ଲୂକଲିଖିତ ସୁସମାଚାର 23 : 1 (ORV)
ପରେ ସଭାଟାଯାକ ସମସ୍ତେ ଉଠି ପୀଲାତଙ୍କ ନିକଟକୁ ତାହାଙ୍କୁ ଘେନିଗଲେ ।
ଲୂକଲିଖିତ ସୁସମାଚାର 23 : 2 (ORV)
ଆଉ, ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରି କହିବାକୁ ଲାଗିଲେ, ଆମ୍ଭେମାନେ ଦେଖିଲୁ, ଏ ଲୋକଟା ଆମ୍ଭମାନଙ୍କ ଜାତିକି ରାଜଦ୍ରୋହୀ କରାଉଅଛି ଏବଂ କାଇସରଙ୍କୁ କର ଦେବା ପାଇଁ ନିଷେଧ କରୁଅଛି ଓ ଆପଣାକୁ ଅଭିଷିକ୍ତ ରାଜା ବୋଲି କହୁଅଛି ।
ଲୂକଲିଖିତ ସୁସମାଚାର 23 : 3 (ORV)
ଏଥିରେ ପୀଲାତ ତାହାଙ୍କୁ ପଚାରିଲେ, ତୁମ୍ଭେ କି ଯିହୁଦୀମାନଙ୍କର ରାଜା? ସେ ତାଙ୍କୁ ଉତ୍ତର ଦେଲେ, ଆପଣ କହୁଅଛନ୍ତି ।
ଲୂକଲିଖିତ ସୁସମାଚାର 23 : 4 (ORV)
ସେଥିରେ ପୀଲାତ ପ୍ରଧାନ ଯାଜକ ଓ ଲୋକ-ସମୂହକୁ କହିଲେ, ଆମ୍ଭେ ଏହି ଲୋକଠାରେ କୌଣସି ଦୋଷ ପାଉ ନାହୁଁ ।
ଲୂକଲିଖିତ ସୁସମାଚାର 23 : 5 (ORV)
କିନ୍ତୁ ସେମାନେ ଆହୁରି ଦୃଢ଼ ରୂପେ କହିବାକୁ ଲାଗିଲେ, ଏ ସମଗ୍ର ଯିହୁଦା ଦେଶରେ ଶିକ୍ଷା ଦେଇ ଗାଲିଲୀଠାରୁ ଆରମ୍ଭ କରି ଏ ସ୍ଥାନ ପର୍ଯ୍ୟନ୍ତ ସୁଦ୍ଧା ଲୋକସାଧାରଣଙ୍କୁ ମତାଉଅଛି ।
ଲୂକଲିଖିତ ସୁସମାଚାର 23 : 6 (ORV)
କିନ୍ତୁ ପୀଲାତ ଏହା ଶୁଣି ପଚାରିଲେ, ଏ ଲୋକଟା କଅଣ ଜଣେ ଗାଲିଲୀୟ?
ଲୂକଲିଖିତ ସୁସମାଚାର 23 : 7 (ORV)
ପୁଣି, ସେ ଯେ ହେରୋଦଙ୍କ ରାଜ୍ୟର ଲୋକ, ଏହା ଜ୍ଞାତ ହୋଇ ସେ ତାହାଙ୍କୁ ହେରୋଦଙ୍କ ନିକଟକୁ ପଠାଇଦେଲେ, ଯେଣୁ ସେ ମଧ୍ୟ ଏହି ସମୟରେ ଯିରୂଶାଲମରେ ଥିଲେ ।
ଲୂକଲିଖିତ ସୁସମାଚାର 23 : 8 (ORV)
ହେରୋଦ ଯୀଶୁଙ୍କୁ ଦେଖି ଅତ୍ୟ; ଆନନ୍ଦିତ ହେଲେ, କାରଣ ସେ ତାହାଙ୍କ ବିଷୟ ଶୁଣିଥିବାରୁ ତାହାଙ୍କୁ ବହୁକାଳରୁ ଦେଖିବାକୁ ଇଚ୍ଛା କରୁଥିଲେ, ପୁଣି ତାହାଙ୍କ ଦ୍ଵାରା କୌଣସି ଆଶ୍ଚର୍ଯ୍ୟକର୍ମ ସାଧିତ ହେବା ଦେଖିବାକୁ ଆଶା କରୁଥିଲେ ।
ଲୂକଲିଖିତ ସୁସମାଚାର 23 : 9 (ORV)
ଏଣୁ ସେ ତାହାଙ୍କୁ ଅନେକ କଥା ପଚାରିବାକୁ ଲାଗିଲେ, କିନ୍ତୁ ସେ ତାଙ୍କୁ କୌଣସି ଉତ୍ତର ଦେଲେ ନାହିଁ ।
ଲୂକଲିଖିତ ସୁସମାଚାର 23 : 10 (ORV)
ଆଉ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଠିଆ ହୋଇ ତାହାଙ୍କ ବିରୁଦ୍ଧରେ ତୀବ୍ର ଭାବରେ ଅଭିଯୋଗ କରୁଥିଲେ ।
ଲୂକଲିଖିତ ସୁସମାଚାର 23 : 11 (ORV)
ପୁଣି, ହେରୋଦ ଆପଣା ସୈନ୍ୟମାନଙ୍କ ସହିତ ତାହାଙ୍କୁ ତୁଚ୍ଛ କରି ପରିହାସପୂର୍ବକ ଚାକଚକ୍ୟ ବସ୍ତ୍ର ପିନ୍ଧାଇ ପୀଲାତଙ୍କ ନିକଟକୁ ପୁନର୍ବାର ପଠାଇଦେଲେ ।
ଲୂକଲିଖିତ ସୁସମାଚାର 23 : 12 (ORV)
ସେହି ଦିନ ହେରୋଦ ଓ ପୀଲାତ ପରସ୍ପର ବନ୍ଧୁ ହେଲେ; ଏଥିପୂର୍ବେ ସେମାନଙ୍କ ପରସ୍ପର ମଧ୍ୟରେ ଶତ୍ରୁତା ଥିଲା ।
ଲୂକଲିଖିତ ସୁସମାଚାର 23 : 13 (ORV)
ଏଥିଉତ୍ତାରେ ପୀଲାତ ପ୍ରଧାନ ଯାଜକ, ଅଧ୍ୟକ୍ଷ ଓ ଜନସାଧାରଣଙ୍କୁ ଡାକି ଏକତ୍ର କରି ସେମାନଙ୍କୁ କହିଲେ,
ଲୂକଲିଖିତ ସୁସମାଚାର 23 : 14 (ORV)
ଏ ଲୋକସାଧାରଣଙ୍କୁ ବିଦ୍ରୋହୀ କରୁଅଛି ବୋଲି ତୁମ୍ଭେମାନେ ଏହାକୁ ଆମ୍ଭ ନିକଟକୁ ଆଣିଥିଲ; ଆଉ ଦେଖ, ଆମ୍ଭେ ତୁମ୍ଭମାନଙ୍କ ସାକ୍ଷାତରେ ଏହାକୁ ପ୍ରଶ୍ନ କରି, ତାହା ବିରୁଦ୍ଧରେ ତୁମ୍ଭେମାନେ ଯେସମସ୍ତ ଅଭିଯୋଗ କରୁଅଛ, ସେପରି କୌଣସି ଦୋଷ ଏହାଠାରେ ପାଇଲୁ ନାହିଁ ।
ଲୂକଲିଖିତ ସୁସମାଚାର 23 : 15 (ORV)
ହେରୋଦ ମଧ୍ୟ ପାଇ ନାହାନ୍ତି, କାରଣ ସେ ତାହାକୁ ଆମ୍ଭମାନଙ୍କ ନିକଟକୁ ପୁଣି ପଠାଇ ଦେଲେ; ଆଉ ଦେଖ, ଏ ପ୍ରାଣଦଣ୍ତଯୋଗ୍ୟ କୌଣସି କର୍ମ କରି ନାହିଁ;
ଲୂକଲିଖିତ ସୁସମାଚାର 23 : 16 (ORV)
ଅତଏବ ଆମ୍ଭେ ଏହାକୁ ଶାସ୍ତି ଦେଇ ମୁକ୍ତ କରିଦେବୁ।
ଲୂକଲିଖିତ ସୁସମାଚାର 23 : 17 (ORV)
[ପର୍ବ ସମୟରେ ସେମାନଙ୍କ ନିମନ୍ତେ ତାଙ୍କୁ ଜଣେ ବନ୍ଦୀକି ମୁକ୍ତ କରିବାକୁ ହେଉଥିଲା ।
ଲୂକଲିଖିତ ସୁସମାଚାର 23 : 18 (ORV)
ମାତ୍ର ସେମାନେ ସମସ୍ତେ ଏକତ୍ର ଚିତ୍କାର କରି କହିଲେ, ଏହାକୁ ବଧ କର, ଆମ୍ଭମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କର ।
ଲୂକଲିଖିତ ସୁସମାଚାର 23 : 19 (ORV)
ଏହି ବାରବ୍ବା ନଗରରେ ଘଟିଥିବା କୌଣସି ବିପ୍ଳବ ଯୋଗୁଁ ଓ ନରହତ୍ୟା ହେତୁ କାରାଗାରରେ ପକାଯାଇଥିଲା ।
ଲୂକଲିଖିତ ସୁସମାଚାର 23 : 20 (ORV)
ମାତ୍ର ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ଇଚ୍ଛା କରି ସେମାନଙ୍କୁ ପୁନର୍ବାର ବୁଝାଇଲେ ।
ଲୂକଲିଖିତ ସୁସମାଚାର 23 : 21 (ORV)
କିନ୍ତୁ ସେମାନେ ଉଚ୍ଚ ସ୍ଵରରେ କହିବାକୁ ଲାଗିଲେ, ତାହାକୁ କ୍ରୁଶରେ ଚଢ଼ାଅ, କ୍ରୁଶରେ ଚଢ଼ାଅ ।
ଲୂକଲିଖିତ ସୁସମାଚାର 23 : 22 (ORV)
ପୁଣି, ସେ ସେମାନଙ୍କୁ ତୃତୀୟ ଥର କହିଲେ, କାହିଁକି, ସେ କି ଦୋଷ କରିଅଛି? ଆମ୍ଭେ ତାହାଠାରେ ପ୍ରାଣଦଣ୍ତର କୌଣସି ଦୋଷ ପାଇ ନାହୁଁ; ଅତଏବ, ଆମ୍ଭେ ତାହାକୁ ଶାସ୍ତି ଦେଇ ଛାଡ଼ିଦେବା ।
ଲୂକଲିଖିତ ସୁସମାଚାର 23 : 23 (ORV)
ମାତ୍ର ସେ କ୍ରୁଶରେ ଚଢ଼ାଯାଉ ବୋଲି ଦାବୀ କରି ସେମାନେ ବଡ଼ ପାଟିରେ ଜିଦ୍ କରିବାକୁ ଲାଗିଲେ, ଆଉ ସେମାନଙ୍କ କୋଳାହଳର ଜୟ ହେଲା ।
ଲୂକଲିଖିତ ସୁସମାଚାର 23 : 24 (ORV)
ପୁଣି, ସେମାନଙ୍କର ଦାବୀ ଅନୁସାରେ କରାଯାଉ ବୋଲି ପୀଲାତ ଆଦେଶ ଦେଲେ;
ଲୂକଲିଖିତ ସୁସମାଚାର 23 : 25 (ORV)
କିନ୍ତୁ ବିପ୍ଳବ ଓ ନରହତ୍ୟା ହେତୁ କାରାଗାରରେ ପକାଯାଇଥିବା ଯେଉଁ ଲୋକ ନିମନ୍ତେ ସେମାନେ ଦାବୀ କରିଥିଲେ, ତାହାକୁ ସେ ମୁକ୍ତ କରିଦେଲେ, ଆଉ ଯୀଶୁଙ୍କୁ ସେ ସେମାନଙ୍କ ଇଚ୍ଛାର ଅଧୀନରେ ସମର୍ପଣ କଲେ ।
ଲୂକଲିଖିତ ସୁସମାଚାର 23 : 26 (ORV)
ସେମାନେ ତାହାଙ୍କୁ ଘେନିଯିବା ସମୟରେ ପଲ୍ଲୀଗ୍ରାମରୁ ଆସୁଥିବା ଶିମୋନ ନାମକ ଜଣେ କୂରୀଣୀୟ ଲୋକଙ୍କୁ ଧରି ଯୀଶୁଙ୍କ ପଛେ ପଛେ କ୍ରୁଶ ବହିବା ନିମନ୍ତେ ତାଙ୍କ କାନ୍ଧରେ ତାହା ଥୋଇଲେ ।
ଲୂକଲିଖିତ ସୁସମାଚାର 23 : 27 (ORV)
ପୁଣି, ଲୋକମାନଙ୍କର ଓ ତାହାଙ୍କ ନିମନ୍ତେ ବକ୍ଷାଘାତ କରି ବିଳାପ କରୁଥିବା ସ୍ତ୍ରୀଲୋକମାନଙ୍କର ମହା ଜନତା ତାହାଙ୍କର ପଶ୍ଚାଦ୍ଗମନ କରୁଥିଲେ ।
ଲୂକଲିଖିତ ସୁସମାଚାର 23 : 28 (ORV)
କିନ୍ତୁ ଯୀଶୁ ସେମାନଙ୍କ ଆଡ଼କୁ ବୁଲିପଡ଼ି କହିଲେ, ଗୋ ଯିରୂଶାଲମର କନ୍ୟାମାନେ, ମୋʼ ନିମନ୍ତେ ରୋଦନ କର ନାହିଁ, ବରଂ ଆପଣା ଆପଣା ନିମନ୍ତେ ଓ ଆପଣା ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କର;
ଲୂକଲିଖିତ ସୁସମାଚାର 23 : 29 (ORV)
କାରଣ ଦେଖ, ଯେଉଁମାନେ ବନ୍ଧ୍ୟା, ପୁଣି ଯେଉଁମାନେ କେବେ ହେଁ ଗର୍ଭବତୀ ହୋଇ ନାହାନ୍ତି ଓ ସ୍ତନ୍ୟପାନ କରାଇ ନାହାନ୍ତି, ସେମାନଙ୍କୁ ଲୋକେ ଯେତେବେଳେ ଧନ୍ୟ ଧନ୍ୟ ବୋଲି କହିବେ, ଏପରି ସମୟ ଆସୁଅଛି ।
ଲୂକଲିଖିତ ସୁସମାଚାର 23 : 30 (ORV)
ସେତେବେଳେ ଲୋକେ ପର୍ବତମାନଙ୍କୁ କହିବାକୁ ଲାଗିବେ, ଆମ୍ଭମାନଙ୍କ ଉପରେ ପଡ଼, ଆଉ ଉପପର୍ବତ-ମାନଙ୍କୁ କହିବାକୁ ଲାଗିବେ, ଆମ୍ଭମାନଙ୍କୁ ଘୋଡ଼ାଇ ପକାଅ ।
ଲୂକଲିଖିତ ସୁସମାଚାର 23 : 31 (ORV)
କାରଣ ଲୋକେ ଯଦି ସତେଜ ବୃକ୍ଷ ପ୍ରତି ଏହା କରନ୍ତି, ତେବେ ଶୁଷ୍କ ବୃକ୍ଷ ପ୍ରତି କଅଣ ନ ଘଟିବ?
ଲୂକଲିଖିତ ସୁସମାଚାର 23 : 32 (ORV)
ପୁଣି, ପ୍ରାଣଦଣ୍ତ ଭୋଗିବା ନିମନ୍ତେ ଦୁଇଜଣ ଦୁଷ୍କର୍ମକାରୀ ମଧ୍ୟ ତାହାଙ୍କ ସାଙ୍ଗରେ ନିଆଯାଉଥିଲେ ।
ଲୂକଲିଖିତ ସୁସମାଚାର 23 : 33 (ORV)
ଆଉ, ସେମାନେ କପାଳ ନାମକ ସ୍ଥାନରେ ଉପସ୍ଥିତ ହୋଇ ସେଠାରେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣକୁ ଦକ୍ଷିଣରେ ଓ ଅନ୍ୟ ଜଣକୁ ବାମରେ କ୍ରୁଶରେ ଚଢ଼ାଇଲେ ।
ଲୂକଲିଖିତ ସୁସମାଚାର 23 : 34 (ORV)
ସେତେବେଳେ ଯୀଶୁ କହିଲେ, ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କଅଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ । ଆଉ, ସେମାନେ ତାହାଙ୍କ ବସ୍ତ୍ରସବୁ ଭାଗ କରିବା ନିମନ୍ତେ ଗୁଲିବାଣ୍ଟ କଲେ ।
ଲୂକଲିଖିତ ସୁସମାଚାର 23 : 35 (ORV)
ପୁଣି, ଲୋକମାନେ ଠିଆ ହୋଇ ଦେଖୁଥିଲେ । ଆଉ, ଅଧ୍ୟକ୍ଷମାନେ ମଧ୍ୟ ତାହାଙ୍କୁ ବିଦ୍ରୂପ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା; ସେ ଯଦି ଈଶ୍ଵରଙ୍କ ମନୋନୀତ ଖ୍ରୀଷ୍ଟ, ତେବେ ନିଜକୁ ରକ୍ଷା କରୁ ।
ଲୂକଲିଖିତ ସୁସମାଚାର 23 : 36 (ORV)
ପୁଣି, ସୈନ୍ୟମାନେ ମଧ୍ୟ ତାହାଙ୍କ ପାଖକୁ ଆସି ଅମ୍ଳରସ ଯାଚି ତାହାଙ୍କୁ ପରିହାସ କରି କହିଲେ,
ଲୂକଲିଖିତ ସୁସମାଚାର 23 : 37 (ORV)
ତୁ ଯଦି ଯିହୁଦୀମାନଙ୍କର ରାଜା, ତାହାହେଲେ ନିଜକୁ ରକ୍ଷା କର ।
ଲୂକଲିଖିତ ସୁସମାଚାର 23 : 38 (ORV)
ପୁଣି, ତାହାଙ୍କ ଊର୍ଦ୍ଧ୍ଵରେ ଏହି ଲିପି ମଧ୍ୟ ଲେଖାଥିଲା, ଏ ଯିହୁଦୀମାନଙ୍କର ରାଜା ।
ଲୂକଲିଖିତ ସୁସମାଚାର 23 : 39 (ORV)
ଆଉ, କ୍ରୁଶରେ ଚଢ଼ାଯାଇଥିବା ଦୁଷ୍କର୍ମକାରୀ-ମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ନିନ୍ଦା କରି କହିବାକୁ ଲାଗିଲା, ତୁ କଅଣ ଖ୍ରୀଷ୍ଟ ନୋହୁଁ? ନିଜକୁ ଓ ଆମ୍ଭମାନଙ୍କୁ ରକ୍ଷା କର ।
ଲୂକଲିଖିତ ସୁସମାଚାର 23 : 40 (ORV)
କିନ୍ତୁ ଅନ୍ୟ ଜଣକ ତାହାକୁ ଧମକ ଦେଇ ଉତ୍ତର ଦେଲା, ତୁ ସମାନ ଦଣ୍ତ ତ ପାଉଛୁ, ତୁ ଈଶ୍ଵରଙ୍କୁ କଅଣ ଭୟ ମଧ୍ୟ କରୁ ନାହୁଁ?
ଲୂକଲିଖିତ ସୁସମାଚାର 23 : 41 (ORV)
ଆଉ, ଆମ୍ଭେମାନେ ସିନା ନ୍ୟାୟ ଭାବରେ ଦଣ୍ତ ଭୋଗୁଅଛୁ, କାରଣ ଆମ୍ଭେମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଅଛୁ, କିନ୍ତୁ ଏହି ବ୍ୟକ୍ତି କୌଣସି ଦୋଷ କରି ନାହାନ୍ତି।
ଲୂକଲିଖିତ ସୁସମାଚାର 23 : 42 (ORV)
ପୁଣି, ସେ କହିଲା, ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ ।
ଲୂକଲିଖିତ ସୁସମାଚାର 23 : 43 (ORV)
ସେଥିରେ ସେ ତାହାକୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ ।
ଲୂକଲିଖିତ ସୁସମାଚାର 23 : 44 (ORV)
ସେତେବେଳେ ପ୍ରାୟ ବାର ଘଣ୍ଟା ସମୟ ହୋଇଥିଲା, ଆଉ, ସୂର୍ଯ୍ୟର କିରଣ ନିସ୍ତେଜ ହେବାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା,
ଲୂକଲିଖିତ ସୁସମାଚାର 23 : 45 (ORV)
ପୁଣି ମନ୍ଦିରର ବିଚ୍ଛେଦବସ୍ତ୍ର ମଝିରୁ ଚିରିଗଲା ।
ଲୂକଲିଖିତ ସୁସମାଚାର 23 : 46 (ORV)
ଆଉ, ଯୀଶୁ ଉଚ୍ଚ ସ୍ଵରରେ ଡାକି କହିଲେ, ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କରୁଅଛି । ଏହା କହି ସେ ପ୍ରାଣତ୍ୟାଗ କଲେ ।
ଲୂକଲିଖିତ ସୁସମାଚାର 23 : 47 (ORV)
ଶତସେନାପତି ଏହି ଘଟଣା ଦେଖି ଈଶ୍ଵରଙ୍କ ଗୌରବ କରି କହିଲେ, ନିଶ୍ଚୟ ଏ ବ୍ୟକ୍ତି ଧାର୍ମିକ ଥିଲେ ।
ଲୂକଲିଖିତ ସୁସମାଚାର 23 : 48 (ORV)
ପୁଣି, ଯେଉଁ ଲୋକସମୂହ ଦେଖିବାକୁ ଏକତ୍ରିତ ହୋଇଥିଲେ, ସେମାନେ ସମସ୍ତେ ସେହିସବୁ ଘଟଣା ଦେଖି ବକ୍ଷାଘାତ କରୁ କରୁ ବାହୁଡ଼ି ଯିବାକୁ ଲାଗିଲେ ।
ଲୂକଲିଖିତ ସୁସମାଚାର 23 : 49 (ORV)
କିନ୍ତୁ ତାହାଙ୍କର ପରିଚିତ ସମସ୍ତେ ଓ ଗାଲିଲୀରୁ ଏକତ୍ର ମିଳି ତାହାଙ୍କ ପଛେ ପଛେ ଆସିଥିବା ସ୍ତ୍ରୀଲୋକମାନେ ଦୂରରେ ଠିଆ ହୋଇ ଏହିସବୁ ଦେଖୁଥିଲେ ।
ଲୂକଲିଖିତ ସୁସମାଚାର 23 : 50 (ORV)
ଆଉ ଦେଖ, ଯିହୁଦୀମାନଙ୍କର ହାରାମାଥୀୟା ନଗରର ଯୋଷେଫ ନାମକ ଜଣେ ବ୍ୟକ୍ତି ମହାସଭାର ସଭ୍ୟ ଥିଲେ; ସେ ଜଣେ ଉତ୍ତମ ଓ ଧାର୍ମିକ ଲୋକ,
ଲୂକଲିଖିତ ସୁସମାଚାର 23 : 51 (ORV)
ଆଉ ସେମାନଙ୍କର ମନ୍ତ୍ରଣା ଓ କର୍ମରେ ସମ୍ମତ ହୋଇ ନ ଥିଲେ, ପୁଣି ଈଶ୍ଵରଙ୍କ ରାଜ୍ୟର ଅପେକ୍ଷାରେ ଥିଲେ ।
ଲୂକଲିଖିତ ସୁସମାଚାର 23 : 52 (ORV)
ସେ ପୀଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ,
ଲୂକଲିଖିତ ସୁସମାଚାର 23 : 53 (ORV)
ପୁଣି ତାହା ଓହ୍ଲାଇଆଣି ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇ, ଯହିଁରେ କେହି କେବେ ରଖା ଯାଇ ନ ଥିଲା, ପାହାଡ଼ରେ ଖୋଳା ହୋଇଥିବା ଏପରି ଗୋଟିଏ ସମାଧିରେ ତାହାଙ୍କୁ ଥୋଇଲେ ।
ଲୂକଲିଖିତ ସୁସମାଚାର 23 : 54 (ORV)
ସେହି ଦିନ ଆୟୋଜନ ଦିନ ଥିଲା, ପୁଣି ବିଶ୍ରାମବାର ନିକଟ ହୋଇ ଆସୁଥିଲା ।
ଲୂକଲିଖିତ ସୁସମାଚାର 23 : 55 (ORV)
ଆଉ, ଗାଲିଲୀରୁ ତାହାଙ୍କ ସହିତ ଆସିଥିବା ସ୍ତ୍ରୀଲୋକମାନେ ପଛେ ପଛେ ଯାଇ ସମାଧିକି ଓ ତାହାଙ୍କ ଶରୀର କିପରି ରଖାଗଲା, ତାହା ଦେଖିଲେ,
ଲୂକଲିଖିତ ସୁସମାଚାର 23 : 56 (ORV)
ପୁଣି ସେମାନେ ବାହୁଡ଼ିଯାଇ ସୁଗନ୍ଧିଦ୍ରବ୍ୟ ଓ ତୈଳ ପ୍ରସ୍ତୁତ କଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56

BG:

Opacity:

Color:


Size:


Font: