ଏବ୍ରୀମାନଙ୍କ ନିକଟକୁ ପତ୍ର 3 : 1 (ORV)
ଅତଏବ, ହେ ସ୍ଵର୍ଗୀୟ ଆହ୍ଵାନର ସହଭାଗୀ ପବିତ୍ର ଭ୍ରାତୃଗଣ, ଆମ୍ଭମାନଙ୍କ ବିଶ୍ଵାସ ମତାନୁସାରେ ପ୍ରେରିତ ଓ ମହାଯାଜକ। ଯୀଶୁଙ୍କ ବିଷୟ ଭାବି ଦେଖ;
ଏବ୍ରୀମାନଙ୍କ ନିକଟକୁ ପତ୍ର 3 : 2 (ORV)
ମୋଶା ଯେପରି ଈଶ୍ଵରଙ୍କ ଗୃହ ମଧ୍ୟରେ ବିଶ୍ଵସ୍ତ ଥିଲେ, ସେ ସେହିପରି ଆପଣା ନିଯୋଗକର୍ତ୍ତାଙ୍କ ପ୍ରତି ବିଶ୍ଵସ୍ତ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 3 : 3 (ORV)
ଗୃହ ଅପେକ୍ଷା ଗୃହର ସ୍ଥାପନକର୍ତ୍ତା ଯେପରି ଅଧିକ ସମାଦର ପ୍ରାପ୍ତ ହୁଅନ୍ତି, ସେହିପରି ସେ ମୋଶାଙ୍କ ଅପେକ୍ଷା ଅଧିକ ଗୌରବର ଯୋଗ୍ୟ ବୋଲି ଗଣିତ ହୋଇଅଛନ୍ତି ।
ଏବ୍ରୀମାନଙ୍କ ନିକଟକୁ ପତ୍ର 3 : 4 (ORV)
ଯେଣୁ ପ୍ରତ୍ୟେକ ଗୃହ କୌଣସି ନା କୌଣସି ବ୍ୟକ୍ତିଙ୍କ ଦ୍ଵାରା ସ୍ଥାପିତ, କିନ୍ତୁ ସମସ୍ତ ବିଷୟର ଯେ ସ୍ଥାପନକର୍ତ୍ତା, ସେ ଈଶ୍ଵର ।
ଏବ୍ରୀମାନଙ୍କ ନିକଟକୁ ପତ୍ର 3 : 5 (ORV)
ପରବର୍ତ୍ତୀ ବକ୍ତବ୍ୟ ବିଷୟ ସମ୍ଵନ୍ଧରେ ସାକ୍ଷ୍ୟ ଦେବା ନିମନ୍ତେ ମୋଶା ତାହାଙ୍କ ଗୃହ ମଧ୍ୟରେ ସେବକ ସ୍ଵରୂପେ ପ୍ରକୃତରେ ବିଶ୍ଵସ୍ତ ଥିଲେ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 3 : 6 (ORV)
କିନ୍ତୁ ଖ୍ରୀଷ୍ଟ ତାହାଙ୍କ ଗୃହ ଉପରେ ପୁତ୍ର ସ୍ଵରୂପେ ବିଶ୍ଵସ୍ତ ଅଟନ୍ତି; ଯଦି ଆମ୍ଭେମାନେ ଆମ୍ଭମାନଙ୍କ ସାହସ ପୁଣି ଦର୍ପର କାରଣ ଯେ ଆମ୍ଭମାନଙ୍କ ଭରସା, ତାହା ଦୃଢ଼ ଭାବରେ ଶେଷ ପର୍ଯ୍ୟନ୍ତ ଧରି ରଖୁ, ତାହାହେଲେ ଆମ୍ଭେମାନେ ତ ତାହାଙ୍କ ଗୃହ ସ୍ଵରୂପଙ୍କ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 3 : 7 (ORV)
ଅତଏବ ପବିତ୍ର ଆତ୍ମା ଯେପରି କହନ୍ତି, “ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ”,
ଏବ୍ରୀମାନଙ୍କ ନିକଟକୁ ପତ୍ର 3 : 8 (ORV)
ଯେପରି ବିରକ୍ତି ଜନ୍ମାଇବା ସ୍ଥାନରେ ଓ ପ୍ରାନ୍ତରରେ ପରୀକ୍ଷା ଦିନରେ ଘଟିଥିଲା, ସେପରି ଆପଣା ଆପଣା ହୃଦୟ କଠିନ ନ କର;
ଏବ୍ରୀମାନଙ୍କ ନିକଟକୁ ପତ୍ର 3 : 9 (ORV)
ସେହି ପ୍ରାନ୍ତରରେ ତୁମ୍ଭମାନଙ୍କ ପିତୃପୁରୁଷମାନେ ଆମ୍ଭକୁ ପରୀକ୍ଷା କରି ଆମ୍ଭର ଅନୁସନ୍ଧାନ କଲେ, ଆଉ ଚାଳିଶ ବର୍ଷ ପର୍ଯ୍ୟନ୍ତ ଆମ୍ଭର କାର୍ଯ୍ୟ ଦେଖିଲେ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 3 : 10 (ORV)
ତେଣୁ ଆମ୍ଭେ ଏହି ବଂଶ ପ୍ରତି ବିରକ୍ତ ହୋଇ କହିଲୁ, ସେମାନେ ସର୍ବଦା ହୃଦୟରେ ଭ୍ରାନ୍ତ ଅଟନ୍ତି, ସେମାନେ ଆମ୍ଭର ମାର୍ଗସବୁ ଜାଣି ନାହାନ୍ତି ।
ଏବ୍ରୀମାନଙ୍କ ନିକଟକୁ ପତ୍ର 3 : 11 (ORV)
ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 3 : 12 (ORV)
ହେ ଭାଇମାନେ, ସାବଧାନ, ଯେପରି ଜୀବନ୍ତ ଈଶ୍ଵରଙ୍କଠାରୁବିମୁଖକାରୀ ଦୁଷ୍ଟ, ଅବିଶ୍ଵାସୀ ହୃଦୟ ତୁମ୍ଭ-ମାନଙ୍କର କାହାରିଠାରେ ନ ଥାଏ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 3 : 13 (ORV)
କିନ୍ତୁ କାଳେ ପାପର ପ୍ରବଞ୍ଚନା ଦ୍ଵାରା ତୁମ୍ଭମାନଙ୍କ ମଧ୍ୟରୁ କେହି କଠିନମନା ହୁଏ, ଏଥିନିମନ୍ତେ ଆଜି ସୁଯୋଗ ଥାଉ ଥାଉ ପ୍ରତିଦିନ ପରସ୍ପରକୁ ଉତ୍ସାହ ଦିଅ;
ଏବ୍ରୀମାନଙ୍କ ନିକଟକୁ ପତ୍ର 3 : 14 (ORV)
କାରଣ ଆରମ୍ଭରେ ଆମ୍ଭମାନଙ୍କର ଯେଉଁ ବିଶ୍ଵାସ ଥିଲା, ତାହା ଯଦି ଶେଷ ପର୍ଯ୍ୟନ୍ତ ଦୃଢ଼ରୂପେ ଧରି ରଖୁ, ତାହାହେଲେ ଖ୍ରୀଷ୍ଟଙ୍କ ସହଭାଗୀ ହୋଇ ରହିବୁ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 3 : 15 (ORV)
ଉକ୍ତ ଅଛି, ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଯେପରି ବିରକ୍ତି ଜନ୍ମାଇବା ସ୍ଥାନରେ ଘଟିଥିଲା, ସେପରି ଆପଣା ଆପଣା ହୃଦୟ କଠିନ ନ କର ।
ଏବ୍ରୀମାନଙ୍କ ନିକଟକୁ ପତ୍ର 3 : 16 (ORV)
ତେବେ କେଉଁମାନେ ଶୁଣି ବିରକ୍ତି ଜନ୍ମାଇଲେ? ମୋଶାଙ୍କ ଦ୍ଵାରା ମିସର ଦେଶରୁ ଯେଉଁମାନେ ବାହାରି ଆସିଥିଲେ, ସେସମସ୍ତେ କଅଣ ନୁହନ୍ତି?
ଏବ୍ରୀମାନଙ୍କ ନିକଟକୁ ପତ୍ର 3 : 17 (ORV)
ଆଉ କେଉଁମାନଙ୍କ ଉପରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ସେ ବିରକ୍ତ ହୋଇଥିଲେ? ଯେଉଁମାନେ ପାପ କରିଥିଲେ, ଯେଉଁମାନଙ୍କ ଶବ ପ୍ରାନ୍ତରରେ ପଡ଼ିଥିଲା, କଅଣ ସେମାନଙ୍କ ଉପରେ ନୁହେଁ?
ଏବ୍ରୀମାନଙ୍କ ନିକଟକୁ ପତ୍ର 3 : 18 (ORV)
ଯେଉଁମାନେ ଅବାଧ୍ୟ ହୋଇଥିଲେ, ସେମାନଙ୍କ ବିନା ଆଉ କେଉଁମାନଙ୍କ ବିରୁଦ୍ଧରେ ସେ ଶପଥ କରିଥିଲେ ଯେ, ସେମାନେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବେ ନାହିଁ?
ଏବ୍ରୀମାନଙ୍କ ନିକଟକୁ ପତ୍ର 3 : 19 (ORV)
ଆମ୍ଭେମାନେ ଦେଖୁ ଯେ, ଅବିଶ୍ଵାସ ହେତୁ ସେମାନେ ପ୍ରବେଶ କରି ପାରିଲେ ନାହିଁ ।

1 2 3 4 5 6 7 8 9 10 11 12 13 14 15 16 17 18 19

BG:

Opacity:

Color:


Size:


Font: