ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 1 (ORV)
ଈଶ୍ଵର ପୁରାକାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରେ ଭାବବାଦୀମାନଙ୍କ ଦ୍ଵାରା ପିତୃପୁରୁଷମାନଙ୍କୁ କଥା କହି
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 2 (ORV)
ଏହି ଶେଷକାଳରେ ପୁତ୍ରଙ୍କ ଦ୍ଵାରା ଆମ୍ଭମାନଙ୍କୁ କଥା କହିଅଛନ୍ତି; ତାହାଙ୍କୁ ସେ ସମସ୍ତ ବିଷୟର ଅଧିକାରୀ କରି ନିଯୁକ୍ତ କଲେ, ତାହାଙ୍କ ଦ୍ଵାରା ମଧ୍ୟ ସମସ୍ତ ବିଶ୍ଵ ସୃଷ୍ଟି କଲେ;
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 3 (ORV)
ସେ ତାହାଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ତ୍ଵର ପ୍ରତିମୂର୍ତ୍ତି, ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ଵାରା ସମସ୍ତ ବିଷୟ ଧାରଣ କରନ୍ତି, ପୁଣି ପାପ ମାର୍ଜ୍ଜନା କଲା ଉତ୍ତାରେ, ଊର୍ଦ୍ଧ୍ଵସ୍ଥ ମହାମହିମଙ୍କ ଦକ୍ଷିଣ ପାର୍ଶ୍ଵରେ ଉପବେଶନ କରିଅଛନ୍ତି,
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 4 (ORV)
ସେ ଯେଉଁ ପରିମାଣରେ ସ୍ଵର୍ଗଦୂତମାନଙ୍କ ଅପେକ୍ଷା ଅତ୍ୟଧିକ ଉତ୍କୃଷ୍ଟ ନାମର ଅଧିକାରୀ ହୋଇଅଛନ୍ତି, ସେହି ପରିମାଣରେ ସେ ସେମାନଙ୍କଠାରୁ ଅତ୍ୟଧିକ ମହାନ ହୋଇଅଛନ୍ତି ।
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 5 (ORV)
କାରଣ ଈଶ୍ଵର ଦୂତମାନଙ୍କ ମଧ୍ୟରୁ କାହାକୁ କେବେ ଏହା କହିଅଛନ୍ତି, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ?” ପୁନଶ୍ଚ, “ଆମ୍ଭେ ତାହାଙ୍କର ପିତା ହେବା, ଆଉ ସେ ଆମ୍ଭର ପୁତ୍ର ହେବେ?”
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 6 (ORV)
ପୁଣି, ଯେଉଁ ସମୟରେ ସେ ପ୍ରଥମଜାତଙ୍କୁ ପୁନର୍ବାର ଜଗତ ମଧ୍ୟରେ ପ୍ରବେଶ କରାଇବେ, ସେହି ସମୟକୁ ଲକ୍ଷ୍ୟ କରି ସେ କହନ୍ତି, ଈଶ୍ଵରଙ୍କର ସମସ୍ତ ଦୂତ ତାହାଙ୍କୁ ପ୍ରଣାମ କରନ୍ତୁ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 7 (ORV)
ଏକ ପକ୍ଷରେ ସେ ଦୂତମାନଙ୍କ ବିଷୟରେ କହନ୍ତି, “ସେ ଆପଣା ଦୂତମାନଙ୍କୁ ବାୟୁ ସ୍ଵରୂପ କରନ୍ତି, ପୁଣି ଆପଣା ସେବକମାନଙ୍କୁ ଅଗ୍ନିର ଶିଖା ସ୍ଵରୂପ କରନ୍ତିନ୍ତ”
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 8 (ORV)
ଅନ୍ୟ ପକ୍ଷରେ ସେ ପୁତ୍ରଙ୍କ ବିଷୟରେ କହନ୍ତି, “ହେ ଈଶ୍ଵର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି ନ୍ୟାୟର ଦଣ୍ତ ତୁମ୍ଭର ରାଜଦଣ୍ତ ଅଟେ ।”
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 9 (ORV)
“ତୁମ୍ଭେ ଧାର୍ମିକତାକୁ ପ୍ରେମ କରିଅଛ ଓ ଅଧାର୍ମିକତାକୁ ଘୃଣା କରିଅଛ, ତେଣୁ ଈଶ୍ଵର, ତୁମ୍ଭର ଈଶ୍ଵର ତୁମ୍ଭର ସଙ୍ଗୀମାନଙ୍କ ଅପେକ୍ଷା ତୁମ୍ଭକୁ ଅଧିକ ଆନନ୍ଦରୂପ ତୈଳରେ ଅଭିଷିକ୍ତ କରିଅଛନ୍ତି ।”
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 10 (ORV)
ଆହୁରି, “ହେ ପ୍ରଭୁ, ତୁମ୍ଭେ ଆରମ୍ଭରେ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛ, ପୁଣି ଆକାଶମଣ୍ତଳ ତୁମ୍ଭ ହସ୍ତକୃତ କର୍ମନ୍ତ”
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 11 (ORV)
“ସେହିସବୁ ବିନଷ୍ଟ ହେବ, କିନ୍ତୁ ତୁମ୍ଭେ ନିତ୍ୟସ୍ଥାୟୀ; ଆଉ ସେହିସବୁ ବସ୍ତ୍ର ପରି ଜୀର୍ଣ୍ଣ ହୋଇଯିବ,”
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 12 (ORV)
“ପୁଣି ତୁମ୍ଭେ ଚାଦର ପରି, ହଁ ବସ୍ତ୍ର ପରି ସେହିସବୁ ଗୁଡ଼ାଇବ, ଆଉ ସେହିସବୁ ପରିବର୍ତ୍ତିତ ହେବ । କିନ୍ତୁ ତୁମ୍ଭେ ସର୍ବଦା ସମାନ, ପୁଣି ତୁମ୍ଭର ବର୍ଷସମୂହ ଶେଷ ହେବ ନାହିଁ ।”
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 13 (ORV)
ଆଉ “ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ,” ଏହା ସେ ଦୂତମାନଙ୍କ ମଧ୍ୟରେ କାହାକୁ କେବେ କହିଅଛନ୍ତି?
ଏବ୍ରୀମାନଙ୍କ ନିକଟକୁ ପତ୍ର 1 : 14 (ORV)
ଏମାନେ ସମସ୍ତେ କଅଣ ସେବାକାରୀ ଆତ୍ମା ନୁହନ୍ତି, ପୁଣି ପରିତ୍ରାଣର ଭାବୀ ଅଧିକାରୀମାନଙ୍କର ସେବା କରିବାକୁ କି ସେମାନେ ପ୍ରେରିତ ହୋଇ ନାହାନ୍ତି?

1 2 3 4 5 6 7 8 9 10 11 12 13 14

BG:

Opacity:

Color:


Size:


Font: