ଲୂକଲିଖିତ ସୁସମାଚାର 2 : 1 (ORV)
ସେସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କଠାରୁ ଆଜ୍ଞା ଘୋଷଣା କରାଗଲା ।
ଲୂକଲିଖିତ ସୁସମାଚାର 2 : 2 (ORV)
ସୁରିଆର ଶାସନକର୍ତ୍ତା କ୍ଵିରୀଣୀୟଙ୍କ ସମୟରେ ପ୍ରଥମ ଥର ଏହି ନାମ ଲେଖା ହୋଇଥିଲା ।
ଲୂକଲିଖିତ ସୁସମାଚାର 2 : 3 (ORV)
ସେଥିନିମନ୍ତେ ସମସ୍ତେ ନାମ ଲେଖାଇବା ପାଇଁ ଆପଣା ଆପଣା ନଗରକୁ ଯାଉଥିଲେ ।
ଲୂକଲିଖିତ ସୁସମାଚାର 2 : 4 (ORV)
ପୁଣି, ଯୋଷେଫ ମଧ୍ୟ ନାମ ଲେଖାଇବା ନିମନ୍ତେ ମରୀୟମଙ୍କ ସହିତ ଗାଲିଲୀର ନାଜରିତ ନଗରରରୁ ଯିହୁଦା ପ୍ରଦେଶର ବେଥଲିହିମ ନାମକ ଦାଉଦଙ୍କ ନଗରକୁ ଗଲେ, କାରଣ ସେ ଦାଉଦଙ୍କ ବଂଶ ଓ ଗୋଷ୍ଠୀର ଲୋକ ଥିଲେ;
ଲୂକଲିଖିତ ସୁସମାଚାର 2 : 5 (ORV)
ତାଙ୍କ ସହିତ ମରୀୟମଙ୍କ ବିବାହ ନିର୍ବନ୍ଧ ହୋଇଥିଲା ଓ ସେ ଗର୍ଭବତୀ ଥିଲେ ।
ଲୂକଲିଖିତ ସୁସମାଚାର 2 : 6 (ORV)
ସେମାନେ ସେହି ସ୍ଥାନରେ ଥିବା ସମୟରେ ତାଙ୍କର ପ୍ରସବକାଳ ଉପସ୍ଥିତ ହେଲା,
ଲୂକଲିଖିତ ସୁସମାଚାର 2 : 7 (ORV)
ପୁଣି ସେ ଆପଣା ପ୍ରଥମଜାତ ପୁତ୍ର ପ୍ରସବ କଲେ ଏବଂ ତାହାଙ୍କୁ ଲୁଗାରେ ଗୁଡ଼ାଇ ଗୁହାଳକୁଣ୍ତରେ ଶୁଆଇଲେ, କାରଣ ବସାଘରେ ସେମାନଙ୍କ ପାଇଁ ସ୍ଥାନ ନ ଥିଲା ।
ଲୂକଲିଖିତ ସୁସମାଚାର 2 : 8 (ORV)
ସେହି ଅଞ୍ଚଳରେ କେତେକ ମେଷପାଳକ ପଦାରେ ରହି ରାତ୍ରିରେ ସେମାନଙ୍କ ପଲ ଜଗୁଥିଲେ ।
ଲୂକଲିଖିତ ସୁସମାଚାର 2 : 9 (ORV)
ପ୍ରଭୁଙ୍କର ଜଣେ ଦୂତ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, ପୁଣି ପ୍ରଭୁଙ୍କର ଗୌରବର ଜ୍ୟୋତିଃ ସେମାନଙ୍କ ଚତୁର୍ଦ୍ଦିଗରେ ପ୍ରକାଶିତ ହେଲା, ଆଉ ସେମାନେ ଅତିଶୟ ଭୟଗ୍ରସ୍ତ ହେଲେ ।
ଲୂକଲିଖିତ ସୁସମାଚାର 2 : 10 (ORV)
ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ; ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟ; ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି,
ଲୂକଲିଖିତ ସୁସମାଚାର 2 : 11 (ORV)
କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ, ।
ଲୂକଲିଖିତ ସୁସମାଚାର 2 : 12 (ORV)
ଆଉ, ତୁମ୍ଭମାନଙ୍କ ନିମନ୍ତେ ଏହା ଚିହ୍ନସ୍ଵରୂପ ହେବ, ତୁମ୍ଭେମାନେ ଜଣେ ଶିଶୁଙ୍କୁ ଲୁଗାରେ ଗୁଡ଼ା ହୋଇ ଗୁହାଳକୁଣ୍ତରେ ଶୋଇଥିବାର ଦେଖିବ ।
ଲୂକଲିଖିତ ସୁସମାଚାର 2 : 13 (ORV)
ପୁଣି, ଅକସ୍ମାତ୍ ସେହି ଦୂତଙ୍କ ସାଙ୍ଗରେ ସ୍ଵର୍ଗୀୟ ବାହିନୀର ଗୋଟିଏ ବୃହତ୍ ଦଳ ଉପସ୍ଥିତ ହୋଇ ଈଶ୍ଵରଙ୍କ ସ୍ତବଗାନ କରୁ କରୁ କହିଲେ,
ଲୂକଲିଖିତ ସୁସମାଚାର 2 : 14 (ORV)
ଊର୍ଦ୍ଧ୍ଵଲୋକରେ ଈଶ୍ଵରଙ୍କ ମହିମା, ପୁଣି ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି ।
ଲୂକଲିଖିତ ସୁସମାଚାର 2 : 15 (ORV)
ଦୂତମାନେ ସେମାନଙ୍କଠାରୁ ସ୍ଵର୍ଗକୁ ପ୍ରସ୍ଥାନ କଲା ଉତ୍ତାରେ ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, ଆସ, ଆମ୍ଭେମାନେ ବେଥଲିହିମ ପର୍ଯ୍ୟନ୍ତ ଯାଇ, ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ, ତାହା ଦେଖିବା ।
ଲୂକଲିଖିତ ସୁସମାଚାର 2 : 16 (ORV)
ଏଥିରେ ସେମାନେ ଶୀଘ୍ର ଯାଇ ଅନ୍ଵେଷଣ କରି ମରୀୟମ ଓ ଯୋଷେଫଙ୍କୁ, ପୁଣି ଗୁହାଳକୁଣ୍ତରେ ଶିଶୁଙ୍କୁ ଶୋଇଥିବା ଦେଖିଲେ ।
ଲୂକଲିଖିତ ସୁସମାଚାର 2 : 17 (ORV)
ସେମାନେ ଏହା ଦେଖି ସେହି ଶିଶୁଙ୍କ ସମ୍ଵନ୍ଧରେ ସେମାନଙ୍କୁ ଯେଉଁ କଥା କୁହାଯାଇଥିଲା, ତାହା ପ୍ରକାଶ କଲେ,
ଲୂକଲିଖିତ ସୁସମାଚାର 2 : 18 (ORV)
ପୁଣି ଯେତେ ଲୋକ ମେଷପାଳକମାନଙ୍କଠାରୁ ସେହିସବୁ କଥା ଶୁଣିଲେ, ସେମାନେ ସମସ୍ତେ ସେଥିରେ ଚମତ୍କୃତ ହେଲେ ।
ଲୂକଲିଖିତ ସୁସମାଚାର 2 : 19 (ORV)
କିନ୍ତୁ ମରୀୟମ ଏହିସମସ୍ତ କଥା ହୃଦୟରେ ରଖି ଆନ୍ଦୋଳନ କରିବାକୁ ଲାଗିଲେ ।
ଲୂକଲିଖିତ ସୁସମାଚାର 2 : 20 (ORV)
ଆଉ, ମେଷପାଳକମାନଙ୍କୁ ଯେପରି କୁହାଯାଇଥିଲା, ସେହିପରି ସେମାନେ ଯାହା ଯାହା ଶୁଣିଲେ ଓ ଦେଖିଲେ, ସେସମସ୍ତ ସକାଶେ ଈଶ୍ଵରଙ୍କ ଗୌରବ ଓ ପ୍ରଶଂସା କରୁ କରୁ ବାହୁଡ଼ିଗଲେ ।
ଲୂକଲିଖିତ ସୁସମାଚାର 2 : 21 (ORV)
ତାହାଙ୍କୁ ସୁନ୍ନତ କରିବା ସକାଶେ ଅଷ୍ଟମ ଦିନ ଉପସ୍ଥିତ ହୁଅନ୍ତେ, ତାହାଙ୍କର ନାମ ଯୀଶୁ ଦିଆଗଲା; ଏହି ନାମ ତାହାଙ୍କ ଗର୍ଭସ୍ଥ ହେବା ପୂର୍ବରୁ ଦୂତଙ୍କ ଦ୍ଵାରା ଦିଆଯାଇଥିଲା ।
ଲୂକଲିଖିତ ସୁସମାଚାର 2 : 22 (ORV)
ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ସେମାନଙ୍କର ଶୁଚି ହେବା ସମୟ ପୂର୍ଣ୍ଣ ହେଲା,
ଲୂକଲିଖିତ ସୁସମାଚାର 2 : 23 (ORV)
ସେତେବେଳେ ପ୍ରତ୍ୟେକ ପ୍ରଥମଜାତ ପୁଂସନ୍ତାନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବୋଲି ଗଣିତ ହେବ,
ଲୂକଲିଖିତ ସୁସମାଚାର 2 : 24 (ORV)
ପ୍ରଭୁଙ୍କ ବ୍ୟବସ୍ଥାଶାସ୍ତ୍ରରେ ଲିଖିତ ଏହି ଆଜ୍ଞାନୁସାରେ ସେମାନେ ତାଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ନିମନ୍ତେ ଓ ପ୍ରଭୁଙ୍କ ବ୍ୟବସ୍ଥାଶାସ୍ତ୍ରରେ ଉଲ୍ଲିଖିତ ଉକ୍ତି ଅନୁସାରେ ଦୁଇଟି ଘୁଘୁ ବା ଦୁଇଟି କାପ୍ତାଛୁଆ ବଳିଦାନ କରିବା ସକାଶେ ତାହାଙ୍କୁ ଯିରୂଶାଲମକୁ ଘେନିଗଲେ ।
ଲୂକଲିଖିତ ସୁସମାଚାର 2 : 25 (ORV)
ଆଉ ଦେଖ, ଯିରୂଶାଲମରେ ଶିମୀୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାଏଲର ସାନ୍ତ୍ଵନା ଅପେକ୍ଷା କରୁଥିଲେ, ପୁଣି ପବିତ୍ର ଆତ୍ମା ତାଙ୍କଠାରେ ଅଧିଷ୍ଠାନ କରିଥିଲେ ।
ଲୂକଲିଖିତ ସୁସମାଚାର 2 : 26 (ORV)
ପ୍ରଭୁଙ୍କ ଅଭିଷିକ୍ତଙ୍କର ଦର୍ଶନ ନ ପାଇଲେ ତାଙ୍କର ଯେ ମୃତ୍ୟୁ ହେବ ନାହିଁ, ପବିତ୍ର ଆତ୍ମାଙ୍କ ଦ୍ଵାରା ତାଙ୍କୁ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା ।
ଲୂକଲିଖିତ ସୁସମାଚାର 2 : 27 (ORV)
ସେ ଆତ୍ମାଙ୍କ ଦ୍ଵାରା ଚାଳିତ ହୋଇ ମନ୍ଦିରକୁ ଆସିଲେ, ପୁଣି ଶିଶୁ ଯୀଶୁଙ୍କ ପିତାମାତା ଯେତେବେଳେ ତାହାଙ୍କ ବିଷୟରେ ବ୍ୟବସ୍ଥାର ବିଧି ଅନୁଯାୟୀ କ୍ରିୟା କରିବା ନିମନ୍ତେ ତାହାଙ୍କୁ ଭିତରକୁ ଆଣିଲେ,
ଲୂକଲିଖିତ ସୁସମାଚାର 2 : 28 (ORV)
ସେତେବେଳେ ସେ ତାହାଙ୍କୁ କୋଳରେ ଘେନି ଈଶ୍ଵରଙ୍କ ସ୍ତବ କରି କହିଲେ,
ଲୂକଲିଖିତ ସୁସମାଚାର 2 : 29 (ORV)
ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ ନିଜ ଦାସକୁ ଶାନ୍ତିରେ ପ୍ରସ୍ଥାନ କରିବାକୁ ଦେଉଅଛ;
ଲୂକଲିଖିତ ସୁସମାଚାର 2 : 30 (ORV)
କାରଣ ମୋହର ନେତ୍ର ତୁମ୍ଭର ପରିତ୍ରାଣ ଦେଖିଅଛି,
ଲୂକଲିଖିତ ସୁସମାଚାର 2 : 31 (ORV)
ଯାହା ତୁମ୍ଭେ ସମସ୍ତ ଲୋକଙ୍କ ସମ୍ମୁଖରେ ପ୍ରସ୍ତୁତ କରି,
ଲୂକଲିଖିତ ସୁସମାଚାର 2 : 32 (ORV)
ବିଜାତିମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଜ୍ୟୋତିଃ, ପୁଣି ତୁମ୍ଭ ଲୋକ ଇସ୍ରାଏଲର ଗୌରବସ୍ଵରୂପ କରିଅଛ ।
ଲୂକଲିଖିତ ସୁସମାଚାର 2 : 33 (ORV)
ତାହାଙ୍କ ସମ୍ଵନ୍ଧୀୟ କଥିତ ସମସ୍ତ ବିଷୟରେ ତାହାଙ୍କ ପିତାମାତା ଚମତ୍କୃତ ହେଉଥିଲେ ।
ଲୂକଲିଖିତ ସୁସମାଚାର 2 : 34 (ORV)
ଆଉ, ଶିମୀୟୋନ ସେମାନଙ୍କୁ ଆଶୀର୍ବାଦ କରି ତାହାଙ୍କ ମାତା ମରୀୟମଙ୍କୁ କହିଲେ, ଦେଖ, ଯେପରି ଅନେକଙ୍କ ହୃଦୟର ଭାବ ପ୍ରକାଶିତ ହୁଏ,
ଲୂକଲିଖିତ ସୁସମାଚାର 2 : 35 (ORV)
ସେଥିପାଇଁ ଏହି ଶିଶୁ ଇସ୍ରାଏଲ ମଧ୍ୟରେ ଅନେକଙ୍କ ପତନ ଓ ଉତ୍ଥାନ ନିମନ୍ତେ ଏବଂ ଯାହା ବିରୁଦ୍ଧରେ କଥା କୁହାଯିବ, ଏପରି ଚିହ୍ନ ହେବା ନିମନ୍ତେ ନିରୂପିତ, ପୁଣି ତୁମ୍ଭ ନିଜ ପ୍ରାଣକୁ ମଧ୍ୟ ଖଡ଼୍‍ଗ ବିଦ୍ଧ କରିବ ।
ଲୂକଲିଖିତ ସୁସମାଚାର 2 : 36 (ORV)
ଆଉ, ହାନ୍ନା ନାମ୍ନୀ ଜଣେ ଭାବବାଦିନୀ ଥିଲେ; ସେ ଆଶେର୍ ବଂଶଜ ଫିନୂୟେଲଙ୍କ କନ୍ୟା । ତାଙ୍କର ଅନେକ ବୟସ ହୋଇଥିଲା; ସେ କୁମାରୀ ଅବସ୍ଥା ପରେ ସାତ ବର୍ଷ ସ୍ଵାମୀ ସହିତ ବାସ କରିଥିଲେ ଓ ଚଉରାଅଶୀ ବର୍ଷ ପର୍ଯ୍ୟନ୍ତ ବିଧବା ହୋଇ ରହିଥିଲେ ।
ଲୂକଲିଖିତ ସୁସମାଚାର 2 : 37 (ORV)
ସେ ମନ୍ଦିର ପରିତ୍ୟାଗ ନ କରି ଉପବାସ ଓ ନିବେଦନ ସହ ଦିବାରାତ୍ର ଉପାସନା କରୁଥିଲେ ।
ଲୂକଲିଖିତ ସୁସମାଚାର 2 : 38 (ORV)
ସେହି ଦଣ୍ତରେ ସେ ଉପସ୍ଥିତ ହୋଇ ଈଶ୍ଵରଙ୍କର ସ୍ତୁତିବାଦ କରୁ କରୁ ଯିରୂଶାଲମର ମୁକ୍ତି ଅପେକ୍ଷାରେ ଥିବା ସମସ୍ତଙ୍କୁ ତାହାଙ୍କ ବିଷୟ କହିବାକୁ ଲାଗିଲେ ।
ଲୂକଲିଖିତ ସୁସମାଚାର 2 : 39 (ORV)
ପରେ ସେମାନେ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କ୍ରିୟା ସମ୍ପନ୍ନ କରି ଗାଲିଲୀକି, ନିଜ ନଗର ନାଜରିତକୁ ବାହୁଡ଼ିଗଲେ ।
ଲୂକଲିଖିତ ସୁସମାଚାର 2 : 40 (ORV)
ଆଉ, ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ପୂର୍ଣ୍ଣ ହେଉ ହେଉ ଶକ୍ତିମାନ ହେଲେ, ପୁଣି ଈଶ୍ଵରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା ।
ଲୂକଲିଖିତ ସୁସମାଚାର 2 : 41 (ORV)
ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଯିରୂଶାଲମକୁ ଯାଉଥିଲେ ।
ଲୂକଲିଖିତ ସୁସମାଚାର 2 : 42 (ORV)
ତାହାଙ୍କର ବାର ବର୍ଷ ସମୟରେ ସେମାନେ ପର୍ବର ରୀତି ଅନୁସାରେ ସେଠାକୁ ଯାତ୍ରା କଲେ ।
ଲୂକଲିଖିତ ସୁସମାଚାର 2 : 43 (ORV)
ପର୍ବର ସମୟ ସମାପ୍ତ କରି ଯେତେବେଳେ ସେମାନେ ବାହୁଡ଼ି ଆସୁଥିଲେ, ସେତେବେଳେ ବାଳକ ଯୀଶୁ ଯିରୂଶାଲମରେ ରହିଗଲେ, ଆଉ ତାହାଙ୍କ ପିତାମାତା ତାହା ଜାଣି ନ ଥିଲେ ।
ଲୂକଲିଖିତ ସୁସମାଚାର 2 : 44 (ORV)
କିନ୍ତୁ ସେ ସହଯାତ୍ରୀମାନଙ୍କ ସଙ୍ଗରେ ଅଛନ୍ତି ବୋଲି ମନେ କରି ସେମାନେ ଦିନକର ବାଟ ଚାଲିଗଲେ, ପୁଣି ଆତ୍ମୀୟ ଓ ପରିଚିତ ଲୋକମାନଙ୍କ ମଧ୍ୟରେ ତାହାଙ୍କର ଅନ୍ଵେଷଣ କରିବାକୁ ଲାଗିଲେ,
ଲୂକଲିଖିତ ସୁସମାଚାର 2 : 45 (ORV)
ଆଉ ତାହାଙ୍କୁ ନ ପାଇ ଖୋଜୁ ଖୋଜୁ ଯିରୂଶାଲମକୁ ଲେଉଟିଗଲେ ।
ଲୂକଲିଖିତ ସୁସମାଚାର 2 : 46 (ORV)
ତିନି ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ; ସେ ପଣ୍ତିତମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ ।
ଲୂକଲିଖିତ ସୁସମାଚାର 2 : 47 (ORV)
ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ, ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ଵିତ ହେଉଥିଲେ ।
ଲୂକଲିଖିତ ସୁସମାଚାର 2 : 48 (ORV)
ସେମାନେ ତାହାଙ୍କୁ ଦେଖି ଆଶ୍ଚର୍ଯ୍ୟାନ୍ଵିତ ହେଲେ, ଆଉ ତାହାଙ୍କର ମାତା ତାହାଙ୍କୁ କହିଲେ, ପୁଅରେ, ଆମ୍ଭମାନଙ୍କ ପ୍ରତି କାହିଁକି ଏପରି ବ୍ୟବହାର କଲୁ? ଦେଖ୍, ତୋର ବାପା ଓ ମୁଁ ଅତିଶୟ କାତର ହୋଇ ତୋତେ ଖୋଜୁଅଛୁ ।
ଲୂକଲିଖିତ ସୁସମାଚାର 2 : 49 (ORV)
ଏଥିରେ ସେ ସେମାନଙ୍କୁ କହିଲେ, କାହିଁକି ତୁମ୍ଭେମାନେ ମୋତେ ଖୋଜୁଥିଲ? ମୋହର ପିତାଙ୍କ ଗୃହରେ ରହିବା ଯେ ମୋହର କର୍ତ୍ତବ୍ୟ, ଏହା କଅଣ ଜାଣି ନ ଥିଲ?
ଲୂକଲିଖିତ ସୁସମାଚାର 2 : 50 (ORV)
କିନ୍ତୁ ସେ ସେମାନଙ୍କୁ ଯେଉଁ କଥା କହିଲେ, ତାହା ସେମାନେ ବୁଝିଲେ ନାହିଁ ।
ଲୂକଲିଖିତ ସୁସମାଚାର 2 : 51 (ORV)
ପରେ ସେ ସେମାନଙ୍କ ସାଙ୍ଗରେ ବାହୁଡ଼ି ନାଜରିତକୁ ଆସିଲେ ଓ ସେମାନଙ୍କର ବଶୀଭୂତ ହୋଇ ରହିଲେ; ପୁଣି, ତାହାଙ୍କ ମାତା ଏହିସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ ।
ଲୂକଲିଖିତ ସୁସମାଚାର 2 : 52 (ORV)
ଆଉ, ଯୀଶୁ ଜ୍ଞାନରେ ଓ ଶରୀରରେ, ପୁଣି ଈଶ୍ଵରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52

BG:

Opacity:

Color:


Size:


Font: