ଏବ୍ରୀମାନଙ୍କ ନିକଟକୁ ପତ୍ର 6 : 1 (ORV)
ଅତଏବ ଆସ, ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟକ ପ୍ରାଥମିକ ଶିକ୍ଷା ପରିତ୍ୟାଗ କରି ମୃତ କର୍ମରୁ ମନପରିବର୍ତ୍ତନ, ଈଶ୍ଵରଙ୍କଠାରେ ବିଶ୍ଵାସ,
ଏବ୍ରୀମାନଙ୍କ ନିକଟକୁ ପତ୍ର 6 : 2 (ORV)
ନାନା ବାପ୍ତିସ୍ମ ସମ୍ଵନ୍ଧୀୟ ଶିକ୍ଷା, ହସ୍ତାର୍ପଣ, ମୃତମାନଙ୍କ ପୁନରୁତ୍ଥାନ ଓ ଶେଷ ବିଚାର ସ୍ଵରୂପ, ଭିତ୍ତିମୂଳ ପୁନର୍ବାର ନ ବସାଇ ସିଦ୍ଧି ଲାଭ କରିବା ନିମନ୍ତେ ଅଗ୍ରସର ହେଉ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 6 : 3 (ORV)
ହଁ, ଈଶ୍ଵରଙ୍କ ଅନୁମତି ହେଲେ ଆମ୍ଭେମାନେ ଏହା କରିବା ।
ଏବ୍ରୀମାନଙ୍କ ନିକଟକୁ ପତ୍ର 6 : 4 (ORV)
କାରଣ ଯେଉଁମାନେ ଥରେ ଆଲୋକ ପ୍ରାପ୍ତ ହୋଇ-ଅଛନ୍ତି, ସ୍ଵର୍ଗୀୟ ଦାନର ଆସ୍ଵାଦ ପାଇଅଛନ୍ତି, ପବିତ୍ର ଆତ୍ମାଙ୍କର ସହଭାଗୀ,,ହୋଇଅଛନ୍ତି,
ଏବ୍ରୀମାନଙ୍କ ନିକଟକୁ ପତ୍ର 6 : 5 (ORV)
ଈଶ୍ଵରଙ୍କ ଉତ୍ତମ ବାକ୍ୟ ଓ ଭାବୀ ଯୁଗର ଶକ୍ତି ଆସ୍ଵାଦନ କରିଅଛନ୍ତି,
ଏବ୍ରୀମାନଙ୍କ ନିକଟକୁ ପତ୍ର 6 : 6 (ORV)
ସେମାନେ ଯଦି ଧର୍ମଭ୍ରଷ୍ଟ ହୁଅନ୍ତି, ତାହାହେଲେ ମନପରିବର୍ତ୍ତନ ନିମନ୍ତେ ସେମାନଙ୍କୁ ପୁନର୍ବାର ନୂତନ କରାଇବା ଅସାଧ୍ୟ, ଯେଣୁ ସେମାନେ ଆପଣା ଆପଣାର ବିନାଶ ନିମନ୍ତେ ଈଶ୍ଵରଙ୍କ ପୁତ୍ରଙ୍କୁ, ପୁଣି କ୍ରୁଶାର୍ପଣ କରି ପ୍ରକାଶ୍ୟରେ ତାହାଙ୍କୁ ନିନ୍ଦାର ପାତ୍ର କରନ୍ତି ।
ଏବ୍ରୀମାନଙ୍କ ନିକଟକୁ ପତ୍ର 6 : 7 (ORV)
କାରଣ ଯେଉଁ ଭୂମି ଆପଣା ଉପରେ ବାରମ୍ଵାର ପତିତ ବୃଷ୍ଟିଜଳ ପାନ କରେ, ଆଉ ଯେଉଁମାନଙ୍କ ନିମନ୍ତେ ତାହା ଚାଷ କରାଯାଏ, ସେମାନଙ୍କର ଉପଯୋଗୀ ଶାକାଦି ଉତ୍ପନ୍ନ କରେ, ତାହା ଈଶ୍ଵରଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 6 : 8 (ORV)
କିନ୍ତୁ ତାହା ଯଦି କଣ୍ଟା ଓ ଅଗରା ଗଛ ଉତ୍ପନ୍ନ କରେ, ତେବେ ତାହା ଅଗ୍ରାହ୍ୟ ହୋଇ ଅବିଳମ୍ଵେ ଶାପଗ୍ରସ୍ତ ହୁଏ, ପୁଣି ତାହାର ଚରମ ଦଶା ଅଗ୍ନିଦାହ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 6 : 9 (ORV)
କିନ୍ତୁ ହେ ପ୍ରିୟମାନେ, ଆମ୍ଭେମାନେ ଯଦ୍ୟପି ଏହିପରି କହୁଅଛୁ, ତଥାପି ତୁମ୍ଭମାନଙ୍କ ଅବସ୍ଥା ଯେ ତାହାଠାରୁ ଉତ୍ତମ ଓ ପରିତ୍ରାଣସଂଯୁକ୍ତ, ଏହା ଆମ୍ଭେମାନେ ଦୃଢ଼ ରୂପେ ବିଶ୍ଵାସ କରୁଅଛୁ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 6 : 10 (ORV)
କାରଣ ଈଶ୍ଵର ତୁମ୍ଭମାନଙ୍କର କର୍ମ, ଆଉ ସାଧୁଲୋକ-ମାନଙ୍କର ସେବା କରିଥିବା ଦ୍ଵାରା ଓ ଏବେ ମଧ୍ୟ କରୁଥିବା ଦ୍ଵାରା ତାହାଙ୍କ ନାମ ପ୍ରତି ତୁମ୍ଭେମାନେ ଯେଉଁ ପ୍ରେମ ପ୍ରକାଶ କରିଅଛ, ତାହା ଯେ ଭୁଲିଯିବେ, ଏପରି ଅନ୍ୟାୟକାରୀ ସେ ନୁହନ୍ତି ।
ଏବ୍ରୀମାନଙ୍କ ନିକଟକୁ ପତ୍ର 6 : 11 (ORV)
ମାତ୍ର ଆମ୍ଭମାନଙ୍କର ଏକା; ଇଚ୍ଛା ଯେ, ତୁମ୍ଭେମାନେ ପ୍ରତ୍ୟେକେ ଶେଷ ପର୍ଯ୍ୟନ୍ତ ସୁଦ୍ଧା ଦୃଢ଼ ଭରସା ସହ ସେହିପ୍ରକାର ଯନିବାନ ହୁଅ,
ଏବ୍ରୀମାନଙ୍କ ନିକଟକୁ ପତ୍ର 6 : 12 (ORV)
ଯେପରି ତୁମ୍ଭେମାନେ ଶିଥିଳ ନ ହୋଇ, ଯେଉଁମାନେ ବିଶ୍ଵାସ ଓ ଧୈର୍ଯ୍ୟ ଦ୍ଵାରା ପ୍ରତିଜ୍ଞାସମୂହର ଅଧିକାରୀ, ବରଂ ସେମାନଙ୍କର ଅନୁକାରୀ ହୁଅ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 6 : 13 (ORV)
କାରଣ ଈଶ୍ଵର ଯେତେବେଳେ ଅବ୍ରହାମଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ, ସେତେବେଳେ ସେ ଆଉ କୌଣସି ମହତ୍ତର ନାମ ନ ପାଇବାରୁ ଆପଣା ନାମରେ ଶପଥ କରି କହିଥିଲେ,
ଏବ୍ରୀମାନଙ୍କ ନିକଟକୁ ପତ୍ର 6 : 14 (ORV)
“ଆମ୍ଭେ ଅବଶ୍ୟ ତୁମ୍ଭକୁ ଆଶୀର୍ବାଦ କରିବା ଓ ତୁମ୍ଭ ବଂଶର ଅତିଶୟ ବୃଦ୍ଧି କରିବା ।”
ଏବ୍ରୀମାନଙ୍କ ନିକଟକୁ ପତ୍ର 6 : 15 (ORV)
ଆଉ ଏହିପ୍ରକାରେ ଦୀର୍ଘସହିଷ୍ଣୁ ହୋଇ ଅବ୍ରହାମ ପ୍ରତିଜ୍ଞାର ଫଳ ପ୍ରାପ୍ତ ହୋଇଥିଲେ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 6 : 16 (ORV)
ମନୁଷ୍ୟମାନେ ତ ମହତ୍ତର ନାମରେ ଶପଥ କରିଥାଆନ୍ତି, ଆଉ କଥା ସ୍ଥିର କରିବା ନିମନ୍ତେ ସେମାନଙ୍କର ସମସ୍ତ ବିବାଦର ନିଷ୍ପତ୍ତି ଶପଥ ଦ୍ଵାରା ହୁଏ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 6 : 17 (ORV)
ଏଣୁ ଈଶ୍ଵର ପ୍ରତିଜ୍ଞାର ଅଧିକାରୀମାନଙ୍କ ନିକଟରେ ଆପଣା ସଂକଳ୍ପର ଅଟଳତା ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିବାକୁ ଇଚ୍ଛା କରି ପ୍ରତିଜ୍ଞା ସହ ଶପଥ ମଧ୍ୟ କରିଥିଲେ,
ଏବ୍ରୀମାନଙ୍କ ନିକଟକୁ ପତ୍ର 6 : 18 (ORV)
ଯେପରି ଯେଉଁ ଦୁଇ ଅପରିବର୍ତ୍ତନୀୟ ବିଷୟରେ ଈଶ୍ଵରଙ୍କ ମିଥ୍ୟା କହିବା ଅସମ୍ଭବ, ତଦ୍ଦ୍ଵାରା ସମ୍ମୁଖସ୍ଥ ଭରସାକୁ ଧରିବା ନିମନ୍ତେ ଆଶ୍ରୟସ୍ଥଳକୁ ପଳାୟନ କରିଅଛୁ ଯେ ଆମ୍ଭେମାନେ, ଆମ୍ଭେମାନେ ଦୃଢ଼ ଉତ୍ସାହ ପ୍ରାପ୍ତ ହେଉ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 6 : 19 (ORV)
ସେହି ଭରସା ଆମ୍ଭମାନଙ୍କ ଆତ୍ମାର ଲଙ୍ଗର ସ୍ଵରୂପ, ତାହା ବିଚ୍ଛେଦବସ୍ତ୍ରାବୃତ ସ୍ଥାନରେ ପ୍ରବେଶ କରି ଦୃଢ଼ ଓ ଅଟଳ ହୋଇଅଛି,
ଏବ୍ରୀମାନଙ୍କ ନିକଟକୁ ପତ୍ର 6 : 20 (ORV)
ଆଉ, ଯୀଶୁ ସେହି ସ୍ଥାନରେ ମଲ୍‍କୀଷେଦକଙ୍କ ସଦୃଶ ଅନ; କାଳୀନ ମହାଯାଜକ ହୋଇ ଆମ୍ଭମାନଙ୍କର ଅଗ୍ରଗାମୀ ରୂପେ ପ୍ରବେଶ କରିଅଛନ୍ତି ।

1 2 3 4 5 6 7 8 9 10 11 12 13 14 15 16 17 18 19 20

BG:

Opacity:

Color:


Size:


Font: