ଲୂକଲିଖିତ ସୁସମାଚାର 19 : 1 (ORV)
ପରେ ସେ ଯିରୀହୋରେ ପ୍ରବେଶ କରି ତାହା ମଧ୍ୟ ଦେଇ ଯାଉଥିଲେ ।
ଲୂକଲିଖିତ ସୁସମାଚାର 19 : 2 (ORV)
ଆଉ ଦେଖ, ଜଖୀୟ ନାମରେ ଜଣେ ଲୋକ ଥିଲେ, ସେ ଜଣେ ପ୍ରଧାନ କରଗ୍ରାହୀ ଓ ଧନୀ ଲୋକ ।
ଲୂକଲିଖିତ ସୁସମାଚାର 19 : 3 (ORV)
ଯୀଶୁ କିଏ, ତାହା ଦେଖିବାକୁ ସେ ଚେଷ୍ଟା କରୁଥିଲେ, କିନ୍ତୁ ଲୋକମାନଙ୍କର ଭିଡ଼ ସକାଶୁ ଦେଖି ପାରୁ ନ ଥିଲେ, କାରଣ ସେ ବାଙ୍ଗର ଥିଲେ ।
ଲୂକଲିଖିତ ସୁସମାଚାର 19 : 4 (ORV)
ଏଣୁ ସେ ଆଗକୁ ଦୌଡ଼ିଯାଇ ତାହାଙ୍କୁ ଦେଖିବା ନିମନ୍ତେ ଗୋଟିଏ ଡ଼ିମିରି ଗଛରେ ଚଢ଼ିଲେ, କାରଣ ସେହି ବାଟ ଦେଇ ତାହାଙ୍କର ଯିବାର ଥିଲା ।
ଲୂକଲିଖିତ ସୁସମାଚାର 19 : 5 (ORV)
ଯୀଶୁ ସେସ୍ଥାନକୁ ଆସି ଉପରକୁ ଚାହିଁ ତାଙ୍କୁ କହିଲେ, ଜଖୀୟ, ଶୀଘ୍ର ଓହ୍ଳାଇଆସ, କାରଣ ଆଜି ମୋତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ ।
ଲୂକଲିଖିତ ସୁସମାଚାର 19 : 6 (ORV)
ସେଥିରେ ସେ ଶୀଘ୍ର ଓହ୍ଳାଇଆସି ଆନନ୍ଦରେ ତାହାଙ୍କର ଆତିଥ୍ୟ କଲେ ।
ଲୂକଲିଖିତ ସୁସମାଚାର 19 : 7 (ORV)
ତାହା ଦେଖି ସମସ୍ତେ ବଚସା କରି କହିବାକୁ ଲାଗିଲେ, ସେ ଜଣେ ପାପୀ ଲୋକ ଘରେ ରହିବାକୁ ଗଲାଣି ।
ଲୂକଲିଖିତ ସୁସମାଚାର 19 : 8 (ORV)
କିନ୍ତୁ ଜଖୀୟ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଦେଖନ୍ତୁ, ମୋର ସମ୍ପତ୍ତିର ଅର୍ଦ୍ଧେକ ମୁଁ ଦରିଦ୍ରମାନଙ୍କୁ ଦାନ କରୁଅଛି, ଆଉ ଯଦି ଅନ୍ୟାୟରେ କାହାରିଠାରୁ କିଛି ନେଇଥାଏ, ତେବେ ଚାରି ଗୁଣରେ ତାହା ଫେରାଇ ଦେଉଅଛି ।
ଲୂକଲିଖିତ ସୁସମାଚାର 19 : 9 (ORV)
ସେଥିରେ ଯୀଶୁ ତାଙ୍କ ବିଷୟରେ କହିଲେ, ଆଜି ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି, ଯେଣୁ ଏ ମଧ୍ୟ ଅବ୍ରହାମଙ୍କ ଜଣେ ସନ୍ତାନ;
ଲୂକଲିଖିତ ସୁସମାଚାର 19 : 10 (ORV)
କାରଣ ଯାହା ହଜିଅଛି, ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟପୁତ୍ର ଆସିଅଛନ୍ତି ।
ଲୂକଲିଖିତ ସୁସମାଚାର 19 : 11 (ORV)
ଲୋକମାନେ ଏହି କଥାସବୁ ଶୁଣିବା ସମୟରେ ସେ ଆହୁରି ଗୋଟିଏ ଦୃଷ୍ଟାନ୍ତ କହିଲେ, କାରଣ ସେ ଯିରୂଶାଲମର ନିକଟବର୍ତ୍ତୀ ହୋଇଥିଲେ ଓ ଈଶ୍ଵରଙ୍କ ରାଜ୍ୟ ଅତି ଶୀଘ୍ର ପ୍ରକାଶ ପାଇବ ବୋଲି ସେମାନେ ମନେ କରୁଥିଲେ ।
ଲୂକଲିଖିତ ସୁସମାଚାର 19 : 12 (ORV)
ଏଣୁ ସେ କହିଲେ, ଜଣେ କୁଳୀନ ବ୍ୟକ୍ତି ଆପଣା ନିମନ୍ତେ ରାଜପଦ ପ୍ରାପ୍ତ ହୋଇ ବାହୁଡ଼ି ଆସିବା ସକାଶେ ଦୂର ଦେଶକୁ ଯାତ୍ରା କଲେ ।
ଲୂକଲିଖିତ ସୁସମାଚାର 19 : 13 (ORV)
ସେ ଆପଣାର ଦଶ ଜଣ ଦାସଙ୍କୁ ଡାକି ସେମାନଙ୍କୁ ଦଶଗୋଟି ମୋହର ଦେଇ କହିଲେ, ମୋର ଆସିବା ପର୍ଯ୍ୟନ୍ତ ବେପାର କର ।
ଲୂକଲିଖିତ ସୁସମାଚାର 19 : 14 (ORV)
କିନ୍ତୁ ତାଙ୍କ ଦେଶବାସୀମାନେ ତାଙ୍କୁ ଘୃଣା କରୁଥିଲେ, ଆଉ ସେମାନେ ତାଙ୍କ ପଛରେ ଦୂତ ପଠାଇ କହିଲେ, ଏ ଲୋକ ଯେ ଆମ୍ଭମାନଙ୍କ ଉପରେ ରାଜତ୍ଵ କରିବ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହେଁ ।
ଲୂକଲିଖିତ ସୁସମାଚାର 19 : 15 (ORV)
ପରେ ସେ ରାଜପଦ ପ୍ରାପ୍ତ ହୋଇ ବାହୁଡ଼ିଆସି, ଯେଉଁ ଦାସମାନଙ୍କୁ ଧନ ଦେଇଥିଲେ, ସେମାନଙ୍କ ମଧ୍ୟରେ ବେପାର କରି କିଏ କେତେ ଲାଭ କରିଅଛି, ତାହା ଜାଣିବା ନିମନ୍ତେ ସେମାନଙ୍କୁ ଆପଣା ନିକଟକୁ ଡାକି ଆଣିବା ପାଇଁ ଆଜ୍ଞା ଦେଲେ ।
ଲୂକଲିଖିତ ସୁସମାଚାର 19 : 16 (ORV)
ସେଥିରେ ପ୍ରଥମ ଜଣକ ଆସି କହିଲା, ପ୍ରଭୋ, ଆପଣଙ୍କ ମୋହର ଆଉ ଦଶଟି ମୋହର ଲାଭ କରିଅଛି ।
ଲୂକଲିଖିତ ସୁସମାଚାର 19 : 17 (ORV)
ସେ ତାହାକୁ କହିଲେ, ବେଶ୍, ଉତ୍ତମ ଦାସ, ତୁମ୍ଭେ ଅତି ଅଳ୍ପ ବିଷୟରେ ବିଶ୍ଵସ୍ତ ହୋଇଥିବାରୁ ଦଶଗୋଟି ନଗର ଉପରେ ଅଧିକାର ପ୍ରାପ୍ତ ହୁଅ ।
ଲୂକଲିଖିତ ସୁସମାଚାର 19 : 18 (ORV)
ପୁଣି, ଦ୍ଵିତୀୟ ଜଣକ ଆସି କହିଲା, ପ୍ରଭୋ, ଆପଣଙ୍କ ମୋହର ପାଞ୍ଚୋଟି ମୋହର ଲାଭ କରିଅଛି ।
ଲୂକଲିଖିତ ସୁସମାଚାର 19 : 19 (ORV)
ସେ ତାହାକୁ ମଧ୍ୟ କହିଲେ, ତୁମ୍ଭେ ସୁଦ୍ଧା ପାଞ୍ଚଗୋଟି ନଗର ଉପରେ ଅଧିକାର ପ୍ରାପ୍ତ ହୁଅ ।
ଲୂକଲିଖିତ ସୁସମାଚାର 19 : 20 (ORV)
ଆଉ ଜଣେ ଆସି କହିଲା, ପ୍ରଭୋ, ଦେଖନ୍ତୁ, ଏହି ଆପଣଙ୍କର ମୋହର, ମୁଁ ଏହା ଗାମୁଛାରେ ବାନ୍ଧି ରଖିଦେଇଥିଲି;
ଲୂକଲିଖିତ ସୁସମାଚାର 19 : 21 (ORV)
କାରଣ ମୁଁ ଆପଣଙ୍କୁ ଭୟ କଲି, ଯେଣୁ ଆପଣ ଜଣେ କଠୋର ଲୋକ, ଯାହା ରଖି ନ ଥାଆନ୍ତି, ତାହା ଉଠାଇ ନିଅନ୍ତି, ପୁଣି ଯାହା ବୁଣି ନ ଥାଆନ୍ତି, ତାହା କାଟନ୍ତି ।
ଲୂକଲିଖିତ ସୁସମାଚାର 19 : 22 (ORV)
ସେ ତାହାକୁ କହିଲେ, ରେ ଦୁଷ୍ଟ ଦାସ, ତୋର ମୁହଁର କଥାରେ ତୋହର ବିଚାର କରିବି । ମୁଁ ଜଣେ କଠୋର ଲୋକ, ଯାହା ରଖି ନ ଥାଏ, ତାହା ଉଠାଇନିଏ, ପୁଣି ଯାହା ବୁଣି ନ ଥାଏ, ତାହା କାଟେ, ଏହା କଅଣ ଜାଣିଥିଲୁ?
ଲୂକଲିଖିତ ସୁସମାଚାର 19 : 23 (ORV)
ତେବେ, ବ୍ୟାଙ୍କରେ କାହିଁକି ମୋହର ଧନ ରଖିଲୁ ନାହିଁ? ତାହାହେଲେ ମୁଁ ଆସି ସୁଧ ସହିତ ତାହା ଆଦାୟ କରିଥାଆନ୍ତି ।
ଲୂକଲିଖିତ ସୁସମାଚାର 19 : 24 (ORV)
ପୁଣି, ସେ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ କହିଲେ, ଏହାଠାରୁ ଏହି ମୋହର ଘେନିଯାଇ, ଯାହାର ଦଶ ମୋହର ଅଛି, ତାହାକୁ ଦିଅ ।
ଲୂକଲିଖିତ ସୁସମାଚାର 19 : 25 (ORV)
ସେଥିରେ ସେମାନେ ତାଙ୍କୁ କହିଲେ, ପ୍ରଭୋ, ତାହାର ତ ଦଶ ମୋହର ଅଛି ।
ଲୂକଲିଖିତ ସୁସମାଚାର 19 : 26 (ORV)
ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେକୌଣସି ଲୋକର ଅଛି, ତାହାକୁ ଦିଆଯିବ; କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ ।
ଲୂକଲିଖିତ ସୁସମାଚାର 19 : 27 (ORV)
କିନ୍ତୁ ମୋର ଏହି ଯେଉଁ ଶତ୍ରୁମାନେ ମୁଁ ସେମାନଙ୍କ ଉପରେ ରାଜତ୍ଵ କରେ ବୋଲି ଇଚ୍ଛା କରି ନ ଥିଲେ, ସେମାନଙ୍କୁ ଏଠାକୁ ଆଣି ମୋର ସାକ୍ଷାତରେ ହତ୍ୟା କର ।
ଲୂକଲିଖିତ ସୁସମାଚାର 19 : 28 (ORV)
ଏହିସମସ୍ତ କଥା କହି ସେ ଅଗ୍ରସର ହୋଇ ଯିରୂଶାଲମ ଆଡ଼େ ଯାତ୍ରା କରିବାକୁ ଲାଗିଲେ ।
ଲୂକଲିଖିତ ସୁସମାଚାର 19 : 29 (ORV)
ଆଉ, ଯେତେବେଳେ ସେ ଜୀତ ପର୍ବତ ପାର୍ଶ୍ଵସ୍ଥ ବେଥ୍ଫାଗୀ ଓ ବେଥନିଆ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ⇧,
ଲୂକଲିଖିତ ସୁସମାଚାର 19 : 30 (ORV)
ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା ସମୟରେ, ଯାହା ଉପରେ କେହି କେବେ ବସି ନାହିଁ, ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖିବ; ତାହାକୁ ଫିଟାଇ ଘେନିଆସ ।
ଲୂକଲିଖିତ ସୁସମାଚାର 19 : 31 (ORV)
ଆଉ, ଯେବେ କେହି ତୁମ୍ଭମାନଙ୍କୁ କାହିଁକି ଫିଟାଉଅଛ ବୋଲି ପଚାରେ, ତେବେ ଏପରି କହିବ, କାରଣ ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି ।
ଲୂକଲିଖିତ ସୁସମାଚାର 19 : 32 (ORV)
ସେଥିରେ ପ୍ରେରିତ ଲୋକେ ପ୍ରସ୍ଥାନ କରି, ସେ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖିଲେ ।
ଲୂକଲିଖିତ ସୁସମାଚାର 19 : 33 (ORV)
ପୁଣି, ସେମାନେ ଗଧଛୁଆକୁ ଫିଟାଉଥିବା ସମୟରେ ତାହାର ଅଧିକାରୀମାନେ ସେମାନଙ୍କୁ ପଚାରିଲେ, କାହିଁକି ଗଧଛୁଆକୁ ଫିଟାଉଅଛ?
ଲୂକଲିଖିତ ସୁସମାଚାର 19 : 34 (ORV)
ସେମାନେ କହିଲେ, କାରଣ ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି ।
ଲୂକଲିଖିତ ସୁସମାଚାର 19 : 35 (ORV)
ପୁଣି, ସେମାନେ ତାହାକୁ ଯୀଶୁଙ୍କ ନିକଟକୁ ଆଣି ତାହା ଉପରେ ଆପଣା ଆପଣା ଲୁଗା ପକାଇ ଯୀଶୁଙ୍କୁ ବସାଇଲେ ।
ଲୂକଲିଖିତ ସୁସମାଚାର 19 : 36 (ORV)
ଆଉ, ସେ ଯାତ୍ରା କରୁଥିବା ସମୟରେ ଲୋକେ ପଥରେ ଆପଣା ଆପଣା ଲୁଗା ବିଛାଇ ଦେବାକୁ ଲାଗିଲେ ।
ଲୂକଲିଖିତ ସୁସମାଚାର 19 : 37 (ORV)
ପୁଣି, ସେ ଯେତେବେଳେ ଜୀତ ପର୍ବତର ଗଡ଼ାଣି ସ୍ଥାନର ନିକଟବର୍ତ୍ତୀ ହେଲେ, ସେତେବେଳେ ସମୁଦାୟ ଶିଷ୍ୟଦଳ ଦେଖିଥିବା ସମସ୍ତ ଶକ୍ତିର କାର୍ଯ୍ୟ ନିମନ୍ତେ ଆନନ୍ଦରେ ଉଚ୍ଚ ସ୍ଵର କରି ଈଶ୍ଵରଙ୍କର ପ୍ରଶଂସା କରୁ କରୁ କହିଲେ,
ଲୂକଲିଖିତ ସୁସମାଚାର 19 : 38 (ORV)
ପ୍ରଭୁଙ୍କ ନାମରେ ଯେଉଁ ରାଜା ଆସୁଅଛନ୍ତି, ସେ ଧନ୍ୟ। ସ୍ଵର୍ଗରେ ଶାନ୍ତି ଓ ଊର୍ଦ୍ଧ୍ଵଲୋକରେ ମହିମା ।
ଲୂକଲିଖିତ ସୁସମାଚାର 19 : 39 (ORV)
ସେଥିରେ ଲୋକସମୂହ ମଧ୍ୟରୁ କେତେକ ଫାରୂଶୀ ତାହାଙ୍କୁ କହିଲେ, ହେ ଗୁରୁ, ଆପଣଙ୍କ ଶିଷ୍ୟମାନଙ୍କୁ ଧମକ ଦିଅନ୍ତୁ ।
ଲୂକଲିଖିତ ସୁସମାଚାର 19 : 40 (ORV)
ସେ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ କହୁଅଛି, ଏମାନେ ତୁନି ହୋଇ ରହିଲେ, ପଥରଗୁଡ଼ାକ ପାଟି କରିବେ ।
ଲୂକଲିଖିତ ସୁସମାଚାର 19 : 41 (ORV)
ଆଉ, ଯେତେବେଳେ ସେ ନିକଟକୁ ଆସିଲେ, ସେତେବେଳେ ନଗରକୁ ଦେଖି ତାହା ନିମନ୍ତେ ରୋଦନ କରି କହିଲେ,
ଲୂକଲିଖିତ ସୁସମାଚାର 19 : 42 (ORV)
ତୁ, ହଁ, ତୁ ଯଦି ଆଜି ଶାନ୍ତିର ବିଷୟଗୁଡ଼ିକ ଜାଣିଥାଆନ୍ତୁଣ! ମାତ୍ର ଏବେ ସେଗୁଡ଼ିକ ତୋʼ ଦୃଷ୍ଟିରୁ ଗୁପ୍ତ ହୋଇ ରହିଅଛି ।
ଲୂକଲିଖିତ ସୁସମାଚାର 19 : 43 (ORV)
ଯେଣୁ ତୋʼ ଉପରେ କୃପାଦୃଷ୍ଟିର ସମୟ ତୁ ନ ଜାଣିବା ହେତୁରୁ, ଯେଉଁ ସମୟରେ ତୋʼ ଶତ୍ରୁମାନେ ତୋର ଚାରିଆଡ଼େ ବନ୍ଧ ବାନ୍ଧି ତୋତେ ଘେରିଯାଇ ଅବରୋଧ କରିବେ,
ଲୂକଲିଖିତ ସୁସମାଚାର 19 : 44 (ORV)
ପୁଣି ତୋତେ ଓ ତୋʼ ମଧ୍ୟରେ ଥିବା ତୋʼ ସନ୍ତାନମାନଙ୍କୁ ଭୂମିସାତ୍ କରିବେ, ଆଉ ତୋʼ ମଧ୍ୟରେ ଗୋଟିଏ ପଥରକୁ ଅନ୍ୟ ଗୋଟିଏ ପଥର ଉପରେ ରହିବାକୁ ଦେବେ ନାହିଁ, ଏପରି ସମୟ ତୋʼ ଉପରେ ଆସିବ ।
ଲୂକଲିଖିତ ସୁସମାଚାର 19 : 45 (ORV)
ଆଉ, ସେ ମନ୍ଦିରରେ ପ୍ରବେଶ କରି ବିକ୍ରୟ କରୁଥିବା ଲୋକମାନଙ୍କୁ ଏହା କହି ବାହାର କରିବାକୁ ଲାଗିଲେ,
ଲୂକଲିଖିତ ସୁସମାଚାର 19 : 46 (ORV)
ଲେଖାଅଛି, ଆମ୍ଭର ଗୃହ ପ୍ରାର୍ଥନା ଗୃହ ହେବ, କିନ୍ତୁ ତୁମ୍ଭେମାନେ ତାହାକୁ ଦସ୍ୟୁମାନଙ୍କ ଗହ୍ଵର କରିଅଛ ।
ଲୂକଲିଖିତ ସୁସମାଚାର 19 : 47 (ORV)
ଆଉ, ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ମାତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଲୋକଙ୍କର ନେତାମାନଙ୍କ ସହିତ ତାହାଙ୍କୁ ବିନାଶ କରିବାକୁ ଚେଷ୍ଟା କରୁଥିଲେ,
ଲୂକଲିଖିତ ସୁସମାଚାର 19 : 48 (ORV)
କିନ୍ତୁ ଲୋକସମସ୍ତେ ଏକାଗ୍ର ଚିତ୍ତରେ ତାହାଙ୍କ ଶିକ୍ଷା ଶୁଣୁଥିବାରୁ ସେମାନେ କଅଣ କରିବେ ବୋଲି ସ୍ଥିର କରି ପାରୁ ନ ଥିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48

BG:

Opacity:

Color:


Size:


Font: