ମାର୍କଲିଖିତ ସୁସମାଚାର 11 : 1 (ORV)
ଯେତେବେଳେ ସେମାନେ ଯିରୂଶାଲମର ନିକଟବର୍ତ୍ତୀ ହୋଇ ଜୀତ ପର୍ବତ ପାର୍ଶ୍ଵସ୍ଥ ବେଥ୍ଫାଗୀ ଓ ବେଥନିଆ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ,
ମାର୍କଲିଖିତ ସୁସମାଚାର 11 : 2 (ORV)
ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବାକ୍ଷଣି, ଯାହା ଉପରେ କେହି କେବେ ଚଢ଼ି ନାହିଁ, ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖିବ; ତାକୁ ଫିଟାଇ ଘେନିଆସ ।
ମାର୍କଲିଖିତ ସୁସମାଚାର 11 : 3 (ORV)
ଆଉ, ଯେବେ କେହି ତୁମ୍ଭମାନଙ୍କୁ କାହିଁକି ଏହା କରୁଅଛ ବୋଲି କହେ, ତେବେ କହିବ, ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି, ଆଉ ସେ ପୁନର୍ବାର ତାହାକୁ ଅବିଳମ୍ଵେ ଏଠାକୁ ପଠାଇଦେବେ ।
ମାର୍କଲିଖିତ ସୁସମାଚାର 11 : 4 (ORV)
ସେମାନେ ଯାଇ ଦ୍ଵାର ନିକଟରେ ବାହାର ଦାଣ୍ତରେ ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖି ତାହାକୁ ଫିଟାଇଲେ ।
ମାର୍କଲିଖିତ ସୁସମାଚାର 11 : 5 (ORV)
ସେଥିରେ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି ସେମାନଙ୍କୁ ପଚାରିଲେ, ଗଧଛୁଆକୁ ଫିଟାଇ କଅଣ କରୁଛ?
ମାର୍କଲିଖିତ ସୁସମାଚାର 11 : 6 (ORV)
ଯୀଶୁ ଯେପରି କହିଥିଲେ, ସେମାନେ ସେହିପରି ସେମାନଙ୍କୁ ଉତ୍ତର ଦେଲେ; ତହିଁରେ ସେମାନେ ସେମାନଙ୍କୁ ଅନୁମତି ଦେଲେ ।
ମାର୍କଲିଖିତ ସୁସମାଚାର 11 : 7 (ORV)
ଯୀଶୁଙ୍କ ନିକଟକୁ ଗଧଛୁଆଟିକୁ ଆଣି ସେମାନେ ତାହା ଉପରେ ଆପଣା ଆପଣା ଲୁଗା ପକାଇଦେଲେ, ଆଉ ସେ ତାହା ଉପରେ ବସିଲେ ।
ମାର୍କଲିଖିତ ସୁସମାଚାର 11 : 8 (ORV)
ପୁଣି ଅନେକେ ପଥରେ ଆପଣା ଆପଣା ଲୁଗା ବିଛାଇଲେ ଓ ଅନ୍ୟମାନେ କ୍ଷେତରୁ ଡାଳ କାଟି ଆଣି ବିଛାଇଦେଲେ ।
ମାର୍କଲିଖିତ ସୁସମାଚାର 11 : 9 (ORV)
ଆଉ, ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚ ସ୍ଵରରେ କହିବାକୁ ଲାଗିଲେ, ହୋଶାନ୍ନା! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ!
ମାର୍କଲିଖିତ ସୁସମାଚାର 11 : 10 (ORV)
ଆମ୍ଭମାନଙ୍କ ପିତୃପୁରୁଷ ଦାଉଦଙ୍କର ଯେଉଁ ରାଜ୍ୟ ଆସୁଅଛି, ତାହା ଧନ୍ୟ! ଊର୍ଦ୍ଧ୍ଵଲୋକରେ ହୋଶାନ୍ନା!
ମାର୍କଲିଖିତ ସୁସମାଚାର 11 : 11 (ORV)
ପରେ ସେ ଯିରୂଶାଲମକୁ ଆସି ମନ୍ଦିରରେ ପ୍ରବେଶ କଲେ, ପୁଣି ଚତୁର୍ଦ୍ଦିଗସ୍ଥ ସମସ୍ତ ବିଷୟ ନିରୀକ୍ଷଣ କରି ସନ୍ଧ୍ୟା ହୋଇଯିବାରୁ ଦ୍ଵାଦଶଙ୍କ ସହିତ ବେଥନିଆକୁ ବାହାରିଗଲେ ।
ମାର୍କଲିଖିତ ସୁସମାଚାର 11 : 12 (ORV)
ତହିଁ ଆରଦିନ ସେମାନେ ବେଥନିଆରୁ ଆସୁଥିବା ସମୟରେ ସେ କ୍ଷୁଧିତ ହେଲେ;
ମାର୍କଲିଖିତ ସୁସମାଚାର 11 : 13 (ORV)
ଆଉ, ସେ ଦୂରରୁ ପତ୍ର ଥିବା ଗୋଟିଏ ଡିମିରି ଗଛ ଦେଖି, କେଜାଣି ସେଥିରୁ ଫଳ ପାଇବେ, ଏହି ଆଶାରେ ତାହା ପାଖକୁ ଗଲେ । କିନ୍ତୁ ପାଖକୁ ଆସି ସେ ପତ୍ର ବିନା ଆଉ କିଛି ପାଇଲେ ନାହିଁ, କାରଣ ସେତେବେଳେ ଡିମିରି ଫଳର ସମୟ ନ ଥିଲା ।
ମାର୍କଲିଖିତ ସୁସମାଚାର 11 : 14 (ORV)
ସେଥିରେ ଯୀଶୁ ତାହାକୁ କହିଲେ, ଆଉ କେବେ ହେଁ କେହି ତୋʼଠାରୁ ଫଳ ନ ଖାଉ । ତାହାଙ୍କ ଶିଷ୍ୟମାନେ ଏହି କଥା ଶୁଣିଲେ ।
ମାର୍କଲିଖିତ ସୁସମାଚାର 11 : 15 (ORV)
ତାହା ପରେ ସେମାନେ ଯିରୂଶାଲମକୁ ଆସିଲେ, ଆଉ ସେ ମନ୍ଦିରରେ ପ୍ରବେଶ କରି ସେସ୍ଥାନରେ କ୍ରୟବିକ୍ରୟ କରୁଥିବା ଲୋକମାନଙ୍କୁ ବାହାର କରିଦେବାକୁ ଲାଗିଲେ, ପୁଣି ମୁଦ୍ରା ବ୍ୟବସାୟୀମାନଙ୍କର ମେଜ ଓ କାପ୍ତା ବ୍ୟବସାୟୀମାନଙ୍କର ଆସନ ଓଲଟାଇ ପକାଇଲେ,
ମାର୍କଲିଖିତ ସୁସମାଚାର 11 : 16 (ORV)
ଆଉ ମନ୍ଦିର ମଧ୍ୟ ଦେଇ କାହାରିକି କୌଣସି ପାତ୍ର ଘେନିଯିବାକୁ ଅନୁମତି ଦେଲେ ନାହିଁ,
ମାର୍କଲିଖିତ ସୁସମାଚାର 11 : 17 (ORV)
ପୁଣି ସେ ସେମାନଙ୍କୁ ଶିକ୍ଷା ଦେଉ ଦେଉ କହିଲେ, ଏହା କଅଣ ଲେଖା ନାହିଁ, ଆମ୍ଭର ଗୃହ ସମସ୍ତ ଜାତି ନିମନ୍ତେ ପ୍ରାର୍ଥନାଗୃହ ବୋଲି ବିଖ୍ୟାତ ହେବ? କିନ୍ତୁ ତୁମ୍ଭେମାନେ ତାହାକୁ ‘ଦସ୍ୟୁମାନଙ୍କ ଗହ୍ଵରʼ କରିଅଛ ।
ମାର୍କଲିଖିତ ସୁସମାଚାର 11 : 18 (ORV)
ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଏହା ଶୁଣି ତାହାଙ୍କୁ କିପ୍ରକାରେ ବିନାଶ କରି ପାରନ୍ତି, ତାହା ଚେଷ୍ଟା କରିବାକୁ ଲାଗିଲେ; କାରଣ ଲୋକସମୂହ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ଵିତ ହେବାରୁ ସେମାନେ ତାହାଙ୍କୁ ଭୟ କରୁଥିଲେ ।
ମାର୍କଲିଖିତ ସୁସମାଚାର 11 : 19 (ORV)
ପ୍ରତିଦିନ ସନ୍ଧ୍ୟା ସମୟରେ ସେମାନେ ନଗରରୁ ବାହାରି ଯାଉଥିଲେ ।
ମାର୍କଲିଖିତ ସୁସମାଚାର 11 : 20 (ORV)
ସକାଳେ ସେହି ବାଟ ଦେଇ ଯିବା ସମୟରେ ସେମାନେ ଡିମିରି ଗଛଟି ମୂଳରୁ ଶୁଖିଯାଇଥିବା ଦେଖିଲେ ।
ମାର୍କଲିଖିତ ସୁସମାଚାର 11 : 21 (ORV)
ସେଥିରେ ପିତର ପୂର୍ବ କଥା ସ୍ମରଣ କରି ତାହାଙ୍କୁ କହିଲେ, ହେ ଗୁରୁ, ଦେଖନ୍ତୁ, ଆପଣ ଯେଉଁ ଡିମିରି ଗଛକୁ ଶାପ ଦେଇଥିଲେ, ତାହା ଶୁଖିଗଲାଣି ।
ମାର୍କଲିଖିତ ସୁସମାଚାର 11 : 22 (ORV)
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ଵରଙ୍କ-ଠାରେ ବିଶ୍ଵାସ ରଖ ।
ମାର୍କଲିଖିତ ସୁସମାଚାର 11 : 23 (ORV)
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେକେହି ଏହି ପର୍ବତକୁ ତୁ ଉଠି ସମୁଦ୍ରରେ ଯାଇ ପଡ଼୍ ବୋଲି କହିବ, ଆଉ ଆପଣା ହୃଦୟରେ ସନ୍ଦେହ ନ କରି, ଯାହା କହୁଅଛି, ତାହା ଘଟିବ ବୋଲି ବିଶ୍ଵାସ କରିବ, ତାʼ ନିମନ୍ତେ ତାହା ଘଟିବ ।
ମାର୍କଲିଖିତ ସୁସମାଚାର 11 : 24 (ORV)
ଅତଏବ, ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଯାହା ପ୍ରାର୍ଥନା କର ଓ ମାଗ,ସେସବୁ ପାଇଅଛ ବୋଲି ବିଶ୍ଵାସ କର, ସେଥିରେ ସେହିସବୁ ପାଇବ ।
ମାର୍କଲିଖିତ ସୁସମାଚାର 11 : 25 (ORV)
ପୁଣି, ତୁମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରିବାକୁ ଠିଆ ହୁଅ, ଯଦି କାହାରି ବିରୁଦ୍ଧରେ ତୁମ୍ଭମାନଙ୍କର କିଛି କଥା ଥାଏ, ତାହାହେଲେ କ୍ଷମା କର, ଯେପରି ତୁମ୍ଭମାନଙ୍କ ସ୍ଵର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କର ଅପରାଧସବୁ କ୍ଷମା କରିବେ ।
ମାର୍କଲିଖିତ ସୁସମାଚାର 11 : 26 (ORV)
କିନ୍ତୁ ତୁମ୍ଭେମାନେ ଯେବେ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ସ୍ଵର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ ।
ମାର୍କଲିଖିତ ସୁସମାଚାର 11 : 27 (ORV)
ପରେ ସେମାନେ ପୁନର୍ବାର ଯିରୂଶାଲମକୁ ଆସିଲେ; ଆଉ, ସେ ମନ୍ଦିର ମଧ୍ୟରେ ଭ୍ରମଣ କରୁଥିବା ସମୟରେ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ତାହାଙ୍କ ନିକଟକୁ ଆସି ପଚାରିଲେ,
ମାର୍କଲିଖିତ ସୁସମାଚାର 11 : 28 (ORV)
ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ? ଅବା ଏହାସବୁ କରିବାକୁ ତୁମ୍ଭକୁ କିଏ ଏହି ଅଧିକାର ଦେଲା?
ମାର୍କଲିଖିତ ସୁସମାଚାର 11 : 29 (ORV)
କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ମୋତେ ଉତ୍ତର ଦିଅ, ତାହାହେଲେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ତୁମ୍ଭମାନଙ୍କୁ କହିବି ।
ମାର୍କଲିଖିତ ସୁସମାଚାର 11 : 30 (ORV)
ଯୋହନଙ୍କର ବାପ୍ତିସ୍ମ ସ୍ଵର୍ଗରୁ ନା ମନୁଷ୍ୟଠାରୁ ହେଲା? ମୋତେ ଉତ୍ତର ଦିଅ ।
ମାର୍କଲିଖିତ ସୁସମାଚାର 11 : 31 (ORV)
ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ଵର୍ଗରୁ ବୋଲି କହିବୁ, ତାହାହେଲେ ସେ କହିବେ, ତେବେ ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ଵାସ କଲ ନାହିଁ?
ମାର୍କଲିଖିତ ସୁସମାଚାର 11 : 32 (ORV)
ଅବା ମନୁଷ୍ୟଠାରୁ ବୋଲି କଅଣ କହିବା? - ସେମାନେ ଲୋକସମୂହକୁ ଭୟ କରୁଥିଲେ; କାରଣ ସମସ୍ତେ ଯୋହନଙ୍କୁ ପ୍ରକୃତରେ ଜଣେ ଭାବବାଦୀ ବୋଲି ମାନୁଥିଲେ ।
ମାର୍କଲିଖିତ ସୁସମାଚାର 11 : 33 (ORV)
ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଜାଣୁ ନାହିଁ । ଯୀଶୁ ସେମାନଙ୍କୁ କହିଲେ, ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33

BG:

Opacity:

Color:


Size:


Font: