ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 1 (ORV)
କାଇସରିଆ ନଗରରେ କର୍ଣ୍ଣିଲୀୟ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଇତାଲିକ ନାମକ ସୈନ୍ୟଦଳର ଜଣେ ଶତସେନାପତି ଥିଲେ;
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 2 (ORV)
ସେ ଜଣେ ଭକ୍ତ, ଆଉ ସପରିବାରରେ ଈଶ୍ଵରଙ୍କୁ ଭୟ କରୁଥିଲେ । ସେ ଲୋକମାନଙ୍କୁ ବହୁତ ଦାନ ଦେଉଥିଲେ, ଆଉ ସର୍ବଦା ଈଶ୍ଵରଙ୍କ ଛାମୁରେ ପ୍ରାର୍ଥନା କରୁଥିଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 3 (ORV)
ଦିନେ ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟରେ ସେ ସ୍ପଷ୍ଟ ରୂପେ ଗୋଟିଏ ଦର୍ଶନ ପାଇଲେ, ଯେପରି ଈଶ୍ଵରଙ୍କର ଜଣେ ଦୂତ ତାଙ୍କ ନିକଟକୁ ଆସି କହୁଅଛନ୍ତି, ହେ କର୍ଣ୍ଣିଲୀୟ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 4 (ORV)
ସେଥିରେ ସେ ତାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ଭୀତ ହୋଇ କହିଲେ, ହେ ପ୍ରଭୁ, କଅଣ? ସେ ତାଙ୍କୁ କହିଲେ, ତୁମ୍ଭର ପ୍ରାର୍ଥନା ଓ ଦାନସବୁ ସ୍ମରଣାର୍ଥକ ବଳି ସ୍ଵରୂପେ ଊର୍ଦ୍ଧ୍ଵରେ ଈଶ୍ଵରଙ୍କ ଛାମୁରେ ଉଠିଅଛି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 5 (ORV)
ଏବେ ତୁମ୍ଭେ ଯାଫୋକୁ ଲୋକ ପଠାଇ ଶିମୋନଙ୍କୁ ଡକାଇ ଆଣ, ତାଙ୍କ ଉପନାମ ପିତର;
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 6 (ORV)
ସେ ଶିମୋନ ନାମକ ଜଣେ ଚର୍ମକାରଙ୍କ ଅତିଥି ସ୍ଵରୂପେ ବାସ କରୁଅଛନ୍ତି, ତାଙ୍କ ଘର ସମୁଦ୍ର କୂଳରେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 7 (ORV)
ତାଙ୍କ ସାଙ୍ଗରେ କଥା କହୁଥିବା ଦୂତ ପ୍ରସ୍ଥାନ କଲା ଉତ୍ତାରେ ସେ ଆପଣା ଗୃହର ଦାସମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ, ପୁଣି ତାଙ୍କର ସେବା କରୁଥିବା ସୈନ୍ୟମାନଙ୍କ ମଧ୍ୟରୁ ଜଣେ ଭକ୍ତ ସୈନ୍ୟକୁ ଡାକିଲେ,
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 8 (ORV)
ଆଉ ସେମାନଙ୍କୁ ସମସ୍ତ କଥା ବୁଝାଇ ଯାଫୋକୁ ପଠାଇଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 9 (ORV)
ପରଦିନ ସେମାନେ ଯାଉ ଯାଉ ଯେତେବେଳେ ସେହି ନଗରର ନିକଟବର୍ତ୍ତୀ ହେଲେ, ସେତେବେଳେ ପିତର ପ୍ରାୟ ଦିନ ବାର ଘଣ୍ଟା ସମୟରେ ପ୍ରାର୍ଥନା କରିବା ନିମନ୍ତେ ଛାତ ଉପରକୁ ଗଲେ,
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 10 (ORV)
ଆଉ ସେ କ୍ଷୁଧିତ ହୋଇ ଭୋଜନ କରିବାକୁ ଇଚ୍ଛା କଲେ, କିନ୍ତୁ ସେମାନେ ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ ସେ ମୂର୍ଚ୍ଛିତ ହୋଇ ଦର୍ଶନ ପାଇ ଦେଖିଲେ,
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 11 (ORV)
ଆକାଶ ଉନ୍ମୁକ୍ତ ହୋଇଅଛି, ପୁଣି ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ପୃଥିବୀ ଉପରକୁ ଖସାଇ ଦିଆଯାଉଅଛି;
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 12 (ORV)
ସେଥିରେ ପୃଥିବୀର ସର୍ବପ୍ରକାର ଚତୁଷ୍ପଦ ପ୍ରାଣୀ, ସରୀସୃପ ଓ ଆକାଶର ପକ୍ଷୀଗୁଡ଼ିକ ଅଛନ୍ତି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 13 (ORV)
ଆଉ, ତାଙ୍କ ପ୍ରତି ଏହି ବାଣୀ ହେଲା, ହେ ପିତର, ଉଠ, ବଧ କରି ଭୋଜନ କର ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 14 (ORV)
କିନ୍ତୁ ପିତର କହିଲେ, ନାହିଁ, ପ୍ରଭୋ, ମୁଁ କେବେ ହେଲେ କୌଣସି ଅପବିତ୍ର ଓ ଅଶୁଚି ପଦାର୍ଥ ଭୋଜନ କରି ନାହିଁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 15 (ORV)
ପୁନଶ୍ଚ ଦ୍ଵିତୀୟ ଥର ତାଙ୍କ ପ୍ରତି ଏହି ବାଣୀ ହେଲା, ଈଶ୍ଵର ଯାହା ଶୁଚି କରିଅଛନ୍ତି, ତାହା ତୁମ୍ଭେ ଅଶୁଚି ବୋଲି ନ କୁହ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 16 (ORV)
ଏହି ପ୍ରକାର ତିନି ଥର ହେଲା, ଆଉ ତତ୍କ୍ଷଣାତ୍ ସେହି ପାତ୍ରଟି ଆକାଶକୁ ଉଠାଇ ନିଆଗଲା ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 17 (ORV)
ପିତର ଯେଉଁ ଦର୍ଶନ ପାଇଥିଲେ, ସେଥିର ଅର୍ଥ କଅଣ, ତାହା ଭାବି ସେ ହତବୁଦ୍ଧି ହେଉଥିବା ସମୟରେ, ଦେଖ, କର୍ଣ୍ଣିଲୀୟଙ୍କ ପ୍ରେରିତ ଲୋକମାନେ ଶିମୋନଙ୍କ ଗୃହର ଅନୁସନ୍ଧାନ କରି ଦ୍ଵାର ନିକଟରେ ଠିଆ ହୋଇ,
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 18 (ORV)
ପିତର ଉପନାମପ୍ରାପ୍ତ ଶିମୋନ ସେଠାରେ ଅତିଥି ସ୍ଵରୂପେ ବାସ କରୁଅଛନ୍ତି କି ନାହିଁ, ତାହା ଡାକି ପଚାରିଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 19 (ORV)
ପିତର ସେହି ଦର୍ଶନ ବିଷୟ ଚିନ୍ତା କରୁଥିବା ସମୟରେ ଆତ୍ମା ତାଙ୍କୁ କହିଲେ, ଦେଖ, ତିନି ଜଣ ଲୋକ ତୁମ୍ଭକୁ ଖୋଜୁଅଛନ୍ତି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 20 (ORV)
ଉଠ, ତଳକୁ ଯାଇ କିଛି ସନ୍ଦେହ ନ କରି ସେମାନଙ୍କ ସାଙ୍ଗରେ ଯାଅ, କାରଣ ଆମ୍ଭେ ସେମାନଙ୍କୁ ପଠାଇଅଛୁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 21 (ORV)
ସେଥିରେ ପିତର ସେହି ଲୋକମାନଙ୍କ ନିକଟକୁ ଓହ୍ଲାଇଆସି କହିଲେ, ଦେଖ, ତୁମ୍ଭେମାନେ ଯାହାକୁ ଖୋଜୁଅଛ, ମୁଁ ସେହି । ତୁମ୍ଭମାନଙ୍କ ଆସିବାର କାରଣ କଅଣ?
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 22 (ORV)
ସେମାନେ କହିଲେ, କର୍ଣ୍ଣିଲୀୟ ନାମକ ଜଣେ ଶତସେନାପତି, ଯେ ଧାର୍ମିକ ବ୍ୟକ୍ତି ଓ ଈଶ୍ଵରଙ୍କୁ ଭୟ କରନ୍ତି, ପୁଣି, ସମସ୍ତ ଯିହୁଦୀ ଜାତିଙ୍କ ନିକଟରେ ସୁଖ୍ୟାତିପ୍ରାପ୍ତ, ସେ ନିଜ ଗୃହକୁ ଆପଣଙ୍କୁ ଡକାଇପଠାଇ ଆପଣଙ୍କଠାରୁ କଥା ଶୁଣିବା ନିମନ୍ତେ ପବିତ୍ର ଦୂତଙ୍କ ଦ୍ଵାରା ପ୍ରତ୍ୟାଦେଶ ପାଇଅଛନ୍ତି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 23 (ORV)
ସେଥିରେ ସେ ସେମାନଙ୍କୁ ଭିତରକୁ ଡାକିନେଇ ସେମାନଙ୍କର ଆତିଥ୍ୟ କଲେ । ତହିଁ ଆରଦିନ ସେ ଉଠି ସେମାନଙ୍କ ସହିତ ପ୍ରସ୍ଥାନ କଲେ, ପୁଣି ଯାଫୋ ନିବାସୀ ଭାଇମାନଙ୍କ ମଧ୍ୟରୁ କେତେକ ଜଣ ତାଙ୍କ ସାଙ୍ଗରେ ଗଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 24 (ORV)
ପରଦିନ ସେମାନେ କାଇସରିଆରେ ପ୍ରବେଶ କଲେ, ଆଉ, କର୍ଣ୍ଣିଲୀୟ ଆପଣା ଆତ୍ମୀୟ ଓ ନିକଟସ୍ଥ ବନ୍ଧୁମାନଙ୍କୁ ଡାକି ଏକତ୍ର କରି ସେମାନଙ୍କ ଅପେକ୍ଷାରେ ଥିଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 25 (ORV)
ପିତର ପ୍ରବେଶ କରନ୍ତେ କର୍ଣ୍ଣିଲୀୟ ତାଙ୍କୁ ଭେଟି ଚରଣ ତଳେ ପଡ଼ି ତାଙ୍କୁ ପ୍ରଣାମ କଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 26 (ORV)
କିନ୍ତୁ ପିତର ତାଙ୍କୁ ଉଠାଇ କହିଲେ, ଠିଆ ହୁଅ; ମୁଁ ମଧ୍ୟ ଜଣେ ମନୁଷ୍ୟ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 27 (ORV)
ସେଥିରେ ସେ ତାଙ୍କ ସାଙ୍ଗରେ ଆଳାପ କରୁ କରୁ ଭିତରକୁ ଯାଇ ଦେଖିଲେ, ଅନେକ ଲୋକ ଏକତ୍ରିତ ହୋଇଅଛନ୍ତି,
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 28 (ORV)
ଆଉ ସେ ସେମାନଙ୍କୁ କହିଲେ, ଅନ୍ୟ ଜାତିର କୌଣସି ଲୋକ ସାଙ୍ଗରେ ମିଶିବା କିମ୍ଵା ତାହା ପାଖକୁ ଯିବା ଯିହୁଦୀ ଲୋକ ପକ୍ଷରେ କିପରି ବିଧିସଙ୍ଗତ ନୁହେଁ, ତାହା ଆପଣମାନେ ଜାଣନ୍ତି; ତଥାପି କୌଣସି ଲୋକକୁ ଅପବିତ୍ର କି ଅଶୁଚି ବୋଲି ନ କହିବାକୁ ଈଶ୍ଵର ମୋତେ ଦେଖାଇଅଛନ୍ତି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 29 (ORV)
ସେଥିପାଇଁ ମୋତେ ଆହ୍ଵାନ କରାଯିବାମାତ୍ର ମୁଁ ମଧ୍ୟ ଆପତ୍ତି ନ କରି ଆସିଲି । ଏଣୁ ମୁଁ ପଚାରେ, କି ନିମନ୍ତେ ଆପଣମାନେ ମୋତେ ଡକାଇଅଛନ୍ତି?
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 30 (ORV)
କର୍ଣ୍ଣିଲୀୟ କହିଲେ, ଚାରି ଦିନ ପୂର୍ବେ ଠିକ୍ ଏହି ସମୟରେ ମୁଁ ଆପଣା ଗୃହରେ ଅପରାହ୍ନ ତିନି ଘଣ୍ଟା ସମୟରେ ପ୍ରାର୍ଥନା କରୁଥିଲି; ଆଉ ଦେଖନ୍ତୁ, ଉଜ୍ଜ୍ଵଳ ବସ୍ତ୍ର ପରିହିତ ଜଣେ ବ୍ୟକ୍ତି ମୋʼ ସମ୍ମୁଖରେ ଠିଆ ହୋଇ କହିଲେ, କର୍ଣ୍ଣିଲୀୟ, ତୁମ୍ଭର ପ୍ରାର୍ଥନା ଶୁଣାଯାଇଅଛି;
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 31 (ORV)
ପୁଣି, ତୁମ୍ଭର ଦାନସବୁ ଈଶ୍ଵରଙ୍କ ସାକ୍ଷାତରେ ସ୍ମରଣ କରାଯାଇଅଛି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 32 (ORV)
ଅତଏବ, ଯାଫୋକୁ ଲୋକ ପଠାଇ ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ପାଖକୁ ଡକାଇ ଆଣ, ସେ ସମୁଦ୍ର କୂଳରେ ଶିମୋନ ଚର୍ମକାରଙ୍କ ଗୃହରେ ଅତିଥି ସ୍ଵରୂପେ ବାସ କରୁଅଛନ୍ତି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 33 (ORV)
ଏନିମନ୍ତେ ମୁଁ ଅବିଳମ୍ଵରେ ଆପଣଙ୍କ ନିକଟକୁ ଲୋକ ପଠାଇଲି, ଆଉ ଆପଣ ଯେ ଆସିଅଛନ୍ତି, ଭଲ କରିଅଛନ୍ତି । ଅତଏବ, ପ୍ରଭୁ ଆପଣଙ୍କୁ ଯାହାସବୁ ଆଦେଶ ଦେଇଅଛନ୍ତି, ତାହା ଶୁଣିବା ନିମନ୍ତେ ଆମ୍ଭେମାନେ ସମସ୍ତେ ଈଶ୍ଵରଙ୍କ ସାକ୍ଷାତରେ ଉପସ୍ଥିତ ଅଛୁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 34 (ORV)
ସେଥିରେ ପିତର ମୁଖ ଫିଟାଇ କହିଲେ, ଈଶ୍ଵର ଯେ ମୁଖାପେକ୍ଷା କରନ୍ତି ନାହିଁ,
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 35 (ORV)
କିନ୍ତୁ ପ୍ରତ୍ୟେକ ଜାତିରେ ଯେକେହି ତାହାଙ୍କୁ ଭୟ କରି ଧର୍ମାଚରଣ କରେ, ସେ ଯେ ତାହାଙ୍କ ନିକଟରେ ଗ୍ରାହ୍ୟ ହୁଏ, ଏହା ମୁଁ ସତ୍ୟ ବୁଝୁଅଛି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 36 (ORV)
ସେ ତ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଶାନ୍ତିର ସୁସମାଚାର ପ୍ରଚାର କରାଇ ଇସ୍ରାଏଲ ସନ୍ତାନମାନଙ୍କ ନିକଟକୁ ଏହି ବାକ୍ୟ ପ୍ରେରଣ କଲେ; ସେହି ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କର ପ୍ରଭୁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 37 (ORV)
ଯୋହନଙ୍କ ପ୍ରଚାରିତ ବାପ୍ତିସ୍ମ ପରେ ଗାଲିଲୀଠାରୁ ଆରମ୍ଭ କରି ସମୁଦାୟ ଯିହୁଦା ପ୍ରଦେଶରେ ଯାହା ଘଟିଲା, ସେଥିର ବିବରଣ ଆପଣମାନେ ଜାଣନ୍ତି,
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 38 (ORV)
ଅର୍ଥାତ୍, ନାଜରିତୀୟ ଯୀଶୁଙ୍କ କଥା, କିପରି ଈଶ୍ଵର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତିରେ ଅଭିଷିକ୍ତ କଲେ, ଆଉ ସେ ମଙ୍ଗଳ ସାଧନ କରୁ କରୁ ଓ ଶୟତାନ କର୍ତ୍ତୃକ ପ୍ରପୀଡ଼ିତ ସମସ୍ତ ଲୋକଙ୍କୁ ସୁସ୍ଥ କରୁ କରୁ ସର୍ବତ୍ର ଭ୍ରମଣ କଲେ, କାରଣ ଈଶ୍ଵର ତାହାଙ୍କ ସହବର୍ତ୍ତୀ ଥିଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 39 (ORV)
ପୁଣି, ସେ ଯିହୁଦୀମାନଙ୍କ ଦେଶ ଓ ଯିରୂଶାଲମରେ ଯାହା ଯାହା ସାଧନ କଲେ, ଆମ୍ଭେମାନେ ସେହି ସମସ୍ତର ସାକ୍ଷୀ; ତାହାଙ୍କୁ ସେମାନେ କ୍ରୁଶରେ ଟଙ୍ଗାଇ ବଧ କଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 40 (ORV)
ତାହାଙ୍କୁ ଈଶ୍ଵର ତୃତୀୟ ଦିବସରେ ଉଠାଇ ପ୍ରତ୍ୟକ୍ଷ ହେବାକୁ ଦେଲେ;
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 41 (ORV)
ସମସ୍ତ ଲୋକଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ ନାହିଁ, ମାତ୍ର ଈଶ୍ଵରଙ୍କ ଦ୍ଵାରା ପୂର୍ବନିରୂପିତ ସାକ୍ଷୀ ଯେ ଆମ୍ଭେମାନେ, ଆମ୍ଭମାନଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ । ସେ ମୃତମାନଙ୍କ ମଧ୍ୟରୁ ଉତ୍ଥାନ କଲା ଉତ୍ତାରେ ଆମ୍ଭେମାନେ ତାହାଙ୍କ ସହିତ ଭୋଜନପାନ କଲୁ,
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 42 (ORV)
ଆଉ ଲୋକମାନଙ୍କ ନିକଟରେ ପ୍ରଚାର କରିବାକୁ, ପୁଣି ମୃତ ଓ ଜୀବିତମାନଙ୍କର ବିଚାରକର୍ତ୍ତା ହେବା ନିମନ୍ତେ ଈଶ୍ଵର ତାହାଙ୍କୁ ନିଯୁକ୍ତ କରିଅଛନ୍ତି ବୋଲି ସାକ୍ଷ୍ୟ ଦେବାକୁ ସେ ଆମ୍ଭମାନଙ୍କୁ ଆଜ୍ଞା ଦେଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 43 (ORV)
ଯେକେହି ତାହାଙ୍କଠାରେ ବିଶ୍ଵାସ କରେ, ସେ ଯେ ତାହାଙ୍କ ନାମରେ ପାପକ୍ଷମା ପାଇବ, ଏହା ସମସ୍ତ ଭାବବାଦୀ ତାହାଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 44 (ORV)
ପିତର ଏହିସବୁ କଥା କହୁଥିବା ସମୟରେ ଯେତେ ଲୋକ ବାକ୍ୟ ଶୁଣୁଥିଲେ, ସେହି ସମସ୍ତଙ୍କ ଉପରେ ପବିତ୍ର ଆତ୍ମା ଅବତରଣ କଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 45 (ORV)
ସେଥିରେ ପିତରଙ୍କ ସହିତ ଆଗତ ସୁନ୍ନତି ବିଶ୍ଵାସୀମାନେ ସମସ୍ତେ ବିଜାତିମାନଙ୍କ ଉପରେ ସୁଦ୍ଧା ପବିତ୍ର ଆତ୍ମାଙ୍କ ଦାନ ବୃଷ୍ଟି କରାଯିବା ଦେଖି ଆଚମ୍ଵିତ ହେଲେ;
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 46 (ORV)
କାରଣ ସେମାନେ ସେମାନଙ୍କୁ ବିଭିନ୍ନ ଭାଷାରେ କଥା କହୁଥିବା ଓ ଈଶ୍ଵରଙ୍କ ପ୍ରଶଂସା କରୁଥିବା ଶୁଣୁଥିଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 47 (ORV)
ସେତେବେଳେ ପିତର ଉତ୍ତର ଦେଲେ, ଏହି ଯେଉଁ ଲୋକମାନେ ଆମ୍ଭମାନଙ୍କ ପରି ପବିତ୍ର ଆତ୍ମା ପ୍ରାପ୍ତ ହୋଇଅଛନ୍ତି, ଏମାନେ ଯେପରି ବାପ୍ତିଜିତ ନ ହୁଅନ୍ତି, ସେଥିନିମନ୍ତେ କି କେହି ଜଳ ନିଷେଧ କରି ପାରେ?
ରେରିତମାନଙ୍କ କାର୍ଯ୍ୟର ବିବରଣ 10 : 48 (ORV)
ପୁଣି, ସେ ସେମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ଦେବା ନିମନ୍ତେ ଆଦେଶ ଦେଲେ । ପରେ ସେମାନେ କିଛି ଦିନ ରହିବା ପାଇଁ ତାଙ୍କୁ ଅନୁରୋଧ କଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48

BG:

Opacity:

Color:


Size:


Font: