ମାଥିଉଲିଖିତ ସୁସମାଚାର 18 : 1 (ORV)
ସେତେବେଳେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ତେବେ ସ୍ଵର୍ଗରାଜ୍ୟରେ କିଏ ଶ୍ରେଷ୍ଠ?
ମାଥିଉଲିଖିତ ସୁସମାଚାର 18 : 2 (ORV)
ସେ ଗୋଟିଏ ସାନ ପିଲାକୁ ପାଖକୁ ଡାକି ସେମାନଙ୍କ ମଧ୍ୟରେ ଠିଆ କରାଇ କହିଲେ,
ମାଥିଉଲିଖିତ ସୁସମାଚାର 18 : 3 (ORV)
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଫେରି ସାନ ପିଲାଙ୍କ ପରି ନ ହେଲେ କୌଣସି ପ୍ରକାରେ ସ୍ଵର୍ଗ-ରାଜ୍ୟରେ ପ୍ରବେଶ କରିବ ନାହିଁ ।
ମାଥିଉଲିଖିତ ସୁସମାଚାର 18 : 4 (ORV)
ଅତଏବ, ଯେ କେହି ଏହି ସାନ ପିଲା ପରି ଆପଣାକୁ ନମ୍ର କରେ, ସେ ସ୍ଵର୍ଗରାଜ୍ୟରେ ଶ୍ରେଷ୍ଠ।
ମାଥିଉଲିଖିତ ସୁସମାଚାର 18 : 5 (ORV)
ଆଉ, ଯେ କେହି ମୋʼ ନାମରେ ଏହିପରି ଗୋଟିଏ ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ;
ମାଥିଉଲିଖିତ ସୁସମାଚାର 18 : 6 (ORV)
କିନ୍ତୁ ଯେ କେହି ମୋʼଠାରେ ବିଶ୍ଵାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ମହାସାଗରର ଅଗାଧ ଜଳରେ ବୁଡ଼ାଇ ଦିଆଯାଇଥିଲେ ତାହା ପକ୍ଷରେ ହିତକର ହୋଇଥାଆନ୍ତା ।
ମାଥିଉଲିଖିତ ସୁସମାଚାର 18 : 7 (ORV)
ହାୟ, ସଂସାର ବିଘ୍ନ ସକାଶେ ସନ୍ତାପର ପାତ୍ର; ବିଘ୍ନ ତ ନିଶ୍ଚୟ ଘଟିବ, କିନ୍ତୁ ହାୟ, ଯେଉଁ ଲୋକ ଦ୍ଵାରା ବିଘ୍ନ ଘଟେ, ସେ ସନ୍ତାପର ପାତ୍ର ।
ମାଥିଉଲିଖିତ ସୁସମାଚାର 18 : 8 (ORV)
ତୁମ୍ଭର ହସ୍ତ ଅବା ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ିଦିଅ, ଦୁଇ ହସ୍ତ ଓ ଦୁଇ ପାଦ ଘେନି ଅନ; ଅଗ୍ନିରେ ନିକ୍ଷିପ୍ତ ହେବା ଅପେକ୍ଷା ବରଂ ପଙ୍ଗୁ ଅବା ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ ।
ମାଥିଉଲିଖିତ ସୁସମାଚାର 18 : 9 (ORV)
ଆଉ, ତୁମ୍ଭର ଚକ୍ଷୁ ଯଦି ତୁମ୍ଭ ବିଘ୍ନର କାରଣ ହୁଏ, ତେବେ ତାହାକୁ ଉପାଡ଼ି ଫୋପାଡ଼ିଦିଅ; ଦୁଇ ଚକ୍ଷୁ ଘେନି ଅଗ୍ନିମୟ ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ବରଂ ଏକ ଚକ୍ଷୁ ଘେନି ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ ।
ମାଥିଉଲିଖିତ ସୁସମାଚାର 18 : 10 (ORV)
ସାବଧାନ, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ହିଁ ତୁଚ୍ଛଜ୍ଞାନ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ଵର୍ଗରେ ସେମାନଙ୍କର ଦୂତମାନେ ସର୍ବଦା ମୋହର ସ୍ଵର୍ଗସ୍ଥ ପିତାଙ୍କ ମୁଖ ଦର୍ଶନ କରନ୍ତି ।
ମାଥିଉଲିଖିତ ସୁସମାଚାର 18 : 11 (ORV)
[କାରଣ ଯାହା ହଜିଅଛି, ତାହା ରକ୍ଷା କରିବା ନିମନ୍ତେ ମନୁଷ୍ୟପୁତ୍ର ଆସିଅଛନ୍ତି ।]
ମାଥିଉଲିଖିତ ସୁସମାଚାର 18 : 12 (ORV)
ତୁମ୍ଭେମାନେ କଅଣ ମନେ କର? କୌଣସି ଲୋକର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ବଣା ହୋଇଯାଏ, ତେବେ କଅଣ ଅନେଶ୍ଵତକୁ ପର୍ବତରେ ଛାଡ଼ି ସେ ଯାଇ ସେହି ବଣା ହୋଇଥିବା ମେଣ୍ଢାଟି ଖୋଜେ ନାହିଁ?
ମାଥିଉଲିଖିତ ସୁସମାଚାର 18 : 13 (ORV)
ଆଉ ଯଦି ସେ ତାହାକୁ ପାଏ, ତାହା ହେଲେ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଅନେଶ୍ଵତଟି ବଣା ହୋଇ ନ ଥିଲେ, ସେମାନଙ୍କ ଅପେକ୍ଷା ଏହି ଗୋଟିକ ଲାଗି ସେ ଅଧିକ ଆନନ୍ଦ କରେ ।
ମାଥିଉଲିଖିତ ସୁସମାଚାର 18 : 14 (ORV)
ସେହି ପ୍ରକାରେ ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁଯେ ଗୋଟିଏ ବିନଷ୍ଟ ହୁଏ, ଏହା ତୁମ୍ଭମାନଙ୍କ ସ୍ଵର୍ଗସ୍ଥ ପିତାଙ୍କର ଇଚ୍ଛା ନୁହେଁ ।
ମାଥିଉଲିଖିତ ସୁସମାଚାର 18 : 15 (ORV)
ଯଦି ତୁମ୍ଭ ଭାଇ ପାପ କରେ, ତେବେ ଯାଇ କେବଳ ତୁମ୍ଭ ଦୁଇ ଜଣଙ୍କ ମଧ୍ୟରେ ତାହାକୁ ତାହାର ଦୋଷ ଦେଖାଅ; ଯଦି ସେ ତୁମ୍ଭର କଥା ଶୁଣେ, ତେବେ ତୁମ୍ଭେ ଆପଣା ଭାଇକି ଲାଭ କଲ ।
ମାଥିଉଲିଖିତ ସୁସମାଚାର 18 : 16 (ORV)
କିନ୍ତୁ ଯଦି ସେ ନ ଶୁଣେ, ତାହାହେଲେ ତୁମ୍ଭ ସାଙ୍ଗରେ ଆଉ ଜଣେ ବା ଦୁଇ ଜଣଙ୍କୁ ଘେନିଯାଅ, ଯେପରି ଦୁଇ ବା ତିନି ସାକ୍ଷୀଙ୍କ ମୁଖରେ ସମସ୍ତ କଥା ସ୍ଥିର କରାଯିବ।
ମାଥିଉଲିଖିତ ସୁସମାଚାର 18 : 17 (ORV)
ଯଦି ସେ ସେମାନଙ୍କ କଥା ନ ମାନେ, ତେବେ ମଣ୍ତଳୀକି କୁହ, ଆଉ ଯଦି ସେ ମଣ୍ତଳୀ କଥା ମଧ୍ୟ ନ ମାନେ, ତେବେ ସେ ତୁମ୍ଭ ଦୃଷ୍ଟିରେ ବିଜାତୀୟ ଓ କରଗ୍ରାହୀ ପରି ହେଉ ।
ମାଥିଉଲିଖିତ ସୁସମାଚାର 18 : 18 (ORV)
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ପୃଥିବୀରେ ଯାହାସବୁ ବନ୍ଦ କରିବ, ସ୍ଵର୍ଗରେ ସେହିସବୁ ବନ୍ଦ ରହିବ,ପୁଣି ପୃଥିବୀରେ ଯାହାସବୁ ମୁକ୍ତ କରିବ, ସ୍ଵର୍ଗରେ ସେହିସବୁ ମୁକ୍ତ ରହିବ ।
ମାଥିଉଲିଖିତ ସୁସମାଚାର 18 : 19 (ORV)
ପୁନଶ୍ଚ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ପୃଥିବୀରେ ତୁମ୍ଭମାନଙ୍କ ମଧ୍ୟରୁ ଦୁଇ ଜଣ ଯେକୌଣସି ବିଷୟରେ ଏକମନା ହୋଇ ଯାହା କିଛି ମାଗିବେ, ତାହା ମୋହର ସ୍ଵର୍ଗସ୍ଥ ପିତାଙ୍କ କର୍ତ୍ତୃକ ସେମାନଙ୍କ ପ୍ରତି ଘଟିବ ।
ମାଥିଉଲିଖିତ ସୁସମାଚାର 18 : 20 (ORV)
କାରଣ ଯେଉଁ ସ୍ଥାନରେ ଦୁଇ କି ତିନି ଜଣ ମୋʼ ନାମରେ ଏକତ୍ର ହୁଅନ୍ତି, ସେହି ସ୍ଥାନରେ ମୁଁ ସେମାନଙ୍କ ମଧ୍ୟରେ ଉପସ୍ଥିତ ଅଛି ।
ମାଥିଉଲିଖିତ ସୁସମାଚାର 18 : 21 (ORV)
ସେତେବେଳେ ପିତର ତାହାଙ୍କ ପାଖକୁ ଆସି ପଚାରିଲେ, ହେ ପ୍ରଭୁ, କେତେ ଥର ମୋହର ଭାଇ ମୋʼ ବିରୁଦ୍ଧରେ ପାପ କଲେ ମୁଁ କ୍ଷମା କରିବି?
ମାଥିଉଲିଖିତ ସୁସମାଚାର 18 : 22 (ORV)
କି ସାତ ଥର ପର୍ଯ୍ୟନ୍ତ? ଯୀଶୁ ତାହାକୁ କହିଲେ, ତୁମ୍ଭକୁ କେବଳ ସାତ ଥର ପର୍ଯ୍ୟନ୍ତ କହୁନାହିଁ, ମାତ୍ର ସତୁରି ଗୁଣ ସାତ ଥର ପର୍ଯ୍ୟନ୍ତ ।
ମାଥିଉଲିଖିତ ସୁସମାଚାର 18 : 23 (ORV)
ଅତଏବ, ସ୍ଵର୍ଗରାଜ୍ୟ ଆପଣା ଦାସମାନଙ୍କ ସହିତ ହିସାବ କରିବାକୁ ଇଚ୍ଛୁକ ଜଣେ ରାଜାଙ୍କ ସଦୃଶ ।
ମାଥିଉଲିଖିତ ସୁସମାଚାର 18 : 24 (ORV)
ସେ ହିସାବ ଆରମ୍ଭ କରନ୍ତେ, ତିନି କୋଟି ଟଙ୍କା ଋଣ କରିଥିବା ଜଣେ ଦାସ ତାହାଙ୍କ ଛାମୁକୁ ଅଣାଗଲା ।
ମାଥିଉଲିଖିତ ସୁସମାଚାର 18 : 25 (ORV)
କିନ୍ତୁ ତାହାର ପରିଶୋଧ କରିବାକୁ କିଛି ନ ଥିବାରୁ ତାହାର ପ୍ରଭୁ ତାହାକୁ ଏବଂ ତାହାର ସ୍ତ୍ରୀ, ପିଲାପିଲି ଓ ସର୍ବସ୍ଵ ବିକ୍ରୟ କରି ପରିଶୋଧ ନେବାକୁ ଆଜ୍ଞା ଦେଲେ ।
ମାଥିଉଲିଖିତ ସୁସମାଚାର 18 : 26 (ORV)
ତେଣୁ ସେହି ଦାସ ତାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିବାକୁ ଲାଗିଲା, ଆପଣ ମୋʼ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କୁ ସବୁ ପରିଶୋଧ କରିଦେବି ।
ମାଥିଉଲିଖିତ ସୁସମାଚାର 18 : 27 (ORV)
ସେଥିରେ ସେହି ଦାସର ପ୍ରଭୁ ସଦୟ ହୋଇ ତାହାକୁ ମୁକ୍ତ କରିଦେଲେ ଓ ତାହାର ଋଣ କ୍ଷମା କଲେ ।
ମାଥିଉଲିଖିତ ସୁସମାଚାର 18 : 28 (ORV)
କିନ୍ତୁ ସେହି ଦାସ ବାହାରିଯାଇ ତାହାଠାରୁ ପଚାଶ ଟଙ୍କା ଋଣ କରିଥିବା ଜଣେ ସହଦାସର ଦେଖା ପାଇ ତାହାକୁ ଧରି ତାହାର ଗଳା ଚିପି କହିବାକୁ ଲାଗିଲା, ତୁ ଯାହା ଧାରୁ, ଶୁଝିଦେ ।
ମାଥିଉଲିଖିତ ସୁସମାଚାର 18 : 29 (ORV)
ତେଣୁ ତାହାର ସହଦାସ ଭୂମିଷ୍ଠ ହୋଇ ତାହାକୁ ବିନତି କରି କହିବାକୁ ଲାଗିଲା, ଆପଣ ମୋʼ ବିଷୟରେ ଧୈର୍ଯ୍ୟଧରନ୍ତୁ, ମୁଁ ଆପଣଙ୍କୁ ପରିଶୋଧ କରିଦେବି ।
ମାଥିଉଲିଖିତ ସୁସମାଚାର 18 : 30 (ORV)
ମାତ୍ର ସେ ସମ୍ମତ ହେଲା ନାହିଁ, କିନ୍ତୁ ଯାଇ ଋଣ ପରିଶୋଧ ନ କରିବା ଯାଏ ତାହାକୁ କାରାଗାରରେ ପକାଇଦେଲା ।
ମାଥିଉଲିଖିତ ସୁସମାଚାର 18 : 31 (ORV)
ତେଣୁ ତାହାର ସହଦାସମାନେ ଏହି ଘଟଣା ଦେଖି ଅତ୍ୟ; ଦୁଃଖିତ ହେଲେ ଓ ଯାଇ ସେମାନଙ୍କ ପ୍ରଭୁଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କରି ଜଣାଇଲେ ।
ମାଥିଉଲିଖିତ ସୁସମାଚାର 18 : 32 (ORV)
ସେଥିରେ ତାହାର ପ୍ରଭୁ ତାହାକୁ ପାଖକୁ ଡକାଇ କହିଲେ, ରେ ଦୁଷ୍ଟ ଦାସ, ତୁ ମୋତେ ବିନତି କରିବାରୁ ମୁଁ ତୋର ସେହି ସମସ୍ତ ଋଣ କ୍ଷମା କଲି;
ମାଥିଉଲିଖିତ ସୁସମାଚାର 18 : 33 (ORV)
ମୁଁ ଯେରୂପେ ତୋତେ ଦୟା କଲି, ସେରୂପେ ମଧ୍ୟ ଆପଣାର ସହଦାସକୁ ଦୟା କରିବା କି ତୋର କର୍ତ୍ତବ୍ୟ ନ ଥିଲା?
ମାଥିଉଲିଖିତ ସୁସମାଚାର 18 : 34 (ORV)
ଆଉ, ତାହାର ପ୍ରଭୁ କ୍ରୁଦ୍ଧ ହୋଇ ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାହାକୁ ଯନ୍ତ୍ରଣା ଦେବା ଲୋକମାନଙ୍କ ହସ୍ତରେ ସମର୍ପଣ କଲେ ।
ମାଥିଉଲିଖିତ ସୁସମାଚାର 18 : 35 (ORV)
ତୁମ୍ଭେମାନେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣା ଆପଣା ଭାଇକି କ୍ଷମା ନ କର, ତାହାହେଲେ ମୋହର ସ୍ଵର୍ଗସ୍ଥ ପିତା ହିଁ ତୁମ୍ଭମାନଙ୍କ ପ୍ରତି ସେହି ପ୍ରକାର କରିବେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35

BG:

Opacity:

Color:


Size:


Font: