ମାଥିଉଲିଖିତ ସୁସମାଚାର 4 : 1 (ORV)
ସେତେବେଳେ ଯୀଶୁ ଶୟତାନ ଦ୍ଵାରା ପରୀକ୍ଷିତ ହେବା ନିମନ୍ତେ ଆତ୍ମାଙ୍କ କର୍ତ୍ତୃକ ପ୍ରାନ୍ତରକୁ ନୀତଣହେଲେ,
ମାଥିଉଲିଖିତ ସୁସମାଚାର 4 : 2 (ORV)
ପୁଣି ଚାଳିଶ ଦିନ ଓ ଚାଳିଶ ରାତ୍ରି ଉପବାସ କରି ଶେଷରେ କ୍ଷୁଧିତ ହେଲେ ।
ମାଥିଉଲିଖିତ ସୁସମାଚାର 4 : 3 (ORV)
ଆଉ, ପରୀକ୍ଷକ ତାହାଙ୍କ ନିକଟକୁ ଆସି କହିଲା, ତୁମ୍ଭେ ଯେବେ ଈଶ୍ଵରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ାକ ରୋଟୀ ହେବା ପାଇଁ ଆଜ୍ଞା ଦିଅ ।
ମାଥିଉଲିଖିତ ସୁସମାଚାର 4 : 4 (ORV)
କିନ୍ତୁ ଯୀଶୁ ଉତ୍ତର ଦେଲେ, ଲେଖାଅଛି, ମନୁଷ୍ୟ କେବଳ ରୋଟୀରେ ବଞ୍ଚିବ ନାହିଁ, ମାତ୍ର ଈଶ୍ଵରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ ।
ମାଥିଉଲିଖିତ ସୁସମାଚାର 4 : 5 (ORV)
ତହିଁ ଉତ୍ତାରେ ଶୟତାନ ତାହାଙ୍କୁ ପୁଣ୍ୟ ନଗରୀକୁ ଘେନିଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା,
ମାଥିଉଲିଖିତ ସୁସମାଚାର 4 : 6 (ORV)
ତୁମ୍ଭେ ଯେବେ ଈଶ୍ଵରଙ୍କ ପୁତ୍ର, ତେବେ ତଳକୁ ଡେଇଁପଡ଼, କାରଣ ଲେଖାଅଛି, ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ, ଆଉ କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ ।
ମାଥିଉଲିଖିତ ସୁସମାଚାର 4 : 7 (ORV)
ଯୀଶୁ ତାହାକୁ କହିଲେ, ଆହୁରି ଲେଖାଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ଵରଙ୍କୁ ପରୀକ୍ଷା କରିବ ନାହିଁ ।
ମାଥିଉଲିଖିତ ସୁସମାଚାର 4 : 8 (ORV)
ପୁନଶ୍ଚ ଶୟତାନ ତାହାଙ୍କୁ ଗୋଟିଏ ଅତି ଉଚ୍ଚ ପର୍ବତ ଉପରକୁ ଘେନିଯାଇ ଜଗତର ସମସ୍ତ ରାଜ୍ୟ ଓ ସେସବୁର ଐଶ୍ଵର୍ଯ୍ୟ ଦେଖାଇ କହିଲା,
ମାଥିଉଲିଖିତ ସୁସମାଚାର 4 : 9 (ORV)
ତୁମ୍ଭେ ଯେବେ ଆମ୍ଭକୁ ଭୂମିଷ୍ଠ ପ୍ରଣାମ କରିବ, ତେବେ ଆମ୍ଭେ ଏହିସମସ୍ତ ତୁମ୍ଭକୁ ଦେବା ।
ମାଥିଉଲିଖିତ ସୁସମାଚାର 4 : 10 (ORV)
ତହିଁରେ ଯୀଶୁ ତାହାକୁ କହିଲେ, ଦୂର ହ, ଶୟତାନ, କାରଣ ଲେଖାଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ଵରଙ୍କୁ ପ୍ରଣାମ କରିବ, ପୁଣି କେବଳ ତାହାଙ୍କର ଉପାସନା କରିବ ।
ମାଥିଉଲିଖିତ ସୁସମାଚାର 4 : 11 (ORV)
ଏଥିରେ ଶୟତାନ ତାହାଙ୍କୁ ଛାଡ଼ି ଚାଲିଗଲା, ଆଉ ଦେଖ, ଦୂତମାନେ ଆସି ତାହାଙ୍କର ସେବା କରିବାକୁ ଲାଗିଲେ ।
ମାଥିଉଲିଖିତ ସୁସମାଚାର 4 : 12 (ORV)
ପରେ ଯୋହନ ଧରାପଡ଼ିଲେଣି ବୋଲି ଶୁଣି ସେ ଅନ୍ତର ହୋଇ ଗାଲିଲୀକି ପ୍ରସ୍ଥାନ କଲେ;
ମାଥିଉଲିଖିତ ସୁସମାଚାର 4 : 13 (ORV)
ଆଉ, ସେ ନାଜରିତ ପରିତ୍ୟାଗ କରି ସବୂଲୂନ ଓ ନପ୍ତାଲି ଅଞ୍ଚଳରେ ଥିବା ସମୁଦ୍ର କୂଳସ୍ଥିତ କଫର୍ନାହୂମକୁ ଯାଇ ସେଠାରେ ବାସ କଲେ,
ମାଥିଉଲିଖିତ ସୁସମାଚାର 4 : 14 (ORV)
ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ଵାରା ଉକ୍ତ ଏହି ବାକ୍ୟ ସଫଳ ହୁଏ,
ମାଥିଉଲିଖିତ ସୁସମାଚାର 4 : 15 (ORV)
ସବୂଲୂନ ଦେଶ ଓ ନପ୍ତାଲି ଦେଶ, ସମୁଦ୍ର ନିକଟବର୍ତ୍ତୀ ଓ ଯର୍ଦ୍ଦନର ଅପର ପାର୍ଶ୍ଵସ୍ଥ ବିଜାତିମାନଙ୍କ ଗାଲିଲୀ,
ମାଥିଉଲିଖିତ ସୁସମାଚାର 4 : 16 (ORV)
ଅନ୍ଧକାରବାସୀ ଲୋକେ ମହା ଆଲୋକ ଦର୍ଶନ କଲେ, ଆଉ ମୃତ୍ୟୁର ଅଞ୍ଚଳ ଓ ଛାୟାରେ ଅବସ୍ଥିତ ଲୋକଙ୍କ ନିମନ୍ତେ ଆଲୋକ ଉଦିତ ହେଲା ।
ମାଥିଉଲିଖିତ ସୁସମାଚାର 4 : 17 (ORV)
ସେହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ, ମନ ପରିବର୍ତ୍ତନ କର, କାରଣ ସ୍ଵର୍ଗରାଜ୍ୟ ସନ୍ନିକଟ ।
ମାଥିଉଲିଖିତ ସୁସମାଚାର 4 : 18 (ORV)
ସେ ଗାଲିଲୀ ସମୁଦ୍ର କୂଳରେ ଭ୍ରମଣ କରୁଥିବା ସମୟରେ ଶିମୋନ, ଯାହାଙ୍କୁ ପିତର ବୋଲି କହନ୍ତି, ଆଉ ତାଙ୍କ ଭାଇ ଆନ୍ଦ୍ରିୟ, ଏହି ଦୁଇ ଭାଇଙ୍କି ସମୁଦ୍ରରେ ଭଉଁରିଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ ।
ମାଥିଉଲିଖିତ ସୁସମାଚାର 4 : 19 (ORV)
ଯୀଶୁ ସେମାନଙ୍କୁ କହିଲେ, ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି ।
ମାଥିଉଲିଖିତ ସୁସମାଚାର 4 : 20 (ORV)
ସେଥିରେ ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ ।
ମାଥିଉଲିଖିତ ସୁସମାଚାର 4 : 21 (ORV)
ପୁଣି, ଯୀଶୁ ସେଠାରୁ ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୁବ ଓ ତାଙ୍କ ଭାଇ ଯୋହନ ନାମକ ଆଉ ଦୁଇ ଭାଇଙ୍କି ସେମାନଙ୍କ ପିତା ଜେବଦୀଙ୍କ ସହିତ ନୌକାରେ ଜାଲ ସଜାଡ଼ୁଥିବା ଦେଖି ସେମାନଙ୍କୁ ଡାକିଲେ ।
ମାଥିଉଲିଖିତ ସୁସମାଚାର 4 : 22 (ORV)
ସେଥିରେ ସେମାନେ ସେହିକ୍ଷଣି ନୌକା ଓ ସେମାନଙ୍କର ପିତାଙ୍କୁ ଛାଡ଼ି ତାହାଙ୍କର ଅନୁଗମନ କଲେ ।
ମାଥିଉଲିଖିତ ସୁସମାଚାର 4 : 23 (ORV)
ପରେ ଯୀଶୁ ସେମାନଙ୍କ ସମାଜଗୃହସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରିଏସମୁଦାୟ ଗାଲିଲୀରେ ଭ୍ରମଣ କରିବାକୁଲାଗିଲେ,
ମାଥିଉଲିଖିତ ସୁସମାଚାର 4 : 24 (ORV)
ଆଉ ତାହାଙ୍କ ସମ୍ଵନ୍ଧରେ ଜନରବ ସମୁଦାୟ ସୁରୀୟା ପର୍ଯ୍ୟନ୍ତ ବ୍ୟାପିଗଲା, ପୁଣି ଲୋକେ ଭୂତଗ୍ରସ୍ତ, ମୃଗୀରୋଗୀ ଓ ପକ୍ଷାଘାତ ରୋଗୀ ଆଦି ନାନା ପ୍ରକାର ରୋଗରେ ପୀଡ଼ିତ ଓ ଯନ୍ତ୍ରଣାଗ୍ରସ୍ତସମସ୍ତଙ୍କୁ ତାହାଙ୍କ ନିକଟକୁ ଆଣିଲେ, ଆଉ ସେ ସେମାନଙ୍କୁ ସୁସ୍ଥ କଲେ ।
ମାଥିଉଲିଖିତ ସୁସମାଚାର 4 : 25 (ORV)
ପୁଣି ଗାଲିଲୀ, ଦେକାପଲି, ଯିରୂଶାଲମ, ଯିହୁଦା ପ୍ରଦେଶ ଓ ଯର୍ଦ୍ଦନର ଅପର ପାରିରୁ ବହୁସଂଖ୍ୟକ ଲୋକ ଆସି ତାହାଙ୍କ ପଶ୍ଚାଦ୍ଗମନ କଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25

BG:

Opacity:

Color:


Size:


Font: