ମାଥିଉଲିଖିତ ସୁସମାଚାର 25 : 1 (ORV)
ସେତେବେଳେ ସ୍ଵର୍ଗରାଜ୍ୟ ଦଶ ଜଣ କନ୍ୟାଙ୍କ ସଦୃଶ ହେବ; ସେମାନେ ଆପଣା ଆପଣା ପ୍ରଦୀପ ଘେନି ବରଙ୍କ ସହିତ ସାକ୍ଷାତ କରିବାକୁ ବାହାରିଲେ ।
ମାଥିଉଲିଖିତ ସୁସମାଚାର 25 : 2 (ORV)
ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ନିର୍ବୁଦ୍ଧି ଓ ପାଞ୍ଚ ଜଣ ସୁବୁଦ୍ଧି ଥିଲେ ।
ମାଥିଉଲିଖିତ ସୁସମାଚାର 25 : 3 (ORV)
ନିର୍ବୁଦ୍ଧିମାନେ ପ୍ରଦୀପ ନେବା ସମୟରେ ନିଜ ନିଜ ସହିତ ତୈଳ ନେଲେ ନାହିଁ,
ମାଥିଉଲିଖିତ ସୁସମାଚାର 25 : 4 (ORV)
ମାତ୍ର ସୁବୁଦ୍ଧିମାନେ ଆପଣା ଆପଣା ପ୍ରଦୀପ ସହିତ ପାତ୍ରରେ ତୈଳ ନେଲେ ।
ମାଥିଉଲିଖିତ ସୁସମାଚାର 25 : 5 (ORV)
ବରଙ୍କ ଆସିବାର ବିଳମ୍ଵ ହୁଅନ୍ତେ, ସମସ୍ତେ ଢୁଳାଉ ଢୁଳାଉ ଶୋଇ ପଡ଼ିଲେ ।
ମାଥିଉଲିଖିତ ସୁସମାଚାର 25 : 6 (ORV)
କିନ୍ତୁ ଅର୍ଦ୍ଧରାତ୍ରରେ ‘ଏହି ଦେଖ, ବର, ତାଙ୍କ ସାଙ୍ଗରେ ସାକ୍ଷାତ କରିବାକୁ ବାହାରʼ, ଏପରି କୋଳାହଳ ହେଲା ।
ମାଥିଉଲିଖିତ ସୁସମାଚାର 25 : 7 (ORV)
ସେତେବେଳେ ସେହି କନ୍ୟାସମସ୍ତେ ଉଠି ଆପଣା ଆପଣା ପ୍ରଦୀପ ସଜାଡ଼ିଲେ ।
ମାଥିଉଲିଖିତ ସୁସମାଚାର 25 : 8 (ORV)
କିନ୍ତୁ ନିର୍ବୁଦ୍ଧିମାନେ ସୁବୁଦ୍ଧିମାନଙ୍କୁ କହିଲେ, ତୁମ ତେଲରୁ ଆମକୁ ଟିକେ ଦିଅ, କାରଣ ଆମ ଦୀପସବୁ ଲିଭିଯାଉଅଛି ।
ମାଥିଉଲିଖିତ ସୁସମାଚାର 25 : 9 (ORV)
ମାତ୍ର ସୁବୁଦ୍ଧିମାନେ ଉତ୍ତର ଦେଲେ, ନାହିଁ, ନାହିଁ, ତୁମ ଆମ ପାଇଁ ତ ଅଣ୍ଟିବ ନାହିଁ, ବରଂ ଦୋକାନୀମାନଙ୍କ ପାଖକୁ ଯାଇ ଆପଣା ଆପଣା ନିମନ୍ତେ କିଣିଆଣ ।
ମାଥିଉଲିଖିତ ସୁସମାଚାର 25 : 10 (ORV)
କିନ୍ତୁ ସେମାନେ କିଣିବାକୁ ଯାଉଥିବା ସମୟରେ ବର ଆସିଲେ, ପୁଣି ଯେଉଁମାନେ ପ୍ରସ୍ତୁତ ଥିଲେ, ସେମାନେ ତାଙ୍କ ସହିତ ବିବାହ-ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ଵାର ବନ୍ଦ କରାଗଲା ।
ମାଥିଉଲିଖିତ ସୁସମାଚାର 25 : 11 (ORV)
ଏଥିଉତ୍ତାରେ ଅନ୍ୟ କନ୍ୟାମାନେ ମଧ୍ୟ ଆସି କହିଲେ, ହେ ପ୍ରଭୁ, ହେ ପ୍ରଭୁ, ଆମ ପାଇଁ ଦ୍ଵାର ଫିଟାଇ ଦିଅନ୍ତୁ ।
ମାଥିଉଲିଖିତ ସୁସମାଚାର 25 : 12 (ORV)
କିନ୍ତୁ ସେ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୁଁ ତୁମ୍ଭମାନଙ୍କୁ ଜାଣେ ନାହିଁ ।
ମାଥିଉଲିଖିତ ସୁସମାଚାର 25 : 13 (ORV)
ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭେମାନେ ସେହି ଦିନ କି ସେହି ଦଣ୍ତ ଜାଣ ନାହିଁ ।
ମାଥିଉଲିଖିତ ସୁସମାଚାର 25 : 14 (ORV)
କାରଣ ବିଦେଶକୁ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଯେପରି ଆପଣା ଦାସମାନଙ୍କୁ ଆହ୍ଵାନ କରି ସେମାନଙ୍କ ହସ୍ତରେ ନିଜର ସର୍ବସ୍ଵ ସମର୍ପଣ କଲେ, ସ୍ଵର୍ଗରାଜ୍ୟ ସେହିପରି ।
ମାଥିଉଲିଖିତ ସୁସମାଚାର 25 : 15 (ORV)
ସେ ଜଣକୁ ପାଞ୍ଚ ତୋଡ଼ା, ଅନ୍ୟକୁ ଦୁଇ ତୋଡ଼ା, ଆଉ ଜଣକୁ ଏକ ତୋଡ଼ା, ଏହିପରି ପ୍ରତ୍ୟେକକୁ ତାହାର ଶକ୍ତି ଅନୁସାରେ ଦେଇ ବିଦେଶକୁ ଯାତ୍ରା କଲେ ।
ମାଥିଉଲିଖିତ ସୁସମାଚାର 25 : 16 (ORV)
ଯେଉଁ ଜଣକ ପାଞ୍ଚ ତୋଡ଼ା ପାଇଥିଲା, ସେ ତତ୍କ୍ଷଣାତ୍ ତାହା ଘେନି ବ୍ୟବସାୟ କରି ଆଉ ପାଞ୍ଚ ତୋଡ଼ା ଲାଭ କଲା ।
ମାଥିଉଲିଖିତ ସୁସମାଚାର 25 : 17 (ORV)
ସେହି ପ୍ରକାରେ ଯେ ଦୁଇଟି ପାଇଥିଲା, ସେ ଆଉ ଦୁଇଟି ଲାଭ କଲା ।
ମାଥିଉଲିଖିତ ସୁସମାଚାର 25 : 18 (ORV)
ମାତ୍ର ଯେ ଗୋଟିଏ ପାଇଥିଲା, ସେ ଯାଇ ମାଟି ଖୋଳି ଆପଣା ପ୍ରଭୁଙ୍କ ଟଙ୍କା ପୋତି ଲୁଚାଇ ରଖିଲା ।
ମାଥିଉଲିଖିତ ସୁସମାଚାର 25 : 19 (ORV)
ବହୁକାଳ ପରେ ସେହି ଦାସମାନଙ୍କର ପ୍ରଭୁ ଆସି ସେମାନଙ୍କ ସାଙ୍ଗରେ ହିସାବ କଲେ ।
ମାଥିଉଲିଖିତ ସୁସମାଚାର 25 : 20 (ORV)
ଆଉ, ଯେଉଁ ଜଣକ ପାଞ୍ଚ ତୋଡ଼ା ପାଇଥିଲା, ସେ ଆଉ ପାଞ୍ଚ ତୋଡ଼ା ଘେନି ଆସି କହିଲା, ହେ ପ୍ରଭୁ, ଆପଣ ମୋତେ ପାଞ୍ଚ ତୋଡ଼ା ଦେଇଥିଲେ; ଦେଖନ୍ତୁ, ମୁଁ ଆଉ ପାଞ୍ଚ ତୋଡ଼ା ଲାଭ କରିଅଛି ।
ମାଥିଉଲିଖିତ ସୁସମାଚାର 25 : 21 (ORV)
ତାହାର ପ୍ରଭୁ ତାହାକୁ କହିଲେ, ବେଶ୍, ଉତ୍ତମ ଓ ବିଶ୍ଵସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ଵସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ ।
ମାଥିଉଲିଖିତ ସୁସମାଚାର 25 : 22 (ORV)
ପୁଣି, ଯେ ଦୁଇ ତୋଡ଼ା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ମୋତେ ଦୁଇ ତୋଡ଼ା ଦେଇଥିଲେ; ଦେଖନ୍ତୁ, ମୁଁ ଆଉ ଦୁଇ ତୋଡ଼ା ଲାଭ କରିଅଛି ।
ମାଥିଉଲିଖିତ ସୁସମାଚାର 25 : 23 (ORV)
ତାହାର ପ୍ରଭୁ ତାହାକୁ କହିଲେ, ବେଶ୍, ଉତ୍ତମ ଓ ବିଶ୍ଵସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ଵସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ ।
ମାଥିଉଲିଖିତ ସୁସମାଚାର 25 : 24 (ORV)
ଆଉ, ଯେ ଏକ ତୋଡ଼ା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ଯେ ଜଣେ କଠିନ ଲୋକ, ଯେଉଁଠାରେ ବୁଣି ନ ଥାଆନ୍ତି, ସେଠାରେ କାଟନ୍ତି, ଆଉ ଯେଉଁଠାରେ ଶସ୍ୟ ଉଡ଼ାଇ ନ ଥାଆନ୍ତି, ସେଠାରେ ସଂଗ୍ରହ କରନ୍ତି, ଏହା ମୁଁ ଜାଣିଥିଲି ।
ମାଥିଉଲିଖିତ ସୁସମାଚାର 25 : 25 (ORV)
ଏଣୁ ଭୟ କରି ମୁଁ ଯାଇ ଆପଣଙ୍କ ତୋଡ଼ା ମାଟିରେ ପୋତି ଲୁଚାଇ ରଖିଲି; ଦେଖନ୍ତୁ, ଆପଣ ନିଜର ଧନ ପାଇଲେ ।
ମାଥିଉଲିଖିତ ସୁସମାଚାର 25 : 26 (ORV)
କିନ୍ତୁ ତାହାର ପ୍ରଭୁ ତାହାକୁ ଉତ୍ତର ଦେଲେ, ରେ ଦୁଷ୍ଟ ଓ ଅଳସ ଦାସ, ମୁଁ ଯେଉଁଠାରେ ବୁଣି ନ ଥାଏ, ସେଠାରେ କାଟେ, ଆଉ ଯେଉଁଠାରେ ଶସ୍ୟ ଉଡ଼ାଇ ନ ଥାଏ, ସେଠାରେ ସଂଗ୍ରହ କରେ, ଏହା କଅଣ ଜାଣିଥିଲୁ?
ମାଥିଉଲିଖିତ ସୁସମାଚାର 25 : 27 (ORV)
ତେବେ ବଣିକମାନଙ୍କ ହସ୍ତରେ ମୋହର ଟଙ୍କା ରଖିବା ତୋର ଉଚିତ ଥିଲା; ତାହାହେଲେ ମୁଁ ଆସି ସୁଧ ସହିତ ମୋହର ଧନ ଫେରି ପାଇଥାଆନ୍ତି ।
ମାଥିଉଲିଖିତ ସୁସମାଚାର 25 : 28 (ORV)
ଅତଏବ, ଏହାଠାରୁ ଏହି ତୋଡ଼ା ଘେନିଯାଇ, ଯାହାର ଦଶ ତୋଡ଼ା ଅଛି, ତାହାକୁ ଦିଅ ।
ମାଥିଉଲିଖିତ ସୁସମାଚାର 25 : 29 (ORV)
କାରଣ ଯେକୌଣସି ଲୋକର ଅଛି, ତାହାକୁ ଦିଆଯିବ, ଆଉ ତାହାର ପ୍ରଚୁର ହେବ; କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ ।
ମାଥିଉଲିଖିତ ସୁସମାଚାର 25 : 30 (ORV)
ଆଉ, ତୁମ୍ଭେମାନେ ଏହି ଅକର୍ମଣ୍ୟ ଦାସକୁ ବାହାର ଅନ୍ଧକାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ ।
ମାଥିଉଲିଖିତ ସୁସମାଚାର 25 : 31 (ORV)
ମନୁଷ୍ୟପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ସ୍ଵମହିମାରେ ଆଗମନ କରିବେ, ସେତେବେଳେ ସେ ଆପଣା ଗୌରବମୟ ସିଂହାସନରେ ଉପବେଶନ କରିବେ,
ମାଥିଉଲିଖିତ ସୁସମାଚାର 25 : 32 (ORV)
ପୁଣି ତାହାଙ୍କ ଛାମୁରେ ସମସ୍ତ ଜାତି ଏକତ୍ର କରାଯିବେ, ଆଉ ମେଷପାଳକ ଯେପରି ଛାଗଠାରୁ ମେଷ ପୃଥକ୍ କରେ, ସେହିପରି ସେ ସେମାନଙ୍କୁ ପରସ୍ପରଠାରୁ ପୃଥକ୍ କରି,
ମାଥିଉଲିଖିତ ସୁସମାଚାର 25 : 33 (ORV)
ମେଷମାନଙ୍କୁ ଆପଣା ଦକ୍ଷିଣ ପାର୍ଶ୍ଵରେ ଓ ଛାଗମାନଙ୍କୁ ବାମ ପାର୍ଶ୍ଵରେ ରଖିବେ ।
ମାଥିଉଲିଖିତ ସୁସମାଚାର 25 : 34 (ORV)
ସେତେବେଳେ ରାଜା ଆପଣା ଦକ୍ଷିଣ ପାର୍ଶ୍ଵସ୍ଥ ଲୋକଙ୍କୁ କହିବେ, ଆସ, ମୋହର ପିତାଙ୍କ ଆଶୀର୍ବାଦ-ପାତ୍ରମାନେ, ତୁମ୍ଭମାନଙ୍କ ନିମନ୍ତେ ଜଗତର ପତ୍ତନାବଧି ଯେଉଁ ରାଜ୍ୟ ପ୍ରସ୍ତୁତ କରାଯାଇଅଛି, ସେଥିର ଅଧିକାରୀ ହୁଅଣ;
ମାଥିଉଲିଖିତ ସୁସମାଚାର 25 : 35 (ORV)
କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ; ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ;
ମାଥିଉଲିଖିତ ସୁସମାଚାର 25 : 36 (ORV)
ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ; ପୀଡ଼ିତ ଥିଲି, ମୋତେ ସଂଖୋଳିଲ; କାରାଗାରରେ ଥିଲି, ମୋʼ ନିକଟକୁ ଆସିଲ ।
ମାଥିଉଲିଖିତ ସୁସମାଚାର 25 : 37 (ORV)
ସେଥିରେ ଧାର୍ମିକମାନେ ତାହାଙ୍କୁ ଉତ୍ତର ଦେବେ,ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ ଦେଖି ଆହାର ଦେଲୁ? ଅବା ତୃଷିତ ଦେଖି ପାନ କରିବାକୁ ଦେଲୁ?
ମାଥିଉଲିଖିତ ସୁସମାଚାର 25 : 38 (ORV)
ଆଉ, କେବେ ଆପଣଙ୍କୁ ପ୍ରବାସୀ ଦେଖି ଆଶ୍ରୟ ଦେଲୁ? କିମ୍ଵା ଉଲଙ୍ଗ ଦେଖି ବସ୍ତ୍ର ପରିଧାନ କରାଇଲୁ?
ମାଥିଉଲିଖିତ ସୁସମାଚାର 25 : 39 (ORV)
ଆଉ, କେବେ ଆପଣଙ୍କୁ ପୀଡ଼ିତ ଅବା କାରାଗାରସ୍ଥ ଦେଖି ଆପଣଙ୍କ ନିକଟକୁ ଗଲୁ?
ମାଥିଉଲିଖିତ ସୁସମାଚାର 25 : 40 (ORV)
ପୁଣି, ରାଜା ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ମୋହର ଏହି କ୍ଷୁଦ୍ରତମ ଭ୍ରାତୃବୃନ୍ଦଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ମୋʼ ପ୍ରତି ହିଁ ତାହା କରିଅଛ ।
ମାଥିଉଲିଖିତ ସୁସମାଚାର 25 : 41 (ORV)
ତତ୍ପରେ ସେ ବାମ ପାର୍ଶ୍ଵସ୍ଥ ଲୋକଙ୍କୁ ମଧ୍ୟ କହିବେ, ରେ ଶାପଗ୍ରସ୍ତମାନେ, ମୋʼ ସମ୍ମୁଖରୁ ଦୂର ହୋଇ ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନ; ଅଗ୍ନି ମଧ୍ୟକୁ ପ୍ରସ୍ଥାନ କର,
ମାଥିଉଲିଖିତ ସୁସମାଚାର 25 : 42 (ORV)
କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ ନାହିଁ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ ନାହିଁ;
ମାଥିଉଲିଖିତ ସୁସମାଚାର 25 : 43 (ORV)
ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ ନାହିଁ; ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ ନାହିଁ; ପୀଡ଼ିତ ଓ କାରାଗାରସ୍ଥ ଥିଲି, ମୋତେ ସଂଖୋଳିଲ ନାହିଁ ।
ମାଥିଉଲିଖିତ ସୁସମାଚାର 25 : 44 (ORV)
ସେଥିରେ ସେମାନେ ମଧ୍ୟ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ କି ତୃଷିତ, ପ୍ରବାସୀ କି ଉଲଙ୍ଗ, ପୀଡ଼ିତ, କି କାରାଗାରସ୍ଥ ଦେଖି ଆପଣଙ୍କର ସେବା କଲୁ ନାହିଁ?
ମାଥିଉଲିଖିତ ସୁସମାଚାର 25 : 45 (ORV)
ସେଥିରେ ସେ ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି କ୍ଷୁଦ୍ରତମମାନଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରି ନ ଥିବାରୁ ମୋʼ ପ୍ରତି ହିଁ ତାହା କରି ନାହଁ ।
ମାଥିଉଲିଖିତ ସୁସମାଚାର 25 : 46 (ORV)
ଆଉ, ଏମାନେ ଅନ; ଶାସ୍ତି, କିନ୍ତୁ ଧାର୍ମିକମାନେ ଅନ; ଜୀବନ ଭୋଗ କରିବାକୁ ଯିବେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46

BG:

Opacity:

Color:


Size:


Font: