ମାଥିଉଲିଖିତ ସୁସମାଚାର 23 : 1 (ORV)
ସେହି ସମୟରେ ଯୀଶୁ ଲୋକସମୂହ ଓ ଆପଣା ଶିଷ୍ୟମାନଙ୍କୁ କହିଲେ,
ମାଥିଉଲିଖିତ ସୁସମାଚାର 23 : 2 (ORV)
ଶାସ୍ତ୍ରୀ ଓ ଫାରୂଶୀମାନେ ମୋଶାଙ୍କ ଆସନରେ ବସିଅଛନ୍ତି।
ମାଥିଉଲିଖିତ ସୁସମାଚାର 23 : 3 (ORV)
ଅତଏବ, ସେମାନେ ତୁମ୍ଭମାନଙ୍କୁ ଯାହା କିଛି କହନ୍ତି, ତାହା ମାନ ଓ ପାଳନ କର, ମାତ୍ର ସେମାନଙ୍କ କର୍ମ ଅନୁସାରେ କର୍ମ କର ନାହିଁ, କାରଣ ସେମାନେ କହନ୍ତି, କିନ୍ତୁ କରନ୍ତି ନାହିଁ ।
ମାଥିଉଲିଖିତ ସୁସମାଚାର 23 : 4 (ORV)
ସେମାନେ ଗୁରୁ ଭାର ବନ୍ଧନ କରି ମନୁଷ୍ୟମାନଙ୍କ ସ୍କନ୍ଧରେ ଥୋଇଦିଅନ୍ତି, କିନ୍ତୁ ନିଜେ ଅଙ୍ଗୁଳି ଦେଇ ତାହା ଟେକିବାକୁ ଇଚ୍ଛା କରନ୍ତି ନାହିଁ ।
ମାଥିଉଲିଖିତ ସୁସମାଚାର 23 : 5 (ORV)
ସେମାନେ ଲୋକ ଦେଖାଇବା ପାଇଁ ଆପଣା ଆପଣାର ସମସ୍ତ କ୍ରିୟାକର୍ମ କରନ୍ତି, କାରଣ ସେମାନେ ନିଜ ନିଜର କବଚ ପ୍ରଶସ୍ତ କରନ୍ତି ଓ ବସ୍ତ୍ରର ଝୁମ୍ପା ବଡ଼ କରନ୍ତି,
ମାଥିଉଲିଖିତ ସୁସମାଚାର 23 : 6 (ORV)
ଆଉ ଭୋଜିରେ ପ୍ରଧାନ ସ୍ଥାନ ଓ ସମାଜଗୃହରେ ପ୍ରଧାନ ଆସନ,
ମାଥିଉଲିଖିତ ସୁସମାଚାର 23 : 7 (ORV)
ପୁଣି ହାଟବଜାରରେ ନମସ୍କାର ପାଇବାକୁ ଓ ଲୋକଙ୍କ ଦ୍ଵାରା ଗୁରୁ ବୋଲି ସମ୍ଵୋଧିତ ହେବାକୁ ଭଲ ପାଆନ୍ତି ।
ମାଥିଉଲିଖିତ ସୁସମାଚାର 23 : 8 (ORV)
କିନ୍ତୁ ତୁମ୍ଭେମାନେ ଗୁରୁ ବୋଲି ସମ୍ଵୋଧିତ ହୁଅ ନାହିଁ, କାରଣ ତୁମ୍ଭମାନଙ୍କର ଗୁରୁ ଜଣେ, ପୁଣି ତୁମ୍ଭେ ସମସ୍ତେ ଭାଇ ।
ମାଥିଉଲିଖିତ ସୁସମାଚାର 23 : 9 (ORV)
ଆଉ, ପୃଥିବୀରେ କାହାକୁ ହିଁ ପିତା ବୋଲି ସମ୍ଵୋଧନ କର ନାହିଁ, କାରଣ ତୁମ୍ଭମାନଙ୍କର ପିତା ଜଣେ, ସେ ସ୍ଵର୍ଗରେ ଅଛନ୍ତି ।
ମାଥିଉଲିଖିତ ସୁସମାଚାର 23 : 10 (ORV)
ଆଉ, ତୁମ୍ଭେମାନେ ନେତା ବୋଲି ସମ୍ଵୋଧିତ ହୁଅ ନାହିଁ, କାରଣ ତୁମ୍ଭମାନଙ୍କର ନେତା ଜଣେ, ସେ ଖ୍ରୀଷ୍ଟ ।
ମାଥିଉଲିଖିତ ସୁସମାଚାର 23 : 11 (ORV)
କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଲୋକ ଶ୍ରେଷ୍ଠ, ସେ ତୁମ୍ଭମାନଙ୍କର ସେବକ ହେବ ।
ମାଥିଉଲିଖିତ ସୁସମାଚାର 23 : 12 (ORV)
ଆଉ, ଯେକେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, ପୁଣି ଯେକେହି ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ ।
ମାଥିଉଲିଖିତ ସୁସମାଚାର 23 : 13 (ORV)
କିନ୍ତୁ ହାୟ, ଦଣ୍ତର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ମନୁଷ୍ୟମାନଙ୍କ ସମ୍ମୁଖରେ ସ୍ଵର୍ଗରାଜ୍ୟ ରୁଦ୍ଧ କରୁଥାଅ; ତୁମ୍ଭେମାନେ ତ ନିଜେ ପ୍ରବେଶ କରୁ ନାହଁ, ପୁଣି ପ୍ରବେଶ କରିବାକୁ ଇଚ୍ଛୁକ ଲୋକମାନଙ୍କୁ ସୁଦ୍ଧା ପ୍ରବେଶ କରାଇ ଦେଉ ନାହଁ ।
ମାଥିଉଲିଖିତ ସୁସମାଚାର 23 : 14 (ORV)
[ହାୟ, ଦଣ୍ତର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀ-ମାନେ, କାରଣ ତୁମ୍ଭେମାନେ ଛଳରେ ଦୀର୍ଘ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ବିଧବାମାନଙ୍କର ଗୃହସବୁ ଗ୍ରାସ କରୁଥାଅ; ଏଣୁ ତୁମ୍ଭେମାନେ ଗୁରୁତ୍ଵର ଦଣ୍ତ ପାଇବ ।]
ମାଥିଉଲିଖିତ ସୁସମାଚାର 23 : 15 (ORV)
ହାୟ, ଦଣ୍ତର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀ-ମାନେ, କାରଣ ତୁମ୍ଭେମାନେ ଜଣକୁ ତୁମ୍ଭମାନଙ୍କର ଧର୍ମାବଲମ୍ଵୀ କରିବା ପାଇଁ ଜଳସ୍ଥଳ ଭ୍ରମଣ କରୁଥାଅ, ପୁଣି ଯେତେବେଳେ ସେ ହୁଏ, ସେତେବେଳେ ତାହାକୁ ତୁମ୍ଭମାନଙ୍କ ଅପେକ୍ଷା ଦୁଇଗୁଣ ନରକପାତ୍ର କରୁଥାଅ ।
ମାଥିଉଲିଖିତ ସୁସମାଚାର 23 : 16 (ORV)
ହାୟ, ଦଣ୍ତର ପାତ୍ର ଅନ୍ଧ ପଥପ୍ରଦର୍ଶକମାନେ, ତୁମ୍ଭେମାନେ କହୁଥାଅ, କେହି ମନ୍ଦିରର ଶପଥ କଲେ ତାହା କିଛି ନୁହେଁ, ମାତ୍ର ଯେକେହି ମନ୍ଦିରସ୍ଥ ସ୍ଵର୍ଣ୍ଣର ଶପଥ କରେ, ସେ ତଦ୍ଦ୍ଵାରା ଆବଦ୍ଧ ।
ମାଥିଉଲିଖିତ ସୁସମାଚାର 23 : 17 (ORV)
ରେ ମୂଢ଼ ଓ ଅନ୍ଧମାନେ, ସ୍ଵର୍ଣ୍ଣ କିମ୍ଵା ସେହି ସ୍ଵର୍ଣ୍ଣକୁ ପବିତ୍ର କରିଅଛି ଯେଉଁ ମନ୍ଦିର, ଏହି ଦୁଇ ମଧ୍ୟରେ କେଉଁଟି ଶ୍ରେଷ୍ଠ?
ମାଥିଉଲିଖିତ ସୁସମାଚାର 23 : 18 (ORV)
ଆହୁରି କହୁଥାଅ, କେହି ଯଜ୍ଞବେଦିର ଶପଥ କଲେ ତାହା କିଛି ନୁହେଁ, ମାତ୍ର ଯେକେହି ତାହା ଉପରେ ଥିବା ନୈବେଦ୍ୟର ଶପଥ କରେ, ସେ ତଦ୍ଦ୍ଵାରା ଆବଦ୍ଧ ।
ମାଥିଉଲିଖିତ ସୁସମାଚାର 23 : 19 (ORV)
ରେ ଅନ୍ଧମାନେ, ନୈବେଦ୍ୟ କିମ୍ଵା ସେହି ନୈବେଦ୍ୟକୁ ପବିତ୍ର କରେ ଯେଉଁ ଯଜ୍ଞବେଦି, ଏହି ଦୁଇ ମଧ୍ୟରେ କେଉଁଟି ଶ୍ରେଷ୍ଠ?
ମାଥିଉଲିଖିତ ସୁସମାଚାର 23 : 20 (ORV)
ଅତଏବ, ଯେଉଁ ଲୋକ ଯଜ୍ଞବେଦିର ଶପଥ କରେ, ସେ ତ ତାହା ଓ ତାହା ଉପରେ ଥିବା ପଦାର୍ଥର ଶପଥ କରେ;
ମାଥିଉଲିଖିତ ସୁସମାଚାର 23 : 21 (ORV)
ଆଉ, ଯେ ମନ୍ଦିରର ଶପଥ କରେ, ସେ ମନ୍ଦିର ଓ ତନ୍ନିବାସୀଙ୍କର ଶପଥ କରେ;
ମାଥିଉଲିଖିତ ସୁସମାଚାର 23 : 22 (ORV)
ପୁଣି, ଯେ ସ୍ଵର୍ଗର ଶପଥ କରେ, ସେ ଈଶ୍ଵରଙ୍କ ସିଂହାସନ ଓ ତଦୁପବିଷ୍ଟଙ୍କର ଶପଥ କରେ ।
ମାଥିଉଲିଖିତ ସୁସମାଚାର 23 : 23 (ORV)
ହାୟ, ଦଣ୍ତର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀ-ମାନେ, କାରଣ ତୁମ୍ଭେମାନେ ପୋଦିନା, ପାନମହୁରୀ ଓ ଜୀରାର ଦଶମାଂଶ ଦେଉଥାଅ, ଆଉ ବ୍ୟବସ୍ଥାର ଗୁରୁତର ବିଷୟଗୁଡ଼ିକ, ନ୍ୟାୟବିଚାର, ଦୟା ଓ ବିଶ୍ଵାସ, ଏହାସବୁ ପରିତ୍ୟାଗ କରିଅଛ; କିନ୍ତୁ ଏହିସମସ୍ତ ପାଳନ କରିବା ଓ ଅନ୍ୟସବୁ ପରିତ୍ୟାଗ ନ କରିବା ଉଚିତ ।
ମାଥିଉଲିଖିତ ସୁସମାଚାର 23 : 24 (ORV)
ରେ ଅନ୍ଧ ପଥପ୍ରଦର୍ଶକମାନେ, ତୁମ୍ଭେମାନେ ମଶାକୁ ଛାଣୁଥାଅ, କିନ୍ତୁ ଓଟକୁ ଗିଳୁଥାଅ ।
ମାଥିଉଲିଖିତ ସୁସମାଚାର 23 : 25 (ORV)
ହାୟ, ଦଣ୍ତର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀ-ମାନେ, କାରଣ ତୁମ୍ଭେମାନେ ଗିନା ଓ ଥାଳିର ବାହାର ପରିଷ୍କାର କରୁଥାଅ, ମାତ୍ର ଭିତରେ ସେଗୁଡ଼ାକ ଲୁଣ୍ଠନକର୍ମ ଓ ଇନ୍ଦ୍ରିୟସେବାରେ ପରିପୂର୍ଣ୍ଣ।
ମାଥିଉଲିଖିତ ସୁସମାଚାର 23 : 26 (ORV)
ହେ ଅନ୍ଧ ଫାରୂଶୀ, ଆଗେ ଗିନାର ଭିତର ପରିଷ୍କାର କର, ଯେପରି ସେଥିର ବାହାର ମଧ୍ୟ ପରିଷ୍କୃତ ହେବ ।
ମାଥିଉଲିଖିତ ସୁସମାଚାର 23 : 27 (ORV)
ହାୟ, ଦଣ୍ତର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀ-ମାନେ, କାରଣ ତୁମ୍ଭେମାନେ ଶୁକ୍ଳୀକୃତ ସମାଧି ସ୍ଵରୂପ । ତାହା ବାହାରେ ସୁନ୍ଦର ଦେଖାଯାଏ, କିନ୍ତୁ ଭିତରେ ମୃତମାନଙ୍କ ଅସ୍ଥି ଓ ସର୍ବ ପ୍ରକାର ଅଶୁଚିତାରେ ପରିପୂର୍ଣ୍ଣ;
ମାଥିଉଲିଖିତ ସୁସମାଚାର 23 : 28 (ORV)
ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ବାହାରେ ଲୋକଙ୍କ ଦୃଷ୍ଟିରେ ଧାର୍ମିକ ଦେଖାଯାଅ, କିନ୍ତୁ ଭିତରେ କପଟ ଓ ଅଧର୍ମରେ ପରିପୂର୍ଣ୍ଣ ।
ମାଥିଉଲିଖିତ ସୁସମାଚାର 23 : 29 (ORV)
ହାୟ, ଦଣ୍ତର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀ-ମାନେ, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର ସମାଧି ନିର୍ମାଣ କରି ଓ ଧାର୍ମିକମାନଙ୍କ ସମାଧିସ୍ତମ୍ଭ ସୁଶୋଭିତ କରି କହୁଥାଅ,
ମାଥିଉଲିଖିତ ସୁସମାଚାର 23 : 30 (ORV)
ଆମ୍ଭେମାନେ ଯେବେ ଆମ୍ଭମାନଙ୍କର ପିତୃପୁରୁଷଙ୍କ ସମୟରେ ଥାଆନ୍ତୁ, ତେବେ ଭାବବାଦୀମାନଙ୍କ ରକ୍ତପାତରେ ସେମାନଙ୍କର ସହଭାଗୀ ହୋଇ ନ ଥାଆନ୍ତୁ ।
ମାଥିଉଲିଖିତ ସୁସମାଚାର 23 : 31 (ORV)
ଏଣୁ ତୁମ୍ଭେମାନେ ଯେ ଭାବବାଦୀମାନଙ୍କ ହତ୍ୟାକାରୀମାନଙ୍କର ସନ୍ତାନ ଅଟ, ସେ ସମ୍ଵନ୍ଧରେ ତୁମ୍ଭେମାନେ ହିଁ ଆପଣା ଆପଣା ବିଷୟରେ ସାକ୍ଷ୍ୟ ଦେଉଅଛ ।
ମାଥିଉଲିଖିତ ସୁସମାଚାର 23 : 32 (ORV)
ତୁମ୍ଭେମାନେ ନିଜ ନିଜ ପିତୃପୁରୁଷଙ୍କର ପରିମାଣ ପୂର୍ଣ୍ଣ କର ।
ମାଥିଉଲିଖିତ ସୁସମାଚାର 23 : 33 (ORV)
ଆରେ ସର୍ପଗୁଡ଼ାକ, ଆରେ କାଳସର୍ପର ବଂଶ, ତୁମ୍ଭେମାନେ କିପ୍ରକାରେ ନରକ ଦଣ୍ତରୁ ରକ୍ଷା ପାଇବ?
ମାଥିଉଲିଖିତ ସୁସମାଚାର 23 : 34 (ORV)
ଏଣୁ ଦେଖ, ମୁଁ ତୁମ୍ଭମାନଙ୍କ ନିକଟକୁ ଭାବବାଦୀ, ଜ୍ଞାନୀ ଓ ଶାସ୍ତ୍ରୀମାନଙ୍କୁ ପ୍ରେରଣ କରୁଅଛି; ସେମାନଙ୍କ ମଧ୍ୟରୁ କାହା କାହାକୁ ତୁମ୍ଭେମାନେ ହତ୍ୟା କରିବ ଓ କ୍ରୁଶରେ ବଧ କରିବ, ଆଉ କାହାକାହାକୁ ତୁମ୍ଭମାନଙ୍କ ସମାଜଗୃହରେ କୋରଡ଼ା ମାରିବ ଓ ନଗରକୁ ନଗର ତାଡ଼ନା କରିବ,
ମାଥିଉଲିଖିତ ସୁସମାଚାର 23 : 35 (ORV)
ଯେପରି ଧାର୍ମିକ ହେବଲଙ୍କ ରକ୍ତପାତଠାରୁ, ଯେଉଁ ବେରିଖୀୟଙ୍କ ପୁତ୍ର ଯିଖରୀୟଙ୍କୁ ତୁମ୍ଭେମାନେ ମନ୍ଦିରର ପବିତ୍ର ସ୍ଥାନ ଓ ଯଜ୍ଞବେଦିର ମଧ୍ୟସ୍ଥଳରେ ବଧ କଲ, ତାଙ୍କ ରକ୍ତପାତ ପର୍ଯ୍ୟନ୍ତ ପୃଥିବୀରେ ଯେତେ ଧାର୍ମିକ ଲୋକଙ୍କର ରକ୍ତପାତ ହୋଇଅଛି, ସେହିସମସ୍ତ ତୁମ୍ଭମାନଙ୍କ ଉପରେ ବର୍ତ୍ତିବ ।
ମାଥିଉଲିଖିତ ସୁସମାଚାର 23 : 36 (ORV)
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ବର୍ତ୍ତମାନ ପୁରୁଷ ଉପରେ ଏହିସମସ୍ତ ବର୍ତ୍ତିବ ।
ମାଥିଉଲିଖିତ ସୁସମାଚାର 23 : 37 (ORV)
ଗୋ ଯିରୂଶାଲମ, ଗୋ ଯିରୂଶାଲମ, ଭାବବାଦୀ-ମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତରାଘାତକାରିଣୀ, କୁକ୍କୁଟୀ ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ ।
ମାଥିଉଲିଖିତ ସୁସମାଚାର 23 : 38 (ORV)
ଦେଖ, ତୁମ୍ଭମାନଙ୍କ ଘର ତୁମ୍ଭମାନଙ୍କ ହାତରେ ଛାଡ଼ି ଦିଆଯାଉଅଛି ।
ମାଥିଉଲିଖିତ ସୁସମାଚାର 23 : 39 (ORV)
କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ, ତୁମ୍ଭେମାନେ ଏହି କଥା ନ କହିବା ପର୍ଯ୍ୟନ୍ତ ଆଜିଠାରୁ ମୋତେ ନିଶ୍ଚୟ ଆଉ ଦେଖିବ ନାହିଁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39

BG:

Opacity:

Color:


Size:


Font: