ମାର୍କଲିଖିତ ସୁସମାଚାର 13 : 1 (ORV)
ସେ ମନ୍ଦିରରୁ ବାହାରି ଯାଉଥିବା ସମୟରେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ହେ ଗୁରୁ, ଦେଖନ୍ତୁ, କିପରି ପ୍ରସ୍ତର ଓ କିପରି ପ୍ରାସାଦ!
ମାର୍କଲିଖିତ ସୁସମାଚାର 13 : 2 (ORV)
ସେଥିରେ ଯୀଶୁ ତାଙ୍କୁ କହିଲେ, ତୁମ୍ଭେ କଅଣ ଏହିସମସ୍ତ ବୃହତ ପ୍ରାସାଦ ଦେଖୁଅଛ? ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍ ହେବ ।
ମାର୍କଲିଖିତ ସୁସମାଚାର 13 : 3 (ORV)
ପରେ ସେ ଜୀତ ପର୍ବତ ଉପରେ ମନ୍ଦିର ସମ୍ମୁଖରେ ବସନ୍ତେ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଏସବୁ କେବେ ଘଟିବ,
ମାର୍କଲିଖିତ ସୁସମାଚାର 13 : 4 (ORV)
ପୁଣି ଯେଉଁ ସମୟରେ ଏହିସବୁ ସଫଳ ହେବା ସନ୍ନିକଟ ହେବ, ସେସମୟର ଲକ୍ଷଣ କଅଣ, ତାହା ଆମ୍ଭମାନଙ୍କୁ କହନ୍ତୁ ।
ମାର୍କଲିଖିତ ସୁସମାଚାର 13 : 5 (ORV)
ସେଥିରେ ଯୀଶୁ ସେମାନଙ୍କୁ କହିବାକୁ ଲାଗିଲେ, ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ ।
ମାର୍କଲିଖିତ ସୁସମାଚାର 13 : 6 (ORV)
ଅନେକେ ମୋʼ ନାମରେ ଆସି, ମୁଁ ସେ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ ।
ମାର୍କଲିଖିତ ସୁସମାଚାର 13 : 7 (ORV)
ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ, ସେତେବେଳେ ବ୍ୟାକୁଳ ହୁଅ ନାହିଁ; ଏହିସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ସୁଦ୍ଧା ଯୁଗା; ନୁହେଁ ।
ମାର୍କଲିଖିତ ସୁସମାଚାର 13 : 8 (ORV)
କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି ସ୍ଥାନେ ସ୍ଥାନେ ଭୂମିକମ୍ପ ହେବ ଓ ଦୁର୍ଭିକ୍ଷ ପଡ଼ିବ; ଏହିସମସ୍ତ ପ୍ରସବବେଦନାର ଆରମ୍ଭମାତ୍ର ।
ମାର୍କଲିଖିତ ସୁସମାଚାର 13 : 9 (ORV)
କିନ୍ତୁ ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ; ଲୋକେ ତୁମ୍ଭମାନଙ୍କୁ ବିଚାରସଭା-ମାନଙ୍କରେ ସମର୍ପଣ କରିବେ, ଆଉ ତୁମ୍ଭେମାନେ ସମାଜଗୃହଗୁଡ଼ିକରେ ପ୍ରହାରିତ ହେବ ଏବଂ ମୋʼ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁରେ ସେମାନଙ୍କ ପ୍ରତି ସାକ୍ଷ୍ୟ ଦେବା ନିମନ୍ତେ ଠିଆ କରାଯିବ ।
ମାର୍କଲିଖିତ ସୁସମାଚାର 13 : 10 (ORV)
ପୁଣି, ସମସ୍ତ ଜାତି ନିକଟରେ ସୁସମାଚାର ପ୍ରଥମରେ ଅବଶ୍ୟ ଘୋଷଣା କରାଯିବ ।
ମାର୍କଲିଖିତ ସୁସମାଚାର 13 : 11 (ORV)
ଏଣୁ ଯେତେବେଳେ ଲୋକେ ତୁମ୍ଭମାନଙ୍କୁ ଘେନିଯାଇ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କଅଣ କହିବ, ସେ ବିଷୟରେ ପୂର୍ବରୁ ଚିନ୍ତିତ ହୁଅ ନାହିଁ, କିନ୍ତୁ ସେହି ଦଣ୍ତରେ ତୁମ୍ଭମାନଙ୍କୁ ଯାହା ଦିଆଯିବ, ତାହା କୁହ; କାରଣ ତୁମ୍ଭେମାନେ ବକ୍ତା ନୁହଁ, ମାତ୍ର ପବିତ୍ର ଆତ୍ମା ବକ୍ତା ଅଟନ୍ତି ।
ମାର୍କଲିଖିତ ସୁସମାଚାର 13 : 12 (ORV)
ଭ୍ରାତା ଭ୍ରାତାକୁ ଓ ପିତା ପୁତ୍ରକୁ ମୃତ୍ୟୁ ଭୋଗ କରିବା ନିମନ୍ତେ ସମର୍ପଣ କରିବେ; ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ;
ମାର୍କଲିଖିତ ସୁସମାଚାର 13 : 13 (ORV)
ଆଉ, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ଵାରା ଘୃଣିତ ହେବ; ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ ।
ମାର୍କଲିଖିତ ସୁସମାଚାର 13 : 14 (ORV)
କିନ୍ତୁ ତୁମ୍ଭେମାନେ ଯେତେବେଳେ ସେହି ଉତ୍ସନ୍ନକାରୀ ଘୃଣ୍ୟ ବସ୍ତୁକୁ, ଯେଉଁଠାରେ ଅବସ୍ଥିତ ହେବା ଉଚିତ ନୁହେଁ, ସେଠାରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ), ସେତେ-ବେଳେ ଯେଉଁମାନେ ଯିହୁଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଉନ୍ତୁ;
ମାର୍କଲିଖିତ ସୁସମାଚାର 13 : 15 (ORV)
ଯେ ଛାତ ଉପରେ ଥାଏ, ସେ ଆପଣା ଘରୁ କୌଣସି ପଦାର୍ଥ ଘେନିଯିବା ପାଇଁ ଓହ୍ଳାଇ ନ ଆସୁ ବା ଭିତରକୁ ନ ଯାଉ;
ମାର୍କଲିଖିତ ସୁସମାଚାର 13 : 16 (ORV)
ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ଚାଦର ଘେନିଯବା ପାଇଁ ଲେଉଟି ନ ଯାଉ ।
ମାର୍କଲିଖିତ ସୁସମାଚାର 13 : 17 (ORV)
ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଳେଶର ପାତ୍ର!
ମାର୍କଲିଖିତ ସୁସମାଚାର 13 : 18 (ORV)
କିନ୍ତୁ ଏହା ଯେପରି ଶୀତକାଳରେ ନ ଘଟେ, ଏଥିପାଇଁ ପ୍ରାର୍ଥନା କର ।
ମାର୍କଲିଖିତ ସୁସମାଚାର 13 : 19 (ORV)
କାରଣ ସେହି କାଳରେ ଏପରି କ୍ଳେଶ ଘଟିବ ଯେ, ଈଶ୍ଵରଙ୍କ କୃତ ସୃଷ୍ଟି ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସେପରି ଘଟି ନାହିଁ, ପୁଣି କେବେ ହେଁ ଘଟିବ ନାହିଁ ।
ମାର୍କଲିଖିତ ସୁସମାଚାର 13 : 20 (ORV)
ଆଉ, ପ୍ରଭୁ ସେହି ସମୟ ଯେବେ ଊଣା କରି ନ ଥାଆନ୍ତେ, ତେବେ କୌଣସି ମର୍ତ୍ତ୍ୟ ପରିତ୍ରାଣ ପାଆନ୍ତା ନାହିଁ; ମାତ୍ର ସେ ଯେଉଁମାନଙ୍କୁ ମନୋନୀତ କରିଅଛନ୍ତି, ସେହି ମନୋନୀତ ଲୋକଙ୍କ ନିମନ୍ତେ ଉକ୍ତ ସମୟ ଊଣା କରିଅଛନ୍ତି ।
ମାର୍କଲିଖିତ ସୁସମାଚାର 13 : 21 (ORV)
ସେତେବେଳେ ‘ଦେଖ, ଖ୍ରୀଷ୍ଟ ଏଠାରେʼ କିବା ‘ଦେଖ, ସେଠାରେʼ, କେହି ଯେବେ ତୁମ୍ଭମାନଙ୍କୁ ଏପରି କହିବ, ତେବେ ତାହା ବିଶ୍ଵାସ କର ନାହିଁ ।
ମାର୍କଲିଖିତ ସୁସମାଚାର 13 : 22 (ORV)
ଭଣ୍ତ ଖ୍ରୀଷ୍ଟମାନେ ଓ ଭଣ୍ତ ଭାବବାଦୀମାନେ ଉଠି ଏପରି ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ଭ୍ରାନ୍ତ କରିବେ ।
ମାର୍କଲିଖିତ ସୁସମାଚାର 13 : 23 (ORV)
କିନ୍ତୁ ତୁମ୍ଭେମାନେ ସାବଧାନ ହୋଇଥାଅ; ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇଲି ।
ମାର୍କଲିଖିତ ସୁସମାଚାର 13 : 24 (ORV)
ମାତ୍ର ସେହି ସମୟରେ ସେହି କ୍ଳେଶ ଉତ୍ତାରେ ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଲୋକ ଦେବ ନାହିଁ,
ମାର୍କଲିଖିତ ସୁସମାଚାର 13 : 25 (ORV)
ପୁଣି ନକ୍ଷତ୍ରମାଳା ଆକାଶରୁ ସ୍ଖଳିତ ହେବାକୁ ଲାଗିବେ ଓ ଆକାଶମଣ୍ତଳସ୍ଥ ଶକ୍ତି ସମୂହ ବିଚଳିତ ହେବେ ।
ମାର୍କଲିଖିତ ସୁସମାଚାର 13 : 26 (ORV)
ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ମେଘମାଳାରେ ଆଗମନ କରିବା ଦେଖିବେ ।
ମାର୍କଲିଖିତ ସୁସମାଚାର 13 : 27 (ORV)
ସେସମୟରେ ସେ ଦୂତମାନଙ୍କୁ ପ୍ରେରଣ କରି ପୃଥିବୀର ଶେଷ ସୀମାରୁ ଆକାଶର ଶେଷ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ଆପଣା ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ ।
ମାର୍କଲିଖିତ ସୁସମାଚାର 13 : 28 (ORV)
ଡିମିରି ବୃକ୍ଷରୁ ଦୃଷ୍ଟାନ୍ତ ଶିକ୍ଷା କର; ଯେତେବେଳେ ତାହାର ଶାଖା ସରସ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ;
ମାର୍କଲିଖିତ ସୁସମାଚାର 13 : 29 (ORV)
ସେହିପରି ତୁମ୍ଭେମାନେ ମଧ୍ୟ ଏହିସମସ୍ତ ଘଟଣା ଦେଖିଲେ ସେ ଦ୍ଵାରର ସନ୍ନିକଟ, ଏହା ଜାଣ ।
ମାର୍କଲିଖିତ ସୁସମାଚାର 13 : 30 (ORV)
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ ।
ମାର୍କଲିଖିତ ସୁସମାଚାର 13 : 31 (ORV)
ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ ଲୋପ ପାଇବ ନାହିଁ ।
ମାର୍କଲିଖିତ ସୁସମାଚାର 13 : 32 (ORV)
କିନ୍ତୁ ସେହି ଦିନ କି ଦଣ୍ତ ବିଷୟ କେହି ଜାଣନ୍ତି ନାହିଁ, ସ୍ଵର୍ଗସ୍ଥ ଦୂତମାନେ କିମ୍ଵା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, କେବଳ ପିତା ଜାଣନ୍ତି ।
ମାର୍କଲିଖିତ ସୁସମାଚାର 13 : 33 (ORV)
ତୁମ୍ଭେମାନେ ସାବଧାନ ହୋଇଥାଅ, ଜାଗି ରୁହ; କାରଣ ସେସମୟ କେବେ ହେବ, ତାହା ତୁମ୍ଭେମାନେ ଜାଣ ନାହିଁ ।
ମାର୍କଲିଖିତ ସୁସମାଚାର 13 : 34 (ORV)
ତାହା ଏହିପରି, ଯେପରି ଜଣେ ବ୍ୟକ୍ତି ଆପଣା ଗୃହ ତ୍ୟାଗ କରି ବିଦେଶରେ ପ୍ରବାସ କରୁଅଛନ୍ତି, ଆଉ ସେ ଆପଣା ଦାସମାନଙ୍କୁ ଅଧିକାର ଦେଇ ପ୍ରତ୍ୟେକର କାର୍ଯ୍ୟ ନିରୂପଣ କରିଅଛନ୍ତି ଓ ଦ୍ଵାରୀକି ମଧ୍ୟ ଜାଗି ରହିବାକୁ ଆଜ୍ଞା ଦେଇଅଛନ୍ତି ।
ମାର୍କଲିଖିତ ସୁସମାଚାର 13 : 35 (ORV)
ଅତଏବ, କାଳେ ଗୃହକର୍ତ୍ତା ଅକସ୍ମାତ୍ ଆସି ତୁମ୍ଭମାନଙ୍କୁ ନିଦ୍ରିତ ଦେଖନ୍ତି,
ମାର୍କଲିଖିତ ସୁସମାଚାର 13 : 36 (ORV)
ଏଥିନିମନ୍ତେ ଜାଗ୍ରତ ଥାଅ, କାରଣ ସେ ସନ୍ଧ୍ୟାବେଳେ କି ଅଧରାତିରେ କି କୁକୁଡ଼ା ଡାକିବା ସମୟରେ କି ସକାଳେ, କେତେବେଳେ ଯେ ଆସିବେ, ତାହା ତୁମ୍ଭେମାନେ ଜାଣ ନାହିଁ ।
ମାର୍କଲିଖିତ ସୁସମାଚାର 13 : 37 (ORV)
ମୁଁ ତୁମ୍ଭମାନଙ୍କୁ ଯାହା କହୁଅଛି, ତାହା ସମସ୍ତଙ୍କୁ କହୁଅଛି, ଜାଗ୍ରତ ଥାଅ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37

BG:

Opacity:

Color:


Size:


Font: