ଦିତୀୟ ବିବରଣ 23 : 1 (ORV)
ଚୂର୍ଣ୍ଣକୋଷ କିବା ଛିନ୍ନଲିଙ୍ଗ ବ୍ୟକ୍ତି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ ।
ଦିତୀୟ ବିବରଣ 23 : 2 (ORV)
ଜାରଜ ବ୍ୟକ୍ତି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ; ଦଶମ ପୁରୁଷ ପର୍ଯ୍ୟନ୍ତ ତାହାର କେହି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ ।
ଦିତୀୟ ବିବରଣ 23 : 3 (ORV)
ଅମ୍ମୋନୀୟ କି ମୋୟାବୀୟ ଲୋକ ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ; ଦଶମ ପୁରୁଷ ପର୍ଯ୍ୟନ୍ତ ଚିରକାଳ ସେମାନଙ୍କର କେହି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ ।
ଦିତୀୟ ବିବରଣ 23 : 4 (ORV)
କାରଣ ତୁମ୍ଭେମାନେ ମିସରରୁ ବାହାର ହୋଇ ଆସିବା ବେଳେ ସେମାନେ ଅନ୍ନଜଳ ନେଇ ତୁମ୍ଭମାନଙ୍କୁ ପଥରେ ଭେଟିଲେ ନାହିଁ; ପୁଣି ସେମାନେ ତୁମ୍ଭମାନଙ୍କୁ ଶାପ ଦେବା ନିମନ୍ତେ ତୁମ୍ଭ ପ୍ରତିକୂଳରେ ଆରାମ୍-ନହରୟିମସ୍ଥ ପଥୋର ନିବାସୀ ବିୟୋରର ପୁତ୍ର ବିଲୀୟମକୁ ବେତନ ଦେଲେ ।
ଦିତୀୟ ବିବରଣ 23 : 5 (ORV)
ତଥାପି ସଦାପ୍ରଭୁ ତୁମ୍ଭ ପରମେଶ୍ଵର ବିଲୀୟମର କଥା ଶୁଣିବାକୁ ସମ୍ମତ ହେଲେ ନାହିଁ । ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ ପ୍ରେମ କରିବାରୁ ସେହି ଶାପକୁ ନେଉଟାଇ ଆଶୀର୍ବାଦ କଲେ ।
ଦିତୀୟ ବିବରଣ 23 : 6 (ORV)
ତୁମ୍ଭେ ଯାବଜ୍ଜୀବନ ଚିରକାଳ ସେମାନଙ୍କର ଶାନ୍ତି ଓ ମଙ୍ଗଳ ଲୋଡ଼ିବ ନାହିଁ ।
ଦିତୀୟ ବିବରଣ 23 : 7 (ORV)
ତୁମ୍ଭେ ଇଦୋମୀୟ ଲୋକକୁ ଘୃଣା କରିବ ନାହିଁ; କାରଣ ସେ ତୁମ୍ଭର ଭାଇ; ତୁମ୍ଭେ ମିସ୍ରୀୟ ଲୋକକୁ ଘୃଣା କରିବ ନାହିଁ, କାରଣ ତୁମ୍ଭେ ତାହାର ଦେଶରେ ପ୍ରବାସୀ ଥିଲ ।
ଦିତୀୟ ବିବରଣ 23 : 8 (ORV)
ସେମାନଙ୍କ ତୃତୀୟ ପୁରୁଷରେ ଉତ୍ପନ୍ନ ସନ୍ତାନଗଣ ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବେ ।
ଦିତୀୟ ବିବରଣ 23 : 9 (ORV)
ତୁମ୍ଭେ ଆପଣା ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧଯାତ୍ରା କରିବା ସମୟରେ ଆପଣାକୁ ସକଳ ମନ୍ଦ ବିଷୟରୁ ରକ୍ଷା କରିବ ।
ଦିତୀୟ ବିବରଣ 23 : 10 (ORV)
ତୁମ୍ଭମାନଙ୍କ ମଧ୍ୟରେ ଯେବେ କୌଣସି ବ୍ୟକ୍ତି ରାତ୍ରିଘଟିତ କୌଣସି ଅଶୁଚିତାରେ ଅଶୁଚି ହୁଏ, ତେବେ ସେ ଛାଉଣି ଭିତରୁ ବାହାରି ଯିବ, ସେ ଛାଉଣି ମଧ୍ୟରେ ପ୍ରବେଶ କରିବ ନାହିଁ।
ଦିତୀୟ ବିବରଣ 23 : 11 (ORV)
ମାତ୍ର ସନ୍ଧ୍ୟା ଉପସ୍ଥିତ ହେଲେ, ସେ ଜଳରେ ସ୍ନାନ କରିବ ଓ ସୂର୍ଯ୍ୟ ଅସ୍ତ ହେଲା ଉତ୍ତାରେ ସେ ଛାଉଣି ଭିତରକୁ ଆସିବ ।
ଦିତୀୟ ବିବରଣ 23 : 12 (ORV)
ଆଉ ତୁମ୍ଭେ ମଧ୍ୟ ବାହାରକୁ ଯିବା ନିମନ୍ତେ ଛାଉଣି ବାହାରେ ଏକ ସ୍ଥାନ କରିବ;
ଦିତୀୟ ବିବରଣ 23 : 13 (ORV)
ତୁମ୍ଭେ ଆପଣା ସାମଗ୍ରୀ ସଙ୍ଗେ ଗୋଟିଏ ଖଣତି ରଖିବ; ପୁଣି ତୁମ୍ଭେ ବାହାରକୁ ବସିବା ସମୟରେ ତଦ୍ଦ୍ଵାରା ଖୋଳିବ ଓ ନିର୍ଗତ ମଳ ନେଉଟାଇ ପୋତି ପକାଇବ ।
ଦିତୀୟ ବିବରଣ 23 : 14 (ORV)
କାରଣ ତୁମ୍ଭକୁ ରକ୍ଷା କରିବା ପାଇଁ ଓ ତୁମ୍ଭ ସମ୍ମୁଖରେ ତୁମ୍ଭ ଶତ୍ରୁମାନଙ୍କୁ ସମର୍ପଣ କରିବା ପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭ ଛାଉଣି ମଧ୍ୟରେ ଗମନାଗମନ କରନ୍ତି, ଏନିମନ୍ତେ ସେ ଯେପରି ତୁମ୍ଭ ମଧ୍ୟରେ ଲଜ୍ଜାକର ବିଷୟ ନ ଦେଖନ୍ତି ଓ ତୁମ୍ଭ ନିକଟରୁ ବିମୁଖ ନ ହୁଅନ୍ତି, ଏଥିପାଇଁ ତୁମ୍ଭ ଛାଉଣି ପବିତ୍ର ହେବ ।
ଦିତୀୟ ବିବରଣ 23 : 15 (ORV)
ଯେଉଁ ଦାସ ଆପଣା ସ୍ଵାମୀ ନିକଟରୁ ପଳାଇ ତୁମ୍ଭ ନିକଟକୁ ଆସିଅଛି, ତୁମ୍ଭେ ତାହାକୁ ତାହାର ସେହି ସ୍ଵାମୀ ହସ୍ତରେ ସମର୍ପଣ କରିବ ନାହିଁ ।
ଦିତୀୟ ବିବରଣ 23 : 16 (ORV)
ସେ ତୁମ୍ଭର କୌଣସି ଏକ ନଗରଦ୍ଵାରରେ ଆପଣା ଇଚ୍ଛାମତ ମନୋନୀତ ସ୍ଥାନରେ ତୁମ୍ଭ ମଧ୍ୟରେ ବାସ କରିବ, ତୁମ୍ଭେ ତାହା ପ୍ରତି ଉପଦ୍ରବ କରିବ ନାହିଁ ।
ଦିତୀୟ ବିବରଣ 23 : 17 (ORV)
ଇସ୍ରାଏଲର କନ୍ୟାମାନଙ୍କ ମଧ୍ୟରୁ କେହି ମାହାରୀବୃତ୍ତି କରିବ ନାହିଁ, କିଅବା ଇସ୍ରାଏଲର ପୁତ୍ରମାନଙ୍କ ମଧ୍ୟରୁ କେହି ସଦୋମୀ ହେବ ନାହିଁ ।
ଦିତୀୟ ବିବରଣ 23 : 18 (ORV)
ତୁମ୍ଭେ କୌଣସି ମାନତ ନିମନ୍ତେ କୌଣସି ବେଶ୍ୟାର ବେତନ କିଅବା କୁକ୍କୁରର ମୂଲ୍ୟ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ଗୃହକୁ ଆଣିବ ନାହିଁ; କାରଣ ସେ ଉଭୟ, ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ଘୃଣ୍ୟ ବିଷୟ ।
ଦିତୀୟ ବିବରଣ 23 : 19 (ORV)
ତୁମ୍ଭେ ସୁଧ ନିମନ୍ତେ, ଅର୍ଥାତ୍, ରୂପାର ସୁଧ, ଖାଦ୍ୟସାମଗ୍ରୀର ସୁଧ, କିଅବା ଯେ କୌଣସି ଦ୍ରବ୍ୟ ସୁଧ ନିମନ୍ତେ ଦିଆଯାଏ, ତହିଁର ସୁଧ ପାଇବା ନିମନ୍ତେ ଆପଣା ଭାଇକି ଋଣ ଦେବ ନାହିଁ ।
ଦିତୀୟ ବିବରଣ 23 : 20 (ORV)
ତୁମ୍ଭେ ସୁଧ ନିମନ୍ତେ ବିଦେଶୀକି ଋଣ ଦେଇ ପାର; ମାତ୍ର ସୁଧ ପାଇବା ନିମନ୍ତେ ଆପଣା ଭାଇକି ଋଣ ଦେବ ନାହିଁ; ତହିଁରେ ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ ଆଶୀର୍ବାଦ କରିବେ ।
ଦିତୀୟ ବିବରଣ 23 : 21 (ORV)
ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ମାନତ ମନାସିଲେ, ତାହା ଦେବାକୁ ବିଳମ୍ଵ କରିବ ନାହିଁ; କାରଣ ତାହା ତୁମ୍ଭର ପାପ ହେବ; ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଅବଶ୍ୟ ତୁମ୍ଭଠାରୁ ତାହା ଆଦାୟ କରିବେ ।
ଦିତୀୟ ବିବରଣ 23 : 22 (ORV)
ମାତ୍ର ଯେବେ ମାନତ ନ କର, ତେବେ ତହିଁରେ ପାପ ହେବ ନାହିଁ ।
ଦିତୀୟ ବିବରଣ 23 : 23 (ORV)
ଯାହା ତୁମ୍ଭ ଓଷ୍ଠରୁ ନିର୍ଗତ ହୋଇଅଛି, ତାହା କରିବାକୁ ମନୋଯୋଗ କରିବ; ତୁମ୍ଭେ ଆପଣା ମୁଖରେ ପ୍ରତିଜ୍ଞା କରି ଯେରୂପ ସ୍ଵେଚ୍ଛାଦତ୍ତ ଉପହାର ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ମାନତ କରିଅଛ, ତଦନୁସାରେ କରିବ ।
ଦିତୀୟ ବିବରଣ 23 : 24 (ORV)
ତୁମ୍ଭେ ଆପଣା ପ୍ରତିବାସୀର ଦ୍ରାକ୍ଷାକ୍ଷେତ୍ରକୁ ଗଲେ, ସ୍ଵେଚ୍ଛାନୁସାରେ ଆପଣା ତୃପ୍ତି ପର୍ଯ୍ୟନ୍ତ ଦ୍ରାକ୍ଷାଫଳ ଭୋଜନ କରି ପାରିବ; ମାତ୍ର ତୁମ୍ଭେ ଆପଣା ପାତ୍ରରେ କିଛି ରଖିବ ନାହିଁ ।
ଦିତୀୟ ବିବରଣ 23 : 25 (ORV)
ତୁମ୍ଭେ ଆପଣା ପ୍ରତିବାସୀର ବଢ଼ନ୍ତା ଶସ୍ୟକ୍ଷେତ୍ରକୁ ଗଲେ, ଆପଣା ହାତରେ ଶିଷା ଛିଣ୍ତାଇ ଖାଇ ପାରିବ; ମାତ୍ର ତୁମ୍ଭେ ଆପଣା ପ୍ରତିବାସୀର ବଢ଼ନ୍ତା ଶସ୍ୟରେ ଦାଆ ଚଳାଇବ ନାହିଁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25

BG:

Opacity:

Color:


Size:


Font: