ଯୋହନଲିଖିତ ସୁସମାଚାର 4 : 1 (ORV)
ଯୀଶୁ ଯେ ଯୋହନଙ୍କ ଅପେକ୍ଷା ଅଧିକ ଶିଷ୍ୟ କରୁଅଛନ୍ତି ଓ ବାପ୍ତିସ୍ମ ଦେଉଅଛନ୍ତି
ଯୋହନଲିଖିତ ସୁସମାଚାର 4 : 2 (ORV)
(ଯଦ୍ୟପି ଯୀଶୁ ଆପେ ବାପ୍ତିସ୍ମ ଦେଉ ନ ଥିଲେ, ମାତ୍ର ତାହାଙ୍କ ଶିଷ୍ୟମାନେ ଦେଉଥିଲେ), ଏହା ଫାରୂଶୀମାନେ ଶୁଣିଅଛନ୍ତି ବୋଲି ଯେତେବେଳେ ପ୍ରଭୁ ଜାଣିଲେ,
ଯୋହନଲିଖିତ ସୁସମାଚାର 4 : 3 (ORV)
ସେତେବେଳେ ସେ ଯିହୁଦା ପ୍ରଦେଶ ପରିତ୍ୟାଗ କରି ପୁନର୍ବାର ଗାଲିଲୀକି ପ୍ରସ୍ଥାନ କଲେ ।
ଯୋହନଲିଖିତ ସୁସମାଚାର 4 : 4 (ORV)
କିନ୍ତୁ ଶମିରୋଣ ମଧ୍ୟ ଦେଇ ତାହାଙ୍କୁ ଯିବାକୁ ପଡ଼ିଲା ।
ଯୋହନଲିଖିତ ସୁସମାଚାର 4 : 5 (ORV)
ତେଣୁ ସେ ଯାଇ ଯାକୁବ ଆପଣା ପୁତ୍ର ଯୋଷେଫଙ୍କୁ ଯେଉଁ ଭୂମିଖଣ୍ତିକ ଦାନ କରିଥିଲେ, ସେଥିର ନିକଟବର୍ତ୍ତୀ ସୁଖାର ନାମକ ଶମିରୋଣର ଗୋଟିଏ ନଗରରେ ପହଞ୍ଚିଲେ;
ଯୋହନଲିଖିତ ସୁସମାଚାର 4 : 6 (ORV)
ସେହି ସ୍ଥାନରେ ଯାକୁବଙ୍କ କୂପ ଥିଲା । ଅତଏବ, ଯୀଶୁ ପଥଶ୍ରା; ହୋଇଥିବାରୁ ସେହି କୂପ ନିକଟରେ ବସିପଡ଼ିଲେ । ସେତେବେଳେ ମଧ୍ୟାହ୍ନ ହୋଇଥିଲା ।
ଯୋହନଲିଖିତ ସୁସମାଚାର 4 : 7 (ORV)
ଆଉ, ଜଣେ ଶମିରୋଣୀୟା ସ୍ତ୍ରୀ ପାଣି କାଢ଼ିବା ନିମନ୍ତେ ଆସିଲା । ଯୀଶୁ ତାହାକୁ କହିଲେ, ମୋତେ ପିଇବାକୁ ଦିଅ ।
ଯୋହନଲିଖିତ ସୁସମାଚାର 4 : 8 (ORV)
କାରଣ ତାହାଙ୍କର ଶିଷ୍ୟମାନେ ଖାଦ୍ୟ କିଣିବା ନିମନ୍ତେ ନଗରକୁ ଯାଇଥିଲେ ।
ଯୋହନଲିଖିତ ସୁସମାଚାର 4 : 9 (ORV)
ସେଥିରେ ଶମିରୋଣୀୟା ସ୍ତ୍ରୀ ତାହାଙ୍କୁ କହିଲା, ଆପଣ ଜଣେ ଯିହୁଦୀ ହୋଇ କିପରି ଶମିରୋଣୀୟା ସ୍ତ୍ରୀ ଯେ ମୁଁ, ମୋʼ ହାତରୁ ପିଇବାକୁ ମାଗୁଅଛନ୍ତି? କାରଣ ଶମିରୋଣୀୟମାନଙ୍କ ସହିତ ଯିହୁଦୀମାନଙ୍କର ବ୍ୟବହାର ନାହିଁ ।
ଯୋହନଲିଖିତ ସୁସମାଚାର 4 : 10 (ORV)
ଯୀଶୁ ତାହାକୁ ଉତ୍ତର ଦେଲେ, ଈଶ୍ଵରଙ୍କ ଦାନ ଓ ମୋତେ ପିଇବାକୁ ଦିଅ ବୋଲି ଯେ ତୁମ୍ଭକୁ କହୁଅଛନ୍ତି, ସେ କିଏ, ଏହା ଯେବେ ଜାଣିଥାଆନ୍ତ, ତାହାହେଲେ ତୁମ୍ଭେ ତାହାଙ୍କୁ ମାଗିଥାଆନ୍ତ, ଆଉ ସେ ତୁମ୍ଭକୁ ଜୀବନ୍ତ ଜଳ ଦେଇଥାଆନ୍ତେ ।
ଯୋହନଲିଖିତ ସୁସମାଚାର 4 : 11 (ORV)
ସେହି ସ୍ତ୍ରୀଲୋକ ତାହାଙ୍କୁ କହିଲା, ମହାଶୟ, ଜଳ କାଢ଼ିବା ନିମନ୍ତେ ଆପଣଙ୍କ ନିକଟରେ କୌଣସି ପାତ୍ର ନାହିଁ, ପୁଣି କୂଅ ତ ଗହୀର; ତେବେ ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇଅଛନ୍ତି?
ଯୋହନଲିଖିତ ସୁସମାଚାର 4 : 12 (ORV)
ଆମ୍ଭମାନଙ୍କର ଯେଉଁ ପିତୃପୁରୁଷ ଯାକୁବ ଆମ୍ଭମାନଙ୍କୁ ଏହି କୂଅ ଦେଇଥିଲେ, ଆଉ ଆପେ, ପୁଣି ତାଙ୍କ ପୁତ୍ରମାନେ ଓ ପଶୁପଲ ଏଥିରୁ ପାନ କରିଥିଲେ, ତାଙ୍କଠାରୁ କି ଆପଣ ଶ୍ରେଷ୍ଠ?
ଯୋହନଲିଖିତ ସୁସମାଚାର 4 : 13 (ORV)
ଯୀଶୁ ତାହାକୁ ଉତ୍ତର ଦେଲେ, ଯେକେହି ଏହି ଜଳ ପାନ କରେ, ସେ ପୁନର୍ବାର ତୃଷିତ ହେବ;
ଯୋହନଲିଖିତ ସୁସମାଚାର 4 : 14 (ORV)
କିନ୍ତୁ ମୁଁ ଯେଉଁ ଜଳ ଦେବି, ତାହା ଯେକେହି ପାନ କରିବ, ସେ କେବେ ହେଁ ତୃଷାର୍ତ୍ତ ହେବ ନାହିଁ, ବରଂ ମୁଁ ତାହାକୁ ଯେଉଁ ଜଳ ଦେବି, ତାହା ଅନ; ଜୀବନଦାୟକ ଜଳର ନିର୍ଝର ସ୍ଵରୂପେ ତାହାଠାରେ ଉଚ୍ଛୁଳି ଉଠୁଥିବ ।
ଯୋହନଲିଖିତ ସୁସମାଚାର 4 : 15 (ORV)
ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ମୋତେ ଯେପରି ଶୋଷ ନ ଲାଗେ, ପୁଣି ପାଣି କାଢ଼ିବା ନିମନ୍ତେ ଏତେ ବାଟ ଏଠାକୁ ଆସିବାକୁ ନ ପଡ଼େ, ଏଥିନିମନ୍ତେ ମୋତେ ସେହି ଜଳ ଦିଅନ୍ତୁ ।
ଯୋହନଲିଖିତ ସୁସମାଚାର 4 : 16 (ORV)
ଯୀଶୁ ତାକୁ କହିଲେ, ଯାଅ, ତୁମ୍ଭ ସ୍ଵାମୀକି ଡାକି ଏଠାକୁ ଆସ ।
ଯୋହନଲିଖିତ ସୁସମାଚାର 4 : 17 (ORV)
ସ୍ତ୍ରୀଲୋକଟି ତାହାଙ୍କୁ ଉତ୍ତର ଦେଲା, ମୋର ସ୍ଵାମୀ ନାହିଁ । ଯୀଶୁ ତାଙ୍କୁ କହିଲେ, ମୋହର ସ୍ଵାମୀ ନାହିଁ, ଏହା ତ ଠିକ୍ କହିଲ;
ଯୋହନଲିଖିତ ସୁସମାଚାର 4 : 18 (ORV)
କାରଣ ତୁମ୍ଭର ପାଞ୍ଚ ସ୍ଵାମୀ ଥିଲେ, ଆଉ ବର୍ତ୍ତମାନ ତୁମ୍ଭ ପାଖରେ ଯେ ଅଛି, ସେ ତୁମ୍ଭର ସ୍ଵାମୀ ନୁହେଁ; ଏହା ସତ୍ୟ କହିଅଛ ।
ଯୋହନଲିଖିତ ସୁସମାଚାର 4 : 19 (ORV)
ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ଆପଣ ଯେ ଜଣେ ଭାବବାଦୀ, ଏହା ମୁଁ ଜାଣି ପାରୁଅଛି ।
ଯୋହନଲିଖିତ ସୁସମାଚାର 4 : 20 (ORV)
ଆମ୍ଭମାନଙ୍କ ପିତୃପୁରୁଷମାନେ ଏହି ପର୍ବତରେ ଉପାସନା କଲେ; ଆଉ, ଆପଣମାନେ କହୁଅଛନ୍ତି, ଯେଉଁ ସ୍ଥାନରେ ଉପାସନା କରିବା ଉଚିତ, ତାହା ଯିରୂଶାଲମରେ ଅଛି ।
ଯୋହନଲିଖିତ ସୁସମାଚାର 4 : 21 (ORV)
ଯୀଶୁ ତାହାକୁ କହିଲେ, ଆଗୋ ନାରୀ, ମୋʼ କଥା ବିଶ୍ଵାସ କର, ଯେଉଁ ସମୟରେ ତୁମ୍ଭେମାନେ ଏହି ପର୍ବତରେ କିମ୍ଵା ଯିରୂଶାଲମରେ ପିତାଙ୍କର ଉପାସନା କରିବ ନାହିଁ, ଏପରି ସମୟ ଆସୁଅଛି ।
ଯୋହନଲିଖିତ ସୁସମାଚାର 4 : 22 (ORV)
ଯାହା ତୁମ୍ଭେମାନେ ଜାଣ ନାହିଁ, ତାହା ଉପାସନା କରୁଥାଅ; ଯାହାଙ୍କୁ ଆମ୍ଭେମାନେ ଜାଣୁ, ତାହାଙ୍କୁ ଉପାସନା କରୁଥାଉ, କାରଣ ପରିତ୍ରାଣ ଯିହୁଦୀମାନଙ୍କ ମଧ୍ୟରୁ ଆସେ ।
ଯୋହନଲିଖିତ ସୁସମାଚାର 4 : 23 (ORV)
କିନ୍ତୁ ଯେଉଁ ସମୟରେ ସତ୍ୟ ଉପାସକମାନେ ଆତ୍ମାରେ ଓ ସତ୍ୟରେ ପିତାଙ୍କର ଉପାସନା କରିବେ, ସେପରି ସମୟ ଆସୁଅଛି; ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ; କାରଣ ପିତା ଏହିପ୍ରକାର ଉପାସକ ଚାହାନ୍ତି ।
ଯୋହନଲିଖିତ ସୁସମାଚାର 4 : 24 (ORV)
ଈଶ୍ଵର ଆତ୍ମା, ପୁଣି ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ଆତ୍ମାରେ ଓ ସତ୍ୟରେ ଉପାସନା କରିବା ସେମାନଙ୍କର ଉଚିତ ।
ଯୋହନଲିଖିତ ସୁସମାଚାର 4 : 25 (ORV)
ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମସୀହ, ଯାହାଙ୍କୁ ଖ୍ରୀଷ୍ଟ କହନ୍ତି, ସେ ଆସୁଅଛନ୍ତି ବୋଲି ମୁଁ ଜାଣେ; ଯେତେବେଳେ ସେ ଆସିବେ, ସେ ଆମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ ।
ଯୋହନଲିଖିତ ସୁସମାଚାର 4 : 26 (ORV)
ଯୀଶୁ ତାହାକୁ କହିଲେ, ତୁମ୍ଭ ସହିତ କଥା କହୁଅଛି ଯେ ମୁଁ, ମୁଁ ସେହି ଅଟେ ।
ଯୋହନଲିଖିତ ସୁସମାଚାର 4 : 27 (ORV)
ଏପରି ସମୟରେ ତାହାଙ୍କର ଶିଷ୍ୟମାନେ ଆସି ତାହାଙ୍କୁ ଜଣେ ସ୍ତ୍ରୀଲୋକ ସହିତ କଥାବାର୍ତ୍ତା କରୁଥିବା ଦେଖି ଚମତ୍କୃତ ହେଲେ, ତଥାପି ଆପଣ କଅଣ ଚାହାନ୍ତି, କିମ୍ଵା କାହିଁକି ତାହା ସାଙ୍ଗରେ କଥା କହୁଅଛନ୍ତି, ଏହା କେହି ପଚାରିଲେ ନାହିଁ ।
ଯୋହନଲିଖିତ ସୁସମାଚାର 4 : 28 (ORV)
ସେଥିରେ ସେହି ସ୍ତ୍ରୀ ଆପଣା ଜଳପାତ୍ର ଥୋଇଦେଇ ନଗରକୁ ଯାଇ ଲୋକମାନଙ୍କୁ କହିଲା, ଆସ, ଜଣଙ୍କୁ ଦେଖିବ,
ଯୋହନଲିଖିତ ସୁସମାଚାର 4 : 29 (ORV)
ମୁଁ ଯାହା ଯାହା କରିଅଛି, ସେହିସବୁ ସେ ମୋତେ କହିଲେ; ସେ କେଜାଣି ଖ୍ରୀଷ୍ଟ ହେବେ ପରା?
ଯୋହନଲିଖିତ ସୁସମାଚାର 4 : 30 (ORV)
ଏଥିରେ ଲୋକେ ନଗରରୁ ବାହାରି ତାହାଙ୍କ ନିକଟକୁ ଯିବାକୁ ଲାଗିଲେ ।
ଯୋହନଲିଖିତ ସୁସମାଚାର 4 : 31 (ORV)
ଇତିମଧ୍ୟରେ ଶିଷ୍ୟମାନେ ତାହାଙ୍କୁ ଅନୁରୋଧ କରି କହିଲେ, ହେ ଗୁରୁ, ଭୋଜନ କରିବା ହେଉନ୍ତୁ ।
ଯୋହନଲିଖିତ ସୁସମାଚାର 4 : 32 (ORV)
କିନ୍ତୁ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଯେଉଁ ଖାଦ୍ୟ ବିଷୟ ଜାଣ ନାହିଁ, ଭୋଜନ କରିବା ନିମନ୍ତେ ମୋହର ଏପରି ଖାଦ୍ୟ ଅଛି ।
ଯୋହନଲିଖିତ ସୁସମାଚାର 4 : 33 (ORV)
ତେଣୁଶିଷ୍ୟମାନେ ପରସ୍ପର କହିବାକୁ ଲାଗିଲେ, କେହି ତାହାଙ୍କୁ ଖାଦ୍ୟ ଆଣି ଦେଇଛି ପରା?
ଯୋହନଲିଖିତ ସୁସମାଚାର 4 : 34 (ORV)
ଯୀଶୁ ସେମାନଙ୍କୁ କହିଲେ, ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବା ଓ ତାହାଙ୍କର କାର୍ଯ୍ୟ ସମାପ୍ତ କରିବା, ଏହା ହିଁ ମୋହର ଖାଦ୍ୟ ।
ଯୋହନଲିଖିତ ସୁସମାଚାର 4 : 35 (ORV)
ଶସ୍ୟ କାଟିବାକୁ ଆହୁରି ଚାରି ମାସ ଅଛି, ଏହା କି ତୁମ୍ଭେମାନେ କହୁ ନାହଁ? ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି, କ୍ଷେତ୍ରଗୁଡ଼ିକ ପ୍ରତି ଦୃଷ୍ଟିପାତ କର; ସେହିସବୁ କଟାଯିବା ନିମନ୍ତେ ପାଚିଗଲାଣି ।
ଯୋହନଲିଖିତ ସୁସମାଚାର 4 : 36 (ORV)
ଏବେ ସୁଦ୍ଧା କଟାଳି ମୂଲ ପାଉଅଛି ଓ ଅନ; ଜୀବନ ନିମନ୍ତେ ଫଳ ସଂଗ୍ରହ କରୁଅଛି, ଯେପରି ବୁଣାଳି ଓ କଟାଳି ଉଭୟ ମିଳି ଆନନ୍ଦ କରନ୍ତି ।
ଯୋହନଲିଖିତ ସୁସମାଚାର 4 : 37 (ORV)
କାରଣ ଜଣେ ବୁଣେ ଓ ଅନ୍ୟ ଜଣେ କାଟେ, ଏହି କଥା ଏ ସମ୍ଵନ୍ଧରେ ସତ୍ୟ ।
ଯୋହନଲିଖିତ ସୁସମାଚାର 4 : 38 (ORV)
ତୁମ୍ଭେମାନେ ଯାହା ନିମନ୍ତେ ପରିଶ୍ରମ କରି ନାହଁ, ତାହା କାଟିବା ପାଇଁ ମୁଁ ତୁମ୍ଭମାନଙ୍କୁ ପଠାଇଲି; ଅନ୍ୟମାନେ ପରିଶ୍ରମ କରିଅଛନ୍ତି, ଆଉ ତୁମ୍ଭେମାନେ ସେମାନଙ୍କ ପରିଶ୍ରମର ଫଳ ପାଉଅଛ ।
ଯୋହନଲିଖିତ ସୁସମାଚାର 4 : 39 (ORV)
ମୁଁ ଯାହା ଯାହା କରିଅଛି, ସେହିସବୁ ସେ ମୋତେ କହିଲେ ବୋଲି ଯେଉଁ ସ୍ତ୍ରୀଲୋକ ସାକ୍ଷ୍ୟ ଦେଇଥିଲା, ତାହାର କଥା ହେତୁ ସେହି ନଗରର ଶମିରୋଣୀୟମାନଙ୍କ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ଵାସ କଲେ ।
ଯୋହନଲିଖିତ ସୁସମାଚାର 4 : 40 (ORV)
ଅତଏବ, ସେହି ଶମିରୋଣୀୟମାନେ ତାହାଙ୍କ ନିକଟକୁ ଆସି ସେମାନଙ୍କ ସହିତ ରହିବା ନିମନ୍ତେ ତାହାଙ୍କୁ ଅନୁରୋଧ କଲେ, ଆଉ ସେ ଦୁଇ ଦିନ ସେ ସ୍ଥାନରେ ରହିଲେ ।
ଯୋହନଲିଖିତ ସୁସମାଚାର 4 : 41 (ORV)
ପୁଣି, ତାହାଙ୍କ ବାକ୍ୟ ହେତୁ ଆହୁରି ଅନେକ ଲୋକ ବିଶ୍ଵାସ କଲେ;
ଯୋହନଲିଖିତ ସୁସମାଚାର 4 : 42 (ORV)
ଆଉ, ସେମାନେ ସେହି ସ୍ତ୍ରୀଲୋକକୁ କହିଲେ, ଏବେ ତୁମ୍ଭ କଥା ହେତୁ ଆମ୍ଭେମାନେ ବିଶ୍ଵାସ କରୁ ନାହୁଁ, କାରଣ ଆମ୍ଭେମାନେ ନିଜେ ନିଜେ ଶୁଣିଅଛୁ, ପୁଣି ଏ ଯେ ପ୍ରକୃତରେ ଜଗତର ତ୍ରାଣକର୍ତ୍ତା, ଏହା ଆମ୍ଭେମାନେ ଜାଣିଅଛୁ ।
ଯୋହନଲିଖିତ ସୁସମାଚାର 4 : 43 (ORV)
ସେହି ଦୁଇ ଦିନ ପରେ ସେ ସେଠାରୁ ବାହାରି ଗାଲିଲୀକି ଗଲେ ।
ଯୋହନଲିଖିତ ସୁସମାଚାର 4 : 44 (ORV)
କାରଣ ଭାବବାଦୀ ସ୍ଵଦେଶରେ ଆଦର ପାଆନ୍ତି ନାହିଁ ବୋଲି ଯୀଶୁ ଆପେ ସାକ୍ଷ୍ୟ ଦେଲେ ।
ଯୋହନଲିଖିତ ସୁସମାଚାର 4 : 45 (ORV)
ପୁଣି, ସେ ଗାଲିଲୀକି ଆସନ୍ତେ, ପର୍ବ ସମୟରେ ସେ ଯିରୂଶାଲମରେ ଯାହା ଯାହା କରିଥିଲେ, ସେହିସବୁ ଦେଖିଥିବାରୁ ଗାଲିଲୀୟମାନେ ତାହାଙ୍କୁ ଗ୍ରହଣ କଲେ, ଯେଣୁ ସେମାନେ ମଧ୍ୟ ପର୍ବକୁ ଯାଇଥିଲେ ।
ଯୋହନଲିଖିତ ସୁସମାଚାର 4 : 46 (ORV)
ଏଥିମଧ୍ୟରେ ଗାଲିଲୀର ଯେଉଁ କାନ୍ନା ନଗରରେ ସେ ଜଳକୁ ଦ୍ରାକ୍ଷାରସ କରିଥିଲେ, ସେ ସ୍ଥାନକୁ ସେ ପୁନର୍ବାର ଗଲେ । ଆଉ ଜଣେ ରାଜକର୍ମଚାରୀ ଥିଲେ, ତାଙ୍କ ପୁତ୍ର କଫର୍ନାହୂମରେ ପୀଡ଼ିତ ଥିଲା ।
ଯୋହନଲିଖିତ ସୁସମାଚାର 4 : 47 (ORV)
ଯୀଶୁ ଯିହୁଦା ପ୍ରଦେଶରୁ ଗାଲିଲୀକି ବାହାରି ଆସିଅଛନ୍ତି, ଏହା ଶୁଣି ସେ ତାହାଙ୍କ ନିକଟକୁ ଯାଇ ସେ ଯେପରି ଆସି ତାଙ୍କ ପୁତ୍ରକୁ ସୁସ୍ଥ କରନ୍ତି, ଏଥିପାଇଁ ତାହାଙ୍କୁ ଅନୁରୋଧ କରିବାକୁ ଲାଗିଲେ, କାରଣ ସେ ମୃତବତ୍ ହୋଇଥିଲା ।
ଯୋହନଲିଖିତ ସୁସମାଚାର 4 : 48 (ORV)
ସେଥିରେ ଯୀଶୁ ତାଙ୍କୁ କହିଲେ, ଚିହ୍ନ ଓ ଅଦ୍ଭୁତ କର୍ମମାନ ନ ଦେଖିଲେ ତୁମ୍ଭେମାନେ କୌଣସି ପ୍ରକାରେ ବିଶ୍ଵାସ କରିବ ନାହିଁ ।
ଯୋହନଲିଖିତ ସୁସମାଚାର 4 : 49 (ORV)
ରାଜକର୍ମଚାରୀ ତାହାଙ୍କୁ କହିଲେ, ହେ ପ୍ରଭୁ, ମୋହର ପିଲାଟି ମରିବା ପୂର୍ବରୁ ଆସନ୍ତୁ ।
ଯୋହନଲିଖିତ ସୁସମାଚାର 4 : 50 (ORV)
ଯୀଶୁ ତାଙ୍କୁ କହିଲେ, ଯାଅ, ତୁମ୍ଭର ପୁଅ ବଞ୍ଚିଲାଣି । ଯୀଶୁ ସେହି ବ୍ୟକ୍ତିଙ୍କି ଯେଉଁ ବାକ୍ୟ କହିଲେ, ସେ ତାହା ବିଶ୍ଵାସ କରି ଚାଲିଗଲେ ।
ଯୋହନଲିଖିତ ସୁସମାଚାର 4 : 51 (ORV)
ପୁଣି, ସେ ଯାଉ ଯାଉ ତାଙ୍କ ଦାସମାନେ ତାଙ୍କୁ ଭେଟି ତାଙ୍କର ପୁତ୍ର ବଞ୍ଚିଲାଣି ବୋଲି କହିଲେ ।
ଯୋହନଲିଖିତ ସୁସମାଚାର 4 : 52 (ORV)
ତେଣୁ କେଉଁ ଦଣ୍ତରେ ତାହାର ଉପଶମ ହେଲା, ତାହା ସେ ସେମାନଙ୍କୁ ପଚାରିଲେ । ସେଥିରେ ସେମାନେ ତାଙ୍କୁ କହିଲେ, କାଲି ସାତଟାବେଳେ ତାହାକୁ ଜ୍ଵର ଛାଡ଼ିଗଲା ।
ଯୋହନଲିଖିତ ସୁସମାଚାର 4 : 53 (ORV)
ଏଥିରେ ପିତା ବୁଝିଲେ ଯେ, ଯୀଶୁ ଯେଉଁ ଦଣ୍ତରେ ତୁମ୍ଭର ପୁତ୍ର ବଞ୍ଚିଲାଣି ବୋଲି ତାଙ୍କୁ କହିଥିଲେ, ଠିକ୍ ସେହି ଦଣ୍ତରେ ଏହା ଘଟିଥିଲା । ଆଉ, ସେ ଆପେ ଓ ତାଙ୍କ ସମସ୍ତ ପରିବାର ବିଶ୍ଵାସ କଲେ ।
ଯୋହନଲିଖିତ ସୁସମାଚାର 4 : 54 (ORV)
ଯିହୁଦାରୁ ପୁର୍ନବାର ଗାଲିଲୀକି ଆସି ଯୀଶୁ ଏହି ଦ୍ଵିତୀୟ ଆଶ୍ଚର୍ଯ୍ୟକର୍ମ ସାଧନ କଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54

BG:

Opacity:

Color:


Size:


Font: