BG:

Opacity:

Color:


Size:


Font: