ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 1 (ORV)
ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ, ସମସ୍ତେ ଏକ ସ୍ଥାନରେ ସମବେତ ଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 2 (ORV)
ଆଉ, ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ତ ପବନର ଶଦ୍ଦ ତୁଲ୍ୟ ଗୋଟିଏ ଶଦ୍ଦ ଅକସ୍ମାତ୍ ଆକାଶରୁ ଆସି, ଯେଉଁ ଗୃହରେ ସେମାନେ ବସିଥିଲେ, ସେହି ଗୃହର ସର୍ବତ୍ର ବ୍ୟାପିଗଲା,
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 3 (ORV)
ଆଉ ଅଗ୍ନିସାଦୃଶ୍ୟ ଜିହ୍ଵାଗୁଡ଼ିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରେ ଅଧିଷ୍ଠିତ ହେଲା ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 4 (ORV)
ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, ପୁଣି, ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ, ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 5 (ORV)
ଏହି ସମୟରେ ଆକାଶର ନିମ୍ନସ୍ଥିତ ପ୍ରତ୍ୟେକ ଜାତିରୁ ଆଗତ ହୋଇ ଯିରୂଶାଲମରେ ବାସ କରୁଥିବା ଭକ୍ତ ଯିହୁଦୀମାନେ ସେ ପାଖରେ ଥିଲେ;
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 6 (ORV)
ଆଉ, ସେହି ଶଦ୍ଦ ହୁଅନ୍ତେ, ବହୁ ଜନତା ଏକତ୍ର ହୋଇ ପ୍ରତ୍ୟେକ ଜଣ ଆପଣା ଆପଣା ଭାଷାରେ ସେମାନଙ୍କୁ କଥା କହୁଥିବା ଶୁଣିବାରୁ ହତବୁଦ୍ଧି ହେଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 7 (ORV)
ପୁଣି, ସେମାନେ ଆଚମ୍ଵିତ ଓ ଚମତ୍କୃତ ହୋଇ କହିବାକୁ ଲାଗିଲେ, ଦେଖ, ଏହି ଯେଉଁ ଲୋକମାନେ କଥା କହୁଅଛନ୍ତି, ସେମାନେ କଅଣ ଗାଲିଲୀୟ ନୁହନ୍ତି?
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 8 (ORV)
ତେବେ, ଆମ୍ଭେମାନେ କିପରି ପ୍ରତ୍ୟେକ ଜଣ ଆପଣା ଆପଣା ଜନ୍ମଭୂମିର ଭାଷାରେ କଥା ଶୁଣୁଅଛୁ?
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 9 (ORV)
ପାର୍ଥୀୟ, ମାଦୀୟ ଓ ଏଲାମୀୟ, ପୁଣି ମେସପତାମିଆ, ଯିହୁଦା ଦେଶ ଓ କାପ୍‍ପାଦକିଆ, ପ; ଓ ଆସିଆ,
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 10 (ORV)
ଫ୍ରୁଗିଆ ଓ ପଂଫୂଲିଆ, ମିସର ଓ କୂରୀଣୀ ନିକଟବର୍ତ୍ତୀ ଲିବିଆ ଅଞ୍ଚଳନିବାସୀ ଏବଂ ରୋମରୁ ଆଗତ ଯିହୁଦୀ ଓ ଯିହୁଦୀଧର୍ମାବଲମ୍ଵୀ ପ୍ରବାସୀ,
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 11 (ORV)
ପୁଣି କ୍ରୀତୀୟ ଓ ଆରବୀୟ ଲୋକ ଯେ ଆମ୍ଭେମାନେ, ଆମ୍ଭେମାନେ ଆପଣା ଆପଣା ଭାଷାରେ ଏମାନଙ୍କୁ ଈଶ୍ଵରଙ୍କ ମହତ୍ ମହତ୍ କର୍ମର କଥା କହିବା ଶୁଣୁଅଛୁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 12 (ORV)
ଆଉ, ସମସ୍ତେ ଆଚମ୍ଵିତ ଓ ହତବୁଦ୍ଧି ହୋଇ ପରସ୍ପର କହିବାକୁ ଲାଗିଲେ, ଏହାର ଅର୍ଥ କଅଣ?
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 13 (ORV)
କିନ୍ତୁ ଅନ୍ୟମାନେ ବିଦ୍ରୂପ କରି କହିଲେ, ଏମାନେ ମିଷ୍ଟ ଦ୍ରାକ୍ଷାରସରେ ମତ୍ତ ହୋଇଅଛନ୍ତି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 14 (ORV)
କିନ୍ତୁ ପିତର ଏକାଦଶଙ୍କ ସହିତ ଠିଆ ହୋଇ ଉଚ୍ଚସ୍ଵରରେ ସେମାନଙ୍କ ନିକଟରେ ବକ୍ତୃତା କରି କହିଲେ, ହେ ଯିହୁଦୀ ଲୋକେ ଓ ଯିରୂଶାଲମ ନିବାସୀସମସ୍ତେ, ଆପଣମାନେ ଏହା ଜ୍ଞାତ ହେଉନ୍ତୁ ଓ ମୋହର କଥାରେ କର୍ଣ୍ଣପାତ କରନ୍ତୁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 15 (ORV)
କାରଣ ଆପଣମାନେ ଯେପରି ମନେ କରୁଅଛନ୍ତି, ଏମାନେ ସେପରି ମାତାଲ୍ ନୁହନ୍ତି, ଯେଣୁ ବର୍ତ୍ତମାନ ସମୟ ସକାଳ ନଅ ଘଣ୍ଟା ମାତ୍ର ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 16 (ORV)
କିନ୍ତୁ ଯୋୟେଲ ଭାବବାଦୀଙ୍କ ଦ୍ଵାରା ଯାହା ଉକ୍ତ ଅଛି, ଏ ସେହି ଘଟଣା:-
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 17 (ORV)
ଈଶ୍ଵର କହନ୍ତି, ଶେଷକାଳରେ ଏପରି ଘଟିବ ଯେ, ଆମ୍ଭେ ସମସ୍ତ ମର୍ତ୍ତ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ତୁମ୍ଭମାନଙ୍କର ପୁତ୍ରକନ୍ୟାମାନେ ଭାବବାଣୀ କହିବେ ⇧, ଆଉ ତୁମ୍ଭମାନଙ୍କର ଯୁବାମାନେ ଦର୍ଶନ ପାଇବେ, ତୁମ୍ଭମାନଙ୍କର ପ୍ରାଚୀନମାନେ ସ୍ଵପ୍ନ ଦେଖିବେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 18 (ORV)
ହଁ, ସେହି କାଳରେ ଆମ୍ଭେ ନିଜ ଦାସଦାସୀମାନଙ୍କ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ସେମାନେ ଭାବବାଣୀ କହିବେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 19 (ORV)
ଆମ୍ଭେ ଊର୍ଦ୍ଧ୍ଵସ୍ଥ ଆକାଶରେ ନାନା ଅଦ୍ଭୁତ କର୍ମ; ପୁଣି, ଅଧଃସ୍ଥ ପୃଥିବୀରେ ନାନା ଲକ୍ଷଣ, ରକ୍ତ, ଅଗ୍ନି ଓ ନିବିଡ଼ ଧୂମ ଦେଖାଇବା ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 20 (ORV)
ପ୍ରଭୁଙ୍କର ମହତ୍ ଓ ପ୍ରସିଦ୍ଧ ଦିନର ଆଗମନ ପୂର୍ବରେ, ସୂର୍ଯ୍ୟ ଅନ୍ଧକାରମୟ ଓ ଚନ୍ଦ୍ର ରକ୍ତମୟ ହୋଇଯିବ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 21 (ORV)
ଆଉ, ଏପରି ଘଟିବ ଯେ, ଯେକେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ, ସେ ପରିତ୍ରାଣ ପାଇବ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 22 (ORV)
ହେ ଇସ୍ରାଏଲୀୟ ଲୋକମାନେ, ଏହି ସମସ୍ତ କଥା ଶୁଣନ୍ତୁ । ନାଜରିତୀୟ ଯୀଶୁ ନାନା ଶକ୍ତିର କାର୍ଯ୍ୟ, ଅଦ୍ଭୁତ କର୍ମ ଓ ଲକ୍ଷଣ ଦ୍ଵାରା ଆପଣମାନଙ୍କ ନିକଟରେ ଈଶ୍ଵରଙ୍କ ପ୍ରେରିତ ବ୍ୟକ୍ତି ବୋଲି ପ୍ରମାଣିତ ହୋଇଅଛନ୍ତି, ତାହାଙ୍କ ଦ୍ଵାରା ଈଶ୍ଵର ଯେ ଆପଣମାନଙ୍କ ମଧ୍ୟରେ ଏହିସମସ୍ତ କର୍ମ କରିଅଛନ୍ତି, ଏହା ଆପଣମାନେ ନିଜେ ନିଜେ ଜାଣନ୍ତି;
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 23 (ORV)
ସେହି ବ୍ୟକ୍ତି ଈଶ୍ଵରଙ୍କ ନିରୂପିତ ସଂକଳ୍ପ ଓ ପୂର୍ବାଜ୍ଞାନୁସାରେ ସମର୍ପିତ ହୁଅନ୍ତେ, ଆପଣମାନେ ତାହାଙ୍କୁ ଅଧାର୍ମିକମାନଙ୍କ ହସ୍ତ ଦ୍ଵାରା କ୍ରୁଶାରୋପଣ କରି ବଧ କରିଥିଲେ;
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 24 (ORV)
କିନ୍ତୁ ଈଶ୍ଵର ମୃତ୍ୟୁର ବନ୍ଧନ ମୁକ୍ତ କରି ତାହାଙ୍କୁ ଉଠାଇ ଅଛନ୍ତି, କାରଣ ସେ ଯେ ମୃତ୍ୟୁ ଦ୍ଵାରା ଆବଦ୍ଧ ରହିବେ, ତାହା ଅସମ୍ଭବ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 25 (ORV)
ଦାଉଦ ତ ତାହାଙ୍କ ବିଷୟରେ କହନ୍ତି, ‘ମୁଁ ସର୍ବଦା ମୋହର ସମ୍ମୁଖରେ ପ୍ରଭୁଙ୍କୁ ଦର୍ଶନ କରୁଥିଲି, କାରଣ ମୁଁ ଯେପରି ବିଚଳିତ ନ ହୁଏ, ସେଥିପାଇଁ ସେ ମୋହର ଦକ୍ଷିଣ ପାର୍ଶ୍ଵରେ ଅଛନ୍ତି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 26 (ORV)
ତେଣୁ ମୋହର ହୃଦୟ ପ୍ରଫୁଲ୍ଲ ଓ ମୋହର ଜିହ୍ଵା ଉଲ୍ଲସିତ ହେଲା, ଆହୁରି ମୋହର ଶରୀର ମଧ୍ୟ ଭରସାରେ ବାସ କରିବ,
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 27 (ORV)
କାରଣ ତୁମ୍ଭେ ମୋହର ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ, କିଅବା ଆପଣା ଭକ୍ତକୁ କ୍ଷୟ ପାଇବାକୁ ଦେବ ନାହିଁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 28 (ORV)
ତୁମ୍ଭେ ମୋତେ ଜୀବନର ପଥ ଜ୍ଞାତ କରାଇଅଛ, ତୁମ୍ଭେ ଆପଣା ଛାମୁରେ ମୋତେ ଆନନ୍ଦରେ ପୂର୍ଣ୍ଣ କରିବ ।ʼ
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 29 (ORV)
ହେ ଭାଇମାନେ, ପିତୃକୁଳପତି ଦାଉଦଙ୍କ ବିଷୟରେ ମୁଁ ଆପଣମାନଙ୍କୁ ମୁକ୍ତ କଣ୍ଠରେ କହି ପାରେ, ଯେ, ସେ ମଲେ, ପୁଣି ସମାଧିପ୍ରାପ୍ତ ହେଲେ, ଆଉ ତାହାଙ୍କ ସମାଧି ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ମଧ୍ୟରେ ଅଛି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 30 (ORV)
ତଥାପି ସେ ଭାବବାଦୀ ହେବାରୁ ଏବଂ ତାଙ୍କ ଔରସଜାତ ଜଣେ ବ୍ୟକ୍ତିଙ୍କି ଈଶ୍ଵର ଯେ ତାଙ୍କ ସିଂହାସନରେ ବସାଇବାକୁ ତାଙ୍କ ନିକଟରେ ଶପଥ କରି ପ୍ରତିଜ୍ଞା କରିଥିଲେ,
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 31 (ORV)
ଏହା ଜାଣିବାରୁ ସେ ଭବିଷ୍ୟଦ୍ ଦର୍ଶନ ଦ୍ଵାରା ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟରେ କହିଥିଲେ, କାରଣ ସେ ପାତାଳରେ ପରିତ୍ୟକ୍ତ ହେଲେ ନାହିଁ, କିଅବା ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 32 (ORV)
ଏହି ଯୀଶୁଙ୍କୁ ଈଶ୍ଵର ଉଠାଇ ଅଛନ୍ତି, ସେ ବିଷୟରେ ଆମ୍ଭେମାନେ ସମସ୍ତେ ସାକ୍ଷୀ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 33 (ORV)
ଅତଏବ, ସେ ଈଶ୍ଵରଙ୍କ ଦକ୍ଷିଣ ହସ୍ତ ଦ୍ଵାରା ଉନ୍ନତ ଓ ପିତାଙ୍କଠାରୁ ପ୍ରତିଜ୍ଞାତ ପବିତ୍ର ଆତ୍ମା ପ୍ରାପ୍ତ ହୋଇ, ଏହି ଯାହା ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି, ତାହା ସେ ବୃଷ୍ଟି କରିଅଛନ୍ତି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 34 (ORV)
କାରଣ ଦାଉଦ ସ୍ଵର୍ଗାରୋହଣ କରି ନ ଥିଲେ, କିନ୍ତୁ ସେ ନିଜେ କହନ୍ତି, ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ,
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 35 (ORV)
ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 36 (ORV)
ଅତଏବ, ସମସ୍ତ ଇସ୍ରାଏଲକୁଳ ନିଶ୍ଚୟ ଜାଣନ୍ତୁ ଯେ, ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ବଧ କଲେ, ତାହାଙ୍କୁ ଈଶ୍ଵର, ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 37 (ORV)
ଏହି କଥା ଶୁଣି ସେମାନଙ୍କ ହୃଦୟ ବିଦୀର୍ଣ୍ଣ ହୋଇଗଲା, ପୁଣି ସେମାନେ ପିତର ଓ ଅବଶିଷ୍ଟ ପ୍ରେରିତମାନଙ୍କୁ କହିଲେ, ଭାଇମାନେ, ଆମ୍ଭେମାନେ କଅଣ କରିବା?
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 38 (ORV)
ତେଣୁ ପିତର ସେମାନଙ୍କୁ କହିଲେ, ଆପଣମାନେ ମନ ପରିବର୍ତ୍ତନ କରନ୍ତୁ, ଆଉ ନିଜ ନିଜ ପାପକ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ; ତାହାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କର ଦାନ ପ୍ରାପ୍ତ ହେବେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 39 (ORV)
କାରଣ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ, ଆପଣମାନଙ୍କର ସନ୍ତାନସନ୍ତତିମାନଙ୍କ ନିମନ୍ତେ, ପୁଣି ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମ୍ଭମାନଙ୍କ ଈଶ୍ଵର ଆପଣା ନିକଟକୁ ଡାକିବେ, ସେହି ସମସ୍ତଙ୍କ ନିମନ୍ତେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 40 (ORV)
ପୁଣି, ଅନ୍ୟାନ୍ୟ ଅନେକ କଥା ଦ୍ଵାରା ସେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ସେମାନଙ୍କୁ ଉପଦେଶ ଦେଇ କହିଲେ, ଏହି କୁଟିଳ ବଂଶଠାରୁ ଆପଣମାନେ ରକ୍ଷାପ୍ରାପ୍ତ ହେଉନ୍ତୁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 41 (ORV)
ସେଥିରେ ଯେଉଁମାନେ ତାହାଙ୍କ ବାକ୍ୟ ଗ୍ରହଣ କଲେ, ସେମାନେ ବାପ୍ତିଜିତ ହେଲେ, ଆଉ ସେହିଦିନ ପ୍ରାୟ ତିନି ସହସ୍ର ଲୋକ ମଣ୍ତଳୀ ସହିତ ସଂଯୁକ୍ତ ହେଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 42 (ORV)
ସେମାନେ ପ୍ରେରିତମାନଙ୍କର ଶିକ୍ଷାରେ, ସହଭାଗିତାରେ, ରୋଟୀ ଭାଙ୍ଗିବାରେ ଓ ପ୍ରାର୍ଥନା କରିବାରେ ନିବିଷ୍ଟଚିତ୍ତ ହୋଇ ରହିଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 43 (ORV)
ଆଉ, ଲୋକସମସ୍ତେ ଭୀତ ହେବାକୁ ଲାଗିଲେ; ପ୍ରେରିତମାନଙ୍କ ଦ୍ଵାରା ମଧ୍ୟ ଅନେକ ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧିତ ହେବାକୁ ଲାଗିଲା ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 44 (ORV)
ମାତ୍ର ଯେଉଁମାନେ ବିଶ୍ଵାସ କଲେ, ସେମାନେ ସମସ୍ତେ ଏକତ୍ର ରହି ସବୁ ପଦାର୍ଥ ସାଧାରଣ ସମ୍ପତ୍ତି ବୋଲି ଜ୍ଞାନ କରୁଥିଲେ,
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 45 (ORV)
ପୁଣି ସେମାନେ ଆପଣା ଆପଣା ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରୟ କରି, ଯାହାର ଯେପରି ପ୍ରୟୋଜନ, ସେହି ଅନୁସାରେ ସମସ୍ତଙ୍କୁ ବାଣ୍ଟିଦେବାକୁ ଲାଗିଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 46 (ORV)
ଆଉ, ସେମାନେ ଏକଚିତ୍ତ ହୋଇ ପ୍ରତିଦିନ ମନ୍ଦିରରେ ସମବେତ ହୋଇ ରହୁଥିଲେ ଓ ଘରେ ଘରେ ରୋଟୀ ଭାଙ୍ଗି ଆନନ୍ଦରେ ଓ ସରଳ ହୃଦୟରେ ଭୋଜନପାନ କରି ଈଶ୍ଵରଙ୍କ ପ୍ରଶଂସା କରୁଥିଲେ ପ୍ରେରିତ. ୧:୧୪ ଲୂକ. ୨୪:୫୩
ରେରିତମାନଙ୍କ କାର୍ଯ୍ୟର ବିବରଣ 2 : 47 (ORV)
ଏବଂ ସମସ୍ତ ଲୋକଙ୍କର ପ୍ରିୟପାତ୍ର ହେଉଥିଲେ । ପୁଣି, ପ୍ରଭୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଲୋକଙ୍କୁ ପ୍ରତିଦିନ ମଣ୍ତଳୀ ସହିତ ସଂଯୁକ୍ତ କରିବାକୁ ଲାଗିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47

BG:

Opacity:

Color:


Size:


Font: