ଦିତୀୟ ବିବରଣ 31 : 1 (ORV)
ଅନନ୍ତର ମୋଶା ଯାଇ ସମୁଦାୟ ଇସ୍ରାଏଲକୁ ଏହି କଥା କହିଲେ ।
ଦିତୀୟ ବିବରଣ 31 : 2 (ORV)
ପୁଣି ସେ ସେମାନଙ୍କୁ କହିଲେ, ଆଜି ମୋହର ବୟସ ଶହେ କୋଡ଼ିଏ ବର୍ଷ; ମୁଁ ଆଉ ବାହାରେ ଭିତରେ ଯାଇ ଆସି ପାରୁ ନାହିଁ, ଆଉ ସଦାପ୍ରଭୁ ମୋତେ କହିଅଛନ୍ତି, ତୁମ୍ଭେ ଏହି ଯର୍ଦ୍ଦନ ପାର ହୋଇ ଯିବ ନାହିଁ ।
ଦିତୀୟ ବିବରଣ 31 : 3 (ORV)
ସଦାପ୍ରଭୁ ତୁମ୍ଭ ପରମେଶ୍ଵର, ଆପେ ତୁମ୍ଭର ଅଗ୍ରଗାମୀ ହୋଇ ପାର ହୋଇ ଯିବେ; ସେ ତୁମ୍ଭ ସମ୍ମୁଖରୁ ଏହି ଗୋଷ୍ଠୀୟ ଲୋକମାନଙ୍କୁ ନାଶ କରିବେ ଓ ତୁମ୍ଭେ ସେମାନଙ୍କୁ ଅଧିକାର କରିବ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଯିହୋଶୂୟ ତୁମ୍ଭର ଅଗ୍ରଗାମୀ ହୋଇ ପାର ହେବେ ।
ଦିତୀୟ ବିବରଣ 31 : 4 (ORV)
ପୁଣି ସଦାପ୍ରଭୁ ଇମୋରୀୟମାନଙ୍କ ସୀହୋନ ଓ ଓଗ୍ ନାମକ ରାଜାମାନଙ୍କୁ ନାଶ କରି ସେମାନଙ୍କ ପ୍ରତି ଓ ସେମାନଙ୍କ ଦେଶ ପ୍ରତି ଯେରୂପ କଲେ, ଏମାନଙ୍କ ପ୍ରତି ସେରୂପ କରିବେ ।
ଦିତୀୟ ବିବରଣ 31 : 5 (ORV)
ପୁଣି ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରେ ସେମାନଙ୍କୁ ସମର୍ପଣ କରିବେ, ତହିଁରେ ମୁଁ ଯେସବୁ ଆଜ୍ଞା ତୁମ୍ଭମାନଙ୍କୁ ଆଦେଶ କରିଅଛି, ତଦନୁସାରେ ତୁମ୍ଭେମାନେ ସେମାନଙ୍କ ପ୍ରତି କରିବ ।
ଦିତୀୟ ବିବରଣ 31 : 6 (ORV)
ବଳବାନ ଓ ସାହସିକ ହୁଅ, ଭୟ କର ନାହିଁ, କିଅବା ସେମାନଙ୍କ ସକାଶୁ ତ୍ରାସଯୁକ୍ତ ହୁଅ ନାହିଁ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ଵର, ସେ ଆପେ ତୁମ୍ଭ ସଙ୍ଗେ ଗମନ କରୁଅଛନ୍ତି, ସେ ତୁମ୍ଭ ପ୍ରତି ନିରସ୍ତ ହେବେ ନାହିଁ, କିଅବା ସେ ତୁମ୍ଭକୁ ତ୍ୟାଗ କରିବେ ନାହିଁ ।
ଦିତୀୟ ବିବରଣ 31 : 7 (ORV)
ଏଥିରେ ମୋଶା ଯିହୋଶୂୟଙ୍କୁ ଡାକି ସମୁଦାୟ ଇସ୍ରାଏଲଙ୍କ ସାକ୍ଷାତରେ ତାଙ୍କୁ କହିଲେ, ବଳବାନ ଓ ସାହସିକ ହୁଅ; ଯେହେତୁ ସଦାପ୍ରଭୁ ସେମାନଙ୍କୁ ଯେଉଁ ଦେଶ ଦେବା ପାଇଁ ସେମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଥିଲେ, ସେହି ଦେଶକୁ ତୁମ୍ଭେ ଏହି ଲୋକଙ୍କ ସହିତ ଯିବ; ଆଉ ତୁମ୍ଭେ ସେମାନଙ୍କୁ ତାହା ଅଧିକାର କରାଇବ ।
ଦିତୀୟ ବିବରଣ 31 : 8 (ORV)
ପୁଣି ସଦାପ୍ରଭୁ, ସେ ଆପେ ତୁମ୍ଭର ଅଗ୍ରଗାମୀ ହୋଇ ଗମନ କରୁଅଛନ୍ତି; ସେ ତୁମ୍ଭର ସଙ୍ଗୀ ହେବେ, ସେ ତୁମ୍ଭ ପ୍ରତି ନିରସ୍ତ ହେବେ ନାହିଁ, କିଅବା ତୁମ୍ଭକୁ ତ୍ୟାଗ କରିବେ ନାହିଁ; ଭୟ କର ନାହିଁ, କି ହତାଶ ହୁଅ ନାହିଁ ।
ଦିତୀୟ ବିବରଣ 31 : 9 (ORV)
ଅନନ୍ତର ମୋଶା ଏହି ବ୍ୟବସ୍ଥା ଲେଖି ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହକ ଲେବୀୟ ଯାଜକମାନଙ୍କୁ ଓ ଇସ୍ରାଏଲର ସମସ୍ତ ପ୍ରାଚୀନ-ବର୍ଗଙ୍କଠାରେ ସମର୍ପଣ କଲେ ।
ଦିତୀୟ ବିବରଣ 31 : 10 (ORV)
ପୁଣି ମୋଶା ସେମାନଙ୍କୁ ଆଜ୍ଞା ଦେଇ କହିଲେ, ପ୍ରତ୍ୟେକ ସାତ ବର୍ଷ ଶେଷରେ ଋଣକ୍ଷମା ବର୍ଷର ନିରୂପିତ ସମୟରେ, ପତ୍ରକୁଟୀର ପର୍ବରେ,
ଦିତୀୟ ବିବରଣ 31 : 11 (ORV)
ଯେତେବେଳେ ସମୁଦାୟ ଇସ୍ରାଏଲ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ମନୋନୀତ ସ୍ଥାନରେ ତାହାଙ୍କ ସମ୍ମୁଖରେ ଉପସ୍ଥିତ ହେବେ, ସେତେବେଳେ ସମସ୍ତ ଇସ୍ରାଏଲ ସାକ୍ଷାତରେ ସେମାନଙ୍କ କର୍ଣ୍ଣଗୋଚରରେ ତୁମ୍ଭେ ଏହି ବ୍ୟବସ୍ଥା ପାଠ କରିବ ।
ଦିତୀୟ ବିବରଣ 31 : 12 (ORV)
ପୁଣି ସେମାନେ ଯେପରି ତାହା ଶୁଣି ଶିକ୍ଷା ପାʼନ୍ତି ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କୁ ଭୟ କରି ଏହି ବ୍ୟବସ୍ଥାର ସମସ୍ତ କଥା ପାଳିବାକୁ ମନୋଯୋଗୀ ହୁଅନ୍ତି, ଏଥିପାଇଁ ତୁମ୍ଭେମାନେ ପୁରୁଷ ଓ ସ୍ତ୍ରୀ ଓ ବାଳକ ଓ ଆପଣା ନଗରଦ୍ଵାରବର୍ତ୍ତୀ ବିଦେଶୀ ସମସ୍ତ ଲୋକଙ୍କୁ ସମାଜରେ ଏକତ୍ର କରିବ ।
ଦିତୀୟ ବିବରଣ 31 : 13 (ORV)
ତହିଁରେ ସେମାନଙ୍କ ଯେଉଁ ସନ୍ତାନଗଣ ଏସବୁ ଜାଣି ନାହାନ୍ତି, ସେମାନେ ତାହା ଶୁଣିବେ ଓ ଯେଉଁ ଦେଶ ଅଧିକାର କରିବାକୁ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯାଉଅଛ, ସେହି ଦେଶରେ ଯେତେ କାଳ ପ୍ରାଣଧାରଣ କରିବ, ସେତେ କାଳ ସେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କୁ ଭୟ କରିବାକୁ ଶିକ୍ଷା କରିବେ ।
ଦିତୀୟ ବିବରଣ 31 : 14 (ORV)
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଦେଖ, ତୁମ୍ଭ ମରଣ ଦିନ ଆସି ପହୁଞ୍ଚିଲାଣି, ଯିହୋଶୂୟକୁ ଡାକ, ପୁଣି ଦୁହେଁ ସମାଗମ-ତମ୍ଵୁରେ ଠିଆ ହୁଅ, ଆମ୍ଭେ ତାହାକୁ ଆଜ୍ଞା ଦେବା । ତହିଁରେ ମୋଶା ଓ ଯିହୋଶୂୟ ଯାଇ ସମାଗମ-ତମ୍ଵୁରେ ଠିଆ ହେଲେ ।
ଦିତୀୟ ବିବରଣ 31 : 15 (ORV)
ଏଥିରେ ସଦାପ୍ରଭୁ ସେହି ତମ୍ଵୁରେ ମେଘସ୍ତମ୍ଭ ମଧ୍ୟରେ ଦର୍ଶନ ଦେଲେ ଓ ମେଘସ୍ତମ୍ଭ ତମ୍ଵୁ-ଦ୍ଵାର ଉପରେ ସ୍ଥିର ହୋଇ ରହିଲା ।
ଦିତୀୟ ବିବରଣ 31 : 16 (ORV)
ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, ଦେଖ, ତୁମ୍ଭେ ଆପଣା ପିତୃଲୋକଙ୍କ ସହିତ ଶୟନ କରିବ; ତହିଁ ଉତ୍ତାରେ ଏହି ଲୋକମାନେ ଉଠିବେ, ପୁଣି ଯେଉଁ ଦେଶରେ ପ୍ରବେଶ କରିବାକୁ ଯାଉଅଛନ୍ତି, ସେହି ସ୍ଥାନର ବିଦେଶୀୟ ଦେବତାଗଣର ଅନୁଗାମୀ ହୋଇ ବ୍ୟଭିଚାର କରିବେ ଓ ଆମ୍ଭକୁ ତ୍ୟାଗ କରିବେ ଓ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ କରିଅଛୁ, ତାହା ଲଙ୍ଘନ କରିବେ ।
ଦିତୀୟ ବିବରଣ 31 : 17 (ORV)
ସେ ସମୟରେ ସେମାନଙ୍କ ପ୍ରତିକୂଳରେ ଆମ୍ଭର କ୍ରୋଧ ପ୍ରଜ୍ଵଳିତ ହେବ, ତେଣୁ ଆମ୍ଭେ ସେମାନଙ୍କୁ ତ୍ୟାଗ କରିବା ଓ ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଢାଙ୍କିବା, ତହିଁରେ ସେମାନେ ଗ୍ରାସିତ ହେବେ ଓ ସେମାନଙ୍କ ପ୍ରତି ଅନେକ ଅମଙ୍ଗଳ ଓ କ୍ଳେଶ ଘଟିବ; ତହୁଁ ସେସମୟରେ ସେମାନେ କହିବେ, ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କ ମଧ୍ୟରେ ନ ଥିବାରୁ କି ଏସବୁ ଅମଙ୍ଗଳ ଆମ୍ଭମାନଙ୍କୁ ଘଟୁ ନାହିଁ?
ଦିତୀୟ ବିବରଣ 31 : 18 (ORV)
ମାତ୍ର ସେମାନେ ଅନ୍ୟ ଦେବତାଗଣ ପ୍ରତି ଫେରି ଯେ ଯେ କୁକର୍ମ କରିବେ, ତହିଁ ନିମନ୍ତେ ସେ ସମୟରେ ଆମ୍ଭେ ଅବଶ୍ୟ ସେମାନଙ୍କଠାରୁ ଆପଣା ମୁଖ ଢାଙ୍କିବା ।
ଦିତୀୟ ବିବରଣ 31 : 19 (ORV)
ଏଣୁ ଏବେ ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଏହି ଗୀତ ଲେଖ ଓ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ତାହା ଶିଖାଅ; ଆଉ ଏହି ଗୀତ ଯେପରି ଇସ୍ରାଏଲ-ସନ୍ତାନଗଣର ପ୍ରତିକୂଳରେ ଆମ୍ଭର ସାକ୍ଷୀ ହେବ, ଏଥିପାଇଁ ତାହା ସେମାନଙ୍କୁ ମୁଖସ୍ଥ କରାଅ ।
ଦିତୀୟ ବିବରଣ 31 : 20 (ORV)
କାରଣ ଆମ୍ଭେ ଯେଉଁ ଦେଶ ବିଷୟରେ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଅଛୁ, ସେହି ଦୁଗ୍ଧମଧୁପ୍ରବାହୀ ଦେଶକୁ ସେମାନଙ୍କୁ ନେଇ ଗଲା ଉତ୍ତାରେ ଯେତେବେଳେ ସେମାନେ ଭୋଜନ କରି ତୃପ୍ତ ଓ ହୃଷ୍ଟପୁଷ୍ଟ ହେବେ, ସେତେବେଳେ ସେମାନେ ଅନ୍ୟ ଦେବତାମାନଙ୍କ ପ୍ରତି ଫେରି ସେମାନଙ୍କ ସେବା କରିବେ ଓ ଆମ୍ଭଙ୍କୁ ଅଗ୍ରାହ୍ୟ କରି ଆମ୍ଭ ନିୟମ ଲଙ୍ଘନ କରିବେ ।
ଦିତୀୟ ବିବରଣ 31 : 21 (ORV)
ତହିଁରେ ଯେତେବେଳେ ସେମାନଙ୍କ ପ୍ରତି ଅନେକ ଅମଙ୍ଗଳ ଓ କ୍ଳେଶ ଘଟିବ, ସେତେବେଳେ ଏହି ଗୀତ ସାକ୍ଷୀ ସ୍ଵରୂପ ହୋଇ ସେମାନଙ୍କ ସମ୍ମୁଖରେ ସାକ୍ଷ୍ୟ ଦେବ; ଯେହେତୁ ସେମାନଙ୍କ ବଂଶର ମୁଖରୁ ଏହି ଗୀତ ବିସ୍ମୃତ ହେବ ନାହିଁ; ଆମ୍ଭେ ଯେଉଁ ଦେଶ ବିଷୟରେ ଶପଥ କରିଅଛୁ, ସେହି ଦେଶକୁ ସେମାନଙ୍କୁ ଆଣିବା ପୂର୍ବେ ଏବେ ହେଁ ସେମାନେ ଯେଉଁ କଳ୍ପନା କରୁଅଛନ୍ତି, ତାହା ଆମ୍ଭେ ଜାଣୁ, ।
ଦିତୀୟ ବିବରଣ 31 : 22 (ORV)
ଏଣୁ ମୋଶା ସେହି ଦିନ ଏହି ଗୀତ ଲେଖି ଇସ୍ରାଏଲ-ସନ୍ତାନଗଣକୁ ଶିଖାଇଲେ ।
ଦିତୀୟ ବିବରଣ 31 : 23 (ORV)
ପୁଣି ସେ ନୂନର ପୁତ୍ର ଯିହୋଶୂୟଙ୍କୁ ଆଜ୍ଞା ଦେଇ କହିଲେ, ବଳବାନ ଓ ସାହସିକ ହୁଅ; କାରଣ ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଦେଶ ବିଷୟରେ ଶପଥ କରିଅଛୁ, ସେହି ଦେଶକୁ ତୁମ୍ଭେ ସେମାନଙ୍କୁ ନେଇ ଯିବ, ଆଉ ଆମ୍ଭେ ତୁମ୍ଭର ସଙ୍ଗୀ ହେବା ।
ଦିତୀୟ ବିବରଣ 31 : 24 (ORV)
ଅନନ୍ତର ମୋଶା ସମାପ୍ତି ପର୍ଯ୍ୟନ୍ତ ଏହି ବ୍ୟବସ୍ଥାର ସକଳ ବାକ୍ୟ ପୁସ୍ତକରେ ଲେଖି ସାରିଲା ଉତ୍ତାରେ
ଦିତୀୟ ବିବରଣ 31 : 25 (ORV)
ମୋଶା ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହକ ଲେବୀୟମାନଙ୍କୁ ଆଜ୍ଞା ଦେଇ କହିଲେ,
ଦିତୀୟ ବିବରଣ 31 : 26 (ORV)
ତୁମ୍ଭେମାନେ ଏହି ବ୍ୟବସ୍ଥା-ପୁସ୍ତକ ନେଇ ସଦାପ୍ରଭୁ ତୁମ୍ଭମାନଙ୍କ୍କ ପରମେଶ୍ଵରଙ୍କ ନିୟମ-ସିନ୍ଦୁକ ପାଖରେ ରଖ; ତାହା ସେହି ସ୍ଥାନରେ ତୁମ୍ଭ ପ୍ରତିକୂଳରେ ସାକ୍ଷୀ ସ୍ଵରୂପ ହୋଇ ରହିବ ।
ଦିତୀୟ ବିବରଣ 31 : 27 (ORV)
ଯେହେତୁ ମୁଁ ତୁମ୍ଭର ବିଦ୍ରୋହିତା ଓ ଶକ୍ତଗ୍ରୀବତା ଜାଣେ; ଦେଖ, ଆଜି ମୁଁ ତୁମ୍ଭମାନଙ୍କ ମଧ୍ୟରେ ବଞ୍ଚି ଥାଉ ଥାଉ ତ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହୀ ହେଉଅଛ, ପୁଣି ମୋʼ ମରଣ ଉତ୍ତାରେ ଆଉ କେତେ ଅଧିକ ନ ହେବ?
ଦିତୀୟ ବିବରଣ 31 : 28 (ORV)
ତୁମ୍ଭେମାନେ ଆପଣା ଆପଣା ବଂଶର ପ୍ରାଚୀନବର୍ଗଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ମୋʼ ନିକଟରେ ଏକତ୍ର କର; ମୁଁ ସେମାନଙ୍କ କର୍ଣ୍ଣ-ଗୋଚରରେ ଏହିସବୁ କଥା କହି ସେମାନଙ୍କ ପ୍ରତିକୂଳରେ ସ୍ଵର୍ଗ ଓ ମର୍ତ୍ତ୍ୟକୁ ସାକ୍ଷୀ କରିବି ।
ଦିତୀୟ ବିବରଣ 31 : 29 (ORV)
ଯେହେତୁ ମୋʼମରଣ ଉତ୍ତାରେ ତୁମ୍ଭେମାନେ ନିତା; ଭ୍ରଷ୍ଟ ହୋଇ ମୋହର ଆଜ୍ଞା-ପଥରୁ ବିମୁଖ ହେବ, ଏହା ମୁଁ ଜାଣେ; ତୁମ୍ଭେମାନେ ଆପଣାମାନଙ୍କ ହସ୍ତକୃତ କର୍ମ ଦ୍ଵାରା ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ତାହାଙ୍କ ସାକ୍ଷାତରେ ଦୁଷ୍କର୍ମ କରିବ, ତହିଁ ସକାଶୁ ଶେଷ କାଳରେ ତୁମ୍ଭମାନଙ୍କ ପ୍ରତି ଅମଙ୍ଗଳ ଘଟିବ ।
ଦିତୀୟ ବିବରଣ 31 : 30 (ORV)
ଏଉତ୍ତାରେ ମୋଶା ଇସ୍ରାଏଲର ସମସ୍ତ ସମାଜର କର୍ଣ୍ଣଗୋଚରରେ ଏହି ଗୀତର ବଚନସବୁ ସମାପ୍ତି ପର୍ଯ୍ୟନ୍ତ କହିଲେ ଯଥା:-

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30

BG:

Opacity:

Color:


Size:


Font: