ଲୂକଲିଖିତ ସୁସମାଚାର 13 : 1 (ORV)
ସେହି ସମୟରେ କେତେକ ଲୋକ ଆସି, ପୀଲାତ ଯେଉଁ ଗାଲିଲୀୟମାନଙ୍କ ରକ୍ତ ସେମାନଙ୍କର ବଳି ସହିତ ମିଶ୍ରିତ କରିଥିଲେ, ସେମାନଙ୍କ ବିଷୟରେ ତାହାଙ୍କୁ ଜଣାଇଲେ ।
ଲୂକଲିଖିତ ସୁସମାଚାର 13 : 2 (ORV)
ସେଥିରେ ସେ ସେମାନଙ୍କୁ ଉତ୍ତର ଦେଲେ, ଏହାସବୁ ଭୋଗ କରିବାରୁ ଏହି ଗାଲିଲୀୟମାନେ ଅନ୍ୟ ସମସ୍ତ ଗାଲିଲୀୟମାନଙ୍କ ଅପେକ୍ଷା ଅଧିକ ପାପୀ ବୋଲି କି ତୁମ୍ଭେମାନେ ମନେ କରୁଅଛ?
ଲୂକଲିଖିତ ସୁସମାଚାର 13 : 3 (ORV)
ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, କିନ୍ତୁ ମନ ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେହିପ୍ରକାରେ ବିନଷ୍ଟ ହେବ ।
ଲୂକଲିଖିତ ସୁସମାଚାର 13 : 4 (ORV)
କିମ୍ଵା ଶୀଲୋହରେ ସେହି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀ-ଗୃହ ପଡ଼ି ସେମାନଙ୍କର ପ୍ରାଣନାଶ କଲା, ସେମାନେ ସମସ୍ତ ଯିରୂଶାଲମବାସୀଙ୍କ ଅପେକ୍ଷା ଅଧିକ ଅପରାଧୀ ବୋଲି କି ତୁମ୍ଭେମାନେ ମନେ କରୁଅଛ?
ଲୂକଲିଖିତ ସୁସମାଚାର 13 : 5 (ORV)
ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, କିନ୍ତୁ ମନ ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେହିପରି ବିନଷ୍ଟ ହେବ ।
ଲୂକଲିଖିତ ସୁସମାଚାର 13 : 6 (ORV)
ଆଉ, ସେ ଏହି ଦୃଷ୍ଟାନ୍ତ କହିଲେ, ଜଣକର ଦ୍ରାକ୍ଷାକ୍ଷେତ୍ରରେ ଗୋଟିଏ ଡିମିରି ଗଛ ଲଗାଯାଇଥିଲା । ସେ ଆସି ସେଥିରେ ଫଳ ଖୋଜିଲେ, କିନ୍ତୁ ପାଇଲେ ନାହିଁ ।
ଲୂକଲିଖିତ ସୁସମାଚାର 13 : 7 (ORV)
ତେଣୁ ସେ ମାଳୀକି କହିଲେ, ଦେଖ, ଏହି ତିନି ବର୍ଷ ହେଲା ମୁଁ ଆସି ଏହି ଡିମିରି ଗଛରେ ଫଳ ଖୋଜୁଅଛି, କିନ୍ତୁ ପାଉ ନାହିଁ; ଏହାକୁ ହାଣିପକାଅ, ଏଇଟା କାହିଁକି ଭୂମିକୁ ମଧ୍ୟ ଅକର୍ମଣ୍ୟ କରୁଅଛି?
ଲୂକଲିଖିତ ସୁସମାଚାର 13 : 8 (ORV)
ମାତ୍ର ସେ ତାଙ୍କୁ ଉତ୍ତର ଦେଲା, ପ୍ରଭୋ, ଏହାକୁ ଏହି ବର୍ଷଟି ମଧ୍ୟ ଛାଡ଼ିଦିଅନ୍ତୁ, ମୁଁ ଇତିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି,
ଲୂକଲିଖିତ ସୁସମାଚାର 13 : 9 (ORV)
ଆଉ ପରେ ଫଳ ହୁଏତ ଭଲ, ନୋହିଲେ ତାହାକୁ ହାଣିପକାଇବେ ।
ଲୂକଲିଖିତ ସୁସମାଚାର 13 : 10 (ORV)
ଥରେ ସେ ବିଶ୍ରାମବାରରେ ଗୋଟିଏ ସମାଜଗୃହରେ ଶିକ୍ଷା ଦେଉଥିଲେ ।
ଲୂକଲିଖିତ ସୁସମାଚାର 13 : 11 (ORV)
ଆଉ ଦେଖ, ଅଠର ବର୍ଷ ପର୍ଯ୍ୟନ୍ତ ଦୁର୍ବଳକାରୀ ଆତ୍ମା ଦ୍ଵାରା ଆବିଷ୍ଟ ଜଣେ ସ୍ତ୍ରୀଲୋକ ସେଠାରେ ଥିଲା, ସେ କୁବ୍ଜା ହୋଇ କୌଣସି ପ୍ରକାରେ ଆପଣାକୁ ସଳଖ କରି ପାରୁ ନ ଥିଲା ।
ଲୂକଲିଖିତ ସୁସମାଚାର 13 : 12 (ORV)
ଯୀଶୁ ତାହାକୁ ଦେଖି ପାଖକୁ ଡାକି କହିଲେ, ହେ ନାରୀ, ତୁମ୍ଭର ଦୁର୍ବଳତାରୁ ମୁକ୍ତ ହେଲ ।
ଲୂକଲିଖିତ ସୁସମାଚାର 13 : 13 (ORV)
ଆଉ, ସେ ତାହା ଉପରେ ହାତ ଥୋଇଲେ, ସେଥିରେ ସେ ସେହିକ୍ଷଣି ସଳଖ ହୋଇ ଈଶ୍ଵରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲା ।
ଲୂକଲିଖିତ ସୁସମାଚାର 13 : 14 (ORV)
କିନ୍ତୁ ଯୀଶୁ ବିଶ୍ରାମବାରରେ ସୁସ୍ଥ କରିବାରୁ ସମାଜଗୃହର ଅଧ୍ୟକ୍ଷ ବିରକ୍ତ ହୋଇ ଲୋକସମୂହକୁ ଉତ୍ତର ଦେଲେ, କର୍ମ କରିବା ନିମନ୍ତେ ଛଅ ଦିନ ଅଛି, ଏଣୁ ସେହିସବୁ ଦିନରେ ଆସି ସୁସ୍ଥ ହୁଅ, ବିଶ୍ରାମବାରରେ ଆସ ନାହିଁ ।
ଲୂକଲିଖିତ ସୁସମାଚାର 13 : 15 (ORV)
କିନ୍ତୁ ପ୍ରଭୁ ତାଙ୍କୁ ଉତ୍ତର ଦେଲେ, ରେ କପଟୀ-ମାନେ, ତୁମ୍ଭେମାନେ ପ୍ରତ୍ୟେକେ କଅଣ ବିଶ୍ରାମବାରରେ ଆପଣା ଆପଣା ବଳଦ କିମ୍ଵା ଗଧ ଗୁହାଳରୁ ଫିଟାଇ ଘେନିଯାଇ ପାଣି ପିଆଅ ନାହିଁ?
ଲୂକଲିଖିତ ସୁସମାଚାର 13 : 16 (ORV)
ତେବେ ଦେଖ, ଅଠର ବର୍ଷ ବ୍ୟାପି ଶୟତାନ ଦ୍ଵାରା ଆବଦ୍ଧ ଅବ୍ରହାମଙ୍କ କନ୍ୟା ଏହି ସ୍ତ୍ରୀଲୋକଟି କଅଣ ବିଶ୍ରାମବାରରେ ଆପଣା ବନ୍ଧନରୁ ମୁକ୍ତ ହେବା ଆବଶ୍ୟକ ନ ଥିଲା?
ଲୂକଲିଖିତ ସୁସମାଚାର 13 : 17 (ORV)
ଆଉ, ସେ ଏହି କଥାସବୁ କହନ୍ତେ, ତାହାଙ୍କ ବିପକ୍ଷସମସ୍ତେ ଲଜ୍ଜିତ ହେବାକୁ ଲାଗିଲେ, ମାତ୍ର ଲୋକସମୂହ ତାହାଙ୍କ କୃତ ସମସ୍ତ ମହତ କର୍ମ ସକାଶେ ଆନନ୍ଦ କରିବାକୁ ଲାଗିଲେ ।
ଲୂକଲିଖିତ ସୁସମାଚାର 13 : 18 (ORV)
ସେଥିରେ ସେ କହିଲେ, ଈଶ୍ଵରଙ୍କ ରାଜ୍ୟ କାହା ସଦୃଶ? ପୁଣି, କାହା ସାଙ୍ଗରେ ମୁଁ ତାହାର ତୁଳନା କରିବି?
ଲୂକଲିଖିତ ସୁସମାଚାର 13 : 19 (ORV)
ତାହା ଏପ୍ରକାର ଗୋଟିଏ ସୋରିଷଦାନା ପରି, ଯାହା ନେଇ ଜଣେ ଲୋକ ଆପଣା ବଗିଚାରେ ବୁଣିଲା, ଆଉ ତାହା ବଢ଼ି ଗଛ ହେଲା, ପୁଣି ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କଲେ ।
ଲୂକଲିଖିତ ସୁସମାଚାର 13 : 20 (ORV)
ସେ ଆହୁରି କହିଲେ, ମୁଁ କାହା ସହିତ ଈଶ୍ଵରଙ୍କ ରାଜ୍ୟର ତୁଳନା କରିବି?
ଲୂକଲିଖିତ ସୁସମାଚାର 13 : 21 (ORV)
ତାହା ଖମୀର ସଦୃଶ, ଜଣେ ସ୍ତ୍ରୀ ତାହା ଘେନି ମହଣେ ମଇଦା ମଧ୍ୟରେ ଘୋଡ଼ାଇ ରଖିଲା, ଆଉ ଶେଷରେ ସମସ୍ତ ଖମୀରମୟ ହେଲା ।
ଲୂକଲିଖିତ ସୁସମାଚାର 13 : 22 (ORV)
ଏଥିଉତ୍ତାରେ ସେ ନଗରେ ନଗରେ ଓ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେଉ ଦେଉ ଯିରୂଶାଲମ ଆଡ଼କୁ ଯାତ୍ରା କରୁଥିଲେ ।
ଲୂକଲିଖିତ ସୁସମାଚାର 13 : 23 (ORV)
ଆଉ, ଜଣେ ତାହାଙ୍କୁ କହିଲେ, ପ୍ରଭୋ, ପରିତ୍ରାଣ ପାଇବା ଲୋକମାନଙ୍କ ସଂଖ୍ୟା କଅଣ ଅଳ୍ପ? ସେଥିରେ ସେ ସେମାନଙ୍କୁ କହିଲେ,
ଲୂକଲିଖିତ ସୁସମାଚାର 13 : 24 (ORV)
ସଂକୀର୍ଣ୍ଣ ଦ୍ଵାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକେ ପ୍ରବେଶ କରିବା ନିମନ୍ତେ ଚେଷ୍ଟା କରିବେ, କିନ୍ତୁ ପାରିବେ ନାହିଁ ।
ଲୂକଲିଖିତ ସୁସମାଚାର 13 : 25 (ORV)
ଗୃହକର୍ତ୍ତା ଉଠି ଦ୍ଵାର ବନ୍ଦ କଲା ଉତ୍ତାରେ ଯେତେବେଳେ ତୁମ୍ଭେମାନେ ବାହାରେ ଠିଆ ହୋଇ ରହିବ ଓ ହେ ପ୍ରଭୁ, ଆମ୍ଭମାନଙ୍କ ନିମନ୍ତେ ଦ୍ଵାର ଫିଟାଉନ୍ତୁ, ଏହା କହି ଦ୍ଵାରରେ ମାରିବାକୁ ଲାଗିବ, ସେତେବେଳେ ସେ ତୁମ୍ଭମାନଙ୍କୁ ଉତ୍ତର ଦେବେ, ତୁମ୍ଭେମାନେ କେଉଁ ସ୍ଥାନର ଲୋକ, ତାହା ମୁଁ ଜାଣେ ନାହିଁ ।
ଲୂକଲିଖିତ ସୁସମାଚାର 13 : 26 (ORV)
ସେସମୟରେ ତୁମ୍ଭେମାନେ କହିବାକୁ ଲାଗିବ, ଆମ୍ଭେମାନେ ଆପଣଙ୍କ ସାକ୍ଷାତରେ ଭୋଜନପାନ କଲୁ, ପୁଣି ଆପଣ ଆମ୍ଭମାନଙ୍କ ଦାଣ୍ତମାନଙ୍କରେ ଶିକ୍ଷା ଦେଲେ;
ଲୂକଲିଖିତ ସୁସମାଚାର 13 : 27 (ORV)
ଆଉ, ସେ ତୁମ୍ଭମାନଙ୍କୁ କହିବେ, ତୁମ୍ଭେମାନେ କେଉଁ ସ୍ଥାନର ଲୋକ, ତାହା ମୁଁ ଜାଣେ ନାହିଁ; ହେ ଅଧର୍ମାଚାରୀ ସମସ୍ତେ ମୋʼ ପାଖରୁ ଦୂର ହୁଅ ।
ଲୂକଲିଖିତ ସୁସମାଚାର 13 : 28 (ORV)
ଯେତେବେଳେ ତୁମ୍ଭେମାନେ ଅବ୍ରହାମ, ଇସ୍‍ହାକ, ଯାକୁବ, ପୁଣି ସମସ୍ତ ଭାବବାଦୀଙ୍କୁ ଈଶ୍ଵରଙ୍କ ରାଜ୍ୟରେ ଥିବା ଓ ଆପଣା ଆପଣାକୁ ବାହାରେ ପକାଯାଉଥିବା ଦେଖିବ, ସେତେବେଳେ ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ ।
ଲୂକଲିଖିତ ସୁସମାଚାର 13 : 29 (ORV)
ପୁଣି, ପୂର୍ବ ଓ ପଶ୍ଚିମ, ଉତ୍ତର ଓ ଦକ୍ଷିଣରୁ ଲୋକେ ଆସି ଈଶ୍ଵରଙ୍କ ରାଜ୍ୟରେ ଭୋଜନରେ ବସିବେ ।
ଲୂକଲିଖିତ ସୁସମାଚାର 13 : 30 (ORV)
ଆଉ ଦେଖ, ଶେଷରେ ଥିବା କେତେକ ପ୍ରଥମ ହେବେ ଓ ପ୍ରଥମରେ ଥିବା କେତେକ ଶେଷରେ ପଡ଼ିବେ ।
ଲୂକଲିଖିତ ସୁସମାଚାର 13 : 31 (ORV)
ସେହି ଦଣ୍ତରେ କେତେକ ଫାରୂଶୀ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ଛାଡ଼ି ବାହାରି ଯାଉନ୍ତୁ, କାରଣ ହେରୋଦ ଆପଣଙ୍କୁ ବଧ କରିବାକୁ ଇଚ୍ଛା କରୁଅଛନ୍ତି ।
ଲୂକଲିଖିତ ସୁସମାଚାର 13 : 32 (ORV)
ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଯାଇ ସେହି କୋକିଶିଆଳିକି କୁହ, ଦେଖ, ମୁଁ ଆଜି ଓ କାଲି ଭୂତ ଛଡ଼ାଉଅଛି ଓ ଆରୋଗ୍ୟ କରୁଅଛି, ପୁଣି ତୃତୀୟ ଦିନରେ ମୁଁ ସିଦ୍ଧ ହେବି ।
ଲୂକଲିଖିତ ସୁସମାଚାର 13 : 33 (ORV)
ଯାହାହେଉ, ଆଜି, କାଲି ଓ ପଅର ଦିନ ମୋତେ ଯାତ୍ରା କରିବାକୁ ହେବ, କାରଣ ଯିରୂଶାଲମର ବାହାରେ ଭାବବାଦୀର ବିନଷ୍ଟ ହେବା ଉଚିତ ନୁହେଁ ।
ଲୂକଲିଖିତ ସୁସମାଚାର 13 : 34 (ORV)
ଗୋ ଯିରୂଶାଲମ, ଗୋ ଯିରୂଶାଲମ, ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତରାଘାତକାରିଣୀ କୁକ୍କୁଟୀ ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ ।
ଲୂକଲିଖିତ ସୁସମାଚାର 13 : 35 (ORV)
ଦେଖ, ତୁମ୍ଭମାନଙ୍କ ଘର ତୁମ୍ଭମାନଙ୍କ ହାତରେ ଛାଡ଼ି ଦିଆଯାଉଅଛି; ଆଉ, ମୁଁ ତୁମ୍ଭମାନଙ୍କୁ କହୁଅଛି, ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ, ତୁମ୍ଭେମାନେ ଯେଉଁ ଦିନ ଏହି କଥା କହିବ, ସେହି ଦିନ ନ ଆସିବା ପର୍ଯ୍ୟନ୍ତ ମୋତେ ନିଶ୍ଚୟ ଆଉ ଦେଖିବ ନାହିଁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35

BG:

Opacity:

Color:


Size:


Font: