ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 1 (ORV)
କାରଣ ବ୍ୟବସ୍ଥା ଆଗାମୀ ଉତ୍ତମ ଉତ୍ତମ ବିଷୟର ଛାୟା ସ୍ଵରୂପ ହୋଇ ସେହିସବୁ ବିଷୟର ଅବିକଳ ପ୍ରତିମୂର୍ତ୍ତି ନ ହେବାରୁ ଯାଜକମାନଙ୍କର ବର୍ଷକୁ ବର୍ଷ ସର୍ବଦା ସେହି ଏକପ୍ରକାର ବଳି ଉତ୍ସର୍ଗ କରିବା ଦ୍ଵାରା ଉପାସକମାନଙ୍କୁ କଦାପି ସିଦ୍ଧ କରି ପାରେ ନାହିଁ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 2 (ORV)
ଯଦି ପାରିଥାଆନ୍ତା, ତେବେ ଉପାସକମାନେ ଥରେ ଶୁଚିକୃତ ହୋଇ ବିବେକରେ ଆଉ ପାପର ବୋଧ ନ ପାଇବାରୁ ସେହିସବୁ ବଳିର ଉତ୍ସର୍ଗ କଅଣ ନିବୃତ୍ତ ହୋଇ ନ ଥାଆନ୍ତା?
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 3 (ORV)
କିନ୍ତୁ ସେହିସବୁ ବଳିରେ ବର୍ଷକୁ ବର୍ଷ ପାପ ସ୍ମରଣ କରାଯାଏ;
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 4 (ORV)
କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ, ଏହା ଅସମ୍ଭବ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 5 (ORV)
ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋʼ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ;
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 6 (ORV)
ହୋମବଳି ଓ ପାପାର୍ଥକ ବଳିରେ ତୁମ୍ଭେ ସନ୍ତୁଷ୍ଟ ହେଲ ନାହିଁ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 7 (ORV)
ସେତେବେଳେ ମୁଁ କହିଲି, ଦେଖ, ଶାସ୍ତ୍ରରେ ମୋʼ ବିଷୟରେ ଲେଖାଅଛି, ହେ ଈଶ୍ଵର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 8 (ORV)
ଉପରେ ସେ କହନ୍ତି, ବଳିଦାନ, ନୈବେଦ୍ୟ, ହୋମବଳି ଓ ପାପାର୍ଥକ ବଳି ତୁମ୍ଭେ ଲୋଡ଼ିଲ ନାହିଁ, କିମ୍ଵା ସେଥିରେ ତୁମ୍ଭର ସନ୍ତୋଷ ନ ଥିଲା (ଯାହାସବୁ ବ୍ୟବସ୍ଥା ଅନୁସାରେ ଉତ୍ସର୍ଗ କରାଯାଏନ୍ତ) ମାଥି. ୧୨:୩୩
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 9 (ORV)
ତତ୍ପରେ ସେ କହନ୍ତି, ଦେଖ, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି । ଦ୍ଵିତୀୟଟି ସ୍ଥାପନ କରିବା ନିମନ୍ତେ ସେ ପ୍ରଥମଟି ଲୋପ କରନ୍ତି ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 10 (ORV)
ଯୀଶୁ ଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ଵାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 11 (ORV)
ଆହୁରି ମଧ୍ୟ, ପ୍ରତ୍ୟେକ ଯାଜକ ପ୍ରତିଦିନ ସେବା କରିବା ପାଇଁ ଓ ଥରକୁଥର ସେହି ଏକପ୍ରକାର ବଳି ଉତ୍ସର୍ଗ କରିବା ପାଇଁ ଠିଆ ହୋଇଥାଆନ୍ତି; ଏହିସବୁ କେବେ ପାପ ହରଣ କରି ପାରେ ନାହିଁ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 12 (ORV)
ମାତ୍ର ସେ ପାପ ନିମନ୍ତେ କେବଳ ଏକ ବଳି ଉତ୍ସର୍ଗ କଲା ଉତ୍ତାରେ ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ଵରେ ଚିରକାଳ ପାଇଁ ଉପବେଶନ କଲେ;
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 13 (ORV)
ସେହି ଦିନାବଧି ତାହାଙ୍କର ଶତ୍ରୁମାନେ ତାହାଙ୍କ ପାଦପୀଠ କରାଯାଇ ନ ଥିବା ପର୍ଯ୍ୟନ୍ତ ସେ ଅପେକ୍ଷା କରୁଅଛନ୍ତି ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 14 (ORV)
କାରଣ କେବଳ ଏକ ବଳିର ଉତ୍ସର୍ଗ ଦ୍ଵାରା ସେ ପବିତ୍ରୀକୃତ ହେଉଥିବା ଲୋକମାନଙ୍କୁ ଚିରକାଳ ପାଇଁ ସିଦ୍ଧ କରିଅଛନ୍ତି ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 15 (ORV)
ଆଉ ପବିତ୍ର ଆତ୍ମା ମଧ୍ୟ ଆମ୍ଭମାନଙ୍କୁ ସାକ୍ଷ୍ୟ ଦିଅନ୍ତି;
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 16 (ORV)
କାରଣ ପ୍ରଭୁ ଏହି କଥା କହନ୍ତି, ସେହି ସମୟ ଉତ୍ତାରେ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ହୃଦୟରେ ଆପଣା ବ୍ୟବସ୍ଥା ଦେବା, ପୁଣି, ସେମାନଙ୍କ ମନରେ ସେହିସବୁ ଲେଖିବା, ଏହା କହିଲା ଉତ୍ତାରେ ସେ କହନ୍ତି,
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 17 (ORV)
ସେମାନଙ୍କ ପାପ ଓ ସେମାନଙ୍କ ଅପରାଧସବୁ ଆମ୍ଭେ ଆଉ ସ୍ମରଣ କରିବା ନାହିଁ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 18 (ORV)
ଏହିସମସ୍ତ ମୋଚନ ହେବା ସ୍ଥଳେ ପାପ ନିମନ୍ତେ ଆଉ ବଳି ଉତ୍ସର୍ଗ କରିବା ଅନାବଶ୍ୟକ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 19 (ORV)
ଅତଏବ, ହେ ଭାଇମାନେ, ଯୀଶୁବିଚ୍ଛେଦବସ୍ତ୍ର, ଅର୍ଥାତ୍, ଆପଣା ଶରୀର ଦ୍ଵାରା ଯେଉଁ ନୂତନ ଓ ଜୀବନଦାୟକ ପଥ ଆମ୍ଭମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି,
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 20 (ORV)
ସେହି ପଥରେ ଯୀଶୁଙ୍କ ରକ୍ତ ଦ୍ଵାରା ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ନିମନ୍ତେ ଆମ୍ଭମାନଙ୍କର ସାହସ ଥିବାରୁ
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 21 (ORV)
ପୁଣି, ଈଶ୍ଵରଙ୍କ ଗୃହ ଉପରେ ନିଯୁକ୍ତ ଆମ୍ଭମାନଙ୍କର ଜଣେ ମହାନ ଯାଜକ ଥିବାରୁ
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 22 (ORV)
ଆସ, ଆମ୍ଭେମାନେ ହୃଦୟ ପ୍ରକ୍ଷାଳନ ଦ୍ଵାରା କଳୁଷିତ ବିବେକରୁ ଶୁଚିକୃତ ଓ ନିର୍ମଳ ଜଳରେ ଧୌତଶରୀର ହୋଇ ସରଳ ହୃଦୟ ସହ ପୂର୍ଣ୍ଣ ବିଶ୍ଵାସରେ ଈଶ୍ଵରଙ୍କ ନିକଟବର୍ତ୍ତୀ ହେଉ;
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 23 (ORV)
ଆମ୍ଭେମାନେ ଯେଉଁ ଭରସା ସ୍ଵୀକାର କରୁଅଛୁ, ତାହା ଅଟଳ ଭାବରେ ଦୃଢ଼ କରି ଧରୁ, କାରଣ ଯେ ପ୍ରତିଜ୍ଞା କରିଅଛନ୍ତି, ସେ ବିଶ୍ଵସ୍ତନ୍ତ
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 24 (ORV)
ପୁଣି, ପ୍ରେମ ଓ ସତ୍କ୍ରିୟାରେ ପ୍ରବର୍ତ୍ତାଇବା ନିମନ୍ତେ ପରସ୍ପର ବିଷୟରେ ମନୋଯୋଗ କରୁ,
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 25 (ORV)
ଆଉ କେହି କେହି ଯେପରି ଆମ୍ଭମାନଙ୍କ ମଣ୍ତଳୀ ଉପାସନା ପରିତ୍ୟାଗ କରିଥାଆନ୍ତି, ଆମ୍ଭେମାନେ ସେପରି ନ କରୁ; ବରଂ ପରସ୍ପରକୁ ଉତ୍ସାହ ଦେଉ, ବିଶେଷତଃ ଯେତେବେଳେ ତୁମ୍ଭେମାନେ ପ୍ରଭୁଙ୍କ ଦିନ ନିକଟବର୍ତ୍ତୀ ହୋଇ ଆସୁଅଛି ବୋଲି ଦେଖୁଅଛ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 26 (ORV)
କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ଵେଚ୍ଛାପୂର୍ବକ ପାପ କରୁଥାଉ, ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ,
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 27 (ORV)
ବରଂ ବିଚାରର ଏକ ପ୍ରକାର ଭୟଙ୍କର ପ୍ରତୀକ୍ଷା ଓ ବିପକ୍ଷମାନଙ୍କୁ ଗ୍ରାସକାରୀ ଅଗ୍ନିର ପ୍ରଚଣ୍ତତା ଅବଶିଷ୍ଟ ଥାଏ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 28 (ORV)
କେହି ମୋଶାଙ୍କ ବ୍ୟବସ୍ଥାକୁ ଅମାନ୍ୟ କଲେ, ସେ ଦୟା ପ୍ରାପ୍ତ ନ ହୋଇ ଦୁଇ କିମ୍ଵା ତିନି ଜଣ ସାକ୍ଷୀଙ୍କ ପ୍ରମାଣରେ ହତ ହୁଏ;
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 29 (ORV)
ତେବେ ଭାବି ଦେଖ, ଯେ ଈଶ୍ଵରଙ୍କ ପୁତ୍ରଙ୍କୁ ପଦଦଳିତ କରିଅଛି, ନିୟମର ଯେଉଁ ରକ୍ତ ଦ୍ଵାରା ସେ ପବିତ୍ରୀକୃତ ହୋଇଥିଲା, ତାହାକୁ ସାମାନ୍ୟ ବିଷୟ ବୋଲି ମନେ କରିଅଛି ଓ ଅନୁଗ୍ରହଦାତା ଆତ୍ମାଙ୍କୁ ଅବମାନନା କରିଅଛି, ସେ କେଡ଼େ ଅଧିକ ଗୁରୁତର ଦଣ୍ତର ଯୋଗ୍ୟ ନ ହେବ!
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 30 (ORV)
କାରଣ ‘ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା,ʼ ଯେ ଏହି କଥା କହିଅଛନ୍ତି, ତାହାଙ୍କୁ ଆମ୍ଭେମାନେ ଜାଣୁ; ପୁନଶ୍ଚ, ‘ପ୍ରଭୁ ଆପଣା ଲୋକମାନଙ୍କର ବିଚାର କରିବେʼ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 31 (ORV)
ଜୀବିତ ଈଶ୍ଵରଙ୍କ ହସ୍ତରେ ପଡ଼ିବା ଭୟଙ୍କର ବିଷୟ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 32 (ORV)
କିନ୍ତୁ ଆଲୋକ ପ୍ରାପ୍ତ ହେଲା ଉତ୍ତାରେ ଯେତେ-ବେଳେ ତୁମ୍ଭେମାନେ ନାନା ଦୁଃଖଭୋଗରୂପ କଠୋର ସଂଗ୍ରାମ ସହ୍ୟ କରିଥିଲ,ସେହି ପୂର୍ବ ସମୟକୁ ସ୍ମରଣରେ ଆଣ;
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 33 (ORV)
ଏକ ଦିଗରେ ତିରସ୍କାର ଓ କ୍ଳେଶ ଦ୍ଵାରା କୌତୁକାସ୍ପଦ ହୋଇଥିଲ, ଅନ୍ୟ ଦିଗରେ ସେହିପ୍ରକାର ବ୍ୟବହାର ପାଉଥିବା ଲୋକମାନଙ୍କର ସହଭାଗୀ ହୋଇଥିଲ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 34 (ORV)
କାରଣ ତୁମ୍ଭେମାନେ ବନ୍ଦୀମାନଙ୍କ ସହିତ ଦୁଃଖଭୋଗ କରିଥିଲ, ଆଉ ତୁମ୍ଭମାନଙ୍କ ନିଜର ଯେ ଅଧିକ ଉତ୍ତମ ଓ ନିତ୍ୟସ୍ଥାୟୀ ସମ୍ପତ୍ତି ଅଛି, ଏହା ଜାଣି ଆନନ୍ଦରେ ତୁମ୍ଭମାନଙ୍କ ସମ୍ପତ୍ତିର ଲୁଣ୍ଠନ ସହ୍ୟ କରିଥିଲ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 35 (ORV)
ଅତଏବ, ତୁମ୍ଭମାନଙ୍କ ସାହସ ପରିତ୍ୟାଗ କର ନାହିଁ, ସେଥିର ମହା ପୁରସ୍କାର ଅଛି ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 36 (ORV)
ଯେଣୁ ତୁମ୍ଭେମାନେ ଯେପରି ଈଶ୍ଵରଙ୍କ ଇଚ୍ଛା ସାଧନ କରି ପ୍ରତିଜ୍ଞାର ଫଳ ପ୍ରାପ୍ତ ହୋଇ ପାର, ଏଥିନିମନ୍ତେ ତୁମ୍ଭମାନଙ୍କର ଧୈର୍ଯ୍ୟଶୀଳ ହେବା ପ୍ରୟୋଜନ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 37 (ORV)
କାରଣ ଆଉ ଅତ୍ୟଳ୍ପ ସମୟମାତ୍ର, ଯାହାଙ୍କ ଆଗମନ କରିବାର ଅଛି, ସେ ଆଗମନ କରିବେ ଓ ବିଳମ୍ଵ କରିବେ ନାହିଁ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 38 (ORV)
ଆମ୍ଭର ଧାର୍ମିକ ବ୍ୟକ୍ତି ବିଶ୍ଵାସ ଦ୍ଵାରା ବଞ୍ଚିବ, କିନ୍ତୁ ଯଦି କେହି ପଶ୍ଚାତ୍ପଦ ହୁଏ, ତାହାହେଲେ ଆମ୍ଭର ଆତ୍ମା ତାହାଠାରେ ସନ୍ତୁଷ୍ଟ ନୁହେଁ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10 : 39 (ORV)
ମାତ୍ର ଯେଉଁମାନେ ବିନାଶ ନିମନ୍ତେ ପଶ୍ଚାତ୍ପଦ ହୁଅନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ନୋହୁଁ, କିନ୍ତୁ ଯେଉଁମାନେ ଆତ୍ମାର ପରିତ୍ରାଣ ନିମନ୍ତେ ବିଶ୍ଵାସ କରନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ଅଟୁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39

BG:

Opacity:

Color:


Size:


Font: