ଲୂକଲିଖିତ ସୁସମାଚାର 21 : 1 (ORV)
ଏଥିଉତ୍ତାରେ ସେ ଦୃଷ୍ଟିପାତ କରି ଧନୀ ଲୋକମାନଙ୍କୁ ଭଣ୍ତାରରେ ଆପଣା ଆପଣା ଦାନ ପକାଉଥିବା ଦେଖିଲେ ।
ଲୂକଲିଖିତ ସୁସମାଚାର 21 : 2 (ORV)
ଆଉ, ସେ ଜଣେ ଦରିଦ୍ର ବିଧବାକୁ ସେଥିରେ ଦୁଇ କ୍ଷୁଦ୍ର ମୁଦ୍ରା ପକାଉଥିବା ଦେଖି କହିଲେ,
ଲୂକଲିଖିତ ସୁସମାଚାର 21 : 3 (ORV)
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଦରିଦ୍ର ବିଧବା ସମସ୍ତଙ୍କଠାରୁ ଅଧିକ ପକାଇଅଛି,
ଲୂକଲିଖିତ ସୁସମାଚାର 21 : 4 (ORV)
କାରଣ ଏମାନେ ସମସ୍ତେ ଭଣ୍ତାରରେ ଆପଣା ଆପଣା ଅତିରିକ୍ତ ଧନରୁ କିଛି କିଛି ପକାଇଲେ, କିନ୍ତୁ ଏ ଆପଣାର ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ଏହାର ଯାହା କିଛି ଥିଲା, ସେହିସବୁ ପକାଇଲା ।
ଲୂକଲିଖିତ ସୁସମାଚାର 21 : 5 (ORV)
ଆଉ, କେହି କେହି ମନ୍ଦିରଟି ସୁନ୍ଦର ସୁନ୍ଦର ପ୍ରସ୍ତର ଓ ଦାନପଦାର୍ଥ-ସମୂହରେ ସୁଶୋଭିତ ହୋଇଅଛି ବୋଲି କହିବାରୁ ସେ କହିଲେ,
ଲୂକଲିଖିତ ସୁସମାଚାର 21 : 6 (ORV)
ତୁମ୍ଭେମାନେ ଏହି ଯାହାସବୁ ଦେଖୁଅଛ, ସମୟ ଆସିବ, ଯେତେବେଳେ ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍ ହେବ ।
ଲୂକଲିଖିତ ସୁସମାଚାର 21 : 7 (ORV)
ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ତେବେ ଏସବୁ କେବେ ଘଟିବ? ପୁଣି, ଯେଉଁ ସମୟରେ ଏହିସବୁ ଘଟଣା ସନ୍ନିକଟ ହେବ, ସେସମୟର ଲକ୍ଷଣ କଅଣ?
ଲୂକଲିଖିତ ସୁସମାଚାର 21 : 8 (ORV)
ସେଥିରେ ସେ କହିଲେ, ସାବଧାନ, ତୁମ୍ଭେମାନେ ଯେପରି ଭ୍ରାନ୍ତ ନ ହୁଅ; କାରଣ ଅନେକେ ମୋʼ ନାମରେ ଆସି, ମୁଁ ସେ ଓ ସମୟ ସନ୍ନିକଟ ବୋଲି କହିବେ; ସେମାନଙ୍କ ପଛରେ ଯାଅ ନାହିଁ ।
ଲୂକଲିଖିତ ସୁସମାଚାର 21 : 9 (ORV)
ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧ ଓ ବିପ୍ଳବ ବିଷୟ ଶୁଣିବ, ସେତେବେଳେ ତ୍ରାସଯୁକ୍ତ ହୁଅ ନାହିଁ; କାରଣ ଏହିସମସ୍ତ ଅବଶ୍ୟ ପ୍ରଥମରେ ଘଟିବ, କିନ୍ତୁ ତତ୍କ୍ଷଣାତ୍ ଯୁଗା; ହେବ ନାହିଁ ।
ଲୂକଲିଖିତ ସୁସମାଚାର 21 : 10 (ORV)
ତତ୍ପରେ ସେ ସେମାନଙ୍କୁ କହିଲେ, ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ,
ଲୂକଲିଖିତ ସୁସମାଚାର 21 : 11 (ORV)
ଆଉ ମହା ଭୂମିକମ୍ପ ଓ ସ୍ଥାନେ ସ୍ଥାନେ ମହାମାରୀ ଓ ଦୁର୍ଭିକ୍ଷ ହେବ, ପୁଣି ଆକାଶମଣ୍ତଳରେ ଭୟଙ୍କର ଦୃଶ୍ୟ ଓ ମହା ମହା ଲକ୍ଷଣ ଦେଖାଯିବ ।
ଲୂକଲିଖିତ ସୁସମାଚାର 21 : 12 (ORV)
କିନ୍ତୁ ଏହିସମସ୍ତ ଘଟଣା ପୂର୍ବେ ଲୋକେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋʼ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ଛାମୁକୁ ନିଆଯିବ;
ଲୂକଲିଖିତ ସୁସମାଚାର 21 : 13 (ORV)
ଏହା ତୁମ୍ଭମାନଙ୍କ ସପକ୍ଷରେ ସାକ୍ଷ୍ୟ ହେବ ।
ଲୂକଲିଖିତ ସୁସମାଚାର 21 : 14 (ORV)
ଅତଏବ, କଅଣ ଉତ୍ତର ଦେବ, ସେ ବିଷୟରେ ପୂର୍ବରୁ ଚିନ୍ତା ନ କରିବାକୁ ଆପଣା ଆପଣା ମନରେ ସ୍ଥିର କର;
ଲୂକଲିଖିତ ସୁସମାଚାର 21 : 15 (ORV)
କାରଣ ମୁଁ ତୁମ୍ଭମାନଙ୍କୁ ଏପରି ମୁଖ ଓ ଜ୍ଞାନ ଦେବି ଯେ, ତୁମ୍ଭମାନଙ୍କର ସମସ୍ତ ବିପକ୍ଷ ଲୋକ ସେଥିର ପ୍ରତିରୋଧ ବା ପ୍ରତିବାଦ କରି ପାରିବେ ନାହିଁ ।
ଲୂକଲିଖିତ ସୁସମାଚାର 21 : 16 (ORV)
କିନ୍ତୁ ତୁମ୍ଭେମାନେ ପିତାମାତା, ଭ୍ରାତା, ଆତ୍ମୀୟ ଓ ବନ୍ଧୁବାନ୍ଧବମାନଙ୍କ ଦ୍ଵାରା ସୁଦ୍ଧା ସମର୍ପିତ ହେବ, ଆଉ ତୁମ୍ଭମାନଙ୍କ ମଧ୍ୟରୁ ଲୋକେ କାହାରିକାହାରିକି ବଧ କରିବେ,
ଲୂକଲିଖିତ ସୁସମାଚାର 21 : 17 (ORV)
ପୁଣି ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ଵାରା ଘୃଣିତ ହେବ ।
ଲୂକଲିଖିତ ସୁସମାଚାର 21 : 18 (ORV)
କିନ୍ତୁ ତୁମ୍ଭମାନଙ୍କ ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ;
ଲୂକଲିଖିତ ସୁସମାଚାର 21 : 19 (ORV)
ଧୈର୍ଯ୍ୟ ଦ୍ଵାରା ତୁମ୍ଭେମାନେ ଆପଣା ଆପଣା ଜୀବନ ଲାଭ କରିବ ।
ଲୂକଲିଖିତ ସୁସମାଚାର 21 : 20 (ORV)
କିନ୍ତୁ ତୁମ୍ଭେମାନେ ଯେତେବେଳେ ଯିରୂଶାଲମକୁ ସୈନ୍ୟସାମନ୍ତଙ୍କ ଦ୍ଵାରା ପରିବେଷ୍ଟିତ ଦେଖିବ, ସେତେବେଳେ ତାହା ଉତ୍ସନ୍ନ ହେବା ଯେ ସନ୍ନିକଟ, ଏହା ଜାଣ ।
ଲୂକଲିଖିତ ସୁସମାଚାର 21 : 21 (ORV)
ସେତେବେଳେ ଯେଉଁମାନେ ଯିହୁଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇ ଯାଆନ୍ତୁ; ପୁଣି, ଯେଉଁମାନେ ନଗର ମଧ୍ୟରେ ଥାଆନ୍ତି, ସେମାନେ ପ୍ରସ୍ଥାନ କରନ୍ତୁ; ଆଉ, ଯେଉଁମାନେ ପଲ୍ଲୀଗ୍ରାମଗୁଡ଼ିକରେ ଥାଆନ୍ତି, ସେମାନେ ନଗରରେ ପ୍ରବେଶ ନ କରନ୍ତୁ;
ଲୂକଲିଖିତ ସୁସମାଚାର 21 : 22 (ORV)
କାରଣ ଲିଖିତ ବିଷୟସବୁ ସଫଳ ହେବା ନିମନ୍ତେ ତାହା ସମୁଚିତ ଦଣ୍ତର ସମୟ ଅଟେ ।
ଲୂକଲିଖିତ ସୁସମାଚାର 21 : 23 (ORV)
ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଳେଶର ପାତ୍ର! କାରଣ ଦେଶରେ ମହା ବିପଦ ଓ ଏହି ଜାତି ପ୍ରତି କ୍ରୋଧ ଘଟିବ,
ଲୂକଲିଖିତ ସୁସମାଚାର 21 : 24 (ORV)
ଆଉ ସେମାନେ ଖଡ଼୍‍ଗଧାରରେ ହତ ହେବେ ଓ ବନ୍ଦୀ ହୋଇ ସମସ୍ତ ବିଜାତି ମଧ୍ୟକୁ ନୀତ ହେବେ, ପୁଣି ବିଜାତିମାନଙ୍କର କାଳ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଯିରୂଶାଲମ ସେମାନଙ୍କର ପଦ ଦଳିତ ହୋଇ ରହିବ ।
ଲୂକଲିଖିତ ସୁସମାଚାର 21 : 25 (ORV)
ପୁଣି ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାଳାରେ ଲକ୍ଷଣ ଦେଖାଯିବ, ଆଉ ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଳେଶ ଘଟିବ, ସମୁଦ୍ର ଓ ତରଙ୍ଗର ତର୍ଜନଗର୍ଜନ ହେତୁ ସେମାନେ ହତବୁଦ୍ଧି ହେବେ,
ଲୂକଲିଖିତ ସୁସମାଚାର 21 : 26 (ORV)
ପୁଣି ଜଗତ ଉପରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ, କାରଣ ଆକାଶ-ମଣ୍ତଳର ଶକ୍ତିସମୂହ ବିଚଳିତ ହେବେ ।
ଲୂକଲିଖିତ ସୁସମାଚାର 21 : 27 (ORV)
ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହା ପରାକ୍ରମ ଓ ମହା ମହିମା ସହ ମେଘରେ ଆଗମନ କରିବା ଦେଖିବେ ।
ଲୂକଲିଖିତ ସୁସମାଚାର 21 : 28 (ORV)
କିନ୍ତୁ ଏହିସମସ୍ତ ଘଟଣା ଆରମ୍ଭ ହେଲେ ତୁମ୍ଭେମାନେ ଊର୍ଦ୍ଧଦୃଷ୍ଟି କର ଓ ମସ୍ତକ ଉତ୍ତୋଳନ କର, ଯେଣୁ ତୁମ୍ଭମାନଙ୍କର ମୁକ୍ତି ସନ୍ନିକଟ ।
ଲୂକଲିଖିତ ସୁସମାଚାର 21 : 29 (ORV)
ଆଉ, ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ କହିଲେ, ଡ଼ିମିରି, ପୁଣି ସମସ୍ତ ବୃକ୍ଷ ପ୍ରତି ଦୃଷ୍ଟିପାତ କର;
ଲୂକଲିଖିତ ସୁସମାଚାର 21 : 30 (ORV)
ଯେତେବେଳେ ସେଗୁଡ଼ିକ ପଲ୍ଳବିତ ହୁଏ, ସେତେବେଳେ ତୁମ୍ଭେମାନେ ତାହା ଦେଖି ଗ୍ରୀଷ୍ମକାଳ ସନ୍ନିକଟ ହେଲାଣି ବୋଲି ନିଜେ ନିଜେ ଜାଣିଥାଅ;
ଲୂକଲିଖିତ ସୁସମାଚାର 21 : 31 (ORV)
ସେହିପରି ତୁମ୍ଭେମାନେ ମଧ୍ୟ ଏହିସମସ୍ତ ଘଟଣା ଦେଖିଲେ ଈଶ୍ଵରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣ ।
ଲୂକଲିଖିତ ସୁସମାଚାର 21 : 32 (ORV)
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ ।
ଲୂକଲିଖିତ ସୁସମାଚାର 21 : 33 (ORV)
ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ ।
ଲୂକଲିଖିତ ସୁସମାଚାର 21 : 34 (ORV)
କିନ୍ତୁ ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ, କାଳେ ତୁମ୍ଭମାନଙ୍କର ହୃଦୟ ମତ୍ତତା ଓ ମଦ୍ୟପାନରେ, ପୁଣି ଜୀବିକା ସମ୍ଵନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ହୁଏ, ଆଉ ସେହିଦିନ ହଠାତ୍ ତୁମ୍ଭମାନଙ୍କ ଉପରେ ପଡ଼େ;
ଲୂକଲିଖିତ ସୁସମାଚାର 21 : 35 (ORV)
କାରଣ ତାହା ଫାନ୍ଦ ସ୍ଵରୂପେ ସମଗ୍ର ପୃଥିବୀ-ନିବାସୀ ସମସ୍ତଙ୍କ ଉପରେ ଆସିବ ।
ଲୂକଲିଖିତ ସୁସମାଚାର 21 : 36 (ORV)
କିନ୍ତୁ ତୁମ୍ଭେମାନେ ଯେପରି ଏହିସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଓ ମନୁଷ୍ୟପୁତ୍ରଙ୍କ ଛାମୁରେ ଉଭା ହେବାକୁ ସମର୍ଥ ହୁଅ, ଏନିମନ୍ତେ ସର୍ବଦା ପ୍ରାର୍ଥନା କରି ଜାଗିରୁହ ।
ଲୂକଲିଖିତ ସୁସମାଚାର 21 : 37 (ORV)
ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ପୁଣି ପ୍ରତି ରାତ୍ର ବାହାରିଯାଇ ଜୀତ ପର୍ବତରେ ରହୁଥିଲେ ।
ଲୂକଲିଖିତ ସୁସମାଚାର 21 : 38 (ORV)
ଆଉ, ସମସ୍ତ ଲୋକ ମନ୍ଦିରରେ ତାହାଙ୍କର ଶିକ୍ଷା ଶୁଣିବା ନିମନ୍ତେ ପ୍ରଭାତରେ ତାହାଙ୍କ ନିକଟକୁ ଆସୁଥିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38

BG:

Opacity:

Color:


Size:


Font: