ଏବ୍ରୀମାନଙ୍କ ନିକଟକୁ ପତ୍ର 8 : 1 (ORV)
ଆମ୍ଭେମାନେ ଯାହା କହୁଅଛୁ, ସେଥିର ପ୍ରଧାନ ବିଷୟ ଏହି, ଆମ୍ଭମାନଙ୍କର ଏପରି ଜଣେ ମହାଯାଜକ ଅଛନ୍ତି, ଯେ ସ୍ଵର୍ଗରେ ମହାମହିମଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ଵରେ ଉପବିଷ୍ଟ ହୋଇଅଛନ୍ତି;
ଏବ୍ରୀମାନଙ୍କ ନିକଟକୁ ପତ୍ର 8 : 2 (ORV)
ସେ ମହାପବିତ୍ର ସ୍ଥାନର ପୁଣି ଯେଉଁ ଯଥାର୍ଥ ତମ୍ଭୁ ମନୁଷ୍ୟ ଦ୍ଵାରା ସ୍ଥାପିତ ନ ହୋଇ ପ୍ରଭୁଙ୍କ ଦ୍ଵାରା ସ୍ଥାପିତ ହୋଇଅଛି, ସେଥିର ସେବକ ଅଟନ୍ତି ।
ଏବ୍ରୀମାନଙ୍କ ନିକଟକୁ ପତ୍ର 8 : 3 (ORV)
କାରଣ ପ୍ରତ୍ୟେକ ମହାଯାଜକ ଦାନ ଓ ବଳି ଉଭୟ ଉତ୍ସର୍ଗ କରିବାକୁ ନିଯୁକ୍ତ ହୁଅନ୍ତି, ଅତଏବ ଏହି ମହାଯାଜକଙ୍କର ମଧ୍ୟ ଉତ୍ସର୍ଗ କରିବା ନିମନ୍ତେ କିଛି ଥିବା ଆବଶ୍ୟକ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 8 : 4 (ORV)
ସେ ଯେବେ ପୃଥିବୀରେ ଥାଆନ୍ତେ, ତାହାହେଲେ ଯାଜକ ସୁଦ୍ଧା ହୋଇ ପାରି ନ ଥାଆନ୍ତେ, କାରଣ ଯେଉଁମାନେ ବ୍ୟବସ୍ଥା ଅନୁସାରେ ଦାନ ଉତ୍ସର୍ଗ କରନ୍ତି, ଏପରି ଯାଜକମାନେ ଅଛନ୍ତି;
ଏବ୍ରୀମାନଙ୍କ ନିକଟକୁ ପତ୍ର 8 : 5 (ORV)
ସେମାନେ ଯାହାର ସେବା କରନ୍ତି, ତାହା ସ୍ଵର୍ଗୀୟ ବିଷୟଗୁଡ଼ିକର ଦୃଷ୍ଟାନ୍ତ ଓ ଛାୟାମାତ୍ର, ତମ୍ଵୁ ନିର୍ମାଣ କରିବାକୁ ଉଦ୍ୟତ ହେବା ସମୟରେ ମୋଶା ଯେପରି ଆଦେଶ ପ୍ରାପ୍ତ ହୋଇଥିଲେ; କାରଣ ଈଶ୍ଵର କହିଥିଲେ, ସାବଧାନ, ପର୍ବତରେ ତୁମ୍ଭକୁ ଯେଉଁ ଆଦର୍ଶ ଦେଖାଇ ଦିଆଯାଇଥିଲା, ତଦନୁସାରେ ସମସ୍ତ ନିର୍ମାଣ କରଁ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 8 : 6 (ORV)
କିନ୍ତୁ ଏବେ ଯେଉଁ ପରିମାଣରେ ଉତ୍କୃଷ୍ଟତର ପ୍ରତିଜ୍ଞାଗୁଡ଼ିକ ଉପରେ ସ୍ଥାପିତ ଶ୍ରେଷ୍ଠତର ନିୟମର ମଧ୍ୟସ୍ଥ ହୋଇଅଛନ୍ତି, ସେହି ପରିମାଣରେ ମଧ୍ୟ ଉତ୍କୃଷ୍ଟତର ସେବକପଦ ପ୍ରାପ୍ତ ହୋଇଅଛନ୍ତି ।
ଏବ୍ରୀମାନଙ୍କ ନିକଟକୁ ପତ୍ର 8 : 7 (ORV)
କାରଣ ପ୍ରଥମ ନିୟମ ଯଦି ଦୋଷରହିତ ହୋଇଥାଆନ୍ତା, ତେବେ ଦ୍ଵିତୀୟ ନିୟମର କଥା ଉଠି ନ ଥାଆନ୍ତା ।
ଏବ୍ରୀମାନଙ୍କ ନିକଟକୁ ପତ୍ର 8 : 8 (ORV)
ଯେଣୁ ସେ ସେଥିର ଦୋଷ ପ୍ରକାଶ କରି ସେମାନଙ୍କୁ କହନ୍ତି, ପ୍ରଭୁ କହନ୍ତି, ଦେଖ, ସମୟ ଆସୁଅଛି, ଯେତେବେଳେ ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସହିତ ଗୋଟିଏ ନୂତନ ନିୟମ ସ୍ଥାପନ କରିବା;
ଏବ୍ରୀମାନଙ୍କ ନିକଟକୁ ପତ୍ର 8 : 9 (ORV)
ଯେଉଁ କାଳରେ ଆମ୍ଭେ ସେମାନଙ୍କର ପିତୃ-ପୁରୁଷମାନଙ୍କୁ ହସ୍ତ ଧରି ମିସର ଦେଶରୁ ବାହାର କରି ଆଣିଥିଲୁ, ସେହି ସମୟରେ ସେମାନଙ୍କ ସହିତ ଆମ୍ଭେ ଯେଉଁ ନିୟମ କରିଥିଲୁ, ଏହା ତଦନୁଯାୟୀ ନୁହେଁ; ଯେଣୁ ସେମାନେ ଆମ୍ଭ ନିୟମରେ ସ୍ଥିର ରହିଲେ ନାହିଁ, ଆଉ ଆମ୍ଭେ ସେମାନଙ୍କ ପ୍ରତି ମନୋଯୋଗ କଲୁ ନାହିଁ, ଏହା ପ୍ରଭୁ କହନ୍ତି ।
ଏବ୍ରୀମାନଙ୍କ ନିକଟକୁ ପତ୍ର 8 : 10 (ORV)
କାରଣ ପ୍ରଭୁଙ୍କ କଥା ଏହି, ସେହି ସମୟ ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ମନରେ ଆପଣା ବ୍ୟବସ୍ଥା ଦେବା, ସେମାନଙ୍କ ହୃଦୟରେ ସେହିସବୁ ଲେଖିବା,
ଏବ୍ରୀମାନଙ୍କ ନିକଟକୁ ପତ୍ର 8 : 11 (ORV)
ଆମ୍ଭେ ସେମାନଙ୍କ ଈଶ୍ଵର ହେବା, ସେମାନେ ଆମ୍ଭର ଲୋକ ହେବେ; ପୁଣି, ପ୍ରଭୁଙ୍କୁ ଜାଣ ବୋଲି କହି ସେମାନେ ପ୍ରତ୍ୟେକେ ଆପଣା ଆପଣା ସହନଗର-ବାସୀଙ୍କୁ, ଆଉ ପ୍ରତ୍ୟେକେ ଆପଣା ଆପଣା ଭାଇଙ୍କୁ ଶିକ୍ଷା ଦେବେ ନାହିଁ, ଯେଣୁ ସାନଠାରୁ ବଡ଼ ପର୍ଯ୍ୟନ୍ତ ସେମାନେ ସମସ୍ତେ ଆମ୍ଭକୁ ଜାଣିବେ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 8 : 12 (ORV)
କାରଣ ଆମ୍ଭେ ସେମାନଙ୍କର ଅଧର୍ମ ପ୍ରତି ସଦୟ ହେବା, ପୁଣି, ସେମାନଙ୍କର ପାପସବୁ ଆଉ ସ୍ମରଣରେ ଆଣିବା ନାହିଁ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 8 : 13 (ORV)
ସେ ନୂତନ ନିୟମ ବୋଲି କହିବା ଦ୍ଵାରା ପ୍ରଥମକୁ ପୁରାତନ କରିଅଛନ୍ତି; ଆଉ ଯାହା ପୁରାତନ ଓ ଜୀର୍ଣ୍ଣ ହୋଇଯାଉଅଛି, ତାହାର ଅନ୍ତର୍ହିତ ହେବାର ସମୟ ସନ୍ନିକଟ ।

1 2 3 4 5 6 7 8 9 10 11 12 13

BG:

Opacity:

Color:


Size:


Font: