ମାଥିଉଲିଖିତ ସୁସମାଚାର 26 : 1 (ORV)
ଯୀଶୁ ଏହିସମସ୍ତ କଥା ସମାପ୍ତ କରି ଆପଣା ଶିଷ୍ୟମାନଙ୍କୁ କହିଲେ,
ମାଥିଉଲିଖିତ ସୁସମାଚାର 26 : 2 (ORV)
ଦୁଇ ଦିନ ପରେ ଯେ ନିସ୍ତାର ପର୍ବ ହେବ, ଏହା ତୁମ୍ଭେମାନେ ଜାଣ, ପୁଣି ମନୁଷ୍ୟପୁତ୍ର କ୍ରୁଶରେ ହତ ହେବା ନିମନ୍ତେ ସମର୍ପିତ ହେବେ ।
ମାଥିଉଲିଖିତ ସୁସମାଚାର 26 : 3 (ORV)
ସେହି ସମୟରେ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗ କୟାଫା ନାମକ ମହାଯାଜକଙ୍କ ପ୍ରାଙ୍ଗଣରେ ଏକତ୍ର ହେଲେ,
ମାଥିଉଲିଖିତ ସୁସମାଚାର 26 : 4 (ORV)
ଆଉ ଯୀଶୁଙ୍କୁ ଛଳରେ ଧରି ବଧ କରିବା ନିମନ୍ତେ ମନ୍ତ୍ରଣା କଲେ;
ମାଥିଉଲିଖିତ ସୁସମାଚାର 26 : 5 (ORV)
କିନ୍ତୁସେମାନେ କହିଲେ, ପର୍ବ ସମୟରେ ନୁହେଁ, କାଳେ ଲୋକଙ୍କ ମଧ୍ୟରେ ଗଣ୍ତଗୋଳ ହେବ ।
ମାଥିଉଲିଖିତ ସୁସମାଚାର 26 : 6 (ORV)
ଯୀଶୁ ବେଥନୀୟାରେ କୁଷ୍ଠୀ ଶିମୋନଙ୍କ ଗୃହରେ ଥିବା ସମୟରେ,
ମାଥିଉଲିଖିତ ସୁସମାଚାର 26 : 7 (ORV)
ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ସୁଗନ୍ଧି ତୈଳ ଘେନି ତାହାଙ୍କ ନିକଟକୁ ଆସିଲେ ଏବଂ ସେ ଭୋଜନରେ ବସିଥିବା ସମୟରେ ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ ।
ମାଥିଉଲିଖିତ ସୁସମାଚାର 26 : 8 (ORV)
କିନ୍ତୁ ତାହା ଦେଖି ଶିଷ୍ୟମାନେ ବିରକ୍ତ ହୋଇ କହିଲେ, ଏତେ ଅପବ୍ୟୟ କାହିଁକି?
ମାଥିଉଲିଖିତ ସୁସମାଚାର 26 : 9 (ORV)
ଏହା ତ ଅନେକ ଟଙ୍କାରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାଆନ୍ତା ।
ମାଥିଉଲିଖିତ ସୁସମାଚାର 26 : 10 (ORV)
ଯୀଶୁ ତାହା ଜାଣି ସେମାନଙ୍କୁ କହିଲେ, କାହିଁକି ସ୍ତ୍ରୀଲୋକଟିକୁ କଷ୍ଟ ଦେଉଅଛ? ସେ ତ ମୋʼ ପ୍ରତି ଉତ୍ତମ କର୍ମ କରିଅଛି ।
ମାଥିଉଲିଖିତ ସୁସମାଚାର 26 : 11 (ORV)
ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନ ଥିବି ।
ମାଥିଉଲିଖିତ ସୁସମାଚାର 26 : 12 (ORV)
ଆଉ, ସେ ମୋର ସମାଧି-କ୍ରିୟାସ୍ଵରୂପେ ମୋହର ଶରୀରରେ ଏହି ତୈଳ ଢାଳିଦେଇଅଛି।ଯୋହ.୧୯:୩୮-୪୨
ମାଥିଉଲିଖିତ ସୁସମାଚାର 26 : 13 (ORV)
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ଏହି ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ ।
ମାଥିଉଲିଖିତ ସୁସମାଚାର 26 : 14 (ORV)
ସେତେବେଳେ ଦ୍ଵାଦଶଙ୍କ ମଧ୍ୟରୁ ଈଷ୍କରିୟୋଥ ଯିହୁଦା ନାମକ ଜଣେ ପ୍ରଧାନ ଯାଜକମାନଙ୍କ ନିକଟକୁ ଯାଇ କହିଲା,
ମାଥିଉଲିଖିତ ସୁସମାଚାର 26 : 15 (ORV)
ମୋତେ କଅଣ ଦେବେ କୁହନ୍ତୁ, ମୁଁ ତାହାଙ୍କୁ ଧରାଇଦେବି । ସେଥିରେ ସେମାନେ ତାହାକୁ ତିରିଶଗୋଟି ରୌପ୍ୟମୁଦ୍ରା ତୌଲି କରି ଦେଲେ ।
ମାଥିଉଲିଖିତ ସୁସମାଚାର 26 : 16 (ORV)
ଆଉ ସେହି ସମୟଠାରୁ ସେ ତାହାଙ୍କୁ ଧରାଇଦେବା ନିମନ୍ତେ ସୁଯୋଗ ଅନ୍ଵେଷଣ କରିବାକୁ ଲାଗିଲା ।
ମାଥିଉଲିଖିତ ସୁସମାଚାର 26 : 17 (ORV)
ପରେ ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
ମାଥିଉଲିଖିତ ସୁସମାଚାର 26 : 18 (ORV)
ଯୀଶୁ କହିଲେ, ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ, ଗୁରୁ କହୁଅଛନ୍ତି, ମୋହର କାଳ ସନ୍ନିକଟ, ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି ।
ମାଥିଉଲିଖିତ ସୁସମାଚାର 26 : 19 (ORV)
ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ ।
ମାଥିଉଲିଖିତ ସୁସମାଚାର 26 : 20 (ORV)
ପରେ ସନ୍ଧ୍ୟା ହୁଅନ୍ତେ, ସେ ଦ୍ଵାଦଶ ଶିଷ୍ୟଙ୍କ ସହିତ ଭୋଜନରେ ବସିଲେ ।
ମାଥିଉଲିଖିତ ସୁସମାଚାର 26 : 21 (ORV)
ସେମାନେ ଭୋଜନ କରୁଥିବା ସମୟରେ ସେ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋତେ ଶତ୍ରୁହସ୍ତରେ ସମର୍ପଣ କରିବ ।
ମାଥିଉଲିଖିତ ସୁସମାଚାର 26 : 22 (ORV)
ସେଥିରେ ସେମାନେ ଅତ୍ୟ; ଦୁଃଖିତ ହୋଇ ପ୍ରତ୍ୟେକେ ତାହାଙ୍କୁ ପଚାରିବାକୁ ଲାଗିଲେ, ପ୍ରଭୋ ସେ କଅଣ ମୁଁ?
ମାଥିଉଲିଖିତ ସୁସମାଚାର 26 : 23 (ORV)
ଯୀଶୁ ଉତ୍ତର ଦେଲେ, ଯେ ମୋʼ ସହିତ ପାତ୍ରରେ ହାତ ବୁଡ଼ାଇଲା, ସେ ମୋତେ ଶତ୍ରୁହସ୍ତରେ ସମର୍ପଣ କରିବ।
ମାଥିଉଲିଖିତ ସୁସମାଚାର 26 : 24 (ORV)
ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖା ଅଛି, ସେହିପରି ସେ ପ୍ରୟାଣ କରୁଅଛନ୍ତି ସତ୍ୟ; କିନ୍ତୁ ଯେଉଁ ଲୋକ ଦ୍ଵାରା ମନୁଷ୍ୟପୁତ୍ର ଶତ୍ରୁହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ତର ପାତ୍ର; ସେହି ଲୋକର ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା ।
ମାଥିଉଲିଖିତ ସୁସମାଚାର 26 : 25 (ORV)
ଏଥିରେ ଯେଉଁ ଯିହୁଦା ତାହାଙ୍କୁ ଶତ୍ରୁହସ୍ତରେ ସମର୍ପଣ କଲା, ସେ ଉତ୍ତର ଦେଲା, ହେ ଗୁରୁ, ସେ କଅଣ ମୁଁ? ଯୀଶୁ ତାହାକୁ କହିଲେ, ତୁମ୍ଭେ କହିଅଛ ।
ମାଥିଉଲିଖିତ ସୁସମାଚାର 26 : 26 (ORV)
ଆଉ, ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୋଟୀ ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, ନିଅ, ଭୋଜନ କର, ଏହା ମୋହର ଶରୀର⇧।
ମାଥିଉଲିଖିତ ସୁସମାଚାର 26 : 27 (ORV)
ପୁଣି, ସେ ପାନପାତ୍ର ଘେନି ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ, ଏଥିରୁ ସମସ୍ତେ ପାନ କର,
ମାଥିଉଲିଖିତ ସୁସମାଚାର 26 : 28 (ORV)
କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାପକ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ ।
ମାଥିଉଲିଖିତ ସୁସମାଚାର 26 : 29 (ORV)
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ଦିନ ମୁଁ ଆପଣା ପିତାଙ୍କ ରାଜ୍ୟରେ ତୁମ୍ଭମାନଙ୍କ ସହିତ ନୂଆ କରି ଦ୍ରାକ୍ଷାଫଳର ରସ ପାନ କରିବି, ସେହି ଦିନ ପର୍ଯ୍ୟନ୍ତ ଆଜିଠାରୁ ଏହା କେବେ ହେଁ ପାନ କରିବି ନାହିଁ ।
ମାଥିଉଲିଖିତ ସୁସମାଚାର 26 : 30 (ORV)
ପୁଣି, ସେମାନେ ସ୍ତବଗାନ କଲା ଉତ୍ତାରେ ଜୀତ ପର୍ବତକୁ ବାହାରିଗଲେ।
ମାଥିଉଲିଖିତ ସୁସମାଚାର 26 : 31 (ORV)
ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, ଏହି ରାତ୍ରିରେ ତୁମ୍ଭେମାନେ ସମସ୍ତେ ମୋʼଠାରେ ବିଘ୍ନ ପାଇବ, କାରଣ ଲେଖା ଅଛି, ଆମ୍ଭେ ମେଷପାଳକକୁ ପ୍ରହାର କରିବା, ଆଉ ପଲର ମେଷଗୁଡ଼ିକ ଛିନ୍ନଭିନ୍ନ ହୋଇଯିବେ,⇧।
ମାଥିଉଲିଖିତ ସୁସମାଚାର 26 : 32 (ORV)
ମାତ୍ର ମୁଁ ଉତ୍ଥିତ ହେଲା ଉତ୍ତାରେ ତୁମ୍ଭମାନଙ୍କ ଆଗେ ଗାଲିଲୀକି ଯିବି ।
ମାଥିଉଲିଖିତ ସୁସମାଚାର 26 : 33 (ORV)
କିନ୍ତୁ ପିତର ତାହାଙ୍କୁ ଉତ୍ତର ଦେଲେ, ଯଦ୍ୟପି ସମସ୍ତେ ଆପଣଙ୍କଠାରେ ବିଘ୍ନ ପାଇବେ, ତଥାପି ମୁଁ କେବେ ହେଁ ପାଇବି ନାହିଁ ।
ମାଥିଉଲିଖିତ ସୁସମାଚାର 26 : 34 (ORV)
ଯୀଶୁ ତାଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଏହି ରାତିରେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ଵୀକାର କରିବ ।
ମାଥିଉଲିଖିତ ସୁସମାଚାର 26 : 35 (ORV)
ପିତର ତାହାଙ୍କୁ କହିଲେ, ଯଦ୍ୟପି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ଵୀକାର କରିବି ନାହିଁ । ସମସ୍ତ ଶିଷ୍ୟ ମଧ୍ୟ ସେହି ପ୍ରକାରେ କହିଲେ ।
ମାଥିଉଲିଖିତ ସୁସମାଚାର 26 : 36 (ORV)
ଏଥିଉତ୍ତାରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଗେଥ୍ଶିମାନୀ ନାମକ ଗୋଟିଏ ସ୍ଥାନକୁ ଯାଇ ସେମାନଙ୍କୁ କହିଲେ, ମୁଁ ସେଠାକୁ ଯାଇ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସିଥାଅ ।
ମାଥିଉଲିଖିତ ସୁସମାଚାର 26 : 37 (ORV)
ଆଉ, ସେ ପିତର ଓ ଜେବଦୀଙ୍କ ଦୁଇ ପୁତ୍ରଙ୍କୁ ସାଙ୍ଗରେ ଘେନି ଶୋକାକୁଳ ଓ ବ୍ୟଥିତ ହେବାକୁ ଲାଗିଲେ ।
ମାଥିଉଲିଖିତ ସୁସମାଚାର 26 : 38 (ORV)
ସେତେବେଳେ ସେ ସେମାନଙ୍କୁ କହିଲେ, ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ଅତ୍ୟ; ଶୋକାକୁଳ ହେଉଅଛି, ତୁମ୍ଭେମାନେ ଏଠାରେ ରହି ମୋʼ ସାଙ୍ଗରେ ଜାଗିଥାଅ ।
ମାଥିଉଲିଖିତ ସୁସମାଚାର 26 : 39 (ORV)
ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଉବୁଡ଼ ହୋଇ ପ୍ରାର୍ଥନା କରୁ କରୁ କହିଲେ, ହେ ମୋହର ପିତା, ଯଦି ହୋଇ ପାରେ, ତେବେ ଏହି ପାନପାତ୍ର ମୋʼଠାରୁ ଦୂର ହେଉ; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ।
ମାଥିଉଲିଖିତ ସୁସମାଚାର 26 : 40 (ORV)
ଆଉ, ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, ତୁମ୍ଭେମାନେ କି ମୋʼ ସାଙ୍ଗରେ ଦଣ୍ତେ ହେଲେ ଜାଗି ପାରିଲ ନାହିଁ?
ମାଥିଉଲିଖିତ ସୁସମାଚାର 26 : 41 (ORV)
ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗିରହି ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ ।
ମାଥିଉଲିଖିତ ସୁସମାଚାର 26 : 42 (ORV)
ପୁନର୍ବାର ସେ ଦ୍ଵିତୀୟ ଥର ଯାଇ ପ୍ରାର୍ଥନା କରି କହିଲେ, ହେ ମୋହର ପିତା, ପାନ ନ କଲେ ଏହି ପାତ୍ର ଯଦି ମୋʼଠାରୁ ଦୂର ହୋଇ ନ ପାରେ, ତେବେ ତୁମ୍ଭର ଇଚ୍ଛା ସଫଳ ହେଉ ।
ମାଥିଉଲିଖିତ ସୁସମାଚାର 26 : 43 (ORV)
ପୁଣି, ସେ ଆସି ପୁନର୍ବାର ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କ ଆଖି ମାଡ଼ିପଡ଼ୁଥିଲା ।
ମାଥିଉଲିଖିତ ସୁସମାଚାର 26 : 44 (ORV)
ସେଥିରେ ସେ ସେମାନଙ୍କୁ ପରିତ୍ୟାଗ କରି ପୁନର୍ବାର ଯାଇ ଆଉ ଥରେ ସେହି କଥା କହି ତୃତୀୟ ଥର ପ୍ରାର୍ଥନା କଲେ ।
ମାଥିଉଲିଖିତ ସୁସମାଚାର 26 : 45 (ORV)
ପରେ ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, ଅଳ୍ପକ୍ଷଣ ଶୟନ କରି ବିଶ୍ରାମ କର, ଦେଖ,ସେହି ସମୟ ସନ୍ନିକଟ ହେଲାଣି, ପୁଣି ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି ।
ମାଥିଉଲିଖିତ ସୁସମାଚାର 26 : 46 (ORV)
ଉଠ, ଆମ୍ଭେମାନେ ଯିବା, ଦେଖ, ଯେ ମୋତେ ଶତ୍ରୁହସ୍ତରେ ସମର୍ପଣ କରୁଅଛି, ସେ ନିକଟବର୍ତ୍ତୀ ।
ମାଥିଉଲିଖିତ ସୁସମାଚାର 26 : 47 (ORV)
ସେ କଥା କହୁଥିବା ସମୟରେ, ଦେଖ, ଦ୍ଵାଦଶଙ୍କ ମଧ୍ୟରୁ ଯିହୁଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନ-ବର୍ଗଙ୍କଠାରୁ ପ୍ରେରିତ ବହୁସଂଖ୍ୟକ ଲୋକ ଖଡ଼୍ଗ ଓ ଯଷ୍ଟି ଧରି ଆସିଲେ ।
ମାଥିଉଲିଖିତ ସୁସମାଚାର 26 : 48 (ORV)
ଆଉ, ତାହାଙ୍କୁ ଶତ୍ରୁହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ଵନ କରିବି, ସେ ସେହି, ତାହାଙ୍କୁ ଧରିବ ।
ମାଥିଉଲିଖିତ ସୁସମାଚାର 26 : 49 (ORV)
ଆଉ, ସେ ସେହିକ୍ଷଣି ଯୀଶୁଙ୍କ ନିକଟକୁ ଆସି, ହେ ଗୁରୁ, ନମସ୍କାର, ଏହା କହି ତାହାଙ୍କୁ ବହୁତ ଚୁମ୍ଵନ କଲା ।
ମାଥିଉଲିଖିତ ସୁସମାଚାର 26 : 50 (ORV)
କିନ୍ତୁ ଯୀଶୁ ତାହାକୁ କହିଲେ, ହେ ବନ୍ଧୁ, ଯାହା କରିବା ନିମନ୍ତେ ଆସିଅଛ, ତାହା କର । ସେଥିରେ ସେମାନେ ପାଖକୁ ଆସି ଯୀଶୁଙ୍କ ଉପରେ ହାତ ପକାଇ ତାହାଙ୍କୁ ଧରିଲେ ।
ମାଥିଉଲିଖିତ ସୁସମାଚାର 26 : 51 (ORV)
ଆଉ ଦେଖ, ଯୀଶୁଙ୍କ ସାଙ୍ଗରେ ଥିବା ଲୋକଙ୍କ ମଧ୍ୟରୁ ଜଣେ ହାତ ବଢ଼ାଇ ଖଣ୍ତା ବାହାର କଲେ ଏବଂ ମହାଯାଜକଙ୍କର ଦାସକୁ ଆଘାତ କରି ତାହାର କାନ କାଟିପକାଇଲେ ।
ମାଥିଉଲିଖିତ ସୁସମାଚାର 26 : 52 (ORV)
ସେଥିରେ ଯୀଶୁ ତାହାଙ୍କୁ କହିଲେ, ତୁମ୍ଭର ଖଡ଼୍ଗ ପୁନର୍ବାର ସ୍ଵସ୍ଥାନରେ ରଖ, କାରଣ ଯେଉଁମାନେ ଖଡ଼୍ଗ ଧାରଣ କରନ୍ତି, ସେସମସ୍ତେ ଖଡ଼୍ଗ ଦ୍ଵାରା ବିନଷ୍ଟ ହେବେ ।
ମାଥିଉଲିଖିତ ସୁସମାଚାର 26 : 53 (ORV)
ଅଥବା ତୁମ୍ଭେ କଅଣ ମନେ କରୁଅଛ ଯେ, ମୁଁ ମୋହର ପିତାଙ୍କୁ ବିନତି କରି ପାରେ ନାହିଁ ଓ ସେ ଏହିକ୍ଷଣି ମୋʼ ନିମନ୍ତେ ଦ୍ଵାଦଶ ବାହିନୀ ଅପେକ୍ଷା ଅଧିକ ଦୂତଙ୍କୁ ପଠାଇଦେବେ ନାହିଁ?
ମାଥିଉଲିଖିତ ସୁସମାଚାର 26 : 54 (ORV)
ତେବେ ଏହି ପ୍ରକାରେ ଅବଶ୍ୟ ଘଟିବ ବୋଲି ଧର୍ମଶାସ୍ତ୍ରର ବାକ୍ୟ କିପ୍ରକାର ସଫଳ ହେବ?
ମାଥିଉଲିଖିତ ସୁସମାଚାର 26 : 55 (ORV)
ସେହି ସମୟରେ ଯୀଶୁ ଲୋକସମୂହକୁ କହିଲେ, ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ତା ଓ ଠେଙ୍ଗା ଘେନି ତୁମ୍ଭେମାନେ କଅଣ ମୋତେ ଧରିବାକୁ ଆସିଲ? ମୁଁ ପ୍ରତିଦିନ ମନ୍ଦିରରେ ବସି ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ;
ମାଥିଉଲିଖିତ ସୁସମାଚାର 26 : 56 (ORV)
ମାତ୍ର ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ସେଥିନିମନ୍ତେ ଏସମସ୍ତ ଘଟିଅଛି । ସେତେବେଳେ ଶିଷ୍ୟମାନେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ ।
ମାଥିଉଲିଖିତ ସୁସମାଚାର 26 : 57 (ORV)
ପରେ ଯେଉଁମାନେ ଯୀଶୁଙ୍କୁ ଧରିଥିଲେ, ସେମାନେ ତାହାଙ୍କୁ କୟାଫା ମହାଯାଜକଙ୍କ ନିକଟକୁ ଘେନିଗଲେ; ସେହି ସ୍ଥାନରେ ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଏକତ୍ର ହୋଇଥିଲେ ।
ମାଥିଉଲିଖିତ ସୁସମାଚାର 26 : 58 (ORV)
କିନ୍ତୁ ପିତର ଦୂରରେ ରହି ମହାଯାଜକଙ୍କ ପ୍ରାଙ୍ଗଣ ପର୍ଯ୍ୟନ୍ତ ତାହାଙ୍କ ପଛେ ପଛେ ଗଲେ, ଆଉ ଶେଷରେ କଅଣ ଘଟିବ, ତାହା ଦେଖିବା ନିମନ୍ତେ ସେ ଭିତରକୁ ଯାଇ ପଦାତିକମାନଙ୍କ ସହିତ ବସି ରହିଲେ ।
ମାଥିଉଲିଖିତ ସୁସମାଚାର 26 : 59 (ORV)
ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମିଥ୍ୟାସାକ୍ଷ୍ୟ ଅନ୍ଵେଷଣ କରିବାକୁ ଲାଗିଲେ,
ମାଥିଉଲିଖିତ ସୁସମାଚାର 26 : 60 (ORV)
ଆଉ ଅନେକ ମିଥ୍ୟାସାକ୍ଷୀ ବାହାରିଲେ ସୁଦ୍ଧା ସେମାନେ କିଛି ପାଇଲେ ନାହିଁ । କିନ୍ତୁ ଶେଷରେ ଦୁଇଜଣବାହାରି କହିଲେ,
ମାଥିଉଲିଖିତ ସୁସମାଚାର 26 : 61 (ORV)
ଏହି ଲୋକଟା କହିଥିଲା, ମୁଁ ଈଶ୍ଵରଙ୍କ ମନ୍ଦିରକୁ ଭାଙ୍ଗି ତାହା ତିନି ଦିନ ମଧ୍ୟରେ ତୋଳିଦେଇ ପାରେ ।
ମାଥିଉଲିଖିତ ସୁସମାଚାର 26 : 62 (ORV)
ସେଥିରେ ମହାଯାଜକ ଉଠି ତାହାଙ୍କୁ କହିଲେ, ତୁମ୍ଭେ କିଛି ଉତ୍ତର ଦେଉ ନାହଁ? ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ଏହା କଅଣ?
ମାଥିଉଲିଖିତ ସୁସମାଚାର 26 : 63 (ORV)
କିନ୍ତୁ ଯୀଶୁ ମୌନ ହୋଇ ରହିଲେ । ସେଥିରେ ମହାଯାଜକ ତାହାଙ୍କୁ କହିଲେ, ଆମ୍ଭେ ତୁମ୍ଭକୁ ଜୀବନ୍ତ ଈଶ୍ଵରଙ୍କ ନାମରେ ଶପଥ ଦେଉଅଛୁ, ଆମ୍ଭମାନଙ୍କୁ କୁହ, ତୁମ୍ଭେ କି ଈଶ୍ଵରଙ୍କ ପୁତ୍ର ଖ୍ରୀଷ୍ଟ?
ମାଥିଉଲିଖିତ ସୁସମାଚାର 26 : 64 (ORV)
ଯୀଶୁ ତାଙ୍କୁ କହିଲେ, ଆପଣ କହିଅଛନ୍ତି; ଆହୁରି, ମୁଁ ଆପଣମାନଙ୍କୁ କହୁଅଛି, ଅଦ୍ୟାବଧି ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ଵରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ ।
ମାଥିଉଲିଖିତ ସୁସମାଚାର 26 : 65 (ORV)
ସେଥିରେ ମହାଯାଜକ ଆପଣା ବସ୍ତ୍ର ଚିରି କହିଲେ, ଏ ଈଶ୍ଵରନିନ୍ଦା କଲା, ସାକ୍ଷୀରେ ଆମ୍ଭମାନଙ୍କର ଆଉ କଅଣ ପ୍ରୟୋଜନ? ଦେଖନ୍ତୁ, ଆପଣମାନେ ଏବେ ହେଁ ଈଶ୍ଵରନିନ୍ଦା ଶୁଣିଲେ,
ମାଥିଉଲିଖିତ ସୁସମାଚାର 26 : 66 (ORV)
ଆପଣମାନଙ୍କର ମତ କଅଣ? ଏଥିରେ ସେମାନେ ଉତ୍ତର ଦେଲେ, ସେ ପ୍ରାଣଦଣ୍ତର ଯୋଗ୍ୟ ।
ମାଥିଉଲିଖିତ ସୁସମାଚାର 26 : 67 (ORV)
ସେତେବେଳେ ସେମାନେ ତାହାଙ୍କ ମୁହଁରେ ଛେପ ପକାଇ ତାହାଙ୍କୁ ବିଧା ମାରିଲେ; ଆଉ କେହି କେହି ତାହାଙ୍କୁ ଚାପୁଡ଼ା ମାରି କହିଲେ,
ମାଥିଉଲିଖିତ ସୁସମାଚାର 26 : 68 (ORV)
ରେ ଖ୍ରୀଷ୍ଟ, ତୁ ପରା ଭାବବାଦୀ, ଆମ୍ଭମାନଙ୍କୁ କହ ତ, କିଏ ତୋତେ ମାଇଲା?
ମାଥିଉଲିଖିତ ସୁସମାଚାର 26 : 69 (ORV)
ଇତିମଧ୍ୟରେ ପିତର ବାହାରେ ପ୍ରାଙ୍ଗଣରେ ବସିଥିଲେ, ଆଉ ଜଣେ ଦାସୀ ତାହାଙ୍କ ପାଖକୁ ଆସି କହିଲା, ତୁମ୍ଭେ ମଧ୍ୟ ଗାଲିଲୀୟ ଯୀଶୁଙ୍କ ସାଙ୍ଗରେ ଥିଲ ।
ମାଥିଉଲିଖିତ ସୁସମାଚାର 26 : 70 (ORV)
କିନ୍ତୁ ସେ ସମସ୍ତଙ୍କ ସାକ୍ଷାତରେ ଅସ୍ଵୀକାର କରି କହିଲେ, ତୁମ୍ଭେ କଅଣ କହୁଛ, ମୁଁ ଜାଣେ ନାହିଁ ।
ମାଥିଉଲିଖିତ ସୁସମାଚାର 26 : 71 (ORV)
ପୁଣି, ସେ ଦାଣ୍ତଦ୍ଵାରକୁ ବାହାରିଯାଆନ୍ତେ ଆଉ ଜଣେ ଦାସୀ ତାଙ୍କୁ ଦେଖି ସେହି ସ୍ଥାନର ଲୋକମାନଙ୍କୁ କହିଲା, ଏ ନାଜରିତୀୟ ଯୀଶୁ ସାଙ୍ଗରେ ଥିଲା ।
ମାଥିଉଲିଖିତ ସୁସମାଚାର 26 : 72 (ORV)
ପୁଣି, ସେ ରାଣ ପକାଇ ଆଉ ଥରେ ଅସ୍ଵୀକାର କରି କହିଲେ, ମୁଁ ସେ ଲୋକକୁ ଜାଣେ ନାହିଁ ।
ମାଥିଉଲିଖିତ ସୁସମାଚାର 26 : 73 (ORV)
ଅଳ୍ପକ୍ଷଣ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କ ନିକଟକୁ ଆସି ତାଙ୍କୁ କହିଲେ, ତୁମ୍ଭେ ମଧ୍ୟ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମ୍ଭ ବୋଲିରୁ ତ ତାହା ଜଣା ପଡ଼ୁଅଛି ।
ମାଥିଉଲିଖିତ ସୁସମାଚାର 26 : 74 (ORV)
ସେଥିରେ ସେ ଅଭିଶାପ ଦେଇ ରାଣ ପକାଇ କହିବାକୁ ଲାଗିଲେ, ମୁଁ ସେ ଲୋକକୁ ଜାଣେ ନାହିଁ । ସେହିକ୍ଷଣି କୁକୁଡ଼ା ଡାକିଲା ।
ମାଥିଉଲିଖିତ ସୁସମାଚାର 26 : 75 (ORV)
ଏଥିରେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ଵୀକାର କରିବ, ଏହି ଯେଉଁ କଥା ଯୀଶୁ କହିଥିଲେ, ତାହା ପିତରଙ୍କ ମନରେ ପଡ଼ିଲା, ଆଉ ସେ ବାହାରକୁ ଯାଇ ଅତ୍ୟ; ବ୍ୟାକୁଳ ହୋଇ ରୋଦନ କଲେ ।
❮
❯