ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 1 (ORV)
ମୋହର ହୃଦୟରେ ଯେ ଗଭୀର ଦୁଃଖ ଓ ନିରନ୍ତର ବେଦନା ହେଉଅଛି,
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 2 (ORV)
ଏହା ମୁଁ ଖ୍ରୀଷ୍ଟଙ୍କ ସାକ୍ଷାତରେ ସତ୍ୟ କହୁଅଛି, ମିଥ୍ୟା କହୁ ନାହିଁ, ମୋହର ବିବେକ ପବିତ୍ର ଆତ୍ମାଙ୍କ ପ୍ରଭାବରେ ମୋʼ ସହିତ ସାକ୍ଷ୍ୟ ଦେଉଅଛି ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 3 (ORV)
କାରଣ ଯେଉଁମାନେ ଶାରୀରିକଭାବେ ମୋହର ଆତ୍ମୀୟ, ଏପରି ମୋହର ଭାଇମାନଙ୍କ ନିମନ୍ତେ ମୁଁ ନିଜେ ଖ୍ରୀଷ୍ଟଙ୍କଠାରୁ ପୃଥକ ରହି ଶାପଗ୍ରସ୍ତ ହେବା ପାଇଁ ଇଚ୍ଛା କରି ପାରନ୍ତି ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 4 (ORV)
ସେମାନେ ତ ଇସ୍ରାଏଲୀୟ; ପୁତ୍ରତ୍ଵ, ଗୌରବ, ନିୟମସମୂହ, ବ୍ୟବସ୍ଥାପ୍ରଦାନ, ଉପାସନା ଓ ପ୍ରତିଜ୍ଞା-ସମୂହ ସେମାନଙ୍କର;
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 5 (ORV)
ପିତୃପୁରୁଷମାନେ ସେମାନଙ୍କର, ଆଉ ଶାରୀରିକ- ଭାବେ ସେମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଉତ୍ପନ୍ନ; ସେହି ସର୍ବାଧିପତି ଈଶ୍ଵର ଯୁଗେ ଯୁଗେ ଧନ୍ୟ, ଆମେନ୍ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 6 (ORV)
କିନ୍ତୁ ଈଶ୍ଵରଙ୍କ ବାକ୍ୟ ଯେ ବିଫଳ ହୋଇଅଛି, ଏପରି ନୁହେଁ । କାରଣ ଯେଉଁମାନେ ଇସ୍ରାଏଲ ବଂଶରେ ଜାତ, ସେମାନେ ଯେ ସମସ୍ତେ ଇସ୍ରାଏଲ,
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 7 (ORV)
କିଅବା ଅବ୍ରହାମଙ୍କ ବଂଶ ବୋଲି ଯେ ସମସ୍ତେ ସନ୍ତାନ, ତାହା ନୁହେଁ; କିନ୍ତୁ “ଇସ୍‍ହାକଠାରେ ତୁମ୍ଭର ବଂଶ ଖ୍ୟାତ ହେବ” ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 8 (ORV)
ଏଥିର ଅର୍ଥ ଏହି, ଶାରୀରିକଭାବେ ଯେଉଁମାନେ ସନ୍ତାନ, ସେମାନେ ଯେ ଈଶ୍ଵରଙ୍କ ସନ୍ତାନ, ତାହା ନୁହେଁ, କିନ୍ତୁ ପ୍ରତିଜ୍ଞାର ସନ୍ତାନ ବଂଶ ରୂପେ ଗଣିତ ହୁଅନ୍ତି ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 9 (ORV)
କାରଣ ଏହା ତ ପ୍ରତିଜ୍ଞାର ବାକ୍ୟ, ଏହି ଋତୁରେ ଆମ୍ଭେ ଆସିବା, ଆଉ ସାରା ଗୋଟିଏ ପୁତ୍ର ପ୍ରାପ୍ତ ହେବ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 10 (ORV)
ଆଉ କେବଳ ତାହା ନୁହେଁ, କିନ୍ତୁ ରିବିକା ମଧ୍ୟ ଜଣେ ବ୍ୟକ୍ତିଙ୍କ ଦ୍ଵାରା, ଅର୍ଥାତ୍ ଆମ୍ଭମାନଙ୍କ ପିତୃପୁରୁଷ ଇସ୍‍ହାକଙ୍କ ଦ୍ଵାରା ଗର୍ଭବତୀ ହେଲା ଉତ୍ତାରେ,
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 11 (ORV)
ଯେତେବେଳେ ସନ୍ତାନମାନେ ଜନ୍ମ ହୋଇ ନ ଥିଲେ, ଆଉ ଭଲ କିମ୍ଵା ମନ୍ଦ କିଛି କରି ନ ଥିଲେ, ସେତେବେଳେ କର୍ମ ହେତୁ ନୁହେଁ, ମାତ୍ର ଆହ୍ଵାନକାରୀଙ୍କ ଇଚ୍ଛା ହେତୁ ନିର୍ବାଚନାନୁସାରେ ଈଶ୍ଵରଙ୍କ ସଂକଳ୍ପ ଯେପରି ସ୍ଥିର ରହେ,
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 12 (ORV)
ଏଥିନିମନ୍ତେ ଏହି କଥା ତାଙ୍କୁ କୁହା ଯାଇଥିଲା, “ଜ୍ୟେଷ୍ଠ କନିଷ୍ଠର ଦାସ ହେବ;
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 13 (ORV)
ଯେପରି ଲେଖାଅଛି, “ଯାକୁବକୁ ଆମ୍ଭେ ପ୍ରେମ କଲୁ, କିନ୍ତୁ ଏଷୌକୁ ଘୃଣା କଲୁ ।”
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 14 (ORV)
ତେବେ ଆମ୍ଭେମାନେ କଅଣ କହିବା? ଈଶ୍ଵରଙ୍କଠାରେ କି ଅନ୍ୟାୟ ଅଛି? ତାହା କେବେ ହେଁ ନ ହେଉ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 15 (ORV)
କାରଣ ସେ ମୋଶାଙ୍କୁ କହନ୍ତି, ଯାହା ଉପରେ ଆମ୍ଭର ଦୟା ଅଛି, ତାହାକୁ ଆମ୍ଭେ ଦୟା କରିବା, ଆଉ ଯାହା ଉପରେ ଆମ୍ଭର କୃପା ଅଛି, ତାହାକୁ ଆମ୍ଭେ କୃପା କରିବା ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 16 (ORV)
ଅତଏବ, ଯେ ଇଚ୍ଛା କରେ, କିମ୍ଵା ଯେ ଚେଷ୍ଟା କରେ, ତାହାଠାରୁ ଏହା ହୁଏ ନାହିଁ, ମାତ୍ର ଦୟାଳୁ ଈଶ୍ଵରଙ୍କଠାରୁ ହୁଏ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 17 (ORV)
ଯେଣୁ ଶାସ୍ତ୍ର ଫାରୋଙ୍କୁ କହେ, ଆମ୍ଭେ ଯେପରି ତୁମ୍ଭଠାରେ ଆମ୍ଭର ଶକ୍ତି ଦେଖାଉ, ଆଉ ଯେପରି ସମସ୍ତ ପୃଥିବୀରେ ଆମ୍ଭର ନାମ ଘୋଷିତ ହୁଏ, ଏହି ଅଭିପ୍ରାୟରେ ତ ଆମ୍ଭେ ତୁମ୍ଭକୁ ଉତ୍ଥାପନ କଲୁ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 18 (ORV)
ଅତଏବ, ସେ ଯାହାକୁ ଇଚ୍ଛା କରନ୍ତି, ତାହାକୁ ଦୟା କରନ୍ତି, ପୁଣି ଯାହାକୁ ଇଚ୍ଛା କରନ୍ତି, ତାହାକୁ କଠିନ କରନ୍ତି ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 19 (ORV)
ଏଥିରେ ତୁମ୍ଭେ ମୋତେ କହିବ, ତେବେ ସେ ଆଉ ଦୋଷ ଧରନ୍ତି କାହିଁକି? କାରଣ ତାହାଙ୍କର ଇଚ୍ଛା କିଏ ପ୍ରତିରୋଧ କରିପାରେ?
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 20 (ORV)
କିନ୍ତୁ ହେ ମନୁଷ୍ୟ, ତୁମ୍ଭେ କିଏ ଯେ ଈଶ୍ଵରଙ୍କ ପ୍ରତିବାଦ କର? ନିର୍ମିତ ବସ୍ତୁ କି ନିର୍ମାତାଙ୍କୁ କହିବ, ମୋତେ ଏପରି ଗଢ଼ିଲ କାହିଁକି?
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 21 (ORV)
କିମ୍ଵା ଗୋଟିଏ ମାଟିପିଣ୍ତୁଳାରୁ ଗୋଟିଏ ପାତ୍ର ଆଦର ନିମନ୍ତେ ଓ ଅନ୍ୟଟି ଅନାଦର ନିମନ୍ତେ ଗଢ଼ିବା ପାଇଁ କି ମାଟି ଉପରେ କୁମ୍ଭକାରର ଅଧିକାର ନାହିଁ?
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 22 (ORV)
କିନ୍ତୁ ଈଶ୍ଵର ଆପଣା କ୍ରୋଧ ପ୍ରଦର୍ଶନ କରିବା ନିମନ୍ତେ ଓ ଆପଣା ଶକ୍ତି ଜ୍ଞାତ କରାଇବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା ଯଦି ବିନାଶାର୍ଥେ ପ୍ରସ୍ତୁତ ହୋଇଥିବା କ୍ରୋଧର ପାତ୍ରଗୁଡ଼ାକପ୍ରତି ଦୀର୍ଘସହିଷ୍ଣୁତା ସହ ଧୈର୍ଯ୍ୟ ଧରିଅଛନ୍ତି,
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 23 (ORV)
ଆଉ, ଯଦି ଗୌରବ ନିମନ୍ତେ ତାହାଙ୍କ ଦ୍ଵାରା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଦୟାର ପାତ୍ର ଯେ ଆମ୍ଭେମାନେ, ଆମ୍ଭମାନଙ୍କ ନିକଟରେ ଆପଣା ଗୌରବରୂପ ଧନ ପ୍ରକାଶ କରିବା ନିମନ୍ତେ ତାହା କରିଅଛନ୍ତି; ତାହାହେଲେ ତୁମ୍ଭେ କଅଣ କହିବ?
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 24 (ORV)
ସେଥିନିମନ୍ତେ ତ ସେ କେବଳ ଯିହୁଦୀମାନଙ୍କ ମଧ୍ୟରୁ ନୁହେଁ, ମାତ୍ର ବିଜାତିମାନଙ୍କ ମଧ୍ୟରୁ ସୁଦ୍ଧା ଆମ୍ଭମାନଙ୍କୁ ଆହ୍ଵାନ କରିଅଛନ୍ତି,
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 25 (ORV)
ଯେପରି ସେ ହୋଶେୟଙ୍କ ପୁସ୍ତକରେ ମଧ୍ୟ କହନ୍ତି, “ଯେଉଁମାନେ ଆମ୍ଭର ଲୋକ ନ ଥିଲେ, ସେମାନଙ୍କୁ ଆମ୍ଭେ ଆମ୍ଭର ଲୋକ ବୋଲି କହିବା; ଆଉ, ଯେ ଅପ୍ରିୟ ଥିଲା, ତାହାକୁ ପ୍ରିୟ ବୋଲି କହିବା ।”
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 26 (ORV)
“ପୁଣି, ଯେଉଁ ସ୍ଥାନରେ ତୁମ୍ଭେମାନେ ଆମ୍ଭର ଲୋକ ନୁହଁ ବୋଲି ସେମାନଙ୍କୁ କୁହାଯାଇଥିଲା, ସେହି ସ୍ଥାନରେ ସେମାନେ ଜୀବନ୍ତ ଈଶ୍ଵରଙ୍କ ପୁତ୍ରଗଣ ବୋଲି ଖ୍ୟାତ ହେବେ ।”
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 27 (ORV)
ପୁଣି, ଯିଶାଇୟ ଇସ୍ରାଏଲ ସମ୍ଵନ୍ଧରେ ଉଚ୍ଚ ସ୍ଵରରେ କହନ୍ତି, “ଇସ୍ରାଏଲର ସନ୍ତାନମାନଙ୍କ ସଂଖ୍ୟା ସମୁଦ୍ରର ବାଲି ପରି ହେଲେ ସୁଦ୍ଧା କେବଳ ଅବଶିଷ୍ଟାଂଶ ପରିତ୍ରାଣ ପ୍ରାପ୍ତ ହେବେନ୍ତ”
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 28 (ORV)
“ଯେଣୁ ପ୍ରଭୁ ପୃଥିବୀରେ ଆପଣା ବାକ୍ୟ ସାଧନ କରିବେ, ସେ ତାହା ସମ୍ପୂର୍ଣ୍ଣ ରୂପେ ସଂକ୍ଷିପ୍ତରେ କରିବେ ।”
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 29 (ORV)
ପୁଣି, ଯେପରି ଯିଶାଇୟ ପୂର୍ବେ କହିଅଛନ୍ତି, “ବାହିନୀମାନଙ୍କ ପ୍ରଭୁ ଯଦି ଆମ୍ଭମାନଙ୍କ ନିମନ୍ତେ ଗୋଟିଏ ଅବଶିଷ୍ଟାଂଶ ରଖି ନ ଥାଆନ୍ତେ, ତେବେ ଆମ୍ଭେମାନେ ସଦୋମ ପରି ହୋଇଥାଆନ୍ତୁ ଓ ଗମୋରା ତୁଲ୍ୟ କରାଯାଇଥାଆନ୍ତୁ ।”
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 30 (ORV)
ତେବେ, ଆମ୍ଭେମାନେ କଅଣ କହିବା? ଯେଉଁ ବିଜାତିମାନେ ଧାର୍ମିକତାର ଅନୁଗମନ କରୁ ନ ଥିଲେ, ସେମାନେ ଧାର୍ମିକତା, ଏପରିକି ବିଶ୍ଵାସମୂଳକ ଧାର୍ମିକତା ଲାଭ କରିଅଛନ୍ତି ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 31 (ORV)
କିନ୍ତୁ ଇସ୍ରାଏଲ ଧାର୍ମିକତାର ବ୍ୟବସ୍ଥା ଅନୁଗମନ କରୁ କରୁ ସେହି ବ୍ୟବସ୍ଥା ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 32 (ORV)
କାହିଁକି? କାରଣ ସେମାନେ ବିଶ୍ଵାସ ଦ୍ଵାରା ତାହା ନ ଖୋଜି କର୍ମ ଦ୍ଵାରା ଖୋଜୁଥିଲେ । ସେମାନେ ସେହି ବାଧାଜନକ ପ୍ରସ୍ତରରେ ଝୁଣ୍ଟି ପଡ଼ିଲେ,
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9 : 33 (ORV)
ଯେପରି ଲେଖାଅଛି, “ଦେଖ, ଆମ୍ଭେ ସିୟୋନରେ ଗୋଟିଏ ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ଥାପନ କରୁଅଛୁ, ଆଉ, ଯେ ତାହାଙ୍କଠାରେ ବିଶ୍ଵାସ କରେ, ସେ ଲଜ୍ଜିତ ହେବ ନାହିଁ ।”

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33

BG:

Opacity:

Color:


Size:


Font: