ଲୂକଲିଖିତ ସୁସମାଚାର 22 : 1 (ORV)
ନିସ୍ତାର ପର୍ବ ନାମକ ଖମୀରଶୂନ୍ୟ ରୋଟୀର ପର୍ବ ନିକଟ ହୋଇ ଆସୁଥିଲା ।
ଲୂକଲିଖିତ ସୁସମାଚାର 22 : 2 (ORV)
ଆଉ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ, କିପରି ତାହାଙ୍କୁ ବିନାଶ କରିପାରନ୍ତି, ସେଥିର ଉପାୟ ଖୋଜୁଥିଲେ, କାରଣ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ ।
ଲୂକଲିଖିତ ସୁସମାଚାର 22 : 3 (ORV)
ସେତେବେଳେ ଦ୍ଵାଦଶଙ୍କ ସଂଖ୍ୟା ମଧ୍ୟରେ ଅନ୍ତର୍ଗତ ଇଷ୍କାରିୟୋତ ନାମକ ଯିହୂଦାଠାରେ ଶୟତାନ ପ୍ରବେଶ କଲା;
ଲୂକଲିଖିତ ସୁସମାଚାର 22 : 4 (ORV)
ଆଉ, ସେ ଯାଇ, କି ଉପାୟରେ ତାହାଙ୍କୁ ପ୍ରଧାନ ଯାଜକ ଓ ସେନାପତିମାନଙ୍କ ହସ୍ତରେ ସମର୍ପଣ କରି ପାରେ, ତାହା ସେମାନଙ୍କ ସହିତ ପରାମର୍ଶ କଲା ।
ଲୂକଲିଖିତ ସୁସମାଚାର 22 : 5 (ORV)
ସେଥିରେ ସେମାନେ ଆନନ୍ଦିତ ହେଲେ ଓ ତାହାକୁ ଟଙ୍କା ଦେବା ପାଇଁ ଚୁକ୍ତି କଲେ ।
ଲୂକଲିଖିତ ସୁସମାଚାର 22 : 6 (ORV)
ଆଉ, ସେ ସମ୍ମତ ହୋଇ ଲୋକସମୂହର ଅସାକ୍ଷାତରେ ତାହାଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କରିବା ନିମନ୍ତେ ସୁଯୋଗ ଅନ୍ଵେଷଣ କରିବାକୁ ଲାଗିଲା ।
ଲୂକଲିଖିତ ସୁସମାଚାର 22 : 7 (ORV)
ପରେ ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରିବାକୁ ହୁଏ, ଖମୀରଶୂନ୍ୟ ରୋଟୀ ପର୍ବର ସେହି ଦିନ ଉପସ୍ଥିତ ହେଲା;
ଲୂକଲିଖିତ ସୁସମାଚାର 22 : 8 (ORV)
ଆଉ, ସେ ପିତର ଓ ଯୋହନଙ୍କୁ ଏହା କହି ପଠାଇଲେ, ଆମ୍ଭେମାନେ ଯେପରି ଭୋଜନ କରି ପାରିବୁ, ଏଥିପାଇଁ ତୁମ୍ଭେମାନେ ଯାଇ ଆମ୍ଭମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର ।
ଲୂକଲିଖିତ ସୁସମାଚାର 22 : 9 (ORV)
ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
ଲୂକଲିଖିତ ସୁସମାଚାର 22 : 10 (ORV)
ସେ ସେମାନଙ୍କୁ କହିଲେ, ଦେଖ, ତୁମ୍ଭେମାନେ ନଗରରେ ପ୍ରବେଶ କରନ୍ତେ, ଜଳକୁମ୍ଭ ଘେନିଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ସେ ଯେଉଁ ଗୃହରେ ପ୍ରବେଶ କରିବ, ତାହାର ପଛେ ପଛେ ସେହି ଗୃହକୁ ଯାଇ ଗୃହର କର୍ତ୍ତାଙ୍କୁ କହିବ,
ଲୂକଲିଖିତ ସୁସମାଚାର 22 : 11 (ORV)
ଗୁରୁ ଆପଣଙ୍କୁ ପଚାରୁ ଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ସେହି ଅତିଥିଶାଳା କାହିଁ?
ଲୂକଲିଖିତ ସୁସମାଚାର 22 : 12 (ORV)
ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଗୋଟିଏ ଉପରିସ୍ଥ ବୃହତ୍ କୋଠରି ଦେଖାଇଦେବେ; ସେସ୍ଥାନରେ ପ୍ରସ୍ତୁତ କର ।
ଲୂକଲିଖିତ ସୁସମାଚାର 22 : 13 (ORV)
ଆଉ, ସେମାନେ ଯାଇ, ସେ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ ।
ଲୂକଲିଖିତ ସୁସମାଚାର 22 : 14 (ORV)
ପୁଣି, ସମୟ ଉପସ୍ଥିତ ହୁଅନ୍ତେ, ସେ ଓ ତାହାଙ୍କ ସଙ୍ଗେ ପ୍ରେରିତମାନେ ଭୋଜନ କରିବାକୁ ବସିଲେ ।
ଲୂକଲିଖିତ ସୁସମାଚାର 22 : 15 (ORV)
ଆଉ, ସେ ସେମାନଙ୍କୁ କହିଲେ, ମୋହର ଦୁଃଖଭୋଗ ପୂର୍ବେ ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାର ଭୋଜ ପାଳନ କରିବାକୁ ଏକା; ବାଞ୍ଛା କଲି;
ଲୂକଲିଖିତ ସୁସମାଚାର 22 : 16 (ORV)
କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ଵରଙ୍କ ରାଜ୍ୟରେ ଏହା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ମୁଁ ଆଉ କେବେ ହେଁ ତାହା ପାଳନ କରିବି ନାହିଁ ।
ଲୂକଲିଖିତ ସୁସମାଚାର 22 : 17 (ORV)
ପୁଣି, ସେ ପାନପାତ୍ର ଗ୍ରହଣ କରି ଧନ୍ୟବାଦ ଦେଇ କହିଲେ, ଏହା ନେଇ ଆପଣା ଆପଣା ମଧ୍ୟରେ ଭାଗ କର,
ଲୂକଲିଖିତ ସୁସମାଚାର 22 : 18 (ORV)
କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ଵରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଆଜିଠାରୁ ଦ୍ରାକ୍ଷାଫଳର ରସ ଆଉ ପାନ କରିବି ନାହିଁ ।
ଲୂକଲିଖିତ ସୁସମାଚାର 22 : 19 (ORV)
ପୁଣି, ସେ ରୋଟୀ ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି; ମୋତେ ସ୍ମରଣ କରିବା ନିମନ୍ତେ ଏହା କର ।
ଲୂକଲିଖିତ ସୁସମାଚାର 22 : 20 (ORV)
ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ ।
ଲୂକଲିଖିତ ସୁସମାଚାର 22 : 21 (ORV)
କିନ୍ତୁ ଦେଖ, ଯେ ମୋତେ ଶତ୍ରୁହସ୍ତରେ ସମର୍ପଣ କରୁଅଛି, ତାହାର ହସ୍ତ ମୋʼ ସହିତ ମେଜ ଉପରେ ଅଛି ।
ଲୂକଲିଖିତ ସୁସମାଚାର 22 : 22 (ORV)
କାରଣ ଯେପରି ନିରୂପିତ ହୋଇଅଛି, ମନୁଷ୍ୟପୁତ୍ର ସେହିପରି ପ୍ରୟାଣ କରୁଅଛନ୍ତି ସତ୍ୟ, ତଥାପି ଯେଉଁ ଲୋକ ଦ୍ଵାରା ସେ ଶତ୍ରୁହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ତର ପାତ୍ର!
ଲୂକଲିଖିତ ସୁସମାଚାର 22 : 23 (ORV)
ତେଣୁ ସେମାନଙ୍କ ମଧ୍ୟରୁ କିଏ ଏହା କରିବାକୁ ଯାଉଅଛି, ସେ ବିଷୟରେ ସେମାନେ ପରସ୍ପର ବାଦାନୁବାଦ କରିବାକୁ ଲାଗିଲେ ।
ଲୂକଲିଖିତ ସୁସମାଚାର 22 : 24 (ORV)
ପୁଣି, ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ବୋଲି ଗଣିତ, ସେ ବିଷୟରେ ସେମାନଙ୍କ ମଧ୍ୟରେ ବିବାଦ ଘଟିଲା ।
ଲୂକଲିଖିତ ସୁସମାଚାର 22 : 25 (ORV)
ସେଥିରେ ସେ ସେମାନଙ୍କୁ କହିଲେ, ବିଜାତିମାନଙ୍କ ରାଜାମାନେ ସେମାନଙ୍କ ଉପରେ ପ୍ରଭୁତ୍ଵ କରନ୍ତି, ଆଉ ଯେଉଁମାନେ ସେମାନଙ୍କ ଉପରେ କର୍ତ୍ତୃତ୍ଵ କରନ୍ତି, ସେମାନେ ଦେଶବନ୍ଧୁ ବୋଲି ଖ୍ୟାତ ହୁଅନ୍ତି ।
ଲୂକଲିଖିତ ସୁସମାଚାର 22 : 26 (ORV)
କିନ୍ତୁ ତୁମ୍ଭେମାନେ ସେପ୍ରକାର ହୁଅ ନାହିଁ, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଯେ ଜ୍ୟେଷ୍ଠ, ସେ କନିଷ୍ଠ ପରି ହେଉ, ପୁଣି ଯେ ନେତା, ସେ ସେବକ ପରି ହେଉ ।
ଲୂକଲିଖିତ ସୁସମାଚାର 22 : 27 (ORV)
କାରଣ କିଏ ଶ୍ରେଷ୍ଠ? ଯେ ଭୋଜନୋପବିଷ୍ଟ, ନା ଯେ ସେବକ? ଯେ ଭୋଜନୋପବିଷ୍ଟ, ସେ କି ଶ୍ରେଷ୍ଠ ନୁହନ୍ତିଣ? କିନ୍ତୁ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜଣେ ସେବକ ପରି ଅଛି ।
ଲୂକଲିଖିତ ସୁସମାଚାର 22 : 28 (ORV)
ମାତ୍ର ତୁମ୍ଭେମାନେ ମୋହର ସମସ୍ତ ପରୀକ୍ଷାରେ ମୋʼ ସହିତ ରହିଆସିଅଛ;
ଲୂକଲିଖିତ ସୁସମାଚାର 22 : 29 (ORV)
ଏଣୁ ମୋହର ପିତା ଯେପରି ମୋʼ ନିମନ୍ତେ ରାଜ୍ୟ ନିରୂପଣ କଲେ, ମୁଁ ମଧ୍ୟ ସେପରି ତୁମ୍ଭମାନଙ୍କ ନିମନ୍ତେ ନିରୂପଣ କରୁଅଛି,
ଲୂକଲିଖିତ ସୁସମାଚାର 22 : 30 (ORV)
ଯେପରି ତୁମ୍ଭେମାନେ ମୋହର ରାଜ୍ୟରେ ମୋʼ ମେଜରେ ଭୋଜନପାନ କରିବ, ପୁଣି ସିଂହାସନରେ ଉପବେଶନ କରି ଇସ୍ରାଏଲର ଦ୍ଵାଦଶ ଗୋଷ୍ଠୀକି ଶାସନ କରିବ ।
ଲୂକଲିଖିତ ସୁସମାଚାର 22 : 31 (ORV)
ଶିମୋନ, ଶିମୋନ, ଦେଖ, ଗହମକୁ ଚାଲୁଣୀରେ ଚଲାଇବା ପରି ଶୟତାନ ତୁମ୍ଭମାନଙ୍କୁ ଚଲାଇବାକୁ ଅନୁମତି ପାଇଅଛି;
ଲୂକଲିଖିତ ସୁସମାଚାର 22 : 32 (ORV)
କିନ୍ତୁ ତୁମ୍ଭର ବିଶ୍ଵାସ ଯେପରି ଲୋପ ନ ହୁଏ, ଏଥିପାଇଁ ମୁଁ ତୁମ୍ଭ ନିମନ୍ତେ ନିବେଦନ କଲି; ପୁଣି, ତୁମ୍ଭେ ଫେରିଲା ଉତ୍ତାରେ ଆପଣା ଭାଇମାନଙ୍କୁ ସୁସ୍ଥିର କର ।
ଲୂକଲିଖିତ ସୁସମାଚାର 22 : 33 (ORV)
ମାତ୍ର ସେ ତାହାଙ୍କୁ କହିଲେ, ହେ ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ଯିବାକୁ ଓ ମୃତ୍ୟୁଭୋଗ କରିବାକୁ ପ୍ରସ୍ତୁତ ଅଛି ।
ଲୂକଲିଖିତ ସୁସମାଚାର 22 : 34 (ORV)
କିନ୍ତୁ ସେ କହିଲେ, ହେ ପିତର, ମୁଁ ତୁମ୍ଭକୁ କହୁଅଛି, ଆଜି କୁକୁଡ଼ା ନ ଡାକୁଣୁ ତୁମ୍ଭେ ଯେ ମୋତେ ଜାଣ, ଏହା ତିନି ଥର ଅସ୍ଵୀକାର କରିବ ।
ଲୂକଲିଖିତ ସୁସମାଚାର 22 : 35 (ORV)
ଆଉ, ସେ ସେମାନଙ୍କୁ କହିଲେ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଗାଞ୍ଜିଆ, ଝୋଲି ଓ ଯୋତା ବିନା ପଠାଇଥିଲି, ସେତେବେଳେ ତୁମ୍ଭମାନଙ୍କର କି କିଛି ଅଭାବ ହୋଇଥିଲା? ସେମାନେ କହିଲେ, କିଛି ନାହିଁ ।
ଲୂକଲିଖିତ ସୁସମାଚାର 22 : 36 (ORV)
ସେଥିରେ ସେ ସେମାନଙ୍କୁ କହିଲେ, ମାତ୍ର ଏବେ, ଯାହାର ଗାଞ୍ଜିଆ ଅଛି, ସେ ତାହା ନେଉ, ସେହି ପ୍ରକାରେ ଝୋଲି ମଧ୍ୟ ନେଉ, ଆଉ ଯାହାର ନାହିଁ, ସେ ଆପଣା ଚାଦରଖଣ୍ତକ ବିକି ଖଣ୍ତା କିଣୁ ।
ଲୂକଲିଖିତ ସୁସମାଚାର 22 : 37 (ORV)
କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଅଧାର୍ମିକ-ମାନଙ୍କ ସହିତ ଗଣିତ ହେଲେ, ଏହି ଯେଉଁ ବାକ୍ୟ ଲେଖାଅଛି, ତାହା ମୋʼଠାରେ ସିଦ୍ଧ ହେବା ଆବଶ୍ୟକ; ଯେଣୁ ମୋʼ ସମ୍ଵନ୍ଧୀୟ କଥା ସିଦ୍ଧ ହେଉଅଛି ।
ଲୂକଲିଖିତ ସୁସମାଚାର 22 : 38 (ORV)
ସେଥିରେ ସେମାନେ କହିଲେ, ପ୍ରଭୋ, ଦେଖନ୍ତୁ, ଏଠାରେ ଦୁଇଟା ଖଣ୍ତା ଅଛି । ପୁଣି, ସେ ସେମାନଙ୍କୁ କହିଲେ, ଯଥେଷ୍ଟ ।
ଲୂକଲିଖିତ ସୁସମାଚାର 22 : 39 (ORV)
ସେ ବାହାରି ଆପଣା ଧାରାନୁସାରେ ଜୀତ ପର୍ବତକୁ ଗଲେ, ଆଉ ଶିଷ୍ୟମାନେ ମଧ୍ୟ ତାହାଙ୍କ ପଛେ ପଛେ ଗଲେ।
ଲୂକଲିଖିତ ସୁସମାଚାର 22 : 40 (ORV)
ସେହି ସ୍ଥାନରେ ଉପସ୍ଥିତ ହୋଇ ସେ ସେମାନଙ୍କୁ କହିଲେ, ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ପ୍ରାର୍ଥନା କର ।
ଲୂକଲିଖିତ ସୁସମାଚାର 22 : 41 (ORV)
ଆଉ, ସେ ସେମାନଙ୍କଠାରୁ ପ୍ରାୟ ଶହେ ହାତ ଦୂରକୁ ଯାଇ ଜାନୁ ପାତି ଏହି ପ୍ରାର୍ଥନା କରିବାକୁ ଲାଗିଲେ,
ଲୂକଲିଖିତ ସୁସମାଚାର 22 : 42 (ORV)
ହେ ପିତା, ଯଦି ତୁମ୍ଭର ଇଚ୍ଛା ଥାଏ, ତେବେ ଏହି ପାନପାତ୍ର ମୋʼଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ ।
ଲୂକଲିଖିତ ସୁସମାଚାର 22 : 43 (ORV)
ଆଉ, ସ୍ଵର୍ଗରୁ ଜଣେ ଦୂତ ଦର୍ଶନ ଦେଇ ତାହାଙ୍କୁ ଶକ୍ତି ପ୍ରଦାନ କଲେ ।
ଲୂକଲିଖିତ ସୁସମାଚାର 22 : 44 (ORV)
ପୁଣି, ସେ ମର୍ମାନ୍ତିକ ଦୁଃଖରେ ମଗ୍ନ ହୋଇ ଆହୁରି ଏକାଗ୍ର ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ ଓ ତାହାଙ୍କ ଝାଳ ଘନ ରକ୍ତଟୋପା ପରି ଭୂଇଁରେ ପଡ଼ିଲା ।
ଲୂକଲିଖିତ ସୁସମାଚାର 22 : 45 (ORV)
ଆଉ, ସେ ପ୍ରାର୍ଥନାରୁ ଉଠି ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ଦୁଃଖ ହେତୁ ନିଦ୍ରିତ ଦେଖିଲେ;
ଲୂକଲିଖିତ ସୁସମାଚାର 22 : 46 (ORV)
ପୁଣି, ସେ ସେମାନଙ୍କୁ କହିଲେ, କାହିଁକି ଶୋଉଅଛଣ? ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଉଠି ପ୍ରାର୍ଥନା କର ।
ଲୂକଲିଖିତ ସୁସମାଚାର 22 : 47 (ORV)
ସେ କଥା କହୁଥିବା ସମୟରେ, ଦେଖ, ଲୋକସମୂହ ଆସି ଉପସ୍ଥିତ ହେଲେ, ଆଉ ଦ୍ଵାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ସେମାନଙ୍କ ଆଗେ ଆଗେ ଆସି ଯୀଶୁଙ୍କୁ ଚୁମ୍ଵନ କରିବାକୁ ତାହାଙ୍କ ପାଖକୁ ଗଲା ।
ଲୂକଲିଖିତ ସୁସମାଚାର 22 : 48 (ORV)
କିନ୍ତୁ ଯୀଶୁ ତାହାକୁ କହିଲେ, ହେ ଯିହୂଦା, ଚୁମ୍ଵନ ଦ୍ଵାରା କି ମନୁଷ୍ୟପୁତ୍ରଙ୍କୁ ଶତ୍ରୁହସ୍ତରେ ସମର୍ପଣ କରୁଅଛ?
ଲୂକଲିଖିତ ସୁସମାଚାର 22 : 49 (ORV)
ଏଥିରେ କଅଣ ଘଟିବ, ତାହା ଦେଖି ତାହାଙ୍କ ସଙ୍ଗୀମାନେ କହିଲେ, ପ୍ରଭୋ, ଆମ୍ଭେମାନେ କʼଣ ଖଡ଼୍‍ଗରେ ଆଘାତ କରିବା?
ଲୂକଲିଖିତ ସୁସମାଚାର 22 : 50 (ORV)
ଆଉ, ସେମାନଙ୍କ ମଧ୍ୟରୁ ଜଣେ ମହାଯାଜକଙ୍କ ଦାସକୁ ଆଘାତ କରି ତାହାର ଡାହାଣ କାନ କାଟି ପକାଇଲେ ।
ଲୂକଲିଖିତ ସୁସମାଚାର 22 : 51 (ORV)
କିନ୍ତୁ ଯୀଶୁ ଉତ୍ତର ଦେଲେ, ଏତିକି ସହିଥାଅ; ପୁଣି, ସେ ତାହାର କାନ ଛୁଇଁ ତାହାକୁ ସୁସ୍ଥ କଲେ ।
ଲୂକଲିଖିତ ସୁସମାଚାର 22 : 52 (ORV)
ଆଉ, ଯୀଶୁ ତାହାଙ୍କ ବିରୁଦ୍ଧରେ ଆସିଥିବା ପ୍ରଧାନ ଯାଜକ, ମନ୍ଦିରର ସେନାପତି ଓ ପ୍ରାଚୀନମାନଙ୍କୁ କହିଲେ, ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ତା ଓ ଠେଙ୍ଗା ଘେନି ତୁମ୍ଭେମାନେ କଅଣ ବାହାରି ଆସିଲ?
ଲୂକଲିଖିତ ସୁସମାଚାର 22 : 53 (ORV)
ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥିବା ସମୟରେ ତୁମ୍ଭେମାନେ ମୋʼ ବିରୁଦ୍ଧରେ ହାତ ବଢ଼ାଇଲ ନାହିଁ, କିନ୍ତୁ ଏହା ତୁମ୍ଭମାନଙ୍କର ସମୟ ଓ ଅନ୍ଧକାରର କର୍ତ୍ତାପଣ ।
ଲୂକଲିଖିତ ସୁସମାଚାର 22 : 54 (ORV)
ପରେ ସେମାନେ ତାହାଙ୍କୁ ଧରି ଘେନିଯାଇ ମହାଯାଜକଙ୍କ ଗୃହକୁ ଆଣିଲେ; କିନ୍ତୁ ପିତର ଦୂରରେ ରହି ପଛେ ପଛେ ଗଲେ ।
ଲୂକଲିଖିତ ସୁସମାଚାର 22 : 55 (ORV)
ଆଉ, ସେମାନେ ପ୍ରାଙ୍ଗଣର ମଧ୍ୟସ୍ଥଳରେ ନିଆଁ ଜାଳି ଏକାଠି ବସନ୍ତେ, ପିତର ସେମାନଙ୍କ ମଧ୍ୟରେ ବସି ରହିଲେ ।
ଲୂକଲିଖିତ ସୁସମାଚାର 22 : 56 (ORV)
ଜଣେ ଦାସୀ ତାଙ୍କୁ ନିଆଁ ପାଖରେ ବସିଥିବା ଦେଖି ତାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା, ଏ ଲୋକଟା ମଧ୍ୟ ତାହା ସାଙ୍ଗରେ ଥିଲା ।
ଲୂକଲିଖିତ ସୁସମାଚାର 22 : 57 (ORV)
କିନ୍ତୁ ସେ ଅସ୍ଵୀକାର କରି କହିଲେ, ହେ ନାରୀ, ମୁଁ ତାହାକୁ ଜାଣେ ନାହିଁ ।
ଲୂକଲିଖିତ ସୁସମାଚାର 22 : 58 (ORV)
ଅଳ୍ପ ସମୟ ଉତ୍ତାରେ ଆଉ ଜଣେ ତାଙ୍କୁ ଦେଖି କହିଲା, ତୁମ୍ଭେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ । କିନ୍ତୁ ପିତର କହିଲେ, ନାହିଁ, ଭାଇ, ମୁଁ ନୁହେଁ ।
ଲୂକଲିଖିତ ସୁସମାଚାର 22 : 59 (ORV)
ପ୍ରାୟ ଘଣ୍ଟାକ ପରେ ଆଉ ଜଣେ ଦୃଢ଼ ଭାବରେ କହିବାକୁ ଲାଗିଲା, ଏ ଲୋକଟା ମଧ୍ୟ ନିଶ୍ଚୟ ତାହାର ସଙ୍ଗରେ ଥିଲା, କାରଣ ସେ ତ ଗାଲିଲୀୟ ଲୋକ ।
ଲୂକଲିଖିତ ସୁସମାଚାର 22 : 60 (ORV)
କିନ୍ତୁ ପିତର କହିଲେ, ଭାଇ, ତୁମ୍ଭେ ଯାହା କହୁଅଛ, ମୁଁ ତାହା ଜାଣେ ନାହିଁ । ସେହିକ୍ଷଣି ସେ କଥା କହୁ କହୁ କୁକୁଡ଼ା ଡାକିଲା,
ଲୂକଲିଖିତ ସୁସମାଚାର 22 : 61 (ORV)
ପୁଣି ପ୍ରଭୁ ବୁଲିପଡ଼ି ପିତରଙ୍କୁ ଏକଦୃଷ୍ଟିରେ ଚାହିଁଲେ; ସେଥିରେ ଆଜି କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ଵୀକାର କରିବ, ଏହି ଯେଉଁ କଥା ପ୍ରଭୁ ପିତରଙ୍କୁ କହିଥିଲେ,
ଲୂକଲିଖିତ ସୁସମାଚାର 22 : 62 (ORV)
ତାହା ତାଙ୍କ ମନରେ ପଡ଼ିଲା, ଆଉ ସେ ବାହାରକୁ ଯାଇ ଅତ୍ୟ; ବ୍ୟାକୁଳ ହୋଇ ରୋଦନ କଲେ ।
ଲୂକଲିଖିତ ସୁସମାଚାର 22 : 63 (ORV)
ଆଉ, ଯେଉଁ ଲୋକମାନେ ଯୀଶୁଙ୍କୁ ଧରି ରଖିଥିଲେ, ସେମାନେ ତାହାଙ୍କୁ ପ୍ରହାର କରୁ କରୁ ପରିହାସ କଲେ,
ଲୂକଲିଖିତ ସୁସମାଚାର 22 : 64 (ORV)
ପୁଣି ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ପଚାରିବାକୁ ଲାଗିଲେ, ତୁ ପରା ଭାବବାଦୀ! କହ ତ, କିଏ ତୋତେ ମାଇଲା?
ଲୂକଲିଖିତ ସୁସମାଚାର 22 : 65 (ORV)
ପୁଣି, ସେମାନେ ଆହୁରି ଅନେକ କଥା ତାହାଙ୍କ ବିରୁଦ୍ଧରେ କହି ତାହାଙ୍କର ନିନ୍ଦା କରିବାକୁ ଲାଗିଲେ ।
ଲୂକଲିଖିତ ସୁସମାଚାର 22 : 66 (ORV)
ସକାଳ ହେଲାକ୍ଷଣି ଲୋକମାନଙ୍କର ପ୍ରାଚୀନବର୍ଗ, ପୁଣି ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଏକତ୍ର ହୋଇ ଆପଣାମାନଙ୍କ ମହାସଭାକୁ ତାହାଙ୍କୁ ଘେନିଯାଇ କହିଲେ, ତୁମ୍ଭେ ଯଦି ଖ୍ରୀଷ୍ଟ, ତେବେ ଆମ୍ଭମାନଙ୍କୁ କୁହ ।
ଲୂକଲିଖିତ ସୁସମାଚାର 22 : 67 (ORV)
କିନ୍ତୁ ସେ ସେମାନଙ୍କୁ କହିଲେ, ମୁଁ ଯଦି ଆପଣମାନଙ୍କୁ କହେ, ଆପଣମାନେ ତ ବିଶ୍ଵାସ କରିବେ ନାହି;
ଲୂକଲିଖିତ ସୁସମାଚାର 22 : 68 (ORV)
ପୁଣି, ମୁଁ ଯଦି ପ୍ରଶ୍ନ କରେ, ଆପଣମାନେ ଉତ୍ତର ଦେବେ ନାହିଁ ।
ଲୂକଲିଖିତ ସୁସମାଚାର 22 : 69 (ORV)
କିନ୍ତୁ ଅଦ୍ୟାବଧି ମନୁଷ୍ୟପୁତ୍ର ଈଶ୍ଵରଙ୍କ ପରାକ୍ରମର ଦକ୍ଷିଣ ପାର୍ଶ୍ଵରେ ଉପବିଷ୍ଟ ହେବେ ।
ଲୂକଲିଖିତ ସୁସମାଚାର 22 : 70 (ORV)
ସେଥିରେ ସମସ୍ତେ ପଚାରିଲେ, ତେବେ ତୁମ୍ଭେ କଅଣ ଈଶ୍ଵରଙ୍କ ପୁତ୍ର? ସେ ସେମାନଙ୍କୁ କହିଲେ, ମୁଁ ସେହି ବୋଲି ଆପଣମାନେ କହୁଅଛନ୍ତି ।
ଲୂକଲିଖିତ ସୁସମାଚାର 22 : 71 (ORV)
ତେଣୁ ସେମାନେ କହିଲେ, ସାକ୍ଷ୍ୟରେ ଆମ୍ଭମାନଙ୍କର ଆଉ କଅଣ ପ୍ରୟୋଜନ? ଆମ୍ଭେମାନେ ତ ଆପେ ଆପେ ତାହାର ନିଜ ମୁଖରୁ ଏହା ଶୁଣିଲୁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71

BG:

Opacity:

Color:


Size:


Font: