ମାର୍କଲିଖିତ ସୁସମାଚାର 5 : 1 (ORV)
ପରେ ସେମାନେ ସମୁଦ୍ରର ପରପାରସ୍ଥ ଗରାଶୀୟ-ମାନଙ୍କ ଅଞ୍ଚଳରେ ଉପସ୍ଥିତ ହେଲେ ।
ମାର୍କଲିଖିତ ସୁସମାଚାର 5 : 2 (ORV)
ଯୀଶୁ ନୌକାରୁ ଓହ୍ଳାଇବାମାତ୍ରେ ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ସମାଧି-ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲା ।
ମାର୍କଲିଖିତ ସୁସମାଚାର 5 : 3 (ORV)
ସେ ସମାଧି-ସ୍ଥାନରେ ବାସ କରୁଥିଲା, ପୁଣି କେହି ତାହାକୁ ଜଞ୍ଜିରରେ ସୁଦ୍ଧା ଆଉ ବାନ୍ଧି ପାରୁ ନ ଥିଲେ,
ମାର୍କଲିଖିତ ସୁସମାଚାର 5 : 4 (ORV)
କାରଣ ସେ ଅନେକ ଥର ବେଡ଼ି ଓ ଜଞ୍ଜିରରେ ବନ୍ଧା ହୋଇଥିଲା, କିନ୍ତୁ ସେ ଜଞ୍ଜିର ଛିଣ୍ତାଇଦେଇ ବେଡ଼ିସବୁ ଖଣ୍ତ ଖଣ୍ତ କରି ଭାଙ୍ଗି ପକାଇଥିଲା ଓ ତାହାକୁ ବଶରେ ରଖିବାକୁ କାହାରି ବଳ ନ ଥିଲା ।
ମାର୍କଲିଖିତ ସୁସମାଚାର 5 : 5 (ORV)
ସେ ଦିନରାତି ସବୁବେଳେ ସମାଧି-ସ୍ଥାନ ଓ ପର୍ବତରେ ରହି ଚିତ୍କାର କରୁଥିଲା, ପୁଣି ପ୍ରସ୍ତରରେ ଆପଣାକୁ କ୍ଷତବିକ୍ଷତ କରୁଥିଲା ।
ମାର୍କଲିଖିତ ସୁସମାଚାର 5 : 6 (ORV)
ସେ ଯୀଶୁଙ୍କୁ ଦୂରରୁ ଦେଖି ଦୌଡ଼ିଆସି ତାହାଙ୍କୁ ପ୍ରଣାମ କଲା,
ମାର୍କଲିଖିତ ସୁସମାଚାର 5 : 7 (ORV)
ଆଉ ଉଚ୍ଚ ସ୍ଵରରେ ଚିତ୍କାର କରି କହିଲା, ହେ ପରାତ୍ପର ଈଶ୍ଵରଙ୍କ ପୁତ୍ର ଯୀଶୁ, ତୁମ୍ଭ ସାଙ୍ଗରେ ମୋର କଅଣ ଅଛି? ତୁମ୍ଭକୁ ଈଶ୍ଵରଙ୍କ ନାମରେ ଶପଥ ଦେଉଅଛି, ମୋତେ ଯନ୍ତ୍ରଣା ଦିଅ ନାହିଁ ।
ମାର୍କଲିଖିତ ସୁସମାଚାର 5 : 8 (ORV)
କାରଣ ଯୀଶୁ ତାହାକୁ କହିବାକୁ ଯାଉଥିଲେ, ଆରେ ଅଶୁଚି ଆତ୍ମା, ଏହି ଲୋକଠାରୁ ବାହାରିଯା ।
ମାର୍କଲିଖିତ ସୁସମାଚାର 5 : 9 (ORV)
ଆଉ, ଯୀଶୁ ତାହାକୁ ପଚାରିଲେ, ତୋର ନାଁ କଅଣ? ସେ ତାହାଙ୍କୁ କହିଲା, ମୋର ନାଁ ବାହିନୀ, ଯେଣୁ ଆମେ ଅନେକ ।
ମାର୍କଲିଖିତ ସୁସମାଚାର 5 : 10 (ORV)
ପୁଣି, ଯୀଶୁ ଯେପରି ସେମାନଙ୍କୁ ସେହି ଅଞ୍ଚଳରୁ ବାହାରକୁ ପଠାଇ ନ ଦିଅନ୍ତି, ସେଥିପାଇଁ ସେ ତାହାଙ୍କୁ ବହୁତ ବିନତି କଲା ।
ମାର୍କଲିଖିତ ସୁସମାଚାର 5 : 11 (ORV)
ସେଠାରେ ପର୍ବତ କଡ଼ରେ ଗୋଟିଏ ଘୁଷୁରିପଲ ଚରୁଥିଲା ।
ମାର୍କଲିଖିତ ସୁସମାଚାର 5 : 12 (ORV)
ଆଉ, ସେମାନେ ତାହାଙ୍କୁ ବିନତି କରି କହିଲେ, ସେହି ଘୁଷୁରିମାନଙ୍କ ଭିତରେ ପଶିବା ପାଇଁ ଆମ୍ଭମାନଙ୍କୁ ସେମାନଙ୍କ ମଧ୍ୟକୁ ପଠାଅ ।
ମାର୍କଲିଖିତ ସୁସମାଚାର 5 : 13 (ORV)
ସେ ସେମାନଙ୍କୁ ଅନୁମତି ଦିଅନ୍ତେ, ଅଶୁଚି ଆତ୍ମାଗୁଡ଼ାକ ବାହାରି ଘୁଷୁରିମାନଙ୍କ ଭିତରେ ପଶିଲେ; ସେଥିରେ ସେହି ପଲ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନରୁ ସମୁଦ୍ରରେ ପଡ଼ି ବୁଡ଼ିମଲେ । ଘୁଷୁରିମାନଙ୍କ ସଂଖ୍ୟା ପ୍ରାୟ ଦୁଇହଜାର ଥିଲା ।
ମାର୍କଲିଖିତ ସୁସମାଚାର 5 : 14 (ORV)
ସେମାନଙ୍କୁ ଚରାଉଥିବା ଲୋକମାନେ ପଳାଇଯାଇ ନଗର ଓ ପଲ୍ଳୀଗୁଡ଼ିକରେ ତାହା ଜଣାଇଲେ; ସେଥିରେ ଲୋକେ କଅଣ ଘଟିଛି ବୋଲି ଦେଖିବାକୁ ଆସିଲେ ।
ମାର୍କଲିଖିତ ସୁସମାଚାର 5 : 15 (ORV)
ପୁଣି, ସେମାନେ ଯୀଶୁଙ୍କ ନିକଟକୁ ଆସି ସେହି ଭୂତଗ୍ରସ୍ତ, ଅର୍ଥାତ୍, ଯାହାକୁ ପୂର୍ବରେ ବାହିନୀ ଭୂତ ଲାଗିଥିଲା, ତାହାକୁ ଲୁଗା ପିନ୍ଧି ଭଲ ମନରେ ବସିଥିବା ଦେଖି ଭୀତ ହେଲେ ।
ମାର୍କଲିଖିତ ସୁସମାଚାର 5 : 16 (ORV)
ଆଉ, ଯେଉଁମାନେ ଦେଖିଥିଲେ, ସେମାନେ ସେହି ଭୂତଗ୍ରସ୍ତ ପ୍ରତି କିପରି କଅଣ ଘଟିଥିଲା, ତାହା ଓ ଘୁଷୁରିମାନଙ୍କ ବିଷୟ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ ।
ମାର୍କଲିଖିତ ସୁସମାଚାର 5 : 17 (ORV)
ସେଥିରେ ସେମାନେ ସେମାନଙ୍କ ସୀମାରୁ ପ୍ରସ୍ଥାନ କରିବାକୁ ତାହାଙ୍କୁ ବିନତି କରିବାକୁ ଲାଗିଲେ ।
ମାର୍କଲିଖିତ ସୁସମାଚାର 5 : 18 (ORV)
ପରେ ସେ ନୌକାରେ ଚଢ଼ିବା ସମୟରେ, ଯେଉଁ ଲୋକକୁ ପୂର୍ବରେ ଭୂତ ଲାଗିଥିଲା, ସେ ତାହାଙ୍କ ସାଙ୍ଗରେ ରହିବା ନିମନ୍ତେ ଥରକୁ ଥର ବିନତି କଲା ।
ମାର୍କଲିଖିତ ସୁସମାଚାର 5 : 19 (ORV)
କିନ୍ତୁ ଯୀଶୁ ଅନୁମତି ନ ଦେଇ ତାହାକୁ କହିଲେ, ତୁମ୍ଭର ଗୃହକୁ, ତୁମ୍ଭର ଆତ୍ମୀୟମାନଙ୍କ ନିକଟକୁ ଯାଅ, ପୁଣି ପ୍ରଭୁ ତୁମ୍ଭ ନିମନ୍ତେ ଯେ ଯେ କର୍ମ କରିଅଛନ୍ତି ଓ ତୁମ୍ଭ ପ୍ରତି ଯେଉଁ ଦୟା ଦେଖାଇଅଛନ୍ତି, ସେହିସବୁ ସେମାନଙ୍କୁ ଜଣାଅ ।
ମାର୍କଲିଖିତ ସୁସମାଚାର 5 : 20 (ORV)
ତହିଁରେ ସେ ଚାଲିଯାଇ, ଯୀଶୁ ତାହା ନିମନ୍ତେ ଯେ ଯେ କର୍ମ କରିଥିଲେ, ସେହିସବୁ ଦେକାପଲିରେ ଘୋଷଣା କରିବାକୁ ଲାଗିଲା; ସେଥିରେ ସମସ୍ତେ ଚମତ୍କୃତ ହେଲେ ।
ମାର୍କଲିଖିତ ସୁସମାଚାର 5 : 21 (ORV)
ଯୀଶୁ ନୌକାରେ ପାର ହୋଇ ପୁନର୍ବାର ଅପର ପାରିକି ବାହୁଡ଼ିଆସନ୍ତେ, ବହୁସଂଖ୍ୟକ ଲୋକ ତାହାଙ୍କ ନିକଟରେ ଏକତ୍ର ହେଲେ; ଆଉ, ସେ ସମୁଦ୍ରକୂଳରେ ରହିଲେ ।
ମାର୍କଲିଖିତ ସୁସମାଚାର 5 : 22 (ORV)
ସେତେବେଳେ ସମାଜଗୃହର ଅଧ୍ୟକ୍ଷଙ୍କ ମଧ୍ୟରୁ ଯାଈରସ ନାମକ ଜଣେ ବ୍ୟକ୍ତି ଆସି ତାହାଙ୍କୁ ଦେଖି ତାହାଙ୍କ ଚରଣ ତଳେ ପଡ଼ିଲେ,
ମାର୍କଲିଖିତ ସୁସମାଚାର 5 : 23 (ORV)
ପୁଣି ବହୁତ ବିନତି କରି କହିଲେ, ମୋହର କନ୍ୟାଟି ମୃତପ୍ରାୟ; ସେ ଯେପରି ରକ୍ଷା ପାଇ ବଞ୍ଚିବ, ଏଥିପାଇଁ ଆପଣ ଆସି ତାହା ଉପରେ ହସ୍ତ ଥୋଇବା ହେଉନ୍ତୁ ।
ମାର୍କଲିଖିତ ସୁସମାଚାର 5 : 24 (ORV)
ଏଥିରେ ସେ ତାହାଙ୍କ ସାଙ୍ଗରେ ଗଲେ, ପୁଣି ବହୁତ ସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଯିବାକୁ ଲାଗିଲେ, ଆଉ ସେମାନେ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ ।
ମାର୍କଲିଖିତ ସୁସମାଚାର 5 : 25 (ORV)
ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର-ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ,
ମାର୍କଲିଖିତ ସୁସମାଚାର 5 : 26 (ORV)
ଯେ କି ଅନେକ ବୈଦ୍ୟଙ୍କ ଦ୍ଵାରା ବହୁ କ୍ଳେଶ ଭୋଗ କରି ସର୍ବସ୍ଵ ବ୍ୟୟ କରିଥିଲେ ହେଁ କିଛିମାତ୍ର ଉପକାର ନ ପାଇ ବରଂ ଅଧିକ ପୀଡ଼ିତ ହୋଇ ପଡ଼ିଥିଲା,
ମାର୍କଲିଖିତ ସୁସମାଚାର 5 : 27 (ORV)
ସେ ଯୀଶୁଙ୍କ ବିଷୟ ଶୁଣି ଲୋକଗହଳ ମଧ୍ୟରେ ପଛଆଡ଼ୁ ଆସି ତାହାଙ୍କ ଲୁଗା ଛୁଇଁଲା; କାରଣ ସେ କହୁଥିଲା,
ମାର୍କଲିଖିତ ସୁସମାଚାର 5 : 28 (ORV)
କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି ।
ମାର୍କଲିଖିତ ସୁସମାଚାର 5 : 29 (ORV)
ସେହିକ୍ଷଣି ତାହାର ରକ୍ତସ୍ରାବ ଶୁଷ୍କ ହେଲା, ପୁଣି ସେ ଯେ ରୋଗରୁ ଆରୋଗ୍ୟ ହୋଇଅଛି, ଏହା ସେ ନିଜ ଦେହରେ ଅନୁଭବ କଲା ।
ମାର୍କଲିଖିତ ସୁସମାଚାର 5 : 30 (ORV)
ତତ୍କ୍ଷଣାତ୍ ଯୀଶୁ ଆପଣାଠାରୁ ଶକ୍ତି ନିର୍ଗତ ହେବା ଅନ୍ତରରେ ଜ୍ଞାତ ହୋଇ ଲୋକଗହଳ ମଧ୍ୟରେ ବୁଲିପଡ଼ି କହିଲେ, କିଏ ମୋହର ଲୁଗା ଛୁଇଁଲା?
ମାର୍କଲିଖିତ ସୁସମାଚାର 5 : 31 (ORV)
ତାହାଙ୍କ ଶିଷ୍ୟମାନେ ତାହାଙ୍କୁ କହିଲେ, ଆପଣ ଦେଖୁଅଛନ୍ତି ଯେ, ଲୋକସମୂହ ଆପଣଙ୍କ ଉପରେ ମାଡ଼ିପଡ଼ୁଅଛନ୍ତି, ଆଉ ଆପଣ କହୁଅଛନ୍ତି, କିଏ ମୋତେ ଛୁଇଁଲା?
ମାର୍କଲିଖିତ ସୁସମାଚାର 5 : 32 (ORV)
କିନ୍ତୁ ଯେ ଏହା କରିଥିଲା, ତାହାକୁ ଦେଖିବା ନିମନ୍ତେ ସେ ଚତୁର୍ଦ୍ଦିଗରେ ଦୃଷ୍ଟିପାତ କରିବାକୁ ଲାଗିଲେ ।
ମାର୍କଲିଖିତ ସୁସମାଚାର 5 : 33 (ORV)
ସେଥିରେ ସେହି ସ୍ତ୍ରୀଲୋକଟି ଆପଣା ପ୍ରତି ଯାହା ଘଟିଅଛି, ତାହା ଜାଣି ଭୟରେ ଥରି ଥରି ଆସି ତାହାଙ୍କ ଚରଣ ତଳେ ପଡ଼ି ସମସ୍ତ ସତ୍ୟ କଥା ତାହାଙ୍କୁ କହିଲା ।
ମାର୍କଲିଖିତ ସୁସମାଚାର 5 : 34 (ORV)
ତହିଁରେ ଯୀଶୁ ତାହାକୁ କହିଲେ, ବତ୍ସେ, ତୋହର ବିଶ୍ଵାସ ତୋତେ ସୁସ୍ଥ କରିଅଛି; ଶାନ୍ତିରେ ଚାଲି ଯା ଓ ତୋହର ରୋଗରୁ ଆରୋଗ୍ୟ ହୋଇଥା ।
ମାର୍କଲିଖିତ ସୁସମାଚାର 5 : 35 (ORV)
ସେ ଏହି କଥା କହୁଥିବା ସମୟରେ ସମାଜଗୃହର ଅଧ୍ୟକ୍ଷଙ୍କ ଘରୁ ଲୋକେ ଆସି କହିଲେ, ଆପଣଙ୍କ ଝିଅଟି ମରିଗଲାଣି, ଗୁରୁଙ୍କୁ କାହିଁକି ଆଉ କଷ୍ଟ ଦେଉଅଛନ୍ତି?
ମାର୍କଲିଖିତ ସୁସମାଚାର 5 : 36 (ORV)
କିନ୍ତୁ ଯୀଶୁ ସେ କଥା ଶୁଣି ନ ଶୁଣିଲା ପରି ସମାଜଗୃହର ଅଧ୍ୟକ୍ଷଙ୍କୁ କହିଲେ, ଭୟ କର ନାହିଁ, କେବଳ ବିଶ୍ଵାସ କର ।
ମାର୍କଲିଖିତ ସୁସମାଚାର 5 : 37 (ORV)
ପୁଣି, ସେ ପିତର, ଯାକୁବ ଓ ତାଙ୍କ ଭାଇ ଯୋହନଙ୍କ ବିନା ଆଉ କାହାକୁ ଆପଣା ସାଙ୍ଗରେ ଯିବାକୁ ଦେଲେ ନାହିଁ ।
ମାର୍କଲିଖିତ ସୁସମାଚାର 5 : 38 (ORV)
ସେମାନେ ସମାଜଗୃହର ଅଧ୍ୟକ୍ଷଙ୍କ ଘରକୁ ଆସନ୍ତେ, ସେ କୋଳାହଳ ହେଉଥିବା ଏବଂ ଲୋକେ ଅତ୍ୟ; ରୋଦନ ଓ ବିଳାପ କରୁଥିବା ଦେଖିଲେ,
ମାର୍କଲିଖିତ ସୁସମାଚାର 5 : 39 (ORV)
ପୁଣି ଭିତରକୁ ଯାଇ ସେମାନଙ୍କୁ କହିଲେ, କାହିଁକି କୋଳାହଳ ଓ ରୋଦନ କରୁଅଛ? ପିଲାଟି ମରି ନାହିଁ, ମାତ୍ର ଶୋଇପଡ଼ିଅଛି। ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ ।
ମାର୍କଲିଖିତ ସୁସମାଚାର 5 : 40 (ORV)
କିନ୍ତୁ ସେ ସମସ୍ତଙ୍କୁ ବାହାର କରି ପିଲାର ବାପା ମାଆ ଓ ଆପଣା ସଙ୍ଗୀମାନଙ୍କୁ ସାଙ୍ଗରେ ଘେନି, ପିଲାଟି ଯେଉଁ ସ୍ଥାନରେ ଥିଲା, ସେହି ସ୍ଥାନରେ ପ୍ରବେଶ କଲେ,
ମାର୍କଲିଖିତ ସୁସମାଚାର 5 : 41 (ORV)
ଆଉ ପିଲାର ହାତ ଧରି ତାହାକୁ କହିଲେ, ‘ଟଲିଥାକୂମ୍ʼ, ଅର୍ଥାତ୍ ଆଗୋ ବାଳିକା, ମୁଁ ତୋତେ କହୁଅଛି, ଉଠ୍ ।
ମାର୍କଲିଖିତ ସୁସମାଚାର 5 : 42 (ORV)
ସେହିକ୍ଷଣି ବାଳିକାଟି ଉଠି ବୁଲାବୁଲି କରିବାକୁ ଲାଗିଲା; କାରଣ ତାହାର ବୟସ ବାର ବର୍ଷ ଥିଲା । ଏଥିରେ ସେମାନେ ଅତିଶୟ ଆଚମ୍ଵିତ ହୋଇଗଲେ ।
ମାର୍କଲିଖିତ ସୁସମାଚାର 5 : 43 (ORV)
ପୁଣି, କେହି ଯେପରି ଏ ବିଷୟ ନ ଜାଣେ, ଏଥିପାଇଁ ସେ ସେମାନଙ୍କୁ ଅତି ଦୃଢ଼ ରୂପେ ଆଜ୍ଞା ଦେଲେ, ଆଉ ବାଳିକାକୁ କିଛି ଖାଇବାକୁ ଦେବା ପାଇଁ କହିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43

BG:

Opacity:

Color:


Size:


Font: