ମାର୍କଲିଖିତ ସୁସମାଚାର 15 : 1 (ORV)
ପ୍ରଭାତ ହେବାମାତ୍ରେ ସମସ୍ତ ମହାସଭା, ଅର୍ଥାତ୍, ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କ ସହିତଣପ୍ରଧାନ ଯାଜକମାନେ ସଭା କରି ଯୀଶୁଙ୍କୁ ବାନ୍ଧି ଘେନିଯାଇ ପୀଲାତଙ୍କ ହସ୍ତରେ ସମର୍ପଣ କଲେ ।
ମାର୍କଲିଖିତ ସୁସମାଚାର 15 : 2 (ORV)
ପୀଲାତ ତାହାଙ୍କୁ ପଚାରିଲେ, ତୁମ୍ଭେ କି ଯିହୁଦୀ-ମାନଙ୍କର ରାଜା? ସେ ତାଙ୍କୁ ଉତ୍ତର ଦେଲେ, ଆପଣ କହୁଅଛନ୍ତି ।
ମାର୍କଲିଖିତ ସୁସମାଚାର 15 : 3 (ORV)
ଆଉ, ପ୍ରଧାନ ଯାଜକମାନେ ତାହାଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ କରିବାକୁ ଲାଗିଲେ ।
ମାର୍କଲିଖିତ ସୁସମାଚାର 15 : 4 (ORV)
ସେଥିରେ ପୀଲାତ ପୁନର୍ବାର ତାହାଙ୍କୁ ପଚାରିଲେ, ତୁମ୍ଭେ କିଛି ଉତ୍ତର ଦେଉ ନାହଁ? ଦେଖ, ଏମାନେ ତୁମ୍ଭ ବିରୁଦ୍ଧରେ କେତେ ଅଭିଯୋଗ କରୁଅଛନ୍ତି ।
ମାର୍କଲିଖିତ ସୁସମାଚାର 15 : 5 (ORV)
କିନ୍ତୁ ଯୀଶୁ ଆଉ କୌଣସି ଉତ୍ତର ଦେଲେ ନାହିଁ, ସେଥିରେ ପୀଲାତ ଚମତ୍କୃତ ହେଲେ ।
ମାର୍କଲିଖିତ ସୁସମାଚାର 15 : 6 (ORV)
ମାତ୍ର ପର୍ବ ସମୟରେ ଲୋକମାନେ ଯେଉଁ ବନ୍ଦୀକୁ ମାଗୁଥିଲେ, ତାହାକୁ ସେ ସେମାନଙ୍କ ନିମନ୍ତେ ମୁକ୍ତ କରୁଥିଲେ ।
ମାର୍କଲିଖିତ ସୁସମାଚାର 15 : 7 (ORV)
ଯେଉଁ ବିପ୍ଳବୀମାନେ ବିପ୍ଳବ ସମୟରେ ନରହତ୍ୟା କରିଥିଲେ, ସେମାନଙ୍କ ସହିତ ବାରବ୍ବା ନାମକ ଜଣେ ଲୋକ ବନ୍ଦୀ ଥିଲା ।
ମାର୍କଲିଖିତ ସୁସମାଚାର 15 : 8 (ORV)
ତେଣୁ ଲୋକସମୂହ ଉପରକୁ ଯାଇ ତାଙ୍କୁ ଆପଣା ରୀତି ଅନୁସାରେ କରିବା ନିମନ୍ତେ ଅନୁରୋଧ କରିବାକୁ ଲାଗିଲେ ।
ମାର୍କଲିଖିତ ସୁସମାଚାର 15 : 9 (ORV)
ସେଥିରେ ପୀଲାତ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ କଅଣ ଇଚ୍ଛା କରୁଅଛ? ଆମ୍ଭେ କଅଣ ତୁମ୍ଭମାନଙ୍କ ନିମନ୍ତେ ଯିହୁଦୀମାନଙ୍କ ରାଜାଙ୍କୁ ମୁକ୍ତ କରିଦେବା?
ମାର୍କଲିଖିତ ସୁସମାଚାର 15 : 10 (ORV)
କାରଣ ପ୍ରଧାନ ଯାଜକମାନେ ଯେ ଈର୍ଷାରେ ତାହାଙ୍କୁ ସମର୍ପଣ କରିଥିଲେ, ତାହା ସେ ବୁଝିଲେ ।
ମାର୍କଲିଖିତ ସୁସମାଚାର 15 : 11 (ORV)
ମାତ୍ର ସେ ଯେପରି ସେମାନଙ୍କ ନିମନ୍ତେ ବରଞ୍ଚ ବାରବ୍ବାକୁ ମୁକ୍ତ କରନ୍ତି, ସେଥିପାଇଁ ପ୍ରଧାନ ଯାଜକମାନେ ଲୋକସମୂହକୁ ମତାଇଲେ ।
ମାର୍କଲିଖିତ ସୁସମାଚାର 15 : 12 (ORV)
କିନ୍ତୁ ପୀଲାତ ପୁନର୍ବାର ସେମାନଙ୍କୁ ଉତ୍ତର ଦେଲେ, ତେବେ ଯାହାକୁ ତୁମ୍ଭେମାନେ ଯିହୁଦୀମାନଙ୍କର ରାଜା ବୋଲି କହୁଅଛ, ତାହା ପ୍ରତି ଆମ୍ଭେ କଅଣ କରିବା?
ମାର୍କଲିଖିତ ସୁସମାଚାର 15 : 13 (ORV)
ସେମାନେ ପୁଣି ଚିତ୍କାର କଲେ, ତାହାକୁ କ୍ରୁଶରେ ଚଢ଼ାଅ ।
ମାର୍କଲିଖିତ ସୁସମାଚାର 15 : 14 (ORV)
ସେଥିରେ ପୀଲାତ ସେମାନଙ୍କୁ ପଚାରିଲେ, କାହିଁକି, ସେ କି ଦୋଷ କରିଅଛି? କିନ୍ତୁ ସେମାନେ ଅତ୍ୟ; ଚିତ୍କାର କଲେ, ତାହାକୁ କ୍ରୁଶରେ ଚଢ଼ାଅ ।
ମାର୍କଲିଖିତ ସୁସମାଚାର 15 : 15 (ORV)
ଏଣୁ ପୀଲାତ ଲୋକସମୂହକୁ ସନ୍ତୁଷ୍ଟ କରିବାକୁ ଇଚ୍ଛା କରି ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ପୁଣି ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ ।
ମାର୍କଲିଖିତ ସୁସମାଚାର 15 : 16 (ORV)
ସେଥିରେ ସୈନ୍ୟମାନେ ତାହାଙ୍କୁ ପ୍ରାଙ୍ଗଣ, ଅର୍ଥାତ୍, ପ୍ରାସାଦ ଭିତରକୁ ଘେନିଯାଇ ସମସ୍ତ ସୈନ୍ୟଦଳକୁ ଡାକି ଏକତ୍ର କଲେ ।
ମାର୍କଲିଖିତ ସୁସମାଚାର 15 : 17 (ORV)
ସେମାନେ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ ଓ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ;
ମାର୍କଲିଖିତ ସୁସମାଚାର 15 : 18 (ORV)
ଆଉ, ହେ ଯିହୁଦୀମାନଙ୍କ ରାଜା, ନମସ୍କାର, ଏହା କହି ତାହାଙ୍କର ବନ୍ଦନା କରିବାକୁ ଲାଗିଲେ ।
ମାର୍କଲିଖିତ ସୁସମାଚାର 15 : 19 (ORV)
ପୁଣି, ସେମାନେ ଗୋଟିଏ ନଳ ଘେନି ତାହାଙ୍କ ମୁଣ୍ତରେ ମାଇଲେ ଓ ତାହାଙ୍କ ଉପରେ ଛେପ ପକାଇଲେ, ଆଉ ଆଣ୍ଠୁ ମାଡ଼ି ତାହାଙ୍କୁ ପ୍ରଣାମ କରିବାକୁ ଲାଗିଲେ ।
ମାର୍କଲିଖିତ ସୁସମାଚାର 15 : 20 (ORV)
ସେମାନେ ତାହାଙ୍କୁ ପରିହାସ କଲା ଉତ୍ତାରେ ସେହି କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର କାଢ଼ି ନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇଲେ । ପୁଣି, ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇବା ନିମନ୍ତେ ବାହାରକୁ ଘେନିଗଲେ ।
ମାର୍କଲିଖିତ ସୁସମାଚାର 15 : 21 (ORV)
ସେତେବେଳେ ଆଲେକ୍ଜାଣ୍ତର ଓ ରୂଫଙ୍କ ପିତା ଶିମୋନ ନାମକ ଜଣେ କୂରୀଣୀୟ ଲୋକ ପଲ୍ଲୀ-ଗ୍ରାମରୁଆସି ସେହି ବାଟ ଦେଇ ଯାଉଥିଲେ; ସେମାନେ ତାଙ୍କୁ ତାହାଙ୍କର କ୍ରୁଶ ବହିବା ପାଇଁ ବାଧ୍ୟ କଲେ ।
ମାର୍କଲିଖିତ ସୁସମାଚାର 15 : 22 (ORV)
ଆଉ, ସେମାନେ ତାହାଙ୍କୁ ଗଲ୍ଗଥା, ଅର୍ଥାତ୍, କପାଳସ୍ଥଳ ନାମକ ସ୍ଥାନକୁ ଆଣିଲେ ।
ମାର୍କଲିଖିତ ସୁସମାଚାର 15 : 23 (ORV)
ପୁଣି, ସେମାନେ ତାହାଙ୍କୁ ଗନ୍ଧରସ ମିଶ୍ରିତ ଦ୍ରାକ୍ଷାରସ ଯାଚିଲେ, କିନ୍ତୁ ସେ ତାହା ଗ୍ରହଣ କଲେ ନାହିଁ ।
ମାର୍କଲିଖିତ ସୁସମାଚାର 15 : 24 (ORV)
ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି କିଏ କଅଣ ପାଇବ, ତାହା ଗୁଲିବାଣ୍ଟ ଦ୍ଵାରା ସ୍ଥିର କରି ତାହାଙ୍କ ବସ୍ତ୍ରସବୁ ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ ।
ମାର୍କଲିଖିତ ସୁସମାଚାର 15 : 25 (ORV)
ଦିନ ନଅ ଘଣ୍ଟା ସମୟରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ ।
ମାର୍କଲିଖିତ ସୁସମାଚାର 15 : 26 (ORV)
ଆଉ, ତାହାଙ୍କ ଅଭିଯୋଗଲିପିରେ ଏହା ଲେଖା ଥିଲା, ଯିହୁଦୀମାନଙ୍କର ରାଜା ।
ମାର୍କଲିଖିତ ସୁସମାଚାର 15 : 27 (ORV)
ପୁଣି, ତାହାଙ୍କ ଦକ୍ଷିଣ ପାର୍ଶ୍ଵରେ ଜଣେ ଓ ବାମ ପାର୍ଶ୍ଵରେ ଜଣେ, ଏହିପରି ଦୁଇଜଣ ଡକାଇତଙ୍କୁ ସେମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଇଦେଲେ ।
ମାର୍କଲିଖିତ ସୁସମାଚାର 15 : 28 (ORV)
[ସେଥିରେ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ ] ।
ମାର୍କଲିଖିତ ସୁସମାଚାର 15 : 29 (ORV)
ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ତ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, ବାଃ! ରେ ମନ୍ଦିରଭଗ୍ନକାରୀ ଓ ତିନି ଦିନରେ ତାହା ନିର୍ମାଣକାରୀ;
ମାର୍କଲିଖିତ ସୁସମାଚାର 15 : 30 (ORV)
କ୍ରୁଶରୁ ଓହ୍ଲାଇ ଆପଣାକୁ ରକ୍ଷା କର ।
ମାର୍କଲିଖିତ ସୁସମାଚାର 15 : 31 (ORV)
ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାରେ ଶାସ୍ତ୍ରୀମାନଙ୍କ ସହିତ ପରସ୍ପର ମଧ୍ୟରେ ତାହାଙ୍କୁ ପରିହାସ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରି ପାରୁ ନାହିଁ ।
ମାର୍କଲିଖିତ ସୁସମାଚାର 15 : 32 (ORV)
ଇସ୍ରାଏଲର ରାଜା ଖ୍ରୀଷ୍ଟ ଏହିକ୍ଷଣି କ୍ରୁଶରୁ ଓହ୍ଲାଇ ଆସନ୍ତୁ, ଯେପରି ଆମ୍ଭେମାନେ ତାହା ଦେଖି ବିଶ୍ଵାସ କରିବା । ପୁଣି, ଯେଉଁମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିଲେ, ସେମାନେ ସୁଦ୍ଧା ତାହାଙ୍କୁ ନିନ୍ଦା କରିବାକୁ ଲାଗିଲେ।
ମାର୍କଲିଖିତ ସୁସମାଚାର 15 : 33 (ORV)
ବାର ଘଣ୍ଟା ସମୟରେ ଦେଶଯାକ ଅନ୍ଧକାର ଘୋଟିଯାଇ ତିନି ଘଣ୍ଟା ପର୍ଯ୍ୟନ୍ତ ରହିଲା ।
ମାର୍କଲିଖିତ ସୁସମାଚାର 15 : 34 (ORV)
ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚ ସ୍ଵରରେ ଡାକି କହିଲେ, ‘ଏଲୀ, ଏଲୀ, ଲାମା ଶବକ୍ଥାନୀ?ʼ ଅର୍ଥାତ୍, ହେ ମୋହର ଈଶ୍ଵର, ହେ ମୋହର ଈଶ୍ଵର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?
ମାର୍କଲିଖିତ ସୁସମାଚାର 15 : 35 (ORV)
ଏହା ଶୁଣି ପାଖରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି କହିଲେ, ଦେଖ, ସେ ଏଲୀୟଙ୍କୁ ଡାକୁଛି ।
ମାର୍କଲିଖିତ ସୁସମାଚାର 15 : 36 (ORV)
ପୁଣି, ଜଣେ ଦୌଡ଼ିଯାଇ ଗୋଟିଏ ସ୍ପଞ୍ଜ ଅମ୍ଳରସରେ ପୂର୍ଣ୍ଣ କରି ତାହା ଖଣ୍ତିଏ ନଳରେ ଲଗାଇ ତାହାଙ୍କୁ ପାନ କରିବାକୁ ଦେଇ କହିଲା, ରୁହ, ଏଲୀୟ ଏହାକୁ ଓହ୍ଲାଇବାକୁ ଆସୁଅଛନ୍ତି କି ନାହିଁ, ଦେଖିବା ।
ମାର୍କଲିଖିତ ସୁସମାଚାର 15 : 37 (ORV)
କିନ୍ତୁ ଯୀଶୁ ଉଚ୍ଚ ସ୍ଵର କରି ପ୍ରାଣତ୍ୟାଗ କଲେ ।
ମାର୍କଲିଖିତ ସୁସମାଚାର 15 : 38 (ORV)
ପୁଣି, ମନ୍ଦିରର ବିଚ୍ଛେଦ-ବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ତ ହେଲା ।
ମାର୍କଲିଖିତ ସୁସମାଚାର 15 : 39 (ORV)
ତାହାଙ୍କ ସମ୍ମୁଖରେ ଠିଆ ହୋଇଥିବା ଶତସେନାପତି ତାହାଙ୍କର ଏହି ପ୍ରକାର ପ୍ରାଣତ୍ୟାଗ ଦେଖି କହିଲେ, ସତ୍ୟ, ଏହି ବ୍ୟକ୍ତି ଈଶ୍ଵରଙ୍କ ପୁତ୍ର ଥିଲେ ।
ମାର୍କଲିଖିତ ସୁସମାଚାର 15 : 40 (ORV)
କେତେକ ସ୍ତ୍ରୀଲୋକ ମଧ୍ୟ ଦୂରରୁ ଦେଖୁଥିଲେ; ସେମାନଙ୍କ ମଧ୍ୟରେ ମଗ୍ଦଲୀନୀ ମରୀୟମ, ସାନ ଯାକୁବ ଓ ଯୋସିଙ୍କ ମାତା ମରୀୟମ, ପୁଣି ଶଲୋମୀ ଥିଲେ;
ମାର୍କଲିଖିତ ସୁସମାଚାର 15 : 41 (ORV)
ସେ ଗାଲିଲୀରେ ଥିବା ସମୟରେ ସେମାନେ ତାହାଙ୍କ ପଶ୍ଚାଦ୍ଗମନ କରି ତାହାଙ୍କର ସେବା କରୁଥିଲେନ୍ତ ତାହାଙ୍କ ସହିତ ଯିରୂଶାଲମକୁ ଆସିଥିବା ଆହୁରି ଅନେକ ସ୍ତ୍ରୀଲୋକ ମଧ୍ୟ ଦେଖୁଥିଲେ ।
ମାର୍କଲିଖିତ ସୁସମାଚାର 15 : 42 (ORV)
ବେଳ ଗଡ଼ିଆସନ୍ତେ, ସେହି ଦିନ ଆୟୋଜନ ଦିନ, ଅର୍ଥାତ୍, ବିଶ୍ରାମବାରର ପୂର୍ବ ଦିନ ଥିବାରୁ,
ମାର୍କଲିଖିତ ସୁସମାଚାର 15 : 43 (ORV)
ହାରାମାଥୀୟାର ଯୋସେଫ ନାମକ ମହାସଭାର ଜଣେ ସମ୍ଭ୍ରାନ୍ତ ସଭ୍ୟ, ଯେ ନିଜେ ମଧ୍ୟ ଈଶ୍ଵରଙ୍କ ରାଜ୍ୟର ଅପେକ୍ଷାରେ ଥିଲେ, ସେ ସାହସପୂର୍ବକ ପୀଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ ।
ମାର୍କଲିଖିତ ସୁସମାଚାର 15 : 44 (ORV)
କିନ୍ତୁ ସେ ଯେ ମରିଗଲେଣି, ଏହା ଶୁଣି ପୀଲାତ ଚମତ୍କୃତ ହେଲେ, ଆଉ ଶତସେନାପତିଙ୍କି ନିକଟକୁ ଡକାଇ ତାଙ୍କୁ ପଚାରିଲେ, ସେ କଅଣ ବହୁତ ବେଳ ହେଲା ମଲେଣି?
ମାର୍କଲିଖିତ ସୁସମାଚାର 15 : 45 (ORV)
ଶତସେନାପତିଙ୍କଠାରୁ ତାହା ଜ୍ଞାତ ହୋଇ ସେ ଶବଟି ଯୋସେଫଙ୍କୁ ଦେଲେ ।
ମାର୍କଲିଖିତ ସୁସମାଚାର 15 : 46 (ORV)
ସେ ଖଣ୍ତିଏ ସୂକ୍ଷ୍ମ ବସ୍ତ୍ର କିଣି ତାହାଙ୍କୁ ଓହ୍ଲାଇ ଆଣି ସେଥିରେ ତାହାଙ୍କୁ ଗୁଡ଼ାଇଲେ ଓ ପାହାଡ଼ରେ ଖୋଳା ହୋଇଥିବା ଗୋଟିଏ ସମାଧିରେ ତାହାଙ୍କୁ ଥୋଇଦେଇ ସମାଧି ଦ୍ଵାରରେ ଖଣ୍ତିଏ ପଥର ଗଡ଼ାଇଦେଲେ ।
ମାର୍କଲିଖିତ ସୁସମାଚାର 15 : 47 (ORV)
ତାହାଙ୍କୁ କେଉଁ ସ୍ଥାନରେ ରଖାଗଲା, ତାହା ମଗ୍ଦଲୀନୀ ମରୀୟମ ଓ ଯୋସିଙ୍କ ମାତା ମରୀୟମ ଦେଖିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47

BG:

Opacity:

Color:


Size:


Font: