ଏବ୍ରୀମାନଙ୍କ ନିକଟକୁ ପତ୍ର 2 : 1 (ORV)
ଅତଏବ, ଶୁଣାଯାଇଥିବା ବାକ୍ୟ ପ୍ରତି ଅଧିକ ମନୋଯୋଗୀ ହେବା ଆମ୍ଭମାନଙ୍କର ଉଚିତ, ନୋହିଲେ କାଳେ ଆମ୍ଭେମାନେ ଲକ୍ଷ୍ୟଭ୍ରଷ୍ଟ ହେବୁ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 2 : 2 (ORV)
କାରଣ ଦୂତମାନଙ୍କ ଦ୍ଵାରା କଥିତ ବାକ୍ୟ ଯଦି ଅଟଳ ହୋଇ ରହିଲା, ଆଉ ପ୍ରତ୍ୟେକ ଆଜ୍ଞାଲଙ୍ଘନ ଓ ଅବାଧ୍ୟତା ଯଥାର୍ଥ ପ୍ରତିଶୋଧ ପାଇଲା,
ଏବ୍ରୀମାନଙ୍କ ନିକଟକୁ ପତ୍ର 2 : 3 (ORV)
ତେବେ ଏପରି ମହାପରିତ୍ରାଣ ଅବହେଳା କଲେ ଆମ୍ଭେମାନେ କିପରି ରକ୍ଷା ପାଇବା? ତାହା ତ ପ୍ରଥମରେ ପ୍ରଭୁଙ୍କ ଦ୍ଵାରା କଥିତ ହୋଇ ଶ୍ରବଣ କରିଥିବା ବ୍ୟକ୍ତିମାନଙ୍କ ଦ୍ଵାରା ଆମ୍ଭମାନଙ୍କ ନିକଟରେ ପ୍ରମାଣସିଦ୍ଧ ହେଲା;
ଏବ୍ରୀମାନଙ୍କ ନିକଟକୁ ପତ୍ର 2 : 4 (ORV)
ସେ ସମ୍ଵନ୍ଧରେ ଈଶ୍ଵର ମଧ୍ୟ ନିଜ ଇଚ୍ଛାନୁସାରେ ନାନା ଚିହ୍ନ ଓ ଅଦ୍ଭୁତ କର୍ମ ପୁଣି ବିବିଧ ଶକ୍ତିର କାର୍ଯ୍ୟଓ ପବିତ୍ର ଆତ୍ମାଙ୍କ ଅନ୍ୟାନ୍ୟ ଦାନ ଦ୍ଵାରା ସାକ୍ଷ୍ୟ ଦେଇ ଅଛନ୍ତି ।
ଏବ୍ରୀମାନଙ୍କ ନିକଟକୁ ପତ୍ର 2 : 5 (ORV)
କାରଣ ଯେଉଁ ଭାବୀ ଜଗତର କଥା ଆମ୍ଭେମାନେ କହୁଅଛୁ, ତାହା ସେ ଦୂତମାନଙ୍କ ଅଧୀନ କରି ନାହାନ୍ତି ।
ଏବ୍ରୀମାନଙ୍କ ନିକଟକୁ ପତ୍ର 2 : 6 (ORV)
କିନ୍ତୁ ଜଣେ କୌଣସି ସ୍ଥାନରେ ଏହି କଥା କହି ସାକ୍ଷ୍ୟ ଦେଇଅଛନ୍ତି, “ମନୁଷ୍ୟ କିଏ, ଯେ ତୁମ୍ଭେ ତାହାକୁ ସ୍ମରଣ କରିଥାଅ? ମନୁଷ୍ୟ-ସନ୍ତାନ କିଏ, ଯେ ତୁମ୍ଭେ ତାହାର ତତ୍ତ୍ଵ ନେଇଥାଅ?
ଏବ୍ରୀମାନଙ୍କ ନିକଟକୁ ପତ୍ର 2 : 7 (ORV)
ତୁମ୍ଭେ ଦୂତମାନଙ୍କଠାରୁ ତାହାକୁ ଅଳ୍ପ ନ୍ୟୂନ କରିଅଛ, ତୁମ୍ଭେ ତାହାକୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ଭୂଷିତ କରିଅଛ,
ଏବ୍ରୀମାନଙ୍କ ନିକଟକୁ ପତ୍ର 2 : 8 (ORV)
ତୁମ୍ଭେ ତାହାର ପଦ ତଳେ ସମସ୍ତ ବିଷୟ ଅଧୀନ କରି ରଖିଅଛ ।” ପ୍ରକୃତରେ ସେ ସମସ୍ତ ବିଷୟକୁ ତାହାର ବଶୀଭୂତ କରିବାରେ କୌଣସି ବିଷୟକୁ ତାହାର ଅବଶୀଭୂତ କରି ଛାଡ଼ି ନାହାନ୍ତି । ଆମ୍ଭେମାନେ ଏପର୍ଯ୍ୟନ୍ତ ସମସ୍ତ ବିଷୟ ତାହାର ବଶୀଭୂତ ହୋଇଥିବାର ଦେଖୁ ନାହୁଁ ସତ,
ଏବ୍ରୀମାନଙ୍କ ନିକଟକୁ ପତ୍ର 2 : 9 (ORV)
କିନ୍ତୁ ଦୂତମାନଙ୍କ ଅପେକ୍ଷା ଯେ ଅଳ୍ପ ସମୟ ନ୍ୟୂନୀକୃତ ହୋଇଥିଲେ, ତାହାଙ୍କୁ, ଅର୍ଥାତ୍, ଯୀଶୁଙ୍କୁ ମୃତ୍ୟୁର ଦୁଃଖଭୋଗ ହେତୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟ ପରିଧାନ କରିଥିବାର ଦେଖୁଅଛୁ, ଯେପରି ଈଶ୍ଵରଙ୍କ ଅନୁଗ୍ରହରେ ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ସେ ମୃତ୍ୟୁ ଆସ୍ଵାଦନ କରନ୍ତି ।
ଏବ୍ରୀମାନଙ୍କ ନିକଟକୁ ପତ୍ର 2 : 10 (ORV)
କାରଣ ଯାହାଙ୍କ ନିମନ୍ତେ ଓ ଯାହାଙ୍କ ଦ୍ଵାରା ସମସ୍ତ ସୃଷ୍ଟ, ଅନେକ ସନ୍ତାନଙ୍କୁ ଗୌରବରେ ପ୍ରବେଶ କରାଇବାରେ ସେମାନଙ୍କ ପରିତ୍ରାଣର କର୍ତ୍ତାଙ୍କୁ ଦୁଃଖଭୋଗ ଦ୍ଵାରା ସିଦ୍ଧ କରିବା ତାହାଙ୍କର ଉପଯୁକ୍ତ ଥିଲା ।
ଏବ୍ରୀମାନଙ୍କ ନିକଟକୁ ପତ୍ର 2 : 11 (ORV)
ଯେଣୁ ଯେ ପବିତ୍ର କରନ୍ତି ଓ ଯେଉଁମାନେ ପବିତ୍ରୀକୃତ ହୁଅନ୍ତି, ସେମାନେ ସମସ୍ତେ ଏକ ପିତାଙ୍କର ସନ୍ତାନ; ସେଥିନିମନ୍ତେ ସେ ସେମାନଙ୍କୁ ଭ୍ରାତା ବୋଲି କହିବାକୁ ଲଜ୍ଜିତ ନୁହନ୍ତିଲ,
ଏବ୍ରୀମାନଙ୍କ ନିକଟକୁ ପତ୍ର 2 : 12 (ORV)
ଯେପରି ସେ କହନ୍ତି, “ମୁଁ ଆପଣା ଭ୍ରାତୃଗଣଙ୍କ ନିକଟରେ ତୁମ୍ଭ ନାମ ଘୋଷଣା କରିବି, ସମାଜ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି,”
ଏବ୍ରୀମାନଙ୍କ ନିକଟକୁ ପତ୍ର 2 : 13 (ORV)
ପୁନଶ୍ଚ, ମୁଁ ତାହାଙ୍କଠାରେ ମୋହର ବିଶ୍ଵାସ ରଖିବି । ପୁନର୍ବାର, ଏହି ଦେଖ, ମୁଁ ଓ ଈଶ୍ଵରଦତ୍ତ ମୋହର ସନ୍ତାନମାନେ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 2 : 14 (ORV)
ଅତଏବ, ସନ୍ତାନମାନେ ରକ୍ତମାଂସର ସହଭାଗୀ ହୋଇଥିବାରୁ ସେ ମଧ୍ୟ ନିଜେ ସେହିପରି ସେଥିର ସହଭାଗୀ ହେଲେ, ଯେପରି ମୃତ୍ୟୁ ଦ୍ଵାରା ମୃତ୍ୟୁର ଅଧିକାରୀକୁ, ଅର୍ଥାତ୍, ଶୟତାନକୁ ବିନାଶ କରନ୍ତି,
ଏବ୍ରୀମାନଙ୍କ ନିକଟକୁ ପତ୍ର 2 : 15 (ORV)
ପୁଣି ମୃତ୍ୟୁର ଭୟରେ ଯେଉଁମାନେ ଯାବଜ୍ଜୀବନ ଦାସତ୍ଵର ବନ୍ଧନରେ ଥିଲେ, ସେମାନଙ୍କୁ ସେ ଉଦ୍ଧାର କରନ୍ତି।
ଏବ୍ରୀମାନଙ୍କ ନିକଟକୁ ପତ୍ର 2 : 16 (ORV)
କାରଣ ପ୍ରକୃତରେ ସେ ତ ଦୂତମାନଙ୍କ ତତ୍ତ୍ଵ ନ ନେଇ ଅବ୍ରହାମଙ୍କ ସନ୍ତାନମାନଙ୍କ ତତ୍ତ୍ଵ ନିଅନ୍ତି ।
ଏବ୍ରୀମାନଙ୍କ ନିକଟକୁ ପତ୍ର 2 : 17 (ORV)
ଅତଏବ, ସମସ୍ତ ବିଷୟରେ ଆପଣା ଭ୍ରାତାମାନଙ୍କ ସଦୃଶ ହେବା ତାହାଙ୍କର ଉଚିତ ଥିଲା, ଯେପରି ସେ ଲୋକମାନଙ୍କ ପାପର ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ଈଶ୍ଵରଙ୍କ ସେବା ସମ୍ଵନ୍ଧରେ ଜଣେ ଦୟାଳୁ ଓ ବିଶ୍ଵସ୍ତ ମହାଯାଜକ ହୁଅନ୍ତି ।
ଏବ୍ରୀମାନଙ୍କ ନିକଟକୁ ପତ୍ର 2 : 18 (ORV)
କାରଣ ସେ ନିଜେ ପରୀକ୍ଷିତ ହୋଇ ଦୁଃଖଭୋଗ କରିଥିବାରୁ ପରୀକ୍ଷିତ ହେଉଥିବା ଲୋକମାନଙ୍କ ଉପକାର କରିବା ନିମନ୍ତେ ସକ୍ଷମ ଅଟନ୍ତି ।

1 2 3 4 5 6 7 8 9 10 11 12 13 14 15 16 17 18

BG:

Opacity:

Color:


Size:


Font: