ଲୂକଲିଖିତ ସୁସମାଚାର 9 : 1 (ORV)
ଇତିମଧ୍ୟରେ ସେ ଦ୍ଵାଦଶଙ୍କୁ ଡାକି ଏକତ୍ର କରି ସେମାନଙ୍କୁ ସମସ୍ତ ଭୂତ ଉପରେ, ପୁଣି ରୋଗ ଆରୋଗ୍ୟ କରିବା ନିମନ୍ତେ ଶକ୍ତି ଓ ଅଧିକାର ଦେଲେ ।
ଲୂକଲିଖିତ ସୁସମାଚାର 9 : 2 (ORV)
ଆଉ, ସେ ସେମାନଙ୍କୁ ଈଶ୍ଵରଙ୍କ ରାଜ୍ୟ ଘୋଷଣା ଓ ରୋଗୀମାନଙ୍କୁ ସୁସ୍ଥ କରିବା ନିମନ୍ତେ ପ୍ରେରଣ କଲେ,
ଲୂକଲିଖିତ ସୁସମାଚାର 9 : 3 (ORV)
ଏବଂ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ଯାତ୍ରା ନିମନ୍ତେ ବାଡ଼ି କି ଝୋଲି କି ରୋଟୀ କି ଟଙ୍କା କିଛି ହିଁ ନିଅ ନାହିଁ, କିମ୍ଵା ଦୁଇଟି ଅଙ୍ଗରଖା ସାଙ୍ଗରେ ରଖ ନାହିଁ ।
ଲୂକଲିଖିତ ସୁସମାଚାର 9 : 4 (ORV)
ଆଉ, ତୁମ୍ଭେମାନେ ଯେକୌଣସି ଗୃହରେ ପ୍ରବେଶ କରିବ, ସେସ୍ଥାନରୁ ପ୍ରସ୍ଥାନ ନ କରିବା ପର୍ଯ୍ୟନ୍ତ ସେଠାରେ ରୁହ ।
ଲୂକଲିଖିତ ସୁସମାଚାର 9 : 5 (ORV)
ଆଉ, ଯେତେ ଲୋକ ତୁମ୍ଭମାନଙ୍କୁ ଗ୍ରହଣ ନ କରନ୍ତି, ସେହି ନଗରରୁ ପ୍ରସ୍ଥାନ କରିବା ସମୟରେ ସେମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦରୁ ଧୂଳି ଝାଡ଼ିପକାଅ ।
ଲୂକଲିଖିତ ସୁସମାଚାର 9 : 6 (ORV)
ସେଥିରେ ସେମାନେ ପ୍ରସ୍ଥାନ କରି ସର୍ବତ୍ର ସୁସମାଚାର ପ୍ରଚାର ଓ ସୁସ୍ଥ କରୁ କରୁ ଗ୍ରାମେ ଗ୍ରାମେ ଭ୍ରମଣ କରିବାକୁ ଲାଗିଲେ ।
ଲୂକଲିଖିତ ସୁସମାଚାର 9 : 7 (ORV)
ଇତିମଧ୍ୟରେ ସାମ; ରାଜା ହେରୋଦ ଏହିସମସ୍ତ ଘଟଣା ବିଷୟ ଶୁଣି ହତବୁଦ୍ଧି ହେଲେ, କାରଣ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି ବୋଲି କେହି କେହି କହୁଥିଲେ;
ଲୂକଲିଖିତ ସୁସମାଚାର 9 : 8 (ORV)
ପୁଣି, କେହି କେହି ଏଲୀୟ ଦର୍ଶନ ଦେଇଅଛନ୍ତି ଏବଂ ଅନ୍ୟମାନେ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହୋଇଅଛନ୍ତି ବୋଲି କହୁଥିଲେ ।
ଲୂକଲିଖିତ ସୁସମାଚାର 9 : 9 (ORV)
କିନ୍ତୁ ହେରୋଦ କହିଲେ, ଯୋହନଙ୍କ ମସ୍ତକ ଆମ୍ଭେ ତ ଛେଦନ କରିଅଛୁ, ମାତ୍ର ଯାହାଙ୍କ ବିଷୟରେ ଆମ୍ଭେ ଏପ୍ରକାର କଥା ଶୁଣୁଅଛୁ, ଏ କିଏ? ଆଉ, ସେ ତାହାଙ୍କୁ ଦେଖିବା ନିମନ୍ତେ ଚେଷ୍ଟା କରୁଥିଲେ ।
ଲୂକଲିଖିତ ସୁସମାଚାର 9 : 10 (ORV)
ପରେ ପ୍ରେରିତମାନେ ବାହୁଡ଼ିଆସି, ଯାହା ଯାହା କରିଥିଲେ, ସେହିସବୁ ତାହାଙ୍କ ନିକଟରେ ବର୍ଣ୍ଣନା କଲେ । ଆଉ, ସେ ସେମାନଙ୍କୁ ସାଙ୍ଗରେ ଘେନି ଅନ୍ତର ହୋଇ ବେଥ୍ସାଇଦା ନାମକ ନଗରକୁ ପ୍ରସ୍ଥାନ କଲେ ।
ଲୂକଲିଖିତ ସୁସମାଚାର 9 : 11 (ORV)
କିନ୍ତୁ ଲୋକସମୂହ ତାହା ଜାଣି ତାହାଙ୍କର ପଶ୍ଚାଦ୍ଗମନ କଲେ; ପୁଣି, ସେ ସଦୟ ହୋଇ ସେମାନଙ୍କୁ ଗ୍ରହଣ କରି ଈଶ୍ଵରଙ୍କ ରାଜ୍ୟ ବିଷୟ ସେମାନଙ୍କୁ କହିବାକୁ ଲାଗିଲେ, ଆଉ ଯେଉଁମାନଙ୍କର ସୁସ୍ଥ ହେବାର ପ୍ରୟୋଜନ ଥିଲା, ସେମାନଙ୍କୁ ସୁସ୍ଥ କଲେ ।
ଲୂକଲିଖିତ ସୁସମାଚାର 9 : 12 (ORV)
ଇତିମଧ୍ୟରେ ଦିବା ଅବସାନ ହେବାକୁ ଲାଗିଲା; ସେଥିରେ ଦ୍ଵାଦଶ ତାହାଙ୍କ ନିକଟକୁ ଆସି କହିଲେ, ଲୋକସମୂହ ଯେପରି ଚତୁର୍ଦ୍ଦିଗର ଗ୍ରାମ ଓ ପଲ୍ଳୀଗୁଡ଼ିକୁ ଯାଇ ବସା ଓ ଖାଦ୍ୟ ପାଇ ପାରନ୍ତି, ସେଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ, କାରଣ ଆମ୍ଭେମାନେ ଏଠାରେ ନିର୍ଜ୍ଜନ ସ୍ଥାନରେ ଅଛୁ ।
ଲୂକଲିଖିତ ସୁସମାଚାର 9 : 13 (ORV)
କିନ୍ତୁ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ । ସେମାନେ କହିଲେ, ଆମ୍ଭମାନଙ୍କ ପାଖରେ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛରୁ ଅଧିକ ନାହିଁ; ତାହାହେଲେ ଆମ୍ଭେମାନେ କଅଣ ଯାଇ ଏହିସମସ୍ତ ଲୋକଙ୍କ ନିମନ୍ତେ ଖାଦ୍ୟ କିଣିବା?
ଲୂକଲିଖିତ ସୁସମାଚାର 9 : 14 (ORV)
କାରଣ ସେମାନେ ପ୍ରାୟ ପାଞ୍ଚହଜାର ପୁରୁଷ ଥିଲେ । ଆଉ, ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ପ୍ରାୟ ପଚାଶ ପଚାଶ ଜଣ କରି ସେମାନଙ୍କୁ ଦଳ ଦଳ କରି ବସାଅ ।
ଲୂକଲିଖିତ ସୁସମାଚାର 9 : 15 (ORV)
ସେଥିରେ ସେମାନେ ସେହିପରି ସମସ୍ତଙ୍କୁ ବସାଇଲେ ।
ଲୂକଲିଖିତ ସୁସମାଚାର 9 : 16 (ORV)
ଆଉ, ସେ ସେହି ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଘେନି ସ୍ଵର୍ଗଆଡ଼େ ଊର୍ଦ୍ଧ୍ଵଦୃଷ୍ଟି କରି ସେହିସବୁ ଆଶୀର୍ବାଦ କଲେ, ପୁଣି ଭାଙ୍ଗି ଲୋକସମୂହକୁ ପରିବେଷଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ ।
ଲୂକଲିଖିତ ସୁସମାଚାର 9 : 17 (ORV)
ସେଥିରେ ସମସ୍ତେ ଭୋଜନ କରି ତୃପ୍ତ ହେଲେ, ଆଉ ସେମାନେ ସେମାନଙ୍କ ନିକଟରେ ବଳିଥିବା ବାର ଟୋକାଇ ଭଙ୍ଗା ଖଣ୍ତ ଉଠାଇନେଲେ ।
ଲୂକଲିଖିତ ସୁସମାଚାର 9 : 18 (ORV)
ଥରେ ସେ ନିରୋଳରେ ପ୍ରାର୍ଥନା କରୁଥିବା ସମୟରେ ଶିଷ୍ୟମାନେ ତାହାଙ୍କ ସାଙ୍ଗରେ ଥିଲେ, ଆଉ ସେ ସେମାନଙ୍କୁ ପଚାରିଲେ, ମୁଁ କିଏ ବୋଲି ଲୋକ-ସାଧାରଣ କଅଣ କହନ୍ତି?
ଲୂକଲିଖିତ ସୁସମାଚାର 9 : 19 (ORV)
ଏଥିରେ ସେମାନେ ଉତ୍ତର ଦେଲେ, ବାପ୍ତିଜକ ଯୋହନ, କିନ୍ତୁ କେହି କେହି କହନ୍ତି, ଏଲୀୟ, ଆଉ କେହି କେହି କହନ୍ତି, ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହୋଇଅଛନ୍ତି ।
ଲୂକଲିଖିତ ସୁସମାଚାର 9 : 20 (ORV)
ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ? ପିତର ଉତ୍ତର ଦେଲେ, ଈଶ୍ଵରଙ୍କ ଖ୍ରୀଷ୍ଟ ।
ଲୂକଲିଖିତ ସୁସମାଚାର 9 : 21 (ORV)
ସେଥିରେ ସେ ଏହା କାହାକୁ ନ କହିବା ପାଇଁ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ,
ଲୂକଲିଖିତ ସୁସମାଚାର 9 : 22 (ORV)
ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ଵାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି ତୃତୀୟ ଦିବସରେ ଉତ୍ଥିତ ହେବାକୁ ହେବ ।
ଲୂକଲିଖିତ ସୁସମାଚାର 9 : 23 (ORV)
ସେତେବେଳେ ସେ ସମସ୍ତଙ୍କୁ କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ଵୀକାର କରୁ, ପୁଣି ପ୍ରତିଦିନ ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ ।
ଲୂକଲିଖିତ ସୁସମାଚାର 9 : 24 (ORV)
କାରଣ ଯେକେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେକେହି ମୋʼ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ ।
ଲୂକଲିଖିତ ସୁସମାଚାର 9 : 25 (ORV)
ଆଉ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣାକୁ ବିନାଶ କରେ ବା ହରାଏ, ତେବେ ତାହାର କି ଲାଭ?
ଲୂକଲିଖିତ ସୁସମାଚାର 9 : 26 (ORV)
ଯେଣୁ ଯେକେହି ମୋର ଓ ମୋହର ବାକ୍ୟ ବିଷୟରେ ଲଜ୍ଜା ବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ଆପଣାର ଓ ପିତାଙ୍କର, ପୁଣି ପବିତ୍ର ଦୂତମାନଙ୍କର ମହିମାରେ ଆଗମନ କରିବେ, ସେତେବେଳେ ସେ ତାହା ବିଷୟରେ ଲଜ୍ଜା ବୋଧ କରିବେ ।
ଲୂକଲିଖିତ ସୁସମାଚାର 9 : 27 (ORV)
କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ଵରଙ୍କ ରାଜ୍ୟ ନ ଦେଖିବା ପର୍ଯ୍ୟନ୍ତ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ଵାଦ ପାଇବେ ନାହିଁ ।
ଲୂକଲିଖିତ ସୁସମାଚାର 9 : 28 (ORV)
ଏହିସମସ୍ତ ଘଟଣାର ପ୍ରାୟ ଆଠ ଦିନ ପରେ ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗରେ ଘେନି ପ୍ରାର୍ଥନା କରିବା ନିମନ୍ତେ ପର୍ବତ ଉପରକୁ ଗଲେ ।
ଲୂକଲିଖିତ ସୁସମାଚାର 9 : 29 (ORV)
ପୁଣି, ସେ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କ ମୁଖର ରୂପ ପରିବର୍ତ୍ତିତ ହେଲା ଏବଂ ତାହାଙ୍କ ବସ୍ତ୍ର ଶୁଭ୍ରବର୍ଣ୍ଣ ଓ ଅତ୍ୟ; ଉଜ୍ଜ୍ଵଳ ହେଲା ।
ଲୂକଲିଖିତ ସୁସମାଚାର 9 : 30 (ORV)
ଆଉ ଦେଖ, ମୋଶା ଓ ଏଲୀୟ, ଏହି ଦୁଇ ବ୍ୟକ୍ତି ତାହାଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ;
ଲୂକଲିଖିତ ସୁସମାଚାର 9 : 31 (ORV)
ସେମାନେ ଗୌରବରେ ଦର୍ଶନ ଦେଇ, ସେ ଯିରୂଶାଲମରେ ଯେଉଁ ମହାପ୍ରସ୍ଥାନ କରିବାକୁ ଉଦ୍ୟତ ଥିଲେ, ସେ ବିଷୟରେ କହୁଥିଲେ ।
ଲୂକଲିଖିତ ସୁସମାଚାର 9 : 32 (ORV)
ସେତେବେଳେ ପିତର ଓ ତାଙ୍କ ସଙ୍ଗୀମାନେ ନିଦ୍ରାରେ ଭାରାକ୍ରା; ଥିଲେ; କିନ୍ତୁ ସେମାନେ ସମ୍ପୂର୍ଣ୍ଣ ରୂପେ ଜାଗ୍ରତ ହୁଅନ୍ତେ ତାହାଙ୍କ ଗୌରବ ଓ ତାହାଙ୍କ ସହିତ ଠିଆ ହୋଇଥିବା ସେହି ଦୁଇ ବ୍ୟକ୍ତିଙ୍କି ଦେଖିଲେ ।
ଲୂକଲିଖିତ ସୁସମାଚାର 9 : 33 (ORV)
ପୁଣି, ସେମାନେ ତାହାଙ୍କଠାରୁ ପ୍ରସ୍ଥାନ କରିବା ସମୟରେ ପିତର ଯୀଶୁଙ୍କୁ କହିବାକୁ ଲାଗିଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ । କିନ୍ତୁ ସେ କଅଣ କହୁଅଛନ୍ତି, ତାହା ଜାଣିଲେ ନାହିଁ ।
ଲୂକଲିଖିତ ସୁସମାଚାର 9 : 34 (ORV)
ସେ ଏହା କହୁ କହୁ ଖଣ୍ତେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେମାନେ ମେଘରେ ପ୍ରବେଶ କରିବା ସମୟରେ ଭୀତ ହେଲେ ।
ଲୂକଲିଖିତ ସୁସମାଚାର 9 : 35 (ORV)
ପୁଣି, ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପୁତ୍ର, ଆମ୍ଭର ମନୋନୀତ, ଏହାଙ୍କ ବାକ୍ୟ ଶ୍ରବଣ କର ।
ଲୂକଲିଖିତ ସୁସମାଚାର 9 : 36 (ORV)
ଆଉ, ସେହି ବାଣୀ ହେଲା ଉତ୍ତାରେ ଯୀଶୁ ଏକାକୀ ଦେଖାଗଲେ । ପୁଣି, ସେମାନେ ନୀରବ ରହିଲେ, ଆଉ ଯାହା ଯାହା ଦେଖିଥିଲେ, ସେଥିର କୌଣସି କଥା ସେସମୟରେ କାହାକୁ କହିଲେ ନାହିଁ ।
ଲୂକଲିଖିତ ସୁସମାଚାର 9 : 37 (ORV)
ତହିଁ ଆରଦିନ ସେମାନେ ପର୍ବତରୁ ଓହ୍ଲାଇ ଆସନ୍ତେ, ବହୁସଂଖ୍ୟକ ଲୋକ ତାହାଙ୍କ ସହିତ ସାକ୍ଷାତ କଲେ ।
ଲୂକଲିଖିତ ସୁସମାଚାର 9 : 38 (ORV)
ଆଉ ଦେଖ, ଲୋକସମୂହ ମଧ୍ୟରୁ ଜଣେ ଉଚ୍ଚ ସ୍ଵରରେ କହିଲା, ହେ ଗୁରୁ, ମୁଁ ଆପଣଙ୍କୁ ନିବେଦନ କରୁଅଛି, ମୋʼ ପୁଅ ପ୍ରତି କୃପାଦୃଷ୍ଟି କରନ୍ତୁ, କାରଣ ସେ ମୋର ଗୋଟିଏ ବୋଲି ପିଲା;
ଲୂକଲିଖିତ ସୁସମାଚାର 9 : 39 (ORV)
ଦେଖନ୍ତୁ, ତାହାକୁ ଗୋଟିଏ ଭୂତ ଧରେ, ଆଉ ସେ ହଠାତ୍ ଚିତ୍କାର କରି ଉଠେ, ପୁଣି ସେ ତାହାକୁ ଏପରି ମୋଡ଼ିପକାଏ ଯେ, ତାହା ମୁହଁରୁ ଫେଣ ବାହାରେ, ପୁଣି ସେ ତାହାକୁ କ୍ଷତବିକ୍ଷତ କରି ତାହାଠାରୁ କଷ୍ଟରେ ବାହାରିଯାଏ ।
ଲୂକଲିଖିତ ସୁସମାଚାର 9 : 40 (ORV)
ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ନିବେଦନ କରିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ ।
ଲୂକଲିଖିତ ସୁସମାଚାର 9 : 41 (ORV)
ଯୀଶୁ ଉତ୍ତର ଦେଲେ, ଆରେ ଅବିଶ୍ଵାସୀ ଓ ବିପଥଗାମୀ ବଂଶ, କେତେକାଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ରହି ତୁମ୍ଭମାନଙ୍କ ବ୍ୟବହାର ସହିବି? ତୁମ୍ଭର ପୁଅକୁ ଏଠିକି ଘେନିଆସ ।
ଲୂକଲିଖିତ ସୁସମାଚାର 9 : 42 (ORV)
ସେ ଆସୁ ଆସୁ ଭୂତ ତାହାକୁ ତଳେ ପକାଇଦେଇ ଭୟଙ୍କର ଭାବରେ ମୋଡ଼ିପକାଇଲା, କିନ୍ତୁ ଯୀଶୁ ଅଶୁଚି ଆତ୍ମାକୁ ଧମକ ଦେଲେ ଓ ବାଳକକୁ ସୁସ୍ଥ କରି ତାହାକୁ ତାହାର ପିତାର ହସ୍ତରେ ସମର୍ପଣ କଲେ ।
ଲୂକଲିଖିତ ସୁସମାଚାର 9 : 43 (ORV)
ସେଥିରେ ସମସ୍ତେ ଈଶ୍ଵରଙ୍କର ମହାଶକ୍ତି।। ସକାଶେ ଆଶ୍ଚର୍ଯ୍ୟାନ୍ଵିତ ହେଲେ । ମାତ୍ର ତାହାଙ୍କ କୃତ ସମସ୍ତ କାର୍ଯ୍ୟ ସକାଶେ ସମସ୍ତେ ଚମତ୍କୃତ ହେଉଥିବା ସମୟରେ ସେ ଆପଣା ଶିଷ୍ୟମାନଙ୍କୁ କହିଲେ,
ଲୂକଲିଖିତ ସୁସମାଚାର 9 : 44 (ORV)
ଏହିସମସ୍ତ କଥା ତୁମ୍ଭମାନଙ୍କ କର୍ଣ୍ଣରେ ପ୍ରବେଶ କରାଅ; କାରଣ ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଅଛନ୍ତି ।
ଲୂକଲିଖିତ ସୁସମାଚାର 9 : 45 (ORV)
କିନ୍ତୁ ସେମାନେ ସେହି କଥା ବୁଝିଲେ ନାହିଁ, ଆଉ ତାହା ସେମାନଙ୍କଠାରୁ ଗୁପ୍ତ ଥିଲା, ଯେପରି ତାହା ସେମାନଙ୍କର ବୋଧଗମ୍ୟ ନ ହୁଏ, ପୁଣି ସେମାନେ ସେହି କଥା ସମ୍ଵନ୍ଧରେ ତାହାଙ୍କୁ ପଚାରିବାକୁ ଭୟ କରୁଥିଲେ ।
ଲୂକଲିଖିତ ସୁସମାଚାର 9 : 46 (ORV)
ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ, ସେ ବିଷୟରେ ସେମାନଙ୍କ ମଧ୍ୟରେ ତର୍କବିତର୍କ ହେଲା ।
ଲୂକଲିଖିତ ସୁସମାଚାର 9 : 47 (ORV)
କିନ୍ତୁ ଯୀଶୁ ସେମାନଙ୍କୁ ମନର ତର୍କବିତର୍କ ଜ୍ଞାତ ହୋଇ ଗୋଟିଏ ସାନ ପିଲାକୁ ଘେନି ଆପଣା ପାଖରେ ଠିଆ କରାଇ ସେମାନଙ୍କୁ କହିଲେ,
ଲୂକଲିଖିତ ସୁସମାଚାର 9 : 48 (ORV)
ଯେକେହି ମୋʼ ନାମରେ ଏହି ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେକେହି ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ; କାରଣ ତୁମ୍ଭ ସମସ୍ତଙ୍କ ମଧ୍ୟରେ ଯେ କ୍ଷୁଦ୍ର, ସେ ଶ୍ରେଷ୍ଠ ।
ଲୂକଲିଖିତ ସୁସମାଚାର 9 : 49 (ORV)
ସେଥିରେ ଯୋହନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଜଣକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବାର ଦେଖିଲୁ, ଆଉ ସେ ଆମ୍ଭମାନଙ୍କ ସାଙ୍ଗରେ ଆପଣଙ୍କ ଅନୁଗାମୀ ନ ହେବାରୁ ତାହାକୁ ମନା କଲୁ ।
ଲୂକଲିଖିତ ସୁସମାଚାର 9 : 50 (ORV)
କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ମନା କର ନାହିଁ, କାରଣ ଯେ ତୁମ୍ଭମାନଙ୍କର ବିପକ୍ଷ ନୁହେଁ, ସେ ତୁମ୍ଭମାନଙ୍କର ସପକ୍ଷ ।
ଲୂକଲିଖିତ ସୁସମାଚାର 9 : 51 (ORV)
ପରେ ଯେତେବେଳେ ତାହାଙ୍କର ଊର୍ଦ୍ଧ୍ଵରେ ଗୃହୀତ ହେବା ସମୟ ସମ୍ପୂର୍ଣ୍ଣ ହୋଇଆସୁଥିଲା, ସେତେବେଳେ ସେ ଯିରୂଶାଲମକୁ ଯିବା ନିମନ୍ତେ ଏକା; ଭାବରେ ମନକୁ ଦୃଢ଼ କରି,
ଲୂକଲିଖିତ ସୁସମାଚାର 9 : 52 (ORV)
ଆପଣା ଆଗେ ଦୂତମାନଙ୍କୁ ପଠାଇଲେ । ସେମାନେ ଯାଇ ତାହାଙ୍କ ନିମନ୍ତେ ଆୟୋଜନ କରିବାକୁ ଶମିରୋଣୀୟମାନଙ୍କର ଗୋଟିଏ ଗ୍ରାମରେ ପ୍ରବେଶ କଲେ;
ଲୂକଲିଖିତ ସୁସମାଚାର 9 : 53 (ORV)
କିନ୍ତୁ ସେ ଯିରୂଶାଲମକୁ ଯିବା ନିମନ୍ତେ ମନସ୍ଥ କରିଅଛନ୍ତି ବୋଲି ଦେଖି ସେମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ ।
ଲୂକଲିଖିତ ସୁସମାଚାର 9 : 54 (ORV)
ଏହା ଦେଖି ଯାକୁବ ଓ ଯୋହନ, ଏହି ଦୁଇ ଶିଷ୍ୟ କହିଲେ, ପ୍ରଭୋ, [ଏଲୀୟ ମଧ୍ୟ ଯେପରି କରିଥିଲେ, ସେହିପରିଁ ଆକାଶରୁ ଅଗ୍ନି ପଡ଼ି ସେମାନଙ୍କୁ ବିନାଶ କରୁ, ଏହା ଆମ୍ଭେମାନେ କହିବୁ ବୋଲି କଅଣ ଆପଣଙ୍କର ଇଚ୍ଛା?
ଲୂକଲିଖିତ ସୁସମାଚାର 9 : 55 (ORV)
କିନ୍ତୁ ସେ ବୁଲିପଡ଼ି ସେମାନଙ୍କୁ ଅନୁଯୋଗ କଲେ [ଏବଂ କହିଲେ, ତୁମ୍ଭେମାନେ କେଉଁ ପ୍ରକାର ଆତ୍ମାର ଲୋକ, ଏହା ଜାଣୁ ନାହଁ । ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କର ପ୍ରାଣ ବିନାଶ କରିବାକୁ ନ ଆସି ବରଂ ରକ୍ଷା କରିବାକୁ ଆସିଅଛନ୍ତି ।]
ଲୂକଲିଖିତ ସୁସମାଚାର 9 : 56 (ORV)
ତତ୍ପରେ ସେମାନେ ଆଉ ଗୋଟିଏ ଗ୍ରାମକୁ ଚାଲିଗଲେ ।
ଲୂକଲିଖିତ ସୁସମାଚାର 9 : 57 (ORV)
ସେମାନେ ବାଟରେ ଯାଉଥିବା ସମୟରେ ଜଣେ ଲୋକ ତାହାଙ୍କୁ କହିଲେ, ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁଗମନ କରିବି ।
ଲୂକଲିଖିତ ସୁସମାଚାର 9 : 58 (ORV)
ଯୀଶୁ ତାଙ୍କୁ କହିଲେ, କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର ମୁଣ୍ତ ଗୁଞ୍ଜିବାର ସ୍ଥାନ ନାହିଁ ।
ଲୂକଲିଖିତ ସୁସମାଚାର 9 : 59 (ORV)
ପୁଣି, ସେ ଆଉ ଜଣଙ୍କୁ କହିଲେ, ମୋହର ଅନୁଗମନ କର । କିନ୍ତୁ ସେ କହିଲେ, ପ୍ରଥମେ ଯାଇ ମୋହର ପିତାଙ୍କୁ ସମାଧି ଦେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ ।
ଲୂକଲିଖିତ ସୁସମାଚାର 9 : 60 (ORV)
ମାତ୍ର ସେ ତାହାଙ୍କୁ କହିଲେ, ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ, କିନ୍ତୁ ତୁମ୍ଭେ ଯାଇ ଈଶ୍ଵରଙ୍କ ରାଜ୍ୟ ପ୍ରଚାର କର ।
ଲୂକଲିଖିତ ସୁସମାଚାର 9 : 61 (ORV)
ଆଉ ଜଣେ ମଧ୍ୟ କହିଲେ, ପ୍ରଭୋ, ମୁଁ ଆପଣଙ୍କର ଅନୁଗମନ କରିବି, ମାତ୍ର ପ୍ରଥମେ ମୋହର ଗୃହରେ ଥିବା ଲୋକମାନଙ୍କଠାରୁ ବିଦାୟ ନେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ ।
ଲୂକଲିଖିତ ସୁସମାଚାର 9 : 62 (ORV)
କିନ୍ତୁ ଯୀଶୁ ତାଙ୍କୁ କହିଲେ, ଯେ ଲଙ୍ଗଳରେ ହାତ ଦେଇ ପଛକୁ ଚାହେଁ, ସେ ଈଶ୍ଵରଙ୍କ ରାଜ୍ୟର ଯୋଗ୍ୟ ନୁହେଁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62

BG:

Opacity:

Color:


Size:


Font: