ଦିତୀୟ ବିବରଣ 25 : 1 (ORV)
ମନୁଷ୍ୟମାନଙ୍କ ମଧ୍ୟରେ ବିବାଦ ଉପସ୍ଥିତ ହେଲେ, ଯେବେ ସେମାନେ ବିଚାରାର୍ଥେ ଆସନ୍ତି ଓ ବିଚାରକର୍ତ୍ତାମାନେ ସେମାନଙ୍କ ବିଚାର କରନ୍ତି; ତେବେ ସେମାନେ ନିର୍ଦ୍ଦୋଷକୁ ନିର୍ଦ୍ଦୋଷ ଓ ଦୋଷୀକି ଦୋଷୀ କରିବେ ।
ଦିତୀୟ ବିବରଣ 25 : 2 (ORV)
ପୁଣି ଯେବେ ଦୋଷୀ ଲୋକ ପ୍ରହାରିତ ହେବାର ଯୋଗ୍ୟ ହୁଏ, ତେବେ ବିଚାରକର୍ତ୍ତା ତାହାକୁ ଶୁଆଇବ, ପୁଣି ତାହାର ଦୋଷ ଅନୁସାରେ ଗଣି ଗଣି ଆପଣା ସମ୍ମୁଖରେ ତାହାକୁ ପ୍ରହାର କରାଇବ ।
ଦିତୀୟ ବିବରଣ 25 : 3 (ORV)
ସେ ତାହାକୁ ଚାଳିଶ ପ୍ରହାର ଦେଇ ପାରିବ, ତହିଁରୁ ବଢ଼ିବ ନାହିଁଣ; ନୋହିଲେ, ଯେବେ ତାହା ବଢ଼େ ଓ ତହିଁରୁ ବହୁତ ପ୍ରହାର କରେ, ତେବେ ତୁମ୍ଭ ଭାଇ ତୁମ୍ଭ ଦୃଷ୍ଟିରେ ତୁଚ୍ଛଯୋଗ୍ୟ ହେବ ।
ଦିତୀୟ ବିବରଣ 25 : 4 (ORV)
ବଳଦ ବେଙ୍ଗଳାରେ ବୁଲିଲା ବେଳେ ତୁମ୍ଭେ ତାହାର ତୁଣ୍ତି ବାନ୍ଧିବ ନାହିଁ ।
ଦିତୀୟ ବିବରଣ 25 : 5 (ORV)
ଭାଇମାନେ ଏକତ୍ର ବାସ କରୁଥିଲେ, ଯେବେ ସେମାନଙ୍କ ମଧ୍ୟରୁ ଜଣେ ମରେ ଓ ତାହାର ସନ୍ତାନ ନ ଥାଏ, ତେବେ ସେହି ମୃତ ଲୋକର ଭାର୍ଯ୍ୟା ବାହାରର ଅନ୍ୟ ପୁରୁଷକୁ ବିବାହ କରିବ ନାହିଁ; ତାହାର ଦେବର ତାହାକୁ ବିବାହ କରି ତାହାର ସହବାସ କରିବ ଓ ତାହା ପ୍ରତି ଦେବରର କର୍ତ୍ତବ୍ୟ କର୍ମ କରିବ ।
ଦିତୀୟ ବିବରଣ 25 : 6 (ORV)
ପୁଣି ସେହି ସ୍ତ୍ରୀ ଯେଉଁ ପ୍ରଥମ ସନ୍ତାନ ଜନ୍ମ କରିବ, ସେ ତାହାର ମୃତ ଭ୍ରାତାର ଉତ୍ତରାଧିକାରୀ ହେବ; ତହିଁରେ ତାହାର ନାମ ଇସ୍ରାଏଲ ମଧ୍ୟରୁ ଲୁପ୍ତ ହେବ ନାହିଁ ।
ଦିତୀୟ ବିବରଣ 25 : 7 (ORV)
ଆଉ ସେହି ପୁରୁଷ ଯେବେ ଆପଣା ଭ୍ରାତୃଭାର୍ଯ୍ୟାକୁ ଗ୍ରହଣ କରିବା ପାଇଁ ଅସମ୍ମତ ହୁଏ, ତେବେ ସେହି ସ୍ତ୍ରୀ ନଗରଦ୍ଵାରରେ ପ୍ରାଚୀନବର୍ଗଙ୍କ ନିକଟକୁ ଯାଇ କହିବ, ଆମ୍ଭ ଦେବର ଇସ୍ରାଏଲ ମଧ୍ୟରେ ଆପଣା ଭ୍ରାତାର ନାମ ରଖିବାକୁ ଅସମ୍ମତ, ସେ ଆମ୍ଭ ପ୍ରତି ଦେବରର କର୍ତ୍ତବ୍ୟ କର୍ମ କରିବାକୁ ଇଚ୍ଛା କରେ ନାହିଁ ।
ଦିତୀୟ ବିବରଣ 25 : 8 (ORV)
ତେବେ ତାହାର ନଗରସ୍ଥ ପ୍ରାଚୀନମାନେ ତାହାକୁ ଡାକି କହିବେ; ତହିଁରେ ଯେବେ ସେ ଛିଡ଼ା ହୋଇ କହେ ଯେ, ତାହାକୁ ଗ୍ରହଣ କରିବାକୁ ଆମ୍ଭର ଇଚ୍ଛା ନାହିଁ;
ଦିତୀୟ ବିବରଣ 25 : 9 (ORV)
ତେବେ ତାହାର ଭ୍ରାତୃଭାର୍ଯ୍ୟା ପ୍ରାଚୀନମାନଙ୍କ ସାକ୍ଷାତରେ ତାହାର ନିକଟକୁ ଆସି ତାହାର ପାଦରୁ ପାଦୁକା କାଢ଼ି ତାହା ମୁଖରେ ଛେପ ପକାଇବ; ପୁଣି ପ୍ରତ୍ୟୁତ୍ତର କରି କହିବ, ଯେ କେହି ଆପଣା ଭାଇର ଘର ନ ତୋଳେ, ତାହା ପ୍ରତି ଏହିରୂପ କରାଯିବ ।
ଦିତୀୟ ବିବରଣ 25 : 10 (ORV)
ଆଉ ଇସ୍ରାଏଲ ମଧ୍ୟରେ ସେ ଚ୍ୟୁତପାଦୁକ ବଂଶ ବୋଲି ବିଖ୍ୟାତ ହେବ ।
ଦିତୀୟ ବିବରଣ 25 : 11 (ORV)
ପୁରୁଷମାନେ ପରସ୍ପର ବିରୋଧ କଲେ, ସେମାନଙ୍କ ମଧ୍ୟରୁ କାହାରି ଭାର୍ଯ୍ୟା ଯେବେ ପ୍ରହାରକ ହସ୍ତରୁ ଆପଣା ସ୍ଵାମୀକି ରକ୍ଷା କରିବାକୁ ଆସେ ଓ ହାତ ବଢ଼ାଇ ପ୍ରହାରକର ଗୁପ୍ତାଙ୍ଗ ଧରେ,
ଦିତୀୟ ବିବରଣ 25 : 12 (ORV)
ତେବେ ତୁମ୍ଭେ ତାହାର ହସ୍ତ କାଟି ପକାଇବ; ତୁମ୍ଭ ଚକ୍ଷୁ ତାହାକୁ ଦୟା କରିବ ନାହିଁ ।
ଦିତୀୟ ବିବରଣ 25 : 13 (ORV)
ତୁମ୍ଭେ ଆପଣା ଥଳୀରେ ଊଣା ଅଧିକ ଓଜନର ନାନା ପ୍ରକାର ବଟଖରା ରଖିବ ନାହିଁ ।
ଦିତୀୟ ବିବରଣ 25 : 14 (ORV)
ତୁମ୍ଭେ ଆପଣା ଗୃହରେ ଊଣା ଅଧିକ ପରିମାଣର ପାତ୍ର ରଖିବ ନାହିଁ ।
ଦିତୀୟ ବିବରଣ 25 : 15 (ORV)
ତୁମ୍ଭେ ଯଥାର୍ଥ ଓ ନ୍ୟାୟ ବଟଖରା ରଖିବ, ପୁଣି ଯଥାର୍ଥ ଓ ନ୍ୟାୟ ପରିମାଣପାତ୍ର ରଖିବ; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦିନ ଦୀର୍ଘ ହେବ ।
ଦିତୀୟ ବିବରଣ 25 : 16 (ORV)
କାରଣ ଯେଉଁମାନେ ଏପରି ଅଧର୍ମ କର୍ମ କରନ୍ତି, ସେସମସ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କର ଘୃଣା-ଯୋଗ୍ୟ ।
ଦିତୀୟ ବିବରଣ 25 : 17 (ORV)
ତୁମ୍ଭେମାନେ ମିସରରୁ ବାହାର ହୋଇ ଆସିବା ବେଳେ ପଥ ମଧ୍ୟରେ ଅମାଲେକ ତୁମ୍ଭକୁ ଯାହା କଲା;
ଦିତୀୟ ବିବରଣ 25 : 18 (ORV)
ତୁମ୍ଭେ ଶ୍ରା; ଓ କ୍ଳା; ହେବା ସମୟରେ ସେ ପଥରେ ତୁମ୍ଭକୁ ଭେଟି ତୁମ୍ଭ ପଶ୍ଚାଦ୍ବର୍ତ୍ତୀ ଦୁର୍ବଳ ଲୋକମାନଙ୍କୁ ତୁମ୍ଭ ପଛରେ କିପରି ଆକ୍ରମଣ କଲା ଓ ସେ ପରମେଶ୍ଵରଙ୍କୁ ଭୟ କଲା ନାହିଁ; ଏହା ସ୍ମରଣ କର ।
ଦିତୀୟ ବିବରଣ 25 : 19 (ORV)
ଏହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଚତୁର୍ଦ୍ଦିଗସ୍ଥ ତୁମ୍ଭ ଶତ୍ରୁମାନଙ୍କଠାରୁ ତୁମ୍ଭକୁ ବିଶ୍ରାମ ଦେଲେ, ତୁମ୍ଭେ ଆକାଶ-ତଳରୁ ଅମାଲେକର ସ୍ମରଣଚିହ୍ନ ଲୋପ କରିବ; ତୁମ୍ଭେ ପାସୋରିବ ନାହିଁ ।

1 2 3 4 5 6 7 8 9 10 11 12 13 14 15 16 17 18 19

BG:

Opacity:

Color:


Size:


Font: