ମାର୍କଲିଖିତ ସୁସମାଚାର 1 : 1 (ORV)
ଈଶ୍ଵରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାରର ଆରମ୍ଭ ।
ମାର୍କଲିଖିତ ସୁସମାଚାର 1 : 2 (ORV)
ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରରେ ଯେପରି ଲେଖା ଅଛି, ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପ୍ରେରଣ କରୁଅଛୁ, ସେ ତୁମ୍ଭର ପଥ ପ୍ରସ୍ତୁତ କରିବ;
ମାର୍କଲିଖିତ ସୁସମାଚାର 1 : 3 (ORV)
ପ୍ରାନ୍ତରରେ ଉଚ୍ଚ ଶଦ୍ଦ କରୁଥିବା ଜଣକର ସ୍ଵର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ତ ସଳଖ କର,
ମାର୍କଲିଖିତ ସୁସମାଚାର 1 : 4 (ORV)
ବାପ୍ତିଜକ ଯୋହନ ପ୍ରାନ୍ତରରେ ଉପସ୍ଥିତ ହୋଇ ପାପକ୍ଷମା ନିମନ୍ତେ ମନପରିବର୍ତ୍ତନରବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ।
ମାର୍କଲିଖିତ ସୁସମାଚାର 1 : 5 (ORV)
ସେଥିରେ ସମଗ୍ର ଯିହୁଦା ପ୍ରଦେଶ ଓ ସମସ୍ତ ଯିରୂଶାଲମନିବାସୀ ବାହାରି ତାଙ୍କ ନିକଟକୁ ଆସିବାକୁ ଲାଗିଲେ ଓ ଆପଣା ଆପଣା ପାପ ସ୍ଵୀକାର କରି ତାଙ୍କ ଦ୍ଵାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ ।
ମାର୍କଲିଖିତ ସୁସମାଚାର 1 : 6 (ORV)
ଯୋହନ ଓଟଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା କଟିରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି ପଙ୍ଗପାଳ ଓ ବନମଧୁ ଖାଉଥିଲେ ।
ମାର୍କଲିଖିତ ସୁସମାଚାର 1 : 7 (ORV)
ସେ ଘୋଷଣା କରି କହିବାକୁ ଲାଗିଲେ, ମୋʼଠାରୁ ଯେ ଅଧିକ ଶକ୍ତିମାନ, ସେ ମୋʼ ଉତ୍ତାରେ ଆସୁଅଛନ୍ତି; ମୁଁ ଅବନତ ହୋଇ ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ଯୋଗ୍ୟ ନୁହେଁ ।
ମାର୍କଲିଖିତ ସୁସମାଚାର 1 : 8 (ORV)
ମୁଁ ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଲି, ମାତ୍ର ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ ।
ମାର୍କଲିଖିତ ସୁସମାଚାର 1 : 9 (ORV)
ସେହି ସମୟରେ ଯୀଶୁ ଗାଲିଲୀର ନାଜରିତରୁ ଆସି ଯର୍ଦ୍ଦନରେ ଯୋହନଙ୍କ ଦ୍ଵାରା ବାପ୍ତିଜିତ।। ହେଲେ ।
ମାର୍କଲିଖିତ ସୁସମାଚାର 1 : 10 (ORV)
ଆଉ, ତତ୍କ୍ଷଣାତ୍ ସେ ଜଳରୁ ଉଠିଆସିବା ସମୟରେ ଆକାଶ ବିଦୀର୍ଣ୍ଣ ହେବା ଓ ଆତ୍ମାଙ୍କୁ କପୋତ ପରି ଆପଣା ଉପରକୁ ଅବତରଣ କରିବା ଦେଖିଲେ,
ମାର୍କଲିଖିତ ସୁସମାଚାର 1 : 11 (ORV)
ପୁଣି ଆକାଶରୁ ଏହି ବାଣୀ ହେଲା, ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ ।
ମାର୍କଲିଖିତ ସୁସମାଚାର 1 : 12 (ORV)
ସେହିକ୍ଷଣି ଆତ୍ମା ତାହାଙ୍କୁ ପ୍ରାନ୍ତରକୁ ଘେନିଗଲେ ।
ମାର୍କଲିଖିତ ସୁସମାଚାର 1 : 13 (ORV)
ଯୀଶୁ ପ୍ରାନ୍ତରରେ ଚାଳିଶ ଦିନ ରହି ଶୟତାନ ଦ୍ଵାରା ପରୀକ୍ଷିତ ହେଉଥିଲେ; ସେ ବନ୍ୟ ପଶୁମାନଙ୍କ ସହିତ ରହିଲେ, ପୁଣି ଦୂତମାନେ ତାହାଙ୍କ ସେବା କରୁଥିଲେ ।
ମାର୍କଲିଖିତ ସୁସମାଚାର 1 : 14 (ORV)
ଯୋହନ କାରାରୁଦ୍ଧ ହେଲା ପରେ ଯୀଶୁ ଗାଲିଲୀକୁ ଆସି ଈଶ୍ଵରଙ୍କ ସୁସମାଚାର ଘୋଷଣା କରି କହିବାକୁ ଲାଗିଲେ,
ମାର୍କଲିଖିତ ସୁସମାଚାର 1 : 15 (ORV)
କାଳ ସମ୍ପୂର୍ଣ୍ଣ ହେଲାଣି, ଈଶ୍ଵରଙ୍କ ରାଜ୍ୟ ସନ୍ନିକଟ; ମନ ପରିବର୍ତ୍ତନ କର ଓ ସୁସମାଚାରରେ ବିଶ୍ଵାସ କର ।
ମାର୍କଲିଖିତ ସୁସମାଚାର 1 : 16 (ORV)
ସେ ଗାଲିଲୀ ସମୁଦ୍ରକୂଳ ଦେଇ ଯାଉଥିବା ସମୟରେ ଶିମୋନ ଓ ତାଙ୍କ ଭାଇ ଆନ୍ଦ୍ରିୟଙ୍କୁ ସମୁଦ୍ରରେ ଭଉଁରିଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ ।
ମାର୍କଲିଖିତ ସୁସମାଚାର 1 : 17 (ORV)
ଯୀଶୁ ସେମାନଙ୍କୁ କହିଲେ, ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି ।
ମାର୍କଲିଖିତ ସୁସମାଚାର 1 : 18 (ORV)
ସେଥିରେ ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ ।
ମାର୍କଲିଖିତ ସୁସମାଚାର 1 : 19 (ORV)
ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୁବ ଓ ତାଙ୍କ ଭାଇ ଯୋହନଙ୍କୁ ନୌକାରେ ଜାଲ ସଜାଡ଼ୁଥିବା ଦେଖିଲେ ।
ମାର୍କଲିଖିତ ସୁସମାଚାର 1 : 20 (ORV)
ସେହିକ୍ଷଣି ସେ ସେମାନଙ୍କୁ ଡାକିଲେ, ପୁଣି ସେମାନେ ସେମାନଙ୍କର ପିତା ଜେବଦୀଙ୍କି ମୂଲିଆମାନଙ୍କ ସହିତ ନୌକାରେ ଛାଡ଼ି ତାହାଙ୍କର ଅନୁଗମନ କଲେ ।
ମାର୍କଲିଖିତ ସୁସମାଚାର 1 : 21 (ORV)
ପରେ ସେମାନେ କଫର୍ନାହୂମକୁ ଗଲେ, ଆଉ ସେହିକ୍ଷଣି ଯୀଶୁ ବିଶ୍ରାମବାରରେ ସମାଜଗୃହରେ ପ୍ରବେଶ କରି ଶିକ୍ଷା ଦେବାକୁ ଲାଗିଲେ।
ମାର୍କଲିଖିତ ସୁସମାଚାର 1 : 22 (ORV)
ଲୋକମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ଵିତ ହେଲେ,କାରଣ ସେ ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ ।
ମାର୍କଲିଖିତ ସୁସମାଚାର 1 : 23 (ORV)
ସେହିକ୍ଷଣି ସେମାନଙ୍କ ସମାଜଗୃହରେ ଥିବା ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ଚିତ୍କାର କରି କହିଲା,
ମାର୍କଲିଖିତ ସୁସମାଚାର 1 : 24 (ORV)
ହେ ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କଅଣ ଅଛି? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ? ତୁମ୍ଭେ କିଏ, ତାହା ମୁଁ ଜାଣେ; ତୁମ୍ଭେ ଈଶ୍ଵରଙ୍କର ସେହି ପବିତ୍ର ବ୍ୟକ୍ତି।
ମାର୍କଲିଖିତ ସୁସମାଚାର 1 : 25 (ORV)
ଯୀଶୁ ତାହାକୁ ଧମକ ଦେଇ କହିଲେ, ଚୁପ୍ କର୍, ଏହାଠାରୁ ବାହାରିଯା ।
ମାର୍କଲିଖିତ ସୁସମାଚାର 1 : 26 (ORV)
ସେଥିରେ ସେହି ଅଶୁଚି ଆତ୍ମାଟା ତାହାକୁ ମୋଡ଼ି ପକାଇ ଅତି ଉଚ୍ଚ ସ୍ଵରରେ ପାଟି କରି ତାହାଠାରୁ ବାହାରିଗଲା ।
ମାର୍କଲିଖିତ ସୁସମାଚାର 1 : 27 (ORV)
ଏଥିରେ ସମସ୍ତେ ଏତେ ବିସ୍ମୟାନ୍ଵିତ ହେଲେ ଯେ, ସେମାନେ ବାଦାନୁବାଦ କରି କହିବାକୁ ଲାଗିଲେ, ଏ କଅଣ? ଏ ତ ଅଧିକାରଯୁକ୍ତ ନୂତନ ଶିକ୍ଷା! ସେ ଅଶୁଚି ଆତ୍ମାମାନଙ୍କୁ ସୁଦ୍ଧା ଆଦେଶ ଦିଅନ୍ତି, ଆଉ ସେମାନେ ତାହାଙ୍କ ଆଜ୍ଞା ମାନନ୍ତି ।
ମାର୍କଲିଖିତ ସୁସମାଚାର 1 : 28 (ORV)
ସେଥିରେ ତାହାଙ୍କ ସମ୍ଵନ୍ଧୀୟ ସମାଚାର ତତ୍କ୍ଷଣାତ୍ ଗାଲିଲୀର ଚତୁର୍ଦ୍ଦିଗସ୍ଥ ସମସ୍ତ ଅଞ୍ଚଳରେ ବ୍ୟାପିଗଲା ।
ମାର୍କଲିଖିତ ସୁସମାଚାର 1 : 29 (ORV)
ତତ୍ପରେ ସେମାନେ ସମାଜଗୃହରୁ ବାହାରି ଯାକୁବ ଓ ଯୋହନଙ୍କ ସହିତ ସେହିକ୍ଷଣି ଶିମୋନ ଓ ଆନ୍ଦ୍ରିୟଙ୍କ ଗୃହକୁ ଗଲେ ।
ମାର୍କଲିଖିତ ସୁସମାଚାର 1 : 30 (ORV)
ଶିମୋନଙ୍କ ଶାଶୁ ଜ୍ଵରରେ ଶଯ୍ୟାଗତା ଥିଲେ, ଆଉ ସେମାନେ ସେହିକ୍ଷଣି ତାଙ୍କ କଥା ଯୀଶୁଙ୍କୁ ଜଣାଇଲେ ।
ମାର୍କଲିଖିତ ସୁସମାଚାର 1 : 31 (ORV)
ସେଥିରେ ସେ ପାଖକୁ ଯାଇ ତାଙ୍କ ହସ୍ତ ଧରି ତାଙ୍କୁ ଉଠାଇଲେ, ଆଉ ତାଙ୍କୁ ଜ୍ଵର ଛାଡ଼ିଗଲା, ପୁଣି ସେ ସେମାନଙ୍କ ପରିଚର୍ଯ୍ୟା କରିବାକୁ ଲାଗିଲେ ।
ମାର୍କଲିଖିତ ସୁସମାଚାର 1 : 32 (ORV)
ସନ୍ଧ୍ୟା ସମୟରେ ସୂର୍ଯ୍ୟ ଅସ୍ତ ହେଲା ଉତ୍ତାରେ ଲୋକେ ତାହାଙ୍କ ଛାମୁକୁ ପୀଡ଼ିତ ଓ ଭୂତଗ୍ରସ୍ତସମସ୍ତଙ୍କୁ ଆଣିବାକୁ ଲାଗିଲେ,
ମାର୍କଲିଖିତ ସୁସମାଚାର 1 : 33 (ORV)
ପୁଣି ନଗରବାସୀ ସମସ୍ତେ ଦ୍ଵାର ନିକଟରେ ଏକତ୍ର ହେଲେ ।
ମାର୍କଲିଖିତ ସୁସମାଚାର 1 : 34 (ORV)
ସେଥିରେ ସେ ନାନା ପ୍ରକାର ରୋଗରେ ପୀଡ଼ିତ ଅନେକ ରୋଗୀଙ୍କି ସୁସ୍ଥ କଲେ ଓ ଅନେକ ଭୂତ ଛଡ଼ାଇଲେ, ପୁଣି ସେ ଭୂତମାନଙ୍କୁ କଥା କହିବାକୁ ଦେଲେ ନାହିଁ, କାରଣ ସେମାନେ ତାହାଙ୍କୁ ଚିହ୍ନୁଥିଲେ ।
ମାର୍କଲିଖିତ ସୁସମାଚାର 1 : 35 (ORV)
ପାହାନ୍ତିଆ ସମୟରେ ଅନ୍ଧାର ଥାଉ ଥାଉ ସେ ଉଠି ବାହାରିଗଲେ ଓ ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଯାଇ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ ।
ମାର୍କଲିଖିତ ସୁସମାଚାର 1 : 36 (ORV)
ଆଉ, ଶିମୋନ ଓ ତାହାଙ୍କ ସଙ୍ଗୀମାନେ ତାହାଙ୍କର ଅନୁସନ୍ଧାନ କରି,
ମାର୍କଲିଖିତ ସୁସମାଚାର 1 : 37 (ORV)
ସାକ୍ଷାତ ପାଇ ତାହାଙ୍କୁ କହିଲେ, ସମସ୍ତେ ଆପଣଙ୍କର ଅନ୍ଵେଷଣ କରୁଅଛନ୍ତି ।
ମାର୍କଲିଖିତ ସୁସମାଚାର 1 : 38 (ORV)
ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଆସ, ଆମ୍ଭେମାନେ ଅନ୍ୟ ସ୍ଥାନକୁ, ଅର୍ଥାତ୍ ନିକଟବର୍ତ୍ତୀ ବଡ଼ ବଡ଼ ଗ୍ରାମକୁ ଯିବା; ସେଠାରେ ମଧ୍ୟ ମୁଁ ପ୍ରଚାର କରିବି, କାରଣ ସେହି ଉଦ୍ଦେଶ୍ୟରେ ମୁଁ ବାହାରିଅଛି ।
ମାର୍କଲିଖିତ ସୁସମାଚାର 1 : 39 (ORV)
ପୁଣି, ଯୀଶୁ ସମୁଦାୟ ଗାଲିଲୀରେ ଭ୍ରମଣ କରୁ କରୁ ସେମାନଙ୍କର ସମସ୍ତ ସମାଜଗୃହରେ ପ୍ରଚାର କଲେ ଓ ଭୂତମାନଙ୍କୁ ଛଡ଼ାଇଲେ ।
ମାର୍କଲିଖିତ ସୁସମାଚାର 1 : 40 (ORV)
ଏଥିମଧ୍ୟରେ ଜଣେ କୁଷ୍ଠୀ ତାହାଙ୍କ ନିକଟକୁ ଆସି ଜାନୁ ପାତି ତାହାଙ୍କୁ ବିନତି କରି କହିଲା, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରି ପାରନ୍ତି ।
ମାର୍କଲିଖିତ ସୁସମାଚାର 1 : 41 (ORV)
ସେଥିରେ ସେ ଦୟାରେ ବିଗଳିତ ହୋଇ ହସ୍ତ ବିସ୍ତାର କରି ତାହାକୁ ସ୍ପର୍ଶ କଲେ ଓ କହିଲେ, ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ ।
ମାର୍କଲିଖିତ ସୁସମାଚାର 1 : 42 (ORV)
ସେହିକ୍ଷଣି କୁଷ୍ଠରୋଗ ତାହାଠାରୁ ଦୂର ହେଲା ଓ ସେ ଶୁଚି ହେଲା ।
ମାର୍କଲିଖିତ ସୁସମାଚାର 1 : 43 (ORV)
ପୁଣି, ସେ ତାହାକୁ ଅତି ଦୃଢ଼ ରୂପେ ଆଜ୍ଞା ଦେଇ ସେହିକ୍ଷଣି ବିଦାୟ କରି କହିଲେ,
ମାର୍କଲିଖିତ ସୁସମାଚାର 1 : 44 (ORV)
ସାବଧାନ, କାହାକୁ କିଛି କୁହ ନାହିଁ, କିନ୍ତୁ ଯାଅ, ଯାଜକଙ୍କ ନିକଟରେ ନିଜକୁ ଦେଖାଅ, ପୁଣି ମୋଶା ଯାହା ଯାହା ଆଦେଶ ଦେଇଅଛନ୍ତି, ସେହିସବୁ ଆପଣାର ଶୌଚକ୍ରିୟା ସ୍ଵରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ଉତ୍ସର୍ଗ କର ।
ମାର୍କଲିଖିତ ସୁସମାଚାର 1 : 45 (ORV)
କିନ୍ତୁ ସେ ବାହାରିଯାଇ ସେହି ବିଷୟ ଅଧିକ ଘୋଷଣା କରି ଚାରିଆଡ଼େ ଏତେ କହିବାକୁ ଲାଗିଲା ଯେ, ଯୀଶୁ ଆଉ ପ୍ରକାଶରେ କୌଣସି ନଗରରେ ପ୍ରବେଶ କରି ପାରିଲେ ନାହିଁ, ମାତ୍ର ବାହାରେ ନିର୍ଜ୍ଜନ ସ୍ଥାନମାନଙ୍କରେ ରହିଲେ; ଆଉ, ଲୋକମାନେ ଚତୁର୍ଦ୍ଦିଗରୁ ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45

BG:

Opacity:

Color:


Size:


Font: