ମାଥିଉଲିଖିତ ସୁସମାଚାର 20 : 1 (ORV)
କାରଣ ସ୍ଵର୍ଗରାଜ୍ୟ ଏପରି ଜଣେ ଗୃହକର୍ତ୍ତାଙ୍କ ସଦୃଶ, ଯେ ପ୍ରଭାତ ହେବାମାତ୍ର ଆପଣା ଦ୍ରାକ୍ଷାକ୍ଷେତ୍ରରେ ମୂଲିଆ ଲଗାଇବାକୁ ବାହାରିଗଲେ ।
ମାଥିଉଲିଖିତ ସୁସମାଚାର 20 : 2 (ORV)
ଆଉ, ସେ ମୂଲିଆମାନଙ୍କ ସହିତ ଦିନକୁ ଆଠ ଅଣା ମୂଲ ଚୁକ୍ତି କରି ସେମାନଙ୍କୁ ଆପଣା ଦ୍ରାକ୍ଷାକ୍ଷେତ୍ରକୁ ପଠାଇଲେ ।
ମାଥିଉଲିଖିତ ସୁସମାଚାର 20 : 3 (ORV)
ପୁଣି, ପ୍ରାୟ ନଅଟା ସମୟରେ ସେ ବାହାରିଯାଇ ବଜାରରେ ଅନ୍ୟମାନଙ୍କୁ ନିଷ୍କର୍ମା ହୋଇ ଠିଆ ହୋଇଥିବା ଦେଖି ସେମାନଙ୍କୁ ମଧ୍ୟ କହିଲେ,
ମାଥିଉଲିଖିତ ସୁସମାଚାର 20 : 4 (ORV)
ତୁମ୍ଭେମାନେ ସୁଦ୍ଧା ଦ୍ରାକ୍ଷାକ୍ଷେତ୍ରକୁ ଯାଅ, ପୁଣି ଯାହା ନ୍ୟାଯ୍ୟ, ତାହା ତୁମ୍ଭମାନଙ୍କୁ ଦେବି; ଆଉ, ସେମାନେ ଗଲେ ।
ମାଥିଉଲିଖିତ ସୁସମାଚାର 20 : 5 (ORV)
ପୁନଶ୍ଚ ସେ ପ୍ରାୟ ବାରଟା ଓ ତିନିଟା ସମୟରେ ବାହାରିଯାଇ ସେହି ପ୍ରକାର କଲେ ।
ମାଥିଉଲିଖିତ ସୁସମାଚାର 20 : 6 (ORV)
ପୁଣି, ପ୍ରାୟ ପାଞ୍ଚଟା ସମୟରେ ସେ ବାହାରିଯାଇ ଆଉ କେତେକ ଜଣଙ୍କୁ ଠିଆ ହୋଇଥିବା ଦେଖି ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ଏଠାରେ ଦିନଯାକ ନିଷ୍କର୍ମା ହୋଇ ଠିଆ ହୋଇଅଛ?
ମାଥିଉଲିଖିତ ସୁସମାଚାର 20 : 7 (ORV)
ସେମାନେ ତାହାଙ୍କୁ କହିଲେ, କାରଣ କେହି ଆମ୍ଭମାନଙ୍କୁ ମୂଲ ଲଗାଇ ନାହାନ୍ତି । ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମଧ୍ୟ ଦ୍ରାକ୍ଷାକ୍ଷେତ୍ରକୁ ଯାଅ ।
ମାଥିଉଲିଖିତ ସୁସମାଚାର 20 : 8 (ORV)
ପରେ ସନ୍ଧ୍ୟା ହୁଅନ୍ତେ, ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା ଆପଣା ବେବର୍ତ୍ତାଙ୍କୁ କହିଲେ, ମୂଲିଆମାନଙ୍କୁ ଡାକି ଶେଷ ଲୋକମାନଙ୍କଠାରୁ ଆରମ୍ଭ କରି ପ୍ରଥମ ଲୋକମାନଙ୍କ ପର୍ଯ୍ୟନ୍ତ ମୂଲ ଦିଅ ।
ମାଥିଉଲିଖିତ ସୁସମାଚାର 20 : 9 (ORV)
ସେଥିରେ ଯେଉଁମାନେ ପ୍ରାୟ ପାଞ୍ଚଟା ସମୟରେ ମୂଲ ଲଗାଯାଇଥିଲେ, ସେମାନେ ଆସି ଆଠ ଅଣା ଲେଖାଏଁ ପାଇଲେ ।
ମାଥିଉଲିଖିତ ସୁସମାଚାର 20 : 10 (ORV)
ପୁଣି, ପ୍ରଥମେ ଲଗାଯାଇଥିବା ମୂଲିଆମାନେ ଆସି ଅଧିକ ପାଇବେ ବୋଲି ମନେ କଲେ; ମାତ୍ର ସେମାନେ ମଧ୍ୟ ଆଠ ଅଣା ଲେଖାଏଁ ପାଇଲେ ।
ମାଥିଉଲିଖିତ ସୁସମାଚାର 20 : 11 (ORV)
କିନ୍ତୁ ତାହା ପାଇ ସେମାନେ ଗୃହକର୍ତ୍ତାଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ,
ମାଥିଉଲିଖିତ ସୁସମାଚାର 20 : 12 (ORV)
ଏହି ଶେଷର ଲୋକମାନେ ଘଣ୍ଟାଏମାତ୍ର କାମ କଲେ, ଆଉ ଆମ୍ଭେମାନେ ଦିନଯାକ ଖଟି ଖଟି ଖରାରେ ଜଳିପୋଡ଼ିଗଲେ ସୁଦ୍ଧା ତୁମ୍ଭେ ସେମାନଙ୍କୁ ଆମ୍ଭମାନଙ୍କ ସମାନ କଲ ।
ମାଥିଉଲିଖିତ ସୁସମାଚାର 20 : 13 (ORV)
କିନ୍ତୁସେ ସେମାନଙ୍କ ମଧ୍ୟରୁ ଜଣକୁ ଉତ୍ତର ଦେଲେ, ଭାଇ, ତୋʼ ପ୍ରତି ମୁଁ ଅନ୍ୟାୟ କରୁ ନାହିଁ; ତୁ କଅଣ ମୋʼ ସାଙ୍ଗରେ ଆଠ ଅଣାଟିଏ ଚୁକ୍ତି କରି ନ ଥିଲୁ?
ମାଥିଉଲିଖିତ ସୁସମାଚାର 20 : 14 (ORV)
ତୋର ଯାହା, ତାହା ଘେନି ଚାଲିଯା, କିନ୍ତୁ ଏହି ଶେଷ ଲୋକକୁ ସୁଦ୍ଧା ତୋʼ ପରି ଦେବା ପାଇଁ ମୋହର ଇଚ୍ଛା ।
ମାଥିଉଲିଖିତ ସୁସମାଚାର 20 : 15 (ORV)
ନିଜ ସମ୍ପତ୍ତିକି ନିଜ ଇଚ୍ଛାନୁସାରେ ବ୍ୟବହାର କରିବାକୁ କଅଣ ମୋର ଅଧିକାର ନାହିଁ? ନା ମୁଁ ଦାନଶୀଳ ହେବାରୁ ତୁ ଈର୍ଷାଦୃଷ୍ଟି କରୁଅଛୁ?
ମାଥିଉଲିଖିତ ସୁସମାଚାର 20 : 16 (ORV)
ସେହିପରି ଶେଷରେ ଥିବା ଲୋକେ ପ୍ରଥମ ହେବେ ଓ ପ୍ରଥମରେ ଥିବା ଲୋକେ ଶେଷରେ ପଡ଼ିବେ ।
ମାଥିଉଲିଖିତ ସୁସମାଚାର 20 : 17 (ORV)
ଯୀଶୁ ଯିରୂଶାଲମକୁ ଯାତ୍ରା କରିବା ନିମନ୍ତେ ଉଦ୍ୟତ ହେଉଥିବା ସମୟରେ ଦ୍ଵାଦଶଙ୍କୁ ଅନ୍ତର କରି ପଥ ମଧ୍ୟରେ ସେମାନଙ୍କୁ କହିଲେ,
ମାଥିଉଲିଖିତ ସୁସମାଚାର 20 : 18 (ORV)
ଦେଖ, ଆମ୍ଭେମାନେ ଯିରୂଶାଲମକୁ ଯାତ୍ରା କରୁଅଛୁ, ଆଉ ମନୁଷ୍ୟପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀ-ମାନଙ୍କ ହସ୍ତରେ ସମର୍ପିତ ହେବେ,
ମାଥିଉଲିଖିତ ସୁସମାଚାର 20 : 19 (ORV)
ପୁଣି ସେମାନେ ତାହାଙ୍କୁ ପ୍ରାଣଦଣ୍ତାଜ୍ଞା ଦେଇ ପରିହାସ, କୋରଡ଼ା ପ୍ରହାର ଓ କ୍ରୁଶରେ ବଧ କରିବା ନିମନ୍ତେ ବିଜାତିମାନଙ୍କ ହସ୍ତରେ ସମର୍ପଣ କରିବେ, ଆଉ ତୃତୀୟ ଦିବସରେ ସେ ଉତ୍ଥିତ ହେବେ ।
ମାଥିଉଲିଖିତ ସୁସମାଚାର 20 : 20 (ORV)
ସେତେବେଳେ ଜେବଦୀଙ୍କ ପୁତ୍ରମାନଙ୍କ ମାତା ଆପଣା ପୁତ୍ରମାନଙ୍କୁ ସାଙ୍ଗରେ ଘେନି ତାହାଙ୍କ ଛାମୁକୁ ଆସି ପ୍ରଣାମ କରି ତାହାଙ୍କଠାରୁ କିଛି ମାଗିଲେ ।
ମାଥିଉଲିଖିତ ସୁସମାଚାର 20 : 21 (ORV)
ସେଥିରେ ସେ ତାହାଙ୍କୁ ପଚାରିଲେ, ତୁମ୍ଭେ କଅଣ ଇଚ୍ଛା କରୁଅଛ? ସେ ତାହାଙ୍କୁ କହିଲେ, ଆପଣଙ୍କ ରାଜ୍ୟରେ ଯେପରି ମୋହର ଏହି ଦୁଇ ପୁତ୍ରଙ୍କ ମଧ୍ୟରୁ ଜଣେ ଆପଣଙ୍କ ଦକ୍ଷିଣ ପାର୍ଶ୍ଵରେ ଓ ଅନ୍ୟ ଜଣେ ବାମ ପାର୍ଶ୍ଵରେ ବସନ୍ତି, ଏହା ଆଜ୍ଞା କରନ୍ତୁ ।
ମାଥିଉଲିଖିତ ସୁସମାଚାର 20 : 22 (ORV)
କିନ୍ତୁ ଯୀଶୁ ଉତ୍ତର ଦେଲେ, ତୁମ୍ଭେମାନେ କଅଣ ମାଗୁଅଛ, ତାହା ଜାଣୁ ନାହଁ । ମୁଁ ଯେଉଁ ପାତ୍ରରେ ପାନ କରିବାକୁ ଯାଉଅଛି, ସେଥିରେ କି ତୁମ୍ଭେମାନେ ପାନ କରି ପାର?
ମାଥିଉଲିଖିତ ସୁସମାଚାର 20 : 23 (ORV)
ସେମାନେ ତାହାଙ୍କୁ କହିଲେ, ପାରୁ । ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମୋହର ପାତ୍ରରେ ପାନ କରିବ ସତ, କିନ୍ତୁ ମୋହର ଦକ୍ଷିଣ ଓ ବାମ ପାର୍ଶ୍ଵରେ ବସିବାକୁ ଦେବା ମୋହର ଅଧିକାରର ବିଷୟ ନୁହେଁ, ବରଂ ଯେଉଁମାନଙ୍କ ନିମନ୍ତେ ମୋହର ପିତାଙ୍କ ଦ୍ଵାରା ସ୍ଥାନ ପ୍ରସ୍ତୁତ କରାଯାଇଅଛି, ସେମାନେ ବସିବେ ।
ମାଥିଉଲିଖିତ ସୁସମାଚାର 20 : 24 (ORV)
ଅନ୍ୟ ଦଶ ଜଣ ଏହା ଶୁଣି ସେହି ଦୁଇ ଭାଇଙ୍କ ଉପରେ ବିରକ୍ତ ହେଲେ ।
ମାଥିଉଲିଖିତ ସୁସମାଚାର 20 : 25 (ORV)
କିନ୍ତୁ ଯୀଶୁ ସେମାନଙ୍କୁ ପାଖକୁ ଡାକି କହିଲେ, ବିଜାତିମାନଙ୍କ ଶାସନକର୍ତ୍ତାମାନେ ସେମାନଙ୍କ ଉପରେ ପ୍ରଭୁତ୍ଵ କରନ୍ତି ଓ ମହାନ୍ ବ୍ୟକ୍ତିମାନେ ସେମାନଙ୍କ ଉପରେ କର୍ତ୍ତୃତ୍ଵ କରନ୍ତି, ଏହା ତୁମ୍ଭେମାନେ ଜାଣ ।
ମାଥିଉଲିଖିତ ସୁସମାଚାର 20 : 26 (ORV)
ତୁମ୍ଭମାନଙ୍କ ମଧ୍ୟରେ ସେ ପ୍ରକାର ନୁହେଁ, କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ୍ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ,ଣଣପ୍ର.ପିତ. ୫:୩
ମାଥିଉଲିଖିତ ସୁସମାଚାର 20 : 27 (ORV)
ଆଉ ଯେ କେହି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ଦାସ ହେଉ,
ମାଥିଉଲିଖିତ ସୁସମାଚାର 20 : 28 (ORV)
ଯେପରି ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟସ୍ଵରୂପ ପ୍ରାଣ ଦେବାକୁ ଆସିଅଛନ୍ତି ।
ମାଥିଉଲିଖିତ ସୁସମାଚାର 20 : 29 (ORV)
ସେମାନେ ଯିରୀଖୋରୁ ବାହାରିଯିବା ସମୟରେ ବହୁସଂଖ୍ୟକ ଲୋକ ତାହାଙ୍କର ପଛେ ପଛେ ଗଲେ ।
ମାଥିଉଲିଖିତ ସୁସମାଚାର 20 : 30 (ORV)
ଆଉ ଦେଖ, ପଥ ପାର୍ଶ୍ଵରେ ଦୁଇ ଜଣ ଅନ୍ଧ ଯୀଶୁ ସେହି ପଥ ଦେଇ ଯାଉଅଛନ୍ତି ବୋଲି ଶୁଣି ଉଚ୍ଚ ସ୍ଵର କରି କହିଲେ, ହେ ପ୍ରଭୁ, ଦାଉଦ-ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ ।
ମାଥିଉଲିଖିତ ସୁସମାଚାର 20 : 31 (ORV)
ମାତ୍ର ଲୋକସମୂହ ସେମାନଙ୍କୁ ତୁନି ହେବା ପାଇଁ ଧମକ ଦେଲେ, କିନ୍ତୁ ସେମାନେ ଆହୁରି ଉଚ୍ଚ ସ୍ଵର କରି କହିଲେ, ହେ ପ୍ରଭୁ, ଦାଉଦ-ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ ।
ମାଥିଉଲିଖିତ ସୁସମାଚାର 20 : 32 (ORV)
ସେଥିରେ ଯୀଶୁ ଠିଆ ହୋଇ ସେମାନଙ୍କୁ ଡାକି ପଚାରିଲେ, ମୁଁ ତୁମ୍ଭମାନଙ୍କ ପାଇଁ କଅଣ କରିବି ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ?
ମାଥିଉଲିଖିତ ସୁସମାଚାର 20 : 33 (ORV)
ସେମାନେ ତାହାଙ୍କୁ କହିଲେ, ହେ ପ୍ରଭୁ, ଯେପରି ଆମ୍ଭମାନଙ୍କର ଆଖି ଫିଟିଯାଏ ।
ମାଥିଉଲିଖିତ ସୁସମାଚାର 20 : 34 (ORV)
ଆଉ, ଯୀଶୁ ଦୟାରେ ବିଗଳିତ ହୋଇ ସେମାନଙ୍କର ଚକ୍ଷୁ ସ୍ପର୍ଶ କଲେ ଓ ତତ୍କ୍ଷଣାତ୍ ସେମାନେ ଦୃଷ୍ଟି ପାଇ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34

BG:

Opacity:

Color:


Size:


Font: