ମାଥିଉଲିଖିତ ସୁସମାଚାର 3 : 1 (ORV)
ସେହି କାଳରେ ବାପ୍ତିଜକ ଯୋହନ ଉପସ୍ଥିତ ହୋଇ ଯିହୁଦା ପ୍ରଦେଶର ପ୍ରାନ୍ତରରେ ଘୋଷଣା କରି କହିବାକୁ ଲାଗିଲେ,
ମାଥିଉଲିଖିତ ସୁସମାଚାର 3 : 2 (ORV)
ମନ ପରିବର୍ତ୍ତନ କର, କାରଣ ସ୍ଵର୍ଗରାଜ୍ୟ ସନ୍ନିକଟ ।
ମାଥିଉଲିଖିତ ସୁସମାଚାର 3 : 3 (ORV)
ଯିଶାଇୟ ଭାବବାଦୀଙ୍କ ଦ୍ଵାରା ଯାହାଙ୍କ ବିଷୟରେ ଏହି ବାକ୍ୟ ଉକ୍ତ ହୋଇଥିଲା, ଏ ସେହି ବ୍ୟକ୍ତି, ପ୍ରାନ୍ତରରେ ଉଚ୍ଚ ଶଦ୍ଦ କରୁଥିବା ଜଣକର ସ୍ଵର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ତ ସଳଖ କର।
ମାଥିଉଲିଖିତ ସୁସମାଚାର 3 : 4 (ORV)
ସେହି ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା କଟିରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି ତାଙ୍କ ଖାଦ୍ୟ ପଙ୍ଗପାଳ (କ୍ୟାରବ ବୃକ୍ଷର ଫଳ) ଓ ବନମଧୁ ଥିଲା ।
ମାଥିଉଲିଖିତ ସୁସମାଚାର 3 : 5 (ORV)
ସେତେବେଳେ ଯିରୂଶାଲମ ଓ ସମଗ୍ର ଯିହୁଦା ପ୍ରଦେଶ, ପୁଣି ଯର୍ଦ୍ଦନ ନିକଟବର୍ତ୍ତୀ ସମସ୍ତ ଅଞ୍ଚଳର ଲୋକମାନେ ବାହାରି ତାଙ୍କ ନିକଟକୁ ଆସିବାକୁ ଲାଗିଲେ,
ମାଥିଉଲିଖିତ ସୁସମାଚାର 3 : 6 (ORV)
ଆଉ ଆପଣା ଆପଣା ପାପ ସ୍ଵୀକାର କରି ତାଙ୍କ ଦ୍ଵାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ ।
ମାଥିଉଲିଖିତ ସୁସମାଚାର 3 : 7 (ORV)
କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରୁ ଅନେକେ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି, ଏହା ଦେଖି ସେ ସେମାନଙ୍କୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା?
ମାଥିଉଲିଖିତ ସୁସମାଚାର 3 : 8 (ORV)
ଏଣୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର,
ମାଥିଉଲିଖିତ ସୁସମାଚାର 3 : 9 (ORV)
ପୁଣି ଅବ୍ରହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ଏପରି କହିବାକୁ ଭାଳ ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ଵର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରି ପାରନ୍ତି ।
ମାଥିଉଲିଖିତ ସୁସମାଚାର 3 : 10 (ORV)
ଆଉ, ଏବେ ସୁଦ୍ଧା ଗଛଗୁଡ଼ିକ ମୂଳରେ କୁହ୍ରାଡ଼ି ଲାଗିଅଛି; ଅତଏବ, ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ ।
ମାଥିଉଲିଖିତ ସୁସମାଚାର 3 : 11 (ORV)
ମୁଁ ସିନା ତୁମ୍ଭମାନଙ୍କୁ ମନ ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋʼ ଉତ୍ତାରେ ଯେ ଆସୁଅଛନ୍ତି, ସେ ମୋʼଠାରୁ ଅଧିକ ଶକ୍ତିମାନ, ତାହାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ ।
ମାଥିଉଲିଖିତ ସୁସମାଚାର 3 : 12 (ORV)
ତାହାଙ୍କ ହାତରେ କୁଲା ଅଛି, ଆଉ ସେ ନିଜ ଖଳା ଉତ୍ତମ ରୂପେ ପରିଷ୍କାର କରି ଆପଣା ଗହମ ଅମାରରେ ସଂଗ୍ରହ କରି ରଖିବେ, କିନ୍ତୁ ଅଗାଡ଼ିଯାକ ଅନିର୍ବାଣ ଅଗ୍ନିରେ ପୋଡ଼ିପକାଇବେ ।
ମାଥିଉଲିଖିତ ସୁସମାଚାର 3 : 13 (ORV)
ସେତେବେଳେ ଯୀଶୁ ଯୋହନଙ୍କ ଦ୍ଵାରା ବାପ୍ତିଜିତ ହେବା ନିମନ୍ତେ ଗାଲିଲୀରୁ ଯର୍ଦ୍ଦନକୁ ଆସିଲେ ।
ମାଥିଉଲିଖିତ ସୁସମାଚାର 3 : 14 (ORV)
କିନ୍ତୁ ଯୋହନ ତାହାଙ୍କୁ ନିବାରଣ କରିବାକୁ ଚେଷ୍ଟା କରି କହିଲେ, ଆପଣଙ୍କ ଦ୍ଵାରା ବାପ୍ତିଜିତ ହେବା ମୋହର ପ୍ରୟୋଜନ, ଆଉ ଆପଣ ମୋʼ ନିକଟକୁ ଆସୁଅଛନ୍ତି?
ମାଥିଉଲିଖିତ ସୁସମାଚାର 3 : 15 (ORV)
ମାତ୍ର ଯୀଶୁ ତାଙ୍କୁ ଉତ୍ତର ଦେଲେ, ଏବେ ସମ୍ମତ ହୁଅ, କାରଣ ଏହି ପ୍ରକାରେ ସମସ୍ତ ଧର୍ମକର୍ମ ସାଧନ କରିବା ଆମ୍ଭମାନଙ୍କର ଉପଯୁକ୍ତ । ସେଥିରେ ସେ ତାହାଙ୍କ କଥାରେ ସମ୍ମତ ହେଲେ ।
ମାଥିଉଲିଖିତ ସୁସମାଚାର 3 : 16 (ORV)
ଯୀଶୁ ବାପ୍ତିଜିତହେଲାକ୍ଷଣି ଜଳରୁ ଉଠି ଆସିଲେ, ଆଉ ଦେଖ, ଆକାଶ ଉନ୍ମୁକ୍ତ ହେଲା, ପୁଣି ସେ ଈଶ୍ଵରଙ୍କ ଆତ୍ମାଙ୍କୁ କପୋତ ପରି ଅବତରଣ କରି ଆପଣା ଉପରକୁ ଆସିବା ଦେଖିଲେ ।
ମାଥିଉଲିଖିତ ସୁସମାଚାର 3 : 17 (ORV)
ଆଉ ଦେଖ, ଆକାଶରୁ ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ,⇧।

1 2 3 4 5 6 7 8 9 10 11 12 13 14 15 16 17

BG:

Opacity:

Color:


Size:


Font: