ଦିତୀୟ ବିବରଣ 4 : 1 (ORV)
ଏବେ ହେ ଇସ୍ରାଏଲ, ମୁଁ ଯେ ଯେ ବିଧି ଓ ଶାସନ ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଶିକ୍ଷା ଦେଉଅଛି, ତହିଁରେ ମନୋଯୋଗ କର; ତାହା କଲେ ତୁମ୍ଭେମାନେ ବଞ୍ଚିବ; ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ଵର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ତହିଁରେ ପ୍ରବେଶ କରି ତାହା ଅଧିକାର କରିବ ।
ଦିତୀୟ ବିବରଣ 4 : 2 (ORV)
ମୁଁ ତୁମ୍ଭମାନଙ୍କୁ ଯାହା ଆଜ୍ଞା କରୁଅଛି, ସେହି ବାକ୍ୟରେ ତୁମ୍ଭେମାନେ କିଛି ମିଶାଇବ ନାହିଁ, କିଅବା ତହିଁରୁ କିଛି ଊଣା କରିବ ନାହିଁ; ମୁଁ ତୁମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରୁଅଛି, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କର ସେହିସବୁ ଆଜ୍ଞା ପାଳନ କର ।
ଦିତୀୟ ବିବରଣ 4 : 3 (ORV)
ବାଲପିୟୋର ବିଷୟରେ ସଦାପ୍ରଭୁ ଯାହା କଲେ, ତାହା ତୁମ୍ଭମାନଙ୍କ ଚକ୍ଷୁ ଦେଖିଅଛି; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ବାଲପିୟୋରର ପଶ୍ଚାଦ୍ଗାମୀ ସମସ୍ତ ଲୋକଙ୍କୁ ତୁମ୍ଭ ମଧ୍ୟରୁ ବିନଷ୍ଟ କରିଅଛନ୍ତି ।
ଦିତୀୟ ବିବରଣ 4 : 4 (ORV)
ମାତ୍ର ତୁମ୍ଭେମାନେ ଯେତେ ଲୋକ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କଠାରେ ଆସକ୍ତ ହେଲ, ତୁମ୍ଭମାନଙ୍କର ସେହି ପ୍ରତି ଜଣ ଆଜି ପର୍ଯ୍ୟନ୍ତ ଜୀବିତ ଅଛ ।
ଦିତୀୟ ବିବରଣ 4 : 5 (ORV)
ଦେଖ, ସଦାପ୍ରଭୁ ମୋହର ପରମେଶ୍ଵର ମୋତେ ଯେପରି ଆଜ୍ଞା ଦେଲେ, ମୁଁ ତୁମ୍ଭମାନଙ୍କୁ ସେପରି ବିଧି ଓ ଶାସନ ଶିକ୍ଷା ଦେଇଅଛି; ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତହିଁ ମଧ୍ୟରେ ତୁମ୍ଭମାନଙ୍କୁ ତଦନୁସାରେ ବ୍ୟବହାର କରିବାକୁ ହେବ ।
ଦିତୀୟ ବିବରଣ 4 : 6 (ORV)
ଏଣୁ ତୁମ୍ଭେମାନେ ତାହାସବୁ ପାଳ ଓ କର; କାରଣ ନାନା ଦେଶୀୟ ଲୋକମାନଙ୍କ ସାକ୍ଷାତରେ ଏହା ହିଁ ତୁମ୍ଭମାନଙ୍କର ଜ୍ଞାନ ଓ ବୁଦ୍ଧି ସ୍ଵରୂପ ହେବ; ସେମାନେ ଏହିସବୁ ବିଧି ଶୁଣି କହିବେ, ଏହି ମହାଗୋଷ୍ଠୀ ନିତା; ଜ୍ଞାନବାନ ଓ ବୁଦ୍ଧିମାନ ଲୋକ ଅଟନ୍ତି ।
ଦିତୀୟ ବିବରଣ 4 : 7 (ORV)
ଯେହେତୁ ଆମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରୁ, ସେସମୟରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଯେପରି ଆମ୍ଭମାନଙ୍କର ନିକଟବର୍ତ୍ତୀ ହୁଅନ୍ତି, ସେପରି ଆଉ କେଉଁ ମହାଗୋଷ୍ଠୀର ପରମେଶ୍ଵର ସେମାନଙ୍କର ନିକଟବର୍ତ୍ତୀ ହୁଅନ୍ତି?
ଦିତୀୟ ବିବରଣ 4 : 8 (ORV)
ପୁଣି ମୁଁ ଆଜି ତୁମ୍ଭମାନଙ୍କ ସାକ୍ଷାତରେ ଯେସମସ୍ତ ବ୍ୟବସ୍ଥା ଦେଉଅଛି, ତାହା ତୁଲ୍ୟ ଯଥାର୍ଥ ବିଧି ଓ ଶାସନ ଆଉ କେଉଁ ମହାଗୋଷ୍ଠୀର ଅଛି?
ଦିତୀୟ ବିବରଣ 4 : 9 (ORV)
କେବଳ ନିଜ ବିଷୟରେ ସାବଧାନ ହୁଅ ଓ ନିଜ ପ୍ରାଣକୁ ଯନିପୂର୍ବକ ରକ୍ଷା କର, ନୋହିଲେ ଯାହା ତୁମ୍ଭର ଚକ୍ଷୁ ଦେଖିଅଛି, ତାହା ତୁମ୍ଭେ ପାସୋରି ଯିବ ଓ ତାହା ଯାବଜ୍ଜୀବନ ତୁମ୍ଭ ହୃଦୟରୁ ଲୋପ ପାଇବ; ମାତ୍ର ତୁମ୍ଭେ ଆପଣା ପୁତ୍ର ପୌତ୍ରମାନଙ୍କୁ ତାହା ଶିଖାଅ ।
ଦିତୀୟ ବିବରଣ 4 : 10 (ORV)
ଯେଉଁ ଦିନ ତୁମ୍ଭେ ହୋରେବରେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ଛାମୁରେ ଛିଡ଼ା ହୋଇଥିଲ, ସେତେବେଳେ ସଦାପ୍ରଭୁ ମୋତେ କହିଲେ, ଲୋକମାନଙ୍କୁ ଆମ୍ଭ ନିକଟରେ ଏକତ୍ର କର, ଆମ୍ଭେ ଆପଣା ବାକ୍ୟ ସେମାନଙ୍କୁ ଶୁଣାଇବା; ତହିଁରେ ସେମାନେ ପୃଥିବୀରେ ଯାବଜ୍ଜୀବନ ଆମ୍ଭଙ୍କୁ ଭୟ କରିବାକୁ ଶିଖିବେ ଓ ଆପଣା ସନ୍ତାନମାନଙ୍କୁ ଶିଖାଇବେ ।
ଦିତୀୟ ବିବରଣ 4 : 11 (ORV)
ତହୁଁ ତୁମ୍ଭେମାନେ ନିକଟବର୍ତ୍ତୀ ହୋଇ ପର୍ବତ ତଳେ ଛିଡ଼ା ହେଲ⇧; ସେହି ସମୟରେ ସେହି ପର୍ବତ ଅନ୍ଧକାର, ମେଘ ଓ ଘୋର ତିମିରରେ ବ୍ୟାପ୍ତ ହୋଇ ଗଗନର ମଧ୍ୟ ପର୍ଯ୍ୟନ୍ତ ଅଗ୍ନିରେ ଜ୍ଵଳିଲା ।
ଦିତୀୟ ବିବରଣ 4 : 12 (ORV)
ସେତେବେଳେ ସଦାପ୍ରଭୁ ସେହି ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ପ୍ରତି କଥା କହିଲେ; ତୁମ୍ଭେମାନେ ବାକ୍ୟର ଶଦ୍ଦ ଶୁଣିଲ, ମାତ୍ର କୌଣସି ମୂର୍ତ୍ତି ଦେଖିଲ ନାହିଁ; ତୁମ୍ଭେମାନେ କେବଳ ଶଦ୍ଦ ଶୁଣିଲ ।
ଦିତୀୟ ବିବରଣ 4 : 13 (ORV)
ପୁଣି ସେ ଆପଣାର ଯେଉଁ ନିୟମ ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଆଦେଶ କଲେ, ଆପଣା ସେହି ନିୟମର ଦଶଆଜ୍ଞା ତୁମ୍ଭମାନଙ୍କ ପ୍ରତି ପ୍ରକାଶ କଲେ; ଆଉ ସେ ଦୁଇ ପ୍ରସ୍ତର ପଟାରେ ତାହା ଲେଖିଲେ ।
ଦିତୀୟ ବିବରଣ 4 : 14 (ORV)
ପୁଣି ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ସେହି ଦେଶରେ ତୁମ୍ଭମାନଙ୍କର ପାଳନୀୟ ବିଧି ଓ ଶାସନସକଳ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ସଦାପ୍ରଭୁ ସେହି ସମୟରେ ମୋତେ ଆଜ୍ଞା ଦେଲେ ।
ଦିତୀୟ ବିବରଣ 4 : 15 (ORV)
ଏନିମନ୍ତେ ତୁମ୍ଭେମାନେ ଆପଣା ଆପଣା ପ୍ରାଣ ବିଷୟରେ ଅତିଶୟ ସାବଧାନ ହୁଅ; କାରଣ ଯେଉଁ ଦିନ ସଦାପ୍ରଭୁ ହୋରେବରେ ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ସହିତ କଥା କହିଲେ, ସେଦିନ ତୁମ୍ଭେମାନେ କୌଣସି ମୂର୍ତ୍ତି ଦେଖିଲ ନାହିଁ ।
ଦିତୀୟ ବିବରଣ 4 : 16 (ORV)
(ସାବଧାନ), ନୋହିଲେ ତୁମ୍ଭେମାନେ ଆପଣା-ମାନଙ୍କୁ ଭ୍ରଷ୍ଟ କରି ପୁରୁଷର କି ସ୍ତ୍ରୀର ମୂର୍ତ୍ତି,
ଦିତୀୟ ବିବରଣ 4 : 17 (ORV)
କି ପୃଥିବୀସ୍ଥ କୌଣସି ପଶୁର ମୂର୍ତ୍ତି, କି ଆକାଶରେ ଉଡ଼ନ୍ତା କୌଣସି ପକ୍ଷୀର ମୂର୍ତ୍ତି,
ଦିତୀୟ ବିବରଣ 4 : 18 (ORV)
କି ଭୂଚର କୌଣସି ଉରୋଗାମୀ ଜନ୍ତୁର ମୂର୍ତ୍ତି, କି ଭୂମିର ନୀଚସ୍ଥ ଜଳଚର କୌଣସି ଜନ୍ତୁର ମୂର୍ତ୍ତି କରି ଆପଣାମାନଙ୍କ ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ।
ଦିତୀୟ ବିବରଣ 4 : 19 (ORV)
କିଅବା ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ଯେଉଁମାନଙ୍କୁ ସମୁଦାୟ ଆକାଶମଣ୍ତଳର ଅଧଃସ୍ଥିତ ସମସ୍ତ ଦେଶୀୟ ଲୋକମାନଙ୍କ ନିମନ୍ତେ ନିଯୁକ୍ତ କରିଅଛନ୍ତି, ଏପରି ସୂର୍ଯ୍ୟ ଓ ଚନ୍ଦ୍ର ଓ ତାରା ପ୍ରଭୃତି ଆକାଶର ସମସ୍ତ ବାହିନୀ ପ୍ରତି ଊର୍ଦ୍ଧ୍ଵ ଦୃଷ୍ଟି କରି ଅନାଇଲେ ଭ୍ରାନ୍ତ ହୋଇ ତୁମ୍ଭେମାନେ ସେମାନଙ୍କୁ ପ୍ରଣାମ କରିବ ଓ ସେବା କରିବଙ୍କ ।
ଦିତୀୟ ବିବରଣ 4 : 20 (ORV)
ମାତ୍ର ତୁମ୍ଭେମାନେ ଆଜି ଦିନର ପରି ଯେପରି ସଦାପ୍ରଭୁଙ୍କ ଅଧିକାରର ଲୋକ ହୁଅ, ଏଥିପାଇଁ ସେ ତୁମ୍ଭମାନଙ୍କୁ ଗ୍ରହଣ କରିଅଛନ୍ତି ଓ ତୁମ୍ଭମାନଙ୍କୁ ଲୁହା-ଭାଟି ସ୍ଵରୂପ ମିସରରୁ ଉଦ୍ଧାର କରି ଆଣିଅଛନ୍ତି ।
ଦିତୀୟ ବିବରଣ 4 : 21 (ORV)
ଆହୁରି ସଦାପ୍ରଭୁ ତୁମ୍ଭମାନଙ୍କ ସକାଶେ ମୋʼ ଉପରେ କ୍ରୋଧ କଲେ । ପୁଣି ମୁଁ ଯେପରି ଯର୍ଦ୍ଦନ ପାର ହୋଇ ନ ଯିବି ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ତୁମ୍ଭମାନଙ୍କୁ ଯେଉଁ ଦେଶ ଅଧିକାର କରିବାକୁ ଦେବେ, ସେହି ଉତ୍ତମ ଦେଶରେ ମୁଁ ପ୍ରବେଶ ନ କରିବି, ଏଥିପାଇଁ ଶପଥ କଲେ ।
ଦିତୀୟ ବିବରଣ 4 : 22 (ORV)
ଏଣୁ ଏହି ଦେଶରେ ମୁଁ ମରିବି, ମୁଁ ଯର୍ଦ୍ଦନ ପାର ହୋଇ ଯିବି ନାହିଁ; ମାତ୍ର ତୁମ୍ଭେମାନେ ପାର ହୋଇଯିବ ଓ ସେହି ଉତ୍ତମ ଦେଶ ଅଧିକାର କରିବ ।
ଦିତୀୟ ବିବରଣ 4 : 23 (ORV)
ତୁମ୍ଭେମାନେ ଆପଣାମାନଙ୍କ ବିଷୟରେ ସାବଧାନ ହୁଅ, ନୋହିଲେ ତୁମ୍ଭମାନଙ୍କ ସହିତ ସ୍ଥିରୀକୃତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ନିୟମ ତୁମ୍ଭେମାନେ ପାସୋରି ଯିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ନିଷିଦ୍ଧ କୌଣସି ବସ୍ତୁର ପ୍ରତିମୂର୍ତ୍ତିବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ ।
ଦିତୀୟ ବିବରଣ 4 : 24 (ORV)
କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଗ୍ରାସକାରୀ ଅଗ୍ନି, ସ୍ଵଗୌରବ ରକ୍ଷଣରେ ଉଦ୍ଯୋଗୀ ପରମେଶ୍ଵର ଅଟନ୍ତି।
ଦିତୀୟ ବିବରଣ 4 : 25 (ORV)
ତୁମ୍ଭେ ସେହି ଦେଶରେ ପୁତ୍ର ପୌତ୍ରଗଣକୁ ଜନ୍ମ ଦେଇ ବହୁ କାଳ ବାସ କଲା ଉତ୍ତାରେ ଯେବେ ତୁମ୍ଭେମାନେ ଆପଣାମାନଙ୍କୁ ଭ୍ରଷ୍ଟ କରି କୌଣସି ବସ୍ତୁର ପ୍ରତିମୂର୍ତ୍ତିବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କୁ କ୍ରୁଦ୍ଧ କରାଇବା ପାଇଁ ତାହାଙ୍କ ସାକ୍ଷାତରେ ଦୁଷ୍କର୍ମ କରିବ;
ଦିତୀୟ ବିବରଣ 4 : 26 (ORV)
ତେବେ ମୁଁ ଆଜି ତୁମ୍ଭମାନଙ୍କ ପ୍ରତିକୂଳରେ ସ୍ଵର୍ଗ ଓ ମର୍ତ୍ତ୍ୟକୁ ସାକ୍ଷୀ କରି କହୁଅଛି, ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯର୍ଦ୍ଦନ ପାର ହୋଇ ଯାଉଅଛ, ସେହି ଦେଶରୁ ଶୀଘ୍ର ନିଃଶେଷ ରୂପେ ବିନଷ୍ଟ ହେବ; ତୁମ୍ଭେମାନେ ତହିଁ ମଧ୍ୟରେ ଦୀର୍ଘ ପରମାୟୁ ପାଇବ ନାହିଁ, ମାତ୍ର ନିର୍ମୂଳରେ ଉଚ୍ଛିନ୍ନ ହେବ ।
ଦିତୀୟ ବିବରଣ 4 : 27 (ORV)
ପୁଣି ସଦାପ୍ରଭୁ ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିବେ; ପୁଣି ଯେଉଁ ସ୍ଥାନକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ନେଇ ଯିବେ, ସେହି ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭେମାନେ ଅଳ୍ପସଂଖ୍ୟକ ହୋଇ ଅବଶିଷ୍ଟ ରହିବ ।
ଦିତୀୟ ବିବରଣ 4 : 28 (ORV)
ଆଉ ସେହି ସ୍ଥାନରେ ତୁମ୍ଭେମାନେ ମନୁଷ୍ୟର ହସ୍ତକୃତ କାଷ୍ଠମୟ ଓ ପ୍ରସ୍ତରମୟ, ପୁଣି ଯେଉଁମାନେ ଦେଖନ୍ତି ନାହିଁ, କି ଶୁଣନ୍ତି ନାହିଁ, କି ଭୋଜନ କରନ୍ତି ନାହିଁ, କି ଆଘ୍ରାଣ କରନ୍ତି ନାହିଁ, ଏପରି ଦେବଗଣର ସେବା କରିବ ।
ଦିତୀୟ ବିବରଣ 4 : 29 (ORV)
ମାତ୍ର ସେହି ସ୍ଥାନରୁ ଯେବେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କର ଅନ୍ଵେଷଣ କରିବ, ତେବେ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କର ଅନ୍ଵେଷଣ କଲେ, ତାହାଙ୍କର ଉଦ୍ଦେଶ୍ୟ ପାଇବ ।
ଦିତୀୟ ବିବରଣ 4 : 30 (ORV)
ଯେତେବେଳେ ତୁମ୍ଭେ ସଙ୍କଟରେ ପଡ଼ିବ ଓ ଏହି ସମସ୍ତ ତୁମ୍ଭ ଉପରେ ଘଟିବ, ସେହି ଶେଷ କାଳରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ପ୍ରତି ଫେରିବ ଓ ତାହାଙ୍କ ରବରେ ଅବଧାନ କରିବ ।
ଦିତୀୟ ବିବରଣ 4 : 31 (ORV)
ଯେହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଦୟାଳୁ ପରମେଶ୍ଵର ଅଟନ୍ତି; ସେ ତୁମ୍ଭକୁ ତ୍ୟାଗ କରିବେ ନାହିଁ, କି ତୁମ୍ଭକୁ ବିନଷ୍ଟ କରିବେ ନାହିଁ, କିଅବା ଶପଥ ଦ୍ଵାରା ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିୟମ କରିଅଛନ୍ତି, ତାହା ବିସ୍ମୃତ ହେବେ ନାହିଁ ।
ଦିତୀୟ ବିବରଣ 4 : 32 (ORV)
ପରମେଶ୍ଵର ମନୁଷ୍ୟକୁ ପୃଥିବୀରେ ସୃଷ୍ଟି କରିବା ଦିନାବଧି ତୁମ୍ଭ ପୂର୍ବେ ଗତ କାଳକୁ ଓ ଆକାଶମଣ୍ତଳର ଏକ ପ୍ରାନ୍ତରୁ ଅନ୍ୟ ପ୍ରା; ପର୍ଯ୍ୟନ୍ତ ପଚାର, ଏହି ମହାକାର୍ଯ୍ୟ ତୁଲ୍ୟ କି ଆଉ କୌଣସି କାର୍ଯ୍ୟ ଅଛି, ଅବା ଏପ୍ରକାର କି ଶୁଣା ଯାଇଅଛି?
ଦିତୀୟ ବିବରଣ 4 : 33 (ORV)
ଆଉ ତୁମ୍ଭେ ଯେପରି ଶୁଣିଅଛ, ସେପରି କି ଅନ୍ୟ କୌଣସି ଦେଶୀୟ ଲୋକେ ପରମେଶ୍ଵରଙ୍କ ରବ ଅଗ୍ନି ମଧ୍ୟରୁ କହିବାର ଶୁଣି ବଞ୍ଚିଲେ?
ଦିତୀୟ ବିବରଣ 4 : 34 (ORV)
କିଅବା ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ମିସରରେ ତୁମ୍ଭମାନଙ୍କ ସାକ୍ଷାତରେ ଯେସକଳ କର୍ମ କରିଅଛନ୍ତି, କି ତଦନୁସାରେ ପରୀକ୍ଷାସିଦ୍ଧ ପ୍ରମାଣ ଦ୍ଵାରା ଓ ଚିହ୍ନ ଦ୍ଵାରା ଓ ଆଶ୍ଚର୍ଯ୍ୟକର୍ମ ଦ୍ଵାରା ଓ ଯୁଦ୍ଧ ଦ୍ଵାରା ଓ ପରାକ୍ରା; ହସ୍ତ ଦ୍ଵାରା ଓ ବିସ୍ତାରିତ ବାହୁ ଦ୍ଵାରା ଓ ଭୟଙ୍କର ମହାକର୍ମ ଦ୍ଵାରା ଅନ୍ୟ ଦେଶୀୟ ଲୋକଙ୍କ ମଧ୍ୟରୁ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି?
ଦିତୀୟ ବିବରଣ 4 : 35 (ORV)
ଏସବୁ ତୁମ୍ଭ ପ୍ରତି ପ୍ରକାଶିତ ହେଲା, ଯେପରି ତୁମ୍ଭେ ଜାଣିବ ଯେ, ସଦାପ୍ରଭୁ ପରମେଶ୍ଵର ଅଟନ୍ତି, ତାହାଙ୍କ ଭିନ୍ନ ଆଉ କେହି ନାହିଁ ।
ଦିତୀୟ ବିବରଣ 4 : 36 (ORV)
ସେ ଉପଦେଶ ଦେବା ନିମନ୍ତେ ସ୍ଵର୍ଗରୁ ତୁମ୍ଭକୁ ଆପଣା ରବ ଶୁଣାଇଲେ ଓ ପୃଥିବୀରେ ତୁମ୍ଭକୁ ଆପଣା ମହା ଅଗ୍ନି ଦେଖାଇଲେ, ତୁମ୍ଭେ ଅଗ୍ନି ମଧ୍ୟରୁ ତାହାଙ୍କର ବାକ୍ୟ ଶୁଣିଲ ।
ଦିତୀୟ ବିବରଣ 4 : 37 (ORV)
ସେ ତୁମ୍ଭର ପୂର୍ବପୁରୁଷମାନଙ୍କୁ ସ୍ନେହ କରିବାରୁ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶକୁ ହିଁ ମନୋନୀତ କଲେ,
ଦିତୀୟ ବିବରଣ 4 : 38 (ORV)
ପୁଣି ସେ ତୁମ୍ଭଠାରୁ ଅଧିକ ବଳବାନ ଓ ବହୁସଂଖ୍ୟକ ଅନ୍ୟ ଦେଶୀୟ ଲୋକମାନଙ୍କୁ ତୁମ୍ଭ ଆଗରୁ ତଡ଼ିଦେଇ ସେମାନଙ୍କ ଦେଶରେ ତୁମ୍ଭକୁ ପ୍ରବେଶ କରାଇ ଆଜି ଦିନ ତୁଲ୍ୟ ଅଧିକାରାର୍ଥେ ତାହା ତୁମ୍ଭକୁ ଦେବା ପାଇଁ ଆପଣା ଶ୍ରୀମୁଖ ଓ ମହାପରାକ୍ରମ ଦ୍ଵାରା ମିସର ଦେଶରୁ ବାହାର କରି ଆଣିଲେ ।
ଦିତୀୟ ବିବରଣ 4 : 39 (ORV)
ଏନିମନ୍ତେ ତୁମ୍ଭେ ଆଜି ଏହା ଜ୍ଞାତ ହୁଅ ଓ ଆପଣା ହୃଦୟରେ ଏହା ବିବେଚନା କର, ଊର୍ଦ୍ଧ୍ଵସ୍ଥ ସ୍ଵର୍ଗରେ ଓ ଅଧଃସ୍ଥ ପୃଥିବୀରେ ସଦାପ୍ରଭୁ ହିଁ ପରମେଶ୍ଵର ଅଟନ୍ତି, ଅନ୍ୟ କେହି ନାହିଁ ।
ଦିତୀୟ ବିବରଣ 4 : 40 (ORV)
ପୁଣି ଯେପରି ତୁମ୍ଭର ମଙ୍ଗଳ ଓ ତୁମ୍ଭ ଉତ୍ତାରେ ତୁମ୍ଭ ସନ୍ତାନଗଣର ମଙ୍ଗଳ ହୁଏ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ସଦାକାଳ ନିମନ୍ତେ ତୁମ୍ଭକୁ ଯେଉଁ ଭୂମି ଦିଅନ୍ତି, ତହିଁ ଉପରେ ଯେପରି ତୁମ୍ଭର ଦୀର୍ଘ ପରମାୟୁ ହୁଏ, ଏଥିପାଇଁ ମୁଁ ତାହାଙ୍କର ଯେ ଯେ ବିଧି ଓ ଆଜ୍ଞା ଆଜି ତୁମ୍ଭକୁ ଆଦେଶ କଲି, ତାହା ପାଳନ କର ।
ଦିତୀୟ ବିବରଣ 4 : 41 (ORV)
ଅନନ୍ତର ମୋଶା ହତ୍ୟାକାରୀର ଆଶ୍ରୟ ନିମନ୍ତେ ଯର୍ଦ୍ଦନର ସୂର୍ଯ୍ୟୋଦୟ ଦିଗସ୍ଥିତ କୂଳରେ ତିନୋଟି ନଗର ନିର୍ଣ୍ଣୟ କଲେ;
ଦିତୀୟ ବିବରଣ 4 : 42 (ORV)
ଯେପରି କେହି ଆପଣା ପ୍ରତିବାସୀକି ପୂର୍ବେ ହିଂସା ନ କରି ଅଜ୍ଞାତସାରରେ ବଧ କଲେ, ସେ ତହିଁ ମଧ୍ୟରୁ କୌଣସି ଏକ ନଗରକୁ ପଳାଇ ବଞ୍ଚି ପାରେ ।
ଦିତୀୟ ବିବରଣ 4 : 43 (ORV)
ଯଥା, ରୁବେନୀୟମାନଙ୍କ ନିମନ୍ତେ ପଦାଭୂମିସ୍ଥିତ ପ୍ରାନ୍ତରରେ ବେତ୍ସର; ପୁଣି ଗାଦୀୟମାନଙ୍କ ନିମନ୍ତେ ଗିଲୀୟଦରେ ରାମୋତ୍; ଆଉ ମନଃଶୀୟମାନଙ୍କ ନିମନ୍ତେ ବାଶନରେ ଗୋଲନ୍ ।
ଦିତୀୟ ବିବରଣ 4 : 44 (ORV)
ଅନନ୍ତର ମୋଶା ଇସ୍ରାଏଲ-ସନ୍ତାନଗଣର ସମ୍ମୁଖରେ ଏହି ବ୍ୟବସ୍ଥା ସ୍ଥାପନ କଲେ;
ଦିତୀୟ ବିବରଣ 4 : 45 (ORV)
ଅର୍ଥାତ୍, ମିସରରୁ ବାହାର ହୋଇ ଆସିବା ସମୟରେ ମୋଶା ଯର୍ଦ୍ଦନ-ପୂର୍ବପାରିରେ ବୈତ୍ପିୟୋର ସମ୍ମୁଖସ୍ଥ ଉପତ୍ୟକାରେ ହିଷ୍ବୋନ୍ ନିବାସୀ ଇମୋରୀୟ ରାଜା ସୀହୋନର ଦେଶରେ ଇସ୍ରାଏଲ-ସନ୍ତାନଗଣକୁ ଏହିସବୁ ପ୍ରମାଣ-ବାକ୍ୟ ଓ ବିଧି ଓ ଶାସନ ଦେଲେ ।
ଦିତୀୟ ବିବରଣ 4 : 46 (ORV)
କାରଣ ମିସରରୁ ବାହାର ହୋଇ ଆସିବା ସମୟରେ ମୋଶା ଓ ଇସ୍ରାଏଲ-ସନ୍ତାନଗଣ ସେହି ରାଜାକୁ ବଧ କରି ତାହାର ଓ ବାଶନର ରାଜା ଓଗ୍ର,
ଦିତୀୟ ବିବରଣ 4 : 47 (ORV)
ଯର୍ଦ୍ଦନ-ପୂର୍ବଦିଗସ୍ଥ ଇମୋରୀୟମାନଙ୍କ ଏହି ଦୁଇ ରାଜାର ଦେଶ,
ଦିତୀୟ ବିବରଣ 4 : 48 (ORV)
ଅର୍ଥାତ୍, ଅର୍ଣ୍ଣୋନ ଉପତ୍ୟକା-ନିକଟସ୍ଥ ଅରୋୟେର ଅବଧି ସିୟୋନ, ଅର୍ଥାତ୍, ହର୍ମୋଣ ନାମକ ପର୍ବତ ପର୍ଯ୍ୟନ୍ତ ସମସ୍ତ ଦେଶ,
ଦିତୀୟ ବିବରଣ 4 : 49 (ORV)
ପୁଣି ଅସ୍ଦୋଦ୍-ପିସ୍ଗାର ଅଧଃସ୍ଥିତ ପଦାଭୂମିର ସମୁଦ୍ର ପର୍ଯ୍ୟନ୍ତ ଯର୍ଦ୍ଦନ-ପୂର୍ବପାରିସ୍ଥିତ ସମସ୍ତ ପଦାଭୂମି ଅଧିକାର କରିଥିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49

BG:

Opacity:

Color:


Size:


Font: