ମାଥିଉଲିଖିତ ସୁସମାଚାର 2 : 1 (ORV)
ହେରୋଦ ରାଜାଙ୍କ ସମୟରେ ଯିହୁଦା ପ୍ରଦେଶର ବେଥଲିହିମରେ ଯୀଶୁଙ୍କ ଜନ୍ମ ହେବା ଣପରେ, ଦେଖ, ପୂର୍ବଦେଶର କେତେକ ପଣ୍ତିତ ଯିରୂଶାଲମକୁ ଆସି କହିଲେ,
ମାଥିଉଲିଖିତ ସୁସମାଚାର 2 : 2 (ORV)
ଯିହୁଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି, ସେ କେଉଁଠାରେ? କାରଣ ଆମ୍ଭେମାନେ ପୂର୍ବଦେଶରେ ତାହାଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଅଛୁ ।
ମାଥିଉଲିଖିତ ସୁସମାଚାର 2 : 3 (ORV)
ଏହା ଶୁଣି ହେରୋଦ ରାଜା ଓ ତାଙ୍କ ସହିତ ସମୁଦାୟ ଯିରୂଶାଲମ ନିବାସୀ ଉଦ୍ବିଗ୍ନ ହେଲେ;
ମାଥିଉଲିଖିତ ସୁସମାଚାର 2 : 4 (ORV)
ପୁଣି, ସେ ଲୋକଙ୍କର ସମସ୍ତ ପ୍ରଧାନ ଯାଜକ ଓ ଶାସ୍ତ୍ରୀଙ୍କୁ ଏକତ୍ର କରି, ଖ୍ରୀଷ୍ଟ କେଉଁଠାରେ ଜନ୍ମଗ୍ରହଣ କରିବେ, ତାହା ସେମାନଙ୍କଠାରୁ ବୁଝିନେବାକୁ ଚେଷ୍ଟା କଲେ ।
ମାଥିଉଲିଖିତ ସୁସମାଚାର 2 : 5 (ORV)
ସେମାନେ ତାଙ୍କୁ କହିଲେ, ଯିହୁଦା ପ୍ରଦେଶର ବେଥଲିହିମରେ, କାରଣ ଭାବବାଦୀଙ୍କ ଦ୍ଵାରା ଏପରି ଲେଖାଅଛି,
ମାଥିଉଲିଖିତ ସୁସମାଚାର 2 : 6 (ORV)
ଆଉ, ଗୋ ଯିହୁଦାଙ୍କ ପ୍ରଦେଶର ବେଥଲିହିମ, ତୁ ଯିହୁଦାର ପ୍ରଧାନ ନଗରସମୂହ ମଧ୍ୟରେ କୌଣସି ପ୍ରକାରେ କ୍ଷୁଦ୍ରତମ ନୋହୁଁ, କାରଣ ଯେ ଆମ୍ଭର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ, ଏପରି ଜଣେ ଶାସନକର୍ତ୍ତା ତୋʼଠାରୁ ଉତ୍ପନ୍ନ ହେବେ ।
ମାଥିଉଲିଖିତ ସୁସମାଚାର 2 : 7 (ORV)
ତାହାପରେ ହେରୋଦ ପଣ୍ତିତମାନଙ୍କୁ ଗୋପନରେ ଡାକି, ସେହି ତାରା କେଉଁ ସମୟରେ ଦେଖାଗଲା, ଏହା ସେମାନଙ୍କଠାରୁ ସୂକ୍ଷ୍ମ ରୂପେ ବୁଝିନେଲେ ।
ମାଥିଉଲିଖିତ ସୁସମାଚାର 2 : 8 (ORV)
ପୁଣି, ସେ ସେମାନଙ୍କୁ ବେଥଲିହିମକୁ ପଠାଇ କହିଲେ, ଆପଣମାନେ ଯାଇ ସେହି ଶିଶୁଙ୍କ ସମ୍ଵନ୍ଧରେ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରନ୍ତୁ, ଆଉ ସନ୍ଧାନ ପାଇଲା କ୍ଷଣି ଆମ୍ଭକୁ ସମ୍ଵାଦ ଦିଅନ୍ତୁ, ଯେପରି ଆମ୍ଭେ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ କରିବା ।
ମାଥିଉଲିଖିତ ସୁସମାଚାର 2 : 9 (ORV)
ସେଥିରେ ସେମାନେ ରାଜାଙ୍କ କଥା ଶୁଣି ଚାଲିଗଲେ; ଆଉ ଦେଖ, ସେମାନେ ପୂର୍ବଦେଶରେ ଯେଉଁ ତାରା ଦେଖିଥିଲେ, ତାହା ସେମାନଙ୍କ ଆଗେ ଆଗେ ଯାଇ, ଯେଉଁଠାରେ ଶିଶୁ ଥିଲେ, ଶେଷରେ ସେହି ସ୍ଥାନ ଉପରେ ସ୍ଥଗିତ ହେଲା ।
ମାଥିଉଲିଖିତ ସୁସମାଚାର 2 : 10 (ORV)
ସେମାନେ ତାରା ଦେଖି ମହାନନ୍ଦରେ ଅତିଶୟ ଆନନ୍ଦିତ ହେଲେ,
ମାଥିଉଲିଖିତ ସୁସମାଚାର 2 : 11 (ORV)
ଆଉ ଗୃହ ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରୀୟମଙ୍କ ସଙ୍ଗରେ ଦେଖିଲେ ଓ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ, ପୁଣି ଆପଣା ଆପଣା ପେଡ଼ି ଫିଟାଇ ସୁନା, କୁନ୍ଦୁରୁ ଓ ଗନ୍ଧରସ ତାହାଙ୍କୁ ଦର୍ଶନୀ ଦେଲେ ।
ମାଥିଉଲିଖିତ ସୁସମାଚାର 2 : 12 (ORV)
ପରେ ହେରୋଦଙ୍କ ନିକଟକୁ ବାହୁଡ଼ି ନ ଯିବାକୁ ସ୍ଵପ୍ନରେ ପ୍ରତ୍ୟାଦେଶ ପାଇ ସେମାନେ ଅନ୍ୟ ପଥ ଦେଇ ସ୍ଵଦେଶକୁ ପ୍ରସ୍ଥାନ କଲେ ।
ମାଥିଉଲିଖିତ ସୁସମାଚାର 2 : 13 (ORV)
ସେମାନେ ପ୍ରସ୍ଥାନ କଲା ଉତ୍ତାରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ଵପ୍ନରେ ଯୋଷେଫଙ୍କୁ ଦର୍ଶନ ଦେଇ କହିଲେ, ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିସରକୁ ପଳାଅ, ପୁଣି ଆମ୍ଭେ ତୁମ୍ଭକୁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ, କାରଣ ଶିଶୁଙ୍କୁ ବିନାଶ କରିବା ନିମନ୍ତେ ହେରୋଦ ତାହାଙ୍କୁ ଅନ୍ଵେଷଣ କରିବାକୁ ଉଦ୍ୟତ ।
ମାଥିଉଲିଖିତ ସୁସମାଚାର 2 : 14 (ORV)
ଏଥିରେ ସେ ଉଠି ରାତ୍ରିରେ ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିସରକୁ ପଳାଇଗଲେ,
ମାଥିଉଲିଖିତ ସୁସମାଚାର 2 : 15 (ORV)
ଆଉ ହେରୋଦଙ୍କ ମରଣ ପର୍ଯ୍ୟନ୍ତ ସେଠାରେ ରହିଲେ, ଯେପରି ଭାବବାଦୀଙ୍କ ଦ୍ଵାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, ମିସରରୁ ଆମ୍ଭେ ଆପଣା ପୁତ୍ରଙ୍କୁ ଆହ୍ଵାନ କଲୁ ।
ମାଥିଉଲିଖିତ ସୁସମାଚାର 2 : 16 (ORV)
ଇତି ମଧ୍ୟରେ ହେରୋଦ ପଣ୍ତିତମାନଙ୍କ ଦ୍ଵାରା ଆପଣାକୁ ପ୍ରବଞ୍ଚିତ ହେବା ଦେଖି କ୍ରୋଧାନ୍ଧ ହୋଇଗଲେ, ଆଉ ସେମାନଙ୍କ ନିକଟରୁ ସୂକ୍ଷ୍ମ ରୂପେ ଯେଉଁ ସମୟ ବୁଝିଥିଲେ, ତଦନୁସାରେ ଦୁଇ ବର୍ଷ ଓ ସେଥିରୁ ନ୍ୟୂନବୟସ୍କ ଯେତେ ବାଳକ ବେଥଲିହିମ, ପୁଣି ସେଥିର ସମସ୍ତ ସୀମା ମଧ୍ୟରେ ଥିଲେ, ଲୋକ ପଠାଇ ସେହି ସମସ୍ତଙ୍କୁ ବଧ କରାଇଲେ ।
ମାଥିଉଲିଖିତ ସୁସମାଚାର 2 : 17 (ORV)
ସେତେବେଳେ ଯିରିମୀୟ ଭାବବାଦୀଙ୍କ ଦ୍ଵାରା ଉକ୍ତ ଏହି ବାକ୍ୟ ସଫଳ ହେଲା,
ମାଥିଉଲିଖିତ ସୁସମାଚାର 2 : 18 (ORV)
ରାମାରେ ସ୍ଵର ଶୁଣାଗଲା, ରୋଦନ ଓ ଅତିଶୟ ବିଳାପ, ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଥିଲେ; ଆଉ, ସେମାନେ ନାହାନ୍ତି ବୋଲି ସେ ସାନ୍ତ୍ଵନାର କଥା ମାନିବାକୁ ଇଚ୍ଛା କରୁ ନ ଥିଲେ ।
ମାଥିଉଲିଖିତ ସୁସମାଚାର 2 : 19 (ORV)
ହେରୋଦଙ୍କ ମୃତ୍ୟୁ ଉତ୍ତାରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ମିସରରେ ଯୋଷେଫଙ୍କୁ ସ୍ଵପ୍ନରେ ଦର୍ଶନ ଦେଇ କହିଲେ,
ମାଥିଉଲିଖିତ ସୁସମାଚାର 2 : 20 (ORV)
ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ଇସ୍ରାଏଲ ଦେଶକୁ ଗମନ କର, କାରଣ ଯେଉଁମାନେ ଶିଶୁଙ୍କ ପ୍ରାଣ ବିନାଶ କରିବା ନିମନ୍ତେ ଚେଷ୍ଟା କରୁଥିଲେ ସେମାନଙ୍କର ମୃତ୍ୟୁ ଘଟିଅଛି ।
ମାଥିଉଲିଖିତ ସୁସମାଚାର 2 : 21 (ORV)
ସେଥିରେ ସେ ଉଠି ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ଇସ୍ରାଏଲ ଦେଶକୁ ଆସିଲେ ।
ମାଥିଉଲିଖିତ ସୁସମାଚାର 2 : 22 (ORV)
ମାତ୍ର ଆର୍ଖିଲାୟ ଆପଣା ପିତା ହେରୋଦଙ୍କ ସ୍ଥାନରେ ଯିହୁଦା ପ୍ରଦେଶର ରାଜା ହୋଇଅଛନ୍ତି, ଏହା ଶୁଣି ସେଠାକୁ ଯିବା ପାଇଁ ସେ ଭୟ କଲେ; କିନ୍ତୁ ସ୍ଵପ୍ନରେ ପ୍ରତ୍ୟାଦେଶ ପାଇ ସେ ଗାଲିଲୀ ଅଞ୍ଚଳକୁ ପଳାଇଗଲେ
ମାଥିଉଲିଖିତ ସୁସମାଚାର 2 : 23 (ORV)
ଓ ନାଜରିତ ନାମକ ନଗରରେ ଯାଇ ବାସ କଲେ, ଯେପରି ଭାବବାଦୀମାନଙ୍କ ଦ୍ଵାରା ଉକ୍ତ ବାକ୍ୟ ସଫଳ ହୁଏ ଯେ, ସେ ନାଜରିତୀୟ ବୋଲି ଖ୍ୟାତ ହେବେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23

BG:

Opacity:

Color:


Size:


Font: