ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12 : 1 (ORV)
ଅତଏବ, ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଈଶ୍ଵରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ଵରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12 : 2 (ORV)
ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ଵରଙ୍କ ଇଚ୍ଛା କଅଣ, ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କଅଣ, ଏହା ପରୀକ୍ଷା କରି ଜାଣି ପାର, ଏଥିନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ଵାରା ପରିବର୍ତ୍ତିତ ହୁଅ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12 : 3 (ORV)
କାରଣ ମୋତେ ପ୍ରଦତ୍ତ ଅନୁଗ୍ରହ ଦ୍ଵାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ଜଣକୁ କହୁଅଛି, ଆପଣା ବିଷୟରେ ଯେପରି ମନେ କରିବା ଉଚିତ, ତାହାଠାରୁ ଆପଣାକୁ ଅଧିକ ବଡ଼ ମନେ ନ କର; କିନ୍ତୁ ଈଶ୍ଵର ଯାହାକୁ ଯେ ପରିମାଣରେ ବିଶ୍ଵାସ ବିତରଣ କରିଅଛନ୍ତି, ସେହି ଅନୁସାରେ ପ୍ରତ୍ୟେକ ଜଣ ସୁବୋଧର ପରି ଆପଣା ବିଷୟରେ ମନେ କର ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12 : 4 (ORV)
କାରଣ ଯେପରି ଏକ ଶରୀରରେ ଆମ୍ଭମାନଙ୍କର ଅନେକ ଅଙ୍ଗ-ପ୍ରତ୍ୟଙ୍ଗ ଅଛି, କିନ୍ତୁ ସମସ୍ତ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟ ଏକପ୍ରକାର ନୁହେଁ,
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12 : 5 (ORV)
ସେହିପରି ଅନେକ ଯେ ଆମ୍ଭେମାନେ, ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଏକ ଶରୀର ଓ ପ୍ରତ୍ୟେକେ ପରସ୍ପର ଅଙ୍ଗପ୍ରତ୍ୟଙ୍ଗ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12 : 6 (ORV)
ଆଉ, ଆମ୍ଭମାନଙ୍କୁ ପ୍ରଦତ୍ତ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ବିଭିନ୍ନ ଦାନ ପାଇଅଛୁ; ଏଣୁ ସେହି ଦାନ ଯଦି ଭାବବାଣୀ ହୁଏ, ଆସ, ଆମ୍ଭେମାନେ ବିଶ୍ଵାସର ପରିମାଣ ଅନୁସାରେ ଭାବବାଣୀ କହୁ;
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12 : 7 (ORV)
କିମ୍ଵା ତାହା ଯଦି ସେବକ କର୍ମ ହୁଏ, ତାହାହେଲେ ଆସ, ଆମ୍ଭମାନଙ୍କ ସେବକ କର୍ମରେ ନିବିଷ୍ଟ ରହୁ;
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12 : 8 (ORV)
ଅବା ଯେ ଶିକ୍ଷା ଦିଏ, ସେ ଶିକ୍ଷାଦାନରେ, ବା ଯେ ଉପଦେଶ ଦିଏ, ସେ ଉପଦେଶ ଦାନରେ ନିବିଷ୍ଟ ରହୁ; ଯେ ଦାନ କରେ, ସେ ଉଦାର ଭାବରେ ଦାନ କରୁ; ଯେ ତତ୍ତ୍ଵାବଧାନ କରେ, ସେ ଯନି ସହକାରେ ତତ୍ତ୍ଵାବଧାନ କରୁ; ଯେ ଦୟା କରେ, ସେ ହୃଷ୍ଟଚିତ୍ତରେ ତାହା କରୁ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12 : 9 (ORV)
ପ୍ରେମ ନିଷ୍କପଟ ହେଉ । ଯାହା ମନ୍ଦ, ତାହା ଘୃଣା କର; ଯାହା ଉତ୍ତମ, ସେଥିରେ ଆସକ୍ତ ହୁଅ;
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12 : 10 (ORV)
ଭ୍ରାତୃପ୍ରେମରେ ପରସ୍ପର ପ୍ରତି ସ୍ନେହଶୀଳ ହୁଅ; ସମାଦରରେ ପରସ୍ପରକୁ ଶ୍ରେଷ୍ଠ ଜ୍ଞାନ କର;
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12 : 11 (ORV)
ଉଦ୍ଯୋଗରେ ଶିଥିଳ ହୁଅ ନାହିଁ; ଆତ୍ମାରେ ଉତ୍ତପ୍ତ ହୁଅ; ପ୍ରଭୁଙ୍କ ସେବା କର;
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12 : 12 (ORV)
ଭରସାରେ ଆନନ୍ଦ କର; କ୍ଳେଶରେ ସହିଷ୍ଣୁ ହୁଅ; ପ୍ରାର୍ଥନାରେ ଏକାଗ୍ର ଭାବରେ ନିବିଷ୍ଟ ଥାଅ;
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12 : 13 (ORV)
ସାଧୁମାନଙ୍କ ଅଭାବ ମୋଚନ କର; ଆତିଥ୍ୟ-ସତ୍କାରରେ ବ୍ରତୀ ହୁଅ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12 : 14 (ORV)
ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଆଶୀର୍ବାଦ କର, ଅଭିଶାପ ଦିଅ ନାହିଁ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12 : 15 (ORV)
ଯେଉଁମାନେ ଆନନ୍ଦ କରନ୍ତି, ସେମାନଙ୍କ ସହିତ ଆନନ୍ଦ କର; ଯେଉଁମାନେ ରୋଦନ କରନ୍ତି, ସେମାନଙ୍କ ସହିତ ରୋଦନ କର ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12 : 16 (ORV)
ପରସ୍ପର ପ୍ରତି ଏକମନା ହୁଅ; ଉଚ୍ଚାଭିମାନୀ ନ ହୋଇ ଦୀନ ଲୋକମାନଙ୍କର ସଙ୍ଗୀ ହୁଅ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12 : 17 (ORV)
ମନ୍ଦ ବଦଳରେ କାହାରି ମନ୍ଦ କର ନାହିଁ; ସମସ୍ତ ମନୁଷ୍ୟଙ୍କ ଦୃଷ୍ଟିରେ ଯାହା ଯାହା ଉତ୍ତମ, ସେହିସବୁ ଚିନ୍ତା କର;
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12 : 18 (ORV)
ସମ୍ଭବ ହେଲେ, ତୁମ୍ଭର ଯେତେ ପର୍ଯ୍ୟନ୍ତ ସାଧ୍ୟ, ସମସ୍ତ ଲୋକଙ୍କ ସହିତ ଶାନ୍ତିରେ ରୁହ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12 : 19 (ORV)
ହେ ପ୍ରିୟମାନେ, ତୁମ୍ଭେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ; କାରଣ ଲେଖାଅଛି, ‘ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବାʼ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12 : 20 (ORV)
ବରଂ ଯଦି ତୁମ୍ଭର ଶତ୍ରୁ କ୍ଷୁଧିତ, ତେବେ ତାକୁ ଭୋଜନ କରାଅ; ଯଦି ସେ ତୃଷିତ ତାକୁ ପାନ କରାଅ; କାରଣ ଏହିପରି କଲେ ତୁମ୍ଭେ ତାʼର ମସ୍ତକ ଉପରେ ଜ୍ଵଳନ୍ତା ଅଙ୍ଗାର ଗଦା କରିବ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12 : 21 (ORV)
କୁକ୍ରିୟାରେ ପରାଜିତ ନ ହୋଇ ସୁକ୍ରିୟାରେ କୁକ୍ରିୟାକୁ ପରାଜୟ କର ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21

BG:

Opacity:

Color:


Size:


Font: