ଦିତୀୟ ବିବରଣ 20 : 1 (ORV)
ତୁମ୍ଭେ ଆପଣା ଶତ୍ରୁମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ବାହାରିଲେ, ଯେବେ ଆପଣା ଅପେକ୍ଷା ଅଧିକ ଅଶ୍ଵ ଓ ରଥ ଓ ଲୋକ ଦେଖିବ, ତେବେ ତୁମ୍ଭେ ସେମାନଙ୍କ ବିଷୟରେ ଭୀତ ହେବ ନାହିଁ । କାରଣ ଯେ ତୁମ୍ଭକୁ ମିସର ଦେଶରୁ ଆଣିଅଛନ୍ତି, ସେହି ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭ ସଙ୍ଗରେ ଅଛନ୍ତି ।
ଦିତୀୟ ବିବରଣ 20 : 2 (ORV)
ଆଉ ତୁମ୍ଭେମାନେ ଯୁଦ୍ଧର ନିକଟବର୍ତ୍ତୀ ହେଲେ, ଯାଜକ, ନିକଟକୁ ଆସି ଲୋକମାନଙ୍କୁ କହିବ,
ଦିତୀୟ ବିବରଣ 20 : 3 (ORV)
ହେ ଇସ୍ରାଏଲ, ଶୁଣ, ତୁମ୍ଭେମାନେ ଆଜି ଆପଣା ଶତ୍ରୁମାନଙ୍କ ସଙ୍ଗେ ଯୁଦ୍ଧ କରିବାକୁ ଯାଉଅଛ; ତୁମ୍ଭମାନଙ୍କ ହୃଦୟ ଦୁର୍ବଳ ନ ହେଉ; ଭୟ କର ନାହିଁ, କିଅବା କମ୍ପମାନ ହୁଅ ନାହିଁ, କିଅବା ସେମାନଙ୍କ ବିଷୟରେ ତ୍ରାସଯୁକ୍ତ ହୁଅ ନାହିଁ ।
ଦିତୀୟ ବିବରଣ 20 : 4 (ORV)
କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ତୁମ୍ଭମାନଙ୍କ ସପକ୍ଷ ହୋଇ ତୁମ୍ଭମାନଙ୍କ ଶତ୍ରୁଗଣର ପ୍ରତିକୂଳରେ ଯୁଦ୍ଧ କରି ରକ୍ଷା କରିବାକୁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଯାଉଅଛନ୍ତି ।
ଦିତୀୟ ବିବରଣ 20 : 5 (ORV)
ପୁଣି ଅଧ୍ୟକ୍ଷଗଣ ଲୋକମାନଙ୍କୁ କହିବେ, କେଉଁ ଲୋକ ନୂତନ ଗୃହ ନିର୍ମାଣ କରି ତାହା ପ୍ରତିଷ୍ଠା କରି ନାହିଁ? ସେ ଫେରି ଆପଣା ଗୃହକୁ ଯାଉ, କେଜାଣି ସେ ଯୁଦ୍ଧରେ ମଲେ ଅନ୍ୟ ଲୋକ ତହିଁର ପ୍ରତିଷ୍ଠା କରିବ ।
ଦିତୀୟ ବିବରଣ 20 : 6 (ORV)
ଆଉ କେଉଁ ଲୋକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁର ଫଳ ଭୋଗ କରି ନାହିଁ? ସେ ଫେରି ଆପଣା ଗୃହକୁ ଯାଉ, କେଜାଣି ସେ ଯୁଦ୍ଧରେ ମଲେ ଅନ୍ୟ ଲୋକ ତହିଁର ଫଳ ଭୋଗ କରିବ ।
ଦିତୀୟ ବିବରଣ 20 : 7 (ORV)
ଆଉ କେଉଁ ଲୋକ କୌଣସି ସ୍ତ୍ରୀକି ବାଗ୍ଦାନ କରି ତାହାକୁ ବିବାହ କରି ନାହିଁ? ସେ ଫେରି ଆପଣା ଗୃହକୁ ଯାଉ, କେଜାଣି ସେ ଯୁଦ୍ଧରେ ମଲେ ଅନ୍ୟ ଲୋକ ତାହାକୁ ବିବାହ କରିବ ।
ଦିତୀୟ ବିବରଣ 20 : 8 (ORV)
ଆହୁରି ଅଧ୍ୟକ୍ଷଗଣ ଲୋକମାନଙ୍କୁ କହିବେ, ଭୟାଳୁ ଓ ଦୁର୍ବଳ ହୃଦୟ ଲୋକ କିଏ ଅଛି? ସେ ଫେରି ଆପଣା ଗୃହକୁ ଯାଉ, କେଜାଣି ତାହାର ହୃଦୟ ପରି ତାହାର ଭ୍ରାତୃଗଣର ହୃଦୟ ତରଳି ଯିବ ।
ଦିତୀୟ ବିବରଣ 20 : 9 (ORV)
ପୁଣି ଅଧ୍ୟକ୍ଷଗଣ ଲୋକମାନଙ୍କ ସହିତ କଥା ସମାପ୍ତ କଲା ଉତ୍ତାରେ ସେମାନେ ସୈନ୍ୟ ଉପରେ ସେନାପତିମାନଙ୍କୁ ନିଯୁକ୍ତ କରିବେ ।
ଦିତୀୟ ବିବରଣ 20 : 10 (ORV)
ଯେତେବେଳେ ତୁମ୍ଭେ ଯୁଦ୍ଧ କରିବା ପାଇଁ କୌଣସି ନଗରର ନିକଟବର୍ତ୍ତୀ ହେବ, ସେତେବେଳେ ତହିଁ ପ୍ରତି ସନ୍ଧିର କଥା ଘୋଷଣା କରିବ ।
ଦିତୀୟ ବିବରଣ 20 : 11 (ORV)
ତହିଁରେ ସେ ଯେବେ ସନ୍ଧିରେ ସମ୍ମତ ହୋଇ ତୁମ୍ଭ ନିମନ୍ତେ ଦ୍ଵାର ଫିଟାଇ ଦିଏ, ତେବେ ତହିଁ ମଧ୍ୟରେ ଯେତେ ଲୋକ ଦେଖାଯିବେ, ସେମାନେ ତୁମ୍ଭକୁ କର ଦେବେ ଓ ତୁମ୍ଭର ସେବା କରିବେ ।
ଦିତୀୟ ବିବରଣ 20 : 12 (ORV)
ମାତ୍ର ଯେବେ ସେ ତୁମ୍ଭ ସହିତ ସନ୍ଧି ନ କରି ତୁମ୍ଭ ସହିତ ଯୁଦ୍ଧ କରେ, ତେବେ ତୁମ୍ଭେ ସେହି ନଗର ଅବରୋଧ କରିବ ।
ଦିତୀୟ ବିବରଣ 20 : 13 (ORV)
ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଯେତେବେଳେ ତାହା ତୁମ୍ଭ ହସ୍ତରେ ସମର୍ପଣ କରିବେ, ତୁମ୍ଭେ ତହିଁର ସମସ୍ତ ପୁରୁଷଙ୍କୁ ଖଡ଼୍‍ଗଧାରରେ ବଧ କରିବ ।
ଦିତୀୟ ବିବରଣ 20 : 14 (ORV)
ମାତ୍ର ତୁମ୍ଭେ ସ୍ତ୍ରୀମାନଙ୍କୁ ଓ ବାଳକମାନଙ୍କୁ ଓ ପଶୁମାନଙ୍କୁ ଓ ନଗରର ସର୍ବସ୍ଵ ଆପଣା ନିମନ୍ତେ ଲୁଟ ସ୍ଵରୂପ ଗ୍ରହଣ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭ ଶତ୍ରୁମାନଙ୍କର ଯେଉଁ ଲୁଟ ତୁମ୍ଭଙ୍କୁ ଦିଅନ୍ତି, ତାହା ଭୋଜନ କରିବ ।
ଦିତୀୟ ବିବରଣ 20 : 15 (ORV)
ଯେଉଁ ଯେଉଁ ନଗର ଏହି ଗୋଷ୍ଠୀୟ ଲୋକମାନଙ୍କର ନୁହେଁ, ତୁମ୍ଭଠାରୁ ଅତି ଦୂରବର୍ତ୍ତୀ ଏପରି ସମସ୍ତ ନଗର ପ୍ରତି ଏହି ପ୍ରକାର କରିବ ।
ଦିତୀୟ ବିବରଣ 20 : 16 (ORV)
ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଏହି ଲୋକ-ମାନଙ୍କର ଯେ ଯେ ନଗର ତୁମ୍ଭର ଅଧିକାର ପାଇଁ ଦିଅନ୍ତି, ତୁମ୍ଭେ ତହିଁ ମଧ୍ୟରେ ନିଃଶ୍ଵାସଧାରୀ କାହାରିକି ସଜୀବ ରଖିବ ନାହିଁ ।
ଦିତୀୟ ବିବରଣ 20 : 17 (ORV)
ମାତ୍ର ତୁମ୍ଭ ପ୍ରତି ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ଆଜ୍ଞାନୁସାରେ ତୁମ୍ଭେ ସେମାନଙ୍କୁ ହିତ୍ତୀୟ ଓ ଇମୋରୀୟ ଓ କିଣାନୀୟ ଓ ପିରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ବର୍ଜିତ ରୂପେ ବିନାଶ କରିବ ।
ଦିତୀୟ ବିବରଣ 20 : 18 (ORV)
ନୋହିଲେ କେଜାଣି, ସେମାନେ ଆପଣା ଆପଣା ଦେବାତାମାନଙ୍କ ଉଦ୍ଦେଶ୍ୟରେ ଯେସବୁ ଘୃଣାଯୋଗ୍ୟ କର୍ମ କରିଅଛନ୍ତି, ତଦନୁସାରେ କରିବା ପାଇଁ ତୁମ୍ଭମାନଙ୍କୁ ଶିଖାଇବେ; ତହିଁରେ ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କ ବିରୁଦ୍ଧରେ ପାପ କରିବ ।
ଦିତୀୟ ବିବରଣ 20 : 19 (ORV)
ଯେତେବେଳେ ତୁମ୍ଭେ କୌଣସି ନଗର ହସ୍ତଗତ କରିବା ପାଇଁ ଯୁଦ୍ଧ କରି ବହୁ କାଳ ତାହା ଅବରୋଧ କରିବ, ସେତେବେଳେ ତୁମ୍ଭେ କୁହ୍ରାଡ଼ି ଦ୍ଵାରା ସେଠା ବୃକ୍ଷମାନ ହାଣିବ ନାହିଁ; ତୁମ୍ଭେ ତହିଁରୁ ଭୋଜନ କରିପାରିବ, ଏଣୁ ତାହା କାଟିବ ନାହିଁ; କାରଣ କ୍ଷେତ୍ରର ବୃକ୍ଷ କି ମନୁଷ୍ୟ ଯେ, ତାହା ତୁମ୍ଭ ସାକ୍ଷାତରେ ଅବରୁଦ୍ଧ ହେବ?
ଦିତୀୟ ବିବରଣ 20 : 20 (ORV)
କେବଳ ଯେଉଁ ବୃକ୍ଷ ଖାଦ୍ୟ ନିମନ୍ତେ ନୁହେଁ ବୋଲି ଜାଣ, ତାହା ତୁମ୍ଭେ ନଷ୍ଟ କରିବ ଓ କାଟିବ; ଆଉ ତୁମ୍ଭ ସହିତ ଯୁଦ୍ଧକାରୀ ନଗର ପରାଜିତ ହେବା ପର୍ଯ୍ୟନ୍ତ ତହିଁ ବିରୁଦ୍ଧରେ ଅବରୋଧକ ଉପାୟ ନିର୍ମାଣ କରିବ ।

1 2 3 4 5 6 7 8 9 10 11 12 13 14 15 16 17 18 19 20

BG:

Opacity:

Color:


Size:


Font: