ଲୂକଲିଖିତ ସୁସମାଚାର 20 : 1 (ORV)
ଏଥିମଧ୍ୟରେ ସେ ଦିନେ ଯେତେବେଳେ ମନ୍ଦିରରେ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ ଓ ସୁସମାଚାର ପ୍ରଚାର କରୁଥିଲେ, ସେତେବେଳେ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ପ୍ରାଚୀନବର୍ଗଙ୍କ ସହିତ ଆସି ତାହାଙ୍କୁ କହିଲେ,
ଲୂକଲିଖିତ ସୁସମାଚାର 20 : 2 (ORV)
ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ, ଅବା, ଯେ ତୁମ୍ଭକୁ ଏ ଅଧିକାର ଦେଲା, ସେ କିଏ, ଆମ୍ଭମାନଙ୍କୁ କୁହ ।
ଲୂକଲିଖିତ ସୁସମାଚାର 20 : 3 (ORV)
କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ମୋତେ କୁହ,
ଲୂକଲିଖିତ ସୁସମାଚାର 20 : 4 (ORV)
ଯୋହନଙ୍କର ବାପ୍ତିସ୍ମ।।।ସ୍ଵର୍ଗରୁ ନା ମନୁଷ୍ୟଠାରୁ ହେଲା?
ଲୂକଲିଖିତ ସୁସମାଚାର 20 : 5 (ORV)
ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିଲେ, ଯଦି ସ୍ଵର୍ଗରୁ ବୋଲି କହିବୁ, ତାହାହେଲେ ସେ କହିବେ, ତୁମ୍ଭେମାନେ କାହିଁକି ତାଙ୍କୁ ବିଶ୍ଵାସ କଲ ନାହିଁ?
ଲୂକଲିଖିତ ସୁସମାଚାର 20 : 6 (ORV)
କିନ୍ତୁ ଯଦି ମନୁଷ୍ୟଠାରୁ ବୋଲି କହିବୁ, ତେବେ ଲୋକସମସ୍ତେ ଆମ୍ଭମାନଙ୍କୁ ପଥର ଫୋପାଡ଼ି ମାରି-ପକାଇବେ, କାରଣ ଯୋହନ ଯେ ଜଣେ ଭାବବାଦୀ, ଏହା ସେମାନଙ୍କର ଦୃଢ଼ ବିଶ୍ଵାସ ।
ଲୂକଲିଖିତ ସୁସମାଚାର 20 : 7 (ORV)
ଏଣୁ ତାହା କେଉଁଠାରୁ ହେଲା, ଏହା ଜାଣନ୍ତି ନାହିଁ ବୋଲି ସେମାନେ ଉତ୍ତର ଦେଲେ ।
ଲୂକଲିଖିତ ସୁସମାଚାର 20 : 8 (ORV)
ଯୀଶୁ ସେମାନଙ୍କୁ କହିଲେ, ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ ।
ଲୂକଲିଖିତ ସୁସମାଚାର 20 : 9 (ORV)
ଏଥିଉତ୍ତାରେ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତ କହିବାକୁ ଲାଗିଲେ । ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହା କୃଷକମାନଙ୍କୁ ଭାଗରେ ଦେଇ ବହୁକାଳ ନିମନ୍ତେ ବିଦେଶକୁ ଗମନ କଲେ ।
ଲୂକଲିଖିତ ସୁସମାଚାର 20 : 10 (ORV)
ଆଉ, କୃଷକମାନେ ଯେପରି ତାଙ୍କୁ ଦ୍ରାକ୍ଷାକ୍ଷେତ୍ରର ଫଳରୁ ଭାଗ ଦିଅନ୍ତି, ଏଥିନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ, କିନ୍ତୁ ସେହି କୃଷକମାନେ ତାହାକୁ ପ୍ରହାର କରି ଶୂନ୍ୟ ହସ୍ତରେ ଫେରାଇ ଦେଲେ ।
ଲୂକଲିଖିତ ସୁସମାଚାର 20 : 11 (ORV)
ସେ ପୁଣି ଆଉ ଜଣେ ଦାସକୁ ପଠାଇଲେ; ସେମାନେ ତାହାକୁ ମଧ୍ୟ ପ୍ରହାର ଓ ଅପମାନ କରି ଶୂନ୍ୟ ହସ୍ତରେ ଫେରାଇ ଦେଲେ ।
ଲୂକଲିଖିତ ସୁସମାଚାର 20 : 12 (ORV)
ପରେ ସେ ତୃତୀୟ ଜଣକୁ ମଧ୍ୟ ପଠାଇଲେ; କିନ୍ତୁ ସେମାନେ ତାହାକୁ ସୁଦ୍ଧା କ୍ଷତବିକ୍ଷତ କରି ବାହାରେ ଫୋପାଡ଼ି ଦେଲେ ।
ଲୂକଲିଖିତ ସୁସମାଚାର 20 : 13 (ORV)
ସେଥିରେ ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା କହିଲେ, ମୁଁ କଅଣ କରିବି? ମୋର ପ୍ରିୟ ପୁତ୍ରକୁ ପଠାଇବି, କେଜାଣି ସେମାନେ ତାହାକୁ ମାନ୍ୟ କରିବେ ।
ଲୂକଲିଖିତ ସୁସମାଚାର 20 : 14 (ORV)
ମାତ୍ର କୃଷକମାନେ ତାଙ୍କୁ ଦେଖି ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଏ ତ ଉତ୍ତରାଧିକାରୀ, ଏହାକୁ ବଧ କରିବା, ଯେପରି ଅଧିକାର ଆମ୍ଭମାନଙ୍କର ହେବ ।
ଲୂକଲିଖିତ ସୁସମାଚାର 20 : 15 (ORV)
ଆଉ, ସେମାନେ ତାଙ୍କୁ ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇ ବଧ କଲେ । ଅତଏବ, ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା ସେମାନଙ୍କ ପ୍ରତି କଅଣ କରିବେ?
ଲୂକଲିଖିତ ସୁସମାଚାର 20 : 16 (ORV)
ସେ ଆସି ଏହି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଦେବେ । ଏହା ଶୁଣି ସେମାନେ କହିଲେ, ତାହା ନ ହେଉ ।
ଲୂକଲିଖିତ ସୁସମାଚାର 20 : 17 (ORV)
କିନ୍ତୁ ସେ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ତେବେ ଏହି ଯେଉଁ ବାକ୍ୟ ଲିଖିତ ଅଛି, ତାହାର ଭାବ କଅଣ, ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା ।
ଲୂକଲିଖିତ ସୁସମାଚାର 20 : 18 (ORV)
ଯେକେହି ସେହି ପ୍ରସ୍ତର ଉପରେ ପଡ଼ିବ, ସେ ଖଣ୍ତବିଖଣ୍ତ ହେବ, ପୁଣି ସେହି ପ୍ରସ୍ତର ଯାହା ଉପରେ ପଡ଼ିବ, ତାହାକୁ ତାହା ଚୂର୍ଣ୍ଣବିଚୂର୍ଣ୍ଣ କରିବ ।
ଲୂକଲିଖିତ ସୁସମାଚାର 20 : 19 (ORV)
ଏଥିରେ ଶାସ୍ତ୍ରୀ ଓ ପ୍ରଧାନ ଯାଜକମାନେ ସେହି ଦଣ୍ତରେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କଲେ, କାରଣ ସେ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଥିଲେ ବୋଲି ସେମାନେ ବୁଝିଲେ ।
ଲୂକଲିଖିତ ସୁସମାଚାର 20 : 20 (ORV)
ସେଥିରେ ସେମାନେ ତାହାଙ୍କୁ କର୍ତ୍ତୃପକ୍ଷଙ୍କ ହସ୍ତରେ ଓ ଶାସନକର୍ତ୍ତାଙ୍କ କ୍ଷମତାଧୀନରେ ସମର୍ପଣ କରିବା ନିମନ୍ତେ ସୁଯୋଗ ଖୋଜି ତାହାଙ୍କ କଥାର ଛିଦ୍ର ଧରିବା ଉଦ୍ଦେଶ୍ୟରେ କପଟ ଭାବରେ ଆପଣା ଆପଣାକୁ ଧାର୍ମିକ ବୋଲି ଦେଖାଉଥିବା ଚରମାନଙ୍କୁ ପଠାଇଲେ ।
ଲୂକଲିଖିତ ସୁସମାଚାର 20 : 21 (ORV)
ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ଯଥାର୍ଥ ରୂପେ କଥା କହନ୍ତି ଓ ଶିକ୍ଷା ଦିଅନ୍ତି, ପୁଣି କାହାରି ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ଵରଙ୍କ ମାର୍ଗ ଶିକ୍ଷା ଦିଅନ୍ତି ।
ଲୂକଲିଖିତ ସୁସମାଚାର 20 : 22 (ORV)
କାଇସରଙ୍କୁ କର ଦେବା ଆମ୍ଭମାନଙ୍କର ବିଧିସଙ୍ଗତ କି ନା?
ଲୂକଲିଖିତ ସୁସମାଚାର 20 : 23 (ORV)
କିନ୍ତୁ ସେ ସେମାନଙ୍କ ଧୂର୍ତ୍ତତା ବୁଝି ସେମାନଙ୍କୁ କହିଲେ, ମୋତେ ଗୋଟିଏ ଅଧୁଲି ଦେଖାଅ ।
ଲୂକଲିଖିତ ସୁସମାଚାର 20 : 24 (ORV)
ଏଥିରେ କାହାର ମୂର୍ତ୍ତି ଓ ନାମ ଅଛି? ସେମାନେ କହିଲେ, କାଇସରଙ୍କର ।
ଲୂକଲିଖିତ ସୁସମାଚାର 20 : 25 (ORV)
ସେଥିରେ ସେ ସେମାନଙ୍କୁ କହିଲେ, ତେବେ କାଇସରଙ୍କର ଯାହା, ତାହା କାଇସରଙ୍କୁ ଦିଅ; ପୁଣି, ଈଶ୍ଵରଙ୍କର ଯାହା, ତାହା ଈଶ୍ଵରଙ୍କୁ ଦିଅ ।
ଲୂକଲିଖିତ ସୁସମାଚାର 20 : 26 (ORV)
ଏଥିରେ ସେମାନେ ଲୋକମାନଙ୍କ ସାକ୍ଷାତରେ ତାହାଙ୍କ କଥାର ଛିଦ୍ର ଧରି ପାରିଲେ ନାହିଁ, ଆଉ ସେମାନେ ତାହାଙ୍କ ଉତ୍ତରରେ ଚମତ୍କୃତ ହୋଇ ନୀରବ ରହିଲେ ।
ଲୂକଲିଖିତ ସୁସମାଚାର 20 : 27 (ORV)
ଏଥିଉତ୍ତାରେ ପୁନରୁତ୍ଥାନ ନାସ୍ତି କରୁଥିବା କେତେକ ସାଦ୍ଦୂକୀ ତାହାଙ୍କ ନିକଟକୁ ଆସି ପଚାରିଲେ,
ଲୂକଲିଖିତ ସୁସମାଚାର 20 : 28 (ORV)
ହେ ଗୁରୁ, ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ, ଭାର୍ଯ୍ୟା ଥାଉ ଥାଉ ନିଃସନ୍ତାନ ହୋଇ ମରେ, ତାହାହେଲେ ତାହାର ଭାଇ ତାହାର ଭାର୍ଯ୍ୟାକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ ।
ଲୂକଲିଖିତ ସୁସମାଚାର 20 : 29 (ORV)
ଆଚ୍ଛା, ସାତ ଭାଇ ଥିଲେ; ପ୍ରଥମଟି ଗୋଟିଏ ସ୍ତ୍ରୀକି ବିବାହ କଲା ଓ ନିଃସନ୍ତାନ ହୋଇ ମଲା;
ଲୂକଲିଖିତ ସୁସମାଚାର 20 : 30 (ORV)
ପରେ ଦ୍ଵିତୀୟଟି ଓ ତୃତୀୟଟି ତାହାକୁ ଗ୍ରହଣ କଲେ;
ଲୂକଲିଖିତ ସୁସମାଚାର 20 : 31 (ORV)
ସେହି ପ୍ରକାରେ ସାତ ଜଣଯାକ ନିଃସନ୍ତାନ ହୋଇ ମଲେ ।
ଲୂକଲିଖିତ ସୁସମାଚାର 20 : 32 (ORV)
ଶେଷରେ ସ୍ତ୍ରୀଟି ମଧ୍ୟ ମଲା ।
ଲୂକଲିଖିତ ସୁସମାଚାର 20 : 33 (ORV)
ତେବେ, ପୁନରୁତ୍ଥାନରେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ ।
ଲୂକଲିଖିତ ସୁସମାଚାର 20 : 34 (ORV)
ଯୀଶୁ ସେମାନଙ୍କୁ କହିଲେ, ଏହି ଜଗତର ସନ୍ତାନମାନେ ବିବାହ କରନ୍ତି ଓ ବିବାହିତା ହୁଅନ୍ତି,
ଲୂକଲିଖିତ ସୁସମାଚାର 20 : 35 (ORV)
କିନ୍ତୁ ଯେଉଁମାନେ ସେହି ଜଗତ ଓ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଯୋଗ୍ୟ ଗଣିତ ହୁଅନ୍ତି, ସେମାନେ ବିବାହ କରନ୍ତି ନାହିଁ କିମ୍ଵା ବିବାହିତା ହୁଅନ୍ତି ନାହିଁ;
ଲୂକଲିଖିତ ସୁସମାଚାର 20 : 36 (ORV)
ପୁଣି, ସେମାନେ ଆଉ ମରି ପାରନ୍ତି ନାହିଁ, କାରଣ ସେମାନେ ଦୂତମାନଙ୍କ ପରି ରୁହନ୍ତି ଏବଂ ପୁନରୁତ୍ଥାନର ସନ୍ତାନ ହେବାରୁ ଈଶ୍ଵରଙ୍କ ସନ୍ତାନ ଅଟନ୍ତି ।
ଲୂକଲିଖିତ ସୁସମାଚାର 20 : 37 (ORV)
ମାତ୍ର ମୃତମାନେ ଯେ ଉତ୍ଥିତ ହୁଅନ୍ତି, ଏହା ମୋଶା ମଧ୍ୟ ବୁଦାର ବୃତ୍ତାନ୍ତରେ ପ୍ରଭୁଙ୍କୁ ଅବ୍ରହାମଙ୍କ ଈଶ୍ଵର, ଇସ୍‍ହାକଙ୍କ ଈଶ୍ଵର ଓ ଯାକୁବଙ୍କ ଈଶ୍ଵର ବୋଲି କହି ସୂଚନା ଦେଇଅଛନ୍ତି ।
ଲୂକଲିଖିତ ସୁସମାଚାର 20 : 38 (ORV)
ସେ ତ ମୃତମାନଙ୍କ ଈଶ୍ଵର ନୁହନ୍ତି, ମାତ୍ର ଜୀବିତମାନଙ୍କର; କାରଣ ସମସ୍ତେ ତାହାଙ୍କ ସାକ୍ଷାତରେ ଜୀବିତ ଅଟନ୍ତି ।
ଲୂକଲିଖିତ ସୁସମାଚାର 20 : 39 (ORV)
ସେଥିରେ ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେକ ଜଣ ଉତ୍ତର ଦେଲେ, ହେ ଗୁରୁ, ଆପଣ ଯଥାର୍ଥ କହିଲେ ।
ଲୂକଲିଖିତ ସୁସମାଚାର 20 : 40 (ORV)
କାରଣ ସେମାନେ ତାହାଙ୍କୁ କୌଣସି ପ୍ରଶ୍ନ ପଚାରିବାକୁ ଆଉ ସାହସ କଲେ ନାହିଁ ।
ଲୂକଲିଖିତ ସୁସମାଚାର 20 : 41 (ORV)
କିନ୍ତୁ ସେ ସେମାନଙ୍କୁ ପଚାରିଲେ, ଖ୍ରୀଷ୍ଟ ଯେ ଦାଉଦଙ୍କ ସନ୍ତାନ, ଏହା ଲୋକେ କିପରି କହନ୍ତି?
ଲୂକଲିଖିତ ସୁସମାଚାର 20 : 42 (ORV)
କାରଣ ସ୍ଵୟଂ ଦାଉଦ ଗୀତସଂହିତାରେ କହନ୍ତି, ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ,
ଲୂକଲିଖିତ ସୁସମାଚାର 20 : 43 (ORV)
ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ ।
ଲୂକଲିଖିତ ସୁସମାଚାର 20 : 44 (ORV)
ଅତଏବ, ଦାଉଦ ତାହାଙ୍କୁ ପ୍ରଭୁ ବୋଲି କହନ୍ତି; ତେବେ, ସେ କିପ୍ରକାରେ ତାଙ୍କର ସନ୍ତାନ?
ଲୂକଲିଖିତ ସୁସମାଚାର 20 : 45 (ORV)
ପରେ ସେ ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ଶିଷ୍ୟମାନଙ୍କୁ କହିଲେ,
ଲୂକଲିଖିତ ସୁସମାଚାର 20 : 46 (ORV)
ଶାସ୍ତ୍ରୀମାନଙ୍କଠାରୁ ସାବଧାନ! ସେମାନେ ଦୀର୍ଘ ବସନ ପରିଧାନ କରି ଭ୍ରମଣ କରିବାକୁ, ପୁଣି ହାଟବଜାରରେ ନମସ୍କାର, ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ଭଲ ପାଆନ୍ତି;
ଲୂକଲିଖିତ ସୁସମାଚାର 20 : 47 (ORV)
ସେମାନେ ବିଧବାମାନଙ୍କର ଗୃହସବୁ ଗ୍ରାସ କରନ୍ତି ଓ ଛଳନା କରି ଦୀର୍ଘ ପ୍ରାର୍ଥନା କରନ୍ତି; ସେମାନେ ଗୁରୁତର ଦଣ୍ତ ପାଇବେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47

BG:

Opacity:

Color:


Size:


Font: