ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 1 (ORV)
ସେଥିରେ ଫେଷ୍ଟ ଅଧିପତିପଦ ଗ୍ରହଣ କରି ତିନି ଦିନ ଉତ୍ତାରେ କାଇସରିଆରୁ ଯିରୂଶାଲମକୁ ଗଲେ,
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 2 (ORV)
ପୁଣି, ପ୍ରଧାନ ଯାଜକମାନେ ଓ ଯିହୁଦୀମାନଙ୍କର ମୁଖ୍ୟ ବ୍ୟକ୍ତିମାନେ ପାଉଲଙ୍କ ବିରୁଦ୍ଧରେ ତାଙ୍କ ନିକଟରେ ଆବେଦନ କଲେ,
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 3 (ORV)
ଆଉ ସେ ଯେପରି ତାଙ୍କୁ ଯିରୂଶାଲମକୁ ଡକାଇ ପଠାନ୍ତି, ଏଥିନିମନ୍ତେ ବିନତିପୂର୍ବକ ତାଙ୍କ ବିରୁଦ୍ଧରେ ଏହି ଅନୁଗ୍ରହ ପ୍ରାର୍ଥନା କଲେ; ପୁଣି, ସେମାନେ ତାଙ୍କୁ ବାଟରେ ବଧ କରିବା ନିମନ୍ତେ ଛକି ବସିଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 4 (ORV)
ସେଥିରେ ଫେଷ୍ଟ ଉତ୍ତର ଦେଲେ, ପାଉଲ କାଇସରିଆରେ ବନ୍ଦୀ ହୋଇ ରହିଅଛି, ଆଉ ଆମ୍ଭେ ନିଜେ ଶୀଘ୍ର ସେଠାକୁ ଯାଉଅଛୁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 5 (ORV)
ଅତଏବ, ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ କ୍ଷମତାପନ୍ନ, ସେମାନେ ଆମ୍ଭ ସାଙ୍ଗରେ ଯାଇ ସେହି ଲୋକର ଯଦି କୌଣସି ଦୋଷ ଥାଏ, ତେବେ ତାʼର ବିରୁଦ୍ଧରେ ଅଭିଯୋଗ କରନ୍ତୁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 6 (ORV)
ପରେ ସେ ସେମାନଙ୍କ ମଧ୍ୟରେ ଆଠ ବା ଦଶ ଦିନରୁ ଅଧିକ ନ ରହି କାଇସରିଆକୁ ବାହୁଡ଼ିଗଲେ, ଆଉ ପରଦିନ ବିଚାରାସନରେ ବସି ପାଉଲଙ୍କୁ ଆଣିବା ନିମନ୍ତେ ଆଜ୍ଞା ଦେଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 7 (ORV)
ସେ ଆସନ୍ତେ ଯିରୂଶାଲମରୁ ଆଗତ ଯିହୁଦୀମାନେ ତାଙ୍କ ଚାରିଆଡ଼େ ଠିଆ ହୋଇ ତାଙ୍କ ବିରୁଦ୍ଧରେ ଅନେକ ପୁଣି ଗୁରୁତର ଅଭିଯୋଗ ଆଣିବାକୁ ଲାଗିଲେ, କିନ୍ତୁ ସେମାନେ ସେହିସବୁ ପ୍ରମାଣ କରି ପାରିଲେ ନାହିଁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 8 (ORV)
ସେଥିରେ ପାଉଲ ଆପଣା ପକ୍ଷସମର୍ଥନ କରି କହିଲେ, ଯିହୁଦୀମାନଙ୍କ ବ୍ୟବସ୍ଥା ବିରୁଦ୍ଧରେ କି ମନ୍ଦିର ବିରୁଦ୍ଧରେ କି କାଇସରଙ୍କ ବିରୁଦ୍ଧରେ ମୁଁ କୌଣସି ଅପରାଧ କରି ନାହିଁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 9 (ORV)
କିନ୍ତୁ ଫେଷ୍ଟ ଯିହୁଦୀମାନଙ୍କର ପ୍ରିୟପାତ୍ର ହେବାକୁ ଇଚ୍ଛା କରି ପାଉଲଙ୍କୁ ଉତ୍ତର ଦେଲେ, ତୁମ୍ଭେ କି ଯିରୂଶାଲମକୁ ଯାଇ ସେ ସ୍ଥାନରେ ଆମ୍ଭ ସାକ୍ଷାତରେ ଏହିସବୁ ବିଷୟ ଘେନି ବିଚାରିତ ହେବାକୁ ଇଚ୍ଛା କରୁଅଛ?
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 10 (ORV)
ମାତ୍ର ପାଉଲ କହିଲେ, ମୁଁ କାଇସରଙ୍କ ବିଚାରାସନ ସମ୍ମୁଖରେ ଠିଆ ହୋଇଅଛି, ସେ ସ୍ଥାନରେ ମୋହର ବିଚାର ହେବା ଉଚିତ । ମୁଁ ଯିହୁଦୀମାନଙ୍କ ପ୍ରତି କୌଣସି ଅନ୍ୟାୟ କରି ନାହିଁ, ଆପଣ ମଧ୍ୟ ତାହା ଅତି ଉତ୍ତମ ରୂପେ ଜାଣନ୍ତି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 11 (ORV)
ତେବେ, ଯଦି ମୁଁ ଅନ୍ୟାୟକାରୀ ହୋଇଥାଏ ଓ ମୃତ୍ୟୁଯୋଗ୍ୟ କୌଣସି କର୍ମ କରିଥାଏ, ତାହାହେଲେ ମୁଁ ମୃତ୍ୟୁଭୋଗ କରିବାକୁ ନାସ୍ତି କରୁ ନାହିଁ; କିନ୍ତୁ ଏମାନେ ମୋʼ ବିରୁଦ୍ଧରେ ଯାହାସବୁ ଅଭିଯୋଗ କରୁଅଛନ୍ତି, ସେହିସବୁ ମଧ୍ୟରେ ଯଦି ପଦେ ସତ୍ୟ ନାହିଁ, ତାହାହେଲେ କୌଣସି ବ୍ୟକ୍ତି ସେମାନଙ୍କ ହସ୍ତରେ ମୋତେ ସମର୍ପଣ କରି ପାରନ୍ତି ନାହିଁ । ମୁଁ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରୁଅଛି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 12 (ORV)
ସେଥିରେ ଫେଷ୍ଟ ମନ୍ତ୍ରୀମଣ୍ତଳ ସହିତ ପରାମର୍ଶ କରି ଉତ୍ତର ଦେଲେ, ତୁମ୍ଭେ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିଅଛ, ତୁମ୍ଭେ କାଇସରଙ୍କ ନିକଟକୁ ଯିବ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 13 (ORV)
କେତେକ ଦିନ ଗତ ହେଲା ପରେ ରାଜା ଆଗ୍ରିପ୍‍ପା ଓ ବର୍ଣ୍ଣୀକୀ କାଇସରିଆକୁ ଆସି ଫେଷ୍ଟଙ୍କୁ ସାକ୍ଷାତ କଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 14 (ORV)
ସେମାନେ ଅନେକ ଦିନ ସେ ସ୍ଥାନରେ ରୁହନ୍ତେ, ରାଜାଙ୍କ ଆଗରେ ଫେଷ୍ଟ, ପାଉଲଙ୍କ କଥା ଜଣାଇ କହିଲେ, ଫେଲୀକ୍‍ସ୍‍ ଜଣେ ଲୋକକୁ ବନ୍ଦୀ କରି ରଖିଯାଇଅଛନ୍ତି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 15 (ORV)
ମୁଁ ଯିରୂଶାଲମରେ ଥିବା ସମୟରେ ଯିହୁଦୀ-ମାନଙ୍କର ପ୍ରଧାନ ଯାଜକବର୍ଗ ଓ ପ୍ରାଚୀନମାନେ ତାହା ବିଷୟରେ ମୋʼ ନିକଟରେ ଆବେଦନ କରି ତାହା ବିରୁଦ୍ଧରେ ଦଣ୍ତାଜ୍ଞା ପ୍ରାର୍ଥନା କଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 16 (ORV)
ମୁଁ ସେମାନଙ୍କୁ ଉତ୍ତର ଦେଲି, ବାଦୀ ଓ ପ୍ରତିବାଦୀ ମୁଖାମୁଖି ନ ହେବା ପର୍ଯ୍ୟନ୍ତ, ପୁଣି ପ୍ରତିବାଦୀ ତାହା ବିରୁଦ୍ଧରେ କରାଯାଇଥିବା ଅଭିଯୋଗ ସମ୍ଵନ୍ଧରେ ଆତ୍ମ-ପକ୍ଷସମର୍ଥନ କରିବାର ସୁଯୋଗ ନ ପାଇବା ପର୍ଯ୍ୟନ୍ତ ତାକୁ ସମର୍ପଣ କରିବା ରୋମୀୟମାନଙ୍କର ବିଧି ନୁହେଁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 17 (ORV)
ଏଣୁ ସେମାନେ ମୋʼ ସାଙ୍ଗରେ ଏସ୍ଥାନକୁ ଆସନ୍ତେ, ମୁଁ ବିଳମ୍ଵ ନ କରି ପରଦିନ ବିଚାରାସନରେ ବସି ସେହି ଲୋକକୁ ଆଣିବା ନିମନ୍ତେ ଆଜ୍ଞା ଦେଲି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 18 (ORV)
ଅଭିଯୋଗକାରୀମାନେ ଠିଆ ହୋଇ, ମୁଁ ଯେପ୍ରକାର ଦୋଷର କଥା ଅପେକ୍ଷା କରୁଥିଲି, ସେପରି କୌଣସି ଅଭିଯୋଗ ତାହା ସମ୍ଵନ୍ଧରେ ଆଣିଲେ ନାହିଁ,
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 19 (ORV)
କିନ୍ତୁ ସେମାନଙ୍କ ସ୍ଵଧର୍ମ ପୁଣି ଯୀଶୁ ନାମକ ଜଣେ ମୃତ ବ୍ୟକ୍ତି, ଯାହାକୁ ପାଉଲ ସଜୀବ ବୋଲି କହୁଥିଲା, ସେହିସବୁ ବିଷୟରେ ତାହା ବିରୁଦ୍ଧରେ ସେମାନଙ୍କର କେତେକ ବିବାଦ ଥିଲା ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 20 (ORV)
ଏହିସମସ୍ତ ବିଷୟ କିପ୍ରକାରେ ଅନୁସନ୍ଧାନ କରିବି ବୋଲି ମୁଁ ହତବୁଦ୍ଧି ହୋଇ, ସେ ଯିରୂଶାଲମକୁ ଯାଇ ସେଠାରେ ଏସମସ୍ତ ବିଷୟରେ ବିଚାରିତ ହେବା ପାଇଁ ଇଚ୍ଛା କରେ କି ନାହିଁ, ଏହା ପଚାରିଲି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 21 (ORV)
କିନ୍ତୁ ପାଉଲ ସମ୍ରାଟଙ୍କ ବିଚାର ନିମନ୍ତେ ରଖା ହେବା ପାଇଁ ପ୍ରାର୍ଥନା କରନ୍ତେ, ମୁଁ ତାକୁ କାଇସରଙ୍କ ନିକଟକୁ ନ ପଠାଇବା ପର୍ଯ୍ୟନ୍ତ ବନ୍ଦୀ କରି ରଖିବାକୁ ଆଜ୍ଞା ଦେଲି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 22 (ORV)
ସେଥିରେ ଆଗ୍ରିପ୍‍ପା ଫେଷ୍ଟଙ୍କୁ କହିଲେ, ଆମ୍ଭେ ମଧ୍ୟ ସ୍ଵୟଂ ସେହି ଲୋକର କଥା ଶୁଣିବାକୁ ଇଚ୍ଛା କରୁଅଛୁ । ସେ କହିଲେ, କାଲି ଆପଣ ତାʼର କଥା ଶୁଣିବେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 23 (ORV)
ଅତଏବ, ପରଦିନ ଆଗ୍ରିପ୍‍ପା ଓ ବର୍ଣ୍ଣୀକୀ ମହା ସମାରୋହରେ ଆସି ପ୍ରଧାନ ପ୍ରଧାନ ସେନାପତି ଓ ନଗରର ମୁଖ୍ୟ ମୁଖ୍ୟ ବ୍ୟକ୍ତିଙ୍କ ସହିତ ବିଚାରାଳୟରେ ପ୍ରବିଷ୍ଟ ହୁଅନ୍ତେ, ଫେଷ୍ଟଙ୍କ ଆଜ୍ଞା ଅନୁସାରେ ପାଉଲ ଅଣାଗଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 24 (ORV)
ସେଥିରେ ଫେଷ୍ଟ କହିଲେ, ହେ ରାଜନ୍ ଆଗ୍ରିପ୍‍ପା ଓ ଆମ୍ଭମାନଙ୍କ ସହିତ ଏହି ସ୍ଥାନରେ ଉପସ୍ଥିତ ମହାଶୟବୃନ୍ଦ, ଆପଣମାନେ ଏହି ଲୋକକୁ ଦେଖୁଅଛନ୍ତି; ଏହା ବିରୁଦ୍ଧରେ ଯିରୂଶାଲମରେ ଓ ଏହି ସ୍ଥାନରେ ମଧ୍ୟ ଯିହୁଦୀ ଲୋକସମୂହ ଆମ୍ଭ ନିକଟରେ ଆବେଦନ କରି ତାʼର ଆଉ ବଞ୍ଚି ରହିବା ଉଚିତ ନୁହେଁ ବୋଲି ଚିତ୍କାର କଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 25 (ORV)
କିନ୍ତୁ ସେ ମୃତ୍ୟୁଯୋଗ୍ୟ କୌଣସି କର୍ମ କରି ନାହିଁ ବୋଲି ମୁଁ ବୁଝିଲି, ଆଉ ସେ ନିଜେ ସମ୍ରାଟଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିବାରୁ ମୁଁ ତାକୁ ପଠାଇବା ନିମନ୍ତେ ସ୍ଥିର କଲି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 26 (ORV)
ମୋର ପ୍ରଭୁଙ୍କ ଛାମୁକୁ ତାʼର ବିଷୟରେ ଲେଖିବା ନିମନ୍ତେ ମୋର କୌଣସି ନିଶ୍ଚିତ ବିଷୟ ନାହିଁ । ଏଣୁ ବିଚାର କରି ଯେପରି ମୁଁ ଲେଖିବା ନିମନ୍ତେ କିଛି ପାଇ ପାରେ, ସେଥିପାଇଁ ତାକୁ ଆପଣମାନଙ୍କ, ବିଶେଷତଃ, ହେ ରାଜନ୍ ଆଗ୍ରିପ୍‍ପା, ଆପଣଙ୍କ ସମ୍ମୁଖକୁ ଆଣିଅଛି;
ରେରିତମାନଙ୍କ କାର୍ଯ୍ୟର ବିବରଣ 25 : 27 (ORV)
କାରଣ ବନ୍ଦୀକି ପଠାଇବା ସମୟରେ ତାʼ ବିରୁଦ୍ଧରେ ଅଭିଯୋଗଗୁଡ଼ିକ ନିର୍ଦ୍ଦେଶ ନ କରିବା ମୋତେ ଅସଙ୍ଗତ ବୋଧ ହେଉଅଛି ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27

BG:

Opacity:

Color:


Size:


Font: