ମାଥିଉଲିଖିତ ସୁସମାଚାର 24 : 1 (ORV)
ଯୀଶୁ ମନ୍ଦିରରୁ ବାହାରି ଚାଲିଯାଉଥିବା ସମୟରେ ତାହାଙ୍କର ଶିଷ୍ୟମାନେ ତାହାଙ୍କୁ ମନ୍ଦିରର ପ୍ରାସାଦସମୂହ ଦେଖାଇବା ନିମନ୍ତେ ତାହାଙ୍କ ନିକଟକୁ ଆସିଲେ, କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ,
ମାଥିଉଲିଖିତ ସୁସମାଚାର 24 : 2 (ORV)
ତୁମ୍ଭେମାନେ କଅଣ ଏହିସମସ୍ତ ଦେଖୁ ନାହଁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ସ୍ଥାନରେ ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍ ହେବ ।
ମାଥିଉଲିଖିତ ସୁସମାଚାର 24 : 3 (ORV)
ପରେ ସେ ଜୀତପର୍ବତ ଉପରେ ବସନ୍ତେ, ଶିଷ୍ୟମାନେ ତାହାଙ୍କ ଛାମୁକୁ ଗୋପନରେ ଆସି ପଚାରିଲେ, ଏସବୁ କେବେ ଘଟିବ, ପୁଣି ଆପଣଙ୍କ ଆଗମନ ଓ ଯୁଗାନ୍ତର ଲକ୍ଷଣ କଅଣ, ତାହା ଆମ୍ଭମାନଙ୍କୁ କୁହନ୍ତୁ ।
ମାଥିଉଲିଖିତ ସୁସମାଚାର 24 : 4 (ORV)
ସେଥିରେ ଯୀଶୁସେମାନଙ୍କୁ ଉତ୍ତର ଦେଲେ, ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ ।
ମାଥିଉଲିଖିତ ସୁସମାଚାର 24 : 5 (ORV)
କାରଣ ଅନେକେ ମୋʼ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ ।
ମାଥିଉଲିଖିତ ସୁସମାଚାର 24 : 6 (ORV)
ଆଉ, ତୁମ୍ଭେମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ; ସାବଧାନ, ବ୍ୟାକୁଳ ହୁଅ ନାହିଁ । କାରଣ ଏହିସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗା; ନୁହେଁ ।
ମାଥିଉଲିଖିତ ସୁସମାଚାର 24 : 7 (ORV)
କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ ।
ମାଥିଉଲିଖିତ ସୁସମାଚାର 24 : 8 (ORV)
କିନ୍ତୁ ଏହିସମସ୍ତ ପ୍ରସବବେଦନାର ଆରମ୍ଭମାତ୍ର ।
ମାଥିଉଲିଖିତ ସୁସମାଚାର 24 : 9 (ORV)
ସେହି ସମୟରେ ଲୋକେ ତୁମ୍ଭମାନଙ୍କୁ କ୍ଳେଶଭୋଗ କରିବା ନିମନ୍ତେ ସମର୍ପଣ କରିବେ ଓ ତୁମ୍ଭମାନଙ୍କୁ ବଧ କରିବେ, ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତ ଜାତିଙ୍କ ଦ୍ଵାରା ଘୃଣିତ ହେବ ।
ମାଥିଉଲିଖିତ ସୁସମାଚାର 24 : 10 (ORV)
ସେତେବେଳେ ଅନେକେ ବିଘ୍ନ ପାଇବେ, ପୁଣି ପରସ୍ପରକୁ ଧରାଇଦେବେ ଓ ପରସ୍ପରକୁ ଘୃଣା କରିବେ,
ମାଥିଉଲିଖିତ ସୁସମାଚାର 24 : 11 (ORV)
ଆଉ ଅନେକ ଭଣ୍ତ ଭାବବାଦୀ ଉଠି ଅନେକଙ୍କୁ ଭ୍ରାନ୍ତ କରିବେ,
ମାଥିଉଲିଖିତ ସୁସମାଚାର 24 : 12 (ORV)
ପୁଣି ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ ।
ମାଥିଉଲିଖିତ ସୁସମାଚାର 24 : 13 (ORV)
ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ ।
ମାଥିଉଲିଖିତ ସୁସମାଚାର 24 : 14 (ORV)
ଆଉ, ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍ପରେ ଯୁଗା; ହେବ ।
ମାଥିଉଲିଖିତ ସୁସମାଚାର 24 : 15 (ORV)
ଏଣୁ ତୁମ୍ଭେମାନେ ଯେତେବେଳେ ଦାନିୟେଲ ଭାବବାଦୀଙ୍କ ଦ୍ଵାରା ଉକ୍ତ ଉତ୍ସନ୍ନକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ),
ମାଥିଉଲିଖିତ ସୁସମାଚାର 24 : 16 (ORV)
ସେତେବେଳେ ଯେଉଁମାନେ ଯିହୁଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇ ଯାଆନ୍ତୁ;
ମାଥିଉଲିଖିତ ସୁସମାଚାର 24 : 17 (ORV)
ଯେ ଛାତ ଉପରେ ଥାଏ, ସେ ଆପଣା ଘର ଭିତରୁ ଜିନିଷପତ୍ର ଘେନିଯିବା ପାଇଁ ଓହ୍ଳାଇ ନ ଆସୁ;
ମାଥିଉଲିଖିତ ସୁସମାଚାର 24 : 18 (ORV)
ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ଚାଦର ଘେନିଯିବା ପାଇଁ ଲେଉଟି ନ ଯାଉ ।
ମାଥିଉଲିଖିତ ସୁସମାଚାର 24 : 19 (ORV)
ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଳେଶର ପାତ୍ର,
ମାଥିଉଲିଖିତ ସୁସମାଚାର 24 : 20 (ORV)
କିନ୍ତୁ ତୁମ୍ଭମାନଙ୍କର ପଳାୟନ ଯେପରି ଶୀତକାଳରେ କିମ୍ଵା ବିଶ୍ରାମବାରରେ ନ ଘଟେ, ଏଥିପାଇଁ ପ୍ରାର୍ଥନା କର ।
ମାଥିଉଲିଖିତ ସୁସମାଚାର 24 : 21 (ORV)
କାରଣ ସେତେବେଳେ ଏପରି ମହାକ୍ଲେଶ ଘଟିବ ଯେ, ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟି ନାହିଁ, ପୁଣି କେବେ ହେଁ ଘଟିବ ନାହିଁ ।
ମାଥିଉଲିଖିତ ସୁସମାଚାର 24 : 22 (ORV)
ଆଉ, ସେହି ସମୟ ଯେବେ ଊଣା କରାଯାଇ ନ ଥାଆନ୍ତା, ତେବେ କୌଣସି ମର୍ତ୍ତ୍ୟ ପରିତ୍ରାଣ ପାଆନ୍ତା ନାହିଁ, ମାତ୍ର ମନୋନୀତ ଲୋକଙ୍କ ସକାଶେ ସେହି ସମୟ ଊଣା କରାଯିବ ।
ମାଥିଉଲିଖିତ ସୁସମାଚାର 24 : 23 (ORV)
ସେତେବେଳେ ‘ଦେଖ, ଖ୍ରୀଷ୍ଟ ଏଠାରେʼ କିବା ‘ସେଠାରେʼ, କେହି ଯେବେ ତୁମ୍ଭମାନଙ୍କୁ ଏପରି କହିବ, ତେବେ ତାହା ବିଶ୍ଵାସ କର ନାହିଁ ।
ମାଥିଉଲିଖିତ ସୁସମାଚାର 24 : 24 (ORV)
କାରଣ ଭଣ୍ତ ଖ୍ରୀଷ୍ଟମାନେ ଓ ଭଣ୍ତ ଭାବାବାଦୀ-ମାନେ ଉଠି ଏପରି ମହା ମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ ।
ମାଥିଉଲିଖିତ ସୁସମାଚାର 24 : 25 (ORV)
ଦେଖ, ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ଜଣାଇଲି ।
ମାଥିଉଲିଖିତ ସୁସମାଚାର 24 : 26 (ORV)
ଅତଏବ, ‘ଦେଖ, ସେ ପ୍ରାନ୍ତରରେ ଅଛନ୍ତିʼ, ଲୋକେ ଯଦି ତୁମ୍ଭମାନଙ୍କୁ ଏହି କଥା କହିବେ, ତେବେ ବାହାରିଯାଅ ନାହିଁ; ‘ଦେଖ, ସେ ଗୁପ୍ତ କୋଠରିରେ ଅଛନ୍ତିʼ, ଯଦି ଏହା କହିବେ, ତେବେ ତାହା ବିଶ୍ଵାସ କର ନାହିଁ ।
ମାଥିଉଲିଖିତ ସୁସମାଚାର 24 : 27 (ORV)
କାରଣ ବିଜୁଳି ଯେପରି ପୂର୍ବଦିଗରୁ ମାରି ପଶ୍ଚିମଦିଗ ପର୍ଯ୍ୟନ୍ତ ଦେଖାଯାଏ, ସେପରି ମନୁଷ୍ୟ-ପୁତ୍ରଙ୍କର ଆଗମନ ହେବ ।
ମାଥିଉଲିଖିତ ସୁସମାଚାର 24 : 28 (ORV)
ଯେଉଁଠାରେ ମଢ଼ା ପଡ଼ିଥାଏ, ସେହିଠାରେ ଶାଗୁଣାଗୁଡ଼ାକ ଏକାଠି ହେବେ।
ମାଥିଉଲିଖିତ ସୁସମାଚାର 24 : 29 (ORV)
ମାତ୍ର ସେହି ସମୟର କ୍ଳେଶ ଉତ୍ତାରେ ଅକସ୍ମାତ୍ ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଲୋକ ଦେବ ନାହିଁ, ପୁଣି ନକ୍ଷତ୍ରମାଳା ଆକାଶରୁ ସ୍ଖଳିତ ହେବେ ଓ ଆକାଶ-ମଣ୍ତଳର ଶକ୍ତିସମୂହ ବିଚଳିତ ହେବେ ।
ମାଥିଉଲିଖିତ ସୁସମାଚାର 24 : 30 (ORV)
ସେତେବେଳେ ଆକାଶରେ ମନୁଷ୍ୟପୁତ୍ରଙ୍କର ଲକ୍ଷଣ ଦେଖାଯିବ, ପୁଣି ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ ଏବଂ ମନୁଷ୍ୟପୁତ୍ରଙ୍କୁ ମହା-ପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ ।
ମାଥିଉଲିଖିତ ସୁସମାଚାର 24 : 31 (ORV)
ଆଉ, ସେ ମହାତୂରୀଧ୍ଵନି ସହିତ ଆପଣା ଦୂତମାନଙ୍କୁ ପ୍ରେରଣ କରିବେ ଏବଂ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ ।
ମାଥିଉଲିଖିତ ସୁସମାଚାର 24 : 32 (ORV)
ଡିମିରି ବୃକ୍ଷରୁ ଦୃଷ୍ଟାନ୍ତ ଶିକ୍ଷା କର; ଯେତେବେଳେ ତାହାର ଶାଖା ସରସ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ;
ମାଥିଉଲିଖିତ ସୁସମାଚାର 24 : 33 (ORV)
ସେହିପରି ତୁମ୍ଭେମାନେ ମଧ୍ୟ ଏହିସମସ୍ତ ଦେଖିଲେ ସେ ଦ୍ଵାରର ସନ୍ନିକଟ, ଏହା ଜାଣ ।
ମାଥିଉଲିଖିତ ସୁସମାଚାର 24 : 34 (ORV)
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ ।
ମାଥିଉଲିଖିତ ସୁସମାଚାର 24 : 35 (ORV)
ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ ।
ମାଥିଉଲିଖିତ ସୁସମାଚାର 24 : 36 (ORV)
କିନ୍ତୁ ସେହି ଦିନ ଓ ଦଣ୍ତ ବିଷୟ କେହି ଜାଣନ୍ତି ନାହିଁ, ସ୍ଵର୍ଗର ଦୂତମାନେ କିମ୍ଵା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, କେବଳମାତ୍ର ପିତା ଜାଣନ୍ତି ।
ମାଥିଉଲିଖିତ ସୁସମାଚାର 24 : 37 (ORV)
ଆଉ, ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କର ଆଗମନ ସମୟରେ ସେପ୍ରକାର ଘଟିବ ।
ମାଥିଉଲିଖିତ ସୁସମାଚାର 24 : 38 (ORV)
କାରଣ ଜଳପ୍ଳାବନର ପୂର୍ବବର୍ତ୍ତୀ ସମୟରେ ଜାହାଜରେ ନୋହଙ୍କର ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଯେପରି ଭୋଜନପାନ ଏବଂ ବିବାହ କରିବା ଓ ବିବାହ ଦେବାରେ ପ୍ରବୃତ୍ତ ଥିଲେ,
ମାଥିଉଲିଖିତ ସୁସମାଚାର 24 : 39 (ORV)
ପୁଣି ଜଳପ୍ଳାବନ ଆସି ସମସ୍ତଙ୍କୁ ଭସାଇ ନ ନେବା ପର୍ଯ୍ୟନ୍ତ ଯେପରି ଜାଣି ନ ଥିଲେ, ମନୁଷ୍ୟପୁତ୍ରଙ୍କର ଆଗମନ ମଧ୍ୟ ସେହି ପ୍ରକାରେ ହେବ ।
ମାଥିଉଲିଖିତ ସୁସମାଚାର 24 : 40 (ORV)
ସେତେବେଳେ ଦୁଇ ଜଣ କ୍ଷେତରେ ଥିବେ, ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ;
ମାଥିଉଲିଖିତ ସୁସମାଚାର 24 : 41 (ORV)
ଦୁଇ ଜଣ ସ୍ତ୍ରୀ ଚକି ପେଷୁଥିବେ, ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ ।
ମାଥିଉଲିଖିତ ସୁସମାଚାର 24 : 42 (ORV)
ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭମାନଙ୍କ ପ୍ରଭୁ କେଉଁ ଦିନ ଆସିବେ, ତାହା ତୁମ୍ଭେମାନେ ଜାଣ ନାହିଁ ।
ମାଥିଉଲିଖିତ ସୁସମାଚାର 24 : 43 (ORV)
କିନ୍ତୁ ଏହା ଜାଣିଥାଅ, କେଉଁ ପହରରେ ଚୋର ଆସିବ, ଏହା ଗୃହକର୍ତ୍ତା ଯେବେ ଜାଣନ୍ତେ, ତାହାହେଲେ ସେ ଜାଗ୍ରତ ଥାଇ ଆପଣା ଗୃହରେ ସିନ୍ଧି କାଟିବାକୁ ଦିଅନ୍ତେ ନାହିଁ ।
ମାଥିଉଲିଖିତ ସୁସମାଚାର 24 : 44 (ORV)
ଏଣୁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ଦଣ୍ତରେ ତୁମ୍ଭେମାନେ ମନେ କରୁ ନ ଥିବ, ସେହି ଦଣ୍ତରେ ମନୁଷ୍ୟପୁତ୍ର ଆସିବେ ।
ମାଥିଉଲିଖିତ ସୁସମାଚାର 24 : 45 (ORV)
ତେବେ ପ୍ରଭୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ପଡ଼ି ଦେବା ନିମନ୍ତେ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କଲେ, ଏପରି ବିଶ୍ଵସ୍ତ ଓ ବୁଦ୍ଧିମାନ ଦାସ କିଏ?
ମାଥିଉଲିଖିତ ସୁସମାଚାର 24 : 46 (ORV)
ପ୍ରଭୁ ଆସି ଆପଣାର ଯେଉଁ ଦାସକୁ ସେପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ ।
ମାଥିଉଲିଖିତ ସୁସମାଚାର 24 : 47 (ORV)
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସର୍ବସ୍ଵ ଉପରେ ନିଯୁକ୍ତ କରିବେ ।
ମାଥିଉଲିଖିତ ସୁସମାଚାର 24 : 48 (ORV)
କିନ୍ତୁ ଯଦି ସେହି ଦୁଷ୍ଟ ଦାସ ମୋର ପ୍ରଭୁଙ୍କ ଆସିବାର ବିଳମ୍ଵ ଅଛି ବୋଲି ମନେ ମନେ କହି
ମାଥିଉଲିଖିତ ସୁସମାଚାର 24 : 49 (ORV)
ଆପଣା ସହଦାସମାନଙ୍କୁ ପ୍ରହାର କରିବାକୁ ଲାଗେ, ଆଉ ମଦୁଆମାନଙ୍କ ସହିତ ଭୋଜନପାନ କରେ,
ମାଥିଉଲିଖିତ ସୁସମାଚାର 24 : 50 (ORV)
ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ଦଣ୍ତ ସେ ଜାଣି ନ ଥିବ, ସେହି ଦିନ ଓ ସେହି ଦଣ୍ତରେ ତାହାର ପ୍ରଭୁ ଆସିବେ,
ମାଥିଉଲିଖିତ ସୁସମାଚାର 24 : 51 (ORV)
ପୁଣି ସେ ତାହାକୁ ଦ୍ଵିଖଣ୍ତ କରି କପଟୀମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ; ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51

BG:

Opacity:

Color:


Size:


Font: